ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ଅନୁଷ୍ଠିତ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତି ମି. ଜେୟର ମେସିୟସ ବୋଲସୋନାରୋଙ୍କୁ ଭେଟିଛନ୍ତି ।

2020 ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ କରିଥିଲେ । ଏହି ନିମନ୍ତ୍ରଣକୁ ବ୍ରାଜିଲ ରାଷ୍ଟ୍ରପତି ଆନନ୍ଦର ସହ ଗ୍ରହଣ କରିଥିଲେ ।

ଏହି ଅବସରରେ ଦୁଇ ଦେଶ ସେମାନଙ୍କ ରଣନୈତିକ ଭାଗିଦାରୀକୁ ବ୍ୟାପକ ଭାବେ ବୃଦ୍ଧି କରିପାରିବେ ବୋଲି ଉଭୟ ନେତା ସହମତି ପ୍ରକାଶ କରିଥିଲେ । ବ୍ୟବସାୟ ପ୍ରସଙ୍ଗରେ ଆଲୋଚନା କରିବା ନେଇ ଆଗ୍ରହୀ ଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଥିଲେ । ସେ ମଧ୍ୟ କୃଷି ଉପକରଣ, ପଶୁପାଳନ, ଅମଳ ପରବର୍ତ୍ତି ପ୍ରଯୁକ୍ତି ଓ ଜୈବ ଇନ୍ଧନ ସମେତ ବ୍ରାଜିଲ ପାଇଁ ନିବେଶ ସୁଯୋଗ ଥିବା ଅନ୍ୟାନ୍ୟ ସମ୍ଭାବ୍ୟ କ୍ଷେତ୍ର ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ।

 

ଏନେଇ ବ୍ରାଜିଲର ରାଷ୍ଟ୍ରପତି ପ୍ରସ୍ତୁତ ବୋଲି ପ୍ରକାଶ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ସହିତ ଭାରତକୁ ଏକ ବଡ ବ୍ୟବସାୟିକ ପ୍ରତିନିଧି ଦଳ ଯାତ୍ରା କରିବେ । ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ର ସମେତ ସହଯୋଗର ଅନ୍ୟ କ୍ଷେତ୍ର ସମ୍ବନ୍ଧରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ଭାରତୀୟ ନାଗରିକମାନଙ୍କୁ ଭିସା ମୁକ୍ତ ଯାତ୍ରା ପାଇଁ ଅନୁମୋଦନ ପ୍ରଦାନ ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari