ରାଇସିନା ଆଲୋଚନା ଅବସରରେ 12ଟି ରାଷ୍ଟ୍ରର ମନ୍ତ୍ରୀସ୍ତରୀୟ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ।

ଲାଟଭିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ ଏଡଗାର୍ସ ରିଙ୍କେଭିକ୍ସ, ଉଜବେକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ ଅବଦୁଲ୍ଲାଜିଜ କାମିଲୋଭ, ହଙ୍ଗେରୀ ବୈଦେଶିକ ବ୍ୟପାର ଓ ବାଣିଜ୍ୟ ମନ୍ତ୍ରୀ ମିଃ ପିଟର ଜିଜାର୍ଟୋ, ଆଫଗାନିସ୍ତାନର ଜାତୀୟ ପରାମର୍ଶଦାତା ଡ. ହମଦୁଲ୍ଲା ମୋହିବ, ଚେକ ଗଣରାଜ୍ୟର ବୈଦେଶିକ ବ୍ୟାପାର ମନ୍ତ୍ରୀ ଟୋମାସ ପେଟ୍ରିସେକ, ମାଳଦୀପ ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ ଅବଦୁଲ୍ଲା ଶାହିଦ, ବାଂଲାଦେଶ ସୂଚନା ମନ୍ତ୍ରୀ ଡ. ହସନ ମହମଦ, ଏସ୍ଟୋନିଆ ବୈଦେଶିକ ମନ୍ତ୍ରୀ ଉରମାସ ରେନସାଲୁ, ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ସମ୍ପର୍କ ଓ ସହଯୋଗ ମନ୍ତ୍ରୀ ଡ. ନାଲେଦି ପାନ୍ଦୋର, ଡେନମାର୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଃ ଜେପୀ କୋଫୋଡ, ରାଜ୍ୟଗୋଷ୍ଠୀ ମହାସଚିବ ପ୍ୟାଟ୍ରିସିଆ ସ୍କଟଲ୍ୟାଣ୍ଡ, ସାଙ୍ଘାଇ ସହଯୋଗ ସଂଗଠନର ମହାସଚିବ ମିଃ ଭ୍ଳାଦିମିର ନୋରୋଭ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ମଣ୍ଡଳୀକୁ ଭାରତରେ ସ୍ୱାଗତ କରିଥିଲେ ଏବଂ ରାଇସିନା ଆଲୋଚନା 2020ରେ ଅଂଶଗ୍ରହଣ ଲାଗି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଦ୍ରୁତ ଏବଂ ସମାବେଶୀ ସାମାଜିକ-ଅର୍ଥନୈତିକ ବିକାଶ ଲାଗି ସରକାରଙ୍କ ଦ୍ୱାରା ନିଆଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । ଏଥିସହିତ ବୃହତ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଏସବୁ ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts