ପିଏମ୍ କୌଶଳ ବିକାଶ ଯୋଜନା ଦ୍ୱାରା ପ୍ରଶିକ୍ଷିତ ମୁମ୍ବାଇର ମେଘନା ଆମେରିକା ଏବଂ କାନାଡାକୁ ହାତ ତିଆରି ରେଜେଇ ରପ୍ତାନି କରୁଛନ୍ତି
ପ୍ରଧାନମନ୍ତ୍ରୀ ତାଙ୍କୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ମୁମ୍ବାଇର ଜଣେ ଏକକ ମାଆ  ତଥା ଭିବିଏସ୍‌ୱାଇ ହିତାଧିକାରୀ ମେଘନା, ଯିଏ କି ଏକ କ୍ୟାଟରିଂ ବ୍ୟବସାୟର ମାଲିକ ଅଟନ୍ତି, ସେ ମୁଦ୍ରା ଯୋଜନା ମାଧ୍ୟମରେ ୯୦,୦୦୦ ଟଙ୍କାର ଋଣ ନେବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ , ଯାହା ତାଙ୍କୁ ବାସନ କିଣିବା ଏବଂ ତାଙ୍କ ବ୍ୟବସାୟକୁ ଆଗକୁ ନେବାରେ ସାହାଯ୍ୟ କରିଥିଲା । ମୁଦ୍ରା ଯୋଜନା ଏବଂ ସ୍ୱନିଧି ଯୋଜନା ସହାୟତାରେ ସେ ନିଜର କ୍ୟାଟରିଂ ବ୍ୟବସାୟ ସମ୍ପ୍ରସାରଣ  କରିଥିବାରୁ ବର୍ତ୍ତମାନ ଫ୍ରାନ୍ସରେ ପଢୁଥିବା ତାଙ୍କ ପୁଅ ପାଇଁ ଶିକ୍ଷା ଋଣ ପାଇଥିବା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ।

ଋଣ ଆବେଦନର ସରଳ ପ୍ରକ୍ରିୟା ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିବା ଉପରେ ଶ୍ରୀମତୀ ମେଘନା ସୂଚନା ଦେଇଥିଲେ ଯେ ଆବେଦନର ୮ ଦିନ ମଧ୍ୟରେ ସେ ଋଣ ପାଇଛନ୍ତି ଏବଂ ସେ ମଧ୍ୟ ଠିକ୍ ସମୟରେ ଋଣ ପରିଶୋଧ କରନ୍ତି । ସ୍ୱନିଧି ଯୋଜନା ଅଧୀନରେ ପୂର୍ବ ଋଣ ଠିକ୍ ସମୟରେ ପରିଶୋଧ କରିବା ସହିତ ସୁଧ ହାର ହ୍ରାସ କରିବାର ସୁବିଧା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ ସେ ଏହି ଯୋଜନା ଅଧୀନରେ ଆଉ କୌଣସି ଋଣ ପାଇଁ ଆବେଦନ କରିଛନ୍ତି କି? ଶ୍ରୀମତୀ ମେଘନା ଭବିଷ୍ୟତ ଋଣ ପାଇଁ ଆବେଦନ କରିବାକୁ ଇଚ୍ଛା ପ୍ରକାଶ କରିବା ସହ ତାଙ୍କ କ୍ୟାଟରିଂ ବ୍ୟବସାୟରେ ୨୫ ଜଣ ମହିଳାଙ୍କୁ ନିୟୋଜିତ କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପିଏମ୍ କୌଶଳ ବିକାଶ ଯୋଜନା ଅଧୀନରେ ୧୦୦ ଜଣ ମହିଳା ନିୟୋଜିତ ଥିବା ବେଳେ ସେଠାରେ ଟେଲରିଂ ପାଇଁ ପ୍ରଶିକ୍ଷଣ ନେବା ଏବଂ ଆମେରିକା ଏବଂ କାନାଡାକୁ ହାତ ତିଆରି ରେଜେଇ ରପ୍ତାନି କରିବା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ । ଶ୍ରୀମତୀ ମେଘନା ଉପଲବ୍ଧ ସମସ୍ତ ସରକାରୀ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସମୁଦାୟର ଲୋକମାନଙ୍କୁ ଏହାର ଲାଭ ଉଠାଇବାକୁ ଅନୁରୋଧ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ମେଘନାଙ୍କ ସଫଳତା କେବଳ ତାଙ୍କ ପାଇଁ ନୁହେଁ , ବରଂ ଅନ୍ୟ ମହିଳାମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଏବଂ ଏଭଳି ନିଷ୍ଠାପର ଲୋକଙ୍କ ସେବା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s auto sales hit record high in Q1; PVs log 26% growth: SIAM

Media Coverage

India’s auto sales hit record high in Q1; PVs log 26% growth: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings of Lord Jagannath
July 16, 2026

The Prime Minister, Shri Narendra Modi, shared a Sanskrit Subhashitam, seeking blessings of Lord Jagannath on the sacred occasion of Rath Yatra:

“देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥"

Shri Modi also expressed the hope that the divine grace of Lord Jagannath would infuse new energy into the lives of all countrymen.

The Prime Minister posted on X:

महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।

देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