ବିଶ୍ଵ ମଞ୍ଚରେ ନରେନ୍ଦ୍ର ମୋଦୀ

Published By : Admin | May 11, 2014 | 23:15 IST
ସେୟାର
 
Comments

ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ । ଆମେରିକାଠାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ, ଚୀନଠାରୁ ୟୁରୋପ ପର୍ଯ୍ୟନ୍ତ ସଭିଏଁ ସଦାବେଳେ ଦେଖିବାକୁ ପାଇବେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ଵ ଓ କାର୍ଯ୍ୟଶୈଳୀରେ ସଭିଏଁ ବିସ୍ମୟ ପ୍ରକଟ କରିଥାନ୍ତି । ଭାଇବ୍ରାଂଟ ଗୁଜରାଟ ସମ୍ମିଳନୀର ସଫଳତା ନରେନ୍ଦ୍ର ମୋଦୀଙ୍କୁ ଜଣେ ସଫଳ ପ୍ରଶାସକ ଭାବେ ବିଶ୍ଵସ୍ତରରେ ପ୍ରତିପାଦିତ କରିପାରିଥିଲା । ଏହି ସମ୍ମିଳନୀରେ ପ୍ରାୟ ଏକଶହରୁ ଊର୍ଦ୍ଧ ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ ଏବଂ ଏହାର ସଫଳତା ସମସ୍ତଙ୍କ ସମ୍ମୁଖରେ ଦୃଶ୍ୟମାନ । ଏହି ସମ୍ମିଳନୀ ଗୁଜରାଟ ପାଇଁ ପର୍ଯ୍ୟାପ୍ତ ପୁଞ୍ଜିନିବେଶ ଓ ଆର୍ଥିକ ପ୍ରଗତି ଆଣିପାରିଥିଲା । ଶ୍ରୀ ମୋଦୀ ଅନୁରୂପ ଭାବେ ବିଦେଶରେ ବସବାସ କରୁଥିବା ଗୁଜରାଟୀ ସଂପ୍ରଦାୟଙ୍କୁ ଗୁଜରାଟରେ ଘଟୁଥିବା ଆର୍ଥିକ ପ୍ରଗତି ସମ୍ପର୍କରେ ଉଦବୁଦ୍ଧ କରିପାରିଥିଲେ । ଏଥିରେ ବିସ୍ମିତ ହେବାର କିଛି ନାହିଁ ଯେ ପ୍ରତିଥର ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଶ୍ରୀ ମୋଦୀ ହିଁ ସେହି ମଞ୍ଚରେ ବକ୍ତାଭାବେ ଭାଷଣ ଦେବାର ସବୁଠୁ ଆକାଂକ୍ଷିତ ବ୍ୟକ୍ତିତ୍ଵ ରହିଥାନ୍ତି । ଏଥିପାଇଁ ସେ ବ୍ୟାପକ ଦେଶବିଦେଶ ଗସ୍ତ କରିଛନ୍ତି । ସେ ଏଥିପାଇଁ ଗସ୍ତ କରିଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆ, ଚୀନ, ଜାପାନ, ମରିସସ, ଥାଇଲାଣ୍ଡ ଓ ଉଗାଣ୍ଡା ଅନ୍ୟତମ ।

Narendra Modi on the World Stage

2011 ମସିହାରେ କ୍ଷମତାକୁ ଆସିବାର ମାତ୍ର ଗୋଟିଏ ମାସ ମଧ୍ୟରେ ନରେନ୍ଦ୍ର ମୋଦୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ରୁଷିଆକୁ ଯାଉଥିବା ଏକ ଭାରତୀୟ ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ । 

ସେହି ଅବସରରେ ସେ ଆସ୍ତ୍ରାକାନ କ୍ଷେତ୍ରର ଗଭର୍ଣ୍ଣରଙ୍କ ସହ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷର କରିଥିଲେ ।

ପରବର୍ତ୍ତୀ ବର୍ଷମାନଙ୍କରେ ଗୁଜରାଟ ରୁଷିଆ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବାରେ ଲାଗିଲା ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମୋଦୀ ଅନେକ ଥର ରୁଷିଆ ଗସ୍ତରେ ଗଲେ ଏବଂ ସେହି କ୍ରମରେ ଶକ୍ତି କ୍ଷେତ୍ରରେ ବିଶେଷ ସହଯୋଗ ପାଇଲେ ।

ସେହିଭଳି ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ମଣ୍ଡଳରେ ସାମିଲ ହୋଇ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତରେ ଯାଇଥିଲେ । ଆଜି ଗୁଜରାଟ ଇସ୍ରାଏଲ ସହ ସୁଦୃଢ଼ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକିଛି । ବିଶେଷ କରି ମାନବସମ୍ବଳ, କୃଷି, ଜଳ, ଶକ୍ତି ଓ ନିରାପତ୍ତା କ୍ଷେତ୍ରରେ ଏହା ସ୍ପଷ୍ଟ ହୋଇଛି ।

ଦକ୍ଷିଣ ପୂର୍ବ ଏସିଆ ସହ ଭାରତର ସମ୍ପର୍କ ଶହ ଶହ ବର୍ଷର ପୁରୁଣା ଏବଂ ସେ ସମ୍ପର୍କ ଆଜି ସୁଦ୍ଧା ସେହିଭଳି ନିବିଡ  ରହିଆସିଛି । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ଗସ୍ତ କରିଥିଲେ । ସେହିସବୁ ରାଷ୍ଟ୍ରମାନଙ୍କ ମଧ୍ୟରେ ହଂକଂ, ମାଲେସିଆ, ସିଙ୍ଗାପୁର, ତାଇୱାନ ଓ ଥାଇଲାଣ୍ଡ ସାମିଲ ଏବଂ ସେହିସବୁ ରାଷ୍ଟ୍ରମାନେ ଗୁଜରାଟରେ ଅନେକ ଅନ୍ତରାଷ୍ଟ୍ରୀୟ ସାଂସ୍କୃତିକ ମେଳା ଓ କାର୍ଯ୍ୟକ୍ରମରେ ଆୟୋଜନ କରିଆସୁଛନ୍ତି । ସେଥିମଧ୍ୟରୁ ବାର୍ଷିକ ଆନ୍ତର୍ଜାତିକ ଗୁଡି ଉଡା ମହୋତ୍ସବ ଅନ୍ୟତମ ।

Narendra Modi on the World Stage


(2011 ମସିହାରେ ଚୀନ ଗସ୍ତ ସମୟରେ ଶ୍ରୀ ନରେନ୍ଦ୍ର ମୋଦୀ ଚେଙ୍ଗଡୁଠାରେ ହୁଆୱେଇ ଟେକ୍ନୋଲଜି ଗବେଷଣା ଓ ବିକାଶ କେନ୍ଦ୍ର ବୁଲି ଦେଖିଛନ୍ତି)

ଚୀନ ସହ ଘନିଷ୍ଠ ଆର୍ଥିକ ସମ୍ପର୍କ ରକ୍ଷା କରିବା ଫଳରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ପାଇଁ ସୁଯୋଗର ବାତାୟନକୁ ଉନ୍ମୁକ୍ତ କରିଛନ୍ତି । ସେ ତିନିଥର ଚୀନ ଗସ୍ତରେ ଯାତ୍ରା କରିଛନ୍ତି । 2011 ମସିହା ନଭେମ୍ବର ମାସରେ ସେ ଶେଷଥର ଚୀନ ଯାତ୍ରା କରିଥିଲେ । ସେହି ଗସ୍ତ କାଳରେ ନରେନ୍ଦ୍ର ମୋଦୀଙ୍କୁ ବେଜିଂସ୍ଥିତ “ଗ୍ରେଟ ହଲ ଅଫ ଦି ପିପୁଲ”ଠାରେ ସେ ଦେଶର ପ୍ରମୁଖ ନେତୃବୃନ୍ଦ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଭଳି ସମ୍ମାନ କେବଳ ରାଷ୍ଟ୍ରମୁଖ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ । ତାଙ୍କର ଏହି ଚୀନ ଗସ୍ତ ଗୁଜରାଟରେ ପୁଞ୍ଜି ନିବେଶ ପାଇଁ ଅନେକ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିଥିଲା ଏବଂ ଏହି ମର୍ମରେ ସିଚୁଆନ କ୍ଷେତ୍ର ସହ ଏକ ବୁଝାମଣାପତ୍ର ସ୍ଵାକ୍ଷର ତଥା  ଚୀନା କମ୍ପାନୀ ହୁଆୱେଇ ସହାୟତାରେ ଏକ ଗବେଷଣା ଓ ବିକାଶ କେନ୍ଦ୍ର ସ୍ଥାପନ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥିଲା ।

international-in3

Shri Narendra Modi engaged in fruitful meetings with top leaders during his visit to Japan in July 2012

ପ୍ରାଚ୍ୟ ସହ ସମ୍ପର୍କର ଏଇଠି ଅନ୍ତ ଘଟିନାହିଁ । ଜାପାନ ହେଉଛି ଗୁଜରାଟର ଏକ ପ୍ରମୁଖ ଅର୍ଥନୈତିକ ସହଯୋଗୀ ଯେଉଁଥିରେ ଭାଇବ୍ରାଂଟ ଗୁଜରାଟକୁ ଏହାର ନିବରଚ୍ଛିନ୍ନ ସମର୍ଥନ ସାମିଲ । ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର (DMIC)ରେ ଜାପାନର ସହାୟତା ଗୁଜରାଟର ଆର୍ଥିକ ଦୃଶ୍ୟପଟ୍ଟରେ ବିରାଟ ପରିବର୍ତ୍ତନ ଆଣିବ । ତେଣୁ ଜାପାନ-ଗୁଜରାଟ ସମ୍ପର୍କ ଆହୁରି ନିବିଡ ହୋଇଛି । 2012 ରେ ନରେନ୍ଦ୍ର ମୋଦୀ ଏକ ଐତିହାସିକ ଜାପାନ ଗସ୍ତରେ ଯାଇଥିଲେ ଏବଂ ସେଠାରେ ସେ ପ୍ରମୁଖ ଜାପାନୀ ମନ୍ତ୍ରୀଙ୍କ ସହ  ଆଲୋଚନା କରିଥିଲେ । ଏପରିକି ସେ  ସିଞ୍ଜୋ ଆବେ (ଏବେ ସେ ଜାପାନର ପ୍ରଧାନମନ୍ତ୍ରୀ ଅଛନ୍ତି, ସେତେବେଳେ ସେ ବିରୋଧୀ ଦଳରେ ଥିଲେ)ଙ୍କୁ ମଧ୍ୟ ଭେଟିଥିଲେ । ଜାପାନ ସହ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଦକ୍ଷିଣ କୋରିଆ ଗସ୍ତ ସମୟରେ ସଫଳ ଆର୍ଥିକ ଓ ସାଂସ୍କୃତିକ ଭାବ ବିନିମୟ ଘଟିଥିଲା ଯାହା ଗୁଜରାଟର ସାମଗ୍ରିକ ବିକାଶ ଦିଗରେ ସହାୟକ ହୋଇପାରିଛି ।

Narendra Modi on the World Stage

(ଶ୍ରୀ ସିଞ୍ଜୋ ଆବେଙ୍କ ସହ ଶ୍ରୀ ନରେନ୍ଦ୍ର ମୋଦୀ)

ପୂର୍ବ ଆଫ୍ରିକାର ରାଜନୈତିକ ଓ ଆର୍ଥିକ ପ୍ରଗତିରେ ଗୁଜରାଟୀ ସମ୍ପ୍ରଦାୟଙ୍କ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି । ତେଣୁ ଗୁଜରାଟ ଏବଂ ପୂର୍ବ ଆଫ୍ରିକୀୟ ରାଷ୍ଟ୍ରଙ୍କ ମଧ୍ୟରେ ସହଜରେ ଶ୍ରୀ ମୋଦୀ ସମ୍ପର୍କ  ସ୍ଥାପନ କରିବା ସ୍ଵାଭାବିକ । ସେଠାରେ ଏବେ ସୁଦ୍ଧା ବିପୁଳ ସଂଖ୍ୟକ ଗୁଜରାଟୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଏହି ଅବସରରେ ସେ କେନିଆ ଓ ଉଗାଣ୍ଡାକୁ  ସଫଳ ଗସ୍ତ କରିଥିଲେ ଯେଉଁଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଗୁଜରାଟର ବିକାଶ ଧାରାରେ ଉଭୟ କେନିଆ ଓ ଉଗାଣ୍ଡା ସରକାର ଅତୀବ ପ୍ରଭାବିତ ହୋଇଥିଲେ । 2014 ମସିହା ଜାନୁଆରୀ ମାସରେ ଦକ୍ଷିଣ ଆଫ୍ରିକାର ହାଇକମିଶନର ଶ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ ଏବଂ 2015 ମସିହାରେ ମହାତ୍ମାଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନର 100 ବର୍ଷ ପୂର୍ତ୍ତି ପାଳନ ସକାଶେ ଶ୍ରୀ ମୋଦୀଙ୍କ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ । (ଗାନ୍ଧୀଜୀ 1915 ମସିହାରେ ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟାବର୍ତ୍ତନ କରିଥିଲେ) ।

international-in5

(2014, ଜାନୁଆରୀ ମାସରେ  ହାଇକମିଶନର ଏଫ କେ.ମୋରୁଲେଙ୍କ ନେତୃତ୍ଵରେ ଦକ୍ଷିଣ ଆଫ୍ରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳଙ୍କ ସହ ଶ୍ରୀ ନରେନ୍ଦ୍ର ମୋଦୀ)

ଅନେକ ସମୟରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ବହୁ ଭାରତୀୟଙ୍କ ମନରେ ଢ଼େର ଖୁସି ପହଚାଂଇଛି । ପ୍ରାୟ 50 ବର୍ଷରୁ ଅଧିକ କାଳ ପରେ ମହାନ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତଃ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଚିତାଭସ୍ମ ଭାରତ ଫେରିବାକୁ ସେ ସୁନିଶ୍ଚିତ କରିଥିଲେ । ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ଜେନେଭା ଗସ୍ତ କରିଥିଲେ ଏବଂ ସେହି ଚିତାଭସ୍ମକୁ  ଭାରତ ଆଣିଥିଲେ ।

international-in6

(2003 ମସିହାରେ ସୁଇଜରଲାଣ୍ଡଠାରେ ଶ୍ରୀ ମୋଦୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଚିତାଭସ୍ମ ଗ୍ରହଣ କରୁଛନ୍ତି)

2011 ମସିହାରେ ଚୀନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଭାରତୀୟ ହୀରା ବ୍ୟବସାୟୀମାନଙ୍କ ବିଚାର ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବା ସକାଶେ ସେ ଚୀନ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ଏବଂ ଏହି ନିବେଦନ ବେଶ ଫଳପ୍ରସୂ ସାବ୍ୟସ୍ତ ହୋଇଥିଲା । ଯାହା ଫଳରେ ବିଚାର ପ୍ରକ୍ରିୟା କେବଳ ତ୍ଵରାନ୍ୱିତ ହୋଇନଥିଲା, ପରନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସ୍ଵଦେଶ ପ୍ରାତ୍ୟାବର୍ତ୍ତନ କରିଥିଲେ ।

ଶ୍ରୀ ମୋଦୀ ସମାନ ଭାବେ ଦୃଢ଼ କଣ୍ଠରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସାର କ୍ରିକ୍ ସମ୍ବନ୍ଧରେ କୌଣସି ପ୍ରକାର ବୁଝାମଣା ଏବଂ ଯାହା ଦ୍ଵାରା ଭାରତର ନିରାପତ୍ତା ଏବଂ ଆର୍ଥିକ ସ୍ଵାର୍ଥ ବ୍ୟାହତ ହେବ, ତା ବିରୋଧରେ ପ୍ରଶ୍ନ କରିଥିଲେ ।  ଏପରିକି ଅନ୍ତରାଷ୍ଟ୍ରୀୟ ମଂଚରେ ଯେତେବେଳେ ସେ ବିଶ୍ଵ ନେତୃବର୍ଗଙ୍କ ସହ କାନ୍ଧକୁ କାନ୍ଧ ମିଳାଇଛନ୍ତି, ଶ୍ରୀ ମୋଦୀଙ୍କ ପାଇଁ ସଦାବେଳେ “ଭାରତ ପ୍ରଥମ” କୁ ପ୍ରାଧାନ୍ୟ ଦେଇଥାନ୍ତି ।

