India and Mauritius are diverse and vibrant democracies, committed to working for the prosperity of our people, as well as for peace in our region and the world: PM
The Indian Ocean is a bridge between India and Mauritius: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତ ଭାବେ ଆଜି ଭିଡିଓ ଲିଙ୍କ ଜରିଆରେ ମରିସସରେ ନୂଆ ଇଏନଟି ହସପିଟାଲ ଓ ମେଟ୍ରୋ ଏକ୍ସପ୍ରେସର ଉଦଘାଟନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମରିସସ ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି କରିବା ଦିଗରେ ଏହି ମେଟ୍ରୋ ଏବଂ ସ୍ୱାସ୍ଥ୍ୟସେବା ପ୍ରକଳ୍ପର ବିଶେଷ ଗୁରୁତ୍ୱ ରହିଛି । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ମହାସାଗରର ଦୁଇଟି ଭିନ୍ନ ଭିନ୍ନ ଭାଗରେ ଥିବା ଭାରତ ଓ ମରିସସର ନେତାମାନେ ଏହି ଭିଡିଓ ଲିଙ୍କ ଜରିଆରେ ପ୍ରଥମ ଥର ଲାଗି ଏକତ୍ର ହୋଇପାରିଛନ୍ତି ।

 
 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବହୁପ୍ରତିକ୍ଷିତ ମେଟ୍ରା ଏକ୍ସପ୍ରେସ (ହାଲକା ରେଳ ପରିବହନ) ପ୍ରକଳ୍ପ ଦ୍ୱାରା ମରିସସର ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ । ଏହା ଏକ ଦକ୍ଷ, ଦ୍ରୁତ ଏବଂ ସ୍ୱଚ୍ଛ ଗଣପରିବହନ ମାଧ୍ୟମ ହୋଇପାରିବ । ଏହାଛଡ଼ା ଶକ୍ତି ସଞ୍ଚୟକ୍ଷମ ଇଏନଟି ହସପିଟାଲ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ମରିସସର ପ୍ରଥମ କାଗଜମୁକ୍ତ ଇ-ହସପିଟାଲ ଭାବେ ଲୋକମାନଙ୍କୁ ଲାଭାନ୍ୱିତ କରିବ ।

ମରିସସରେ ଏହି ଦୁଇଟି ପ୍ରକଳ୍ପ ସହିତ ଅନ୍ୟ ବିକାଶମୂଳକ ପ୍ରକଳ୍ପ ଲାଗି ଭାରତର ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଜଗନ୍ନାଥ କୃତଜ୍ଞତା ବ୍ୟକ୍ତ କରିଥିଲେ । ଏହି ଦୁଇଟି ଜନ-କଲ୍ୟାଣମୂଳକ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ କରିବା ଦିଗରେ ସମସ୍ତ ଅଂଶୀଦାରମାନଙ୍କ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

ଅନୁଦାନ ସହାୟତା ବଳରେ ମରିସସରେ ବୃକକ ଚିକିତ୍ସା କେନ୍ଦ୍ର, ମେଡି କ୍ଲିନିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ଲାଗି ଭାରତ ସରକାରଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

ଉଭୟ ରାଷ୍ଟ୍ରର କଲ୍ୟାଣ ତଥା ଭାରତ ମହାସାଗର କ୍ଷେତ୍ର ଏବଂ ସାରା ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ଲାଗି ଭାରତ-ମରିସସ ସହଯୋଗ ବୃଦ୍ଧିକୁ ଦୁଇ ନେତା ପ୍ରଶଂସା କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Labour reforms: Govt fully operationalises four new codes by publishing rules

Media Coverage

Labour reforms: Govt fully operationalises four new codes by publishing rules
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets Andhra Pradesh Chief Minister Shri N. Chandrababu Naidu and his family in Hyderabad
May 10, 2026

The Prime Minister, Shri Narendra Modi met the Chief Minister of Andhra Pradesh, Shri N. Chandrababu Naidu, and his family at his residence in Hyderabad today.

The Prime Minister said that it is always a delight to meet Shri Chandrababu Naidu and his family and exchange views on a wide range of subjects and diverse topics.

The Prime Minister wrote on X;

“In Hyderabad, went to Andhra Pradesh Chief Minister Shri Chandrababu Naidu Garu’s residence and met him along with his family. It’s always a delight to meet them and exchange views on so many diverse topics.

@ncbn”