କ୍ରମିକ ସଂଖ୍ୟା

ରାଜିନାମା/ବୁଝାମଣା/ସନ୍ଧି ଏବଂ ବୁଝାମଣାର ଉଦ୍ଦେଶ୍ୟ

ଭାରତ ଏବଂ କାମ୍ବୋଡିଆ ପକ୍ଷରୁ ରାଜିନାମା ଆଦାନ ପ୍ରଦାନ କରିଥିବା ମନ୍ତ୍ରୀ/ଅଧିକାରୀଙ୍କ ନାମ

1.

2018-2022 ଅବଧି ନିମନ୍ତେ କାମ୍ବୋଡିଆ ସହିତ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ । ଭାରତ କାମ୍ବୋଡିଆ ମଧ୍ୟରେ ସାଂସ୍କୃତିକ ବିନିମୟ ଏବଂ ବନ୍ଧୁତ୍ଵପୂର୍ଣ୍ଣ ସମ୍ବନ୍ଧକୁ ଦୃଢୀଭୂତ କରିବା ହେଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଭାରତ ପକ୍ଷରୁ:

ଡଃ ମହେଶ ଶର୍ମା, ସଂସ୍କୃତି (ସ୍ଵାଧୀନ)ରାଷ୍ଟ୍ରମନ୍ତ୍ରୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ

କାମ୍ବୋଡିଆ ପକ୍ଷରୁ:

ଶ୍ରୀମତୀ ଫୋଉରାଙ୍ଗ ସାକୋନା, କାମ୍ବୋଡିଆ ସରକାରଙ୍କ ସଂସ୍କୃତି ଓ ଚାରୁକଳା ମନ୍ତ୍ରୀ

2.

ସ୍ତୁଙ୍ଗ ସ୍ଵ ହବ ଜଳସଂପଦ ବିକାଶ ପ୍ରକଳ୍ପ ପାଇଁ 36.92 ନିୟୁତ ଡଲାର ଋଣ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ରପ୍ତାନି-ଆମଦାନୀ ବ୍ୟାଙ୍କ ଏବଂ  କାମ୍ବୋଡିଆ ସରକାରଙ୍କ ମଧ୍ୟରେ ଋଣ ରାଜିନାମା ।

ଭାରତ ପକ୍ଷରୁ:

ଶ୍ରୀମତୀ ପ୍ରୀତି ସରନ, ସଚିବ (ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

କାମ୍ବୋଡିଆ ପକ୍ଷରୁ:

ମିଷ୍ଟର ଫାନ ଫାଲ୍ଲା, ରାଷ୍ଟ୍ର ଅନୁସଚିବ, କାମ୍ବୋଡିଆ ସରକାରଙ୍କ ଅର୍ଥ ଓ ଅର୍ଥନୈତିକ ମନ୍ତ୍ରଣାଳୟ

3.

ଫୌଜଦାରୀ ମାମଲାରେ ପାରସ୍ପରିକ ଆଇନ ସହାୟତା । ଫୌଜଦାରୀ ପ୍ରସଙ୍ଗରେ ଆଇନ ସହାୟତା ଓ ସହଯୋଗ ଭିତ୍ତିରେ ଅପରାଧ ଅନୁସନ୍ଧାନ, ବିଚାର ତଥା ପ୍ରତିକାର ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏହି ବୁଝାମଣା ସହାୟକ ହେବ ।

ଭାରତ ପକ୍ଷରୁ:

ଶ୍ରୀମତୀ ପ୍ରୀତି ସରନ, ସଚିବ (ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

କାମ୍ବୋଡିଆ ପକ୍ଷରୁ:

ମିଷ୍ଟର ସିଏଙ୍ଗ ଲାପ୍ରେସେ, କାମ୍ବୋଡିଆ ସରକାରଙ୍କ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅନ୍ତର୍ଗତ ଅନ୍ତର୍ଦେଶୀୟ ଅପରାଧ ବିଭାଗ ପରାମର୍ଶଦାତା

4.

ମାନବ ଚାଲାଣ ପ୍ରତିରୋଧ ସଂକ୍ରାନ୍ତ ସହଯୋଗ ବୁଝାମଣା । ମାନବ ଚାଲାଣ ପ୍ରତିରୋଧ, ଉଦ୍ଧାର ଓ ଦେଶାନ୍ତରଣ ସଂକ୍ରାନ୍ତ ଦ୍ଵିପାକ୍ଷୀକ ସହଯୋଗ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ।

ଭାରତ ପକ୍ଷରୁ:

ଶ୍ରୀମତୀ ପ୍ରୀତି ସରନ, ସଚିବ (ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

କାମ୍ବୋଡିଆ ପକ୍ଷରୁ:

ଶ୍ରୀମତୀ ଚୌ ବୁନ ଏଙ୍ଗ, ରାଷ୍ଟ୍ର ସଚିବ, କାମ୍ବୋଡିଆ ସରକାରଙ୍କ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ (ମାନବ ଚାଲାଣ)

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi