Christmas is the time to remember the invaluable teachings of Jesus Christ: PM Modi during #MannKiBaat
We believe in ‘Nishkaam Karma’, which is serving without expecting anything in return. We are the believers in ‘Seva Parmo Dharma’: PM during #MannKiBaat
#MannKiBaat: Guru Gobind Singh ji’s life, filled with courage and sacrifice, is a source of inspiration for all of us, says PM Modi
Indian democracy welcomes our 21st century 'New India Voters': PM Modi on new age voters during #MannKiBaat
The power of vote is the biggest in a democracy. It is the most effective means of bringing positive change in the lives of millions of people: PM during #MannKiBaat
#MannKiBaat: The young voters of 18 to 25 years of age are the ‘New India Youth.’ They are filled with energy and enthusiasm, says PM Modi
Our vision of a ‘New India’ is one that is free from the menace of casteism, communalism, corruption, filth and poverty: PM Modi during #MannKiBaat
#MannKiBaat: PM Narendra Modi speaks about organising mock parliament in India’s districts to educate new age voters
Let us welcome the New Year with the smallest happiness and commence the journey from a ‘Positive India’ towards a 'Progressive India': PM Modi during #MannKiBaat
#MannKiBaat: Swachhata Andolan is a clear demonstration of how problems can be changed and solved through public participation, says Prime Minister
#MannKiBaat: PM Modi speaks about Haj, says government has done away with ‘Mehram’ aspect
‘Nari Shakti’ can take India’s development journey to new heights: PM Modi during #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । “ମନ୍ କି ବାତ୍”ର ଚଳିତ ବର୍ଷର ଏହା ଶେଷ କାର୍ଯ୍ୟକ୍ରମ ଆଉ ପୁଣି ସଂଯୋଗର କଥା ଦେଖନ୍ତୁ, ଆଜି 2017 ମସିହାର ଶେଷଦିନ । ଏହି ବର୍ଷ ତମାମ ଆମେ ଓ ଆପଣମାନେ ଅନେକ କଥା ପରସ୍ପର ମଧ୍ୟରେ ବାଣ୍ଟିଲେ । ମନ କି ବାତ୍ ପାଇଁ ବହୁ ସଂଖ୍ୟାରେ ଆପଣମାନଙ୍କ ଚିଠି, ମତାମତ, ଚିନ୍ତାଧାରାର ଆଦାନ ପ୍ରଦାନ ମୋ ପାଇଁ ସବୁବେଳେ ଗୋଟିଏ ନୂତନ ଶକ୍ତି ନେଇ ଆସିଥାଏ । କିଛି ଘଣ୍ଟା ପରେ, ବର୍ଷ ବଦଳିଯିବ, କିନ୍ତୁ ଆମ କଥାବାର୍ତ୍ତାର ଏହି ଧାରା ଆଗକୁ ମଧ୍ୟ ଏମିତି ଜାରି ରହିବ । ଆଗାମୀ ବର୍ଷରେ ଆମେ ଆହୁରି ନୂଆ ନୂଆ ବିଷୟରେ କଥାହେବା ଓ ନୂଆ ନୂଆ ଅନୁଭୂତିମାନ ବାଣ୍ଟିବା । ଆପଣ ସମସ୍ତଙ୍କୁ 2018 ପାଇଁ ଅନେକ ଅନେକ ଶୁଭେଚ୍ଛା । କିଛିଦିନ ତଳେ ଡିସେମ୍ବର 25 ତାରିଖ ଦିନ ସାରା ବିଶ୍ୱରେ ବଡ଼ଦିନର ପର୍ବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହେଲା । ଭାରତରେ ମଧ୍ୟ ଲୋକେ ଏହି ଉତ୍ସବକୁ ଉତ୍ସାହର ସହିତ ପାଳନ କଲେ । ବଡ଼ଦିନ ଅବସରରେ ଆମେ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ମହାନ ଶିକ୍ଷଣୀୟ କଥାଗୁଡ଼ିକୁ ସ୍ମରଣ କରିଥାଉ । ଯୀଶୁଖ୍ରୀଷ୍ଟ ସବୁଠାରୁ ଅଧିକ ଗୁରୁତ୍ୱ ଯେଉଁକଥା ଉପରେ ଦେଇଥିଲେ ତାହା ଥିଲା “ସେବା-ଭାବନା” । ସେବାଭାବର ସାରମର୍ମ ଆମେ ବାଇବେଲରେ ମଧ୍ୟ ଦେଖିଥାଉଁ ।

“The Son of Man has come, not to be served,

But to serve,

And to give his life, as blessing

To all humankind.” 

ଏହା ସେବାର ମାହାତ୍ମ୍ୟକୁ ଦର୍ଶାଏ । ବିଶ୍ୱର ଯେକୌଣସି ଜାତି ହେଉ, ଧର୍ମ ହେଉ, ପରମ୍ପରା ହେଉ, ବର୍ଣ୍ଣ ହେଉ ସେବା ଭାବନା, ମାନବୀୟ ମୂଲ୍ୟବୋଧର ଗୋଟିଏ ଅମୂଲ୍ୟ ପରିଚୟ । ଆମ ଦେଶରେ ଆମେ “ନିଷ୍କାମ କର୍ମ” କଥା କହିଥାଉଁ ଏହାର ଅର୍ଥ ଏପରି ସେବା ଯାହା ବଦଳରେ ଆମେ କୌଣସି ଆଶା ରଖିନଥାଉଁ । ଆମର ତ କୁହାଯାଇଛି “ସେବା ପରମୋ ଧର୍ମଃ” । “ଜୀବ-ସେବା” ହିଁ “ଶିବ-ସେବା” ଆଉ ଗୁରୁଦେବ ରାମକୃଷ୍ଣ ପରମହଂସ ତ କହୁଥିଲେ ଶିବ-ଭାବରେ ଜୀବ-ସେବା କରିବା ଅର୍ଥାତ୍ ସମଗ୍ର ବିଶ୍ୱରେ ଏହି ମାନବିକ ମୂଲ୍ୟବୋଧଗୁଡ଼ିକ ସମାନ । ଆସନ୍ତୁ, ଆମେ ମହାପୁରୁଷମାନଙ୍କୁ ସ୍ମରଣ କରି, ପବିତ୍ର ଦିନଗୁଡ଼ିକୁ ମନେପକାଇ, ଆମର ଏହି ମହାନ ମୂଲ୍ୟବୋଧର ପରମ୍ପରାକୁ, ନୂତନ ଚେତନା ଦେବା, ନୂତନ ଶକ୍ତି ଦେବା ଏବଂ ନିଜେ ମଧ୍ୟ ସେହି ଧାରାରେ ଜୀବନଯାପନ କରିବାର ପ୍ରଚେଷ୍ଟା କରିବା ।

ମୋର ପ୍ରିୟ ଦେଶବାସୀଗଣ, ଚଳିତବର୍ଷ ଗୁରୁ ଗୋବିନ୍ଦ ସିଂଙ୍କର 350ତମ ପ୍ରକାଶ ପର୍ବର ବର୍ଷ ମଧ୍ୟ ଥିଲା । ଗୁରୁଗୋବିନ୍ଦ ସିଂଙ୍କର ସାହସ ଓ ତ୍ୟାଗରେ ପରିପୂର୍ଣ୍ଣ ଅସାଧାରଣ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟେ । ଗୁରୁ ଗୋବିନ୍ଦ ସିଂ ମହାନ ଜୀବନ ମୂଲ୍ୟବୋଧର ଉପଦେଶ ଦେଇଥିଲେ ଏବଂ ସେହି ମୂଲ୍ୟବୋଧ ଆଧାରରେ ସ୍ୱୟଂ ମଧ୍ୟ ଜୀବନଯାପନ କରିଥିଲେ । ଜଣେ ଗୁରୁ, କବି, ଦାର୍ଶନିକ, ମହାନ ଯୋଦ୍ଧା ଭାବେ ଗୁରୁ ଗୋବିନ୍ଦ ସିଂ ଏହି ସମସ୍ତ ଭୂମିକାରେ ଲୋକମାନଙ୍କୁ ପ୍ରେରଣା ଯୋଗାଇବାର କାର୍ଯ୍ୟ କରିଛନ୍ତି । ସେ ଅନ୍ୟାୟ ଓ ଉତ୍ପୀଡ଼ନ ବିରୋଧରେ ସଂଗ୍ରାମ କରିଥିଲେ । ଲୋକମାନଙ୍କୁ ଜାତି ଓ ଧର୍ମର ବନ୍ଧନକୁ ଛିନ୍ନ କରିବାର ଶିକ୍ଷା ଦେଇଥିଲେ । ଏହି ପ୍ରଚେଷ୍ଟାରେ ତାଙ୍କୁ ବ୍ୟକ୍ତିଗତ ଭାବରେ ବହୁତ କିଛି ହରାଇବାକୁ ପଡ଼ିଥିଲା । କିନ୍ତୁ ସେ କେବେହେଲେ ବିଦ୍ୱେଷ ଭାବକୁ ସ୍ଥାନ ଦେଇନଥିଲେ । ଜୀବନର ପ୍ରତି ମୁହୂର୍ତ୍ତରେ ପ୍ରେମ, ତ୍ୟାଗ ଓ ଶାନ୍ତିର ବାର୍ତ୍ତା ଦେଇଥିଲେ –  କେତେ ମହାନ ବିଶେଷତ୍ୱରେ ପରିପୂର୍ଣ୍ଣ ଥିଲା ତାଙ୍କର ବ୍ୟକ୍ତିତ୍ୱ । ଚଳିତ ବର୍ଷର ପ୍ରାରମ୍ଭରେ ଗୁରୁ ଗୋବିନ୍ଦସିଂଙ୍କର 350ତମ ଜୟନ୍ତୀ ଅବସରରେ ପାଟନାସାହେବରେ ଆୟୋଜିତ ପ୍ରକାଶ ଉତ୍ସବରେ ସାମିଲ ହେବା ମୋର ସୌଭାଗ୍ୟ ଥିଲା । ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ଗ୍ରହଣ କରିବା ଏବଂ ଗୁରୁ ଗୋବିନ୍ଦ ସିଂଙ୍କର ମହାନ ଶିକ୍ଷା ଏବଂ ପ୍ରେରଣାଦାୟୀ ଜୀବନରୁ ଶିକ୍ଷାଗ୍ରହଣ କରି ତଦନୁଯାୟୀ ନିଜ ଜୀବନକୁ ଗଢ଼ି ତୋଳିବାର ପ୍ରଚେଷ୍ଟା କରିବା ।

ପହିଲା ଜାନୁଆରୀ, 2018 ମାନେ ଆସନ୍ତାକାଲି – ମୋ ଦୃଷ୍ଟିରେ ଆସନ୍ତାକାଲିର ଦିନଟି ଗୋଟିଏ ବିଶେଷ ଦିନ । ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ, ନୂଆବର୍ଷ ତ ଆସେ, ଜାନୁୟାରୀ 1 ମଧ୍ୟ ପ୍ରତିବର୍ଷ ଆସେ, କିନ୍ତୁ ଯେତେବେଳେ ବିଶେଷ ବୋଲି କହୁଛି, ସେତେବେଳେ ପ୍ରକୃତରେ ଏହାର ବିଶେଷତ୍ୱ ରହିଛି । ଯେଉଁମାନେ 2000 ମସିହା କିମ୍ବା ଏହାପରେ ଜନ୍ମଗ୍ରହଣ କରିଛନ୍ତି ଅର୍ଥାତ୍ ଯେଉଁମାନେ ଏକବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଜାନୁୟାରୀ 1, 2018ରୁ ଭୋଟର ହେବାର ଯୋଗ୍ୟତା ହାସିଲ କରିବା ଆରମ୍ଭ କରିବେ । ଭାରତୀୟ ଗଣତନ୍ତ୍ର, ଏକବିଂଶ ଶତାବ୍ଦୀର ଭୋଟରମାନଙ୍କୁ, (New India Voters)ନିଉ ଇଣ୍ଡିଆ ଭୋଟରମାନଙ୍କୁ ସ୍ୱାଗତ ଜଣାଉଛି । ମୁଁ ଆମର ଏହି ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଭୋଟର ଭାବରେ ନିଜକୁ ପଞ୍ଜୀକୃତ କରନ୍ତୁ । ସାରା ଭାରତବର୍ଷ ଆପଣମାନଙ୍କୁ ଏକବିଂଶ ଶତାବ୍ଦୀର ଭୋଟର ରୂପରେ ସ୍ୱାଗତ କରିବା ପାଇଁ ଉତ୍ସୁକ । ଏକବିଂଶ ଶତାବ୍ଦୀର ଭୋଟର ଭାବରେ ଆପଣ ନିଜେ ମଧ୍ୟ ଗର୍ବ ଅନୁଭବ କରୁଥିବେ । ଆପଣଙ୍କ ଭୋଟ “ନିଉ ଇଣ୍ଡିଆ”ର ଆଧାର ହେବ । ଭୋଟ ବା ମତଦାନର ଶକ୍ତି ଗଣତନ୍ତ୍ରରେ ସବୁଠାରୁ ବଡ଼ ଶକ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଭୋଟ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ । ଆପଣ କେବଳ ମତଦାନର ଅଧିକାରୀ ହେଉନାହାନ୍ତି, ଏକବିଂଶ ଶତାବ୍ଦୀର ଭାରତ କିଭଳି ହେବା ଉଚିତ୍?, ଏକବିଂଶ ଶତାବ୍ଦୀର ଭାରତ ସମ୍ପର୍କରେ ଆପଣଙ୍କ ସ୍ୱପ୍ନ କିଭଳି ହେବା ଉଚିତ୍? ଆପଣ ମଧ୍ୟ ଭାରତର ଏକବିଂଶ ଶତାବ୍ଦୀର ନିର୍ମାତା ହେଇପାରନ୍ତି ଆଉ ଏହାର ଆରମ୍ଭ ବିଶେଷ ଭାବରେ ଜାନୁଆରୀ 1 ତାରିଖରୁ ହେବାକୁ ଯାଉଛି । ଆଜି ମୋର ଏହି “ମନ୍ କି ବାତ୍”ରେ ମୁଁ 18ରୁ 25 ବର୍ଷର ଶକ୍ତି ଓ ସଂକଳ୍ପରେ ପରିପୂର୍ଣ୍ଣ ଆମର ଯଶସ୍ୱୀ ଯୁବବର୍ଗଙ୍କ ସହିତ କଥା ହେବାକୁ ଚାହୁଁଛି ।

ମୁଁ ସେମାନଙ୍କୁ “New India Youth” ନବ ଭାରତର ଯୁବଶକ୍ତି ମନେକରେ । ନବ ଭାରତର ଯୁବଶକ୍ତି ବା “New India Youth”ର ଅର୍ଥ ହେଲା – ଉତ୍ସାହ, ଉଦ୍ଦୀପନା ଓ ଶକ୍ତି । ଆମର ଏହି ଶକ୍ତିଶାଳୀ ଯୁବବର୍ଗଙ୍କ ଦକ୍ଷତା ଓ ଶକ୍ତି ବଳରେ ହିଁ ଆମର “ନିଉ ଇଣ୍ଡିଆ”ର ସ୍ୱପ୍ନ ସତ୍ୟ ହେବ ।

ଆମେ ଯେତେବେଳେ ନୂତନ ଭାରତ କଥା କହୁଛୁ, ଆମର ସେହି ନୂତନ ଭାରତ ଜାତିବାଦ, ସମ୍ପ୍ରଦାୟବାଦ, ଆତଙ୍କବାଦ, ଦୁର୍ନୀତି ରୂପକ ବିଷ ବଳୟରୁ ମୁକ୍ତ ହେଉ । ଅସ୍ୱଚ୍ଛତା ଓ ଦାରିଦ୍ର୍ୟରୁ ମୁକ୍ତ ହେଉ । ନିଉ ଇଣ୍ଡିଆ– ଯେଉଁଠିକି ସମସ୍ତଙ୍କ ପାଇଁ ସମାନ ସୁଯୋଗ ରହୁ, ସମସ୍ତଙ୍କର ଆଶା-ଆକାଂକ୍ଷା ପୂର୍ଣ୍ଣ ହେଉ । ନୂତନ ଭାରତରେ ଶାନ୍ତି, ଏକତା ଓ ସଦ୍ଭାବନା ଆମର ମାର୍ଗଦର୍ଶୀ ବଳ ହେଉ । ମୋର ଏହି New India Youth ଆଗେଇ ଆସନ୍ତୁ ଏବଂ ନିଉ ଇଣ୍ଡିଆ କିଭଳି ହେବ ସେ ସମ୍ପର୍କରେ ବିଚାର ବିମର୍ଷ କରନ୍ତୁ । ସେ ନିଜ ପାଇଁ ଗୋଟିଏ ମାର୍ଗ ବାଛି ନିଅନ୍ତୁ, ଯାହା ସହିତ ସେ ଜଡ଼ିତ, ଅନ୍ୟମାନଙ୍କୁ ମଧ୍ୟ ସେଥିରେ ସାମିଲ କରନ୍ତୁ, ମିଳିମିଶି ସମସ୍ତେ ଆଗେଇ ଚାଲନ୍ତୁ । ଆପଣ ମଧ୍ୟ ଉନ୍ନତି କରନ୍ତୁ, ଦେଶ ମଧ୍ୟ ଉନ୍ନତି କରୁ । ବର୍ତ୍ତମାନ ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି ସେତେବେଳେ ମୋ ମନରେ ଗୋଟିଏ ଚିନ୍ତା ଜୁଟିଲା ଯେ, ଆମେ ଭାରତର ପ୍ରତି ଜିଲ୍ଲାରେ ଅଭ୍ୟାସ ସଂସଦ(Mock Parliament)ର ଆୟୋଜନ କରିପାରିବା କି? ଯେଉଁଠାରେ ଏହି 18ରୁ 25 ବର୍ଷର ଯୁବକ-ଯୁବତୀ ଏକାଠି ମିଶି ନୂଆ ଭାରତ ସମ୍ପର୍କରେ ବିଚାର ମନ୍ଥନ କରନ୍ତୁ, ବାଟ ଖୋଜନ୍ତୁ, ଯୋଜନାମାନ ପ୍ରସ୍ତୁତ କରନ୍ତୁ । 2022 ସୁଦ୍ଧା ଆମେ କିପରି ଆମର ସଂକଳ୍ପଗୁଡ଼ିକୁ ପୂରଣ କରିପାରିବା, ଆମେ ଏଭଳି ଗୋଟିଏ ଭାରତର ନିର୍ମାଣ କେମିତି କରିପାରିବା ଯାହାର ସ୍ୱପ୍ନ ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ? ମହାତ୍ମାଗାନ୍ଧୀ ଆମ ସ୍ୱାଧୀନତା ସଂଗ୍ରାମକୁ ଗୋଟିଏ ଜନ-ଆନ୍ଦୋଳନରେ ପରିଣତ କରିଦେଇଥିଲେ । ମୋର ଯୁବବନ୍ଧୁଗଣ ଏକବିଂଶ ଶତାବ୍ଦୀର ଭବ୍ୟ-ଦିବ୍ୟ ଭାରତ ପାଇଁ ଆମେ ମଧ୍ୟ ଗୋଟିଏ ଜନ-ଆନ୍ଦୋଳନ ସୃଷ୍ଟି କରିବାର ସମୟ ଆସିଛି । ପ୍ରଗତିର ଜନ ଆନ୍ଦୋଳନ । ସମର୍ଥ ଓ ଶକ୍ତିଶାଳୀ ଭାରତର ଜନ ଆନ୍ଦୋଳନ ।

