PM Modi holds meeting to review the preparedness for rollout of GST
PM Modi reviews the progress made on various steps needed for the rollout of GST
 
ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଚାଲିଥିବା ପ୍ରସ୍ତୁତିର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 14, 2016ରେ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, ଉଭୟ ଅର୍ଥ ରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଗାମୀ ଏପ୍ରିଲ 1, 2017 ତାରିଖରୁ ବସ୍ତୁ ଓ ସେବା କର ବ୍ୟବସ୍ଥାର କାର୍ଯ୍ୟକାରୀତାକୁ ସୁନିଶ୍ଚିତ କରିବା ପାଇଁ ସଂପୃକ୍ତ ବୈଠକ ହୋଇଥିଲା । ମଡେଲ ବସ୍ତୁ ଓ ସେବା କର ଆଇନ ପ୍ରସ୍ତୁତ କିରବା ଦିଗରେ ବିଭିନ୍ନ ପଦକ୍ଷେପଗୁଡିକର ଅଗ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । କେନ୍ଦ୍ର ଏବଂ ରାଜ୍ୟରେ ଆଇଟି ଭିତ୍ତିଭୂମିର ପ୍ରତିଷ୍ଠା, କେନ୍ଦ୍ର ଏବଂ ରାଜ୍ୟ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ସହିତ ବ୍ୟାପାର ଏବଂ ଉଦ୍ୟୋଗଗୁଡିକୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରାଯାଇଥିଲା । ଏପ୍ରିଲ 1, 2017 ଅବ୍ୟବହିତ ପୂର୍ବରୁ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନୁଚ୍ଛେଦ 279A ଅଧିନରେ ବସ୍ତୁ ଓ ସେବା କର ପରିଷଦର ବିଭିନ୍ନ ସମୟରେ ବାରମ୍ବାର ବୈଠକ ବସି ସରକାରଙ୍କୁ ନିହାତି ଆବଶ୍ୟକ ହେଉଥିବା ସୁପାରିଶମାନ କରିବେ । ମଡେଲ ବସ୍ତୁ ଓ ସେବା କର ଆଇନ, ଜିଏସଟି ଦର ନିର୍ଦ୍ଧାରଣ, କୌଣସି ଜିନିଷ ଉପରେ ଜିଏସଟି ଲାଗୁ ହେବ କି ନହେବ ସେହି ସବୁ ବିଷୟ ଉପରେ ବସ୍ତୁ ଓ ସେବା କର ପରିଷଦ ମତାମତ ପ୍ରଦାନ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint

Media Coverage

Led by iPhones, ‘Made in India’ smartphone exports grow 28% y-o-y in CY25: Counterpoint
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength