କ୍ରମିକ ସଂଖ୍ୟା

ବୁଝାମଣାପତ୍ର / ଚୁକ୍ତିନାମାର ନାମ

 

ବର୍ଣ୍ଣନା

 

୧.

ଭୂଭୌତିକ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ଏହି ବୁଝାମଣାପତ୍ର ଉନ୍ନତ ଭୂଭୌତିକ ଏବଂ ଏଆଇ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଖଣିଜ ଅନୁସନ୍ଧାନରେ ଭାରତ-ଇସ୍ରାଏଲ୍ ସହଯୋଗକୁ ବୃଦ୍ଧି କରୁଛି, ଯାହା ତଥ୍ୟ ଆଦାନପ୍ରଦାନ, ନିବେଶ ଏବଂ ସ୍ଥାୟୀ ସମ୍ବଳ ବିକାଶକୁ ପ୍ରୋତ୍ସାହିତ କରୁଛି ।

୨.

ଗୁଜରାଟର ଲୋଥାଲାଟରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ଟ (ଏନ୍‌ଏମ୍‌ଏଚ୍‌ସି) ବିକାଶ ପାଇଁ ବୁଝାମଣାପତ୍ର

ଏହି ବୁଝାମଣାପତ୍ର ପ୍ରଦର୍ଶନୀ, ଗବେଷଣା, ପ୍ରକାଶନ ଏବଂ ବିଶେଷଜ୍ଞତା ବିନିମୟ ମାଧ୍ୟମରେ ସହଭାଗୀ ସାମୁଦ୍ରିକ ଐତିହ୍ୟକୁ ପାଳନ କରିବା ପାଇଁ ଭାରତ-ଇସ୍ରାଏଲ୍ ସହଯୋଗକୁ ପ୍ରୋତ୍ସାହିତ କରେ, ଯାହା ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର ଏବଂ ବ୍ୟାପକ ଜନସାଧାରଣ ସମ୍ପର୍କକୁ ସମର୍ଥନ କରେ ।

୩.

 

୨୦୨୬-୨୦୨୯ ଅବଧି ପାଇଁ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ

ଏହି ସିଇପି ସଙ୍ଗୀତ, ନାଟ୍ୟ, ଦୃଶ୍ୟ କଳା, ନୃତ୍ୟ ଏବଂ ଅନ୍ୟାନ୍ୟ ସୃଜନଶୀଳ କ୍ଷେତ୍ରରେ ଆଦାନପ୍ରଦାନ ମାଧ୍ୟମରେ ଉତ୍ସବ, କର୍ମଶାଳା ଏବଂ ବିଶେଷଜ୍ଞ ଗସ୍ତ ମାଧ୍ୟମରେ ଭାରତ-ଇସ୍ରାଏଲ୍ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରେ, ଯାହା ପାରସ୍ପରିକ ବୁଝାମଣାକୁ ଗଭୀର କରିଥାଏ ।

 

୪.

ୟୁପିଆଇ କାର୍ଯ୍ୟାନ୍ୱୟନ ପାଇଁ ଏନ୍‌ପିସିଆଇ ଇଣ୍ଟରନ୍ୟାସନାଲ୍ (ଏନ୍‌ଆଇପିଏଲ୍‌) ଏବଂ ଇସ୍ରାଏଲ୍‌ର ଏମ୍‌ଏଏସ୍‌ଏଭି ମଧ୍ୟରେ ବୁଝାମଣାପତ୍ର

ଏହି ବୁଝାମଣାପତ୍ରର ଲକ୍ଷ୍ୟ ହେଉଛି ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ସୀମାପାର ଟଙ୍କା ପଠାଇବାକୁ ସକ୍ଷମ କରିବା ।

 

୫.

ଭାରତ-ଇସ୍ରାଏଲ୍ କୃଷି ନବାଚାର କେନ୍ଦ୍ର (ଆଇଆଇଏନ୍‌ସିଏ) ପ୍ରତିଷ୍ଠା ପାଇଁ ଆଇସିଏଆର୍ ଏବଂ ଏମ୍‌ଏଏସ୍‌ଏଚ୍‌ଏଭି ମଧ୍ୟରେ ବୁଝାମଣା ପତ୍ର

ଏହି ବୁଝାମଣାପତ୍ର ଆଇସିଏଆର୍ ରେ ପରବର୍ତ୍ତୀ ପିଢ଼ିର କୃଷି ପ୍ରଯୁକ୍ତିବିଦ୍ୟା – ଯେପରିକି ସଠିକ୍ କୃଷି, ଉପଗ୍ରହ-ଆଧାରିତ ଜଳସେଚନ, ଉନ୍ନତ ଯନ୍ତ୍ରପାତି ଏବଂ ସମନ୍ୱିତ କୀଟପତଙ୍ଗ ପରିଚାଳନା – ବିକଶିତ କରିବା ଏବଂ ଜର୍ମପ୍ଲାଜମ୍ ବିନିମୟ, ପ୍ରଦର୍ଶନ, ଅମଳ ପରବର୍ତ୍ତୀ ସମାଧାନ ଏବଂ କ୍ଷମତା ନିର୍ମାଣକୁ ସମର୍ଥନ କରିବା ପାଇଁ ଏକ ମିଳିତ ନବାଚାର କେନ୍ଦ୍ର ପ୍ରତିଷ୍ଠା କରେ।

୬.

 

ହୋରାଇଜନ୍ ସ୍କାନିଂ କ୍ଷେତ୍ରରେ ସହଯୋଗ ପାଇଁ ଆଗ୍ରହ ପତ୍ର ଘୋଷଣା।

ଏହି ଆଗ୍ରହପତ୍ର ଘୋଷଣା ମିଳିତ ଗବେଷଣା, କ୍ଷମତା ନିର୍ମାଣ ଏବଂ ଏଆଇ-ଚାଳିତ ଉପକରଣ ମାଧ୍ୟମରେ ରଣନୈତିକ ଦୂରଦୃଷ୍ଟି, ବିପଦ ମୂଲ୍ୟାଙ୍କନ ଏବଂ ପ୍ରଯୁକ୍ତି ନିୟୋଜନକୁ ସୁଦୃଢ଼ କରିବା ପାଇଁ ଉନ୍ନତ ହୋରାଇଜନ୍ ସ୍କାନିଂରେ ଭାରତ-ଇସ୍ରାଏଲ୍ ସହଯୋଗକୁ ପ୍ରୋତ୍ସାହିତ କରେ ।

୭.

 

ମତ୍ସପାଳନ ଏବଂ ଜଳକୃଷି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ଏହି ବୁଝାମଣାପତ୍ର ଗବେଷଣା ଏବଂ ବିକାଶ, ବାଣିଜ୍ୟ, ତାଲିମ, ନବାଚାର ଏବଂ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଉନ୍ନତ ପ୍ରଣାଳୀ, ରୋଗ ପରିଚାଳନା, ସାମୁଦ୍ରିକ କୃଷି ଏବଂ ସାମୁଦ୍ରିକ ଶୈବାଳକୁ ଅନ୍ତର୍ଭୁକ୍ତ କରି ସ୍ଥାୟୀ, ପ୍ରଯୁକ୍ତିବିଦ୍ୟା – ଆଧାରିତ ମତ୍ସ୍ୟପାଳନ ଏବଂ ଜଳକୃଷି କ୍ଷେତ୍ରରେ ଭାରତ-ଇସ୍ରାଏଲ୍ ସହଯୋଗକୁ ବୃଦ୍ଧି କରେ ।

୮.

ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ (ଆଇଏଫ୍‌ଏସ୍‌ସିଏ) ଏବଂ ଇସ୍ରାଏଲ୍ ସିକ୍ୟୁରିଟିଜ୍ ପ୍ରାଧିକରଣ (ଆଇଏସ୍‌ଏ) ମଧ୍ୟରେ ବୁଝାମଣାପତ୍ର

 

ପ୍ରାଧିକରଣର ଉଦ୍ଦେଶ୍ୟ ସୂଚନା ବିନିମୟ, ସର୍ବୋତ୍ତମ ଅଭ୍ୟାସ, ଫିନ୍‌ଟେକ୍ ଏବଂ ରେଗଟେକ୍ ସହଯୋଗ ତଥା ପ୍ରମୁଖ କ୍ଷେତ୍ର ବିକାଶ ଉପରେ ଅଦ୍ୟତନ ମାଧ୍ୟମରେ ଆର୍ଥିକ ସେବାରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ଏକ ନବାଚାର-ଚାଳିତ ଇକୋସିଷ୍ଟମ୍‌କୁ ପ୍ରୋତ୍ସାହିତ କରାଯାଇପାରିବ ।

୯.

ବାଣିଜ୍ୟ ଏବଂ ସେବା କ୍ଷେତ୍ରରେ ଶ୍ରମ ଗତିଶୀଳତା ଉପରେ କାର୍ଯ୍ୟାନ୍ୱୟନ ପ୍ରୋଟୋକଲ୍‌

ଏହି ପ୍ରୋଟୋକଲ୍ ଭାରତୀୟ ଶ୍ରମିକମାନଙ୍କୁ ଖୁଚୁରା, ସଫେଇ, ଲଜିଷ୍ଟିକ୍ସ, ଗୋଦାମ, ଖାଦ୍ୟ ପ୍ରକ୍ରିୟାକରଣ, ଆତିଥ୍ୟ ଏବଂ ପୁନଃଚକ୍ରଣ ଭଳି କ୍ଷେତ୍ରଗୁଡିକରେ ନିୟନ୍ତ୍ରିତ ଚ୍ୟାନେଲ ମାଧ୍ୟମରେ ଇସ୍ରାଏଲ୍‌ରେ ନିଯୁକ୍ତି ପାଇବାକୁ ସକ୍ଷମ କରିଥାଏ ।

 

୧୦.

ଉତ୍ପାଦନ କ୍ଷେତ୍ରରେ ଶ୍ରମିକ ଗତିଶୀଳତା ଉପରେ କାର୍ଯ୍ୟାନ୍ୱୟନ ପ୍ରୋଟୋକଲ୍

ଏଥିରେ ବୟନଶିଳ୍ପ, ଧାତୁ, ଇଲେକ୍ଟ୍ରୋନିକ୍ସ, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କାଠ ଏବଂ କାଗଜ, ପ୍ଲାଷ୍ଟିକ, ରବର ଏବଂ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ର ସମେତ ବିଭିନ୍ନ ଉତ୍ପାଦନ ଶିଳ୍ପରେ ନିଯୁକ୍ତି ସାମିଲ ରହିଛି ।

୧୧.

ରେଷ୍ଟୁରାଣ୍ଟ କ୍ଷେତ୍ରରେ ଶ୍ରମିକ ଗତିଶୀଳତା ଉପରେ କାର୍ଯ୍ୟାନ୍ୱୟନ ପ୍ରୋଟୋକଲ

ଏଥିରେ ରେଷ୍ଟୁରାଣ୍ଟ, କାଫେ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି ତଥା ବିକ୍ରୟ ବ୍ୟବସାୟରେ ନିଯୁକ୍ତି ସାମିଲ ।

୧୨.

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର ମାଧ୍ୟମରେ ଶିକ୍ଷାକୁ ଆଗକୁ ବଢ଼ାଇବାରେ ସହଯୋଗ ପାଇଁ ବୁଝାମଣାପତ୍ର ।

ଏହି ସହଯୋଗ ଏଆଇ-ଚାଳିତ, ମାନବ-କୈନ୍ଦ୍ରିକ ଶିକ୍ଷା ବିକାଶ ଉପରେ କେନ୍ଦ୍ରିତ – ଯେଉଁଥିରେ ଅଭିନବ ଶିକ୍ଷାଦାନ, ଶିକ୍ଷକ ବିକାଶ, ନିୟାମକ ଢ଼ାଞ୍ଚା, ସମାନ ଏଆଇ ପ୍ରବେଶ, ଗବେଷଣା ଆଦାନ-ପ୍ରଦାନ ଏବଂ ସମାବେଶୀ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ନିମନ୍ତେ ଏଆଇ ଏବଂ ଡାଟା ସାକ୍ଷରତାକୁ ସମନ୍ୱିତ କରାଯିବ ।

୧୩.

ଇସ୍ରାଏଲୀ ବାଣିଜ୍ୟିକ ମଧ୍ୟସ୍ଥତା ପ୍ରତିଷ୍ଠାନ (ଆଇଆଇସିଏ) ଏବଂ ଭାରତୀୟ ମଧ୍ୟସ୍ଥତା ପରିଷଦ (ଆଇସିଏ) ମଧ୍ୟରେ ସହଯୋଗ ଉପରେ ଚୁକ୍ତିନାମା

ଏହି ଚୁକ୍ତିନାମା ଆର୍ବିଟ୍ରେସନ୍ ଏବଂ ମେଡିଏସନ୍ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରେ । ଏହା ଜରିଆରେ ଉଭୟ ଦେଶ ପରସ୍ପର ସହିତ ସୂଚନା ଏବଂ କାମ କରିବାର ଉନ୍ନତ ଅଭ୍ୟାସ ଆଦାନପ୍ରଦାନ କରିବେ ଏବଂ ମିଳିତ ଭାବରେ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷଜ୍ଞତାକୁ ସୁଦୃଢ଼ କରାଯାଇପାରିବ ।

୧୪.

 

ଚତୁର୍ଥ ଭାରତ-ଇସ୍ରାଏଲ ସିଇଓ ଫୋରମର ରିପୋର୍ଟ ଉପସ୍ଥାପନା

ଚତୁର୍ଥ ସିଇଓ ଫୋରମ ନଭମ୍ବେର ୨୦୨୫ରେ ଇସ୍ରାଏଲ୍‌ରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାର ଏକ ମିଳିତ ରିପୋର୍ଟ ଉଭୟ ପକ୍ଷର ସରକାରଙ୍କୁ ଉପସ୍ଥାପିତ ହୋଇଥିଲା । ଏହି ରିପୋର୍ଟ ଶିଳ୍ପ ଧାରା ସହିତ ନୀତିଗୁଡିକୁ ସମନ୍ୱିତ କରିବା, ସରକାରୀ-ବେସରକାରୀ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ସୂଚିତ ଅର୍ଥନୈତିକ ନିଷ୍ପତ୍ତି ଗ୍ରହଣକୁ ସମର୍ଥନ କରିବା ପାଇଁ ଆବଶ୍ୟକ ସୁପାରିଶ ପ୍ରଦାନ କରେ ।

୧୫.

ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ଜେରୁସାଲେମରେ ହିବ୍ରୁ ବିଶ୍ୱବିଦ୍ୟାଳୟ (ଏଚ୍‌ୟୁଜେଆଇ) ମଧ୍ୟରେ ବୁଝାମଣାପତ୍ର

ଏହି ବୁଝାମଣାପତ୍ର ବୌଦ୍ଧ ଅଧ୍ୟୟନ, ପ୍ରତ୍ନତତ୍ତ୍ୱ, ଗଣିତ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅଧ୍ୟାପକ ଏବଂ ଛାତ୍ର ଆଦାନପ୍ରଦାନ ପାଇଁ ଏକ ଢ଼ଞ୍ଚା ସ୍ଥାପନ କରେ ।

୧୬.

 

ଭାରତରେ ଭାରତ-ଇସ୍ରାଏଲ୍ ସାଇବର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଗ୍ରହ ପତ୍ର

ଏହି ଆଗ୍ରହ ପତ୍ର ଭାରତରେ ଏକ ଜଏଣ୍ଟ୍ ସାଇବର ସେଣ୍ଟର୍ ଅଫ୍ ଏକ୍ସଲେନ୍ସ୍ ପ୍ରତିଷ୍ଠା କରିବା ପାଇଁ ଉଦ୍ଦିଷ୍ଟ । ଏହି କେନ୍ଦ୍ର ସାଇବର ସୁରକ୍ଷାର ସର୍ବୋତ୍ତମ ଅଭ୍ୟାସ, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ସୁରକ୍ଷାର ମଜବୁତ ପ୍ରଦର୍ଶନ କରିବ । ଏଥିସହ ଏହା ସରକାର, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ ।

୧୭.

କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ରେ ସହଯୋଗ ପାଇଁ ବୁଝାମଣାପତ୍ର

 

ଏହି ବୁଝାମଣା ଏଆଇ ବିକାଶ ଏବଂ କ୍ଷମତା ନିର୍ମାଣରେ ସହଯୋଗକୁ ପ୍ରୋତ୍ସାହିତ କରେ, ନୈତିକ ଏଆଇକୁ ସମର୍ଥନ କରେ, ନାଗରିକ କ୍ଷେତ୍ରରେ ପ୍ରୟୋଗ, ଶୈକ୍ଷିକ ଗବେଷଣା ଏବଂ ଭବିଷ୍ୟତରେ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ସରକାରୀ-ଘରୋଇ ସହଭାଗୀତାକୁ ବୃଦ୍ଧି କରିବ ।

 

ଘୋଷଣାଗୁଡିକ

୧.       ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ସହିତ ସମ୍ପର୍କର ଉନ୍ନତି

୨.       ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଜେସିଏମ୍‌କୁ ମନ୍ତ୍ରୀସ୍ତରୀୟ ସ୍ତରରେ ଉନ୍ନୀତ

୩.       ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ପାଇଁ ପଦକ୍ଷେପ

୪.       ଆର୍ଥିକ  ଆଲୋଚନା

୫.       ଟେକ୍‌-ଗେଟୱେ ପଦକ୍ଷେପ

୬.       କୃଷି ଗବେଷଣାରେ ୨୦ଟି ମିଳିତ ଫେଲୋସିପ୍‌

୭.       ମିଳିତ ଗବେଷଣା ଆହ୍ୱାନ ପାଇଁ ଉଭୟ ପକ୍ଷର ଅବଦାନ ବୃଦ୍ଧି

୮.       ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର ପର୍ଯ୍ୟନ୍ତ ଭାରତୀୟ ଶ୍ରମିକଙ୍କ କୋଟା

୯.       ଭାରତ-ଇସ୍ରାଏଲ୍ ଏକାଡେମିକ୍ ସହଯୋଗ ଫୋରମ

୧୦.    ଭାରତ-ଇସ୍ରାଏଲ୍ ସଂସଦୀୟ ମୈତ୍ରୀ ସମୂହ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional