ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଷୟିକ ଜ୍ଞାନକୌଶଳର ଶକ୍ତି ଉପରେ ଅଗାଧ ବିଶ୍ୱାସ କରନ୍ତି । ନିଜେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରୁଥିବା ହେତୁ ମୋଦୀ ଏହାର ବ୍ୟବହାରକୁ ସହଜ, ଫଳପ୍ରଦ, ଶସ୍ତା, ଦ୍ରୁତ, ସରଳ ଓ ଭଲ ସେବା ପ୍ରଦାନ କରୁଥିବା ଏକ ମିଶ୍ରଣ ବୋଲି ମନେକରନ୍ତି । ଏହାଫଳରେ କାର୍ଯ୍ୟ ଦ୍ରୁତବେଗରେ ସମ୍ପାଦିତ ହୋଇଥାଏ, କାର୍ଯ୍ୟର ପ୍ରକ୍ରିୟା ଓ ପଦ୍ଧତି ସରଳ ହୁଏ ଓ ଜନସାଧାରଣଙ୍କୁ ଭଲ ସେବା ମିଳିଥାଏ । ଦୁର୍ବଳ ଶ୍ରେଣୀଙ୍କ ସଶକ୍ତିକରଣ ଲାଗି ଏବଂ ଶାସନକୁ ଅଧିକ ସ୍ୱଚ୍ଛ କରିବା ଲାଗି ବୈଷୟିକ ଜ୍ଞାନକୌଶଳ ଶ୍ରେଷ୍ଠ ମାଧ୍ୟମ ବୋଲି ମୋଦୀ ବିଶ୍ୱାସ କରନ୍ତି ।

2014 ମସିହା ମେ ମାସରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ହେବା ପରଠାରୁ ମୋଦୀ ସରକାରୀ କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାରର ବୃଦ୍ଧି ପାଇଁ ଆହ୍ୱାନ ଦେଇଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ସରକାରୀ କାର୍ଯ୍ୟକୁ ଦ୍ରୁତ କରିବା ପାଇଁ ଓ ଜନସାଧାରଣଙ୍କ ସମସ୍ୟାକୁ ଦୂର କରିବା ପାଇଁ ସେ ‘ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ଓ ବହୁ ଉଦ୍ଦେଶ୍ୟ ସାଧିତ ହେବା ନେଇ ‘ପ୍ରଗତୀ’ ନାମକ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଫଳରେ ଅନେକ ପ୍ରକଳ୍ପକୁ ପରିଚାଳନା କରାଯିବା ସହ ଜନସାଧାରଣଙ୍କ ଅନେକ ସମସ୍ୟାର ମଧ୍ୟ ସମାଧାନ କରାଯାଇପାରିବ । ପ୍ରତ୍ୟେକ ମାସର ଶେଷ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନିଜେ ପ୍ରଗତୀର ପଦାଧିକାରୀମାନଙ୍କ ସହ ବସି ବିଭିନ୍ନ କ୍ଷେତ୍ରରେ ଥିବା ସମସ୍ୟା ଓ ଏହାର ସମାଧାନ ସମ୍ବନ୍ଧରେ ଆଲୋଚନା କରନ୍ତି । ଏହାଫଳରେ ଅନେକ ସକାରାତ୍ମକ ପ୍ରଭେଦ ପଡିପାରିଛି ।

ଭାରତ ସରକାର ବୈଷୟିକ ଜ୍ଞାନକୌଶଳର ଉପଯୁକ୍ତ ଉପଯୋଗ କରି ଦେଶର ଜନସାଧାରଣଙ୍କ ପାଇଁ ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । କୋଟି କୋଟି ଭାରତୀୟ କୃଷକ ଏସ୍ଏମ୍ଏସ୍ ମାଧ୍ୟମରେ କୃଷି ସମ୍ବନ୍ଧୀୟ ସୂଚନା ପାଉଛନ୍ତି । ଜାତୀୟ କୃଷି ବଜାର ଉନ୍ନତି ଯୋଜନା ପାଇଁ ଏଗ୍ରି-ଟେକ ଭିତ୍ତିଭୂମି ଅନୁଦାନ ମାଧ୍ୟମରେ ଅର୍ଥରାଶି ପ୍ରଦାନ କରିବାକୁ କେବିନେଟ ଅନୁମତି ପ୍ରଦାନ କରିଛି । ଏକକ ଇ-ପ୍ଲାଟଫର୍ମ ଜରିଆରେ ଭାରତବ୍ୟାପୀ ଥିବା ନିୟନ୍ତ୍ରିତ ବଜାରଗୁଡ଼ିକର ସଂଯୋଗ କରାଯିବ । ଏହାଫଳରେ ଏକ ସ୍ୱଚ୍ଛ ପ୍ରକ୍ରିୟା ଦ୍ୱାରା କୃଷକ ଓ ବ୍ୟବସାୟୀମାନେ ସର୍ବୋଚ୍ଚ ଦରରେ କୃଷିଜାତ ଦ୍ରବ୍ୟ କିଣାବିକାର ସୁଯୋଗ ପାଇବେ ।