ନରେନ୍ଦ୍ର ମୋଦୀ ଦକ୍ଷିଣ ଏସିଆ କ୍ଷେତ୍ରରେ ମଧ୍ୟ ସମାନ ଭାବେ ଲୋକପ୍ରିୟ ।  2011 ମସିହାରେ କରାଚୀ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ଏବଂ ଗୁଜରାଟର ବିକାଶ ଗାଥା ସମ୍ପର୍କରେ ତାଙ୍କ ଚାମ୍ବରରେ ଉଦବୋଧନ ଦେବାକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ସେହି ପ୍ରତିନିଧିମାନେ କେସିସିଆଇ ଭବନର ଏକ  ପ୍ରତିକୃତିକୁ ଶ୍ରୀ ମୋଦୀଙ୍କୁ ଉପହାର ଦେଇଥିଲେ । କେସିସିଆଇ ଭବନର ଭିତ୍ତିପ୍ରସ୍ତର 1934 ମସିହାରେ ମହାତ୍ମାଗାନ୍ଧୀ ସ୍ଥାପନ କରିଥିଲେ । ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶ୍ରୀଲଙ୍କା ୟୁନାଇଟେଡ ନେସନାଲ ପାର୍ଟିର ନେତା ରାନିଲ ୱିକ୍ରମସିଙ୍ଘେ ଶ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ସହ ଶ୍ରୀ ମୋଦୀଙ୍କୁ ଶ୍ରୀଲଙ୍କା ଆସି ଗୁଜରାଟର ବିକାଶ ଧାରା ସମ୍ପର୍କରେ ଭାଷଣ ଦେବାକୁ ନିମନ୍ତ୍ରଣ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଗୁଜରାଟ ଓ ୟୁରୋପ ମଧ୍ୟରେ ସମ୍ପର୍କ ଐତିହାସିକ ଉନ୍ନୀତ ସ୍ତରରେ ପହଂଚିଛି ।  2012 ରୁ 2013 ମଧ୍ୟରେ ବ୍ରିଟେନର ହାଇକମିଶନରଙ୍କ ସମେତ ଫ୍ରାନ୍ସ, ଜର୍ମାନୀ, ଇଟାଲି, ସୁଇଜରଲାଣ୍ଡ, ଡେନମାର୍କ ଓ ସ୍ଵୀଡେନର ରାଷ୍ଟ୍ରଦୂତମାନେ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଗତ ଦଶନ୍ଧିରେ ଗୁଜରାଟର ଅଭିବୃଦ୍ଧିକୁ ୟୁରୋପୀୟ ସଂଘ ଭୂୟସୀ ପ୍ରଶଂସା କରିଥିଲା ।

international-in7

ଆର୍ଥିକ, ସାମାଜିକ ଏପରିକି ସାଂସ୍କୃତିକ ପ୍ରତ୍ୟେକ କ୍ଷେତ୍ରରେ  ଆକର୍ଷଣୀୟ ସୁଯୋଗ ରହିଛି ବୋଲି ୟୁରୋପୀୟ ରାଷ୍ଟ୍ରମାନେ ଗୁଜରାଟ ଆଡେ ଆକର୍ଷିତ ହୋଇ ଆସିଛନ୍ତି ।

ଏପରିକି ଆଟଲାଣ୍ଟିକ ମହାସାଗୀୟ କ୍ଷେତ୍ରରୁ ମଧ୍ୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିଛି । 2011 ମସିହା ସେପ୍ଟେମ୍ବର ମାସରେ “ଆମେରିକା କଂଗ୍ରେସ ଗବେଷଣା ସେବା” ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଶ୍ରୀ ମୋଦୀଙ୍କୁ “ସୁସାଶନର ସମ୍ରାଟ” ବୋଲି ଅଭିହତ କରାଯାଇଥିଲା । ମାର୍କିନ କଂଗ୍ରେସ ସଦସ୍ୟମାନେ ଆହୁରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ପରିଚାଳିତ ଗୁଜରାଟ ସଫଳ ଶାସନ ଓ ସକ୍ରିୟ ବିକାଶଧାରାର ଶ୍ରେଷ୍ଠ ଉଦାହରଣରେ ପରିଣତ ହୋଇପାରିଛି ଯାହା ଭାରତର ଆର୍ଥିକ ବିକାଶର ମୁଖ୍ୟ ବାହକ ସାଜିଛି । ଆର୍ଥିକ ପଦ୍ଧତିର ସୁସଂଗତି, ନାଲିଫିତାକୁ ହଟାଇବା ଏବଂ ଦୁର୍ନୀତିର ବିଲୋପ ନିମନ୍ତେ ତାଙ୍କୁ ଅଜସ୍ର ପ୍ରଶଂସା ମିଳିଥିଲା ।

