ନିମ୍ନରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ଦିଆଗଲା

 

  1. ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । କେବଳ ଭାରତର ପ୍ରତ୍ୟେକ କୋଣରେ ନୁହେଁ, ବରଂ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଆଜି କୌଣସି ନା କୌଣସି ପ୍ରକାରରେ ଭାରତୀୟମାନଙ୍କ ଦ୍ୱାରା କିମ୍ବା ଭାରତକୁ ଅପାର ସ୍ନେହ କରୁଥିବା ଲୋକମାନଙ୍କ ଦ୍ୱାରା ସମ୍ମାନର ସହିତ ଆମ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି ।
  2. ସବୁ ଦେଶବାସୀ ପୂଜ୍ୟ ବାପୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବା ସାହେବ ଆମ୍ବେଦକର, ବୀର ସାଭରକରଙ୍କ ପ୍ରତି କୃତଜ୍ଞ, ଯେଉଁମାନେ କର୍ତ୍ତବ୍ୟ ପଥରେ ନିଜ ଜୀବନକୁ ସମର୍ପି ଦେଇଥିଲେ । କର୍ତ୍ତବ୍ୟ ପଥ ହିଁ ସେମାନଙ୍କର ଜୀବନ ପଥ ଥିଲା ।
  3. ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ଅଶଫାକ ଉଲ୍ଲା ଖାଁ, ରାମପ୍ରସାଦ ବିସମିଲ ଏବଂ ଏପରି ଅଗଣିତ କ୍ରାନ୍ତି ବୀରମାନେ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ । ଦେଶ ଏମାନଙ୍କ ପ୍ରତି କୃତଜ୍ଞ । ରାଣ ଲକ୍ଷ୍ମୀବାଇ, ଝଲକାରୀ ବାଇ, ଦୁର୍ଗା ଭାଭୀ, ରାଣୀ ଗାଇଦିନ୍ଲୁ, ରାଣୀ ଚେନ୍ନମ୍ମା, ବେଗମ ହଜରତ ମହଲ, ଭେଲୁ ନାଚ୍ଚିୟାର ପ୍ରମୁଖ ବୀରାଙ୍ଗନାମାନେ ଭାରତର ନାରୀ ଶକ୍ତିର ସାମର୍ଥ୍ୟ ଦେଖାଇ ଦେଇଥିଲେ । ସେମାନଙ୍କ ପ୍ରତି ମଧ୍ୟ ଆଜି ରାଷ୍ଟ୍ର କୃତଜ୍ଞତା ବ୍ୟକ୍ତ କରୁଛି ।
  4. ସ୍ୱାଧୀନତା ସଂଗ୍ରାମରେ ଲଢ଼େଇ କରିଥିବା ଏବଂ ସ୍ୱାଧୀନତା ପରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଇଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ, ନେହରୁ ଜୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଶ୍ୟାମା ପ୍ରସାଦ ମୁଖାର୍ଜୀ, ଲାଲ ବାହାଦୂର ଶାସ୍ତ୍ରୀ, ଦୀନଦୟାଲ ଉପାଧ୍ୟାୟ, ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିୟା, ଆଚାର୍ଯ୍ୟ ବିନୋବା ଭାବେ, ନାନାଜୀ ଦେଶମୁଖ, ସୁବ୍ରମଣ୍ୟମ ଭାରତୀଙ୍କ ଭଳି ଅଗଣିତ ମହାପୁରୁଷମାନଙ୍କୁ ଆଜି ପ୍ରଣାମ କରିବାର ଅବସର ।
  5. ଆଜି ଆମେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଆମ ଜଙ୍ଗଲରେ ଜୀବନ ବିତାଉଥିବା ଆଦିବାଦୀ ସମାଜର ଗୌରବକୁ ମଧ୍ୟ ଆମେ ଭୁଲି ପାରିବା ନାହିଁ । ଭଗବାନ ବିର୍ସା ମୁଣ୍ଡା, ସିଦ୍ଧୁ କାହ୍ନୁ, ଅଲ୍ଲୁରୀ ସୀତାରାମ ରାଜୁ, ଗୋବିନ୍ଦ ଗୁରୁଙ୍କ ଭଳି ଅଗଣିତ ବୀରମାନେ ସ୍ୱାଧୀନତା ଆନ୍ଦୋଳନର ସ୍ୱର ସାଜି ଦୂର-ସୁଦୂର ଜଙ୍ଗଲରେ ମଧ୍ୟ… ମୋ ଆଦିବାସୀ ଭାଇଭଉଣୀ, ମୋ ମା’ମାନଙ୍କୁ, ମୋ ଦେଶର ଯୁବକମାନଙ୍କୁ ମାତୃଭୂମି ପାଇଁ ଜୀବନ ସମର୍ପି ଦେବା ଲାଗି ପ୍ରେରଣା ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ଏମିତି ଅନେକ ରୂପ ରହିଥିଲା, ଏହା ଦେଶ ପାଇଁ ସୌଭାଗ୍ୟର ବିଷୟ ।
  6. ଗତ ଗୋଟିଏ ବର୍ଷ ଧରି ଆମେ ଦେଖି ଆସୁଛୁ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ୨୦୨୧ରେ ଦାଣ୍ଡି ଯାତ୍ରାରୁ ଏହା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ କୋଣରେ ଦେଶବାସୀ ସ୍ୱାଧୀନତାର ଅମୃତ ମହୋତ୍ସବକୁ ବ୍ୟାପକ ଭାବେ ପାଳନ କରୁଛନ୍ତି । ଦେଶର ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏତେ ବିଶାଳ, ବ୍ୟାପକ, ଦୀର୍ଘ ତଥା ଲମ୍ବା ଲକ୍ଷ୍ୟ ନେଇ ଉତ୍ସବ ପାଳନ କରାଯାଉଛି ।
  7. ଦେଶର ପ୍ରତ୍ୟେକ କୋଣରେ ଦେଶବାସୀ ସେସବୁ ମହାପୁରୁଷମାନଙ୍କୁ ସ୍ମରଣ କରିବାକୁ ପ୍ରୟାସ କରୁଛନ୍ତି ଯେଉଁମାନଙ୍କୁ କୌଣସି ନା କୌଣସି କାରଣରୁ ଇତିହାସରେ ସ୍ଥାନ ଦିଆଯାଇନାହିଁ ଏବଂ ସେମାନେ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛନ୍ତି । ଆଜି ଦେଶ ଖୋଜି ଖୋଜି ପ୍ରତ୍ୟେକ କୋଣରେ ଥିବା ଏପରି ବୀର, ମହାପୁରୁଷ, ତ୍ୟାଗୀ, ବଳିଦାନୀ, ସତ୍ୟବୀରଙ୍କୁ ସ୍ମରଣ କରିଛି, ପ୍ରଣାମ କରିଛି । ଅମୃତ ମହୋତ୍ସବ କାଳରେ ଏ ସବୁ ମହାପୁରୁଷମାନଙ୍କୁ ସ୍ମରଣ କରିବାର ଏକ ଅବସର ଜୁଟିଛି ।
  8. ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ଗତ ୭୫ ବର୍ଷ ମଧ୍ୟରେ ଦେଶ ପାଇଁ ଜିଉଁଥିବା, ମରୁଥିବା, ଦେଶର ସୁରକ୍ଷାରେ ଥିବା ଲୋକମାନେ, ଦେଶର ସଂକଳ୍ପକୁ ପୂରଣ କରୁଥିବା ଲୋକମାନଙ୍କ ଯୋଗଦାନକୁ ମନେ ପକାଇବା ଲାଗି ଆଜି ଅବସର ଉପନୀତ ହୋଇଛି । ସେ ସେନାର ଯବାନ ହୁଅନ୍ତୁ, ପୁଲିସ କର୍ମୀ ହୁଅନ୍ତୁ, ଶାସନରେ ବସିଥିବା ପ୍ରଶାସକ, ଜନପ୍ରତିନିଧି, ସ୍ଥାନୀୟ ପ୍ରଶାସନିକ ସଂସ୍ଥାର ଶାସକ-ପ୍ରଶାସକ, ରାଜ୍ୟ ଶାସକ-ପ୍ରଶାସକ, କେନ୍ଦ୍ର ଶାସକ-ପ୍ରଶାସକ ହୁଅନ୍ତୁ; ଏ ୭୫ ବର୍ଷ ମଧ୍ୟରେ ଏ ସମସ୍ତଙ୍କ ଯୋଗଦାନକୁ ମଧ୍ୟ ଆଜି ସ୍ମରଣ କରିବାର ଅବସର ଆସିଛି । ଦେଶର କୋଟି କୋଟି ନାଗରିକ, ଯେଉଁମାନେ ଗତ ୭୫ ବର୍ଷ ମଧ୍ୟରେ ଅନେକ ପ୍ରକାର କଷ୍ଟ ସହିଛନ୍ତି, ସେମାନଙ୍କ ଦ୍ୱାରା ଯାହା ହୋଇପାରିଛି ସେତିକି ଯୋଗଦାନ ଦେଇଛନ୍ତି ଆଜି ଆମେ ସେ ସମସ୍ତଙ୍କ ଯୋଗଦାନକୁ ସ୍ୱୀକାର କରୁଛୁ ।
  9. ୭୫ ବର୍ଷର ଏହି ଯାତ୍ରା ଆମ ପାଇଁ ଅନେକ ଉତ୍ଥାନ ପତନ ନେଇ ଆସିଛି । ସୁଖ-ଦୁଃଖର ଛାଇ ଘେରି ରହିଥିଲା ଏବଂ ଏହା ଭିତରେ ଆମ ଦେଶବାସୀ ଅନେକ ଉପଲବ୍ଧି ହାସଲ କରିଛନ୍ତି, ଶ୍ରମ କରିଛନ୍ତି, କିନ୍ତୁ ହାର୍‌ ମାନି ନାହାନ୍ତି । ସଂକଳ୍ପକୁ ଦୁର୍ବଳ ହେବାକୁ ଦେଇ ନାହାନ୍ତି ।
  10. ଦୁନିଆ ଜାଣିନଥିଲା ଯେ ଭାରତ ନିକଟରେ ଏକ ଅନ୍ତର୍ନିହିତ ସାମର୍ଥ୍ୟ ରହିଛି, ଏକ ସଂସ୍କାର ସରିତା ରହିଛି, ମନମସ୍ତିଷ୍କର ଏକ ବିଚାର ବନ୍ଧନ ରହିଛି । ତାହା ହେଉଛି ଭାରତର ଗଣତନ୍ତ୍ର । ଭାରତକୁ ଗଣତନ୍ତ୍ରର ଜନନୀ, ମଦର ଅଫ୍‌ ଡେମୋକ୍ରେସୀ କୁହାଯାଏ । ଯେଉଁମାନଙ୍କ ମଧ୍ୟରେ ଗଣତନ୍ତ୍ର ରହିଛି, ସେମାନେ ଯେତେବେଳେ ସଂକଳ୍ପ ନେଇ ଆଗେଇ ଚାଲନ୍ତି, ସେହି ସାମର୍ଥ୍ୟ ବିଶ୍ୱର ବଡ଼ ବଡ଼ ସାମ୍ରାଜ୍ୟ ପାଇଁ ମଧ୍ୟ ସଂକଟ କାଳ ନେଇ ଆସିଥାଏ । ମଦର ଅଫ ଡେମୋକ୍ରେସୀ, ଗଣତନ୍ତ୍ରର ଜନନୀ, ଆମ ଭାରତ ଏହା ପ୍ରମାଣିତ କରିଛି ଯେ ଆମ ପାଖରେ ଏକ ଅମୂଲ୍ୟ ସାମର୍ଥ୍ୟ ରହିଛି ।
  11. ୭୫ ବର୍ଷର ଯାତ୍ରାରେ, ଆଶା, ଆକାଂକ୍ଷା, ଉତ୍ଥାନ ପତନ ମଧ୍ୟରେ ସମସ୍ତଙ୍କ ଯୋଗଦାନ କାରଣରୁ ଆମେ ଏଠାରେ ପହଞ୍ଚି ପାରିଛୁ । ୨୦୧୪ରେ ଯେତେବେଳେ ଦେଶବାସୀ ମୋତେ ଏହି ସୁଯୋଗ ଦେଲେ, ମୁଁ ଥିଲି ସ୍ୱାଧୀନ ଭାରତର ପ୍ରଥମ ବ୍ୟକ୍ତି ଯାହାକୁ ଐତିହାସିକ ଲାଲକିଲାର ପ୍ରାଚୀରରୁ ମୋର ପ୍ରିୟ ଦେଶବାସୀଙ୍କୁ ସମ୍ବୋଧିତ କରିବାର ସୁଯୋଗ ମିଳିଥିଲା ।
  12. ଭାରତର ପ୍ରତ୍ୟେକ ଦୂରସୁଦୂର କୋଣରେ, ପୂର୍ବ ଠାରୁ ଆରମ୍ଭ କରି ପଶ୍ଚିମ ପର୍ଯ୍ୟନ୍ତ, ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ପର୍ଯ୍ୟନ୍ତ, ସମୁଦ୍ର ଉପକୂଳ ହେଉ କିମ୍ବା ହିମାଳୟର ସୁଉଚ୍ଚ ଶିଖର ମୁଁ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିବା ଲାଗି ପ୍ରୟାସ କରିଛି । ମହାତ୍ମା ଗାନ୍ଧୀଙ୍କ ସମାବେଶିତାର ସ୍ୱପ୍ନକୁ ପୂରଣ କରିବା ଲାଗି, ଅନ୍ତିମଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ସଶକ୍ତ କରିବା ଲାଗି ମୁଁ ନିଜକୁ ସମର୍ପି ଦେଇଥିଲି ।
  13. ଆଜି ୭୫ ବର୍ଷ ପରେ ଆମେ ଯେତେବେଳେ ଅମୃତ କାଳରେ ପ୍ରବେଶ କରୁଛୁ ତାହା ଦେଶର ବିକାଶ ପାଇଁ ଅଧିକ ଉପଯୋଗୀ ହୋଇପଡ଼ିଛି । ୭୬ତମ ବର୍ଷରେ, ଅମୃତ କାଳର ପ୍ରଥମ ପ୍ରଭାତରେ ମୁଁ ଦେଶବାସୀଙ୍କ ମଧ୍ୟରେ ଏକ ଅଦ୍ଭୂତ ସାମର୍ଥ୍ୟ ଦେଖିପାରୁଛି ଏବଂ ଏହାକୁ ନେଇ ମୁଁ ଗର୍ବରେ ଭରି ଯାଉଛି ।
  14. ଦେଶର ପ୍ରତ୍ୟେକ ନାଗରିକ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ପରିବର୍ତ୍ତନକୁ ଦେଖିବା ଲାଗି ଚାହୁଁଛନ୍ତି । କିନ୍ତୁ ଅପେକ୍ଷା କରିବା ଲାଗି ସେମାନେ ପ୍ରସ୍ତୁତ ନୁହନ୍ତି, ନିଜ ଆଖି ସାମ୍ନାରେ ପରିବର୍ତ୍ତନକୁ ସେମାନେ ଦେଖିବାକୁ ଚାହୁଁଛନ୍ତି, ଦେଶ ପ୍ରତି ରହିଥିବା କର୍ତ୍ତବ୍ୟ ସହ ଯୋଡ଼ି ହେବା ଲାଗି ଚାହୁଁଛନ୍ତି । ମୋର ବିଶ୍ୱାସ ରହିଛି ଯେ କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ସ୍ଥାନୀୟ ପ୍ରଶାସନ ହେଉ, ଯେକୌଣସି ପ୍ରକାରର ଶାସନ ବ୍ୟବସ୍ଥା ହେଉ ନା କାହିଁକି, ସମସ୍ତଙ୍କୁ ଏ ଆକାଂକ୍ଷୀ ସମାଜର ଆବଶ୍ୟକତା ପୂରଣ କରିବାକୁ ପଡ଼ିବ, ସେମାନଙ୍କ ଆକାଂକ୍ଷା ପୂରଣ ପାଇଁ ଆମେ ଅଧିକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିପାରିବା ନାହିଁ ।
  15. ଆମର ଏହି ଆକାଂକ୍ଷୀ ସମାଜକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଛି । କିନ୍ତୁ ଏବେ ନିଜର ଆଗାମୀ ପିଢ଼ିକୁ ମଧ୍ୟ ଅପେକ୍ଷାରେ ରହିବା ଲାଗି ବାଧ୍ୟ କରିବା ଲାଗି ସେମାନେ ପ୍ରସ୍ତୁତ ନୁହନ୍ତି । ସେଥିପାଇଁ ଅମୃତ କାଳର ପ୍ରଥମ ପ୍ରଭାତ ଆମ ପାଇଁ ସେହି ଆକାଂକ୍ଷୀ ସମାଜର ଆକାଂକ୍ଷାକୁ ପୂରଣ କରିବା ଲାଗି ବହୁତ ବଡ଼ ସୁବର୍ଣ୍ଣ ଅବସର ନେଇ ଆସିଛି ।
