ମହାମହିମଗଣ,

ନମସ୍କାର,

ଏହି ଶିଖର ସମ୍ମିଳନୀରେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧିତ୍ବ କରି ମୁଁ ଗର୍ବିତ। ଆମ ସଭ୍ୟତାର ସ୍ବଭାବରେ ଗଣତନ୍ତ୍ରର ଭାବନା ଏକ ଅଭିନ୍ନ ଅଙ୍ଗ। ଭାରତରେ 2500 ବର୍ଷ ପୂର୍ବେ ଲିଚ୍ଛାଭି ଏବଂ ଶାକ୍ୟ ଭଳି ନିର୍ବାଚିତ ସାଧାରଣତନ୍ତ୍ର ନଗର ରାଜ୍ୟଗୁଡ଼ିକ ସମୃଦ୍ଧି ହାସଲ କରିଥିଲେ। ଅନୁରୂପ ଗଣତାନ୍ତ୍ରିକ ଭାବନା ଦଶମ ଶତାବ୍ଦୀର ‘ଉତ୍ତରମେରୁର’ ଶିଳାଲେଖରେ ଦେଖିବାକୁ ମିଳିଥାଏ ଯେଉଁଥିରେ ଗଣତାନ୍ତ୍ରିକ ଅଂଶଗ୍ରହଣର ନୀତି ଖୋଦିତ ହୋଇଛି। ଏହି ଗଣତାନ୍ତ୍ରିକ ଭାବନା ଏବଂ ଲୋକାଚାର ପ୍ରାଚୀନ ଭାରତକୁ ଅନ୍ୟତମ ସମୃଦ୍ଧ ଭୂଖଣ୍ଡରେ ପରିଣତ କରିଥିଲା। ବହୁ ଶତାବ୍ଦୀର ସାମ୍ରାଜ୍ୟବାଦୀ ଶାସନ ଭାରତୀୟ ଜନସାଧାରଣଙ୍କର ଏହି ଗଣତାନ୍ତ୍ରିକ ଭାବନାକୁ ଦମନ କରିପାରିନଥିଲା। ଭାରତର ସ୍ବାଧୀନତା ସହିତ ଏହା ପୁଣିଥରେ ପୂର୍ଣ୍ଣ ସ୍ବରୂପରେ ପରିପ୍ରକାଶ କରିଥିଲା, ଯାହା ଗତ 75 ବର୍ଷ ଧରି ଏକ ଅତୁଳନୀୟ ଗଣତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ ପାଇଁ ମାର୍ଗପ୍ରଶସ୍ତ କରିଥିଲା।

ଏହା ସମସ୍ତ କ୍ଷେତ୍ରରେ ସାମାଜିକ-ଆର୍ଥିକ ସମାବେଶନର ଏକ ଅଭୂତପୂର୍ବ କାହାଣୀ। ଏକ ଅକଳ୍ପନୀୟ ସ୍ତରରେ ଏହା ସ୍ବାସ୍ଥ୍ୟ, ଶିକ୍ଷା ଏବଂ ମାନବ କଲ୍ୟାଣରେ ସ୍ଥିର ସୁଧାରର ଏକ ସଫଳ କାହାଣୀ। ଭାରତର କାହାଣୀରେ ବିଶ୍ବ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ରହିଛି। ଗଣତନ୍ତ୍ର ସଫଳ ହୋଇପାରିବ, ସଫଳ ହେଉଛି ଏବଂ ଆଗକୁ ମଧ୍ୟ ସଫଳ ହୋଇ ଚାଲିବ।

ମହାମହିମଗଣ,

ବହୁଦଳୀୟ ନିର୍ବାଚନ, ସ୍ବାଧୀନ ନ୍ୟାୟପାଳିକା, ଏବଂ ନିରପେକ୍ଷ ଗଣମାଧ୍ୟମ ଭଳି ଢାଞ୍ଚା – ଗଣତନ୍ତ୍ରର ଗୁରୁତ୍ବପୂର୍ଣ୍ଣ ଉପାଦାନ। ତେବେ ଗଣତନ୍ତ୍ରର ଭାବନା ଏବଂ ଚରିତ୍ରରେ ଏହାର ମୌଳିକ ସାମର୍ଥ୍ୟ ରହିଛି ଯାହାକି ଆମ ନାଗରିକ ଏବଂ ଆମ ସମାଜରେ ପ୍ରତିଫଳିତ ହୋଇଥାଏ। ଗଣତନ୍ତ୍ର କେବଳ ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା, ଲୋକମାନଙ୍କ ପାଇଁ ନୁହେଁ ବରଂ ଏହା ଲୋକମାନଙ୍କ ସହିତ ଏବଂ ଲୋକମାନଙ୍କ ମଧ୍ୟରେ ନିହିତ ରହିଛି।

ମହାମହିମଗଣ,

ବିଶ୍ବର ବିଭିନ୍ନ ଭାଗରେ ଗଣତାନ୍ତ୍ରିକ ବିକାଶର ବିଭିନ୍ନ ମାର୍ଗ ଅନୁସରଣ କରାଯାଉଛି।  ଆମେ ପରସ୍ପର ଠାରୁ ଅନେକ କିଛି ଶିକ୍ଷା ଲାଭ କରିବାର ସୁଯୋଗ ଏଠାରେ ରହିଛି। ଆମେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ପ୍ରଚଳନରେ ନିରନ୍ତର ସୁଧାର ଆଣିବାର ଆବଶ୍ୟକତା ରହିଛି। ଆଉ ଏଥିପାଇଁ ଆମ ସମସ୍ତଙ୍କୁ ନିରନ୍ତର ଭାବେ ସମାବେଶନ, ପାରଦର୍ଶିତା, ମାନବୀୟ ସମ୍ମାନ ବୃଦ୍ଧି କରିବା ସହ ଉତ୍ତରଦାୟୀ ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ କ୍ଷମତାର ବିକେନ୍ଦ୍ରୀକରଣ କରିବାର ଆବଶ୍ୟକତା ରହିଛି।

ଏହି ପରିପ୍ରେକ୍ଷୀରେ, ଗଣତନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗକୁ ବଢ଼ାଇବା ଲାଗି ଆଜିର ସମାବେଶ ଏକ ସମୟୋପଯୋଗୀ ମଞ୍ଚ ଯୋଗାଇ ଦେଇଛି। ମୁକ୍ତ ଏବଂ ସ୍ବଚ୍ଛ ନିର୍ବାଚନ ଏବଂ ଅଭିନବ ଡିଜିଟାଲ ସମାଧାନ ଜରିଆରେ ପ୍ରଶାସନର ସମସ୍ତ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି କରିବା ଲାଗି ନିଜର ବିଶେଷଜ୍ଞତା ବିନିମୟ କରିବା ପାଇଁ ଭାରତ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବ। ସାମାଜିକ ଗଣମାଧ୍ୟମ ଓ କ୍ରିପ୍ଟୋକରେନ୍ସି ଭଳି ଉଦୀୟମାନ ପ୍ରଯୁକ୍ତି ପାଇଁ ବିଶ୍ବ ସର୍ତ୍ତାବଳୀକୁ ଆମେ ସମସ୍ତେ ମିଳିତ ଭାବେ ଆକାର ଦେବା ଲାଗି ପ୍ରୟାସ କରିବା ଉଚିତ ଯାହାଫଳରେ ଏଗୁଡ଼ିକ ଗଣତନ୍ତ୍ରକୁ ସଶକ୍ତ କରିବ, ଏହାକୁ ନ୍ୟୁନ କରିବ ନାହିଁ।

ମହାମହିମଗଣ,

ମିଳିତ ଭାବେ କାର୍ଯ୍ୟ କରି, ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଆମ ନାଗରିକମାନଙ୍କର ଆଶାଆକାଂକ୍ଷା ପୂରଣ କରିପାରିବେ ଏବଂ ମାନବତାର ଗଣତାନ୍ତ୍ରିକ ଭାବନାକୁ ପାଳନ କରିପାରିବେ। ଏହି ମହତ ପ୍ରୟାସରେ ସହଯୋଗୀ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ସହିତ କାର୍ଯ୍ୟ କରିବା ପାଇଁ ଭାରତ ପ୍ରସ୍ତୁତ ରହିଛି।

ଧନ୍ୟବାଦ। ଅନେକ ଅନେକ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."