ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୨୦ - ୨୩ ମେ’ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହା ସାଇପ୍ରସର ୟୁରୋପୀୟ ସଂଘ ପରିଷଦର ସଭାପତିତ୍ୱ ସମୟରେ ଅନୁଷ୍ଠିତ ହେଉଥିବାରୁ ଏହି ଗସ୍ତର ବିଶେଷ ଗୁରୁତ୍ୱ ରହିଛି।

ଏହି ଗସ୍ତ ଜୁନ୍ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତ ​‌ସମୟରେ ସୃଷ୍ଟି ହୋଇଥିବା ଐତିହାସିକ ଗତିକୁ ତ୍ଵରାନ୍ଵିତ କରିଛି। ଏହା ଏକ ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଛି। ଭାରତ - ସାଇପ୍ରସ ସମ୍ପର୍କକୁ ଫଳାଫଳ-ମୁଖୀ କରିବା ଏବଂ କାର୍ଯ୍ୟାନ୍ୱୟନ-ଚାଳିତ ପର୍ଯ୍ୟାୟରେ ପ୍ରବେଶ କରିବାର ଏହା ହେଉଛି ପ୍ରତୀକ।

ରାଜନୈତିକ ଆଲୋଚନାର ଅଗ୍ରଗତି,ବୃଦ୍ଧି ପାଉଥିବା ବ୍ୟବସାୟିକ ସମ୍ପୃକ୍ତି, ବର୍ଦ୍ଧିତ ପ୍ରତିରକ୍ଷା ସମ୍ପର୍କ ଏବଂ ନବସୃଜନ ଏବଂ ପ୍ରଯୁକ୍ତି ବିଦ୍ୟାରେ ସହଯୋଗର ଆରମ୍ଭ ସମେତ ୨୦୨୫ ରେ ଜାରି ହୋଇଥିବା ମିଳିତ ଘୋଷଣାପତ୍ରକୁ କାର୍ଯ୍ୟକାରୀ କରିବାରେ ହାସଲ ହୋଇଥିବା ଯଥେଷ୍ଟ ଅଗ୍ରଗତିକୁ ଦୁଇ ନେତା ସ୍ୱାଗତ କରିଥିଲେ। ବିକଶିତ ଭୂ ରାଜନୈତିକ ଦୃଶ୍ୟପଟ ଏବଂ ଭାରତ - ସାଇପ୍ରସ୍ ସହଭାଗୀତାର ଗଭୀରତାକୁ ସ୍ୱୀକାର କରି, ନୂତନ ବାସ୍ତବତା ଏବଂ ସୁଯୋଗକୁ ପ୍ରତିଫଳିତ କରିବା ପାଇଁ ଦ୍ୱିପାକ୍ଷିକ ବ୍ୟାପକ ସହଭାଗୀତାକୁ ଏକ ରଣନୈତିକ ସହଭାଗୀତାରେ ଉନ୍ନୀତ କରିବାକୁ ନେତାମାନେ ସହମତ ହୋଇଥିଲେ।

ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍‌ଙ୍କୁ ୨୨ ମେ’ ୨୦୨୬ରେ ରାଷ୍ଟ୍ରପତି ଭବନରେ ଭାରତର ମାନ୍ୟବର ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ୱାଗତ କରିଥିଲେ। ସେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମାନ୍ୟବର ରାଷ୍ଟ୍ରପତି ଗସ୍ତରେ ଥିବା ମହାମହିମଙ୍କ ସମ୍ମାନାର୍ଥେ ଏକ ରାଷ୍ଟ୍ର ଭୋଜିର ମଧ୍ୟ ଆୟୋଜନ କରିଥିଲେ।

ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ୨୨ ମଇ, ୨୦୨୬ରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ବ୍ୟାପକ ଆଲୋଚନା କରିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ନବୀକରଣର ଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଭାରତ ଏବଂ ସାଇପ୍ରସ ମଧ୍ୟରେ ଘନିଷ୍ଠ ଏବଂ ବିଶ୍ୱସ୍ତ ସହଭାଗୀତାକୁ ପୁନଃସ୍ଥାପିତ କରିଥିଲେ, ଯାହା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ଏବଂ ପାରସ୍ପରିକ ସମ୍ମାନ ଉପରେ ପ୍ରତିଷ୍ଠିତ। ସେମାନେ ଭାରତ - ୟୁରୋପୀୟ ସଂଘ ସମ୍ପର୍କ, ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱବ୍ୟାପୀ ପ୍ରସଙ୍ଗ ଉପରେ ମଧ୍ୟ ମତ ଆଦାନପ୍ରଦାନ କରିଥିଲେ।

ଭାରତ - ସାଇପ୍ରସ ବ୍ୟାପକ ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ଉଚ୍ଚ ରାଜନୈତିକ ସ୍ତରରେ ନିୟମିତ ଯୋଗାଯୋଗକୁ ଦୁଇ ନେତା ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୨୫ ମସିହାରେ ଗସ୍ତ ସମୟରେ ଘୋଷଣା କରାଯାଇଥିବା ଭାରତ - ସାଇପ୍ରସ ମିଳିତ କାର୍ଯ୍ୟ ଯୋଜନା ୨୦୨୫ - ୨୦୨୯ କାର୍ଯ୍ୟକାରୀ କରିବାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ସେମାନେ ସ୍ୱାଗତ କରିଛନ୍ତି। ଉଭୟ ପକ୍ଷ ୨୦୨୭ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୬୫ତମ ବାର୍ଷିକୀକୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରିବାକୁ ମଧ୍ୟ ସହମତ ହୋଇଛନ୍ତି।

ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସାଇପ୍ରସର ଗବେଷଣା, ନବସୃଜନ ଏବଂ ଡିଜିଟାଲ ନୀତିର ଉପମନ୍ତ୍ରୀ ତାଙ୍କ ଦେଶର ପ୍ରତିନିଧିତ୍ୱ  କରିଥିଲେ ଏବଂ ସମ୍ମିଳନୀର ଘୋଷଣାପତ୍ରକୁ ଅନୁମୋଦନ କରିଥିଲେ। ଉଭୟ ନେତା ଏଆଇର ନିରାପଦ, ବିଶ୍ୱସନୀୟ ଏବଂ ସମାବେଶୀ ବିକାଶ ଦିଗରେ କାର୍ଯ୍ୟ କରିବା ଉପରେ ସେମାନଙ୍କର ମତାମତ ବାଣ୍ଟିଥିଲେ।

ସମାନ ମୂଲ୍ୟବୋଧ ଏବଂ ବହୁପାକ୍ଷିକ ସହଯୋଗ

ଦୁଇ ନେତା ଶାନ୍ତି, ଗଣତନ୍ତ୍ର, ଆଇନର ଶାସନ, ପ୍ରଭାବଶାଳୀ ବହୁପାକ୍ଷିକତା ଏବଂ ସ୍ଥାୟୀ ବିକାଶ ପ୍ରତି ସେମାନଙ୍କର ସମାନ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନରେ ଆଧାରିତ ନିୟମ -ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ସେମାନଙ୍କର ସମର୍ଥନକୁ ପୁଣି ଥରେ ଦୋହରାଇଥିଲେ । ନୌଚାଳନା ଏବଂ ଉଡ଼ାଣର ସ୍ୱାଧୀନତା, ଅବାଧ ବାଣିଜ୍ୟ ଏବଂ ସାର୍ବଭୌମ ସାମୁଦ୍ରିକ ଅଧିକାର ସମ୍ପର୍କରେ ମିଳିତ ଜାତିସଂଘ ସମୁଦ୍ର ଆଇନ ଉପରେ ସମ୍ମିଳନୀ (ୟୁଏନସିଏଲଓଏସ୍) ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ଉଭୟ ନେତା ପ୍ରମୁଖ ବିଶ୍ୱ ଆହ୍ଵାନ ଗୁଡିକର ମୁକାବିଲା ଏବଂ ସଂସ୍କାରପୂର୍ଣ ଏବଂ ପ୍ରଭାବଶାଳୀ ବହୁପାକ୍ଷିକତା ମାଧ୍ୟମରେ ଉଦୀୟମାନ ବିକାଶ ପାଇଁ ବିଶ୍ୱକୁ ପ୍ରସ୍ତୁତ କରିବା ଲାଗି ସେମାନଙ୍କର ମତକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଜାତିସଂଘ ଏବଂ ରାଜ୍ୟଗୋଷ୍ଠୀ ସମେତ ଅନ୍ତର୍ଜାତୀୟ ସଂଗଠନ ମଧ୍ୟରେ ସମନ୍ୱୟକୁ ମଜବୁତ କରିବା ପାଇଁ ସେମାନଙ୍କର ଅଭିପ୍ରାୟ ପ୍ରକାଶ କରିଥିଲେ।

ଦୁଇ ନେତା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ଏହାକୁ ଅଧିକ ପ୍ରଭାବଶାଳୀ, ଦକ୍ଷ ଏବଂ ସମସାମୟିକ ଭୂରାଜନୈତିକ ଚ୍ୟାଲେଞ୍ଜର ପ୍ରତିନିଧିତ୍ୱ କରିବାର ଉପାୟ ଅନ୍ତର୍ଭୁକ୍ତ। ସେମାନେ ୟୁଏନଏସସି ବିଷୟ ସମେତ ବହୁପାକ୍ଷିକ ମଞ୍ଚରେ ଘନିଷ୍ଠ ଭାବରେ ସମନ୍ୱୟ ସ୍ଥାପନ କରିବାକୁ ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଉପରେ ଆନ୍ତଃ-ସରକାରୀ ଆଲୋଚନା ସମାପ୍ତ କରିବା ପାଇଁ ପ୍ରୟାସକୁ ସମର୍ଥନ ଜାରି ରଖିବାକୁ ସହମତ ହୋଇଥିଲେ। ସାଇପ୍ରସ ଏକ ସଂସ୍କାରିତ ଜାତିସଂଘ ସୁରକ୍ଷା ପରିଷଦର ଭାରତର ସ୍ଥାୟୀ ସଦସ୍ୟତା ପାଇଁ ନିଜର ଦୃଢ଼ ସମର୍ଥନକୁ ଦୋହରାଇଥିଲା। ଉଭୟ ପକ୍ଷ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପାକ୍ଷିକ ମଞ୍ଚରେ ପରସ୍ପରର ପ୍ରାର୍ଥୀତ୍ୱ ସମେତ ଘନିଷ୍ଠ ସହଯୋଗ ଏବଂ ପରସ୍ପରକୁ ସମର୍ଥନ କରିବାକୁ ମଧ୍ୟ ସହମତ ହୋଇଥିଲେ।

ସାର୍ବଭୌମତ୍ୱ ଏବଂ ଶାନ୍ତି ପାଇଁ ସମର୍ଥନ

ସାଇପ୍ରସ ଏବଂ ଭାରତ ରାଜି ହୋଇଥିବା ଜାତିସଂଘ ଢାଞ୍ଚା ଏବଂ ପ୍ରାସଙ୍ଗିକ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ଅନୁଯାୟୀ ରାଜନୈତିକ ସମାନତା ସହିତ ଏକ ଦ୍ୱି-ଜୋନାଲ, ଦ୍ୱି-ସାମ୍ପ୍ରଦାୟିକ ଫେଡେରେସନ ଆଧାରରେ ସାଇପ୍ରସ ପ୍ରଶ୍ନର ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ହାସଲ କରିବା ପାଇଁ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ସେମାନେ ସାଇପ୍ରସରେ ମିଳିତ ଜାତିସଂଘ ଶାନ୍ତିରକ୍ଷା ବାହିନୀ (ୟୁଏନଏଫଆଇସିୱାଇପି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏହାର ନିର୍ଦ୍ଦେଶ ପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି କ୍ରି କ୍ରିଷ୍ଟୋଡୋଲିଡେସ୍ ୟୁଏନଏଫଆଇସିୱାଇପି ​‌ରେ ଭାରତର ମୂଲ୍ୟବାନ ଅବଦାନ ପାଇଁ ପ୍ରଶଂସା କରିଥିଲେ।

ସାଇପ୍ରସ ଗଣରାଜ୍ୟର ସ୍ୱାଧୀନତା, ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଏକତା ପ୍ରତି ନିଜର ଅଟଳ ଏବଂ ସ୍ଥିର ସମର୍ଥନକୁ ଭାରତ ଦୋହରାଇଛି। ଉଭୟ ପକ୍ଷ ପ୍ରାସଙ୍ଗିକ ଜାତିସଂଘ ପ୍ରସ୍ତାବ ଏବଂ ଅନ୍ତର୍ଜାତୀୟ ଆଇନର ପୂର୍ଣ୍ଣ ସମ୍ମାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ଦ୍ଵାରା ଏକ ଆଲୋଚନାମୂଳକ ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ପ୍ରୟାସକୁ ଦୃଢ କରାଯିବ।

ସୁରକ୍ଷା, ପ୍ରତିରକ୍ଷା ଏବଂ ଆତଙ୍କବାଦ ବିରୋଧୀ

ଉଭୟ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦକୁ ସ୍ପଷ୍ଟ ଭାବରେ ନିନ୍ଦା କରିଥିଲେ। ସାଇପ୍ରସ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତ ସହି ରହିଛି ଏବଂ ଏହି କ୍ଷେତ୍ରରେ ସାଇପ୍ରସ୍ ର ଅଟଳ ସମର୍ଥନ ରହିଛି ବୋଲି ଜଣାଇଥିଲା।

ଉଭୟ ନେତା ୨୨ ଏପ୍ରିଲ ୨୦୨୫ରେ ଜାମ୍ମୁ ଏବଂ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ଏବଂ ୧୦ ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଆତଙ୍କବାଦୀ ଘଟଣାର କଡ଼ା ନିନ୍ଦା କରିଥିଲେ। ସେମାନେ ଜୋର ଦେଇଥିଲେ ଯେ ଆକ୍ରମଣ କରାଉଥିବା ଲୋକଙ୍କୁ ଦାୟୀ କରାଯିବା ଉଚିତ। ଉଭୟ ନେତା ଆତଙ୍କବାଦକୁ ବ୍ୟାପକ ଏବଂ ନିରନ୍ତର ଭାବରେ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ମୁକାବିଲା କରିବା ପାଇଁ ନିର୍ଣ୍ଣାୟକ ଏବଂ ସମନ୍ୱିତ ଅନ୍ତର୍ଜାତୀୟ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ।

ସେମାନେ ସୀମାପାର ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଏକ ବ୍ୟାପକ, ସମନ୍ୱିତ ଏବଂ ନିରନ୍ତର ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ବ୍ୟବସ୍ଥା ମଧ୍ୟରେ ସହଯୋଗପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ପରିପ୍ରେକ୍ଷୀରେ, ନେତାମାନେ ଆତଙ୍କବାଦର ମୁକାବିଲା କରିବା ପାଇଁ ବହୁପାକ୍ଷିକ ପ୍ରୟାସକୁ ମଜବୁତ କରିବା ଏବଂ ଜାତିସଂଘ ଢାଞ୍ଚା ମଧ୍ୟରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀକୁ ଶୀଘ୍ର ଚୂଡ଼ାନ୍ତ ଏବଂ ଗ୍ରହଣ କରିବା ପାଇଁ ଆହ୍ୱାନ କରିଥିଲେ। ସେମାନେ ଜାତିସଂଘ ଏବଂ ୟୁରୋପୀୟ ସଂଘ ଦ୍ୱାରା ଚିହ୍ନିତ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂସ୍ଥା, ୟୁଏନଏସସି ୧୨୬୭ ପ୍ରତିବନ୍ଧକ କମିଟି ଅଧୀନରେ ତାଲିକାଭୁକ୍ତ ସଂଗଠନଗୁଡ଼ିକ ସମେତ - ଏବଂ ସେମାନଙ୍କର ସମ୍ପୃକ୍ତ ପ୍ରକ୍ସି ଗୋଷ୍ଠୀ, ସୁବିଧାଦାତା, ପ୍ରାୟୋଜକ, ଆର୍ଥିକ ସହାୟତା ପ୍ରଦାନକାରୀ ଏବଂ ସମର୍ଥକମାନଙ୍କ ବିରୁଦ୍ଧରେ କଠୋର ଏବଂ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।


ସେମାନେ ହିଂସାତ୍ମକ ଉଗ୍ରବାଦ ଏବଂ ମୌଳବାଦ, ଆତଙ୍କବାଦକୁ ଆର୍ଥିକ ସହାୟତା ଏବଂ ମନି- ଲଣ୍ଡରିଂକୁ ମୁକାବିଲା କରିବା ସହିତ ଆତଙ୍କବାଦୀ ଉଦ୍ଦେଶ୍ୟରେ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିର ଶୋଷଣକୁ ରୋକିବା ଏବଂ ଆତଙ୍କବାଦୀ ନିଯୁକ୍ତିକୁ ମୁକାବିଲା କରିବା ପାଇଁ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଭୟ ପକ୍ଷ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ବଳ (ଏଫଏଟିଏଫ୍)ରେ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ଏବଂ ଭିତ୍ତିଭୂମିକୁ ଦୂର କରିବା ସହିତ ଆତଙ୍କବାଦୀ ନେଟୱାର୍କକୁ ବାଧା ଦେବା ଏବଂ ଆତଙ୍କବାଦର ଆର୍ଥିକ ସହାୟତା ବିରୋଧରେ ଲଢ଼ିବା ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି।

ସେମାନେ ଆତଙ୍କବାଦ ପ୍ରତି ସେମାନଙ୍କର ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ପୁନର୍ବାର ଦୋହରାଇଥିଲେ। ଯେକୌଣସି ପରିସ୍ଥିତିରେ ଦୋମୁହାଁ ନୀତି, ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ଏବଂ ଏପରି କାର୍ଯ୍ୟ ପାଇଁ ଯେକୌଣସି ଯଥାର୍ଥତାକୁ ପ୍ରତ୍ୟାଖ୍ୟାନ କରାଯିବ ବୋଲି କହିଥିଲେ। ନେତାମାନେ ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟ ଗୋଷ୍ଠୀ (ଜେଡବ୍ଲୁଜି) ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି, ଯାହା ସୂଚନା ଏବଂ ଜ୍ଞାନ ବଣ୍ଟନ ଏବଂ କ୍ଷମତା ନିର୍ମାଣ ମାଧ୍ୟମରେ ଆତଙ୍କବାଦ ବିରୋଧୀ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କରିବ। ସେମାନେ ଯଥାଶୀଘ୍ର ଜେଡବ୍ଲୁଜିର ପ୍ରଥମ ବୈଠକ ଆୟୋଜନ କରିବାକୁ ସହମତି ପ୍ରକାଶ କରିଥିଲେ।

ଦୁଇ ନେତା ଉଭୟ ଦେଶର ପ୍ରାସଙ୍ଗିକ ଏଜେନ୍ସି ମଧ୍ୟରେ ନିରନ୍ତର ସହଯୋଗ, ବିଶେଷ କରି ସାଇବରସ୍ପେସରେ ନୂତନ ଏବଂ ଉଦୀୟମାନ ବିପଦର ମୁକାବିଲା ପାଇଁ ଉଲ୍ଲେଖ କରିଥିଲେ। ଏହି ପରିପ୍ରେକ୍ଷୀରେ, ନେତାମାନେ ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା ଆଲୋଚନା ପ୍ରତିଷ୍ଠାକୁ ସ୍ୱାଗତ କରିଥିଲେ।

ସେମାନେ ସାଇବର ସୁରକ୍ଷା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଧ୍ୟାନ ଦେଇ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଆହୁରି ଘନିଷ୍ଠ କରିବାକୁ ସହମତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ, ନେତାମାନେ ସାଇପ୍ରସ ପ୍ରତିରକ୍ଷା ଏବଂ ମହାକାଶ ଶିଳ୍ପ କ୍ଲଷ୍ଟର (ସିୱାଇଡିଏସଆଇସି) ଏବଂ ଭାରତୀୟ ପ୍ରତିରକ୍ଷା ନିର୍ମାତା ସମାଜ  (ଏସଆଇଡିଏମ୍) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ।

ଫେବୃଆରୀ ୨୦୨୬ ରେ ସ୍ୱାକ୍ଷରିତ ଭାରତ - ସାଇପ୍ରସ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ କାର୍ଯ୍ୟକ୍ରମକୁ ସ୍ୱାଗତ କରି, ଦୁଇ ନେତା ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ଅନୁସନ୍ଧାନ ଏବଂ ଉଦ୍ଧାର (ଏସଏଆର୍) ପ୍ରସଙ୍ଗରେ ସରକାରୀ ସମନ୍ୱୟ ଏବଂ ସହଯୋଗ ସ୍ଥାପନ ପାଇଁ ବୈଷୟିକ ବ୍ୟବସ୍ଥା ସ୍ୱାକ୍ଷରକୁ ମଧ୍ୟ ସ୍ୱାଗତ କରିଥିଲେ। ଏଗୁଡ଼ିକ ପ୍ରତିରକ୍ଷା ଶିଳ୍ପ ସହଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାଂସ୍ଥାଗତିକ ଢାଞ୍ଚା ପ୍ରଦାନ କରିବ, ଏହାଦ୍ୱାରା ଜାନୁଆରୀ ୨୭, ୨୦୨୬ ରେ ସ୍ୱାକ୍ଷରିତ ଭାରତ-ୟୁରୋପୀୟ ସଂଘ ପ୍ରତିରକ୍ଷା ଏବଂ ସୁରକ୍ଷା ସହଭାଗୀର ଗତିକୁ ଆଗକୁ ବଢ଼ାଯିବ। ଏହା ସହିତ, ଏହା ଆଦାନପ୍ରଦାନ, ତାଲିମ ଏବଂ କ୍ଷମତା ନିର୍ମାଣକୁ ସହଜ କରିବ। ୨୦୨୬ - ୨୦୩୧ ଅବଧି ପାଇଁ ଉଭୟ ପକ୍ଷର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ପାଇଁ 'ରୋଡମ୍ୟାପ୍' ଚୂଡ଼ାନ୍ତ କରାଯିବାକୁ ନେତାମାନେ ସ୍ୱାଗତ କରିଥିଲେ।

