ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବରେ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ (ଏନଏମଏନଏଫ)ର ଶୁଭାରମ୍ଭକୁ ମଞ୍ଜୁରି ମିଳିଛି ।

ଏହି ଯୋଜନାରେ ପଞ୍ଚଦଶ ଅର୍ଥ ଆୟୋଗ (୨୦୨୫-୨୬) ଅବଧି ସୁଦ୍ଧା ମୋଟ ବ୍ୟୟ ଅଟକଳ ୨୪୮୧ କୋଟି ଟଙ୍କା (ଭାରତ ସରକାରଙ୍କ ଅଂଶ - ୧୫୮୪ କୋଟି ଟଙ୍କା; ରାଜ୍ୟ ଅଂଶ - ୮୯୭ କୋଟି ଟଙ୍କା) ରଖାଯାଇଛି ।

ଭାରତ ସରକାର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବରେ ସମଗ୍ର ଦେଶରେ ମିଶନ ମୋଡରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ପ୍ରାକୃତିକ କୃଷି ମିଶନ (ଏନଏମଏନଏଫ) ଆରମ୍ଭ କରିଛନ୍ତି ।

ସେମାନଙ୍କ ପୂର୍ବପୁରୁଷଙ୍କଠାରୁ ପ୍ରାପ୍ତ ପାରମ୍ପରିକ ଜ୍ଞାନ ଆଧାରରେ, ଦେଶର ଚାଷୀମାନେ ଏକ ରାସାୟନିକ ମୁକ୍ତ ଚାଷ ଭାବରେ ପ୍ରାକୃତିକ କୃଷି (ଏନଏଫ) ଅଭ୍ୟାସ ଅବଲମ୍ବନ କରିବେ ଯେଉଁଥିରେ ସ୍ଥାନୀୟ ପ୍ରାଣୀସମ୍ପଦ ସମନ୍ୱିତ ପ୍ରାକୃତିକ ଚାଷ ପଦ୍ଧତି, ବିବିଧ ଫସଲ ପ୍ରଣାଳୀ ଇତ୍ୟାଦି ଅନ୍ତର୍ଭୁକ୍ତ । ଏନଏଫ ସ୍ଥାନୀୟ ଜ୍ଞାନ, ଭୌଗଳିକ ସ୍ଥିତି ଅନୁକୂଳ ଜ୍ଞାନକୌଶଳ ଉପରେ ଆଧାରିତ ସ୍ଥାନୀୟ କୃଷି-ପରିବେଶ ନୀତିକୁ ଅନୁସରଣ କରିବ ଏବଂ ସ୍ଥାନୀୟ କୃଷି-ପରିବେଶ ଅନୁଯାୟୀ ବିକଶିତ ହେବ ।

ସମସ୍ତଙ୍କ ପାଇଁ ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଏନ୍ଏଫ୍ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଏନଏମଏନଏଫର ଲକ୍ଷ୍ୟ । ଚାଷର ଇନପୁଟ୍ ଖର୍ଚ୍ଚ ହ୍ରାସ କରିବା ଏବଂ ବାହାରୁ କିଣା ଯାଇଥିବା ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କୃଷକମାନଙ୍କୁ ସହାୟତା କରିବା ନିମନ୍ତେ ଏହି ମିଶନ ପ୍ରସ୍ତୁତ କରାଯାଇଛି। ପ୍ରାକୃତିକ କୃଷି ଦ୍ୱାରା ସୁସ୍ଥ ମୃତ୍ତିକା ପରିବେଶ ବ୍ୟବସ୍ଥା ନିର୍ମାଣ ଓ ରକ୍ଷଣାବେକ୍ଷଣ ସମ୍ଭବ ହେବ, ଜୈବ ବିବିଧତାକୁ ପ୍ରୋତ୍ସାହନ ମିଳିବ ଏବଂ ସ୍ଥାନୀୟ କୃଷି ପରିବେଶ ଅନୁଯାୟୀ ଦୀର୍ଘସ୍ଥାୟୀତ୍ୱ ବୃଦ୍ଧି ପାଇଁ ବିଭିନ୍ନ ଫସଲ ପ୍ରଣାଳୀକୁ ପ୍ରୋତ୍ସାହିତ କରାଯିବ। କୃଷକ ପରିବାର ଏବଂ ଉପଭୋକ୍ତାଙ୍କ ପାଇଁ ଦୀର୍ଘସ୍ଥାୟୀତ୍ୱ, ଜଳବାୟୁ ସ୍ଥିରତା ଏବଂ ସୁସ୍ଥ ଖାଦ୍ୟ ଦିଗରେ କୃଷି ଅଭ୍ୟାସକୁ ବୈଜ୍ଞାନିକ ରୂପେ ପୁନରୁଦ୍ଧାର ଏବଂ ସୁଦୃଢ଼ କରିବା ପାଇଁ ଏନଏମଏନଏଫ ଆରମ୍ଭ କରାଯାଇଛି ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ଇଚ୍ଛୁକ ଗ୍ରାମ ପଞ୍ଚାୟତର ୧୫,୦୦୦ କ୍ଲଷ୍ଟରରେ ଏନଏମଏନଏଫ କାର୍ଯ୍ୟକାରୀ ହେବ । ୧ କୋଟି କୃଷକଙ୍କ ପାଖରେ ମିଶନ ପହଞ୍ଚିବ ଏବଂ ୭.୫ ଲକ୍ଷ ହେକ୍ଟର ଅଞ୍ଚଳରେ ପ୍ରାକୃତିକ ଚାଷ (ଏନଏଫ) ଆରମ୍ଭ କରାଯିବ । ଏନଏଫ କୃଷକ, ଏସଆରଏଲଏମ / ପିଏସିଏସ / ଏଫପିଓ ଇତ୍ୟାଦି ଅଭ୍ୟାସ କରୁଥିବା ଅଞ୍ଚଳକୁ ପ୍ରାଥମିକତା ଦିଆଯିବ । ଏହାବ୍ୟତୀତ, କୃଷକମାନଙ୍କ ପାଇଁ ବ୍ୟବହୃତ ଏନଏଫ ଇନପୁଟଗୁଡିକୁ ସହଜରେ ଉପଲବ୍ଧତା ଏବଂ ସୁଲଭତା ପ୍ରଦାନ କରିବା ପାଇଁ ଆବଶ୍ୟକତା ଭିତ୍ତିକ ୧୦,୦୦୦ ବାୟୋ-ଇନପୁଟ୍ ରିସୋର୍ସ ସେଣ୍ଟର (ବିଆରସି) ପ୍ରତିଷ୍ଠା କରାଯିବ ।

ଏନଏମଏନଏଫ ଅଧୀନରେ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), କୃଷି ବିଶ୍ୱବିଦ୍ୟାଳୟ (ଏୟୁ) ଓ କୃଷକଙ୍କ ଜମି ନିକଟରେ ପାଖାପାଖି ୨୦ ଏନଏଫ ମଡେଲ ପ୍ରଦର୍ଶନ ଫାର୍ମ ପ୍ରତିଷ୍ଠା କରାଯିବ ଏବଂ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ କୃଷକ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ସମର୍ଥନ କରାଯିବ । ଇଚ୍ଛୁକ କୃଷକମାନଙ୍କୁ କେଭିକେ, ଏୟୁ ଏବଂ ଏନଏଫ କୃଷକଙ୍କ ଜମିରେରେ ସେମାନଙ୍କ ଗାଁ ନିକଟରେ ଅଭ୍ୟାସର ଏନଏଫ ପ୍ୟାକେଜ, ଏନଏଫ ଇନପୁଟ୍ ପ୍ରସ୍ତୁତି ଇତ୍ୟାଦି ଉପରେ ମଡେଲ ପ୍ରଦର୍ଶନ ଫାର୍ମରେ ପ୍ରଶିକ୍ଷଣ ଦିଆଯିବ । ୧୮.୭୫ ଲକ୍ଷ ତାଲିମପ୍ରାପ୍ତ ଇଚ୍ଛୁକ କୃଷକମାନେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କୁ ବ୍ୟବହାର କରି କିମ୍ବା ବିଆରସିରୁ କ୍ରୟ କରି ଜୀବମୃତ, ବିଜାମୃତ ଇତ୍ୟାଦି ସାମଗ୍ରୀ ପ୍ରସ୍ତୁତ କରିବେ । କ୍ଲଷ୍ଟରରେ ଇଚ୍ଛୁକ କୃଷକମାନଙ୍କୁ ସଚେତନତା ସୃଷ୍ଟି, ସହଯୋଗ ଏବଂ ସହାୟତା ପାଇଁ ୩୦,୦୦୦ କୃଷି ସଖୀ / ସିଆରପି ନିୟୋଜିତ କରାଯିବ । ପ୍ରାକୃତିକ କୃଷି ପ୍ରଣାଳୀ କୃଷକମାନଙ୍କୁ ଚାଷର ଇନପୁଟ୍ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମାଟିର ସ୍ୱାସ୍ଥ୍ୟ, ଉର୍ବରତା ଏବଂ ଗୁଣବତ୍ତାକୁ ପୁନରୁଦ୍ଧାର କରିବ ଏବଂ ଜଳବନ୍ଦୀ, ବନ୍ୟା, ମରୁଡ଼ି ଇତ୍ୟାଦି ଜଳବାୟୁ ବିପଦର ମୁକାବିଲା କରିବାରେ ସହାୟକ ହେବ । ଏହି ଅଭ୍ୟାସ ସାର, କୀଟନାଶକ ଇତ୍ୟାଦି ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ୱାସ୍ଥ୍ୟ ବିପଦକୁ ହ୍ରାସ କରିଥାଏ ଏବଂ କୃଷକ ପରିବାର ପାଇଁ ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିଥାଏ। ଏହାବ୍ୟତୀତ ପ୍ରାକୃତିକ କୃଷି ଜରିଆରେ ଭବିଷ୍ୟତ ପିଢ଼ି ପାଇଁ ପୃଥିବୀ ମାତାଙ୍କ ସଂରକ୍ଷଣକୁ ପ୍ରୋତ୍ସାହନ ମିଳେ। ମୃତ୍ତିକା କାର୍ବନ ପରିମାଣ ଏବଂ ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ମାଧ୍ୟମରେ, ଏନଏଫରେ ମୃତ୍ତିକା ଅଣୁଜୀବ ଏବଂ ଜୈବ ବିବିଧତା ବୃଦ୍ଧି ପାଇଥାଏ ।

କୃଷକମାନଙ୍କୁ ସେମାନଙ୍କ ପ୍ରାକୃତିକ କୃଷିଜାତ ଦ୍ରବ୍ୟର ବଜାରୀକରଣ ପାଇଁ ଏକ ସହଜ ସରଳ ପ୍ରମାଣୀକରଣ ବ୍ୟବସ୍ଥା ଏବଂ ଉତ୍ସର୍ଗୀକୃତ ସାଧାରଣ ବ୍ରାଣ୍ଡିଂ ପ୍ରଦାନ କରାଯିବ । ଏନଏମଏନଏଫ କାର୍ଯ୍ୟକାରିତାର ରିୟଲ ଟାଇମ୍ ଜିଓ-ଟ୍ୟାଗ୍ ଏବଂ ରେଫରେନ୍ସ ମନିଟରିଂ ଏକ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କରାଯିବ ।

ସ୍ଥାନୀୟ ପଶୁପାଳନ ବୃଦ୍ଧି, କେନ୍ଦ୍ରୀୟ ପଶୁ ପ୍ରଜନନ ଫାର୍ମ/ଆଞ୍ଚଳିକ ପଶୁଖାଦ୍ୟ କେନ୍ଦ୍ରଗୁଡ଼ିକରେ ଏନ୍. ଏଫ୍. ମଡେଲ ପ୍ରଦର୍ଶନ ଫାର୍ମର ବିକାଶ, ସ୍ଥାନୀୟ କୃଷକ ବଜାର, ଏ. ପି. ଏମ୍. ସି. (କୃଷି ଉତ୍ପାଦ ବଜାର କମିଟି), ମଣ୍ଡି, ହାଟ, ଡିପୋ ଇତ୍ୟାଦି ପାଇଁ ସମନ୍ୱୟ ମାଧ୍ୟମରେ ଜିଲ୍ଲା/ବ୍ଲକ/ପଞ୍ଚାୟତ ସ୍ତରରେ ବଜାର ସଂଯୋଗ ପ୍ରଦାନ କରିବା ପାଇଁ ଭାରତ ସରକାର/ରାଜ୍ୟ ସରକାର/ଜାତୀୟ ଏବଂ ଆନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ବିଦ୍ୟମାନ ଯୋଜନା ଏବଂ ସହାୟକ ଢାଞ୍ଚା ସହିତ ସମନ୍ୱୟ ଅନ୍ୱେଷଣ କରାଯିବ। ଏହାବ୍ୟତୀତ ଆରଏଭି କାର୍ଯ୍ୟକ୍ରମ ଏବଂ ଏନଏଫରେ ଉତ୍ସର୍ଗୀକୃତ ସ୍ନାତକ, ସ୍ନାତକୋତ୍ତର ଏବଂ ଡିପ୍ଲୋମା ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଏନଏମଏନଏଫରେ ନିୟୋଜିତ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”