କ୍ରମିକ

ସଂଖ୍ୟା

ଦସ୍ତାବିଜର ନାମ

ଭାରତ ପକ୍ଷ ସ୍ଵାକ୍ଷରକାରୀ

କୋରିଆ ପକ୍ଷ ସ୍ଵାକ୍ଷରକାରୀ

ଉଦ୍ଦେଶ୍ୟ

1

ସୁପରିକଳ୍ପିତ ସଂଶୋଧିତ ଆର୍ଥିକ ସହଭାଗୀତା ରାଜିନାମାରEarly Harvest ସମ୍ବନ୍ଧରେ ମିଳିତ ବିବୃତି

ଶ୍ରୀ ସୁରେଶ ପ୍ରଭୁ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଭାରତ

ମହାମାନ୍ୟ କିମହ୍ୟୁନ-ଚୋଂ, ବାଣିଜ୍ୟ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ, କୋରିଆ ଗଣତନ୍ତ୍ର

ବାଣିଜ୍ୟ ଉଦାରିକରଣ ସକାଶେ ପ୍ରମୁଖ କ୍ଷେତ୍ରଗୁଡ଼ିକ ଚିହ୍ନଟକରି ଭାରତ-କୋରିଆ ମଧ୍ୟରେ ସୁପରିକଳ୍ପିତ ଆର୍ଥିକ ସହଭାଗୀତା ରାଜିନାମାକୁ ଆହୁରି ଉନ୍ନତ କରିବା ଦିଗରେ ପ୍ରଚଳିତ ଆଲୋଚନାକୁ ସୁଗମ କରିବା (ପ୍ରମୁଖ କ୍ଷେତ୍ରଗୁଡିକ ମଧ୍ୟରେ ରହିଛି ଚିଙ୍ଗୁଡି, ସାମୁଦ୍ରିକ ମତ୍ସ୍ୟ ଓ ପ୍ରକ୍ରିୟାକୃତ ମାଛ ବ୍ୟାପାର କ୍ଷେତ୍ର)

2

ବାଣିଜ୍ୟ ସଂକ୍ରାନ୍ତ ପ୍ରତିକାର ନେଇ ବୁଝାମଣା

ଶ୍ରୀ ସୁରେଶ ପ୍ରଭୁ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଭାରତ

ମହାମାନ୍ୟ କିମହ୍ୟୁନ-ଚୋଂ, ବାଣିଜ୍ୟ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ, କୋରିଆ

ବିଶେଷଜ୍ଞ ଓ ସରକାରୀ ଅଧିକାରୀମାନଙ୍କୁ ନେଇ ସହଯୋଗ କମିଟି ପ୍ରତିଷ୍ଠା ମାଧ୍ୟମରେ ସୂଚନା ଆଦାନ ପ୍ରଦାନ ଓ ପରାମର୍ଶ ଦ୍ଵାରା ଏଣ୍ଟି ଡମ୍ପିଙ୍ଗ, ସବସିଡି, କାଉଣ୍ଟର ଭେଇଲିଙ୍ଗ ଓ ଅନ୍ୟାନ୍ୟ ସୁରକ୍ଷାମୂଳକ ପଦକ୍ଷେପ ଭଳି ବ୍ୟାପାର ପ୍ରତିକାର କ୍ଷେତ୍ରଗୁଡ଼ିକ ମାଧ୍ୟମରେ ସହଯୋଗ

3

ଭବିଷ୍ୟତ ରଣନୈତିକ ଗୋଷ୍ଠୀ ନେଇ ବୁଝାମଣା

ଶ୍ରୀ ସୁରେଶ ପ୍ରଭୁ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏବଂ ଡଃ ହର୍ଷ ବର୍ଦ୍ଧନ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ, ଭାରତ

ମହାମାନ୍ୟ କିମହ୍ୟୁନ-ଚୋଂ, ବାଣିଜ୍ୟ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଏବଂ ମିଷ୍ଟର ୟୁ ୟଙ୍ଗ ମିନ, ବିଜ୍ଞାନ ଓ ଆଇସିଟି ମନ୍ତ୍ରୀ, କୋରିଆ ଗଣତନ୍ତ୍ର

ଚତୁର୍ଥ ଶିଳ୍ପ ବିପ୍ଳବର ସୁବିଧା ହାସଲ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିର ବିକାଶ ଦିଗରେ ସହଯୋଗ । ଗୁରୁତ୍ଵ ପ୍ରଦାନ କରାଯାଉଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି – ଇଣ୍ଟରନେଟ ଅଫ ଥିଙ୍ଗସ, କୃତ୍ରିମ ଧୀଶକ୍ତି, ବିଗ ଡାଟା, ସ୍ମାର୍ଟ ଫେକ୍ଟ୍ରି, 3D ପ୍ରିଣ୍ଟିଙ୍ଗ, ବିଦ୍ୟୁତ ଚାଳିତ ଗାଡି, ଅତ୍ୟାଧୁନିକ ସାମଗ୍ରୀ ଏବଂ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟ ସେବା

4

 

2018-2022ବର୍ଷ ପାଇଁ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ

ଶ୍ରୀ ରଘବେନ୍ଦ୍ର ସିଂହ, ସଚିବ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ

ମହାମାନ୍ୟ ସୀନ ବୋଂ କିଲ, ଭାରତରେ ଅବସ୍ଥାପିତ କୋରିଆ ଗଣତନ୍ତ୍ରର ରାଷ୍ଟ୍ରଦୂତ

ସାଂସ୍କୃତିକ ଓ ଜନ-ଜନ ସଂପର୍କକୁ ସୁଦୃଢ କରିବା ଲାଗି ସଙ୍ଗୀତ, ନୃତ୍ୟ, ଥିଏଟର, କଳା ପ୍ରଦର୍ଶନୀ, ଅଭିଲେଖ, ନୃତତ୍ଵ, ଗଣମାଧ୍ୟମ କାର୍ଯ୍ୟକ୍ରମ ଏବଂ ସଂଗ୍ରହାଳୟ ପ୍ରଦର୍ଶନୀ ଜରିଆରେ ଆନୁଷ୍ଠାନିକ ସହଯୋଗ କରିବା

5

ବୈଜ୍ଞାନିକ ଓ ବୈଷୟିକ ଗବେଷଣା କ୍ଷେତ୍ରରେ ସହଯୋଗ ଲାଗି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ଏବଂ ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ଗବେଷଣା ପରିଷଦ ମଧ୍ୟରେ ବୁଝାମଣା

ଡଃ ଗିରୀଶ ସାହାଣୀ, ମହାନିର୍ଦ୍ଦେଶକ, ସିଏସଆଇଆର

ଡଃ ୱୋହନ କ୍ଵାଙ୍ଗ ୟୁନ, ଅଧ୍ୟକ୍ଷ, ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ଗବେଷଣା ପରିଷଦ (ଏନଏସଟି)

ସୁଲଭ ଜଳ ବିଶୋଧନ ପ୍ରଯୁକ୍ତି, ଆଧୁନିକ ପରିବହନ ବ୍ୟବସ୍ଥା, ନୂତନ ଓ ବିକଳ୍ପ ସାମଗ୍ରୀ, ପାରମ୍ପରିକ ତଥା ପ୍ରାଚ୍ୟ ଔଷଧୀୟ ପ୍ରଣାଳୀ, ପ୍ରଯୁକ୍ତି ପେକେଜିଙ୍ଗ ଏବଂ ବ୍ୟବସାୟକରଣ ଭଳି କ୍ଷେତ୍ରରେ ବୈଜ୍ଞାନିକ ଓ ପ୍ରଯୁକ୍ତିଗତ ଗବେଷଣା ସମ୍ବନ୍ଧିତ ସହଯୋଗ

6

ଆରଡିଏସଓ  ଏବଂ କୋରିଆ ରେଳପଥ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ଲାଗି ବୁଝାମଣା

ଶ୍ରୀ ଏମ.ହୁସେନ, ମହାନିର୍ଦ୍ଦେଶକ, ଆରଡିଏସଓ

ମିଷ୍ଟର ନା ହୀ-ସେଉଙ୍ଗ, ଅଧ୍ୟକ୍ଷ କେଆରଆରଆଇ

ରେଳ ଗବେଷଣା, ରେଳ ବିକାଶ ସମ୍ବନ୍ଧୀୟ ଅନୁଭୂତି ଓ ସୂଚନା ଆଦାନ ପ୍ରଦାନ ଏବଂ ରେଳ ଉଦ୍ୟୋଗର ବିକାଶ ଲାଗି ସହଯୋଗ। ଉଭୟ ଭାରତ ଓ କୋରିଆ ସାଧାରଣତନ୍ତ୍ର ଏ ଦିଗରେ ମିଳିତ ଗବେଷଣା ପ୍ରକଳ୍ପ ଆରମ୍ଭ କରିବା ଲାଗି ଆବଶ୍ୟକ ଯୋଜନା ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ବିଭିନ୍ନ ସୁଯୋଗର ସନ୍ଧାନ କରିବା

7

ଜୈବ ପ୍ରଯୁକ୍ତି ଓ ଜୈବ ଅର୍ଥନୀତି କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

ଡଃ ହର୍ଷ ବର୍ଦ୍ଧନ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ, ଭାରତ

ମିଷ୍ଟର ୟୁ ୟଙ୍ଗ ମିନ, ବିଜ୍ଞାନ ଓ ଆଇସିଟି ମନ୍ତ୍ରୀ, କୋରିଆ ଗଣତନ୍ତ୍ର

ଜୈବ ପ୍ରଯୁକ୍ତି ଏବଂ ସ୍ୱାସ୍ଥ୍ୟ, ଔଷଧ, କୃଷି ମତ୍ସ୍ୟ ସାମଗ୍ରୀ, ଡିଜିଟାଲ ସ୍ୱାସ୍ଥ୍ୟ ସେବା, ସୂକ୍ଷ୍ମ ଔଷଧ, ମସ୍ତିସ୍କ ଗବେଷଣା ଏବଂ ଆଗାମୀ ପିଢିର ମେଡିକାଲ ସରଞ୍ଜାମ ପାଇଁ ଆବଶ୍ୟକ ବାୟୋ ବିଗ ଡାଟାର ଉପଯୋଗ ନିମନ୍ତେ ସହଯୋଗ

8

ଆଇସିଟି ଏବଂ ଦୂରସଞ୍ଚାର କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

ଶ୍ରୀ ମନୋଜ ସିହ୍ନା, ଦୂରସଞ୍ଚାର ରାଷ୍ଟ୍ରମନ୍ତ୍ରୀ, ଭାରତ

ମିଷ୍ଟର ୟୁ ୟଙ୍ଗ ମିନ, ବିଜ୍ଞାନ ଓ ଆଇସିଟି ମନ୍ତ୍ରୀ, କୋରିଆ ଗଣତନ୍ତ୍ର

ଅତ୍ୟାଧୁନିକ ଟେଲି ଯୋଗାଯୋଗ / ଆଇସିଟି ସେବା ଏବଂ ଆଗାମୀ ପିଢିର ବେତାର ଯୋଗାଯୋଗ ନେଟୱାର୍କ ଯେପରିକି 5ଜି, କ୍ଲାଉଡ କମ୍ପ୍ୟୁଟିଙ୍ଗ, ବିଗ ଡାଟା, ଆଇଓଟି, କୃତ୍ରିମ ଧୀଶକ୍ତି ଏବଂ ବିପର୍ଯୟ ପରିଚାଳନା, ଜରୁରୀକାଳିନ ପ୍ରତିକ୍ରିୟା ତଥା ସାଇବର ସୁରକ୍ଷା କ୍ଷେତ୍ରରେ ସେସବୁର ଉପଯୋଗ, ସଂପ୍ରସାରଣ ଓ ଆଧୂନିକୀକରଣ ତଥା ବିକାଶ ପାଇଁ ସହଯୋଗ

9

ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ଲାଗି  ଭାରତ ଓ କୋରିଆ ଗଣତନ୍ତ୍ର ମଧ୍ୟରେ ବୁଝାମଣା (ନୋଡାଲ ସଂସ୍ଥା : ଏନଏସଆଇସି – ଭାରତର ରାଷ୍ଟ୍ରୀୟ କ୍ଷୁଦ୍ର ଶିଳ୍ପ ପରିଷଦ) ଏବଂ (ଏସବିସି – କୋରିଆ ଗଣତନ୍ତ୍ରର କ୍ଷୁଦ୍ର ଓ ମଧ୍ୟମ ବାଣିଜ୍ୟ ପରିଷଦ)

ଶ୍ରୀ ରବୀନ୍ଦ୍ର ନାଥ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରାଷ୍ଟ୍ରୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି)

ମିଷ୍ଟର ଲି ସାଙ୍ଗ ଜିକ, ଅଧ୍ୟକ୍ଷ, କ୍ଷୁଦ୍ର ଏବଂ ମାଧ୍ୟମ ବ୍ୟବସାୟ ନିଗମ

ଦୁଇଦେଶ ମଧ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ  କ୍ଷେତ୍ରରେ ସହଯୋଗ ତଥା ବିଶ୍ଵ ବଜାରରେ ଏହିସବୁ ସାମଗ୍ରୀର ପ୍ରତିଯୋଗିତାମୂଳକ ବୈଶିଷ୍ଟ୍ୟକୁ ସମୁନ୍ନତ କରିବା । ଭାରତ ଏବଂ କୋରିଆ ସାଧାରଣତନ୍ତ୍ର ମିଳିତ ଭାବେ ଏକ ପ୍ରଯୁକ୍ତି ଏକ୍ସଚେଞ୍ଜ ସେଣ୍ଟର ପ୍ରତିଷ୍ଠା ସମ୍ଭାବନାକୁ ସନ୍ଧାନ କରିବା ଦିଗରେ ଦୁଇ ପକ୍ଷ ପ୍ରୟାସ କରିବେ    

10

ଗୁଜରାଟ ସରକାର ଏବଂ କୋରିଆ ବାଣିଜ୍ୟ ବିକାଶ ସଂସ୍ଥା ମଧ୍ୟରେ ବୁଝାମଣା

ଶ୍ରୀ ଏମ.କେ.ଦାସ, ପ୍ରମୁଖ ସଚିବ, ଶିଳ୍ପ ଓ ଖଣି, ଗୁଜରାଟ ସରକାର

ମିଷ୍ଟର କ୍ୱୋନ ପ୍ୟୁଙ୍ଗ-ଓଃ, ଅଧ୍ୟକ୍ଷ ଓ ସିଇଓ, କୋରିଆ ବାଣିଜ୍ୟ – ନିବେଶ ବିକାଶ ସଂସ୍ଥା

ଦକ୍ଷିଣ କୋରିଆ ଏବଂ ଗୁଜରାଟର ଉଦ୍ୟୋଗମାନଙ୍କ ମଧ୍ୟରେ ସହରାଞ୍ଚଳ ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ସମ୍ବନ୍ଧିତ ଉଦ୍ୟୋଗ, ଷ୍ଟାର୍ଟ ଅପ ବାତାବରଣ, ଦକ୍ଷତା ତାଲିମ ଓ ବିକାଶ ଏବଂ ନୂତନ ତଥା ଅକ୍ଷୟ ଶକ୍ତିର ବିକାଶ କ୍ଷେତ୍ରରେ ସହଯୋଗ ଲାଗି ପୁଞ୍ଜି ନିବେଶ ଓ ଶିଳ୍ପଗତ ସମ୍ବନ୍ଧ ବୃଦ୍ଧି କରିବା । କୋରିଆ ବ୍ୟାପାର ବିକାଶ ସଂସ୍ଥା – କୋଟ୍ରା ଏଥିଲାଗି ଅହମ୍ମଦାବାଦରେ ଏକ କାର୍ଯ୍ୟାଳୟ ଖୋଲିବେ ଏବଂ ଭାଏବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଟ 2019 ପାଇଁ ଏକ ସହଭାଗୀ ହେବେ

11

ରାଣୀ ସୁରୀରତ୍ନ ସ୍ମୃତି ପ୍ରକଳ୍ପ ଲାଗି ବୁଝାମଣା

ଶ୍ରୀ ଅବନିଶ କୁମାର ଅବସ୍ଥି, ଅତିରିକ୍ତ ମୁଖ୍ୟ ସଚିବ ଏବଂ ପର୍ଯ୍ୟଟନ ମହାନିର୍ଦ୍ଦେଶକ, ଉତ୍ତରପ୍ରଦେଶ ସରକାର

ମହାମାନ୍ୟ ଶୀନ ବୋଂ କିଲ, କୋରିଆ ଗଣତନ୍ତ୍ର ରାଷ୍ଟ୍ରଦୂତ

ରାଜକୁମାରୀ ସୁରୀରତ୍ନ (ରାଣୀ ହର ହ୍ଵାଙ୍ଗ-ଓକ)ଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ବର୍ତ୍ତମାନର କୀର୍ତ୍ତିସ୍ଥଳକୁ ଉନ୍ନତ ଓ ସମ୍ପ୍ରସାରିତ କରିବା ଦିଗରେ ପଦକ୍ଷେପ ନେବା । 48ଖ୍ରୀଷ୍ଟାବ୍ଦରେ ଅଯୋଧ୍ୟାର  ରାଜକୁମାରୀ କୋରିଆ ଯାଇ ସେଠାରେ ରାଜା କିମ ସୁରଙ୍କୁ ବିବାହ କରିଥିଲେ । ଏହି ରାଜବଂଶରୁ ଅନେକ କୋରିଆ ବଂଶୋଦ୍ଭବଙ୍କ ସମ୍ବନ୍ଧ ରହିଛି । ଭାରତ ଓ କୋରିଆ ଜନରାଜ୍ୟ ମଧ୍ୟରେ ଥିବା ପ୍ରାଚୀନ ବନ୍ଧୁତା ଏବଂ ସମ୍ମିଳିତ ସାଂସ୍କୃତିକ ଐତିହର   ଜ୍ଵଳନ୍ତ ନିଦର୍ଶନ ହେବ ନୂତନ ସ୍ମାରକୀ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari