Sports should occupy a central place in the lives of our youth: PM Modi
Sports are an important means of personality development, says Prime Minister Modi
Khelo India is not only about winning medals. It is an effort to give strength to a mass movement for playing more: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ଏକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଲେ ଯେ ଯୁବ ବର୍ଗଙ୍କ ଜୀବନରେ କ୍ରୀଡ଼ା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ଉଚିତ । ବ୍ୟକ୍ତିତ୍ୱ ବିକାଶ ପାଇଁ କ୍ରୀଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେ କହିଥିଲେ ।

ସେମାନଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ କ୍ରୀଡ଼ା କ୍ଷେତ୍ରକୁ ସମୟ ଦେବା ପାଇଁ ଯୁବ ବର୍ଗଙ୍କୁ ସେ ପ୍ରେରିତ କରିଥିଲେ । ସମ୍ମିଳନୀରେ ଉପସ୍ଥିତ ପ୍ରଖ୍ୟାତ କ୍ରୀଡ଼ାବିତମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରି ସେ କହିଲେ ଯେ ସେମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମାତ୍ର ସେମାନେ ଅଧାରୁ ଏହାକୁ ଛାଡିନଥିଲେ ଏବଂ ନିଜକୁ  ଅନ୍ୟମାନଙ୍କଠାରୁ ଭିନ୍ନ କରି ଦେଖାଇ ଦେଇଥିଲେ ।

ଭାରତରେ କ୍ରୀଡ଼ା ପ୍ରତିଭାମାନଙ୍କର ଅଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ଆମେ ହେଉଛୁ ଏକ ଯୁବ ବର୍ଗଙ୍କ ଦେଶ ଏବଂ ଆମେ କ୍ରୀଡ଼ାରେ ଆହୁରି ଭଲ ପ୍ରଦର୍ଶନ କରିପାରିବୁ ବୋଲି ସେ କହିଥିଲେ ।

 

ବିଶ୍ୱ ସ୍ତରରେ ଭାରତର ଅଭିବୃଦ୍ଧିର ତାତ୍ପର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରି ସେ କହିଲେ ଯେ ଏହାର ଅର୍ଥ ନୁହେଁ ଯେ ଭାରତର କେବଳ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଏବଂ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ରହିବ । ବରଂ ଏହାର ଅର୍ଥ ହେଉଛି ଭାରତ ପ୍ରମୁଖ ବୈଜ୍ଞାନିକ, କଳାକାର ଏକଂ କ୍ରୀଡ଼ାବିତଙ୍କ ମଧ୍ୟରେ ନିଜକୁ ଭିନ୍ନ ଭାବେ ପ୍ରତିଷ୍ଠିତ କରିବ । ଭାରତ ଏହି ଉଚ୍ଚତାରେ ପହଂଚି ପାରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ଏବଂ କହିଥିଲେ ଯେ ଭାରତୀୟ ଯୁବ ବର୍ଗଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି ।

ସେ କହିଥିଲେ ଯେ ଖେଲୋ ଇଣ୍ଡିଆର ଅର୍ଥ ନୁହେଁ ଯେ କେବଳ ପଦକ ବିଜୟୀ ହେବା । କ୍ରୀଡ଼ାକୁ ଏକ ବଡ ଆନ୍ଦୋଳନରେ ପରିଣତ କରିବା ନେଇ ଶକ୍ତି ପ୍ରଦାନ କରିବାରେ ହେଉଛି ଏହା ଏକ ପ୍ରୟାସ । ଦେଶରେ କ୍ରୀଡ଼ାକୁ ଲୋକପ୍ରିୟ କରିବା ପାଇଁ ପ୍ରତ୍ୟେକ ଦିଗ ଉପରେ ଧ୍ୟାନ ଦେବାକୁ ଆମେ ଚାହୁଁଛୁ ବୋଲି ସେ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଗ୍ରାମୀଣ ଭାରତ ଏବଂ ଛୋଟ ସହରମାନଙ୍କରୁ କ୍ରୀଡ଼ାବିତମାନଙ୍କୁ ସଫଳ ହେବାର ଦେଖିବା ଅତ୍ୟନ୍ତ ଉତ୍ସାହପ୍ରଦ । ତେବେ କେତେକ ଯୁବ କ୍ରୀଡ଼ାବିତ ଅଛନ୍ତି ଯେଉଁମାନଙ୍କୁ କି ସମର୍ଥନ ପ୍ରଦାନ କରିବାର ଆବଶ୍ୟକତା ରହିଛି ଏବଂ ସରକାର ସେମାନଙ୍କୁ ଏହା ପ୍ରଦାନ କରିବା ପାଇଁ ଚାହୁଁଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଯେଉଁମାନେ କ୍ରୀଡ଼ାକୁ ଭଲ ପାଆନ୍ତି ସେମାନେ ଆର୍ଥିକ ପୁରସ୍କାର ପାଇଁ ନୁହେଁ ବରଂ ଏକ ନିଶା ପାଇଁ ଏହାକୁ ଭଲ ପାଆନ୍ତି । ସେଥିପାଇଁ ଆଥଲେଟମାନେ ହେଉଛନ୍ତି ସ୍ୱତନ୍ତ୍ର । ଯେତେବେଳେ ଜଣେ କ୍ରୀଡ଼ାବିତ ବିଜୟୀ ହୁଏ ଏବଂ ସେ ତ୍ରିରଙ୍ଗ ପତାକାକୁ ହାତରେ ଧରେ ଏହା ଏକ ବିଶେଷ ଅନୁଭବ ହୋଇଥାଏ ଏବଂ ଏହା ସାରା ଦେଶକୁ ଏକ ନୂତନ ଶକ୍ତିରେ ଭରି ଦେଇଥାଏ, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India