 

international-in8

2012 ମସିହା ମାର୍ଚ୍ଚ 26 ତାରିଖ ସଂସ୍କରଣରେ ବିଶ୍ଵର ଏକ ବିଶିଷ୍ଟ ପତ୍ରିକା ଭାବେ ମାନ୍ୟତାପ୍ରାପ୍ତ ପ୍ରଚ୍ଛଦ ପୃଷ୍ଠାରେ ନରେନ୍ଦ୍ର ମୋଦୀଙ୍କୁ ସ୍ଥାନୀତ କରିବା ସହ “ମୋଦୀ ମାନେ କାର୍ଯ୍ୟ” ବୋଲି ନିବନ୍ଧ ପ୍ରକାଶ କରିଥିଲା ।ଅନ୍ୟ ଯେଉଁ ବିଶିଷ୍ଟ ଭାରତୀୟମାନେ ଏଥି ପୂର୍ବରୁ ଟାଇମ ପତ୍ରିକାର ପ୍ରଚ୍ଛଦ ମଣ୍ଡନ କରିଥିଲେ ସେମାନେ ହେଲେ ମହାତ୍ମାଗାନ୍ଧୀ, ସର୍ଦ୍ଦାର ପଟେଲ, ଲାଲ ବାହଦୂର ଶାସ୍ତ୍ରୀ ଏବଂ ଆଚାର୍ଯ୍ୟ ବିନୋବା ଭାବେ । “ଟାଇମ” ଗୁଜରାଟରେ ଗତ ଦଶନ୍ଧିର ବିକାଶକୁ ପ୍ରଶଂସା କରିବା ସହ ନରେନ୍ଦ୍ର ମୋଦୀଙ୍କୁ ଏକ “ଦୃଢ଼ମନା ଏବଂ ଗମ୍ଭୀର ନେତା ଯିଏକି ଦେଶକୁ ବିକାଶ ପଥରେ ଆଗେଇ ନେଇ ଏହାକୁ ଚୀନ ସହ ସମକକ୍ଷ କରାଇପାରିବେ” ବୋଲି ମତ ଦେଇଥିଲା । 2014 ମସିହାରେ “ଟାଇମ” ପତ୍ରିକା ନରେନ୍ଦ୍ର ମୋଦୀଙ୍କୁ ବିଶ୍ଵର 100 ଜଣ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ଵଙ୍କ ତାଲିକାରେ ସାମିଲ କରିଥିଲା ।

ଆମେରିକାର ଏକ ଚିନ୍ତନ ସଂସ୍ଥା ବ୍ରୁକିଂସ ଇନଷ୍ଟିଟ୍ୟୁସନ ଗୁଜରାଟର ବିକାଶର ଦଶନ୍ଧିକୁ ଅସୁମାରି ପ୍ରଶଂସା କରିଥିଲା । ଏହାର ପରିଚାଳନା ନିର୍ଦ୍ଦେଶକ ୱିଲିଅମ ଆନ୍ଥୋଲିସ ଲେଖିଥିଲେ ଯେ ନରେନ୍ଦ୍ର ମୋଦୀ ଜଣେ “ବିଜ୍ଞ ଓ ସଫଳ ରାଜନେତା” ସିଏ ଯାହା କହନ୍ତି ତାହା କରିଦେଖାନ୍ତି । ସେ ଆହୁରି ଦର୍ଶାଇଥିଲେ ଯେ ଗୁଜରାଟ ରାଜ୍ୟ ବିଶ୍ଵର ଅନ୍ୟ ଯେ କୌଣସି କ୍ଷେତ୍ର ଚୀନର ଅଧିକାଂଶ କ୍ଷେତ୍ରକୁ ମିଶାଇ, ବିକାଶରେ ଆଗୁଆ ରହିଛି ।

ପ୍ରମୁଖ ଅର୍ଥନୈତିକ ସମ୍ବାଦପତ୍ର “ଫାଇନାନ୍ସିଆଲ ଟାଇମ୍ସ” ତାର “ମୋଦୀ ଗୁଜରାଟର ବିକାଶଧାରାକୁ ଫାଷ୍ଟଟ୍ରାକରେ ସ୍ଥାନୀତ କରିଛନ୍ତି” ଶୀର୍ଷକ ଏକ ପ୍ରବନ୍ଧରେ ଦର୍ଶାଇଥିଲେ ଯେ ଗୁଜରାଟର ପ୍ରଗତିର ଧାରା ଅତୀବ ପ୍ରଶଂସନୀୟ । ଏହି ପତ୍ରିକା ମତରେ ଗୁଜରାଟ ହେଉଛି ଭାରତର ସର୍ବାଧିକ ନିବେଶ ଅନୁକୂଳ ରାଜ୍ୟ ଯାହାର ବାର୍ଷିକ  ବିକାଶ ହାର ଦୁଇ ଅଙ୍କରେ ରହିଛି। ପୁନଶ୍ଚ, ଗୁଜରାଟରେ ଦଶନ୍ଧି ବ୍ୟାପୀ ଶାନ୍ତି ବିରାଜମାନ କରିଛି ଯାହା ଗୁଜରାଟୀ ସମାଜକୁ ବିଶେଷ କରି ଯୁବଗୋଷ୍ଠୀଙ୍କୁ ଏକ ସ୍ପନ୍ଦିତ ଓ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ଵପ୍ନ ଦେଖିବାକୁ ଉଦବୁଦ୍ଧ କରିଛି ।

international-in9

(2013 ଜୁଲାଇ ମାସରେ ଏକ ଲାଟିନ ଆମେରିକୀୟ ଓ କାରିବୀୟ ରାଷ୍ଟ୍ରସମୂହ ପ୍ରତିନିଧିମଣ୍ଡଳଙ୍କ ସହ ଶ୍ରୀ ନରେନ୍ଦ୍ର ମୋଦୀ)

ଅନ୍ୟ ଆମେରିକୀୟ ରାଷ୍ଟ୍ରମାନେ ଗୁଜରାଟର ସଫଳତାରେ ଅନୁରୂପ ଭାବେ ଅଭିଭୂତ ହୋଇଛନ୍ତି । 2012 ମସିହା ଜୁଲାଇ ମାସରେ ନରେନ୍ଦ୍ର ମୋଦୀ ସାତଟି ଲାଟିନ ଆମେରିକୀୟ ଓ କାରବୀୟ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳଙ୍କୁ ସାକ୍ଷାତ କରିଥିଲେ । ଏହି ପ୍ରତିନିଧିମଣ୍ଡଳରେ ସାମିଲ ଥିଲେ ବ୍ରାଜିଲ, ମେକ୍ସିକୋ, ପେରୁ ଏବଂ ଡୋମିନିକାନ ପ୍ରଜାତନ୍ତ୍ରର ରାଷ୍ଟ୍ରଦୂତ । ସେମାନେ କେବଳ ଗୁଜରାଟର ବିକାଶରେ ପ୍ରଭାବିତ ହୋଇନଥିଲେ ପରନ୍ତୁ, ଗୁଜରାଟ ସହ ସେମାନଙ୍କ ରାଷ୍ଟ୍ରର ସହଯୋଗର ମାର୍ଗ ଉନ୍ମୋଚନ ସମ୍ପର୍କରେ ମଧ୍ୟ ପ୍ରୟାସୀ ହୋଇଥିଲେ । ଏହି ଅବସରରେ ଶ୍ରୀ ମୋଦୀ ସେମାନଙ୍କୁ ଗୁଜରାଟରେ ବାଣିଜ୍ୟ କେନ୍ଦ୍ର ଏବଂ କାଷ୍ଠ ଏବଂ ମାର୍ବଲ ଶିଳ୍ପ ସକାଶେ ସ୍ଵତନ୍ତ୍ର ଆର୍ଥିକ ଜୋନ ସ୍ଥାପନ ଲାଗି ପରାମର୍ଶ ଦେଇଥିଲେ ।

‘ଗୁଜରାଟ ଦିବସ’ ପାଳନର ଅଂଶବିଶେଷ ସ୍ଵରୂପ 2012 ମସିହା ମେ 20 ତାରିଖ ସକାଳେ, ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆମେରିକାର 12ଟି ନଗରୀରେ ବିସ୍ତାରିତ ଏକ ବିଶାଳ ପ୍ରବାସୀ ଭାରତୀୟ ଜନ ସମାବେଶକୁ ସମ୍ବୋଧିତ କରିଥିଲେ । ତାଙ୍କର ଏହି ବିସ୍ତୃତ ଭାଷଣରେ ଶ୍ରୀ ମୋଦୀ ଗୁଜରାଟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟଯୋଜନା ସମ୍ପର୍କରେ ସୂଚାଇଥିଲେ ।ଗୁଜରାଟରେ କିପରି ଅର୍ଥବ୍ୟବସ୍ଥାର ତିନୋଟି ଯାକ କ୍ଷେତ୍ର ଏକ ସେଙ୍ଗ ପ୍ରଗତି କରିଚାଲିଛି ଏବଂ ସେ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଭାଷଣକୁ ପ୍ରବାସୀ ଭାରତୀୟମାନେ ଆଗ୍ରହର ସହ ଗ୍ରହଣ କରିଥିଲେ ତଥା ଏହାକୁ ଉପଗ୍ରହ, ଟେଲିଭିଜନ ଓ ଇଂଟରନେଟ ମାଧ୍ୟମରେ ବିଶ୍ଵର ଲକ୍ଷ ଲକ୍ଷ ଲୋକେ ଶୁଣିବାର ସୁଯୋଗ ପାଇଥିଲେ ।ସେହିଦିନଠାରୁ ନିୟମିତ ଭାବେ ଶ୍ରୀ ମୋଦୀ ଭାରତୀୟ ବଂଶୋଦ୍ଭବଙ୍କ ସହ ଭାବ ବିନିମୟ କରି ଆସୁଛନ୍ତି ।, ଏହାର ସର୍ବଶେଷ କାର୍ଯ୍ୟକ୍ରମ 2014ରେ ନୂଆଦିଲ୍ଲୀଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ହୋଇଥିଲା ।

2014 ଫେବ୍ରୁଆରୀ 13 ତାରିଖ ଦିନ ଭାରତରେ ଅବସ୍ଥାପିତ ମାର୍କିନ ରାଷ୍ଟ୍ରଦୂତ ସୁଶ୍ରୀ ନାନ୍ସୀ ପୋୱେଲ ଗାନ୍ଧିନଗର ଆସି ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ବ୍ୟାପକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । 

ବୈଦେଶିକ ପ୍ରତିନିଧିମାନଙ୍କ ସହ ଏହି ସବୁ ସାକ୍ଷାତ ଆଲୋଚନା ଏବଂ ସେମାନଙ୍କ ଭୂୟସୀ ପ୍ରଶଂସା, ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଦେଶ ଭିତରେ ଓ ଦେଶ ବାହାରେ ବ୍ୟାପ୍ତ ବିପୁଳ ଲୋକପ୍ରିୟତାର ଉଦାହରଣ । ବ୍ୟବସାୟୀଠାରୁ ଆରମ୍ଭ କରି ସାଧାରଣ ନେତା ଓ ବିଶ୍ଵ ନେତୃବର୍ଗଙ୍କ ପର୍ଯ୍ୟନ୍ତ ସମସ୍ତେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କର ଡୋରିରେ ବାନ୍ଧି ହେବାକୁ ଚାହାନ୍ତି । ବିଶେଷ କରି ଗୁଜରାଟକୁ ସେ ଯେପରି “ଭାରତର ବିକାଶ ଇଞ୍ଜିନ” ରେ ପରିଣତ କରିଛନ୍ତି, ସେ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ଲାଗି ସେମାନେ ଆଗ୍ରହୀ ।

Share your ideas and suggestions for 'Mann Ki Baat' now!
Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Direct Benefit Transfer Became India’s Booster During Pandemic, and Why World Bank is in Awe

Media Coverage

How Direct Benefit Transfer Became India’s Booster During Pandemic, and Why World Bank is in Awe
...

Nm on the go

Always be the first to hear from the PM. Get the App Now!
...
ସେୟାର
 
Comments

ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । 

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଦକ୍ଷିଣ ଏସିଆ ଦେଶଗୁଡିକର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି! 

ଇତିହାସ ସୃଷ୍ଟିର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣରୁ ତା'ର ସମ୍ଭାବିତ କାର୍ଯ୍ୟ ଉପରେ ପୁରା ବର୍ଣ୍ଣନା କରିଥିଲେ ।

ସେ କହିଲେ,ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଫଳପ୍ରଦ ଯୋଗାଯୋଗ,ଉତ୍ତମ ପ୍ରଶାସନ,ଉତ୍ତମ ବ୍ୟାଙ୍କିଙ୍ଗ୍ ଓ ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା,ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ହୋଇପାରିବ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଲେ ,''ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।''