ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନାମକରଣ କରିବାପାଇଁ ସେ ସମଗ୍ର ଭାରତର ନାଗରିକମାନଙ୍କ ଠାରୁ ଅନୁରୋଧ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ଖେଳ ରତ୍ନ ପୁରସ୍କାର ଆଜି ଠାରୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ନାମରେ ନାମିତ ହେଲା ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ପାଇଁ ସମ୍ମାନ ଏବଂ ଗର୍ବ ଆଣିଥିବା ଦେଶର କ୍ରୀଡାବିତ୍‍ମାନଙ୍କ ମଧ୍ୟରେ ଧ୍ୟାନ ଚାନ୍ଦ ଥିଲେ ଅନ୍ୟତମ । ଏହା ଉପଯୁକ୍ତ ଯେ ଆମ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ତାଙ୍କ ନାମରେ ନାମିତ ହେଲା ।

ଏକାଧିକ ଟୁଇଟ୍‍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି :

ପୁରୁଷ ଓ ମହିଳା ହକି ଦଳର ଅତୁଳନୀୟ ପ୍ରଦର୍ଶନ ଆମ ଦେଶରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି । ହକି ପ୍ରତି ଏକ ନୂଆ ଆଗ୍ରହ ସୃଷ୍ଟି ହୋଇଛି ଯାହା ଭାରତର କୋଣ ଅନୁକୋଣରେ ପରିଲକ୍ଷିତ ହୋଇଛି । ଏହା ଆଗାମୀ ସମୟ ପାଇଁ ଏକ ସକରାତ୍ମକ ସଙ୍କେତ ଅଟେ ।

ମେଜର ଧ୍ୟାନ ଚାନ୍ଦଙ୍କ ଉପରେ ଖେଳ ରତ୍ନ ପୁରସ୍କାରର ନାମକରଣ କରିବାକୁ ମୁଁ ସମଗ୍ର ଭାରତର ନାଗରିକଙ୍କ ଠାରୁ ଅନେକ ଅନୁରୋଧ ପାଇଛି । ତାଙ୍କର ମତାମତ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

ସେମାନଙ୍କ ଭାବନାକୁ ସମ୍ମାନ ଦେଇ ଖେଳ ରତ୍ନ ପୁରସ୍କାର  ଏଣିକି ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଭାବେ ପରିଗଣିତ ହେବ ।

ଜୟ ହିନ୍ଦ୍‍

ମେଜର ଧ୍ୟାନ ଚାନ୍ଦ ଭାରତର ପ୍ରମୁଖ କ୍ରୀଡାବିତ୍‍ମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ଭାରତ ପାଇଁ ପାଇଁ ସମ୍ମାନ ଓ ଗର୍ବ ଆଣିଥିଲେ । ଏହା ଉପଯୁକ୍ତ ଯେ ଆମେ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ତାଙ୍କ ନାମରେ ନାମିତ ହେବ ।

ଅଲମ୍ପିକ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ଅହେତୁକ ଉଦ୍ୟମ ଦ୍ୱାରା ଆମେ ସମସ୍ତେ ଅଭିଭୂତ ହୋଇପଡିଛୁ । ବିଶେଷକରି ହକିରେ ଆମ ପୁରୁଷ ଓ ମହିଳା ଖେଳାଳିମାନେ ଯେଉଁ ଅଦମ୍ୟ ଇଚ୍ଛାଶକ୍ତି ପ୍ରଦର୍ଶନ କରିଛନ୍ତି ଓ ବିଜୟ ଆଡକୁ ନେଇ ଯାଇଛନ୍ତି ତାହା ବର୍ତ୍ତମାନ ଏବଂ ଭବିଷ୍ୟତ ପୀଢି ପାଇଁ ବଡ ପ୍ରେରଣା ହୋଇଛି ।

ଦେଶକୁ ଗର୍ବିତ କରୁଥିବା ମୂହୂର୍ତ୍ତ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନ ଚାନ୍ଦଜୀଙ୍କୁ ଉତ୍ସର୍ଗ କରାଯାଉ । ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହାକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ନାମରେ ନାମିତ କରାଯାଇଛି ।

ଜୟ ହୀନ୍ଦ୍‍

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi

Media Coverage

'Best Never The Loudest': Bear Grylls Gives Shoutout To ‘Powerful Leader’ PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2026
July 15, 2026

Rooted in Tradition, Built for Tomorrow: PM Modi’s Blueprint for a Developed India