2014 ମସିହା ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ‘ମାଇଗଭ୍’ର ଆରମ୍ଭ କରିଥିଲେ । ଏହି ପୋର୍ଟାଲ ମାଧ୍ୟମରେ ଇଣ୍ଟରନେଟର ବ୍ୟବହାର କରି ଜଣେ ନାଗରିକ ଶାସନ ଓ ଯୋଜନା ପ୍ରଣୟନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥାଏ । 2014 ମସିହା ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମାଇଗଭ୍ ର ଆରମ୍ଭ କଲେ । ଏହି ପୋର୍ଟାଲ ମାଧ୍ୟମରେ ଜଣେ ନାଗରିକ ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶାସନ ବ୍ୟବସ୍ଥା ଓ ବିଭିନ୍ନ ଯୋଜନା ପ୍ରଣୟନର ଅଂଶବିଶେଷ ହୋଇପାରିବେ । ମାଇଗଭ୍ ମାଧ୍ୟମରେ ବିଭିନ୍ନ ମନ୍ତ୍ରଣାଳୟ ସେମାନଙ୍କ କାର୍ଯ୍ୟଧାରା ସମ୍ବନ୍ଧରେ ବିଚାର ଓ ପ୍ରସ୍ତାବ ଆମନ୍ତ୍ରଣ କରିପାରିବେ । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ହେଉ କିମ୍ବା ଅନ୍ୟାନ୍ୟ ଅବସରରେ ହେଉ, ପ୍ରଧାନମନ୍ତ୍ରୀ ମାଇଗଭ୍ କୁ ଅନେକ ଥର ବ୍ୟବହାର କରିଛନ୍ତି ।

2015 ମସିହା ସେପ୍ଟେମ୍ବର ମାସରେ ଶ୍ରୀ ମୋଦୀ ଆମେରିକା ଗସ୍ତରେ ଥିବା ବେଳେ ସିଲିକନ ଭ୍ୟାଲି ଭ୍ରମଣରେ ଯାଇଥିଲେ ଏବଂ ସେଠାରେ ସେ ଅନେକ ପ୍ରତିଷ୍ଠିତ ବୈଷୟିକ କମ୍ପାନୀର କାର୍ଯ୍ୟାଧିକାରୀମାନଙ୍କୁ ଭେଟିଥିଲେ । ସେ ଫେସବୁକ ହେଡ଼କ୍ୱାର୍ଟରକୁ ମଧ୍ୟ ଯାଇଥିଲେ ଓ ବହୁ ଜନସାଧାରଣ ସମ୍ମଳିତ ହୋଇଥିବା ଟାଉନହଲରେ ମଧ୍ୟ ଯୋଗଦେଇଥିଲେ । ଏଠାରେ ଆୟୋଜିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସେ ଅନେକ ବିଷୟରେ ଉତ୍ତର ଦେଇଥିଲେ । ସେ ଗୁଗଲ କାର୍ଯ୍ୟାଳୟ ମଧ୍ୟ ଯାଇଥିଲେ ଓ ସେଠାରେ କରାଯାଉଥିବା ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ନବୀନତମ ଉଦ୍ଭାବନଗୁଡ଼ିକୁ ତାଙ୍କୁ ଦେଖାଇ ଦିଆଯାଇଥିଲା । ବୈଷୟିକ ଜ୍ଞାନକୌଶଳ ଦୁନିଆର ଦିଗବନ୍ତ ବ୍ୟକ୍ତିମାନେ ଯୋଗଦେଇଥିବା ଡ଼ିଜିଟାଲ ଭାରତ ରାତ୍ରଭୋଜନ ଅବସରରେ ସେ ଡିଜିଟାଲ ଭାରତକୁ ନେଇ ସରକାରଙ୍କ ଅନ୍ତର୍ଦୃଷ୍ଟି ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ଭାରତରେ ଡିଜିଟାଲ ବ୍ୟବସ୍ଥା ଦ୍ୱାରା ସଶକ୍ତ ଏକ ସମାଜ ପ୍ରତିଷ୍ଠା ନେଇ ସରକାରଙ୍କ ପ୍ରୟାସକୁ ସତ୍ୟ ନାଡେଲାଙ୍କଠାରୁ ଆରମ୍ଭ କରି ସୁନ୍ଦର ପିଚାଇଙ୍କ ପରି ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟାଧିକାରୀମାନେ ପ୍ରଶଂସା କରିଥିଲେ । ଏହି ଭ୍ରମଣ ସମୟରେ ବୈଷୟିକ ଜ୍ଞାନକୌଶଳକୁ ଅଧିକ ଭାବେ ବ୍ୟବହାର କରୁଥିବା ବିଭିନ୍ନ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନଙ୍କୁ ମୋଦୀ ଭେଟିଥିଲେ । ଏଲୋନ ମସ୍କଙ୍କ ସହିତ ସେ ଟେସଲା ମୋଟର୍ସ ଦେଖିବାକୁ ମଧ୍ୟ ଯାଇଥିଲେ । ବୈଷୟିକ ଜ୍ଞାନକୌଶଳ କିପରି ଭାବେ ଉନ୍ନୟନରେ ଓ ବିଶେଷ କରି ଗ୍ରାମାଂଚଳରେ ଏବଂ କୃଷିକ୍ଷେତ୍ରରେ ସହାୟକ ହୋଇଥାଏ, ସେନେଇ ଶ୍ରୀ ମୋଦୀ ଏବଂ ଶ୍ରୀ ମସ୍କ ଆଲୋଚନା କରିଥିଲେ ।

ତାଙ୍କ ବୈଦେଶିକ ଗସ୍ତ ସମୟରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ନେଇ ପ୍ରଧାନମନ୍ତ୍ରୀ ବ୍ୟାପକ ଭାବେ ଆଲୋଚନା କରିଥାନ୍ତି । ଭାରତ-ଆଫ୍ରିକା ଶିଖର ସମ୍ମିଳନୀ ସମୟରେ ଭାରତ ବୈଷୟିକ ଜ୍ଞାନକୌଶଳ ଦିଗରେ କିପରି ଭାବେ ଆଫ୍ରିକାକୁ ସାହାଯ୍ୟ କରିପାରିବ ସେ ଦିଗରେ ମୋଦୀ ଆଗ୍ରହ ପ୍ରକାଶ କରିଥିଲେ ।

ବ୍ୟକ୍ତିଗତ ଭାବେ ମଧ୍ୟ ଯେଉଁମାନେ ମୋଦୀଙ୍କୁ ଜାଣନ୍ତି ସେମାନେ ବୈଷୟିକ ଜ୍ଞାନକୌଶଳ ପ୍ରତି ତାଙ୍କ ଭଲପାଇବାକୁ ନେଇ ସ୍ମୃତିଚାରଣ କରନ୍ତି । ସୋସିଆଲ ମିଡିଆରେ ସେ ସବୁଠାରୁ ବେଶୀ ସକ୍ରିୟ ଥିବା ବିଶ୍ୱବ୍ୟାପୀ ରାଜନେତାମାନଙ୍କ ମଧ୍ୟରେ ଅନ୍ୟତମ । ଫେସବୁକ, ଟ୍ୱିଟ୍ଟର, ଲିଙ୍କଡିନ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ତାଙ୍କର ଡିଜିଟାଲ ଉପସ୍ଥିତି ରହିଛି । ସୋସିଆଲ ମିଡିଆ ମାଧ୍ୟମରେ ସେ ଜନସାଧାରଣଙ୍କ ସହ ସଂଯୁକ୍ତ ରହିବା ସହ ସେମାନଙ୍କଠାରୁ ବିଭିନ୍ନ କ୍ଷେତ୍ରରେ ବିଚାର ଓ ପ୍ରସ୍ତାବ ଆହ୍ୱାନ କରିଥାନ୍ତି । କନ୍ୟା ସନ୍ତାନମାନଙ୍କ ସହ ସେଲ୍ଫି ସେୟାର କରିବା ଲାଗି ହେଉ କିମ୍ବା ଅବିଶ୍ୱସନୀୟ ଭାରତର କିଛି ଝଲକକୁ ସେୟାର କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିବା ନେଇ ହେଉ ଏକ ସକାରାତ୍ମକ ପରିବର୍ତ୍ତନ ପାଇଁ ସେ ସୋସିଆଲ ମିଡିଆର ଉପଯୋଗ କରିଛନ୍ତି ।

