ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ।

ଏସଡିଜି ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସମାବେଶୀ ଡିଜିଟାଲ ପରିବର୍ତ୍ତନର ଆବଶ୍ୟକତା ରହିଛି । ଅନେକ ଜି-୨୦ ଦେଶର ଅଭିଜ୍ଞତା ଦର୍ଶାଇଛି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିକାଶ, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଉନ୍ନତ ସ୍ୱାସ୍ଥ୍ୟ ଓ ଶିକ୍ଷା ଫଳାଫଳ ପ୍ରଦାନ ପାଇଁ ଡାଟା ବ୍ୟବହାରକୁ ସକ୍ଷମ କରିପାରିବ । ଜି-୨୦ ଦେଶଗୁଡ଼ିକ ଏଗୁଡ଼ିକୁ ଅଧିକ ବ୍ୟାପକ ଭାବରେ ଗ୍ରହଣ କରିବା ଦ୍ୱାରା ନାଗରିକମାନଙ୍କ ଜୀବନରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି ଯାହାଦ୍ୱାରା ଜୀବନ୍ତ ଗଣତାନ୍ତ୍ରିକ ନୀତି ଉପରେ ସେମାନଙ୍କର ବିଶ୍ୱାସ ନବୀକରଣ ହୋଇପାରିବ । ଏହି ପରିପ୍ରେକ୍ଷୀରେ, ଆମେ ଭବିଷ୍ୟତର ଜାତିସଂଘ ଶିଖର ସମ୍ମିଳନୀରେ ଗ୍ଲୋବାଲ ଡିଜିଟାଲ କମ୍ପ୍ୟାକ୍ଟ ଗ୍ରହଣ କରିଥିବା କଥା ମନେ ପକାଉଛୁ । ୨୦୨୪ରେ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ଗ୍ଲୋବାଲ ଡିପିଆଇ ଶିଖର ସମ୍ମିଳନୀକୁ ମଧ୍ୟ ଆମେ ସ୍ୱାଗତ କରୁଛୁ ।

ନିଯୁକ୍ତି ସୃଷ୍ଟି ସହିତ ଅଭିବୃଦ୍ଧିର ଲାଭ ସେତେବେଳେ ହିଁ ମିଳିବ ଯେତେବେଳେ ବୈଷୟିକ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବ, ଯାହାଦ୍ୱାରା ପରିବାର ଏବଂ ପଡ଼ୋଶୀମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ କ୍ଷୁଦ୍ର ଓ ବୃହତ ବ୍ୟବସାୟୀମାନେ ଏଗୁଡ଼ିକ ସହ ଯୋଡ଼ି ହେବାକୁ ସକ୍ଷମ ହେବେ। ଏଭଳି ବ୍ୟବସ୍ଥାକୁ ସମାବେଶୀ, ବିକାଶଭିତ୍ତିକ, ସୁରକ୍ଷିତ ଏବଂ ବ୍ୟକ୍ତିବିଶେଷଙ୍କ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଡିଜାଇନ୍ କରାଗଲେ ଏପରି ସମ୍ଭବ ହେବ। ବଜାରରେ, ଖୋଲା, ମଡ୍ୟୁଲାର, ଇଣ୍ଟର ଅପରେବଲ ଓ ସ୍କେଲେବଲ ଭଳି ସାଧାରଣ ଡିଜାଇନ ସିଦ୍ଧାନ୍ତକୁ ପାଳନ କରୁଥିବା ବ୍ୟବସ୍ଥା ଇ-କମର୍ସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥ ଭଳି ବିବିଧ କ୍ଷେତ୍ରକୁ ସେବା କରୁଥିବା ଘରୋଇ କ୍ଷେତ୍ରକୁ ବୈଷୟିକ ପ୍ରଣାଳୀ ଏବଂ ପରସ୍ପର ସହ ଯୋଡ଼ି ହେବା ଲାଗି ସକ୍ଷମ କରିଥାଏ। ସମୟକ୍ରମେ ଜନସଂଖ୍ୟା ବୃଦ୍ଧି ପାଇବା ଏବଂ ଜାତୀୟ ଆବଶ୍ୟକତା ବଦଳିବା ସହିତ ବ୍ୟବସ୍ଥାଗୁଡ଼ିକ ସହଜରେ ଅନୁକୂଳ ହୋଇଥାଏ।

ସମୟ କ୍ରମେ ପ୍ରଯୁକ୍ତିବିଦ୍ୟାର ନିରବଚ୍ଛିନ୍ନ ପରିବର୍ତ୍ତନ ପାଇଁ ବଜାର ଅଂଶଗ୍ରହଣକାରୀଙ୍କ ନିମନ୍ତେ ଏକ ସମାନ ସୁଯୋଗ ସୃଷ୍ଟି କରିବା ଏବଂ ବିକାଶ ଲାଗି ଡିପିଆଇ, ଏଆଇ ଏବଂ ଡାଟାର ନିୟୋଜନ ଓ ପ୍ରସାର ସକାଶେ ପ୍ରଯୁକ୍ତି ନିରପେକ୍ଷ ଆଭିମୁଖ୍ୟ ଅନୁସରଣ କରିବା ଆବଶ୍ୟକ । ଏହି ଆଭିମୁଖ୍ୟ ଅଧିକ ପ୍ରତିଯୋଗିତା ଓ ଉଦ୍ଭାବନକୁ ସମର୍ଥନ କରିବା ଏବଂ ବ୍ୟାପକ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ତଥା ଡିଜିଟାଲ ଅର୍ଥବ୍ୟବସ୍ଥାରେ ଅସମାନତା ହ୍ରାସ କରିବା ଦିଗରେ ଅନୁକୂଳ ଅଟେ ।

ଏହି ନିୟୋଜନର ଚାବିକାଠି ହେଉଛି ଡାଟା ସୁରକ୍ଷା ଓ ପରିଚାଳନା, ଗୋପନୀୟତା ଓ ସୁରକ୍ଷା ଆବଶ୍ୟକତା ପୂରଣ ଲାଗି ଡାଟା ପ୍ରଶାସନ ପାଇଁ ନିରପେକ୍ଷ ଓ ସମାନ ନୀତି ପ୍ରତିଷ୍ଠା କରିବା ଏବଂ ବଜାର ଅଂଶଗ୍ରହଣକାରୀମାନଙ୍କୁ ବୌଦ୍ଧିକ ସମ୍ପତ୍ତି ଅଧିକାର ତଥା ସେମାନଙ୍କର ଗୋପନୀୟ ସୂଚନାକୁ ସୁରକ୍ଷା ପ୍ରଦାନ କରିବା।

ବିଶ୍ୱାସ ସବୁଠୁ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ ଏବଂ ବୈଷୟିକ ବ୍ୟବସ୍ଥା ପାଇଁ ଏହା ଅଲଗା ନୁହେଁ । ଏହି ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବା ପାଇଁ କାର୍ଯ୍ୟରେ ସ୍ୱଚ୍ଛତା, ନାଗରିକଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଶାସନରେ ନିରପେକ୍ଷତା ଆବଶ୍ୟକ । ଏହି କାରଣରୁ, ବିବିଧ ଓ ଉପଯୁକ୍ତ ପ୍ରତିନିଧି ଆଧାରିତ ଡାଟା ସେଟ୍‌ ଉପରେ ପ୍ରଶିକ୍ଷିତ ଫାଉଣ୍ଡେସନ ଓ ଏଆଇ ମଡେଲଗୁଡ଼ିକ ଭାଷା ଓ ସଂସ୍କୃତିଗତ ବିବିଧତା ପ୍ରତି ଅବଗତ ହେବା ଜରୁରୀ ଯାହାଦ୍ୱାରା ସେଗୁଡ଼ିକ ସାରା ବିଶ୍ୱର ବିବିଧ ସମାଜକୁ ଲାଭ ପହଞ୍ଚାଇପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Can we have a picture? BRICS delegates gather around PM Modi for candid photo op

Media Coverage

Can we have a picture? BRICS delegates gather around PM Modi for candid photo op
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Rosh Hashanah to PM Netanyahu, people of Israel and Jewish communities worldwide
September 12, 2026

The Prime Minister, Shri Narendra Modi has extended greetings on the occasion of Rosh Hashanah to Prime Minister of Israel, Benjamin Netanyahu, the people of Israel and Jewish communities across the globe.

The Prime Minister wished that the new year be filled with peace, hope, good health and continued progress for all.

In a post on X, Shri Modi wrote;

“‎Shana Tova!

‎Wishing a very happy Rosh Hashanah to Prime Minister Netanyahu, the people of Israel and Jewish communities across the globe.

‎May the new year be filled with peace, hope, good health and continued progress for all.

‎שנה טובה!

 

‎ מאחל שנה טובה ושמחה לראש הממשלה נתניהו, לעם ישראל ולקהילות היהודיות ברחבי העולם.

 

‎ מי ייתן והשנה החדשה תביא עמה שלום, תקווה, בריאות טובה וקדמה לכולם.


‎ ⁦‪@netanyahu‬⁩”