ଭାରତ ଏବଂ ସାଇପ୍ରସ ଉଭୟ ଗଭୀର ନୌସେନା ପରମ୍ପରା ସହିତ ସାମୁଦ୍ରିକ ରାଷ୍ଟ୍ର ହୋଇଥିବାରୁ, ଉଭୟ ନେତା ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ଉତ୍ସାହ ପ୍ରକାଶ କରିଥିଲେ। ଯେଉଁଥିରେ ଭାରତୀୟ ନୌସେନା ଜାହାଜ ଦ୍ୱାରା ନିୟମିତ ବନ୍ଦର କଲ୍ ଏବଂ ସାମୁଦ୍ରିକ ସଚେତନତା ଏବଂ ଆଞ୍ଚଳିକ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ମିଳିତ ସାମୁଦ୍ରିକ ତାଲିମ ଏବଂ ଅଭ୍ୟାସ ପାଇଁ ସୁଯୋଗ ଅନୁସନ୍ଧାନ ଅନ୍ତର୍ଭୁକ୍ତ।

ବାଣିଜ୍ୟ, ନିବେଶ ଏବଂ ନବସୃଜନ

ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତି ବିଦ୍ୟା ସହଭାଗୀତାକୁ ଆହୁରି ବିସ୍ତାର କରିବା ପାଇଁ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଉଭୟ ନେତା ଜୋର ଦେଇଥିଲେ । ବିଶ୍ୱସ୍ତ, ନିର୍ଭରଯୋଗ୍ୟ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳ ନିର୍ମାଣ ଏବଂ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ସେମାନେ ସହମତ ହୋଇଥିଲେ।

ନେତାମାନେ ସାଇପ୍ରସ ପକ୍ଷରୁ ଭାରତରେ ନିବେଶର ନିରନ୍ତର ବୃଦ୍ଧିକୁ ସ୍ୱାଗତ କରିଥିଲେ, ଯାହା ସାଇପ୍ରସକୁ ଭାରତରେ ନିବେଶର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ କରିଛି। ସେମାନେ ଷ୍ଟାର୍ଟଅପ୍, ଡିଜିଟାଲାଇଜେସନ୍, ଏଆଇ ଏବଂ ନବସୃଜନ-ଚାଳିତ ଉଦ୍ୟୋଗ ସମେତ ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ସାକାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଥିଲେ। ସେମାନେ ଉଭୟ ଦେଶର ବ୍ୟାବସାୟିକ ସମ୍ପ୍ରଦାୟକୁ ପ୍ରାଥମିକତା କ୍ଷେତ୍ର, ଯଥା :  ଆର୍ଥିକ ସେବା, ସାମୁଦ୍ରିକ, ସଂଯୋଗୀକରଣ, ଲଜିଷ୍ଟିକ୍ସ, ସ୍ୱଚ୍ଛ ଏବଂ ସବୁଜ ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା, ମହାକାଶ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଏବଂ ଗବେଷଣା ଏବଂ ନବସୃଜନ କ୍ଷେତ୍ରରେ ସକ୍ରିୟ ଭାବରେ ବାଣିଜ୍ୟ ଏବଂ ନିବେଶ ସୁଯୋଗ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିବା ଉପରେ ଜୋର ଦେଇଥିଲେ । ନେତାମାନେ ଏହି ବର୍ଷ ପ୍ରାରମ୍ଭରେ ସମ୍ପୂର୍ଣ ହୋଇଥିବା ଐତିହାସିକ ଭାରତ - ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) କାର୍ଯ୍ୟକାରୀ କରିବା ଦ୍ୱାରା ସୃଷ୍ଟି ହେବାକୁ ଥିବା ସୁଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଫିନଟେକ୍ ସଂଯୋଗୀକରଣ ମାଧ୍ୟମରେ, କେବଳ ସୀମାପାର କାରବାର ନୁହେଁ ବରଂ ସୀମାପାର ସଂଯୋଗକୁ ମଧ୍ୟ ସୁଦୃଢ଼ କରାଯିବ। ୨୦୨୫ ମସିହାରେ ଏନଆଇପିଏଲ୍ ଏବଂ ୟୁରୋବ୍ୟାଙ୍କ ସାଇପ୍ରସ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ସମେତ ଆର୍ଥିକ କ୍ଷେତ୍ରରେ ଅର୍ଥନୈତିକ ସମ୍ପର୍କର ଗଭୀରତା ଉପରେ ନେତାମାନେ ଉଲ୍ଲେଖ କରିଥିଲେ। ସେମାନେ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ (ଇସିବି) ର ଟାର୍ଗେଟ୍ ଇନଷ୍ଟାଣ୍ଟ ପେମେଣ୍ଟ ସେଟେଲମେଣ୍ଟ ସିଷ୍ଟମ୍ (ଟିଆଇପିଏସ ସିଷ୍ଟମ୍) ସହିତ ଭାରତର ଏକୀକୃତ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ର ଆନ୍ତଃକାର୍ଯ୍ୟକ୍ଷମତା ପାଇଁ ଏକ ଢାଞ୍ଚା ପ୍ରତିଷ୍ଠାକୁ ମଧ୍ୟ ସ୍ୱାଗତ କରିଥିଲେ, ଯାହା ସୀମାପାର କାରବାରକୁ ସହଜ କରିବ, ଯାହା ଉଭୟ ଦେଶର ପର୍ଯ୍ୟଟକ ଏବଂ ବ୍ୟବସାୟ ଉଭୟଙ୍କୁ ଲାଭ ପହଞ୍ଚାଇବ।

ଦୁଇ ନେତା ତ୍ରିପାକ୍ଷିକ ଏବଂ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗରେ ବୃଦ୍ଧି ପାଉଥିବା ଗତିକୁ ମଧ୍ୟ ସ୍ୱାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଭାରତ – ଗ୍ରୀସ୍ - ସାଇପ୍ରସ୍ (ଆଇଜିସି) ବ୍ୟବସାୟ ଏବଂ ନିବେଶ ପରିଷଦର ପ୍ରତିଷ୍ଠାକୁ ବ୍ୟବସାୟ-ବ୍ୟବସାୟ ସମ୍ପର୍କକୁ ମଜବୁତ କରିବା, ନିବେଶ ପ୍ରବାହକୁ ପ୍ରୋତ୍ସାହିତ କରିବା ଏବଂ ତିନୋଟି ଦେଶ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ ପ୍ରଶଂସା କରିଥିଲେ।

ଜୁନ୍ ୨୦୨୫ ରେ ଲିମାସୋଲରେ ଅନୁଷ୍ଠିତ ଭାରତ - ସାଇପ୍ରସ୍ ନିବେଶକ ଗୋଲଟେବୁଲ ବୈଠକରେ ସୃଷ୍ଟି ହୋଇଥିବା ଗତି ଉପରେ ଆଧାର କରି, ଗସ୍ତ ସମୟରେ ମୁମ୍ବାଇରେ ଏକ ଭାରତ - ସାଇପ୍ରସ୍ ବ୍ୟବସାୟ ଫୋରମ୍ ଆୟୋଜନ କରାଯାଇଥିଲା। ଏହା ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଭାଗୀତାକୁ ଆହୁରି ମଜବୁତ କରିବା ସହିତ ସହଯୋଗର ନୂତନ ମାର୍ଗକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଥିଲା।

ମୁମ୍ବାଇରେ ବ୍ୟବସାୟ ଫୋରମର ଅବସରରେ ବି୨ବି ବୁଝାମଣାପତ୍ର ସ୍ୱାକ୍ଷରକୁ ନେତାମାନେ ସ୍ୱାଗତ କରିଥିଲେ । ନେତାମାନେ ଦୁଇ ଦେଶର ଷ୍ଟାର୍ଟଅପ୍, ୟୁନିକର୍ଣ୍ଣ, ନବସୃଜନ ଇକୋସିଷ୍ଟମ ଏବଂ ଭେଞ୍ଚର କ୍ୟାପିଟାଲ ନେଟୱାର୍କ ମଧ୍ୟରେ ନିରନ୍ତର ସହଯୋଗକୁ ସ୍ୱାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ ଯାହା ଉଭୟ ଦେଶର ଷ୍ଟାର୍ଟଅପ୍, ଇନକ୍ୟୁବେଟର, ତ୍ୱରିତକାରୀ ଏବଂ ନବସୃଜନ ଏଜେନ୍ସି ମଧ୍ୟରେ ଆଦାନପ୍ରଦାନ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ। 

ନେତାମାନେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ସଂଯୋଗକୁ ସୁଦୃଢ଼ କରିବା ଏବଂ ବିଶ୍ୱସ୍ତ ସାମୁଦ୍ରିକ ସହଭାଗୀତା ମାଧ୍ୟମରେ ଭାରତ - ପ୍ରଶାନ୍ତ ମହାସାଗରକୁ ୟୁରୋପ ସହିତ ସଂଯୋଗ କରିବା ପାଇଁ ସାମୁଦ୍ରିକ ଏବଂ ଜାହାଜ ଚଳାଚଳ ସହଯୋଗର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ। ୟୁରୋପର ପ୍ରବେଶପଥ ଭାବରେ ସାଇପ୍ରସର ଭୂମିକା ଏବଂ ଟ୍ରାନ୍ସସିପମେଣ୍ଟ, ଷ୍ଟୋରେଜ, ବଣ୍ଟନ ଏବଂ ଲଜିଷ୍ଟିକ୍ସ ପାଇଁ ଏକ ଆଞ୍ଚଳିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବାର ସମ୍ଭାବନାକୁ ସ୍ୱୀକାର କରି, ସେମାନେ ପାରସ୍ପରିକ ଲାଭ ପାଇଁ ସାଇପ୍ରସ-ଭିତ୍ତିକ ଏବଂ ଭାରତୀୟ ସାମୁଦ୍ରିକ ସେବା ପ୍ରଦାନକାରୀଙ୍କୁ ସାମିଲ କରି ମିଳିତ ଉଦ୍ୟୋଗ ମାଧ୍ୟମରେ ସାମୁଦ୍ରିକ ସହଯୋଗକୁ ସୁଦୃଢ଼ କରିବାକୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ, ଉଭୟ ନେତା ବାଣିଜ୍ୟ ପରିବହନ ଉପରେ ପୂର୍ବରୁ ରହିଥିବା ଦ୍ୱିପାକ୍ଷିକ ଚୁକ୍ତିନାମା ଅଧୀନରେ ସାମୁଦ୍ରିକ ସହଯୋଗରେ ସକାରାତ୍ମକ ଗତିକୁ ଆଗକୁ ନେବାକୁ ସହମତ ହୋଇଥିଲେ।

ସାଇପ୍ରସର ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ସାମୁଦ୍ରିକ ସେବା ଇକୋସିଷ୍ଟମ ଏବଂ ଭାରତର ଦ୍ରୁତ ବିସ୍ତାରିତ ସାମୁଦ୍ରିକ ଏବଂ ବନ୍ଦର ଭିତ୍ତିଭୂମି କ୍ଷମତା ମଧ୍ୟରେ ଦୃଢ଼ ପରିପୂରକତାକୁ ବିଚାର କରି, ଦୁଇ ନେତା ଦ୍ୱିପାକ୍ଷିକ ସହଭାଗୀତାର ଏକ ରଣନୈତିକ ସ୍ତମ୍ଭ ଭାବରେ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ସହମତ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ, ସେମାନେ ଭାରତୀୟ ଜାହାଜ ପରିବହନ ସ୍ୱାର୍ଥ ପାଇଁ ଏକ ୟୁରୋପୀୟ ସାମୁଦ୍ରିକ ପ୍ରବେଶପଥ ଏବଂ କାର୍ଯ୍ୟକ୍ଷମ ଆଧାର ଭାବରେ ସାଇପ୍ରସର କାର୍ଯ୍ୟ କରିବାର ସମ୍ଭାବନାକୁ ସ୍ୱୀକାର କରିଥିଲେ ଏବଂ ଭାରତୀୟ ସାମୁଦ୍ରିକ ଅଂଶୀଦାର ଏବଂ ସାଇପ୍ରସର ଜାହାଜ ପରିଚାଳନା ସମ୍ପ୍ରଦାୟ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ସ୍ୱାଗତ କରିଥିଲେ। ନିକଟ ଭବିଷ୍ୟତରେ ବ୍ୟବହାରିକ ଏବଂ ପାରସ୍ପରିକ ଲାଭଦାୟକ ଫଳାଫଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାମୁଦ୍ରିକ ସେବା, ବନ୍ଦର ସଂଯୋଗୀକରଣ, ଲଜିଷ୍ଟିକ୍ସ, ସାମୁଦ୍ରିକ ତାଲିମ ଏବଂ ଦକ୍ଷତା ବିକାଶ, ଏବଂ ସବୁଜ ଜାହାଜ ପରିବହନ ଏବଂ ନିୟାମକ ଅନୁପାଳନରେ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଦୁଇ ପକ୍ଷ ସହମତ ହୋଇଥିଲେ, ଯାହା ଦ୍ୱାରା ନିକଟ ଭବିଷ୍ୟତରେ ବ୍ୟବହାରିକ ଏବଂ ପାରସ୍ପରିକ ଲାଭଦାୟକ ଫଳାଫଳ ସୃଷ୍ଟି କରାଯାଇପାରିବ।

ନେତାମାନେ ଉଲ୍ଲେଖ କରିଥିଲେ ଯେ, ବିପର୍ଯ୍ୟୟ ପ୍ରତିରୋଧକତା ଏବଂ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ, ବିଶେଷ କରି ଜଳବାୟୁ ସମ୍ବନ୍ଧୀୟ ଚ୍ୟାଲେଞ୍ଜ ପରିପ୍ରେକ୍ଷୀରେ ସହଯୋଗ ଉଭୟ ଦେଶ ପାଇଁ ଗୁରୁତ୍ୱର ବିଷୟ। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ମୋଦୀ 'ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଏକାଠି କାର୍ଯ୍ୟକରିବା' (ସିଡିଆରଆଇ) ରେ ଯୋଗଦେବା ପାଇଁ ସାଇପ୍ରସର ପ୍ରସ୍ତାବକୁ ସ୍ୱାଗତ କରିଥିଲେ। ଉଭୟ ନେତା ବୈଷୟିକ ସହଯୋଗ, କ୍ଷମତା ନିର୍ମାଣ ଏବଂ ଜ୍ଞାନ ବଣ୍ଟନକୁ ପ୍ରୋତ୍ସାହିତ କରିବା ସହିତ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ବ୍ୟବସ୍ଥାରେ ନିବେଶକୁ ଉତ୍ସାହିତ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ ସିଡିଆରଆଇର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା

 ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିର ପରିବର୍ତ୍ତନଶୀଳ ସମ୍ଭାବନାକୁ ସ୍ୱୀକାର କରି, ନେତାମାନେ ଉଲ୍ଲେଖ କରିଛନ୍ତି ଯେ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବୁଝାମଣାପତ୍ର ଗବେଷଣା କେନ୍ଦ୍ର , ଷ୍ଟାର୍ଟଅପ୍ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ। ଏହା ସହିତ ନୈତିକ ଏବଂ ଦାୟିତ୍ୱପୂର୍ଣ୍ଣ ଏଆଇ ସମେତ ଉଦୀୟମାନ ଏବଂ ସ୍ଥାୟୀ ପ୍ରଯୁକ୍ତିବିଦ୍ୟାରେ ମିଳିତ ଗବେଷଣା ଏବଂ ନବସୃଜନ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବ।

ବିଶ୍ୱ ଆର୍ଥିକ ପ୍ରଗତି, ସୁରକ୍ଷା, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ଆଧାର କରି ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଭାବରେ ମହାକାଶ କ୍ଷେତ୍ରର ଗୁରୁତ୍ୱକୁ ସ୍ୱୀକାର କରି, ଉଭୟ ପକ୍ଷ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲାରେ ସହଭାଗୀତା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଭାରତର ମହାକାଶ ନୀତି ୨୦୨୩ ବେସରକାରୀ ସଂସ୍ଥାଗୁଡ଼ିକୁ ମହାକାଶ କ୍ଷେତ୍ରରେ ସବୁ ପ୍ରକାରର କାର୍ଯ୍ୟ କରିବା ପାଇଁ ଏକ ସକ୍ଷମ ଏବଂ ଗତିଶୀଳ ଢାଞ୍ଚା ପ୍ରଦାନ କରେ। ଉଭୟ ପକ୍ଷ ପାରସ୍ପରିକ ଲାଭ ପାଇଁ ସହଯୋଗ ବୃଦ୍ଧି ପାଇଁ ଚାଲିଥିବା ପ୍ରୟାସକୁ ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ନେତାମାନେ ଇରାଟୋସ୍ଥେନ୍ସ ଉତ୍କର୍ଷ କେନ୍ଦ୍ର ( ଇସିଓଇ) ଏବଂ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଇନ୍ - ସ୍ପେସ୍) ମଧ୍ୟରେ ଚାଲିଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି।

ଶିକ୍ଷା, ଗତିଶୀଳତା ଏବଂ ଦକ୍ଷତା ବିକାଶ

ନେତାମାନେ ଛାତ୍ର ଏବଂ ଗବେଷକଙ୍କ ସମେତ ଶୈକ୍ଷିକ ସ୍ତରରେ ବର୍ଦ୍ଧିତ ଆଦାନପ୍ରଦାନକୁ ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି, ଯାହା ଉଭୟ ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ଗବେଷଣା ସଂଗଠନଗୁଡ଼ିକୁ ମିଳିତ ଗବେଷଣା ପଦକ୍ଷେପ, ଅଧ୍ୟାପକ ଏବଂ ଛାତ୍ର ଗତିଶୀଳତା ଏବଂ ପ୍ରତିଷ୍ଠାନୀୟ ସହଭାଗୀତା ମାଧ୍ୟମରେ ସମ୍ପର୍କକୁ ମଜବୁତ କରିବା, ଆଦାନପ୍ରଦାନ ବୃଦ୍ଧି କରିବା ଏବଂ ସହଯୋଗ ପାଇଁ ସୁଯୋଗ ଅନୁସନ୍ଧାନ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବ ବୋଲି ସେମାନେ ଉଲ୍ଲେଖ କରିଛନ୍ତି।

ସୁଷମା ସ୍ୱରାଜ ଇନଷ୍ଟିଚୁ୍ଟ୍ ଅଫ୍ ଫରେନ୍ ସର୍ଭିସ୍ (ଏସଏସଆଇଏଫଏସ୍) ଏବଂ ଡିପ୍ଲୋମାଟିକ ଏକାଡେମୀ , ଏମଓଏଫଏ , ସାଇପ୍ରସ ମଧ୍ୟରେ କୂଟନୈତିକ ତାଲିମ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ନେତାମାନେ ସ୍ୱାଗତ କରିଛନ୍ତି ଯାହା କୂଟନୀତିଜ୍ଞଙ୍କ ତାଲିମରେ ସହଯୋଗ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ।

ଏକ ପ୍ରବାସନ ଏବଂ ଗତିଶୀଳତା ସହଭାଗୀତା ଚୁକ୍ତିନାମା ସମାପ୍ତ କରିବା ପାଇଁ ଆଲୋଚନା ଜାରି ରଖିବାକୁ ନେତାମାନେ ପ୍ରତିଶ୍ରୁତିବଦ୍ଧ, ଯାହା ସୁରକ୍ଷିତ, ନିୟମିତ ଏବଂ ସୁବ୍ୟବସ୍ଥିତ ପ୍ରବାସନ ଉପରେ ସହଯୋଗକୁ ସହଜ କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କରିବ। ଉଚ୍ଚ କୁଶଳୀ ଶ୍ରମିକ, ଛାତ୍ର ଏବଂ ଗବେଷକଙ୍କ ସ୍ଥାୟୀ କର୍ମଶକ୍ତି ଗତିଶୀଳତାକୁ ସମର୍ଥନ କରିବ। ଉଭୟ ନେତା ଯଥାଶୀଘ୍ର ଏକ ସାମାଜିକ ସୁରକ୍ଷା ଚୁକ୍ତିନାମା ପାଇଁ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ସହମତ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ, ନେତାମାନେ ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ସଂସ୍ଥାନ (ଆଇସିଏଆଇ) ଏବଂ ସାଇପ୍ରସର ପ୍ରମାଣିତ ପବ୍ଲିକ୍ ଆକାଉଣ୍ଟାଣ୍ଟସ୍ ସଂସ୍ଥାନ (ଆଇସିପିଏସି) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଯାହା ଯୁବ ଆକାଉଣ୍ଟାଣ୍ଟମାନଙ୍କୁ ବୃତ୍ତିଗତ ଏବଂ ନିୟାମକ ମାନଦଣ୍ଡ ବିକାଶ, ଆକାଉଣ୍ଟିଂ ଏବଂ ଅଡିଟିଂରେ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ ଏବଂ ଆର୍ଥିକ ଏବଂ ବ୍ୟବସାୟିକ ସେବା କ୍ଷେତ୍ରରେ ପାରସ୍ପରିକ ସ୍ୱୀକୃତି ଏବଂ ନିଯୁକ୍ତି କ୍ଷମତା ବୃଦ୍ଧି କରିବାରେ ଯୋଗଦାନ ଦେବା ପାଇଁ ଏକ ଭଲ ସୁଯୋଗ ପ୍ରଦାନ କରିବ।


ସାଂସ୍କୃତିକ ସହଯୋଗ ଏବଂ ଲୋକ-ଲୋକ ସମ୍ପର୍କ


ନେତାମାନେ ଭାରତ ଏବଂ ସାଇପ୍ରସ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନକୁ ବିସ୍ତାର କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେମାନେ ସାଂସ୍କୃତିକ ସହଯୋଗ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ, ଯାହା ଦୃଶ୍ୟ କଳା, ପ୍ରଦର୍ଶନ କଳା, କଳା ପାଇଁ ଶିକ୍ଷାଗତ କାର୍ଯ୍ୟକ୍ରମ, ଐତିହ୍ୟ ସଂରକ୍ଷଣ ଏବଂ ସୃଜନଶୀଳ ଶିଳ୍ପ କ୍ଷେତ୍ରରେ ଆଦାନପ୍ରଦାନକୁ ସହଜ କରିବ ବୋଲି ଆଶା କରାଯାଉଛି। ନେତାମାନେ ମିଳିତ ପଦକ୍ଷେପ, ପ୍ରଦର୍ଶନୀ ଏବଂ ଦକ୍ଷତା ବିକାଶ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ସଂଗ୍ରହାଳୟ, ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ସଂଗଠନ ମଧ୍ୟରେ ଘନିଷ୍ଠ ସହଯୋଗକୁ ଉତ୍ସାହିତ କରିଥିଲେ ଏବଂ ସାଇପ୍ରସରେ ଯୋଗ, ଆୟୁର୍ବେଦ ଏବଂ ଭାରତୀୟ ସଂସ୍କୃତି ପ୍ରତି ବର୍ଦ୍ଧିତ ଆଗ୍ରହକୁ ପ୍ରଶଂସା କରିଥିଲେ।

ନେତାମାନେ ଦ୍ୱିପାକ୍ଷିକ ପର୍ଯ୍ୟଟନରେ ଆହୁରି ଅଭିବୃଦ୍ଧିର ସମ୍ଭାବନାକୁ ସ୍ୱୀକାର କରିଥିଲେ ଯାହା ଉଭୟ ଦେଶର ଲୋକଙ୍କ ମଧ୍ୟରେ ଅଧିକ ବୁଝାମଣା ବୃଦ୍ଧି କରିବାରେ ସହାୟକ ହେବ। ପର୍ଯ୍ୟଟନ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗ ଦ୍ୱାରା ଉଭୟ ଦିଗରେ ପର୍ଯ୍ୟଟକ ପ୍ରବାହକୁ ବିସ୍ତାର କରିବା ପାଇଁ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ।

ନେତାମାନେ ଉଲ୍ଲେଖ କରିଥିଲେ ଯେ ଲୋକମାନଙ୍କର ବୃଦ୍ଧି ପାଉଥିବା ଗତିବିଧି ଏବଂ ଲୋକ-ଲୋକ ସମ୍ପର୍କକୁ ବିସ୍ତାର କରୁଥିବା ହେତୁ, କନସୁଲାର ମାମଲାରେ ସହଯୋଗ ଉଭୟ ଦେଶ ପାଇଁ ନିରନ୍ତର ଆଗ୍ରହର କ୍ଷେତ୍ର ହୋଇ ରହିଛି। ଏହି ପରିପ୍ରେକ୍ଷୀରେ, ସେମାନେ ଏକ କନସୁଲାର ଆଲୋଚନା ଆରମ୍ଭକୁ ସ୍ୱାଗତ କରିଥିଲେ, ଉଲ୍ଲେଖ କରିଥିଲେ ଯେ ଏହା କନସୁଲାର ସମସ୍ୟାଗୁଡ଼ିକର ସମାଧାନ ଏବଂ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଏକ ସଂରଚିତ ଢାଞ୍ଚା ପ୍ରଦାନ କରିବ।


ଭାରତ-ୟୁରୋପୀୟ ସଂଘ ସମ୍ପର୍କ


୨୭ ଜାନୁଆରୀ ୨୦୨୬ରେ ଭାରତ- ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ସମୟରେ ଭାରତ - ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମ୍ପୂର୍ଣ ହେବାକୁ ଉଭୟ ନେତା ସ୍ୱାଗତ କରିଥିଲେ। ଉଭୟ ପକ୍ଷ ୨୦୩୦ ପାଇଁ ମିଳିତ ଭାରତ - ୟୁରୋପୀୟ ସଂଘ ବ୍ୟାପକ ରଣନୈତିକ କାର୍ଯ୍ୟସୂଚୀକୁ ମଧ୍ୟ ଅନୁମୋଦନ କରିଥିଲେ, ଯାହାର ଲକ୍ଷ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, କଂକ୍ରିଟ୍ ଏବଂ ପରିବର୍ତ୍ତନକାରୀ ଫଳାଫଳ ପ୍ରଦାନ କରିବା ପାଇଁ ଇୟୁ - ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉତ୍ତମ ସମନ୍ୱୟ କରି ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା।

ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ରଣନୈତିକ ସହଭାଗୀତାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ସ୍ୱାଗତ କରି, ନେତାମାନେ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାକୁ ବିବିଧ କରି ଏବଂ ନୂତନ ବଜାର ଖୋଲିବା ମାଧ୍ୟମରେ ବାଣିଜ୍ୟ ଏବଂ ନିବେଶ ସହଯୋଗର ପ୍ରକୃତ ସମ୍ଭାବନାକୁ ସାକାର କରିବା ପାଇଁ ଏହାର ଶୀଘ୍ର ସ୍ୱାକ୍ଷର ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଆହ୍ୱାନ କରିଥିଲେ।

ପ୍ରମୁଖ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ସୁରକ୍ଷା ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦ (ଟିଟିସି) ର କାର୍ଯ୍ୟକୁ ଆହୁରି ବୃଦ୍ଧି କରିବାକୁ ନେତାମାନେ ସହମତ ହୋଇଥିଲେ ଏବଂ ଜୁଲାଇରେ ଟିଟିସି ମନ୍ତ୍ରୀସ୍ତରୀୟ ବୈଠକର ଫଳାଫଳକୁ ଅପେକ୍ଷା କରିଥିଲେ।

ଭାରତ-ୟୁରୋପୀୟ ସଂଘ ସୁରକ୍ଷା ଏବଂ ପ୍ରତିରକ୍ଷା ସହଭାଗୀତା ସ୍ୱାକ୍ଷର ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା, ସାଇବର ଏବଂ ହାଇବ୍ରିଡ୍ ବିପଦ, ମହାକାଶ ଏବଂ ଆତଙ୍କବାଦ ମୁକାବିଲା ସମେତ ସମାନ ସ୍ୱାର୍ଥ କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବ। ଏହି ପରିପ୍ରେକ୍ଷୀରେ ଭାରତ - ୟୁରୋପୀୟ ସଂଘ ସୂଚନା ସୁରକ୍ଷା ଚୁକ୍ତିନାମା ଶୀଘ୍ର ସମାପ୍ତ କରିବା ପାଇଁ ଦୁଇ ନେତା ଆହ୍ୱାନ କରିଥିଲେ ।

ଗତିଶୀଳତା ଉପରେ ସହଯୋଗର ବ୍ୟାପକ ଢାଞ୍ଚା ଉପରେ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଭାରତରେ ଏକ ପାଇଲଟ୍ ୟୁରୋପୀୟ ସଂଘ ଆଇନଗତ ପ୍ରବେଶ ପଥ କାର୍ଯ୍ୟାଳୟ ଆରମ୍ଭକୁ ସ୍ୱାଗତ କରି, ନେତାମାନେ ବୃତ୍ତିଗତ, ଦକ୍ଷ କର୍ମଚାରୀ ଏବଂ ଛାତ୍ରଙ୍କ ଗତିବିଧି ପାଇଁ ଆଇନଗତ ପଥକୁ ପ୍ରୋତ୍ସାହିତ କରିବା ଏବଂ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଲୋକ-ଜନ ସମ୍ପର୍କକୁ ସୁଦୃଢ଼ କରିବାରେ ଏହାର ଭୂମିକା ଉଲ୍ଲେଖ କରିଥିଲେ।

ଭାରତ -ପ୍ରଶାନ୍ତ ମହାସାଗର, ସଂଯୋଗ ଏବଂ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ

ନେତାମାନେ ୟୁଏନସିଏଲଓଏସ୍ ସମେତ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିୟମ-ଭିତ୍ତିକ ଭାରତ - ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସକୁ ଭାରତ - ପ୍ରଶାନ୍ତ ମହାସାଗର ପ୍ରୟାସରେ ଯୋଗଦାନ ପାଇଁ ପ୍ରଶଂସା କରିଥିଲେ, ସାମୁଦ୍ରିକ ସୁରକ୍ଷା ଏବଂ ସାମୁଦ୍ରିକ ସମ୍ବଳର ସ୍ଥାୟୀ ବ୍ୟବହାରରେ ସହଯୋଗକୁ ଗଭୀର କରିବାର ସମ୍ଭାବନାକୁ ଗୁରୁତ୍ୱ ଦେଇଥିଲେ।

ଉଭୟ ନେତା ବିଶ୍ୱ ବାଣିଜ୍ୟ, ସଂଯୋଗ ଏବଂ ସମୃଦ୍ଧିକୁ ପୁନଃରୂପ ଦେବା ଏବଂ ପ୍ରୋତ୍ସାହିତ କରିବାରେ ଭାରତ – ମଧ୍ୟପ୍ରାଚ୍ୟ - ୟୁରୋପ ଅର୍ଥନୈତିକ କରିଡର (ଆଇଏମଇଇସି) ର ପରିବର୍ତ୍ତନଶୀଳ ସମ୍ଭାବନାକୁ ସ୍ୱୀକାର କରିଥିଲେ। ପୂର୍ବ ଭୂମଧ୍ୟସାଗର ଏବଂ ବ୍ୟାପକ ମଧ୍ୟପ୍ରାଚ୍ୟରେ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଲେ। ଭାରତରୁ ବ୍ୟାପକ ମଧ୍ୟପ୍ରାଚ୍ୟ ଦେଇ ୟୁରୋପ ପର୍ଯ୍ୟନ୍ତ ଆନ୍ତଃସଂଯୋଗର ଗଭୀର ସମ୍ପର୍କ ଏବଂ କରିଡରକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ। ସେମାନେ ଏକ ଦ୍ୱିପାକ୍ଷିକ ସଂଯୋଗୀକରଣ ବାର୍ତାଳାପ ପ୍ରତିଷ୍ଠା ବିଷୟରେ ଆଲୋଚନା କଲେ।

ନେତାମାନେ ଆଲୋଚନା, କୂଟନୀତି ଏବଂ ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ଗଠନମୂଳକ ସମ୍ପର୍କ ମାଧ୍ୟମରେ ୟୁକ୍ରେନରେ ସଂଘର୍ଷର ଶୀଘ୍ର ସମାଧାନ ପାଇଁ ସେମାନଙ୍କର ସମର୍ଥନ ପ୍ରକାଶ କଲେ, ଯାହା ଦ୍ୱାରା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ନୀତି ଅନୁଯାୟୀ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ହାସଲ କରାଯାଇପାରିବ।


ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ, ଉଭୟ ନେତା ସାମୁଦ୍ରିକ ଜାହାଜର ନିରାପଦ ଏବଂ ଅବାଧିତ ପଥ ସମେତ ଶାନ୍ତିପୂର୍ଣ୍ଣ ଉପାୟରେ ଅନ୍ତର୍ନିହିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କଲେ।

