କ୍ରମିକ ସଂଖ୍ୟା

ବୁଝାମଣା/ଚୁକ୍ତି

ଉଦ୍ଦେଶ୍ୟ

ଭାରତ ଓ କୁଏତ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଉପରେ ବୁଝାମଣା

ଏହି ବୁଝାମଣା ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସଂସ୍ଥାପନ କରିବ । ସହଯୋଗର ପ୍ରମୁଖ କ୍ଷେତ୍ରଗୁଡିକ ହେଉଛି ତାଲିମ, କର୍ମଚାରୀ ଏବଂ ବିଶେଷଜ୍ଞଙ୍କ ଆଦାନପ୍ରଦାନ, ମିଳିତ ସୈନ୍ୟ ଅଭ୍ୟାସ, ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ, ପ୍ରତିରକ୍ଷା ଉପକରଣ ଯୋଗାଣ ଏବଂ ଅନୁସନ୍ଧାନ ତଥା ବିକାଶରେ ସହଯୋଗ ।

 

୨୦୨୫-୨୯ ବର୍ଷ ପାଇଁ ଭାରତ ଓ କୁଏତ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (ସିଇପି)।

କଳା, ସଙ୍ଗୀତ, ନୃତ୍ୟ, ସାହିତ୍ୟ ଏବଂ ଥିଏଟର, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ସଂସ୍କୃତି କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ତଥା ଉତ୍ସବର ଆୟୋଜନ କ୍ଷେତ୍ରରେ ସିଇପି ଅଧିକ ସାଂସ୍କତିକ ଆଦନ ପ୍ରଦାନକୁ ସହଜ କରିବ ।

 

କ୍ରୀଡା କ୍ଷେତ୍ରରେ ସହଯୋଗ ପାଇଁ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ (ଇପି)

କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ଭାରତ ଏବଂ କୁଏତ ମଧ୍ୟରେ କ୍ରୀଡା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବ, ଯେଉଁଥିରେ ଅଭିଜ୍ଞତା ବାଣ୍ଟିବା ପାଇଁ କ୍ରୀଡା ନେତୃତ୍ୱଙ୍କ ଯାତ୍ରାକୁ  ପ୍ରୋତ୍ସାହିତ କରିବା, କ୍ରୀଡା କ୍ଷେତ୍ରରେ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପରେ ଅଂଶଗ୍ରହଣ, ଖେଳ ଔଷଧ, ଖେଳ ପରିଚାଳନା ଖେଳ ମିଡିଆ, ଖେଳ ବିଜ୍ଞାନ ଆଦି କ୍ଷେତ୍ରରେ ଜ୍ଞାନ ଆଦାନ ପ୍ରଦାନ ସାମିଲ ରହିଛି ।

ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍‌ଏ)ରେ କୁଏତର ସଦସ୍ୟତା

ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍‌ଏ) ସାମୂହିକ ଭାବରେ ସୌର ଶକ୍ତି ନିୟୋଜନକୁ ଆବୃତ କରେ ଏବଂ ସଦସ୍ୟ ଦେଶମାନଙ୍କୁ ସ୍ୱଳ୍ପ କାର୍ବନ ବିକାଶ ପଥ ବିକଶିତ କରିବାକୁ ସହାୟତା କରିବା ପାଇଁ ସୌର ଶକ୍ତିର ବ୍ୟବହାରକୁ ବଢ଼ାଇବାରେ ଆଗାମୀ ପ୍ରମୁଖ ଆହ୍ୱାନକୁ ସମ୍ବୋଧିତ କରିଥାଏ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees

Media Coverage

Foreign traveller calls India's Vande Bharat sleeper a “Five-Star Hotel on Rails”; and the Internet agrees
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 18, 2026
July 18, 2026

From Solar Canals to Hydrogen Mobility: Hon’ble PM Modi’s Blueprint for a Sustainable & Self-Reliant India