ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା ଲୋକମାନଙ୍କୁ, ବିଶେଷକରି ନାରୀ ଶକ୍ତି ଓ ବରିଷ୍ଠ ନାଗରିକମାନଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚମାନର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି :
“ଓଡ଼ିଶାର ଲୋକମାନଙ୍କୁ ଅଭିନନ୍ଦନ !
ଏହା ଏକ ବିଡ଼ମ୍ବନା ଯେ ପୂର୍ବବର୍ତ୍ତୀ ସରକାର ମୋ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଆୟୁଷ୍ମାନ ଭାରତର ସୁବିଧା ପାଇବାରୁ ବଞ୍ଚିତ କରି ରଖିଥିଲେ । ଏହି ଯୋଜନା ସୁଲଭ ମୂଲ୍ୟରେ ଉଚ୍ଚମାନର ସ୍ବାସ୍ଥ୍ୟସେବାକୁ ସୁନିଶ୍ଚିତ କରିବ । ଏହା ବିଶେଷଭାବରେ ନାରୀ ଶକ୍ତି ଓ ବରିଷ୍ଠ ନାଗରିକମାନଙ୍କୁ ଉପକୃତ କରିବ ।“
Congratulations to the people of Odisha!
— Narendra Modi (@narendramodi) January 13, 2025
It was indeed a travesty that my sisters and brothers of Odisha were denied the benefits of Ayushman Bharat by the previous Government. This scheme will ensure the highest-quality healthcare at affordable rates. It will particularly… https://t.co/YzOk59LLNS