ଉଭୟ ନେତା ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ଯୋଗଦାନର ମୂଲ୍ୟକୁ ସ୍ୱୀକାର କରି ବିଶ୍ୱବ୍ୟାପୀ ଅପ୍ରସାର ଢାଞ୍ଚାକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା କଲେ।


ଉପସଂହାର

ଉଭୟ ନେତା ଭାରତ - ସାଇପ୍ରସ୍ ସମ୍ପର୍କର ଗଭୀରତାରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭାରତ - ସାଇପ୍ରସ୍ ରଣନୈତିକ ସହଭାଗୀତା ଅଧୀନରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ, ସେମାନେ ଉଭୟ ପକ୍ଷକୁ ଭାରତ - ସାଇପ୍ରସ୍ ମିଳିତ କାର୍ଯ୍ୟ ଯୋଜନା ୨୦୨୫ - ୨୦୨୯ ର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନେତାମାନେ ପାରସ୍ପରିକ ସମ୍ମାନ ଏବଂ ସହଯୋଗର ସମାନ ଭାବନା ଉପରେ ନିୟମିତ ଆଲୋଚନା ବଜାୟ ରଖିବାକୁ ସହମତ ହୋଇଥିଲେ।

ସାଇପ୍ରସ୍ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ରାଷ୍ଟ୍ର ଗସ୍ତ ସମୟରେ ସରକାର ଏବଂ ଭାରତର ଜନସାଧାରଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉତ୍ତମ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ।

ନେତାମାନେ ସାଇପ୍ରସ୍ ଏବଂ ଭାରତକୁ ରଣନୈତିକ ଅଂଶୀଦାର ଏବଂ ୟୁରୋପ, ଭୂମଧ୍ୟସାଗର ଏବଂ ଭାରତ-ପ୍ରଶାନ୍ତ ମହାସାଗର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ଭାବରେ ସେମାନଙ୍କର ସମାନ ଦୃଷ୍ଟିକୋଣକୁ ପୁନଃସ୍ଥାପିତ କରିଥିଲେ, ଯାହା ଶାନ୍ତି, ସ୍ଥିରତା, ସଂଯୋଗ ଏବଂ ସମୃଦ୍ଧିକୁ ଆଗକୁ ବଢାଇବା ପାଇଁ ପ୍ରତିବଦ୍ଧ।

ସେମାନେ ଭାରତ - ସାଇପ୍ରସ୍ ମିଳିତ କାର୍ଯ୍ୟ ଯୋଜନା ୨୦୨୫ - ୨୦୨୯ ଅନ୍ତର୍ଗତ ଆଖିଦୃଶିଆ ଫଳାଫଳ ପ୍ରଦାନ କରିବା ଏବଂ ବ୍ୟାପକ ଭାରତ-ୟୁରୋପୀୟ ସଂଘ ରଣନୈତିକ ସହଭାଗୀର ଏକ ଗତିଶୀଳ ସ୍ତମ୍ଭ ଭାବରେ ଭାରତ - ସାଇପ୍ରସ୍ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ।

ନେତାମାନେ ସହମତ ହୋଇଛନ୍ତି ଯେ ବର୍ତ୍ତମାନର ଗସ୍ତ ଏକ ଐତିହାସିକ ଭାବରେ ଦୃଢ଼ ସମ୍ପର୍କକୁ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟରେ ପରିଣତ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ, ଏହି ସହଭାଗୀତାକୁ ଅଧିକ ମହତ୍ୱାକାଂକ୍ଷୀ, ଆଧୁନିକ, ରଣନୈତିକ ଏବଂ ଭବିଷ୍ୟତ-ମୁଖୀ ସହଯୋଗ ଢାଞ୍ଚାରେ ପରିଣତ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New Smart Drug RK-251 Developed as Replacement for Chemotherapy

Media Coverage

New Smart Drug RK-251 Developed as Replacement for Chemotherapy
NM on the go

Nm on the go

Always be the first to hear from the PM. Get the App Now!
...
The world is seeing India as a bright spot of growth and hope: PM Modi at Economic Times World Leaders Forum 2026
August 21, 2026
The world sees India as a bright spot for growth and hope: PM
Today, India is implementing next-generation reforms at the policy level and undertaking reforms at governance level: PM
Increasing production was met with punishment earlier but today, our government is providing incentives for boosting production
India has political stability and continuity in its policies: PM
Earlier, the approach of regulations was, 'prohibited unless permitted’; We are changing this approach and taking it towards 'permitted unless prohibited’: PM
The relationship between the government and citizens should be based on trust, not suspicion: PM
Today, we are shaping policies that are pro-people, pro-growth and pro-development: PM

World Leaders Forum का ये प्रतिष्ठित मंच, Business और Industry की दुनिया के सभी जाने माने दिग्गज, पॉलिसी मेकर्स, अन्य महानुभाव, देवियों और सज्जनों।

आप सबके बीच आकर के खुश होना बहुत स्वाभाविक भी है। इस साल समिट का फोकस Shared Future पर है। पिछले कुछ वर्षों में दुनिया ने अनेक उतार-चढ़ाव देखे हैं। और इन अनुभवों ने एक बात बहुत स्पष्ट कर दी है, कोई चाहे या ना चाहे, हर देश का भविष्य, उसका फ्यूचर, एक-दूसरे से जुड़ा हुआ ही है, Isolation में कुछ संभव नहीं है। इसीलिए Shared Futures की ये theme, आज और भी अधिक प्रासंगिक हो गई है। और भारत तो हमेशा से इसी भावना को लेकर चला है। जी-20 की अध्यक्षता में इसलिए ही भारत का मंत्र रहा, One Earth, One Family, One Future. Shared Future की ये भावना और इसके साथ जुड़ा दायित्वबोध, 21वीं सदी के इस विश्व की अनेक समस्याओं का समाधान देता है।

साथियों,

आज दुनिया में growth को लेकर के कई तरह की चिंताएं हैं। दुनिया ने बड़ा भयंकर एक रूप देखा है इन दिनों। Resources का वेपनाइजेशन हो रहा है। अविश्वास का वातावरण विश्व के लिए अनेक नई चुनौतियां लेकर के आ रहा है। लेकिन ऐसे समय में भी, दुनिया भारत को growth और hope के bright spot के रूप में देख रही है। भारत ने पिछले 10-12 साल में अपनी 25 करोड़ आबादी को गरीबी से बाहर निकाला है। इतना ही नहीं, अगर आने वाले दिनों की चर्चा करें, तो IMF का forecast है कि भारत दुनिया की fastest growing major economy बना रहेगा। और भारत निरंतर वो कदम उठा रहा है, जो उसके विकास को गति दे रहे हैं।

Friends,

अभी पिछले हफ्ते ही, 15 अगस्त को मैंने लाल किले से सप्त-धारा की सप्त-शक्तियों की बात की है। मैन्यूफैक्चरिंग, टेक्नोलॉजी और इनोवेशन, फूड प्रोसेसिंग, ग्रीन और ब्लू इकोनॉमी समेत, मैंने ऐसे सात सेक्टर्स की बात की है, जिन पर भारत का आज बहुत ज्यादा फोकस है। और इसलिए भारत आज, Policy level पर, नेक्स्ट जनरेशन reforms कर रहा है, ताकि हमारा future सुरक्षित हो। Governance पर reforms कर रहा है, Ease of Living के लिए reforms कर रहा है। पिछली बार जब मैं इसी मंच के माध्यम से आपसे जुड़ा था, तब भी मैंने कहा था, ये Reforms हमारे लिए Compulsion नहीं है। ये हमारा commitment है, ये हमारा conviction है।

साथियों,

2014 में, जब हमारी सरकार बनी, तो उसके बाद से ही रिफॉर्म्स ने कैसे देश की दिशा और दशा बदली है, मैं इसका एक बहुत दिलचस्प उदाहरण आपको देना चाहता हूं। यहां मौजूद शायद ही किसी को PLP के बारे में पता होगा, कोई है, जिसको PLP के बारे में पता है? अपना हाथ उठाएं। यहां इतने मीडिया के दिग्गज बैठे हैं, PLP आपको पता है? और आप सुनकर के हैरान हो जाएंगे। PLP यानी प्रोडक्शन लिंक्ड पनिशमेंट, इसके बारे में किसी को पता नहीं है। और एक दूसरा टर्म आपने जरूर सुना है PLI, ये ज्यादातर लोगों को पता होगा। PLI- यानी प्रोडक्शन लिंक्ड इंसेंटिव।

साथियों,

ये दोनों टर्म, भारत के दो अलग-अलग Time Period को डिफाइन करते हैं। आजकल Explainer का जमाना है, तो मैं आपको Explain करता हूं।

साथियों,

आज की युवा पीढ़ी को ये सुनकर हैरानी होगी, कि हमारे देश में एक समय ऐसा भी था, कि अगर कोई कंपनी तय लिमिट से ज्यादा प्रॉडक्शन कर दे, तो उसे पनिशमेंट दिया जाता था। ये पहले की लाइसेंस राज वाली सरकारों का, PLP यानी प्रोडक्शन लिंक्ड पनिशमेंट मॉडल था। ऐसे भी उदाहरण रहे हैं कि अगर किसी फैक्ट्री ने ज्यादा डिमांड देखते हुए ज्यादा प्रॉडक्शन कर दिया, तो उसे नोटिस भेज दिया जाता था। मजबूरी में वो कंपनी अपना प्रॉडक्ट मार्केट में बेचने के बजाय, उसे खुद ही नष्ट कर देती थी।

साथियों,

आज जो लोग Make In India और आत्मनिर्भर भारत अभियान का मजाक उड़ाते हैं, उनके पुरखों की सोच यही थी, PLP यानी प्रोडक्शन लिंक्ड पनिशमेंट। ऐसा करने के पीछे एक विशेष तरह की विकृत मानसिकता काम करती थी। ऐसी मानसिकता वाले लोग हमेशा चाहते थे कि जरूरी चीजों की किल्लत बनी रहे। देश के नागरिकों को अभाव में रखना उनकी पॉलिसी थी। वो चाहते थे कि जनता उनके सामने हाथ जोड़े, हाथ फैलाए, आप समझ गए मैं किन लोगों की बात कर रहा हूं। लोगों से हाथ जुड़वाने के बाद उपकार करना, उन सरकारों का तरीका था, इसलिए वो प्रोडक्शन लिंक्ड पनिशमेंट मॉडल पर चलते थे। आप कल्पना कर सकते हैं, ऐसे करके उन लोगों ने Employment Generation के बेसिक principal का गला घोंट दिया था। और हैरानी ये, इन लोगों के दरबारियों ने again I repeat, इन लोगों के दरबारियों ने, कभी इसके खिलाफ कोई आवाज नहीं उठाई।

साथियों,

हर reform की शुरुआत सबसे पहले, आपके सोचने के तरीके, आपके मानसिक, किस रेंज में आप काम कर रहे हैं, इस सोच के reform से ही होती है। जहां पहले production बढ़ाने पर पनिशमेंट मिलता था, वहीं आज हमारी सरकार production बढ़ाने पर incentive दे रही है। और आज PLI स्कीम की सक्सेस दुनिया देख रही है। सिर्फ इस एक योजना की वजह से, मैं सारी योजनाओं की बात नहीं करता हूं, एक की बात करता हूं, करीब ढाई लाख करोड़ रुपए का actual investment हुआ है। 22 लाख करोड़ रुपए से ज्यादा का production और sales हुई है। 15 लाख करोड़ रुपए से ज्यादा का exports हुआ है, और 14 लाख से ज्यादा direct और indirect jobs बनी हैं। और मैं फिर याद दिलाउंगा, ये आंकड़े सिर्फ एक स्कीम के हैं। आप सोचिए, पहले का लाइसेंस राज वाली सरकार का पनिशमेंट मॉडल जहां बेरोजगारी बढ़ाता था, वहीं आज का हमारा incentive मॉडल लाखों नई जॉब्स क्रिएट कर रहा है।

साथियों,

आज भारत में ये तेज विकास, ये तेज रिफॉर्म इसलिए हो रहे हैं, क्योंकि भारत में और जिसका अभी सत्य ने उल्लेख किया, political stability है, हमारी policy में continuity है। पहले देश में रिफॉर्म्स की बात करने वाले घोषणा तो कर देते थे, बाद में भूल जाते थे। लेकिन हमने रिफॉर्म्स को लेकर एक क्लियर रोडमैप बनाया। इस रोडमैप की प्रमुख दिशा रही है- गवर्नेंस लेवेल के रिफॉर्म्स हों! इसके लिए, आज 21वीं सदी के भारत में, हम सिर्फ regulations नहीं बदल रहे हैं, हम regulation की पूरी philosophy बदल रहे हैं। पहले regulations की अप्रोच थी- “Prohibited unless permitted.” यानी जब तक सरकार इजाजत ना दे, तब तक आप वो काम नहीं कर सकते। हम इस approach को बदलकर, “Permitted unless prohibited” की तरफ ले जा रहे हैं। यानी, जो काम कानून ने स्पष्ट रूप से मना नहीं किया है, उसके लिए हर कदम पर permission की कोई जरूरत नहीं होनी चाहिए। और इसके पीछे सोच बहुत सीधी है, सरकार और नागरिक के रिश्ते का आधार, Suspicion नहीं, trust होना चाहिए।

साथियों,

यही सोच आपको Jan Vishwas बिल में भी दिखाई देती है। मैं मानता हूं, हर procedural गलती को criminal offence मान लेना ठीक नहीं है। इसीलिए अनेक offences को decriminalise किया गया है। कई मामलों में जेल की जगह केवल आर्थिक penalty का प्रावधान किया गया है। Government और enterprise के रिश्ते में, हम इसी reform mindset को आगे बढ़ा रहे हैं। बीते वर्षों में 40 हजार से ज्यादा compliances हटाए गए हैं, 40 thousand. डेढ़ हजार से ज्यादा, 15 hundred, डेढ़ हजार से ज्यादा, पुराने और बेकार हो चुके कानून हमने खत्म किए, और जब इन सारे reforms को एक साथ देखते हैं, तो अंदाजा होता है, हमारी industries और businesses के कंधों से कितना बड़ा बोझ कम हुआ है।

साथियों,

गवर्नेंस रिफॉर्म्स की इस प्रक्रिया, उस पर हम निरंतर काम कर रहे है। अभी संसद के मॉनसून सत्र में हमने ‘बैंकर्स बुक एविडेंस बिल’ पारित किया है। और वो भी तब जब विपक्ष ने संसद में लगातार गतिरोध बनाया हुआ था। हमने देश की सेवा करने का काम रूकने नहीं दिया। अब इस कानून ने 19वीं सदी के अंग्रेजी कानून को रिप्लेस किया है। अब बैंकों के डिजिटल रिकॉर्ड्स की स्वीकार्यता को कानूनी मान्यता दी गई है। इससे कानूनी उलझनें कम होंगी, सिस्टम में पारदर्शिता होगी, Ease of Doing Business बढ़ेगा।

साथियों,

गवर्नेंस में रिफॉर्म का एक मतलब ये भी है कि सिस्टम ऐसे बनें, जिसमें एक-एक मानव जीवन और उसके समय के प्रति संवेदनशीलता हो। मैं रेलवे का उदाहरण देता हूं। हमारी रेलवेज में भी इसी अप्रोच के साथ काम हुआ है। आज साढ़े 6 हजार से ज्यादा रेलवे स्टेशनों पर इलेक्ट्रॉनिक इंटरलॉकिंग की व्यवस्था है। 10 हजार से ज्यादा लेवल क्रॉसिंग गेट्स को भी इंटरलॉकिंग से जोड़ा जा चुका है। इससे ह्यूमन एरर से होने वाले हादसों की आशंका बहुत कम हुई है।

साथियों,

जब 2014 में हमारी सरकार आई, तो करीब 9 हजार फाटक ऐसे थे जो Un-Manned थे। इन्हें हटाना कोई रॉकेट साइंस नहीं था। Un-Manned क्रॉसिंग्स की वजह से हजारों लोगों को अपनी जान गंवानी पड़ी, लेकिन पहले की सरकारों को इससे बहुत फर्क नहीं पड़ता था। हमने मिशन मोड में, गत दस वर्ष में, इन Un-Manned क्रॉसिंग्स को समाप्त कर दिया। हमने रोड ओवर ब्रिज और रोड अंडर ब्रिज बनाने की गति भी कई गुना बढ़ा दी। और इसी का नतीजा है कि 2014 के पहले के मुकाबले ट्रेन दुर्घटनाओं की संख्या में Ninety Percent तक की कमी आई है, 90, Ninety Percent. 12 साल पहले जहां एक साल में करीब डेढ़ सौ रेल दुर्घटनाएं होती थीं, वहीं अब इनकी संख्या घटकर 15-20 रह गई है। और हम इसे और कम से कम करने का प्रयास लगातार कर रहे हैं।

साथियों,

Railways में स्वच्छता भी गवर्नेंस रिफॉर्म का एक बड़ा उदाहरण है। एक समय था, जब रेल पटरियों पर गंदगी और human waste एक बड़ी समस्या हुआ करती थी। आज स्थिति पूरी तरह बदल गई है। 2014 से पहले हमारी ट्रेनों में जहां लगभग 12 हजार बायो-टॉयलेट्स लगाए गए थे, वहीं 2014 के बाद ट्रेनों में 3 लाख 60 हजार से ज्यादा बायो-टॉयलेट्स लगाए गए हैं। यानी, 97 प्रतिशत से ज्यादा बायो-टॉयलेट्स पिछले 12 वर्षों में लगे हैं। ये बदलाव सिर्फ सफाई का नहीं, यात्रियों की गरिमा, स्वच्छता और आधुनिक भारत के निर्माण की दिशा में गवर्नेंस का एक नया मॉडल है। ये करोड़ों यात्रियों को बेहतर अनुभव देने का अभियान भी है।

साथियों,

गवर्नेंस की क्वालिटी का एक और पैमाना, और वो पैमाना है - समय। जो प्रोजेक्ट शुरू हो, वो समय पर पूरा हो। और जो सर्विस लोगों को मिले, वो भी समय की कसौटी पर खरी उतरे। दिल्ली-मेरठ नमो भारत रैपिड रेल सिस्टम इसका बहुत अच्छा उदाहरण है। इस कॉरिडोर पर 160 किलोमीटर प्रति घंटे की रफ्तार से ट्रेनें चल रही हैं। ये हमारे देश में पहले कभी सोचा नहीं जा सकता था। अब तक 4 करोड़ से ज्यादा यात्री इसमें ट्रैवल कर चुके हैं। और इसका एक और अहम फैक्टर है, जिसकी चर्चा नहीं होती है। दिल्ली मेरठ नमो भारत रैपिड रेल की पंक्चुअलिटी 99.9 परसेंट है। वरना हम तो हर चीज में कहते हैं, लेट हो तो कहते थे, ये तो इंडियन टाइम है। वक्त बदला है, ये मैं छोटी-छोटी चीजें इसलिए बताता हूं, कि हमें अंदाज आए कि कितने बड़े व्यापक स्तर पर काम हो रहा है। इसी तरह, Delhi Metro की पंक्चुअलिटी। Delhi Metro की पंक्चुअलिटी 99.9 परसेंट है। और ये punctuality, New York, Hong Kong और Paris जैसे शहरों की Metro से करीब-करीब बराबर हो चुकी है। ये सिर्फ समय पर चलती हुई Metro और नमो रेपिड रेल की कहानी नहीं है, ये समय के साथ बदलते हुए भारत की पहचान है। मैं जानता हूं कि अभी भी, और र्मैं कोई इतने से संतोष मानकर बैठने वाला व्यक्ति नहीं हूं, अभी भी इस दिशा में हमें बहुत कुछ करना है, बहुत कुछ बाकी है, लेकिन हम लगातार कर रहे हैं। लेकिन एक शुरूआत तो हुई है और ये शुरुआत सराहनीय है।

साथियों,

हमारे रिफॉर्म्स रोडमैप का एक और बड़ा आयाम है- पॉलिसी लेवल पर होने वाले रिफॉर्म्स! आज हम ऐसी policies बना रहे हैं, जो pro-people हों, Pro-growth हों, pro development हों! पॉलिसीज़ देश और देश के लोगों की जरूरत के हिसाब से होनी चाहिए न कि पॉलिसीज़ बनाकर देश को उनके हिसाब से चलने को मजबूर होना पड़े! मैं आपको एक और Interesting उदाहरण देना चाहता हूं। कुछ साल पहले तक हमारे यहाँ देश का नक्शा बनाना भी गैर-कानूनी था, मैप बनाए तो गैर कानूनी था, आप जेल चले जाएंगे। बिना परमिशन के आप देश में मैपिंग का काम भी नहीं कर सकते थे। आप सोचिए, विदेशी सैटेलाइट टेक्नोलॉजी के जरिए भारत के किसी भी कोने को मैप कर सकती थी, लेकिन भारत में भारतीयों पर भारत का मैप बनाने पर पाबंदी लगी हुई थी।

साथियों,

आज टेक्नोलॉजी के इस दौर में, इस एक पाबंदी से कितने स्टार्टअप्स की हत्या हो सकती थी! कितने ideas implement होने से वंचित रह सकते थे! हमने इस व्यवस्था को भी बदला। हमने Geospatial डेटा का Deregulation किया और आज Geospatial डेटा कितने ही स्टार्टअप्स का आधार बन रहा है।

साथियों,

आज आप लगातार ड्रोन्स की उपयोगिता बढ़ते हुए देख रहे हैं। एग्रीकल्चर में, डिफेंस में, डिलिवरी में, शूटिंग में, कंटेंट क्रिएशन में, ये सब संभव ही नहीं होता, अगर सरकार ने इससे जुड़े नियमों में Reform नहीं किए होते। पहले देश में ड्रोन फ्लाइंग पूरी तरह नियमों में, बंधनों में जकड़ी हुई थी। हमने उसे बंधनों से आजाद किया, और आज भारत की ड्रोन इंडस्ट्री, एक अभूतपूर्व उड़ान के साथ आगे बढ़ रही है।

