ସେୟାର
 
Comments

“ମା ଗଙ୍ଗାଙ୍କୁ ସେବା କରିବା ମୋର ଭାଗ୍ୟ,” ଉତ୍ତର ପ୍ରଦେଶରେ ଗଙ୍ଗା କୂଳରେ ଅବସ୍ଥିତ ବାରଣାସୀରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ 2014 ମେ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମନ୍ତବ୍ୟ ଦେଇଥିଲେ ।

କେବଳ ସାଂସ୍କୃତିକ କିମ୍ବା ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ପାଇଁ ଗଙ୍ଗା ନଦୀ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଦେଶର ଶତକଡା 40 ପ୍ରତିଶତ ଜନସାଧାରଣଙ୍କୁ ଆତିଥେୟତା ପ୍ରଦାନ କରିଥାଏ । 2014ରେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନଠାରେ ଭାରତୀୟ ସମାଜକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଯଦି ଗଙ୍ଗା ନଦୀକୁ ସଫା କରିବାରେ ସମର୍ଥ ହେଉ, ତେବେ ଏହା ଦେଶର ଶତକଡା 40 ପ୍ରତିଶତ ଜନସାଧାରଣଙ୍କ ପାଇଁ ସହାୟକ ହେବ । ତେଣୁ ଗଙ୍ଗାକୁ ସଫା କରିବା ମଧ୍ୟ ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ।”

ଏହି ଅନ୍ତର୍ଦୃଷ୍ଟିକୁ କାର୍ଯ୍ୟରେ ରୂପାନ୍ତରଣ ସ୍ୱରୂପ ସରକାର ଗଙ୍ଗାକୁ ପ୍ରଦୁଷଣ ମୁକ୍ତ ଓ ପୁନର୍ଜୀବିତ କରିବା ପାଇଁ ‘ନମାମି ଗଙ୍ଗେ’ ନାମରେ ଏକ ସମନ୍ୱିତ ଗଙ୍ଗା ସୁରକ୍ଷା ଯୋଜନା ଆରମ୍ଭ କଲେ । 2019-20ସୁଦ୍ଧା ଏହି ନଦୀକୁ ସଫା କରିବା ପାଇଁ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ 20,000 କୋଟି ଟଙ୍କାର ଏକ କାର୍ଯ୍ୟ ଯୋଜନାକୁ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛି । ଏହା ଏକ କେନ୍ଦ୍ରୀୟ ଯୋଜନା ଓ ଏଥିପାଇଁ କେନ୍ଦ୍ର ଶତକଡା 100 ପ୍ରତିଶତ ବ୍ୟୟ ଭାର ଗ୍ରହଣ କରିବା ସହ ଏଥିନିମେନ୍ତ ବଜେଟକୁ 4 ଗୁଣ ବୃଦ୍ଧି କରିଛି ।

ଗଙ୍ଗାକୁ ପୁନର୍ଜୀବିତ କରିବା ପାଇଁ ଯେଉଁସବୁ ଆହ୍ୱାନ ରହିଛି ସେଗୁଡ଼ିକ ବିବିଧ କ୍ଷେତ୍ର ଓ ଦିଗ ବିଶିଷ୍ଟ ଏବଂ ଏଥିନିମନ୍ତେ ବିବିଧ ଭାଗିଦାରୀତାର ମଧ୍ୟ ଆବଶ୍ୟକତା ରହିଛି । ତେଣୁ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସହଯୋଗିତା ସ୍ଥାପନ କରାଯାଇ କାର୍ଯ୍ୟ ଯୋଜନା ସ୍ଥିର କରାଯିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଏହାର ପରିଚାଳନା ପାଇଁ ପ୍ରୟାସ କରାଯାଇଛି ।

ଏହି ଯୋଜନାର କାର୍ଯ୍ୟକାରିତାକୁ ପ୍ରାରମ୍ଭିକ (ତୁରନ୍ତ ଆଖିଦୃଷ୍ଟିଆ ପ୍ରଭାବ ପାଇଁ), ମଧ୍ୟମ ମିଆଦି (5 ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ) ଓ ଦୀର୍ଘ ମିଆଦି (10 ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ) ଆଦି 3ଟି ଭାଗରେ ବିଭକ୍ତ କରାଯାଇଛି । 

ପ୍ରାରମ୍ଭିକ ଯୋଜନା ମଧ୍ୟରେ ରହିଛି ଭାସମାନ କଠିନ ଦ୍ରବ୍ୟସବୁ ହଟାଯାଇ ନଦୀର ଉପରି ଭାଗକୁ ସଫା କରାଯିବ । ପ୍ରଦୁଷଣ(କଠିନ ଓ ତରଳ ପଦାର୍ଥ ଜନିତ) ଦୂର କରିବା ପାଇଁ ଗ୍ରାମାଂଚଳକୁ ପରିସ୍କାର ପରିଚ୍ଛନ୍ନ କରାଯିବ । ଏହାର କାରଣ ହେଲା ଗ୍ରାମାଂଚଳରୁ ଆସୁଥିବା ନର୍ଦ୍ଦମାର ମଇଳା ପାଣି ଯୋଗୁ ହିଁ ପ୍ରଦୁଷଣ ସୃଷ୍ଟି ହୋଇଥାଏ । ତେଣୁ ପାଇଖାନା ଓ ମଶାଣି ଆଦିର ନିର୍ମାଣ, ପୁନନିର୍ମାଣ କିମ୍ବା ପୁନରୁଦ୍ଧାର କରାଯିବ । ମଶାଣି ସୁବିଧା ନଥିବାରୁ ପୋଡା ହୋଇନଥିବା କିମ୍ବା ଅଧା ପୋଡା ହୋଇଥିବା ଶବଗୁଡ଼ିକ ପାଣିରେ ମିଶିବା ଫଳରେ ପ୍ରଦୁଷଣ ବଢ଼ିଥାଏ । ନଦୀର ବ୍ୟବହାରକୁ ସୁସଙ୍ଗତ କରିବା ପାଇଁ ଘାଟ ଗୁଡ଼ିକୁ ଅତ୍ୟାଧୁନିକ ଢ଼ଙ୍ଗରେ ନିର୍ମାଣ କିମ୍ବା ମରାମତି କରାଯିବ ।

ମଧ୍ୟମ ମିଆଦି ଯୋଜନା ପୌରାଂଚଳ ଓ ଶିଳ୍ପ କାରଖାନା ମାନଙ୍କରୁ ନିର୍ଗତ ବର୍ଜ୍ୟବସ୍ତୁ କିପରି ନଦୀରେ ମିଶି ପ୍ରଦୁଷଣ ସୃଷ୍ଟି ନକରେ ତା’ ଉପରେ ଗୁରୁତ୍ୱ ଦେବ । ମୁନିସପାଲ ନର୍ଦ୍ଦମା ମାଧ୍ୟମରେ ପ୍ରଦୁଷଣ ରୋକାଯିବା ଉଦ୍ଦେଶ୍ୟରେ ଆଗାମୀ 5 ବର୍ଷ ମଧ୍ୟରେ ଏହାର ଧାରକ କ୍ଷମତାକୁ 2500 ଏମଏଲଡିକୁ ବୃଦ୍ଧି କରାଯିବ । ଦୀର୍ଘ ମିଆଦ ଭିତ୍ତିରେ ଏହ କାର୍ଯ୍ୟକ୍ରମକୁ ଫଳପ୍ରଦ, ସ୍ଥାୟୀ ଓ ଉତ୍ତରଦାୟୀ କରିବା ପାଇଁ ବଡ ଧରଣର ଆର୍ଥିକ ସଂସ୍କାର ଅଣାଯିବ । ସରକାରି ଓ ଘରୋଇ ଭାଗିଦାରିତା ମଡେଲରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ନିମନ୍ତେ କ୍ୟାବିନେଟରେ ଏବେ ବିଚାର କରାଯାଉଛି । ଯଦି ଏହା ଅନୁମୋଦନ ଲାଭ କରେ ତେବେ ବଡବଡ ସହରମାନଙ୍କରେ ସ୍ୱତନ୍ତ୍ର ଭାବେ ନିର୍ମିତ ଗାଡି ଦ୍ୱାରା ବର୍ଜ୍ୟବସ୍ତୁ ନିସ୍କାସନ କରାଯିବ । ନିସ୍କାସିତ ପାଣିର ପୁନର୍ବ୍ୟବହାର ହୋଇପାରୁଥିବା ବ୍ୟବସ୍ଥାଭିତ୍ତିକ ବଜାର ନିର୍ମାଣ କରାଯିବ ଓ ବିଭିନ୍ନ ପଦାର୍ଥଗୁଡ଼ିକ କିପରି ଦୀର୍ଘଦିନ ବ୍ୟବହାରକ୍ଷମ ହୋଇପାରିବ ତାହା ନିଶ୍ଚିତ କରାଯିବ ।

ଶିଳ୍ପ କାରଖାନା ମାନଙ୍କରୁ ନିର୍ଗତ ପ୍ରଦୁଷଣକୁ ରୋକାଯିବା ପାଇଁ ଆଇନଗତ ପଦକ୍ଷେପ ମାଧ୍ୟମରେ ଏଗୁଡ଼ିକୁ ସୁବ୍ୟବସ୍ଥିତ କରାଯିବା ପାଇଁ ସହମତି ସୃଷ୍ଟି କରାଯିବ । ଗଙ୍ଗା ନିକଟରେ ଅବସ୍ଥିତ ଅଧିକ ପ୍ରଦୁଷଣ ସୃଷ୍ଟି କରୁଥିବା ଶିଳ୍ପ କାରଖାନାମାନଙ୍କୁ ଖୁବ କମ କିମ୍ବା ଆଦୌ ତରଳ ବର୍ଜ୍ୟବସ୍ତୁ ନଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଏହି ସବୁ ଦିଗରେ ସଫଳତା ହାସଲ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଓ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କ ସହ ଏ ସମ୍ବନ୍ଧରେ ସବିସ୍ତାର ଭାବେ ପରାମର୍ଶ କରାଯାଇ ଏହାର କାର୍ଯ୍ୟକାରିତା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ଶିଳ୍ପ ପ୍ରତିଷ୍ଠାନକୁ ରିଅଲ ଟାଇମ ଅନ-ଲାଇନ ଶିଳ୍ପବର୍ଜ୍ୟ ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ପଡିବ ।

ଏସବୁ ବ୍ୟତୀତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା, ଜଙ୍ଗଲ ସୃଷ୍ଟି, ଜଳର ଗୁଣାତ୍ମକ ମାନ ପରୀକ୍ଷା ମଧ୍ୟ କରାଯାଉଛି । ଡଲଫିନ, ଘଡିଆଳ, କଇଁଚ ଏବଂ ଓଧ ପ୍ରମୁଖ ଦୁର୍ଲ୍ଲଭ ଜୀବମାନଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସାରିଛି । ସେହିପରି ‘ନମାମି ଗଙ୍ଗେ’ ଅଧୀନରେ ଜଳସ୍ତର ବୃଦ୍ଧି, ମୃତ୍ତିକା କ୍ଷୟ ହ୍ରାସ ଓ ନଦୀ ଜୈବ ମଣ୍ଡଳର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ 30,000 ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରାଯିବ । 2016ରୁ ଏହି ଜଙ୍ଗଲ ସୃଷ୍ଟି କାର୍ଯ୍ୟକ୍ରମ ଆରମ୍ଭ ହେବ । ଜଳର ଗୁଣାତ୍ମକ ମାନ ପରିଚାଳନା କରିବା ପାଇଁ 113ଟି ଜଳ ଗୁଣାତ୍ମକ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଦୀର୍ଘକାଳିନ ଭିତ୍ତିରେ ଇ-ପ୍ରବାହ, ଜଳ ବ୍ୟବହାରରେ ସକ୍ଷମତା ଓ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଅଣାଯାଇ ନଦୀରେ ପ୍ରଚୁର ଜଳ ପ୍ରବାହିତ କରିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି ।

ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଗୁରୁତ୍ୱ ଦୃଷ୍ଟିରୁ ଏବଂ ବିଭିନ୍ନ ବ୍ୟବହାର ପାଇଁ ଗଙ୍ଗା ଜଳକୁ ବ୍ୟବହାର କରାଯାଇଥିବାରୁ ଏହି ନଦୀକୁ ସଫା କରିବା ଏକ ଜଟିଳ ପ୍ରକ୍ରିୟା । ବିଶ୍ୱରେ ଏପରି ଜଟିଳ ଯୋଜନା କେବେହେଲେ ମଧ୍ୟ କାର୍ଯ୍ୟକାରୀ କରାଯାଇ ନାହିଁ । ଏହି ଯୋଜନାର ସଫଳତା ପାଇଁ ବିଭିନ୍ନ ବର୍ଗର ପ୍ରତ୍ୟେକ ନାଗରିକ ଏଥିରେ ଅଂଶଗ୍ରହଣ କରିବା ଆବଶ୍ୟକ । ଗଙ୍ଗା ନଦୀର ସଫେଇ କାର୍ଯ୍ୟ ପାଇଁ ଆମେମାନେ ସମସ୍ତେ ବିଭିନ୍ନ ଉପାୟରେ ଯୋଗଦାନ କରିପାରିବା ।

  • ଆର୍ଥିକ ଯୋଗଦାନ: ଗଙ୍ଗା ଭଳି ବିରାଟ ନଦୀର ଗୁଣାତ୍ମକ ମାନ ବଜାୟ ରଖିବାକୁ ହେଲେ ବହୁ ଅଧିକ ପୁଞ୍ଜିନିବେଶ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ସରକାର ବଜେଟରେ 4 ଗୁଣ ଅଧିକ ଅର୍ଥ ବରାଦ କରିଛନ୍ତି । ମାତ୍ର ଆବଶ୍ୟକତା ଅନୁସାରେ ଏହା ଯଥେଷ୍ଟ ହେବ ନାହିଁ । ଗଙ୍ଗା ସଫେଇ ଅନୁଦାନ ଯୋଜନା ପ୍ରତିଷ୍ଠା କରାଯାଇଛି ଏବଂ ଗଙ୍ଗା ନଦୀକୁ ସଫା କରିବା ପାଇଁ ଏଥିରେ ସମସ୍ତେ ଅନୁଦାନ ରାଶିର ଯୋଗଦାନ କରିପାରିବେ ।
  • ପୁନର୍ବ୍ୟବହାର ଓ ପୁନରୁଦ୍ଧାର: ଆମ ଭିତରୁ ଅଧିକାଂଶ ଜାଣନ୍ତି ନାହିଁ ଯେ ଆମେ ଘରେ ଯେଉଁ ପାଣିର ବ୍ୟବହାର କରୁ ତାକୁ ଠିକ ଜାଗାକୁ ଛାଡି ନଥାଉ କିମ୍ବା ଅଳିଆକୁ ଠିକ ସ୍ଥାନରେ ପକାଇ ନଥାଉ ଓ ଏଗୁଡ଼ିକ ନଦୀରେ ପ୍ରବେଶ କରିଥାଏ । ସରକାର ନର୍ଦମା ନିଷ୍କାସନ ବ୍ୟବସ୍ଥାର ନିର୍ମାଣ କରୁଛନ୍ତି । ମାତ୍ର ନାଗରିକମାନେ ଜଳର ବ୍ୟବହାର କମ କରିବା ସହ କମ ଆବର୍ଜନା ସୃଷ୍ଟି କରିବା ଦରକାର । ବ୍ୟବହୃତ ଜଳ, ଜୈବ ଆବର୍ଜନା ଏବଂ ପ୍ଲାଷ୍ଟିକର ପୁନର୍ବ୍ୟବହାର ଓ ପୁନରୁଦ୍ଧାର ଦ୍ୱାରା ଏହି ଯୋଜନାକୁ ଲାଭ ମିଳିପାରିବ।

 Lଆସନ୍ତୁ ଆମ ଜାତୀୟ ନଦୀ ଗଙ୍ଗାକୁ ବଂଚାଇବା ପାଇଁ ଆମେ ସମସ୍ତେ ହାତ ମିଳାଇବା । ଗଙ୍ଗା ହେଉଛି ଆମ ସଭ୍ୟତାର ପ୍ରତୀକ ଏବଂ ଆମ ସଂସ୍କୃତି ଓ ଐତିହ୍ୟର ସୂତ୍ରଧର । 

Pariksha Pe Charcha with PM Modi
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
FDI hits all-time high in FY21; forex reserves jump over $100 bn

Media Coverage

FDI hits all-time high in FY21; forex reserves jump over $100 bn
...

Nm on the go

Always be the first to hear from the PM. Get the App Now!
...
PM Modi Adorns Colours of North East
March 22, 2019
ସେୟାର
 
Comments

The scenic North East with its bountiful natural endowments, diverse culture and enterprising people is brimming with possibilities. Realising the region’s potential, the Modi government has been infusing a new vigour in the development of the seven sister states.

Citing ‘tyranny of distance’ as the reason for its isolation, its development was pushed to the background. However, taking a complete departure from the past, the Modi government has not only brought the focus back on the region but has, in fact, made it a priority area.

The rich cultural capital of the north east has been brought in focus by PM Modi. The manner in which he dons different headgears during his visits to the region ensures that the cultural significance of the region is highlighted. Here are some of the different headgears PM Modi has carried during his visits to India’s north east!