ଶ୍ରୀ ମୋଦୀ ମଧ୍ୟ ଏମ-ଗଭର୍ଣ୍ଣାନ୍ସ ଓ ମୋବାଇଲ ଗଭର୍ଣ୍ଣାନ୍ସ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ‘ନରେନ୍ଦ୍ର ମୋଦୀ ମୋବାଇଲ ଆପ୍’ ନାମରେ ତାଙ୍କ ନିଜର ଏକ ମୋବାଇଲ ଆପ୍ ରହିଛି । ଏହା ଆପଲ ଓ ଆଣ୍ଡ୍ରୋଏଡ ସେଟ୍ ରେ ଉପଲବ୍ଧ । ଏହି ଆପ୍ ମାଧ୍ୟମରେ ଆପଣ ସଦ୍ୟତମ ଖବର ଓ ଘଟଣାବଳୀ ସମ୍ବନ୍ଧରେ ଜାଣିବା ସହ ଶ୍ରୀ ମୋଦୀଙ୍କ ସହ ଯୋଗାଯୋଗ ମଧ୍ୟ ରକ୍ଷା କରିପାରିବେ ।

ଏହିପରି 125 କୋଟି ଭାରତୀୟ କିପରି ଭାବେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରସ୍ପର ସହ ସଂଯୁକ୍ତ ହୋଇପାରିବେ ଓ ନବୀନତମ ଉଦ୍ଭାବନର ଲାଭ ଉଠାଇପାରିବେ ସେ ନେଇ ଏକ ନବଭାରତର ନିର୍ମାଣ ପାଇଁ ଶ୍ରୀ ମୋଦୀ ଅବିଶ୍ରାନ୍ତ ଓ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ଡିଜିଟାଲ ରାଜରାସ୍ତା ଦ୍ୱାରା ଭାରତକୁ ସଂଯୁକ୍ତ କରି ଏହାର ନାଗରିକମାନଙ୍କୁ ସଶକ୍ତ ନାଗରିକରେ ପରିଣତ କରିବା ପାଇଁ ସେ ପ୍ରୟାସ କରୁଛନ୍ତି ।

ଆହୁରି ମଧ୍ୟ ଦେଖନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଡିଜିଟାଲ ଆଲୋଚନା

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt disburses Rs 28,748 crore under 14 PLI schemes till December 2025

Media Coverage

Govt disburses Rs 28,748 crore under 14 PLI schemes till December 2025
NM on the go

Nm on the go

Always be the first to hear from the PM. Get the App Now!
...
ଏକ ସରଳ ପଦଯାତ୍ରା ଯାହା କାର୍ଯ୍ୟକର୍ତ୍ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଭୀର ସମ୍ମାନକୁ ପ୍ରକାଶ କରିଥିଲା :ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଜୀ ମନେ ପକାଇଲେ
January 21, 2026

During the National Executive meeting of the Bharatiya Janata Party in Patna, an incident left a lasting impression on the now BJP President Shri Nitin Nabin Ji and offered a quiet yet powerful lesson in leadership.

Senior leaders from across the country were arriving in Patna for a major rally. Nitin Nabin Ji was part of the team responsible for receiving leaders at the airport and escorting them according to protocol. As leaders arrived, they followed the standard process and proceeded directly to their vehicles.

When PM Modi arrived, he was welcomed and requested to move towards the car. Before doing so, he paused and asked whether the karyakartas were waiting outside. On being informed that many karyakartas were standing there, he immediately said that he would like to meet them first.

Instead of sitting in the vehicle, the PM chose to walk on foot. As the car followed behind, he personally greeted the workers, accepted garlands with his own hands, folded his hands in respect and acknowledged each karyakarta present. Only after meeting everyone did he proceed to his vehicle and depart.

Though the conference itself was brief, the gesture left a deep and lasting impact. PM Modi could have easily remained in the car and waved, but he chose to walk alongside the workers and personally honour them. This moment reflected his sensitivity and his belief that every worker, regardless of position, deserves respect.

Nitin Nabin Ji explains that this incident taught him the true meaning of leadership. For Narendra Modi Ji, leadership is rooted in humility, emotional connection and constant engagement with the grassroots. Respect for workers and open communication are not symbolic acts, but core values of all the karyakartas, leaders and the entire Party.

This ethos, where karyakartas are treated with dignity and warmth, defines the BJP’s organisational culture. It is this tradition that strengthens the Party’s roots and prepares ordinary people to shoulder national responsibilities.