ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ମିଷ୍ଟର ରବି କରୁଣାନାୟକେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ବିଗତ ମାସରେ ଆନ୍ତର୍ଜାତିକ ଭେସକ ଦିବସ ଅବସରରେ ତାଙ୍କ ଶ୍ରୀଲଙ୍କା ଗସ୍ତ ସଫଳ ଏବଂ ସ୍ମରଣୀୟ ଥିବା କଥା ଦୋହରାଇଥିଲେ ।ମିଷ୍ଟର କରୁଣାନାୟକେ ନୂତନ ଭାବେ ସେଠାକାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଶ୍ରୀଲଙ୍କାରେ ସାମ୍ପ୍ରତିକ ବନ୍ୟା ଓ ଭୂ-ସ୍ଖଳନରେ ବ୍ୟାପକ ଧନ ଜୀବନ ହାନି ଯୋଗୁଁ ପ୍ରଧାନମନ୍ତ୍ରୀ ତାଙ୍କର ଶୋକ ଓ ବ୍ୟଥା ଜଣାଇଥିଲେ । ଏହି ପରିସ୍ଥିତିରେ ଶ୍ରୀଲଙ୍କାକୁ ସମସ୍ତ ପ୍ରକାର ସହାୟତା ଜାରି ରଖିବା ନେଇ ଭାରତର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ ।
ବୈଦେଶିକ ମନ୍ତ୍ରୀ ରବି କରୁଣାନାୟକେ ଭାରତର ତ୍ଵରିତ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ସହିତ ଶ୍ରୀଲଙ୍କାର ଭାଗୀଦାରିତାକୁ ମଜବୁତ କରିବା ଦିଗରେ ତାଙ୍କ ସରକାର ଅଙ୍ଗୀକାରବଦ୍ଧ ବୋଲି ଆଲୋଚନା କାଳରେ କରୁଣାନାୟକେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।
Mr. Ravi Karunanayake, the Foreign Minister of Sri Lanka met PM @narendramodi. pic.twitter.com/MVu3KB7Qsq
— PMO India (@PMOIndia) June 6, 2017


