ପ୍ରଧାନମନ୍ତ୍ରୀ ୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେ
ଏଥିରେ ଅମୃତ ଓ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର୍ଧନ ଯୋଜନା ଅଧୀନରେ ଥିବା ପ୍ରକଳ୍ପ ସାମିଲ
ସ୍ୱଚ୍ଛତା ହିଁ ସେବା ୨୦୨୪ର ବିଷୟବସ୍ତୁ: ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’

ସ୍ୱଚ୍ଛତା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜନ ଆନ୍ଦୋଳନ - ସ୍ୱଚ୍ଛ ଭାରତ ମିଶନ  ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୯୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିମଳ ଏବଂ ସ୍ୱଚ୍ଛତା ସହ ଜଡିତ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏଥିରେ ଅମୃତ ଓ ଅମୃତ ୨.୦ ଅଧୀନରେ ସହରାଞ୍ଚଳ ଜଳ ଓ ନର୍ଦ୍ଦମା ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ୬,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ, ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନ ଅଧୀନରେ ଗଙ୍ଗା ଅବବାହିକା ଅଞ୍ଚଳରେ ଜଳର ଗୁଣବତ୍ତା ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଆଣିବା ଲାଗି ୧୫୫୦ କୋଟିରୁ ଅଧିକ ଟଙ୍କାର ୧୦ଟି ପ୍ରକଳ୍ପ ଏବଂ ଗୋବର୍ଦ୍ଧନ ଯୋଜନା ଅଧୀନରେ ୧୩୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି କମ୍ପ୍ରେସ୍‌ଡ୍‌ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ପ୍ରକଳ୍ପ ସାମିଲ ରହିଛି ।

ସ୍ୱଚ୍ଛ ଭାରତ ଦିବସ କାର୍ଯ୍ୟକ୍ରମ ଭାରତର ଏକ ଦଶନ୍ଧି ଧରି ପରିମଳ ଉପଲବ୍ଧି ଏବଂ ନିକଟରେ ଶେଷ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଥିବା ଉପଲବ୍ଧିଗୁଡ଼ିକୁ ପ୍ରଦର୍ଶିତ କରିବ । ଏହି ଜାତୀୟ ପ୍ରୟାସର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମଧ୍ୟ ଏହି କାର୍ଯ୍ୟକ୍ରମ ମଞ୍ଚ ପ୍ରସ୍ତୁତ କରିବ। ଏଥିରେ ସ୍ଥାନୀୟ ସରକାରୀ ସଂସ୍ଥା, ମହିଳା ଗୋଷ୍ଠୀ, ଯୁବ ସଂଗଠନ ଏବଂ ସାମାଜିକ ନେତୃବୃନ୍ଦଙ୍କ ଦେଶବ୍ୟାପୀ ଅଂଶଗ୍ରହଣ ସହିତ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ଭାବନା ଭାରତର କୋଣ ଅନୁକୋଣରେ ପହଞ୍ଚାଇବାକୁ ସୁନିଶ୍ଚିତ କରାଯିବ।

ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ର ବିଷୟବସ୍ତୁ ‘ସ୍ୱାଭିମାନ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’ ପୁଣି ଥରେ ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ଲାଗି ପ୍ରତିବଦ୍ଧତାକୁ ନେଇ ସାରାଦେଶକୁ ଏକଜୁଟ କରିଛି । ସ୍ୱଚ୍ଛତା ହିଁ ସେବା ୨୦୨୪ ଅଧୀନରେ ୧୭ କୋଟିରୁ ଅଧିକ ଲୋକଙ୍କ ଭାଗିଦାରୀରେ ୧୯.୭୦ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। ପାଖାପାଖି ୬.୫ ଲକ୍ଷ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟରେ ପରିବର୍ତ୍ତନ ଅଣାଯାଇପାରିଛି । ପାଖାପାଖି ୧ ଲକ୍ଷ ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ୩୦ ଲକ୍ଷରୁ ଅଧିକ ସଫେଇ ମିତ୍ର ଉପକୃତ ହୋଇଛନ୍ତି। ସେହିପରି ‘‘ମା’ଙ୍କ ପାଇଁ ଗଛଟିଏ’’ ଅଭିଯାନରେ ୪୫ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Electronics manufacturing leads PLI scheme as production jumps 146%: Report

Media Coverage

Electronics manufacturing leads PLI scheme as production jumps 146%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 18, 2026
January 18, 2026

Cultural Pride and Economic Power: Celebrating PM Modi's Regional Revolutions