  16. ବିଗତ ଦିନରେ ଆମେ ସମସ୍ତେ ଆଉ ଏକ ଶକ୍ତିକୁ ଦେଖିଛୁ, ଅନୁଭବ କରିଛୁ; ତାହା ହେଉଛି ଭାରତର ସାମୂହିକ ଚେତନାର ପୁନର୍ଜାଗରଣ । ଏକ ସାମୂହିକ ଚେତନାର ପୁନର୍ଜାଗରଣ ଫଳରେ ସ୍ୱାଧୀନତାର ଏତେ ସଂଘର୍ଷ ପରେ ଯେଉଁ ଅମୃତ ବାହାରିଥିଲା, ତାହା ଏବେ ସଜେଇ ହେଉଛି, ସଂକଳିତ ହେଉଛି । ଏହି ପୁନର୍ଜାଗରଣ  ହିଁ ଆମର ସବୁଠୁ ବଡ଼ ସମ୍ପତ୍ତି । ଦେଖନ୍ତୁ, ୧୦ ଅଗଷ୍ଟ ପର୍ଯ୍ୟନ୍ତ କେହି ହୁଏତ’ ଏ ଶକ୍ତିକୁ ଅନୁଭବ କରି ପାରିନଥିଲେ । କିନ୍ତୁ କିଛି ଗତ ତିନି ଦିନ ମଧ୍ୟରେ ଯେପରି ଭାବେ ତ୍ରିରଙ୍ଗା ପତାକା ଧରି ସାରା ଦେଶ ତିରଙ୍ଗା ଯାତ୍ରାରେ ବାହାରିଲା ତାହା ଦେଖିବା ଅଭୂତପୂର୍ବ । ବଡ଼ ବଡ଼ ସାମାଜିକ ବିଜ୍ଞାନ ବିଶେଷଜ୍ଞମାନେ ମଧ୍ୟ ମୋ ଦେଶବାସୀଙ୍କ ଭିତରେ, ଦେଶ ଭିତରେ ଏତେ ବଡ଼ ସାମର୍ଥ୍ୟ ରହିଛି, ତାହାର କଳ୍ପନା କରି ପାରିନଥିଲେ । ତ୍ରିରଙ୍ଗା ପତାକା ସେହି ଶକ୍ତିକୁ ଦେଖାଇ ଦେଇଛି ।
  17. ସାରା ବିଶ୍ୱ ଆଜି ଗର୍ବର ସହିତ ଭାରତ ଆଡ଼କୁ ଚାହିଁଛି । ଅନେକ କିଛି ଭାରତ ଠାରୁ ଚାହୁଁଛି । ସାରା ଦୁନିଆ ଭାରତ ମାଟିରେ ସମସ୍ୟାର ସମାଧାନ ଖୋଜୁଛି । ବିଶ୍ୱରେ ଏହି ପରିବର୍ତ୍ତନ, ବିଶ୍ୱର ଚିନ୍ତାଧାରା ବଦଳିବା ୭୫ ବର୍ଷର ଆମ ଅଭିଜ୍ଞତା ଯାତ୍ରା କାରଣରୁ ହୋଇପାରିଛି ।
  18. ଆଶା ପୂରଣ କରିବାର ସାମର୍ଥ୍ୟ କେଉଁଠି ଅଛି ତାହା ବିଶ୍ୱ ଦେଖିପାରୁଛି । ମୁଁ ଏହାକୁ ନାରୀ ଶକ୍ତି ରୂପରେ ଦେଖୁଛି । ଏହାକୁ ମୁଁ ତିନୋଟି ସାମର୍ଥ୍ୟ ରୂପରେ ଦେଖୁଛି । ଏହି ତ୍ରିଶକ୍ତି ହେଉଛି ଆକାଂକ୍ଷାର, ପୁନର୍ଜାଗରଣର ଏବଂ ବିଶ୍ୱର ଆଶା ପୂରଣ କରିବାର । ବିଶ୍ୱର ଆକାଂକ୍ଷା ପୂରଣ କରିବାରେ ମୋ ଦେଶବାସୀଙ୍କର ବହୁତ ବଡ଼ ଭୂମିକା ରହିଛି ।
  19. ୧୩୦ କୋଟି ଦେଶବାସୀ ଅନେକ ଦଶନ୍ଧିର ଅଭିଜ୍ଞତା ପରେ ସ୍ଥିର ସରକାରର ମହତ୍ୱ କ’ଣ ହୋଇପାରେ, ରାଜନୈତିକ ସ୍ଥିରତାର ଅର୍ଥ କ’ଣ, ରାଜନୈତିକ ସ୍ଥିରତା କିଭଳି ଶକ୍ତି ଆଣିଥାଏ ତାହା ଦେଖି ପାରିଛନ୍ତି । ନୀତିରେ କିଭଳି ସାମର୍ଥ୍ୟ ରହିଥାଏ, ସେହି ନୀତି ଉପରେ ବିଶ୍ୱ କିଭଳି ଭରସା କରିଥାଏ ତାହା ଭାରତ ଦେଖାଇଛି ଏବଂ ବିଶ୍ୱ ମଧ୍ୟ ଏହାକୁ ବୁଝିପାରୁଛି । ରାଜନୈତିକ ସ୍ଥିରତା ଥିଲେ, ନୀତିରେ ଗତିଶୀଳତା ରହିଥିଲେ, ଦ୍ରୁତ ନିର୍ଣ୍ଣୟ ନେଲେ, ସର୍ବବ୍ୟାପକତା ରହିଲେ, ସର୍ବସମାବେଶିତା ରହିଲେ ସମସ୍ତେ ବିକାଶ ପ୍ରକ୍ରିୟାରେ ଭାଗୀଦାର ହୋଇଥାଆନ୍ତି ।
  20. ସବକା ସାଥ, ସବକା ବିକାଶ ମନ୍ତ୍ର ନେଇ ଆମେ ଆଗକୁ ବଢ଼ିଥିଲୁ, କିନ୍ତୁ ଦେଖୁ ଦେଖୁ ଦେଶବାସୀ ସେଥିରେ ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ରଙ୍ଗ ଭରି ଦେଇଥିଲେ । ସେଥିପାଇଁ ଆମେ ଆମର ସାମୂହିକ ଶକ୍ତି, ସାମଗ୍ରିକ ସାମର୍ଥ୍ୟକୁ ଦେଖିପାରିଛୁ ।
  21. ସ୍ୱାଧୀନତାର ଅମୃତ ମହୋତ୍ସବ ଯେପରି ଭାବେ ପାଳନ କରାଗଲା, ଯେପରି ଭାବେ ଆଜି ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣର ଅଭିଯାନ ଜାରି ରହିଛି । ପ୍ରତି ଗାଁରେ ଲୋକମାନେ ଏହା ସହ ଯୋଡ଼ି ହେଉଛନ୍ତି । ସେମାନେ ଯେପରି ଭାବେ ସେବା କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟକ । ଲୋକମାନେ ନିଜ ପ୍ରୟାସରେ ନିଜ ଗାଁରେ ଜଳ ସଂରକ୍ଷଣ ପାଇଁ ବଡ଼ ଅଭିଯାନକୁ ଆଗେଇ ନେଉଛନ୍ତି ।
  22. ଆଜି ଲାଲ କିଲାର ପ୍ରାଚୀରରୁ ମୁଁ ଯେତେବେଳେ ୧୩୦ କୋଟି ଦେଶବାସୀଙ୍କ ସାମର୍ଥ୍ୟକୁ ସ୍ମରଣ କରୁଛି, ସେମାନଙ୍କ ସ୍ୱପ୍ନକୁ ଦେଖିପାରୁଛି, ସେମାନଙ୍କ ସଂକଳ୍ପକୁ ଅନୁଭବ କରିପାରୁଛି, ସେତେବେଳେ ମୋତେ ଲାଗୁଛି ଯେ ଆଗାମୀ ୨୫ ବର୍ଷ ପାଇଁ ଆମକୁ ପଞ୍ଚ ପ୍ରଣ ବା ପାଞ୍ଚଟି ଶପଥ ନେବାକୁ ପଡ଼ିବ । ଆମର ସଂକଳ୍ପକୁ ଏଥିପ୍ରତି କେନ୍ଦ୍ରିତ କରିବାକୁ ହେବ । ନିଜ ସାମର୍ଥ୍ୟକୁ କେନ୍ଦ୍ରିତ କରିବାକୁ ହେବ । ଏହି ପାଞ୍ଚଟି ଶପଥ ସହିତ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ବେଳକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସବୁ ସ୍ୱପ୍ନ ପୂରଣ କରିବାର ଉତ୍ତରଦାୟିତ୍ୱ ଆମକୁ ଗ୍ରହଣ କରିବାକୁ ପଡ଼ିବ ।
  23. ଅମୃତ କାଳର ପଞ୍ଚ ପ୍ରଣ (ଶପଥ) – ବିକଶିତ ଭାରତର ଲକ୍ଷ୍ୟ, ପରାଧୀନ ମାନସିକତା ତ୍ୟାଗ, ପରମ୍ପରାକୁ ନେଇ ଗର୍ବ କରିବା, ଏକତା ଏବଂ ନାଗରିକମାନଙ୍କ ମଧ୍ୟରେ କର୍ତ୍ତବ୍ୟବୋଧ ।
  24. ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ସହଯୋଗୀ ସଂଘବାଦ ସହିତ ସହଯୋଗୀ ପ୍ରତିଯୋଗିତାପୂର୍ଣ୍ଣ ସଂଘୀୟ ବ୍ୟବସ୍ଥା । ବିକାଶ କ୍ଷେତ୍ରରେ ଆମକୁ ପ୍ରତିଯୋଗିତା କରିବାକୁ ହେବ ।
  25. ମୁଁ ଯେତେବେଳେ ସ୍ୱଚ୍ଛତା ପାଇଁ ଆହ୍ୱାନ କରିଥିଲି ମୋର ପ୍ରଥମ ଭାଷଣରେ, ସାରା ଦେଶ ସେଥିରେ ଆଗେଇ ଚାଲିଥିଲା । ସ୍ୱଚ୍ଛତା ଆହୁରି ଆଗକୁ ବଢ଼ିଲା ଏବଂ ଅସ୍ୱଚ୍ଛତା ପ୍ରତି ଏକ ଘୃଣାଭାବ ସୃଷ୍ଟି ହେଲା । ଏହା ହିଁ ଆମ ଦେଶର ସାମର୍ଥ୍ୟ । ଦେଶ ଏହାକୁ କରି ଦେଖାଇଛି ଏବଂ କରୁଛି ମଧ୍ୟ । ଆଗକୁ ମଧ୍ୟ କରିଚାଲିବ । ଖୋଲାରେ ଶୌଚରୁ ମୁକ୍ତି ଆଜି ସମ୍ଭବ ହୋଇପାରିଛି ।
  26. ସାରା ବିଶ୍ୱ ଯେତେବେଳେ ଦ୍ୱନ୍ଦ୍ୱରେ ପଡ଼ିଥଲା ମୋ ଦେଶ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୨୦୦ କୋଟି ଡୋଜ୍‌ ଟିକାକରଣ ସମ୍ପୂର୍ଣ୍ଣ କରିପାରିଛି ।  ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି ।
  27. ଉପସାଗରୀୟ ଦେଶ ଉପରେ ଆମେ ଇନ୍ଧନ ପାଇଁ ନିର୍ଭର କରୁଥିଲୁ । ଆମେ ଜୈବ ଇନ୍ଧନ ଆଡ଼କୁ ଅଗ୍ରସର ହେବା ପାଇଁ ଚିନ୍ତା କଲୁ । ୧୦ ପ୍ରତିଶତ ଇଥାନଲ ମିଶ୍ରଣ କିଭଳି କରିବୁ ତାହା ଏକ ବଡ଼ ସ୍ୱପ୍ନ ଭଳି ଲାଗୁଥିଲା । ପୁରୁଣା ଇତିହାସ କହୁଥିଲା, ଏମିତି କରିବା ସମ୍ଭବ ନୁହେଁ । କିନ୍ତୁ ଠିକ୍‌ ସମୟ ପୂର୍ବରୁ ୧୦ ପ୍ରତିଶତ ଇଥାନଲ ମିଶ୍ରଣ କରି ଦେଶ ଏହି ସ୍ୱପ୍ନକୁ ପୂରଣ କରିପାରିଲା ।
  28. ଅଢ଼େଇ କୋଟି ଲୋକମାନଙ୍କୁ ଏତେ କମ ସମୟ ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବା, ଛୋଟ କାମ ନଥିଲା । ଦେଶ କିନ୍ତୁ ଏହା କରି ଦେଖାଇଲା । ଲକ୍ଷାଧିକ ପରିବାରର ଘରକୁ ‘ନଳ ଯୋଗେ ଜଳ’ ପହଞ୍ଚାଇବାର କାମ ଆଜି ଦେଶ ଦ୍ରୁତ ଗତିରେ କରୁଛି ।
  29. ଆମର ଅଭିଜ୍ଞତା କହୁଛି ଥରେ ଆମେ ସମସ୍ତେ ସଂକଳ୍ପ ନେଇ ଆଗକୁ ବଢ଼ିଲେ, ଆମେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିପାରିବା । ଅକ୍ଷୟ ଶକ୍ତିର ଲକ୍ଷ୍ୟ ହେଉ, ଦେଶରେ ନୂଆ ମେଡ଼ିକାଲ କଲେଜ ତିଆରିର ଲକ୍ଷ୍ୟ ହେଉ, ଡାକ୍ତରମାନଙ୍କୁ ପ୍ରସ୍ତୁତ କରିବା ହେଉ, ପ୍ରତ୍ୟେକ କ୍ଷେତ୍ରରେ ପୂର୍ବାପେକ୍ଷା ଅଧିକ ପ୍ରଗତି ହାସଲ କରାଯାଇପାରିଛି ।
  30. ଭାଇମାନେ କେତେ ଦିନ ପର୍ଯ୍ୟନ୍ତ ଦୁନିଆ ଆମକୁ ସାର୍ଟିଫିକେଟ ବାଣ୍ଟି ଚାଲିବ? କେତେ ଦିନ ଧରି ଆମେ ଦୁନିଆ ଠାରୁ ପ୍ରମାଣପତ୍ର ନେଇ ଆଗକୁ ବଢ଼ିବା? ଆମେ କ’ଣ ନିଜ ପାଇଁ ମାପଦଣ୍ଡ ପ୍ରସ୍ତୁତ କରିବା ନାହିଁ ? ୧୩୦ କୋଟି ଲୋକଙ୍କ ଦେଶ କ’ଣ ନିଜ ମାପଦଣ୍ଡକୁ ଅତିକ୍ରମ କରିବା ଲାଗି ଆଗକୁ ବଢ଼ି ପାରିବ ନାହିଁ ? କୌଣସି ପରିସ୍ଥିତିରେ ସୁଦ୍ଧା ଆମେ ଅନ୍ୟମାନଙ୍କ ଭଳି ଦେଖାଯିବା ନିମନ୍ତେ ଚେଷ୍ଟା କରିବା ଉଚିତ୍‌ ନୁହେଁ । ଆମେ ଯେମିତି ସେମିତି ରହିବା, କିନ୍ତୁ ବିପୁଳ ସାମର୍ଥ୍ୟ ସହିତ ଠିଆ ହେବା, ଆମ ମନୋଭାବ ଏପରି ହେବା ଉଚିତ୍‌ । ଆମକୁ ପରାଧୀନତା ଠାରୁ ମୁକୁଳିବାକୁ ହେବ । ଆମ ମନ ଭିତରେ, ଗଭୀର କୋଣରେ ମଧ୍ୟ ପରାଧୀନତାର ଭାବନା ରହିବା ଉଚିତ୍‌ ନୁହେଁ ।
  31. ଜାତୀୟ ଶିକ୍ଷା ନୀତିକୁ ନେଇ ମୋର ଅନେକ ଆଶା ରହିଛି । କାରଣ ବ୍ୟାପକ ବିଚାରବିମର୍ଶ, କୋଟି କୋଟି ଲୋକଙ୍କ ବିଚାରରେ ସଂକଳିତ, ଭାରତର ମୂଳଦୁଆ ସହ ଜଡ଼ିତ ବିଷୟକୁ ନେଇ, ଆମ ମାଟିର ରସ ଏହି ଶିକ୍ଷା ନୀତିରେ ରହିଛି । ଆମେ ଯେଉଁ କୌଶଳ ଉପରେ ଗୁରୁତ୍ୱ ଦେଇଛୁ, ତାହା ଏପରି ଏକ ସାମର୍ଥ୍ୟ, ଯାହା ଆମକୁ ପରାଧୀନତାରୁ ମୁକ୍ତି ପାଇଁ ଶକ୍ତି ଯୋଗାଇବ ।
  32. ଆମେ ଦେଖିଛୁ ବେଳେ ବେଳେ ଆମ ପ୍ରତିଭା ଭାଷାର ବନ୍ଧନରେ ବାନ୍ଧି ହୋଇଯାଏ, ଏହା ହିଁ ପରାଧୀନ ମାନସିକତାର ପରିଣାମ । ଆମ ଦେଶର ପ୍ରତ୍ୟେକ ଭାଷାକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ସେ ଭାଷା ଆମକୁ ଆସୁ କି ନଆସୁ, କିନ୍ତୁ ମୋ ଦେଶର ଭାଷା, ମୋ ପୂର୍ବଜମାନେ ଦୁନିଆକୁ ଦେଇ ଯାଇଥିବା ଭାଷାକୁ ନେଇ ଆମ ମନରେ ଗର୍ବ ରହିବା ଉଚିତ୍‌ ।
  33. ଆଜି ଡିଜିଟାଲ ଇଣ୍ଡିଆର ରୂପ ଆମେ ଦେଖି ପାରୁଛୁ । ଷ୍ଟାର୍ଟଅପ୍ ଦେଖୁଛୁ । ଏହାକୁ ଆଗକୁ ବଢ଼ାଉଥିବା ଲୋକମାନେ କିଏ? ଏମାନେ ହେଉଛନ୍ତି ସେହି ପ୍ରତିଭା, ଯେଉଁମାନେ ଟିୟର-୨, ଟିୟର-୩ ସହର କିମ୍ବା କୌଣସି ଗାଁର ଗରିବ ପରିବାରରେ ରହିଥାନ୍ତି । ଆମର ନବଯୁବକମାନେ ନୂଆ ନୂଆ ଅନୁସନ୍ଧାନକୁ ନେଇ ବିଶ୍ୱ ସମ୍ମୁଖକୁ ଆସୁଛନ୍ତି ।
  34. ଆଜି ସାରା ଦୁନିଆରେ ସାମଗ୍ରିକ ସ୍ୱାସ୍ଥ୍ୟସେବାକୁ ନେଇ ଚର୍ଚ୍ଚା ହେଉଛି, କିନ୍ତୁ ସାମଗ୍ରିକ ସ୍ୱାସ୍ଥ୍ୟସେବାକୁ ନେଇ ଚର୍ଚ୍ଚା ହେଲେ ଭାରତର ଯୋଗ, ଆୟୁର୍ବେଦ ଏବଂ ସାମଗ୍ରିକ ଜୀବନଶୈଳୀ କଥା ଉଠିଥାଏ । ଆମର ଏହି ପରମ୍ପରାକୁ ଆମେ ଆଜି ଦୁନିଆକୁ ଦେଇଛୁ।
  35. ଦୁନିଆରେ ସମସ୍ତେ ଆଜି ଆମ ଶକ୍ତିକୁ ଦେଖୁଛନ୍ତି । ଆମେ ସେହି ଲୋକ, ଆମେ ପ୍ରକୃତି ସହ ବଞ୍ଚିବା ଶିଖିଛୁ । ମୋଟା ଧାନ, ମିଲେଟ୍‌, ଆମ ଦେଶରେ ତ’ ସବୁ ଘରେ ଏ ଜିନିଷ ମିଳିବ । ଏହା ହିଁ ଆମର ପରମ୍ପରା । ଆମର ଛୋଟ ଛୋଟ ଚାଷୀଙ୍କ ପରିଶ୍ରମ । ଛୋଟ ଛୋଟ ଖଣ୍ଡ ଜମିରେ ସୁନାର ଫସଲ ଫଳାଇବା ପ୍ରତି ସେମାନଙ୍କ ଧ୍ୟାନ ଆଜି କୃଷି କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିଛି । ଆଜି ସାରା ଦୁନିଆ ଅନ୍ତର୍ଜାତୀୟ ସ୍ତରରେ ମିଲେଟ୍‌ ବର୍ଷ ପାଳନ କରିବା ଦିଗରେ ଆଗକୁ ବଢ଼ୁଛି । ଅର୍ଥାତ୍‌ ଆମ ପରମ୍ପରାକୁ ଆଜି ସାରା ବିଶ୍ୱ ଗ୍ରହଣ କରିଛି, ଏହାକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ଦୁନିଆକୁ ଦେବା ପାଇଁ ଆମ ପାଖରେ ଅନେକ ଜିନିଷ ରହିଛି ।
  36. ବୃକ୍ଷରେ ଆମକୁ ପରମାତ୍ମା ଦେଖାଇ ଦିଅନ୍ତି । ନଦୀ ଆମ ପାଇଁ ମା’ । ପ୍ରତ୍ୟେକ ପଥରରେ ଆମକୁ ଶଙ୍କରଙ୍କ ଦର୍ଶନ ହୁଏ । ଏହା ହିଁ ଆମର ସାମର୍ଥ୍ୟ, ପ୍ରତ୍ୟେକ ନଦୀରେ ଆମେ ମା’ଙ୍କ ସ୍ୱରୂପକୁ ଦେଖିଥାଉ । ପରିବେଶର ଏତେ ବ୍ୟାପକତା, ବିଶାଳତା, ଏହା ହିଁ ଆମର ଗୌରବ, ଯେତେବେଳେ ବିଶ୍ୱ ସମ୍ମୁଖରେ ଆମେ ନିଜକୁ ନେଇ ଗର୍ବ କରିବା, ସାରା ଦୁନିଆ ଆମକୁ ନେଇ ଗର୍ବିତ ହେବ ।
  37. ଆଜି ଦୁନିଆରେ ‘ତୋ ଠାରୁ ବଡ଼ ମୁଁ’, ଏହା ହିଁ ଅଶାନ୍ତିର କାରଣ ପାଲଟିଛି । କିନ୍ତୁ ଆମ ପାଖରେ ‘ଏକଂ ସତ୍‌ ବିପ୍ରା ବହୁଧା ବଦନ୍ତି’ ଜ୍ଞାନ ପ୍ରଦାନ କରୁଥିବା ପରମ୍ପରା ରହିଛି । ଯାହା କହିଥାଏ ଯେ, ସତ୍ୟ ଗୋଟିଏ କିନ୍ତୁ ଜ୍ଞାନୀ ଲୋକମାନେ ତାହାକୁ ଭିନ୍ନ ଭିନ୍ନ ଢଙ୍ଗରେ କହିଥାନ୍ତି । ଏହା ହିଁ ଆମର ଗୌରବ ।
  38. ଆମେ ସାରା ବିଶ୍ୱର କଲ୍ୟାଣ ବିଷୟରେ ଚିନ୍ତା କରିଥାଉ । ଜନକଲ୍ୟାଣ ମାଧ୍ୟମରେ ଜଗତ କଲ୍ୟାଣ ମାର୍ଗରେ ଯିବା ଲାଗି ଆମେ ସର୍ବଦା ପ୍ରୟାସରତ । ସାରା ଦୁନିଆର ମଙ୍ଗଳ ଚିନ୍ତା କଲାବେଳେ, ଆମେ – ‘ସର୍ବେ ଭବନ୍ତୁ ସୁଖିନଃ । ସର୍ବେ ସନ୍ତୁ ନିରାମୟାଃ’ କହିଥାଉ । ସମସ୍ତଙ୍କ ସୁଖ ଓ ସମସ୍ତଙ୍କ ଆରୋଗ୍ୟ କାମନା କରିବା ଆମର ପରମ୍ପରା ।
  39. ଆଉ ଏକ ମହତ୍ୱପୂର୍ଣ୍ଣ ବିଷୟ ହେଉଛି ଏକତା, ସଦ୍ଭାବନା । ଏତେ ବଡ଼ ଦେଶର ବିବିଧତାକୁ ନେଇ ଆମେ ଉତ୍ସବ ପାଳନ କରିବା ଉଚିତ୍‌ । ଅନେକ ପନ୍ଥ, ପରମ୍ପରା ଆମର ଗର୍ବ ଓ ଗୌରବ । କେହି ଛୋଟ, କେହି ବଡ଼ ନୁହନ୍ତି, ସମସ୍ତେ ସମାନ । ସମସ୍ତେ ଆପଣାର । ଏକତା ପାଇଁ ଏହି ଭାବନା ଅତ୍ୟନ୍ତ ଜରୁରି ।
  40. ଭାଇ ଓ ଭଉଣୀମାନେ, ମୁଁ ଲାଲକିଲାରୁ ମୋ ମନରେ ଥିବା ଏକ ପୀଡ଼ା ବିଷୟରେ କହିବାକୁ ଚାହୁଁଛି, ଏ ଯନ୍ତ୍ରଣା ବିଷୟରେ ନକହିଲେ ମୁଁ ରହି ପାରିବି ନାହିଁ । ଏ କଥାଟି ହେଉଛି କୌଣସି ନା କୌଣସି କାରଣରୁ ଆମ ଭିତରେ ଏକ ବିକୃତି ସୃଷ୍ଟି ହୋଇଛି । ଆମ କଥାବାର୍ତ୍ତାରେ, ଆମ ବ୍ୟବହାରରେ, ଆମ ଶବ୍ଦରେ, ଆମେ ନାରୀଙ୍କୁ ଅପମାନିତ କରୁଛୁ । ଆମେ କ’ଣ ସ୍ୱଭାବରେ, ସଂସ୍କାରରେ, ଦୈନନ୍ଦିନ ଜୀବନରେ ନାରୀଙ୍କୁ ଅପମାନିତ କରୁଥିବା ପ୍ରତ୍ୟେକ କଥାରୁ ମୁକ୍ତିର ସଂକଳ୍ପ ନେଇପାରିବା ନାହିଁ ? ନାରୀଙ୍କ ଗୌରବ ଦେଶର ସ୍ୱପ୍ନକୁ ପୂରଣ କରିବା ଲାଗି ବହୁତ ବଡ଼ ପୁଞ୍ଜି ହେବାକୁ ଯାଉଛି । ଏ ସାମର୍ଥ୍ୟ ମୁଁ ଦେଖିପାରୁଛି । ସେଥିପାଇଁ ଏ କଥାକୁ ନେଇ ଆଗ୍ରହୀ ଅଛି ।
  41. ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଯୋଗାଇ ଦେବା ପାଇଁ ଚେଷ୍ଟା କରିବା ପ୍ରଶାସନର କାର୍ଯ୍ୟ। କିନ୍ତୁ କେତେ ଅଧିକ ବିଦ୍ୟୁତ ଶକ୍ତି ସଞ୍ଚୟ କରି ହେବ ତାହା ସାଧାରଣ ନାଗରିକଙ୍କ କର୍ତ୍ତବ୍ୟ । ପ୍ରତ୍ୟେକ ଚାଷ ଜମିକୁ ପାଣି ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ, ସରକାର ଏଥିପାଇଁ ପ୍ରୟାସ କରିବା ଉଚିତ୍‌ । କିନ୍ତୁ ‘ପ୍ରତି ବୁନ୍ଦାରେ ଅଧିକ ଅମଳ’, ଜଳ ସଂରକ୍ଷଣର ଏହି ସ୍ୱର ପ୍ରତିଟି କ୍ଷେତରୁ ଆସିବା ଉଚିତ୍‌ । ରାସାୟନିକ ମୁକ୍ତ ଚାଷ, ଜୈବିକ କୃଷି, ପ୍ରାକୃତିକ କୃଷି ଆମର କର୍ତ୍ତବ୍ୟ ।
  42. ବନ୍ଧୁଗଣ, ପୁଲିସ ହୁଅନ୍ତୁ, ନାଗରିକ ହୁଅନ୍ତୁ, ଶାସକ କିମ୍ବା ପ୍ରଶାସକ ହୁଅନ୍ତୁ, ନାଗରିକ କର୍ତ୍ତବ୍ୟ ଠାରୁ କେହି ମୁକ୍ତ ନୁହନ୍ତି । ସମସ୍ତେ ଯଦି ନିଜ ନାଗରିକ କର୍ତ୍ତବ୍ୟ ପାଳନ କରିବେ, ତା’ହେଲେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଦ୍ଧି ପ୍ରାପ୍ତ କରିପାରିବା ।
