Leaders of Jamiat Ulama-i-Hind meet PM Modi, praise his vision
Nationwide trust that PM Modi has among people, will ensure prosperity of all segments of society: Jamiat Ulama-i-Hind leaders
Leaders of Jamiat Ulama-i-Hind appreciate PM Modi's stand on the issue of Triple Talaq
Democracy’s greatest strength is harmony and amity, Govt does not have any right to discriminate among citizens: PM

ଜମିଅତ୍ ଉଲେମା-ଇ-ହିନ୍ଦ ର ପୃଷ୍ଠପୋଷକତାରେ ମୁସଲିମ୍ ସମୁଦାୟର 25 ଜଣ ନେତା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭୋଲ କହିଛନ୍ତି ଯେ, ସାରା ବିଶ୍ୱ ଆଜି ଭାରତ ଉପରେ ଦୃଷ୍ଟି ରଖିଛି, ଏବଂ ଦେଶକୁ ଆଗେଇ ନେବା ସମାଜର ସମସ୍ତ ବର୍ଗର ଦାୟିତ୍ୱ ।


ଏହି ପ୍ରତିନିଧି ଦଳର ନେତାମାନେ ଶ୍ରୀ ଡୋଭାଲଙ୍କ ସହିତ ସହମତି ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶକୁ ଅନୁସରଣ କରି ମିଳିମିଶି ଦେଶକୁ ଆଗେଇ ନେବା ଉଦ୍ଦେଶ୍ୟ ହେବା ଉଚିତ ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି ଏହି ପ୍ରତିନିଧି ଦଳର ସଦସ୍ୟମାନେ ଆଶା ବ୍ୟକ୍ତ କରିଛନ୍ତି ଯେ ସାରା ଦେଶର ବିଶ୍ୱାସ ଅଛି ଯେ ସେ ଲୋକମାନଙ୍କ ସହିତ ଅଛନ୍ତି, ଯାହା ସମାଜର ସମସ୍ତ କ୍ଷେତ୍ରରେ ସମୃଦ୍ଧି ଏବଂ କଲ୍ୟାଣକୁ ସୁନିଶ୍ଚିତ କରିବ । ନିଉ ଇଣ୍ଡିଆ ଗଠନରେ ମୁସଲିମ୍ ସମୁଦାୟ ସମାନ ଭାଗିଦାର ହେବାକୁ ଆଗ୍ରହୀ ବୋଲି ସେମାନେ କହିଛନ୍ତି ।

ଆତଙ୍କବାଦକୁ ଏକ ବଡ଼ ଆହ୍ୱାନ ଭାବେ ଦର୍ଶାଇ, ସେମାନେ ନିଜର ସମସ୍ତ ଶକ୍ତି ଦେଇ ଏହାର ମୁକାବିଲା କରିବା ପାଇଁ ସଂକଳ୍ପ ବ୍ୟକ୍ତ କରିଛନ୍ତି । ଏହା ମୁସଲିମ୍ ସମୁଦାୟର ଦାୟିତ୍ୱ ଯେ, କୌଣସି ବି ପରିସ୍ଥିରେ ମଧ୍ୟ କାହାକୁ ଦେଶର ସୁରକ୍ଷା କିମ୍ବା କଲ୍ୟାଣ ସହିତ ସାଲିସ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି ।



ଭାରତ ବିରୁଦ୍ଧରେ କୌଣସି ଷଡଯନ୍ତ୍ରକୁ ସଫଳ ହେବାକୁ ମୁସଲିମ୍ ସମୁଦାୟ ଅନୁମତି ଦେବ ନାହିଁ ବୋଲି ସେମାନେ କହିଛନ୍ତି ।

କାଶ୍ମୀର ଉପତ୍ୟକାର ପରିସ୍ଥିତି ଉପରେ ଉଦବେଗ ପ୍ରକାଶ କରି ପ୍ରତିନିଧି ଦଳ କହିଛନ୍ତି ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏହି ପ୍ରସଙ୍ଗର ସମାଧାନ କରିପାରିବେ ।

ତିନଥର ତଲାକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସେମାନେ ପ୍ରସଂଶା କରିଛନ୍ତି ।

ପ୍ରତିନିଧି ଦଳର ସଦସ୍ୟ ଯେଉଁମାନେ ଶୈକ୍ଷିକ ସଂସ୍ଥାନ ସହ ଜଡିତ, ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ପଦକ୍ଷେପ ଯେପରି କି ନୀତି ଆୟୋଗ ଦ୍ୱାରା ଆୟୋଜିତ ହାକାଥନ, ନଗଦ ବିହୀନ କାରବାର ଏବଂ ଷ୍ଟାର୍ଟ-ଅପ୍ ଦ୍ୱାରା ସେମାନଙ୍କ ସଂସ୍ଥାନର ପ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ପାଇଁ କଲ୍ୟାଣକାରୀ ଯୋଜନାର କାର୍ଯ୍ୟନ୍ୱୟନକୁ ମଧ୍ୟ ପ୍ରତିନିଧି ଦଳ ପ୍ରସଂଶା କରିଛନ୍ତି ।

ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସଦ୍ଭାବ ଏବଂ ସୌହାର୍ଦ୍ଦ୍ୟ । ସେ ଗୁରୁତ୍ୱ ଦେଇ କହିଛନ୍ତି, ଯେ ନାଗରିକମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ନେଇ ସରକାରଙ୍କର କୌଣସି ଅଧିକାର ନାହିଁ । ବିବିଧତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତର ନୂତନ ପିଢୀ ବିଶ୍ୱରେ ବୃଦ୍ଧି ପାଉଥିବା ଆତଙ୍କବାଦର ଶିକାର ହେବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୁସଲିମ୍ ସମୁଦାୟ ତିନଥର ତଲାକ୍ ପ୍ରସଙ୍ଗକୁ ରାଜନୀତିକରଣ କରିବାକୁ ଅନୁମତି ନ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି, ଏହି ସମ୍ବନ୍ଧରେ ସଂସ୍କାର ଆଣିବା ପାଇଁ ଶୁଭାରମ୍ଭ କରିବା ନିମନ୍ତେ ଦାୟିତ୍ୱ ନେବାକୁ ସେ ଏକତ୍ରିତ ହୋଇଥିବା ପ୍ରତିନିଧିମାନଙ୍କୁ ଅନୁରୋଧ କରିଛନ୍ତି ।

ଜମିଅତ୍ ଉଲେମା-ଇ-ହିନ୍ଦ୍ ର ସଭାପତି ମୌଲାନା କାରୀ ସୟଦ ମହମ୍ମଦ ଉସମାନ୍ ମନସୁରପୁରୀ, ଜମିଅତ୍ ଉଲେମା-ଇ-ହିନ୍ଦ୍ ର ସାଧାରଣ ସଂପାଦକ ମୌଲାନା ମହମ୍ମଦ ଏ ମଦାନୀ, ମୁମ୍ବାଇର ଅଂଜୁମନ-ଇ-ଇସଲାମ୍ ର ସଭାପତି ଡ଼କ୍ଟର ଜାହିର ଇ କାଜି, ପ୍ରଫେସର ଅଖତରୁଲ ୱାସେ ଏବଂ ମୌଲାନା ବଦାରୁଦ୍ଦିନ ଆଜ୍ମଲ୍ ପ୍ରମୁଖ ଏହି ପ୍ରତିନିଧି ଦଳରେ ଅନ୍ତର୍ଭୁକ୍ତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional