ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ(ଓବିସି)ଙ୍କ ନିମନ୍ତେ ଶତକଡା ୨୭ଭାଗ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ୍‌)ଙ୍କ ନିମନ୍ତେ ଶତକଡା ଦଶଭାଗ ସଂରକ୍ଷଣ ସର୍ବଭାରତୀୟ କୋଟାରେ ଏହି ନିୟମ ଏମବିବିଏସ, ଏମ୍‌ଡି, ଡିପ୍ଲୋମା, ବିଡିଏସ୍ ଓ ଏମ୍‌ଡିଏସ୍ ପାଇଁ ଚଳିତ ଶିକ୍ଷାବର୍ଷ ୨୦୨୧-୨୨ଠାରୁ ଲାଗୁ
ପାଖାପାଖି ୫, ୫୦୦ ଛାତ୍ରଛାତ୍ରୀ ହେବେ ଉପକୃତ
ଉଭୟ ଅନଗ୍ରସର ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଅଙ୍ଗୀକାରବଦ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସର୍ବଭାରତୀୟ କୋଟା ଯୋଜନା(AIQ schme)ରେ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଓ ଶତକଡା ୧୦ଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ଠାରୁ ଏହା ସ୍ନାତ୍ତକ ଓ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ଯଥା ଏମବିବିଏସ, ଏମ.ଡି / ଏମ୍‌ଏସ / ଡିପ୍ଲୋମା / ବିଡିଏସ / ଏମଡିଏସ୍ ନିମନ୍ତେ ଲାଗୁ ହେବ ।

ସର୍ବ ଭାରତୀୟ କୋଟା(AIQ)ଯୋଜନା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଜ ରାଜ୍ୟ ବ୍ୟତୀତ ଅନ୍ୟାନ୍ୟ ରାଜ୍ୟର ଉନ୍ନତ ମେଡିକାଲ କଲେଜରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ସୁଯୋଗ ଦେବା ପାଇଁ ୧୯୮୬ ମସିହାରେ ଲାଗୁ ହୋଇଥିଲା । ସର୍ବଭାରତୀୟ କୋଟାରେ ଶତକଡା ୧୫ଭାଗ ଅଣ୍ଡର ଗ୍ରାଜୁଏଟ ଓ ଶତକଡା ୫୦ଭାଗ ସ୍ନାତକୋତ୍ତର  ନିମନ୍ତେ ସଂରକ୍ଷଣ ସରକାରୀ ମେଡିକାଲ କଲେଜରେ ରହିଛି । ୨୦୦୭ ମସିହା ପର୍ଯ୍ୟନ୍ତ ଏଆଇକ୍ୟୁ ଯୋଜନା  ଅଧୀନରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନ ଥିଲା । ଯୋଜନା ଅଧୀନରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶତକଡା ୧୫ଭାଗ ତଫସିଲଭୁକ୍ତ ଜାତି ଓ ୭.୫% ତଫସିଲଭୁକ୍ତ ଉପଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରବର୍ତ୍ତିତ ହେଲା । ଯେତେବେଳେ କେନ୍ଦ୍ରୀୟ ଶିକ୍ଷାଅନୁଷ୍ଠାନ (ସଂରକ୍ଷଣ ଓ ନାମଲେଖା) ଆଇନ ୨୦୦୭ ମସିହାରେ ଲାଗୁ ହେଲା ପରେ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀଙ୍କ ନିମନ୍ତେ ଶତକଡା ୨୭ଭାଗ ସଂରକ୍ଷଣ ବ୍ୟବସ୍ଥା ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଯଥା ସଫଦରଜଙ୍ଗ ହସ୍‌ପିଟାଲ, ଲେଡିହାର୍ଡିଞ୍ଜି ମେଡିକାଲ କଲେଜ, ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଓ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ଇତ୍ୟାଦିରେ କାର୍ଯ୍ୟକାରୀ ହେଲା । ତେବେ ଏହା ରାଜ୍ୟ ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ଲାଗୁ ହୋଇ ନ ଥିଲା ।

ବର୍ତ୍ତମାନ ସରକାର ଉଭୟ ଅନ୍ୟାନ୍ୟ ଅନଗ୍ରସର ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ସଂରକ୍ଷଣ ସୁବିଧା ଦେବା ପାଇଁ ଅଙ୍ଗୀକାରବଦ୍ଧ । କେନ୍ଦ୍ର ସରକାର ସେ ଦୃଷ୍ଟିରୁ  ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀକୁ ଶତକଡା ୨୭ଭାଗ ଓ ଆର୍ଥିକ ଦୁର୍ବଳ ଶ୍ରେଣୀକୁ ଶତକଡା ଦଶ ଭାଗ ସଂରକ୍ଷଣ AIQ ଯୋଜନା ଅଧୀନରେ ଦେବା ନିମନ୍ତେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯେକୌଣସି ରାଜ୍ୟର ମେଡିକାଲ କଲେଜ ପାଇଁ ପ୍ରତିଯୋଗିତା ଭିତ୍ତିରେ ଅନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହାର ସୁବିଧା ନେଇପାରିବେ । ଏହି ସଂରକ୍ଷଣ ବ୍ୟବସ୍ଥା  ଫଳରେ ପାଖାପାଖି ୧୫ଶହ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀ ଏମବିବିଏସ୍ ଓ ୨୫ଶହ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ସୁବିଧା ପାଇପାରିବେ ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ(EWS) ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ ପାଇଁ ୨୦୧୯ ମସିହାରେ ଏକ ସାମ୍ବିଧାନିକ ସଂଶୋଧନ କରାଯାଇଥିଲା । ଫଳରେ  EWS ଶ୍ରେଣୀ ପାଇଁ ଶତକଡା ଦଶଭାଗ ସଂରକ୍ଷଣ ବ୍ୟବସ୍ଥା ହେଲା । ସେହି ଅନୁସାରେ ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷରେ ମେଡିକାଲ ଓ ଡେଣ୍ଟାଲ କଲେଜଗୁଡିକରେ ଶତକଡା ଦଶଭାଗ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରାଗଲା । ଏହା ଫଳରେ ଅଣସଂରକ୍ଷିତ ସ୍ଥାନଗୁଡିକ ମଧ୍ୟ ହ୍ରାସ ପାଇଲା ନାହିଁ । ତେବେ ଏଆଇକ୍ୟୁ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ସଂପ୍ରସାରିତ ହୋଇ ନ ଥିଲା । ଏହା ଚଳିତ ୨୦୨୧-୨୨ ଶିକ୍ଷାବର୍ଷରୁ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ ସହ ଶତକଡା ଦଶଭାଗ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଲାଗୁ ହୋଇଛି । ପ୍ରତିବର୍ଷ ଏମବିବିଏସ ୫୫୦, ପିଜି ମେଡିକାଲ ପାଠ୍ୟକ୍ରମରେ ୧୦୦୦ଇଡବ୍ଲ୍ୟୁଏସ ଛାତ୍ରଛାତ୍ରୀ ଉପକୃତ ହେବେ ।

            ୨୦୧୪ ମସିହାଠାରୁ ମେଡିକାଲ ଶିକ୍ଷାରେ ଅଣାଯାଇଥିବା ଉଲ୍ଲେଖନୀୟ ସଂସ୍କାର ଏବଂ ନିଷ୍ପତ୍ତି ଏକ ଅଂଶବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ ଛଅବର୍ଷ ମଧ୍ୟରେ ମେଡିକାଲ ସିଟ୍ ସଂଖ୍ୟା ଶତକଡା ୫୬ଭାଗ ବୃଦ୍ଧି ପାଇଛି । ୨୦୧୪ ମସିହାରେ ଦେଶରେ ୫୪, ୩୪୮ମେଡିକାଲ ସିଟ୍ ଥିବାବେଳେ ୨୦୨୦ ସୁଦ୍ଧା ଏହା ୮୪, ୬୪୯କୁ ବୃଦ୍ଧି ପାଇଛି । ସେହିପରି ପିଜି ସିଟ୍ ସଂଖ୍ୟା ଶତକଡା ୮୦ଭାଗ ବୃଦ୍ଧି ପାଇଛି । ୨୦୧୪ରେ ଏହା ୩୦, ୧୯୧ଥିବାବେଳେ ୨୦୨୦ରେ ଏହା ୫୪, ୨୭୫ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ୧୭୯ଟି ନୂତନ ମେଡିକାଲ କଲେଜ ସ୍ଥାପିତ ହୋଇଛି । ଦେଶରେ ଏବେ ୨୮୯ଟି  ସରକାରୀ ଓ ୨୬୯ଟି ଘରୋଇ ଏହିପରି ମୋଟ ୫୫୮ମେଡିକାଲ କଲେଜ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.