साथियों,

पहले border areas को लेकर सरकारों की सोच थी कि बॉर्डर पर roads और infrastructure बढ़ेगा, तो उसका फायदा दुश्मन भी उठा सकता है। हमने इस सोच को बदला। हमने कहा, Border infrastructure कमजोरी नहीं, देश की ताकत है। और इसीलिए आज border areas में roads, bridges और tunnels का network तेजी से बढ़ रहा है। सिर्फ 2024 और 2025 में ही, BRO के 250 infrastructure projects देश को समर्पित किए गए हैं। सोच बदली, तो border infrastructure की तस्वीर भी बदल गई।

साथियों,

एक उदाहरण न्यूक्लियर रिफॉर्म्स का भी है। एक ऐसे समय में, जब विकास पूरी तरह से energy dependent है, बंदिशों और प्रतिबंधों के कारण, देश अपने न्यूक्लियर potential का इस्तेमाल नहीं कर पा रहा था। हमने शांति बिल के जरिए इसमें भी बड़ा रिफॉर्म किया है। आज भारत में न्यूक्लियर एनर्जी में प्राइवेट सेक्टर के लिए रास्ता खुल चुका है। इसी तरह, हमने एक बड़ा पॉलिसी रिफॉर्म डिफेंस सेक्टर में भी किया। 200 साल के पहले जो व्यवस्था चली आ रही थी, उसे बदलकर हमने 40 से ज्यादा ordnance फैक्ट्रीज़ को मर्ज करके 7 फैक्ट्रीज़ बना दी। और उसका परिणाम हमें देखने को मिल रहा है। आज भारत अपनी रक्षा जरूरतों के लिए भी आत्मनिर्भर बन रहा है, और 2014 की तुलना में, हमारा डिफेंस एक्सपोर्ट 55 गुना बढ़ा है। और इसलिए, कई बार रिफॉर्म्स हमारे जीवन में इस तरह घुल-मिल जाते हैं कि हमारा उनकी तरफ ध्यान ही नहीं जाता। आप सोचिए, आपका कोई सामान्य दिन आज कैसे बीतता है। आप सुबह उठते हैं, फोन पर घर का सामान ऑर्डर कर देते हैं, और जब तक ऑफिस के लिए रेडी होते हैं, वो सारा सामान आपके घर आकर के पहुंच जाता है। आपकी गली के स्ट्रीट वेंडर से लेकर, आपकी गाड़ी के शो रूम तक, आपकी सारी पेमेंट्स, सिर्फ एक क्यूआर कोड स्कैन करके हो जाती है। अगर आपकी बेटी, किसी दूसरे शहर में पढ़ती है, तो आप फोन से उसे पैसे भेज सकते हैं, और वो पैसा, कुछ सेकंड्स में उसके पास भी पहुंच जाता है। कई बार तो बिटिया क्यूआर ही शेयर कर देती है कि ‘पापा-मां मैंने ये ड्रेस ले ली है, इसकी पेमेंट कर दीजिए, और आप उसकी शॉपिंग अपने घर बैठे-बैठे करवा देते हैं। ये चीजें Remarkable हैं, लेकिन अब ये कोई भारत के लोगों को कम से कम हैरानी नहीं होती, बाहर के लोग आते हैं, उनको आश्चर्य होता है, अच्छा ऐसे होता है। भारत के लोगों का रूटीन हो गया है। ये भारत के सामान्य मानवी के जीवन का हिस्सा बन चुका है। आप सोचिए, 2014 से पहले ऐसी कितनी ही बातें क्या पॉसिबल थीं?

साथियों,

भारत ने बीते 10-12 सालों में Ease of Living से जुड़े जो रिफॉर्म्स किए हैं, उसकी वजह से लोगों का, खासतौर पर हमारे मिडिल क्लास का जो जीवन बदला है, वो दुनिया के कई विकसित देशों में आज भी एक सपना ही है।

साथियों,

आज दुनिया का सबसे सस्ता डेटा भारत में है, हम सस्ते और अच्छे स्मार्टफोन्स बना रहे हैं। अभी सत्या ने उसका वर्णन किया। भारत दुनिया के fastest 5G rollouts करने वाले देशों में से एक है। हमने आधार को बैंकिंग, मोबाइल कनेक्टिविटी और सर्विसेज से जोड़कर, ई-के.वाई.सी और Digital Authentication जैसी सर्विसेज को पॉसिबल किया है। आज आपको अगर बैंक अकाउंट खोलना है, तो उसके लिए बैंक जाने तक की जरूरत नहीं है। सरकार ने बैंक को ही, आपके पास पहुंचा दिया है। आज चाहे कोई बिल जमा करना हो, कोई टिकट करानी हो, किसी सरकारी दफ्तर में जाने की जरूरत नहीं पड़ती, ये सारा काम ऑनलाइन हो जाता है। इनकम टैक्स की फाइलिंग का काम आसान हुआ है। ऐसी व्यवस्था बनी है कि फॉर्म में मैक्सिमम जानकारियां पहले से भरी होती हैं। आप ये इन्फॉर्मेशन वेरिफाई करते हैं, कुछ जोड़ना है तो जोड़ देते हैं, और सबमिट करते हैं, आपका काम पूरा हो जाता है। पहले जो रिफंड आने में महीनों लगते थे, अब वो भी कुछ ही दिनों में आ जाता है।

साथियों,

आज ई-संजीवनी की मदद से, शायद इसकी चर्चा अभी बहुत कम होती है, ई-संजीवनी की मदद से, गांव के दूर दराज के लोग भी, कहीं से भी डॉक्टर्स के साथ सीधी अपनी चर्चा करके अपने उपचार का रास्ता लेते हैं। और इससे जिन लोगों को अस्पताल जाने के लिए कई किलोमीटर का सफर करना पड़ता था, आज डॉक्टर उनके घर पर, उनकी स्क्रीन पर उपलब्ध है। अब तक ये आंकड़ा भी आपको जरूर आश्चर्य करेगा। यानी भारत ने टेक्नोलॉजी को किस प्रकार से अडाप्ट किया है, सामान्य मानवीय के जीवन को कैसे सरल किया है। अब तक ईं-संजीवनी के तहत करीब-करीब 50 करोड़ टेली-कंसल्टेशंस हो चुकी हैं।

साथियों,

आज भारत में Travel Experience बदल रहा है, भारत के नागरिकों की यात्राएं पूरी तरह बदल गई हैं। यहां इस हॉल में ऐसा व्यक्ति खोजना मुश्किल होगा, जिसने एयरपोर्ट पर डिजी यात्रा का इस्तेमाल ना किया हो। ऐसे ही आजकल बहुत सारा काम Seamless तरीके से हो रहा है। हाइवे पर फास्ट टैग चल रहे हैं, ताकि आप बिना रुके टोल देकर आगे बढ़ सकें। Ease of Living का सही अर्थ यही है। समय की बचत हो रही है, जीवन आसान हो रहा है, और करोड़ों लोग अपनी प्रगति पर फोकस कर पा रहे हैं।

साथियों,

Politics में अक्सर वही फैसले headlines बनते हैं, जिनका असर आज दिखाई दे, यानी उसकी उमर 24 घंटे हो। पहले की सरकारों ने इलेक्शन सामने देख कर भी घोषणाएं करने का फॉर्मूला अपनाया। लेकिन ऐसी घोषणाओं से देश नहीं बदला। देश बदलने वाले फैसले वो होते हैं, जिनका प्रभाव जमीन पर दिखे, जो वर्तमान और भविष्य, दोनों को ध्यान में रखकर के लिए गए होने चाहिए।

साथियों,

पीएम कुसुम योजना और पीएम सूर्यघर मुफ्त बिजली योजना इसका बहुत बड़ा यूनीक Example है। कुसुम योजना से किसानों को बिजली की चिंता से मुक्ति मिली है। और सूर्यघर योजना से मिडिल क्लास को बहुत फायदा हुआ है।

साथियों,

मैं ये जानता हूं कि अगर मैंने ये अनाउंस कर दिया होता कि आज से लाखों-लाख परिवारों के लिए बिजली मुफ्त है, तो सारा मीडिया, सारी स्क्रीन्स, सारे न्यूजपेपर्स, बड़ी-बड़ी हेडलाइन बनाकर के खबर दे देते कि मोदी जी ने आज अनाउंस कर दिया है। लेकिन हमने कुछ दूसरे अप्रोच से काम शुरू किया। हमने हर घर की छत पर एक सूरज उगाने की ठान ली, और आज देश के 50 लाख से ज्यादा परिवार, पीएम सूर्यघर मुफ्त बिजली योजना से जुड़े हैं। सरकार ने 22 हजार करोड़ रुपए से ज्यादा इन परिवारों को दिए हैं, ये सोलर सिस्टम लगाने के लिए, ताकि उनकी छत पर सोलर प्लांट लगाकर सोलर पावर पैदा की जा सके। अब ये परिवार, एक्स्ट्रा बिजली को, बिजली ग्रिड में बेचकर, पैसे भी कमा रहे हैं। खुद का बिल तो जीरो हुआ, कमाई भी होने लगी। इस योजना से लोगों के सपनों को भी विस्तार मिल रहा है। बिजली बिल कम हुआ है, तो अब घर में फ्रिज, कूलर, वाशिंग मशीन, टीवी जैसी चीजें लोग खरीदकर रखने लगे हैं। अब ये डर नहीं होता कि बिजली कटौती की वजह से दूध फट जाएगा, अब चिंता नहीं रहती है। अब स्कूल जाने वाले बच्चे रातभर चैन से सो पाते हैं। मैं फिर कहता हूं- इलेक्शन हो या ना हो, लेकिन ये सूर्यघर और उसकी रोशनी बनी रहेगी, इस प्लांट का फायदा, सालों तक देश के परिवारों को होता रहेगा।

साथियों,

आने वाले समय में Ease of Living और Ease of Doing Business का और विस्तार होगा। देश के Youth के लिए, नारीशक्ति के लिए, Farmers के लिए, गरीब और Middle Class के लिए, हमारी सरकार लगातार काम करती रहेगी, हमारी Reform Express और अधिक गति से आगे बढ़ने वाली है। विकसित भारत का लक्ष्य पूरा करने के लिए, हम पूरी प्रतिबद्धता के साथ काम करते रहेंगे। और मैं, मेरे लिए भारत का future अगर सुनिश्चित हो गया ना, तो दुनिया के future में भी स्थिरता लाने का बहुत बड़ा काम इसी धरती से होने वाला है। इस आत्मविश्वास के साथ भारत जितना स्टेबल होगा, भारत का future जितना सुरक्षित होगा, विश्व को सुरक्षत्व का एहसास देने की ताकत यहीं से पैदा होने वाली है। इस सामर्थ्य के साथ, इसी संकल्प के साथ, मैं एक बार फिर, आज के इस कार्यक्रम में मुझे आमंत्रित करने के लिए, Economic Times की पूरी टीम का हृदय से बहुत-बहुत धन्यवाद करता हूं। वन्दे मातरम् !