ମୁଁ ଚାହୁଁଛି ଏବଂ ପ୍ରସ୍ତାବ ଦେଉଛି ଯେ, ଅଗଷ୍ଟ 15 ପାଖାପାଖି ଦିଲ୍ଲୀରେ ଗୋଟିଏ ଅଭ୍ୟାସ ସଂସଦର ଆୟୋଜନ ହେଉ, ଯେଉଁଠି ଦେଶର ପ୍ରତ୍ୟେକ ଜିଲ୍ଲାରୁ ବଛାଯାଇଥିବା ଜଣେ ଯୁବକ କିମ୍ବା ଯୁବତୀ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କିଭଳି ନୂଆ ଭାରତର ନିର୍ମାଣ ହୋଇପାରେ, ସଂକଳ୍ପରୁ ସିଦ୍ଧି କିଭଳି ପ୍ରାପ୍ତ କରାଯାଇପାରେ – ଏ ବିଷୟରେ ଆଲୋଚନା କରନ୍ତୁ । ଆଜି ଯୁବବର୍ଗଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି । ଦକ୍ଷତା ବିକାଶରୁ ଆରମ୍ଭ କରି ନବସୃଜନ ଏବଂ ଉଦ୍ୟୋଗୀତା କ୍ଷେତ୍ରରେ ଆମ ଯୁବବର୍ଗ ଆଗେଇ ଆସୁଛନ୍ତି ଏବଂ ସଫଳତା ମଧ୍ୟ ଲାଭ କରୁଛନ୍ତି । ମୁଁ ଚାହୁଁଛି ଯେ, ଏହି ସମସ୍ତ ସୁଯୋଗ, ଯୋଜନା ସମ୍ପର୍କରେ ସୂଚନା ନୂଆ ଭାରତର ଯୁବଶକ୍ତିଙ୍କୁ ଗୋଟିଏ ଜାଗାରେ ମିଳୁ । ଏଥିପାଇଁ ଏଭଳି କିଛି ବ୍ୟବସ୍ଥା କରାଯାଉ, ଯାହାଫଳରେ 18 ବର୍ଷ ବୟସରେ ପଦାର୍ପଣ କରୁ କରୁ ସେମାନେ ଏହି ଦୁନିଆ ବିଷୟରେ, ଏ ସମସ୍ତ ସୁଯୋଗ ସମ୍ପର୍କରେ ସହଜରେ ଜାଣିପାରନ୍ତୁ ଏବଂ ଏଗୁଡ଼ିକର ଲାଭ ମଧ୍ୟ ଉଠାଇପାରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଗତଥର ମନ କି ବାତ୍ ରେ ମୁଁ ଆପଣମାନଙ୍କ ସହ ସକାରାତ୍ମକତା ବା Positivity ସମ୍ପର୍କରେ କଥା ହୋଇଥିଲି । ଗୋଟିଏ ସଂସ୍କୃତ ଶ୍ଲୋକ ମୋର ମନେପଡ଼ୁଛି :-

 

ଉତ୍ସାହୋ ବଳବାନାର୍ଯ୍ୟନାସ୍ତ୍ୟୁତ୍ସାହାତ୍ପରଂ ବଳମ୍ ।

ସୋତ୍ସାହସ୍ୟ ଚ ଲୋକେଷୁ ନ କିଂଚିଦପି ଦୁର୍ଲ୍ଲଭମ୍ ।

 

ଏହାର ଅର୍ଥ ହେଉଛି, ଉତ୍ସାହରେ ପରିପୂର୍ଣ୍ଣ ଜଣେ ବ୍ୟକ୍ତି ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ କାରଣ ଉତ୍ସାହରୁ ବଳି ଆଉ କିଛି ନାହିଁ । ସକାରାତ୍ମକତା ଓ ଉତ୍ସାହରେ ପରିପୂର୍ଣ୍ଣ ବ୍ୟକ୍ତି ପାଇଁ କିଛି ବି ଅସମ୍ଭବ ନୁହେଁ । ଇଂରାଜୀରେ ମଧ୍ୟ ଲୋକେ କହନ୍ତି – “Pessimism leads to weakness, optimism to power” ଅର୍ଥାତ ନକାରାତ୍ମକତାରୁ ଦୁର୍ବଳତା, ଆଶାରୁ ଉତ୍ସାହ ଓ ଶକ୍ତି । ଗତ “ମନ୍ କି ବାତ୍”ରେ ମୁଁ ଦେଶବାସୀଙ୍କୁ 2017ର ସେମାନଙ୍କର ସକାରାତ୍ମକ ମୁହୁର୍ତ୍ତଗୁଡ଼ିକୁ ବାଣ୍ଟିବା ଏବଂ ଗୋଟିଏ ସକାରାତ୍ମକ ବାତାବରଣରେ 2018କୁ ସ୍ୱାଗତ କରିବା ପାଇଁ ଅନୁରୋଧ କରିଥିଲି ।

ବହୁସଂଖ୍ୟାରେ ଲୋକେ ସାମାଜିକ ଗଣମାଧ୍ୟମ, ମାଇଗଭ ଏବଂ NarendraModi App ରେ ଖୁବ ଗଠନମୁଳକ ପ୍ରତିକ୍ରିୟା ଦେଇ ନିଜର ଅନୁଭୂତିମାନ ବାଣ୍ଟିଥିବାରୁ ମୁଁ ବହୁତ ଖୁସି । Positive India hashtag (#) ସହ ଲକ୍ଷ ଲକ୍ଷ ଟ୍ଵିଟ କରାଗଲା ଯାହା ପାଖାପାଖି 150 କୋଟିରୁ ଉର୍ଦ୍ଧ୍ଵ ଲୋକଙ୍କ ପାଖକୁ ପହଂଚିପାରିଲା । ସକାରାତ୍ମକତା(Positivity)ର ଯେଉଁ ପ୍ରସାର ଭାରତରୁ ଆରମ୍ଭ ହେଲା, ତାହା ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପିଗଲା । ଯେଉଁ ଟୁଇଟ ଏବଂ ପ୍ରତିକ୍ରିୟା ଆସିଲା ସେଗୁଡ଼ିକ ପ୍ରକୃତରେ ପ୍ରେରଣାଦାୟୀ ଥିଲା । ଏହା ଗୋଟିଏ ସୁଖଦ ଅନୁଭୂତି ଥିଲା । କିଛି ଦେଶବାସୀ ଚଳିତବର୍ଷର ସେହି ଘଟଣାବଳୀ ସମ୍ପର୍କରେ ଲେଖିଲେ ଯାହା ସେମାନଙ୍କ ମନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି । କିଛି ଲୋକ ନିଜର ବ୍ୟକ୍ତିଗତ ଉପଲବ୍ଧିଗୁଡ଼ିକୁ ମଧ୍ୟ Share କଲେ । ସେମାନେ ହେଲେ –

# SOUND BITE #

 

# ମୋ’ ନାମ ମୀନୁ ଭାଟିଆ । ମୁଁ ମୟୂର ବିହାର, ପକେଟ୍ ୱାନ୍, ଫେଜ୍ ୱାନ୍, ଦିଲ୍ଲୀରେ ରହେ । ମୋ ଝିଅ ଏମ୍.ବି.ଏ. କରିବାକୁ ଚାହୁଁଥିଲା, ଯେଉଁଥିପାଇଁ ମୋର ବ୍ୟାଙ୍କଋଣର ଆବଶ୍ୟକତା ଥିଲା ଏବଂ ତାହା ମୋତେ ବଡ଼ ସହଜରେ ମିଳିଗଲା ଯାହାଫଳରେ ମୋ’ ଝିଅର ପାଠପଢ଼ା ସମ୍ଭବ ହୋଇପାରିଲା ।

# ମୋ’ ନାମ ଜ୍ୟୋତି ରାଜେନ୍ଦ୍ର ୱାଡ଼େ । ମୁଁ ବୋଡଲ୍ରୁ କହୁଛି, ମୋ’ ସ୍ୱାମୀ ପ୍ରତିମାସ ଏକଟଙ୍କା କଟୁଥିବା ଏକ ବୀମା କରିଥିଲେ । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବାରୁ ମୋର ପରିସ୍ଥିତି ଯେପରି ଦୟନୀୟ ହୋଇପଡ଼ିଲା, ତାହା ମୋତେ ହିଁ ଜଣା । ସରକାରଙ୍କର ଏହି ସହାୟତା ମୋ’ ପାଇଁ ବହୁତ ଲାଭପ୍ରଦ ହେଲା, ଫଳରେ ମୁଁ ନିଜକୁ କିଛିଟା ସମ୍ଭାଳିନେଲି ।

# ମୋ’ ନାମ ସନ୍ତୋଷ ଯାଦବ । 2017ରେ ମୋ ଗ୍ରାମ ଭିନ୍ନର ଦେଇ ଜାତୀୟ ରାଜପଥ ନିର୍ମାଣ କରାଗଲା । ଏହାଫଳରେ ଆମ ସଡ଼କଗୁଡ଼ିକର ବହୁତ ଉନ୍ନତି ହୋଇପାରିଲା ତଥା ବ୍ୟବସାୟ ମଧ୍ୟ ବୃଦ୍ଧି ହେବାରେ ଲାଗିଲା ।

# ମୋ’ ନାମ ଦୀପାଂଶୁ ଆହୂଜା । ମୁଁ ବସ୍ତୀ ସାଦତଗଞ୍ଜ, ଜିଲ୍ଲା ସାହାରନପୁର, ଉତ୍ତରପ୍ରଦେଶର ନିବାସୀ । ଦୁଇଗୋଟି ଘଟଣା ଯାହାକି ଆମ ଭାରତୀୟ ସୈନ୍ୟମାନଙ୍କ ଦ୍ୱାରା ସମ୍ପାଦିତ ହେଲା; ଗୋଟିଏ ସର୍ଜିକାଲ୍ ଷ୍ଟ୍ରାଇକ୍ ଦ୍ୱାରା ପାକିସ୍ଥାନ ମାଟିରେ ଗଢ଼ିଉଠିଥିବା ଆତଙ୍କବାଦର ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କରିଦିଆଗଲା ଏବଂ ଦ୍ୱିତୀୟଟି ଡୋକଲାମ୍ ରେ ଭାରତୀୟ ସୈନିକଙ୍କର ପରାକ୍ରମ ପ୍ରଦର୍ଶନ – ଯାହାକି ଅତୁଳନୀୟ ଥିଲା ।

# ମୋ’ ନାମ ସତୀଶ ବେୱାନୀ । ଆମ ଅଂଚଳରେ ପାଣିର ସମସ୍ୟା ଥିଲା । ବିଗତ ଚାଳିଶ ବର୍ଷ ଧରି ଆମେମାନେ ଆର୍ମି ପାଇପଲାଇନ୍ ଉପରେ ନିର୍ଭରଶୀଳ ଥିଲୁ । କିନ୍ତୁ ଏବେ ଗୋଟିଏ ସ୍ୱତନ୍ତ୍ର ପାଇପଲାଇନ୍ ନିର୍ମାଣ କରାଗଲା । ଏହା 2017 ରେ ଆମ ପାଇଁ ବହୁତ ବଡ଼ ଉପଲବ୍ଧି ।

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ନିଜ ସ୍ତରରେ ଏପରି କାର୍ଯ୍ୟ କରୁଛନ୍ତି ଯାହାଦ୍ୱାରା ବହୁ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସୁଛି । ବାସ୍ତବରେ ଏହାହିଁ ନୂଆ ଭାରତ, ଯାହାକୁ ଆମେ ସମସ୍ତେ ମିଳିମିଶି ନିର୍ମାଣ କରୁଛୁ । ଆସନ୍ତୁ, ଏଇ ଛୋଟ ଛୋଟ ଆନନ୍ଦ ସହ ଆମେ ନୂଅବର୍ଷରେ ପ୍ରବେଶ କରିବା, ନବ-ବର୍ଷର ଶୁଭାରମ୍ଭ କରିବା ଏବଂ “ସକାରାତ୍ମକ ଭାରତ”ରୁ “ପ୍ରଗତିଶୀଳ ଭାରତ” ଦିଗରେ ଦୃଢ଼ତାର ସହ ଅଗ୍ରସର ହେବା । ଯେତେବେଳେ ଆମେସବୁ ସକାରାତ୍ମକତାର କଥା କହୁ, ଗୋଟିଏ କଥା Share କରିବା ପାଇଁ ମୋର ମଧ୍ୟ ମନହୁଏ । ନିକଟରେ ମୋତେ କାଶ୍ମୀରର ପ୍ରଶାସନିକ ସେବାର ଟପ୍ପର ଅଞ୍ଜୁମ୍ ବଶୀର ଖାଁ ଖଟ୍ଟକଙ୍କର ପ୍ରେରଣାଦାୟୀ କଥା ଜାଣିବାକୁ ମିଳିଲା । ସେ ଆତଙ୍କବାଦ ଓ ଘୃଣାର ଦଂଶନରୁ ମୁକ୍ତ ହୋଇ କାଶ୍ମୀର ପ୍ରଶାସନିକ ସେବା ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆପଣମାନେ ଏହାଜାଣି ଆଶ୍ଚର୍ଯ୍ୟ ହେବେ ଯେ 1990 ମସିହାରେ ଆତଙ୍କବାଦୀମାନେ ତାଙ୍କର ପୈତୃକ ଘରକୁ ଜଳାଇ ଦେଇଥିଲେ ।

ସେଠାରେ ଆତଙ୍କବାଦ ଓ ହିଂସା ଏତେ ଅଧିକ ଥିଲା ଯେ ତାଙ୍କ ପରିବାରକୁ ନିଜ ପୈତୃକ ଭୂମି ଛାଡ଼ି ବାହାରକୁ ଯିବାକୁ ପଡ଼ିଥିଲା । ଗୋଟିଏ ଛୋଟ ପିଲା ପାଇଁ ତା’ର ଚତୁର୍ଦ୍ଦିଗରେ ଏତେମାତ୍ରାର ହିଂସାର ପରିବେଶ ତା’ ହୃଦୟରେ ଅନ୍ଧକାରପୂର୍ଣ୍ଣ ଏବଂ ତିକ୍ତତାର ଭାବନା ସୃଷ୍ଟି କରିବା ନିମନ୍ତେ ଯଥେଷ୍ଟ ଥିଲା, କିନ୍ତୁ ଅଞ୍ଜୁମ ଏପରି ହେବାକୁ ଦେଲେନି । ସେ କେବେ ବି ନିରୁତ୍ସାହିତ ହେଲେନାହିଁ । ସେ ନିଜ ପାଇଁ ଏକ ଭିନ୍ନ ରାସ୍ତା ବାଛିଲେ – ଜନତାଙ୍କ ସେବାର ରାସ୍ତା । ସେ ପ୍ରତିକୂଳ ପରିସ୍ଥିତିରୁ ନିଜକୁ ମୁକ୍ତ କଲେ ତଥା ନିଜ ସଫଳତାର କାହାଣୀ ନିଜେ ହିଁ ଲେଖିଲେ । ଆଜି ସେ କେବଳ ଜାମ୍ମୁ ଓ କାଶ୍ମୀର ପାଇଁ ନୁହନ୍ତି, ସମଗ୍ର ଦେଶର ଯୁବବର୍ଗ ପାଇଁ ପ୍ରେରଣା ପାଲଟିଛନ୍ତି । ଅଞ୍ଜୁମ ଏହା ପ୍ରମାଣିତ କରିଛନ୍ତି ଯେ ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି, ସକାରାତ୍ମକ କାର୍ଯ୍ୟ ଦ୍ୱାରା ନିରାଶାର କଳାବାଦଲକୁ ପ୍ରତିହତ କରାଯାଇପାରେ ।

ଏବେ ଗତ ସପ୍ତାହରେ ମୋତେ ଜାମ୍ମୁ-କାଶ୍ମୀରର କିଛି ଝିଅମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା । ସେମାନଙ୍କଠାରେ ଉତ୍ସାହ ଥିଲା, ଉଦ୍ଦୀପନା ଥିଲା, ସ୍ୱପ୍ନ ଥିଲା ଏବଂ ମୁଁ ତାଙ୍କଠାରୁ ଶୁଣିଲି ଯେ ସେମାନେ ଜୀବନର କେଉଁ-କେଉଁ କ୍ଷେତ୍ରରେ ବିକାଶ କରିବାକୁ ଚାହାନ୍ତି, ସତରେ ସେମାନେ କେତେମାତ୍ରାରେ ଆଶା-ଆକାଂକ୍ଷା ପୂର୍ଣ୍ଣ ମଣିଷ ଥିଲେ । ସେମାନଙ୍କ ସହ ମୁଁ କଥାହେଲି । ତାଙ୍କଠାରେ ନିରାଶାର କୌଣସି ଚିହ୍ନବର୍ଣ୍ଣ ନ ଥିଲା – କେବଳ ଥିଲା ଉତ୍ସାହ, ଉଦ୍ଦୀପନା, ଶକ୍ତି, ସ୍ୱପ୍ନ ଏବଂ ସଂକଳ୍ପ । ସେହି ଝିଅମାନଙ୍କ ସହ ମୁଁ ଯେତେ ସମୟ ଅତିବାହିତ କଲି, ମୋତେ ପ୍ରେରଣା ପ୍ରାପ୍ତ ହେଲା । ଏମାନେ ହିଁ ଦେଶର ଶକ୍ତି । ଏହି ଯୁବଶକ୍ତି ହିଁ ମୋ ଦେଶର ଭବିଷ୍ୟତ ।

ମୋର ପ୍ରିୟ ଦେଶବାସୀଗଣ; କେବଳ ଆମ ଦେଶର ନୁହେଁ, ଯେତେବେଳେ ବି କେବେ ବିଶ୍ୱର ପ୍ରସିଦ୍ଧ ଧର୍ମପୀଠଗୁଡ଼ିକର ଚର୍ଚ୍ଚା ହୁଏ, ସେତେବେଳେ କେରଳର ସବରୀମାଲା ମନ୍ଦିରର ଚର୍ଚ୍ଚା ହେବା ସ୍ୱାଭାବିକ । ଏହି ବିଶ୍ୱବିଖ୍ୟାତ ମନ୍ଦିରରେ ଭଗବାନ ଆୟାପ୍ପା ସ୍ୱାମୀଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ପ୍ରତିବର୍ଷ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ସେଠାକୁ ଯାଆନ୍ତି । ଯେଉଁଠିକୁ ଏତେ ମାତ୍ରାରେ ଶ୍ରଦ୍ଧାଳୁ ଯାଆନ୍ତି; ଯେଉଁସ୍ଥାନର ଏତେ ମହାତ୍ମ୍ୟ ରହିଛି; ସେଠାକାର ପରିବେଶକୁ ସ୍ୱଚ୍ଛ ରଖିବା କେତେ ବଡ଼ ଆହ୍ୱାନ ହୋଇନପାରେ? ଏବଂ ବିଶେଷକରି ସେହି ସ୍ଥାନକୁ, ଯାହା ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅବସ୍ଥିତ । କିନ୍ତୁ ଏହି ସମସ୍ୟାକୁ ବି ସଂସ୍କାରରେ ରୂପାନ୍ତରିତ କରାଯାଇପାରେ, ସମସ୍ୟା ମଧ୍ୟରୁ ଉଦ୍ଧାର ପାଇବାର ମାର୍ଗ ମିଳିପାରେ ତଥା ଜନସହଭାଗିତାରେ ଏତେ ମାତ୍ରାରେ ଶକ୍ତି ଥାଇପାରେ, ସ୍ୱଚ୍ଛ ସବରୀମାଲା ମନ୍ଦିର ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ପି. ବିଜୟନ୍ ନାମକ ଜଣେ ପୁଲିସ ଅଫିସର ‘ପୁଣ୍ୟମ୍ ପୁଙ୍କାୱାଣମ୍’ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ସ୍ୱଚ୍ଛତା ନିମନ୍ତେ ଗୋଟିଏ ସ୍ୱେଚ୍ଛାକୃତ ଅଭିଯାନ ଚଳାଇଲେ । ଏଥିସହିତ ସେ ଏପରି ଏକ ପରମ୍ପରା ସୃଷ୍ଟି କଲେ ଯେ ଯିଏ ବି ଯାତ୍ରୀ ଆସନ୍ତି, ସେମାନଙ୍କର ଯାତ୍ରା ସେତେବେଳ ଯାଏ ସଫଳ ହୁଏନାହିଁ ଯେତେବେଳ ଯାଏ ସେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ କୌଣସି ନା କୌଣସି ଶାରୀରିକ ଶ୍ରମ କରନ୍ତି ନାହିଁ । ଏହି ଅଭିଯାନରେ କେହି ବଡ଼ ନୁହେଁ କି କେହି ଛୋଟ ନୁହେଁ । ପ୍ରତ୍ୟେକ ଯାତ୍ରୀ ଭଗବାନଙ୍କର ପୂଜାର ଅଂଶବିଶେଷ ଭାବରେ ସ୍ୱୀକାର କରି କିଛି ସମୟ ସ୍ୱଚ୍ଛତା ପାଇଁ ବିନିଯୋଗ କରନ୍ତି, ଆବର୍ଜନା ସଫା କରନ୍ତି । ପ୍ରତ୍ୟେକ ସକାଳ ସମୟରେ ଏଠାରେ ପରିବେଶକୁ ସଫା-ସୁତୁରା କରିବାର ଦୃଶ୍ୟ ବଡ଼ ବିଚିତ୍ର । ସବୁ ତୀର୍ଥଯାତ୍ରୀ ଏଥିରେ ଭାଗନିଅନ୍ତି । ଯେତେବଡ଼ ମହାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯେତେବଡ଼ ଧନୀବ୍ୟକ୍ତି କିମ୍ବା ଅଫିସର ହୁଅନ୍ତୁ ନା କାହିଁକି; ପ୍ରତ୍ୟେକ ଏକ ସାଧାରଣ ଯାତ୍ରୀ ଭାବରେ ‘ପୁଣ୍ୟମ୍ ପୁଙ୍କାୱାଣମ୍’ କାର୍ଯ୍ୟକ୍ରମରେ ଅଂଶବିଶେଷ ହୋଇ ସଫେଇ କାର୍ଯ୍ୟକ୍ରମକୁ ସଫଳ କରି ଆଗକୁ ବଢ଼ନ୍ତି ।

ଆମ ପାଖରେ ଏଭଳି ସ୍ଵଚ୍ଛ ଭାରତ ନିର୍ମାଣର ଅନେକ ଦୃଷ୍ଟାନ୍ତ ରହିଛି । ସବରୀମାଲାରେ ଏତେମାତ୍ରାରେ ପ୍ରଗତି କରିଥିବା ସ୍ୱଚ୍ଛତା ଅଭିଯାନ ଓ ସେଥିରେ ‘ପୁଣ୍ୟମ୍ ପୁଙ୍କାୱାଣମ୍’ ର ଅବଦାନ – ଏହା ପ୍ରତ୍ୟେକ ଯାତ୍ରୀଙ୍କ ଯାତ୍ରାର ଅଂଶ ଅଟେ ।

ସବରୀମାଲାରେ ପାଳନ କରାଯାଉଥିବା କଠୋର ବ୍ରତ ସହିତ ସ୍ୱଚ୍ଛତାର ଦୃଢ ସଂକଳ୍ପ ଏକ ସଂଗେ ପ୍ରଚଳିତ ।

ମୋର ପ୍ରିୟ ଦେଶବାସୀଗଣ, 2014 ମସିହା ଅକ୍ଟୋବର 2 ତାରିଖ ପୂଜ୍ୟ ବାପୁଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆମେମାନେ ସଂକଳ୍ପ ନେଇଥିଲେ ଯେ ବାପୁଙ୍କର ଯେଉଁ କାମ ଅସମ୍ପୂର୍ଣ୍ଣ ରହିଛି ଅର୍ଥାତ୍ ‘ସ୍ୱଚ୍ଛ ଭାରତ’ ‘ଆବର୍ଜନା ମୁକ୍ତ ଭାରତ’ କାର୍ଯ୍ୟକୁ ପୁରା କରିବା । ପୂଜ୍ୟ ବାପୁଜୀ ସାରା ଜୀବନ ଏଇଥିପାଇଁ ଲଢ଼ିଲେ – ଚେଷ୍ଟା ବି କରିଚାଲିଲେ । ଆଉ ଆମେମାନେ ସ୍ଥିର କଲେ ଯେ ଯେତେବେଳେ ପୂଜ୍ୟ ବାପୁଜୀଙ୍କର ଶହେ ପଚାଶତମ ଜୟନ୍ତୀ ପାଳନ କରିବା ସେତେବେଳେ ଆମେ ତାଙ୍କୁ ତାଙ୍କର ସ୍ୱପ୍ନର ଭାରତ, ସ୍ୱଚ୍ଛ ଭାରତ ପ୍ରଦାନ କରିବା ଦିଗରେ କିଛି ନା କିଛି କରିବା । ସ୍ୱଚ୍ଛତା ପାଇଁ ସାରା ଦେଶରେ ବ୍ୟାପକ ସ୍ତରରେ ପ୍ରଚେଷ୍ଟା ଚାଲିଛି । ଗ୍ରାମୀଣ ଏବଂ ସହର ଅଂଚଳରେ ବ୍ୟାପକ ଜନସହଯୋଗ ଯୋଗୁଁ ପରିବର୍ତ୍ତନ ଦେଖିବାକୁ ମିଳିଲାଣି । ସହରାଂଚଳରେ ସ୍ୱଚ୍ଛତାର ସଫଳତାର ଆକଳନ କରିବା ପାଇଁ 2018 ମସିହା ଜାନୁଆରୀ 4 ତାରିଖଠାରୁ ମାର୍ଚ୍ଚ 10 ତାରିଖ ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ବଡ଼ ସର୍ଭେ ସ୍ୱଚ୍ଛ ସର୍ବେକ୍ଷଣ 2018 ଆୟୋଜନ କରାଯିବ । ଏହି ସର୍ବେକ୍ଷଣ ଚାରି ହଜାରରୁ ଅଧିକ ସହରରେ ଚାଳିଶ କୋଟି ଜନସଂଖ୍ୟାକୁ ନେଇ କରାଯିବ ।

ସର୍ବେକ୍ଷଣରେ ଯେଉଁ ପରିମାପକଗୁଡ଼ିକ ସାମିଲ କରାଯିବ ସେଗୁଡ଼ିକ ହେଲା – ସହରରେ ଖୋଲାରେ ଶୌଚରୁ ମୁକ୍ତି, ଆବର୍ଜନା ସଂଗ୍ରହ, ଆବର୍ଜନା ଉଠାଇନେବାପାଇଁ ପରିବହନ ବ୍ୟବସ୍ଥା, ବୈଜ୍ଞାନିକ ପଦ୍ଧତିରେ ଆବର୍ଜନାର ପ୍ରକ୍ରିୟାକରଣ, ବ୍ୟବହାରରେ ପରିବର୍ତ୍ତନ ପାଇଁ ନିଆଯାଉଥିବା ପଦକ୍ଷେପ, ସାମର୍ଥ୍ୟ ନର୍ମାଣ ଏବଂ ସ୍ୱଚ୍ଛତା ପାଇଁ କରାଯାଉଥିବା ନୂତନ ପ୍ରଚେଷ୍ଟା ଓ ଏଥିରେ ଜନସହଭାଗିତା । ଏହି ସର୍ବେକ୍ଷଣ ପାଇଁ ଭିନ୍ନ ଭିନ୍ନ ଦଳରେ ଲୋକମାନେ ଯାଇ ନିରୀକ୍ଷଣ କରିବେ । ନାଗରିକମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କର ପ୍ରତିକ୍ରିୟା ନେବେ । ସ୍ୱଚ୍ଛତା ଆପ୍ (App) ର ବ୍ୟବହାର ତଥା ବିଭିନ୍ନ ସେବାସ୍ଥଳଗୁଡ଼ିକରେ ହୋଇଥିବା ସଂସ୍କାରର ବିଶ୍ଳେଷଣ କରିବେ । ଏକଥା ମଧ୍ୟ ଦେଖିବେ ଯେ ସ୍ୱଚ୍ଛତାକୁ ଜନସାଧାରଣଙ୍କର ସ୍ୱଭାବରେ ପରିଣତ କରିବା ଦିଗରେ ସହରଗୁଡ଼ିକରେ କି ପଦକ୍ଷେପ ନିଆଯାଇଛି । ସ୍ୱଚ୍ଛତା କେବଳ ସରକାର କରିବେ ସେକଥା ନୁହେଁ । ପ୍ରତ୍ୟେକ ନାଗରିକ ଏବଂ ନାଗରିକ ସଂଗଠନଗୁଡ଼ିକର ମଧ୍ୟ ଏ ଦିଗରେ ଦାୟିତ୍ୱ ରହିଛି । ପ୍ରତ୍ୟେକ ନାଗରିକଙ୍କୁ ମୋର ଅନୁରୋଧ ଆଗାମୀ ଦିନରେ ଯେଉଁ ସ୍ୱଚ୍ଛତା ସର୍ଭେ ହେବ, ସେଥିରେ ଉତ୍ସାହର ସହିତ ଭାଗ ନିଅନ୍ତୁ । ଆଉ ଆପଣମାନଙ୍କର ସହର, ଆପଣମାଙ୍କର ସାହିବସ୍ତି ପଛେଇ ନଯାଉ ସେଥିପାଇଁ ଚେଷ୍ଟା କରନ୍ତୁ । ମୋର ପୁରା ବିଶ୍ୱାସ, ଘରର ଶୁଖିଲା ଆବର୍ଜନା ଏବଂ ଓଦା ତଥା ତରଳ ଆବର୍ଜନାକୁ ଅଲଗା କରି ନୀଳ ଏବଂ ସବୁଜ ଡଷ୍ଟବିନ୍ ରେ ପକାଇବାରେ ଆପଣମାନେ ଅଭ୍ୟସ୍ତ ହୋଇସାରିବେଣି ।

ଆବର୍ଜନା ହ୍ରାସ, ଏହାର ପୁନଃ-ଉପଯୋଗ ଏବଂ ପୁନଃବିଶୋଧନ ଭଳି ଆବର୍ଜନା ପରିଚାଳନା ସିଦ୍ଧାନ୍ତ ଏବେ ବହୁତ ଫଳପ୍ରଦ ହେଉଛି । ଏହି ସର୍ବେକ୍ଷଣ ଆଧାରରେ ଯେତେବେଳେ ସହରଗୁଡ଼ିକର ମାନ୍ୟତା ତାଲିକା କରାଯିବ ସେତେବେଳେ ଆପଣଙ୍କ ସହର ଯଦି ଏକଲକ୍ଷ ଜନସଂଖ୍ୟା ବିଶିଷ୍ଟ ହୋଇଥାଏ ତେବେ ଆପଣଙ୍କ ସହର ସାରା ଦେଶରେ ଉଚ୍ଚସ୍ଥାନ ପାଉ । ଆଉ ଯଦି ଜନସଂଖ୍ୟା ଏକଲକ୍ଷରୁ କମ୍ ହୋଇଥିବ ତେବେ ଆଂଚଳିକ ସ୍ତରରେ ଉଚ୍ଚସ୍ଥାନ ପାଉ, ଏହା ଆପଣମାନଙ୍କର ସ୍ୱପ୍ନ ହେବା ଦରକାର, ଏହା ଆପଣଙ୍କ ପ୍ରଚେଷ୍ଟା ହେବା ଦରକାର । 4 ଜାନୁଆରୀରୁ 10 ମାର୍ଚ୍ଚ 2018 ମଧ୍ୟରେ ହେବାକୁ ଥିବା ଏହି ସର୍ବେକ୍ଷଣରେ ଆପଣଙ୍କ ସହର ସ୍ୱଚ୍ଛତା ପ୍ରତିଯୋଗିତାରେ ପଛୁଆ ନ ରହୁ ଏହା ସମସ୍ତ ନଗର ଏବଂ ସହରରେ ସାର୍ବଜନିକ ଚର୍ଚ୍ଚାର ବିଷୟ ହେଉ । ଆଉ ‘ଆମ ସହର – ଆମ ପ୍ରୟାସ’, ‘ଆମ ପ୍ରଗତି, ଦେଶର ପ୍ରଗତି’ ଏହାହିଁ ଆମମାନଙ୍କର ସ୍ୱପ୍ନ ହେବା ଉଚିତ । ଆସନ୍ତୁ ଏହି ସଂକଳ୍ପର ସହିତ ଆମେ ପୁଣିଥରେ ପୂଜ୍ୟବାପୁଙ୍କୁ ସ୍ମରଣ କରିବା ଏବଂ ସ୍ୱଚ୍ଛ ଭାରତର ସଂକଳ୍ପ ସହିତ ଆମେ ପୁରୁଷାର୍ଥ ଏବଂ ପରାକାଷ୍ଠା ପ୍ରଦର୍ଶିତ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଏମିତି କିଛି କଥା ଥାଏ ଯାହା ଦେଖିବାକୁ ବହୁତ ଛୋଟ ହେଲେ ମଧ୍ୟ ଏକ ସମାଜ ଭାବରେ ଆମର ପରିଚୟ କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବ ପକାଇଥାଏ । ଆଜିର ମନ କି ବାତ୍ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ଏହିଭଳି ଗୋଟିଏ କଥା କହିବାକୁ ଚାହେଁ । ଗୋଟିଏ କଥା ଜାଣିବାକୁ ମିଳିଲା ଯେ ଯଦି ମୁସଲମାନ୍ ମହିଳା ହଜଯାତ୍ରା କରିବାକୁ ଚାହେଁ ତେବେ ସେ ‘ମହରମ୍’ ବା ନିଜର ପୁରୁଷ ଅଭିଭାବକ ବିନା ଯାଇପାରିବେ ନାହିଁ ।

ଯେତେବେଳେ ମୁଁ ଏକଥା ପ୍ରଥମେ ଶୁଣିଲି – ମୁଁ ଭାବିଲି ଯେ ଏହା କେମିତି ହେଇପାରିବ? ଏଭଳି ନିୟମ କିଏ ବନେଇଥିବ? ଏଭଳି ବାଛବିଚାର କାହିଁକି? ଆଉ ମୁଁ ଯେତେବେଳେ ତାକୁ ଗଭୀର ଭାବରେ ଅନୁଧ୍ୟାନ କଲି ସେତେବେଳେ ଆଶ୍ଚର୍ଯ୍ୟାନ୍ୱିତ ହେଲି ଯେ – ସ୍ୱାଧୀନତାର ସତୁରୀ ବର୍ଷ ପରେ ବି ଏ ପ୍ରତିବନ୍ଧକ ଆମେମାନେ ହିଁ ଲଗେଇ ଚାଲିଛୁ । ଦଶକ ଦଶକ ଧରି ମୁସଲିମ୍ ମହିଳାଙ୍କ ପ୍ରତି ଏଭଳି ଅନ୍ୟାୟ ହୋଇ ଚାଲିଥିଲା କିନ୍ତୁ ତାର କୌଣସି ଚର୍ଚ୍ଚା ବି ହେଉନଥିଲା । ଏପରିକି ଅନେକ ମୁସଲମାନ ରାଷ୍ଟ୍ରରେ ମଧ୍ୟ ଏଭଳି ନିୟମ ନାହିଁ । କିନ୍ତୁ ଭାରତରେ ମୁସଲିମ ମହିଳାମାନଙ୍କର ଏ ଅଧିକାର ନ ଥିଲା । ଖୁସିର କଥା ଆମ ସରକାର ଏହି ସମସ୍ୟା ପ୍ରତି ଧ୍ୟାନ ଦେଲା ।

ଆମ ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଗଲା ଏବଂ ସତୁରୀ ବର୍ଷ ଧରି ଚାଲିଆସିଥିବା ଏହି ପରମ୍ପରାକୁ ବଦଳେଇ ଏହି ପ୍ରତିବନ୍ଧକକୁ ଦୂରେଇ ଦିଆଗଲା । ଆଜି ମୁସଲମାନ ମହିଳାମାନେ ବିନା ‘ମହରମ୍’ରେ ହଜଯାତ୍ରା କରିପାରିବେ । ଆଉ ମୁଁ ଖୁସି ଯେ ଏ ବର୍ଷ ପ୍ରାୟ ତେରଶହ ମୁସଲିମ୍ ମହିଳା ମହରମ୍ ବ୍ୟତୀତ ହଜଯାତ୍ରା କରିବା ପାଇଁ ଆବେଦନ କରିସାରିଲେଣି ଏବଂ ଦେଶର ବିଭିନ୍ନ ଭାଗରୁ, କେରଳଠାରୁ ଆରମ୍ଭ କରି ଉତ୍ତର ଭାରତ ପର୍ଯ୍ୟନ୍ତ ମହିଳାମାନେ ଉତ୍ସାହର ସହିତ ହଜଯାତ୍ରା କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ମୁଁ ପରାମର୍ଶ ଦେଇଛି ଯେ ଏଭଳି ସମସ୍ତ ମହିଳାଙ୍କୁ ହଜଯାତ୍ରା କରିବାର ଅନୁମତି ଦିଆଯାଉ ଯେଉଁମାନେ ଏକାକୀ ହଜଯାତ୍ରା କରିବାକୁ ଆବେଦନ କରିଛନ୍ତି । ସାଧାରଣତଃ ହଜଯାତ୍ରୀମାନଙ୍କୁ ଲଟେରି ବ୍ୟବସ୍ଥାରେ ଅନୁମତି ମିଳିଥାଏ । କିନ୍ତୁ ମୁଁ ଚାହେଁ ଏକାକୀ ହଜଯାତ୍ରା ପାଇଁ ଆବେଦନ କରିଥିବା ମହିଳାମାନଙ୍କୁ ଲଟେରି ବ୍ୟବସ୍ଥାରୁ ବାଦ ଦେଇ ସ୍ୱତନ୍ତ୍ର ବର୍ଗ ଭାବରେ ସୁଯୋଗ ଦିଆଯାଉ । ମୁଁ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ କହୁଛି ଏବଂ ମୁଁ ଦୃଢ଼ ଭାବରେ ମନେ କରୁଛି ଯେ ଆମର ନାରୀଶକ୍ତିର ବଳରେ ତାଙ୍କ ପ୍ରତିଭାର ଭରସାରେ ଭାରତର ବିକାଶଯାତ୍ରା ଆଗେଇ ଚାଲିବ । ଆମର ନିରନ୍ତର ପ୍ରୟାସ ହେବା ଉଚିତ ଯେ ଆମର ମହିଳାମାନଙ୍କୁ ପୁରୁଷମାନଙ୍କ ଭଳି ସମାନ ଅଧିକାର ମିଳୁ ଆଉ ସମାନ ସୁଯୋଗ ମିଳୁ ଯାହାଫଳରେ କି ସେମାନେ ପ୍ରଗତି ପଥରେ ଏକାସାଥେ ଆଗକୁ ଯାଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀ 26 ତାରିଖ ଆମପାଇଁ ଗୋଟିଏ ଐତିହାସିକ ପର୍ବ । କିନ୍ତୁ ଏ ବର୍ଷର ଜାନୁୟାରୀ 26 ତାରିଖ ସ୍ୱତନ୍ତ୍ର ଭାବେ ସ୍ମରଣୀୟ ହୋଇ ରହିବ । ଏ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ସମସ୍ତ ଆସିଆନ (ASEAN) ଦେଶର (ଦଶଜଣ) ନେତା ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ସାଧାରଣତନ୍ତ୍ର ଦିବସ ଅବସରରେ ଏଥର ଜଣେ ନୁହେଁ ବରଂ ଦଶଜଣ ମୁଖ୍ୟ ଅତିଥି ହେବେ । ଭାରତ ଇତିହାସରେ ପୂର୍ବରୁ କେବେବି ଏପରି ହୋଇନାହିଁ । 2017 ବର୍ଷଟି ଆସିଆନ ଦେଶ ଏବଂ ଭାରତ – ଉଭୟଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ବର୍ଷ ଥିଲା । କାରଣ 2017ରେ ଆସିଆନ ଦେଶଗୁଡ଼ିକ ପଚାଶ ବର୍ଷ ପୂର୍ଣ୍ଣ କଲେ ଏବଂ ଭାରତ ସହ ଆସିଆନ ର ସହଭାଗିତାକୁ ମଧ୍ୟ 25ବର୍ଷ ପୂର୍ଣ୍ଣ ହେଲା । ଜାନୁୟାରୀ 26 ତାରିଖରେ ବିଶ୍ୱର ଏହି 10ଟି ଦେଶର ମହାନ ନେତାମାନଙ୍କର ଉପସ୍ଥିତି ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ ।

ପ୍ରିୟ ଦେଶବାସୀଗଣ, ଏହା ପର୍ବପର୍ବାଣୀର ଋତୁ । ଆମ ଦେଶ ବିଭିନ୍ନ ପର୍ବର ଦେଶ । ପ୍ରାୟ କୌଣସି ଦିନ ଏପରି ଥାଇନପାରେ, ଯେଉଁଦିନ କୌଣସି ପର୍ବ ନ ଥାଏ । ଏବେ ଆମେସବୁ ବଡ଼ଦିନ ପାଳନ କଲୁ ଏବଂ ଆଗକୁ ନୂଆବର୍ଷ ଆସୁଛି । ଆଗାମୀ ନବବର୍ଷ ଆପଣ ସମସ୍ତଙ୍କ ପାଇଁ ବହୁତ ଆନନ୍ଦ, ସୁଖ ଓ ସମୃଦ୍ଧି ନେଇଆସୁ । ଆମେ ସବୁ ନୂଆ ଉତ୍ସାହ, ନୂଆ ଉଦ୍ଦୀପନା ଓ ନୂଆ ସଂକଳ୍ପ ସହିତ ଆଗକୁ ବଢ଼ିବା, ଦେଶକୁ ବି ଆଗକୁ ବଢ଼େଇବା । ଜାନୁଆରୀ ମାସ ସୂର୍ଯ୍ୟଙ୍କର ଉତ୍ତରାୟଣର ସମୟ । ଏହି ମାସରେ ମକର ସଂକ୍ରାନ୍ତି ପାଳିତ ହୁଏ । ଏହା ପ୍ରକୃତି ସହ ସମ୍ପର୍କିତ ପର୍ବ । ଏପରି ତ ଆମର ପ୍ରତିଟି ପର୍ବ କୌଣସି ନା କୌଣସି ଭାବରେ ପ୍ରକୃତି ସହିତ ସମ୍ପୃକ୍ତ; କିନ୍ତୁ ବିଭିନ୍ନତାରେ ଭରା ଆମ ସଂସ୍କୃତିରେ ପ୍ରକୃତିର ଏହି ବିଚିତ୍ର ଘଟଣାକୁ ଭିନ୍ନ ଭିନ୍ନ ରୂପରେ ପାଳନ କରିବାର ପ୍ରଥା ମଧ୍ୟ ଅଛି । ପଞ୍ଜାବ ଓ ଉତ୍ତର ଭାରତରେ ଲୋହଡ଼ୀର ଆନନ୍ଦ ଥାଏ ତ ଉତ୍ତର ପ୍ରଦେଶ, ବିହାରରେ ଖିଚଡ଼ୀ ଏବଂ ତିଲ୍ ସଂକ୍ରାନ୍ତିର ପ୍ରତୀକ୍ଷା ରହେ । ରାଜସ୍ଥାନରେ ସଂକ୍ରାନ୍ତ କୁହନ୍ତୁ, ଆସାମରେ ମାଘ-ବିହୁ ବା ତାମିଲନାଡ଼ୁରେ ପୋଙ୍ଗଲ୍ – ଏସବୁ ପର୍ବର ସ୍ୱତନ୍ତ୍ରତା ରହିଛି । ଏସବୁ ପର୍ବ ପ୍ରାୟ 13 ରୁ 17 ଜାନୁଆରୀ ମଧ୍ୟରେ ପାଳିତ ହୁଏ ।

ଏହିସବୁ ପର୍ବର ନାମ ଭିନ୍ନ-ଭିନ୍ନ ହୋଇଥାଏ, କିନ୍ତୁ ଏଗୁଡ଼ିକର ମହତ୍ଵ ଓ ମୂଳତତ୍ୱ ଏକ – ପ୍ରକୃତି ଓ କୃଷି ସହିତ ସମ୍ପୃକ୍ତି । ସବୁ ଦେଶବାସୀଙ୍କୁ ଏହି ପର୍ବଗୁଡ଼ିକର ବହୁତ ବହୁତ ଶୁଭକାମନା । ପୁନର୍ବାର ଆପଣ ସମସ୍ତଙ୍କୁ ନବବର୍ଷ 2018ର ବହୁତ ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ ପ୍ରିୟ ଦେଶବାସୀଗଣ, 2018ରେ ପୁଣି ମିଶିବା ଏବଂ କଥାହେବା ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address at 12th International Day of Yoga celebrations in Kolkata, West Bengal
June 21, 2026

मंच पर विराजमान राज्यपाल श्री आर एन रवि जी, ऊर्जावान मुख्यमंत्री शुभेंदु अधिकारी जी, केंद्र में मेरे सहयोगी प्रतापराव जाधव जी, अन्य सभी महानुभाव, यहां कोलकाता में जुटे सभी प्रतिभागी, देश-विदेश में योग से जुड़ रहे सभी साथी, और मेरे प्यारे देशवासियों!

21 जून का ये दिन, पृथ्वी के कुछ भूभाग पर साल में सबसे लंबी अवधि का दिन होता है। और अंतर्राष्ट्रीय योग दिवस के कारण 21 जून का ये दिन विश्व के सबसे बड़े सामूहिक उत्सव का दिन भी बन गया है। विश्व के अलग-अलग हिस्सों से योग की एक से एक अद्भुत तस्वीरें आ रहीं हैं। भारत में हिमालय से लेकर हिन्द महासागर तक, पूर्वोत्तर और पूरब में बंगाल से लेकर पश्चिम में सौराष्ट्र तक, पूरा देश योग की ऊर्जा से चैतन्य से भरा हुआ नज़र आ रहा है। पूरा देश, पूरा विश्व एक दूसरे से जुड़ा हुआ नज़र आ रहा है और यही तो योग की ताकत है। योग सबको जोड़ता है, योग सबको साथ लाता है। मैं इस अवसर पर पूरे विश्व को, संपूर्ण मानव समुदाय को अंतर्राष्ट्रीय योग दिवस की बहुत-बहुत शुभकामनाएं देता हूँ।

साथियों,

आज योग दिवस पर मैं खासकर के पूरे बंगाल में, कोलकाता में, यहां बने स्वच्छता के योग के लिए भी कोलकाता वासियों की सराहना करूंगा। ये अद्भुत पहल है- स्वच्छता से स्वागत पहल के लिए जिस तरह यहां लगातार श्रम किया गया है, नागरिक कर्तव्य निभाया गया है, वो सभी देशवासियों के लिए आज एक बहुत बड़ी प्रेरणा बन गया है।

साथियों,

योग दिवस के अवसर पर आज बंगाल में होना बहुत ही विशेष है। बंगाल की ये पवित्र भूमि, जहां भगवान रामकृष्ण परमहंस जैसे सिद्ध संतों ने अवतार लिया, जहां से निकलकर स्वामी विवेकानंद ने पूरे विश्व को योग से परिचय कराया, जहां महर्षि अरविंद जैसे महान योगी ने जन्म लिया, लाहिड़ी महाशय जैसे महान योगियों ने जहां योग परंपरा को नई ऊंचाइयों तक पहुंचाया, आज उसी धरती पर सामूहिक योग का अनुभव, एक अलग आध्यात्मिक अनुभूति दे रहा है। इसी बंगाल की धरती पर जन्मे गुरुदेव रवीन्द्रनाथ ठाकुर का मानना था कि मनुष्य की पहचान अलग-अलग रहने में नहीं, बल्कि अपने आसपास की दुनिया से जुड़ने में है। यही जुड़ाव योग का मूल भाव है। महर्षि अरविंद भी कहते थे- हमारा पूरा जीवन योग है, चाहे हमें इसका बोध हो या ना हो। योग जब स्वभाव में आता है तो वो मानवीय एकता का आधार बन जाता है।

साथियों,

योग केवल शारीरिक श्रम का साधन नहीं है। योग किसी एक आयु वर्ग के लिए सीमित भी नहीं है। भारत में हम जानते हैं और देखते आए हैं, योग मानव के जीवन का चेतना के साथ, ऊर्जा के साथ एक प्रकाश भी है। इसीलिए, इस वर्ष अंतर्राष्ट्रीय योग दिवस की थीम रखी गई है- Yoga for Healthy Ageing है। उम्र बढ़ने पर भी हम स्वस्थ रह सकते हैं, हम ऊर्जावान और सक्रिय रह सकते हैं, योग हमें इसके लिए मार्ग दिखाता है। Friends, When we speak of "Yoga for Healthy Aging," It means that we can work to ensure that age does not reduce human potential. Yoga can help human life to aspire for constant growth. Our target must be to be more flexible at 40 than we were at 20. Our target must be to be more energetic at 50 than we were at 30. Our target must be to be more resistant to lifestyle diseases at 70 than we were at 50. This is where Yoga can help us. It helps us tune our bodies to be flexible. It keeps our energy levels high, it also helps us maintain a calm stress-free life and helps keep lifestyle diseases away. Moreover, with regular practice, Yoga teaches us to remain lifelong learners of our own bodies and minds. The more we know about ourselves, the better we can manage ourselves. That is why, Yoga for Healthy Aging. This theme must be seen as one for people of all ages, not just for the elderly.

साथियों,

गीता में भगवान कृष्ण ने योग के विषय में कहा है-

युक्त आहार विहारस्य, युक्त चेष्टस्य कर्मसु।

युक्त स्वप्न अव-बोधस्य, योगो भवति दुःखहा॥

अर्थात्, संतुलित आहार विहार से, संतुलित क्रियाओं और कर्मों से संतुलित नींद और जागने से, योग दुःखों का नाश करने वाला हो जाता है। ये संतुलन ही योग का आधार है। यही संतुलन हमारे जीवन का आधार भी है। लेकिन ज्यादातर लोग आज इस आधुनिक समय में जीवन के असंतुलन से ही जूझ रहे हैं, बहुत मशक्कत करनी पड़ रही है उनको, योग हमें जीवन को balanced way में जीने की कला सिखाता है। योग हमें do’s और don’ts सिखाता है। और जब हम हमारे शरीर को सही ढंग से चलाना सीख लेते हैं, तो स्वास्थ्य हमारा स्वभाव बन जाता है।

साथियों,

योग केवल हमारे शारीरिक स्वास्थ्य पर ही फोकस नहीं करता, योग मानसिक स्वास्थ्य से शारीरिक स्वास्थ्य का मार्ग दिखाता है। इसीलिए, योग के विषय में “युक्त चेष्टस्य कर्मसु” कहा गया है। यानी, हमें क्या करना चाहिए, क्या नहीं करना चाहिए, इसका बोध! ये बोध हमारे जीवन में शांति का स्रोत तो बनता ही है, इससे विश्व शांति का मार्ग भी खुलता है। इसीलिए, योग आज केवल हमारी पर्सनल लाइफ़-स्टाइल के लिए जरूरी नहीं है इतना ही नहीं है, योग दुनिया के बेहतर भविष्य के लिए एक आवश्यकता भी है।

साथियों,

अंतर्राष्ट्रीय योग दिवस के अवसर पर करोड़ों लोग योग से जुड़ते हैं। लेकिन आज का ये दिन हमें अपने साझा संकल्प को फिर दोहराने का अवसर देता है। आइए, हम संकल्प लें, योग को केवल एक दिवस तक सीमित नहीं रखेंगे, योग को केवल एक कार्यक्रम तक सीमित नहीं रखेंगे। हम योग को अपने जीवन का हिस्सा बनाएंगे। अपने परिवार का हिस्सा बनाएंगे। अपनी आने वाली पीढ़ियों का हिस्सा बनाएंगे।

साथियों,

इसी दिशा में, इस वर्ष "योग 365" की पहल को भी आगे बढ़ाया गया है। इसके तहत 100 दिन के ऑनलाइन योग कार्यक्रम का आयोजन किया गया, जिसमें अभूतपूर्व जनभागीदारी देखी गई है। 130 देशों के 30 लाख से अधिक लोगों ने इसमें भाग लिया है।

साथियों,

जब समाज स्वस्थ होगा, तब राष्ट्र भी अधिक सक्षम, अधिक समृद्ध और आत्मविश्वासी बनेगा। मैं आप सबके लिए कामना करता हूं, "सर्वे भवन्तु सुखिनः, सर्वे सन्तु निरामयाः।" इसी के साथ आप सभी को एक बार फिर अंतर्राष्ट्रीय योग दिवस की बहुत-बहुत शुभकामनाएं।

बहुत-बहुत धन्यवाद!