  43. ଆଜି ମହର୍ଷି ଅରବିନ୍ଦଙ୍କ ଜୟନ୍ତୀ । ମୁଁ ସେହି ମହାପୁରୁଷଙ୍କ ପାଦପଦ୍ମରେ ପ୍ରଣାମ କରୁଛି । କିନ୍ତୁ ଆମେ ସେହି ମହାପୁରୁଷଙ୍କୁ ସ୍ମରଣ କରିବା ଉଚିତ୍‌ ଯିଏ କହିଥିଲେ ସ୍ୱଦେଶୀରୁ ସ୍ୱରୂପ, ସ୍ୱରାଜରୁ ସୁରାଜ୍ୟ । ଏହା ଥିଲା ତାଙ୍କର ମନ୍ତ୍ର । ତେଣୁ ଆତ୍ମନିର୍ଭର ଭାରତ ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସରକାର, ସମାଜର ସବୁ ବର୍ଗର ଦାୟିତ୍ୱ ହେବା ଉଚିତ୍‌ । ଏହି ଆତ୍ମନିର୍ଭର ଭାରତ ସରକାରୀ ଏଜେଣ୍ଡା, ସରକାରୀ କାର୍ଯ୍ୟକ୍ରମ ନୁହେଁ । ଏହା ସମାଜର ଜନ ଆନ୍ଦୋଳନ ଆମେ ଏହାକୁ ଆଗେଇ ନେବା ଉଚିତ୍‌ ।
  44. ମୋର ବନ୍ଧୁଗଣ, ସ୍ୱାଧୀନତାର ୭୫ ବର୍ଷ ପରେ ଯେଉଁ ଶବ୍ଦ ଶୁଣିବା ଲାଗି ଆମ କାନ ଅପେକ୍ଷା କରି ରହିଥିଲା ଆଜି ଆମେ ସେହି ଶବ୍ଦ ଆମେ ଶୁଣିଛୁ । ୭୫ ବର୍ଷ ପରେ ଲାଲ କିଲାରେ ତିରଙ୍ଗାକୁ ଯେଉଁ ତୋପ ସଲାମୀ ଦିଆଗଲା ସେହି କାମ ପ୍ରଥମ ଥର ପାଇଁ ମେଡ ଇନ୍‌ ଇଣ୍ଡିଆ, ଭାରତ ନିର୍ମିତ ତୋପ ମାଧ୍ୟମରେ କରାଯାଇଛି । ଏ କଥା, ଏ ଶବ୍ଦ ସବୁ ଭାରତବାସୀଙ୍କୁ ପ୍ରେରଣା ଦେବ, ଶକ୍ତି ଦେବ ।
  45. ପ୍ରିୟ ଭାଇ ଓ ଭଉଣୀମାନେ, ସେଥିପାଇଁ ମୁଁ ଆଜି ମୋ ଦେଶର ସେନାବାହିନୀ ଯବାନମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ମୋ ଦେଶର ସେନା ଯବାନମାନେ ସଂଗଠିତ ଭାବେ ଆତ୍ମନିର୍ଭର ଭାରତ ସଂକଳ୍ପକୁ ପୂରଣ କରିବା ଦାୟିତ୍ୱ ନିଜ କାନ୍ଧରେ ଉଠାଇଛନ୍ତି । ସେମାନଙ୍କୁ ମୁଁ ଆଜି ପ୍ରଣାମ କରୁଛି । ମୋ ସେନାବାହିନୀର ଯବାନମାନେ ନିର୍ଦ୍ଧାରଣ କଲେ ଯେ ସେମାନେ ବ୍ୟବହାର କରୁଥିବା ୩୦୦ ସାମଗ୍ରୀ ବିଦେଶରୁ ମଗାଇବେ ନାହିଁ, ଏହାର ସେମାନେ ଏକ ତାଲିକା ପ୍ରସ୍ତୁତ କଲେ । ଆମ ଦେଶର ଏ ସଂକଳ୍ପ ଛୋଟ ନୁହେଁ ।
  46. ପିଏଲଆଇ ଯୋଜନା ପାଇଁ ବିଦେଶରୁ ଲୋକମାନେ ଭାରତରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ଆସୁଛନ୍ତି । ନୂଆ ନୂଆ ଜ୍ଞାନକୌଶଳ ନେଇ ଆସୁଛନ୍ତି । ରୋଜଗାରର ନୂତନ ଅବସର ସୃଷ୍ଟି ହେଉଛି । ଭାରତ ଉତ୍ପାଦନ ବା ମେନୁଫେକ୍ଚରିଂର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି । ଆତ୍ମନିର୍ଭର ଭାରତର ମୂଳଦୁଆ ସୁଦୃଢ଼ ହେଉଛି ।
  47. ବିଦ୍ୟୁତ ସାମଗ୍ରୀ ଉତ୍ପାଦନ ହେଉ, ମୋବାଇଲ ଫୋନ ମେନୁଫେକ୍ଚରିଂ ହେଉ, ସବୁ କ୍ଷେତ୍ରରେ ଆଜି ଦେଶ ପ୍ରଗତି ହାସଲ କରୁଛି । ଆମ ବ୍ରହ୍ମୋସ ବିଦେଶକୁ ଗଲେ ସବୁ ଭାରତବାସୀଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି । ଆମ ମେଟ୍ରୋ କୋଚ, ଆମର ବନ୍ଦେ ଭାରତ ଟ୍ରେନ ବିଶ୍ୱ ପାଇଁ ଆକର୍ଷଣ ପାଲଟୁଛି ।
  48. ଇନ୍ଧନ କ୍ଷେତ୍ରରେ ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ । କେତେ ଦିନ ପର୍ଯ୍ୟନ୍ତ ଆମେ ଇନ୍ଧନ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର କରି ରହିବା ? ସୌର ଶକ୍ତି ହେଉ, ବାୟୁ ଶକ୍ତି, ଅକ୍ଷୟ ଶକ୍ତି କ୍ଷେତ୍ରରେ ଯେଉଁସବୁ ମାର୍ଗ ରହିଛି, ମିଶନ ହାଇଡ୍ରୋଜେନ ହେଉ, ଜୈବ ଇନ୍ଧନ ହେଉ, ବିଦ୍ୟୁତ ଚାଳିତ ବାହନ ଚଳାଇବା ହେଉ, ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ ସବୁ କ୍ଷେତ୍ରରେ ।
  49. ଆଜି ପ୍ରାକୃତିକ କୃଷି ଆତ୍ମନିର୍ଭରଶୀଳତାର ଏକ ମାର୍ଗ । ଆଜି ଦେଶରେ ନାନୋ ଫର୍ଟିଲାଇଜର କାରଖାନା ଏକ ନୂଆ ଆଶା ନେଇ ପ୍ରତିଷ୍ଠା ହେଉଛି । କିନ୍ତୁ ପ୍ରାକୃତିକ କୃଷି, ରାସାୟନିକ ମୁକ୍ତ କୃଷି ଆତ୍ମନିର୍ଭରତାକୁ ବଳ ଦେଇପାରିବ ।  ଆଜି ଦେଶରେ ରୋଜଗାର କ୍ଷେତ୍ରରେ ଗ୍ରୀନ ଜବ୍‌ ପାଇଁ ନୂଆ ନୂଆ କ୍ଷେତ୍ର ଖୁବ୍‌ ଦ୍ରୁତ ଗତିରେ ଆଗକୁ ଆସୁଛି ।
  50. ଭାରତ ନୀତି ମାଧ୍ୟମରେ ମାର୍ଗ ଖୋଲି ଦେଇଛି । ଡ୍ରୋନ କ୍ଷେତ୍ରରେ ସରକାର ବିଶ୍ୱର ସବୁଠୁ ପ୍ରଗତିଶୀଳ ନୀତି ନେଇ ଆସିଛନ୍ତି । ଆମ ଦେଶର ଯୁବବର୍ଗଙ୍କ ପାଇଁ ଆମେ ନୂଆ ଦ୍ୱାର ଖୋଲି ଦେଇଛୁ ।
  51. ମୁଁ ଘରୋଇ କ୍ଷେତ୍ରକୁ ମଧ୍ୟ ଆହ୍ୱାନ କରୁଛି । ସାରା ବିଶ୍ୱରେ ଆମକୁ ନିଜ ପ୍ରଭାବ ବିସ୍ତାର କରିବାକୁ ହେବ । ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା, ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା । ଏଥିରେ ଭାରତ ପଛରେ ପଡ଼ିବା ଉଚିତ୍‌ ନୁହେଁ । ଏମଏସଏମଇ ହେଉ ମଧ୍ୟ, ‘ଜିରୋ ଡିଫେକ୍ଟ ଜିରୋ ଇଫେକ୍ଟ’ ଉତ୍ପାଦ ପ୍ରସ୍ତୁତ କରି ସାରା ଦୁନିଆରେ ଆମକୁ ପହଞ୍ଚାଇବାକୁ ପଡ଼ିବ । ସ୍ୱଦେଶୀକୁ ନେଇ ଆମେ ଗର୍ବ କରିବା ।
  52. ଏବେ ବି ସୁଦ୍ଧା ଆମେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ସ୍ମରଣ କରିଥାଉ । ତାଙ୍କର ଜୟ ଯବାନ-ଜୟ କିଷାନ ମନ୍ତ୍ର ଆଜି ଦେଶ ପାଇଁ ପ୍ରେରଣା । ଏହାପରେ ଅଟଳ ବିହାରୀ ବାଜପେୟୀ ଜୀ ଜୟ ବିଜ୍ଞାନ ବୋଲି କହି ଏଥିରେ ଏକ ଅଧ୍ୟାୟ ଯୋଡ଼ି ଦେଇଥିଲେ । ସାରା ଦେଶ ଏହା ଉପରେ ପ୍ରାଥମିକତା ଦେଲା । କିନ୍ତୁ ଏବେ ଅମୃତକାଳ ପାଇଁ ଆଉ ଏକ ବାଧ୍ୟତା ଆସିଛି ତାହା ହେଉଛି ‘ଜୟ ଅନୁସନ୍ଧାନ’।  ଜୟ ଯବାନ-ଜୟ କିଷାନ-ଜୟ ବିଜ୍ଞାନ-ଜୟ ଅନୁସନ୍ଧାନ ।
  53. ଏବେ ଆମେ ଫାଇଭ୍‌ -ଜି ସମୟରେ ପାଦ ଥାପିବାକୁ ଯାଉଛୁ । ଅଧିକ ବିଳମ୍ବ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ଆମେ ପାଦ ମିଶାଇବାକୁ ଯାଉଛୁ । ଆମେ ପ୍ରତି ଗାଁରେ ଅପ୍ଟିକାଲ ଫାଇବର ପହଞ୍ଚାଇବାକୁ ଯାଉଛୁ । ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଗାଁ ଦେଇ ଅତିକ୍ରମ କରିବ, ମୋ ପାଖରେ ଏ ସୂଚନା ରହିଛି । ଏହା ମୋ ପାଇଁ ଖୁସିର ବିଷୟ ଯେ, ଭାରତର ୪ ଲକ୍ଷ ଜନସେବା କେନ୍ଦ୍ର ଗାଁରେ ବିକଶିତ ହୋଇଛି । ଗାଁର ଯୁବକ-ଯୁବତୀମାନେ ଜନ ସେବା କେନ୍ଦ୍ର ଚଲାଉଛନ୍ତି ।
  54. ଡିଜିଟାଲ ଇଣ୍ଡିଆ ଆନ୍ଦୋଳନ, ସେମିକଣ୍ଡକ୍ଟର ନିର୍ମାଣ ଦିଗରେ ଅଗ୍ରସର ହେବା, ଫାଇଭ-ଜି ଦିଗରେ ଅଗ୍ରସର ହେବା, ଅପ୍ଟିକାଲ ଫାଇବର ନେଟୱର୍କ ବିଛାଇବା, ଏସବୁ କେବଳ ଆଧୁନିକତାର ପରିଚୟ ନୁହେଁ । ଏହା ଭିତରେ ତିନୋଟି ବଡ଼ ଶକ୍ତି ରହିଛି । ଶିକ୍ଷାରେ ଆମୂଳଚୁଳ କ୍ରାନ୍ତି – ଏହା ଡିଜିଟାଲ ମାଧ୍ୟମରେ ଆସିବାକୁ ଯାଉଛି । ଡିଜିଟାଲ ମାଧ୍ୟମରେ ହିଁ ସ୍ୱାସ୍ଥ୍ୟସେବାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ଡିଜିଟାଲ ମାଧ୍ୟମରେ କୃଷି ଜୀବନରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ ।
  55. ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ବନ୍ଧୁଗଣ, ଏ ଦଶନ୍ଧି, ମାନବ ଜାତି ପାଇଁ ଟେକେଡ୍‌ ବା ଟେକ୍ନୋଲୋଜି ଦଶନ୍ଧି ହେବାକୁ ଯାଉଛି । ଭାରତ ଏହି ଦଶନ୍ଧିରେ ଅଗ୍ରଣୀ ରହିବ । ଆଇଟି ଦୁନିଆରେ ଭାରତ ନିଜର ଏକ ବିଶେଷ ପ୍ରଭାବ ବିସ୍ତାର କରିପାରିଛି । ଏହି ଟେକେଡରେ ନିଜର ସାମର୍ଥ୍ୟ ପ୍ରମାଣିତ କରିବାର ସୁଯୋଗ ଭାରତ ପାଖରେ ରହିଛି ।
  1. ଆମର ଅଟଳ ଇନୋଭେସନ ମିଶନ, ଆମର ଇନକ୍ୟୁବେସନ ସେଣ୍ଟର, ଆମର ଷ୍ଟାର୍ଟଅପ ଏକ ନୂଆ, ସମ୍ପୂର୍ଣ୍ଣ କ୍ଷେତ୍ର ବିକଶିତ କରୁଛନ୍ତି । ଯୁବପିଢ଼ିଙ୍କ ପାଇଁ ନୂଆ ଏକ ସୁଯୋଗ ସୃଷ୍ଟି ହେଉଛି । ମହାକାଶ ମିଶନ କଥା ହେଉ, ଆମର ଗଭୀର ସାଗର ମିଶନ ହେଉ, ସମୁଦ୍ରର ଗଭୀରତାକୁ ଯିବା ହେଉ କିମ୍ବା ଆକାଶ ଛୁଇଁବା ହେଉ, ଏ ନୂଆ କ୍ଷେତ୍ର, ଯାହାକୁ ନେଇ ଆମେ ଆଗକୁ ବଢ଼ୁଅଛୁ ।
  2. ଆମର ଛୋଟ ଛୋଟ ଚାଷୀମାନଙ୍କର ସାମର୍ଥ୍ୟ, ଛୋଟ ଛୋଟ ଉଦ୍ୟୋଗୀଙ୍କ ସାମର୍ଥ୍ୟ, ଆମର ଲଘୁ ଉଦ୍ୟୋଗ, କୁଟୀର ଉଦ୍ୟୋଗ, ସୂକ୍ଷ୍ମ ଉଦ୍ୟୋଗ, ଉଠାଦୋକାନୀ, ଅନ୍ୟମାନଙ୍କ ଘରେ କାମ କରୁଥିବା ଲୋକ, ଅଟୋ ରିକ୍ସା ଚଳାଉଥିବା ଲୋକ, ବସ ସେବାରେ ନିୟୋଜିତ ଲୋକ, ଏମାନଙ୍କୁ ନେଇ ସମାଜର ଏକ ବଡ଼ ବର୍ଗଙ୍କ ସଶକ୍ତିକରଣର ଆବଶ୍ୟକତା ରହିଛି ।
  3. ମୁଁ ବିଗତ କିଛି ବର୍ଷର ଅଭିଜ୍ଞତାରୁ କହିବାକୁ ଚାହୁଁଛି । ଆଜି ନ୍ୟାୟାଳୟରେ ଦେଖନ୍ତୁ, ଓକିଲ ଭାବେ କାମ କରୁଥିବା ଆମର ନାରୀଶକ୍ତିମାନେ କିଭଳି ସାମର୍ଥ୍ୟର ପରିଚୟ ଦେଉଛନ୍ତି । ଆପଣ ଗ୍ରାମୀଣ କ୍ଷେତ୍ରରେ ଜନ ପ୍ରତିନିଧିମାନଙ୍କୁ ଦେଖନ୍ତୁ । ଆମର ନାରୀ ଶକ୍ତି କିଭଳି ସମର୍ପିତ ମନୋଭାବ ନେଇ ନିଜ ଗାଁର ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି । ଆଜି ଜ୍ଞାନର କ୍ଷେତ୍ରକୁ ଦେଖନ୍ତୁ, ବିଜ୍ଞାନର କ୍ଷେତ୍ରକୁ ଦେଖନ୍ତୁ, ଆମ ନାରୀ ଶକ୍ତି ସବୁ କ୍ଷେତ୍ରରେ ଅଗ୍ରଣୀ ଥିବା ଦେଖାଯାଉଛି ।
  4. ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ଖେଳ-କୁଦର ପଡ଼ିଆ ହେଉ କିମ୍ବା ଯୁଦ୍ଧ ଭୂମି ହେଉ, ଭାରତର ନାରୀ ଶକ୍ତି ଏକ ନୂଆ ସାମର୍ଥ୍ୟ, ନୂଆ ବିଶ୍ୱାସକୁ ନେଇ ଆଗକୁ ବଢ଼ୁଅଛି । ଭାରତର ଏହି ୭୫ ବର୍ଷର ଯାତ୍ରାରେ ନାରୀ ଶକ୍ତି ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଏହା ଠାରୁ ଅନେକ ଗୁଣ ଅଧିକ ଯୋଗଦାନ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ନାରୀ ଶକ୍ତିଙ୍କ ଠାରୁ ଦେଶକୁ ମିଳିବ ବୋଲି ମୁଁ ଆଶାବାଦୀ ରହିଛି । ମୋ ଦେଶର ମା’ ଭଉଣୀ, ଝିଅମାନଙ୍କ ଭିତରେ ଏ ବିଶ୍ୱାସ ମୁଁ ଦେଖିପାରୁଛି । ଝିଅମାନଙ୍କୁ ଆମେ ଯେତେ ଅଧିକ ଅବସର ଦେବା, ଆମ ଝିଅମାନଙ୍କ ପାଇଁ ଯେତେ ସୁବିଧା ଏକତ୍ରିତ କରିବା, ଆପଣମାନେ ଦେଖିବେ ଏହାର ପ୍ରତି ବଦଳରେ ଝିଅମାନେ ତା’ଠାରୁ ଅଧିକ ଗୌରବ ଆଣିବେ ।
  5. ଦେଶରେ ଏମିତି ଅନେକ ରାଜ୍ୟ ଅଛନ୍ତି, ଯେଉଁମାନେ ଦେଶକୁ ଆଗେଇ ନେବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛନ୍ତି । ପ୍ରଗତିର ନେତୃତ୍ୱ ନେଇଛନ୍ତି, ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଏସବୁ ରାଜ୍ୟ ଆମ ସଂଘୀୟ ବ୍ୟବସ୍ଥାକୁ ବଳ ଯୋଗାଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ସହଯୋଗୀ ସଂଘବାଦ ସହିତ ସହଯୋଗୀ ପ୍ରତିଯୋଗିତାପୂର୍ଣ୍ଣ ସଂଘୀୟ ବ୍ୟବସ୍ଥା । ବିକାଶ କ୍ଷେତ୍ରରେ ଆମକୁ ପ୍ରତିଯୋଗିତା କରିବାକୁ ହେବ ।
  6. ମୁଁ ସବୁ ବିଷୟ ଉପରେ ଆଲୋଚନା ନକରି ଦୁଇଟି ଜରୁରି ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଛି । ଗୋଟିଏ ହେଲା ଦୁର୍ନୀତି ଏବଂ ଅନ୍ୟଟି ପରିବାରବାଦ । ଗତ ଆଠ ବର୍ଷ ମଧ୍ୟରେ ଆମେ ସମ୍ପୂର୍ଣ୍ଣ ଶକ୍ତି ସହିତ ଦୁର୍ନୀତି ବିରୋଧରେ ଲଢ଼େଇ କରିଛୁ ।  ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଦ୍ୱାରା ୨ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ନଚେତ୍‌ ଏତିକି ପରିମାଣର ଅର୍ଥ ଭୁଲ ଲୋକଙ୍କ ହାତକୁ ଯାଇଥାନ୍ତା । ମୋବାଇଲ, ଆଧାର ଭଳି ଆଧୁନିକ ବ୍ୟବସ୍ଥା କାରଣରୁ ଏହା ସମ୍ଭବ ହୋଇପାରିଛି ।
  7. ପୂର୍ବ ସରକାରଙ୍କ ଅମଳରେ ଯେଉଁ ଲୋକମାନେ ବ୍ୟାଙ୍କର ଟଙ୍କା ଲୁଟି ନେଇ ଚାଲିଗଲେ, ସେମାନଙ୍କ ସମ୍ପତ୍ତି ଜବତ କରି ଆମେ ଫେରାଇ ଆଣିବାର ପ୍ରୟାସ କରୁଛୁ । ଅନେକ ଲୋକଙ୍କୁ ଜେଲରେ ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ କରିଛୁ । ଯେଉଁମାନେ ଦେଶକୁ ଲୁଟି ଫେରାର ହୋଇଯାଇଛନ୍ତି ସେମାନେ ଯେମିତି ଦେଶକୁ ଫେରିବା ଲାଗି ବାଧ୍ୟ ହେବେ ସେଥିପାଇଁ ଆମେ ଚେଷ୍ଟା କରୁଛୁ ।
  8. ଭାଇ ଓ ଭଉଣୀମାନେ, ଦୁର୍ନୀତି ଉଇ ଭଳି ଦେଶକୁ ଭିତରେ ଭିତରେ ଫମ୍ପା କରି ଚାଲିଛି । ମୁଁ ଏହା ବିରୋଧରେ ଲଢ଼େଇ ଜାରି ରଖିବି । ଏହାକୁ ନିର୍ଣ୍ଣାୟକ ମୋଡ଼କୁ ନେଇଯିବାକୁ ହେବ । ମୋର ୧୩୦ କୋଟି ଦେଶବାସୀ, ମୁଁ ଆଜି ଆପଣମାନଙ୍କୁ ସହଯୋଗ ମାଗିବାକୁ ଆସଛି । ଦୟାକରି ଆପଣମାନେ ମୋତେ ଆଶୀର୍ବାଦ ଦିଅନ୍ତୁ । ମୋ ସହ ଯୋଡ଼ି ହୁଅନ୍ତୁ ! ଆପଣମାନଙ୍କ ସହଯୋଗ ଓ ସମର୍ଥନ ମିଳିଲେ ମୁଁ ଏହି ଲଢ଼େଇରେ ଲଢ଼ିପାରିବି । ଦେଶ ଏ ଲଢ଼େଇରେ ବିଜୟ ହାସଲ କରିବ ବୋଲି ମୁଁ ଆଶା କରୁଛି ।
  9. ବାସ୍ତବରେ ଏହା ଦୁଃଖର ବିଷୟ ଯେ, ଦୁର୍ନୀତି ମାମଲାରେ ଅଦାଲତରେ ଦଣ୍ଡାଦେଶ ପାଇସାରିଥିବା, ଜେଲ ହୋଇସାରିଥିବା ଲୋକମାନଙ୍କର କିଛି ଲୋକ ମହିମା ମଣ୍ଡନ କରୁଛନ୍ତି । ସେଥିପାଇଁ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଘୃଣା ସୃଷ୍ଟି ନହେବା ପର୍ଯ୍ୟନ୍ତ ଏପରି ମାନସିକତା ଦୂର ହେବ ନାହିଁ ।
  10. ଅନ୍ୟପକ୍ଷରେ ମୁଁ ପରିବାରବାଦ ବିଷୟରେ ଆଲୋଚନା କରିବାକୁ ଚାହୁଁଛି । ମୁଁ ଯେତେବେଳେ ପରିବାରବାଦ, ପ୍ରିୟାପ୍ରୀତି ତୋଷଣ କଥା କହୁଛି ସେତେବେଳେ ଲୋକମାନେ ଭାବୁଥିବେ ଯେ ମୁଁ କେବଳ ରାଜନୀତି କଥା କହୁଛି । ଆଦୌ ନୁହେଁ, ଦୁର୍ଭାଗ୍ୟର ବିଷୟ ରାଜନୀତି କ୍ଷେତ୍ରର ଏହି କଳୁଷତା ଭାରତର ପ୍ରତ୍ୟେକ ସଂସ୍ଥାରେ ନିଜର ପ୍ରଭାବ ବିସ୍ତାର କରି ନେଇଛି । ସେଥିପାଇଁ ଲାଲକିଲ୍ଲାର ପ୍ରାଚୀରରୁ, ତ୍ରିରଙ୍ଗାର ମାନସମ୍ମାନ ତଳେ, ଭାରତର ସମ୍ବିଧାନକୁ ସ୍ମରଣ କରି ମୁଁ ଦେଶବାସୀଙ୍କୁ ଖୋଲା ମନରେ କହିବାକୁ ଚାହୁଁଛି । ଆସନ୍ତୁ ସମ୍ବିଧାନର ବାସ୍ତବ ଭାବନା ନେଇ, ଭାରତର ରାଜନୀତିକୁ, ଭାରତର ସବୁ ସଂସ୍ଥାର ଶୁଦ୍ଧିକରଣ ପାଇଁ ଆମେ ଦେଶକୁ ଏହି ପରିବାରବାଦୀ ମାନସିକତାକୁ ମୁକ୍ତ କରିବା ।
  11. ଆଜି ନୂଆ ସମ୍ଭାବନାକୁ ଉପଯୋଗ କରିବା, ନୂତନ ସଂକଳ୍ପକୁ ବାସ୍ତବ ରୂପ ଦେବା ଏବଂ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିବା ସହିତ ‘ଅମୃତ କାଳ’ର ଆରମ୍ଭ କରିବା ନିମନ୍ତେ ମୁଁ ଦେଶବାସୀଙ୍କୁ ନିବେଦନ କରୁଛି । ସ୍ୱାଧୀନତାର ଅମୃତ ମହୋତ୍ସବ, ଏବେ ଅମୃତ କାଳ ଦିଗରେ ମୋଡ଼ ନେଇ ସାରିଛି । ଏ ଅମୃତ କାଳରେ ସବ୍‌କା ପ୍ରୟାସ (ସମସ୍ତଙ୍କ ପ୍ରୟାସ) ଅତ୍ୟନ୍ତ ଜରୁରି ।  ଟିମ୍‌ ଇଣ୍ଡିଆର ଭାବନା ଦେଶକୁ ଆଗେଇ ନେବ । ୧୩୦ କୋଟି ଦେଶବାସୀ ଏକ ଟିମ୍‌ ଇଣ୍ଡିଆ ଭାବେ, ସାଥୀ ହୋଇ ଆଗକୁ ବଢ଼ିଲେ ସବୁ ସ୍ୱପ୍ନ ସାକାର ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s jewellery exports rise 2.4% to $9.17 billion; studded gold emerges as bright spot

Media Coverage

India’s jewellery exports rise 2.4% to $9.17 billion; studded gold emerges as bright spot
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.