ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।

ରାଷ୍ଟ୍ରପତି ବାଇଡେନ୍ ବିଶ୍ୱ ମଞ୍ଚରେ ଭାରତର ନେତୃତ୍ୱ, ବିଶେଷ କରି ଜି-୨୦ ଏବଂ ଗ୍ଲୋବାଲ୍ ସାଉଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଏକ ମୁକ୍ତ ଏବଂ ଅବାଧ ଓ ସମୃଦ୍ଧ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସୁନିଶ୍ଚିତ କରିବା ନିମନ୍ତେ କ୍ୱାଦକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । କୋଭିଡ-୧୯ ମହାମାରୀ ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ସମର୍ଥନ କରିବାଠାରୁ ଆରମ୍ଭ କରି ସମଗ୍ର ବିଶ୍ୱରେ ସଂଘର୍ଷର ବିନାଶକାରୀ ପରିଣାମର ମୁକାବିଲା ପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ ଖେଳିବା ପାଇଁ ଭାରତ ସବୁଠାରୁ ଆଗରେ ରହିଛି । ପୋଲାଣ୍ଡରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଗସ୍ତ ଏବଂ ଜାତିସଂଘ ଘୋଷଣାନାମା ସମେତ ଅନ୍ତର୍ଜାତୀୟ ଆଇନର ମହତ୍ତ୍ୱ ଏବଂ ୟୁକ୍ରେନ୍ ପାଇଁ ଜାରି ରହିଥିବା ମାନବିକ ସହଯୋଗ ଏବଂ ଶାନ୍ତିର ବାର୍ତ୍ତା ରାଷ୍ଟ୍ରପତି ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଉଭୟ ନେତା ମଧ୍ୟ ପ୍ରାଚ୍ୟର ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ସମେତ ନାଭିଗେସନ୍ ଏବଂ ବାଣିଜ୍ୟର ସ୍ୱାଧୀନତାର ସୁରକ୍ଷା ପାଇଁ ସେମାନଙ୍କର ସମର୍ଥନ ଦୋହରାଇଥିଲେ । ୨୦୨୫ ମସିହାରେ ଆରବ ସାଗରର ସମୁଦ୍ର ପଥର ସୁରକ୍ଷା ନିମନ୍ତେ ଯୁଗ୍ମ ସାମୁଦ୍ରିକ ବାହିନୀ ସହ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ଭାରତ ଯୁଗ୍ମ ଟାସ୍କ ଫୋର୍ସ ୧୫୦ର ସହ ନେତୃତ୍ୱ ନେବା ରାଷ୍ଟ୍ରପତି ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣାଇଥିଲେ ଯେ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବା ଆମେରିକା ଭାରତର ପଦକ୍ଷେପକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ କରେ ଏବଂ ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ମଧ୍ୟ ସମର୍ଥନ କରେ । ବିଶ୍ୱପାଇଁ ଏକ ସ୍ୱଚ୍ଛ, ସମାବେଶୀ, ଅଧିକ ସୁରକ୍ଷିତ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପ୍ରୟାସର ସଫଳତା ପାଇଁ ଆମେରିକା ଭାରତ ମଧ୍ୟରେ ଘନିଷ୍ଠ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ଦୁଇ ନେତା ମତ ବ୍ୟକ୍ତ କରିଥିଲେ ।

 

ମହାକାଶ, ସେମିକଣ୍ଡକ୍ଟର ଏବଂ ଉନ୍ନତ ଟେଲି ଯୋଗାଯୋଗ ସହିତ ପ୍ରମୁଖ ପ୍ରଯୁକ୍ତି କ୍ଷେତ୍ରରେ ରଣନୈତିକ ସହଯୋଗକୁ ଗଭୀର ଏବଂ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଉପରେ ପଦକ୍ଷେପ (ଆଇସିଇଟି)ର ସଫଳତାକୁ ରାଷ୍ଟ୍ରପତି ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି । କୃତ୍ରିମ ପ୍ରଜ୍ଞା, କ୍ୱାଣ୍ଟମ୍, ଜୈବପ୍ରଯୁକ୍ତି ଏବଂ ସ୍ୱଚ୍ଛ ଶକ୍ତିଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ନେତା ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡ଼ିକ ପାଇଁ ଅଧିକ ସୁରକ୍ଷିତ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳା ନିର୍ମାଣ କରିବା ଏବଂ ନବସୃଜନ କ୍ଷେତ୍ରରେ ଆମେ ସାମୂହିକ ଭାବରେ ଅଗ୍ରଣୀ ରହିବାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ପ୍ରାରମ୍ଭରେ ଆରମ୍ଭ ହୋଇଥିବା କ୍ୱାଦ୍ ଏବଂ ଆମେରିକା–ଭାରତ-ଆରଓକେ ତ୍ରିପାକ୍ଷିକ ପ୍ରଯୁକ୍ତି ବିଦ୍ୟା ପଦକ୍ଷେପ ସମେତ ସମାନ ଚିନ୍ତାଧାରାର ଅଂଶୀଦାରମାନଙ୍କ ସହିତ ସହଯୋଗକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସକୁ ସେ ଉଲ୍ଲେଖ କରିଛନ୍ତି । ଉଭୟ ନେତା ନିଜ ନିଜ ସରକାରକୁ ଏହି ଦିଗରେ ନିୟୋଜିତ ରଖିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ରଣନୈତିକ ବାଣିଜ୍ୟ ଆଲୋଚନା, ଉଚ୍ଚ ପ୍ରଯୁକ୍ତି ବାଣିଜ୍ୟ କାରବାର ବୃଦ୍ଧି, ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତି ହସ୍ତାନ୍ତର କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହ୍ରାସ କରିବା ନିମନ୍ତେ ଉପକ୍ରମକୁ ଦ୍ୱିଗୁଣିତ କରିବା ସହିତ ପ୍ରଯୁକ୍ତି ବିଦ୍ୟାର ସୁରକ୍ଷା ଏବଂ ସେଗୁଡ଼ିକର ସମାଧାନ କରିବା ସହିତ ରପ୍ତାନୀ ନିୟନ୍ତ୍ରଣର ସମାଧାନ କରିବାକୁ ସହମତ ହୋଇଛନ୍ତି । ଦୁଇ ଦେଶର ନେତା ଦ୍ୱିପାକ୍ଷିକ ସାଇବର ସୁରକ୍ଷାକୁ ଆଲୋଚନା ମାଧ୍ୟମରେ ସୁଦୂର ସାଇବର ସ୍ପେସ୍ କ୍ଷେତ୍ରରେ ସହଯୋଗ ନିମନ୍ତେ ନୂତନ ବ୍ୟବସ୍ଥାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ସୌର, ବାୟୁ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ଆମେରିକା–ଭାରତ ସହଯୋଗ ବୃଦ୍ଧି କରିବା ଏବଂ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରଯୁକ୍ତିର ବିକାଶ ଘଟାଇବା ନିମନ୍ତେ ସୁଯୋଗର ସନ୍ଧାନ ସହିତ ସ୍ୱଚ୍ଛ ଇନ୍ଧନର ଉତ୍ପାଦନ ଏବଂ ବ୍ୟବହାର ବୃଦ୍ଧି ନିମନ୍ତେ ଉଭୟ ନେତା ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

 

ଭବିଷ୍ୟତ ପାଇଁ ପ୍ରଯୁକ୍ତି ସହଭାଗିତା ନିମନ୍ତେ ଢାଞ୍ଚା ଗଠନ

ରାଷ୍ଟ୍ରପତି ଯେଶେଫ ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ନିରାପତ୍ତା, ପରବର୍ତ୍ତୀ ପିଢ଼ିର ଟେଲି ଯୋଗାଯୋଗ ଏବଂ ସବୁଜ ଇନ୍ଧନ ବ୍ୟବହାର ନିମନ୍ତେ ଉନ୍ନତ ସେନ୍ସିଂ, ଯୋଗାଯୋଗ ଏବଂ ଶକ୍ତି ଇଲେକ୍ଟ୍ରୋନିକ୍ସ ଉପରେ ଧ୍ୟାନ କେନ୍ଦ୍ରିତ ଏକ ନୂଆ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ସ୍ଥାପନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଇନଫ୍ରା ରେଡ୍, ଗ୍ୟାଲିୟମ୍ ନାଇଟ୍ରାଇଡ୍ ଏବଂ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟକୁ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ଏବଂ ଭାରତ ସେମି, ଥାର୍ଡଆଇ ଟେକ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସ୍ପେସ୍ ଫୋର୍ସ ସହଯୋଗରେ କାର୍ଯ୍ୟକାରୀ କରାଯିବ ।

କୋଲକାତାର ଗ୍ଲୋବାଲ୍ ଫାଉଣ୍ଡରିଜ୍ (ଜିଏଫ) ଦ୍ୱାରା ଜି.ଏଫ୍. କୋଲକାତା ପାୱାର ସେଣ୍ଟର ନିର୍ମାଣ ସମେତ ଏକ ସ୍ଥିର, ସୁରକ୍ଷିତ ଏବଂ ସ୍ଥାୟୀ ସେମିକଣ୍ଡକ୍ଟର ଯୋଗାଣ ଚେନକୁ ସୁଗମ କରିବା ନିମନ୍ତେ ଭାରତର ମିଳିତ ପ୍ରୟାସକୁ ଉଭୟ ନେତା ଭୂୟସୀ ପ୍ରଶଂସା କରିଥିଲେ । ଏହି ଉପକ୍ରମ ଚିପ୍ ଉତ୍ପାଦନରେ ଗବେଷଣା ଏବଂ ବିକାଶରେ ପାରସ୍ପରିକ ଲାଭପ୍ରଦ ସମ୍ପର୍କ ବୃଦ୍ଧି କରିବା ଏବଂ ଶୂନ୍ୟ ଏବଂ ନିମ୍ନ ନିର୍ଗମନ ପାଇଁ ପଟ୍ଟ ପରିବର୍ତ୍ତନକାରୀ ଅଗ୍ରଗତି ସହିତ ସଂଯୋଜିତ ଯାନ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୍ ଡିଭାଇସ୍, କୃତ୍ରିମ ପ୍ରଜ୍ଞା ଏବଂ ଡାଟା ସେଣ୍ଟରର ସହଯୋଗ ବୃଦ୍ଧି କରିବ । ଭାରତ ସହିତ ଦୀର୍ଘମିଆଦୀ, ସୀମାପାର ଉତ୍ପାଦନ ଏବଂ ବୈଷୟିକ ଭାଗିଦାରୀ ଖୋଜିବା ନିମନ୍ତେ ଜି.ଏଫ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ଯାହା ଆମ ଦୁଇ ଦେଶରେ ଉଚ୍ଚ ମାନର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆନ୍ତର୍ଜାତିକ ପ୍ରଯୁକ୍ତି ନିରାପତ୍ତା ଏବଂ ଉଦ୍ଭାବନ (ଆଇଟିଏସଆଇ) ପାଣ୍ଠି ସମ୍ପର୍କରେ ଆମେରିକାର ବୈଦେଶିକ ବିଭାଗର ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ନୂତନ ରଣନୀତିକ ଭାଗିଦାରୀକୁ ମଧ୍ୟ ସେ ଉଚ୍ଚ ପ୍ରଶଂସା କରିଥିଲେ ।

 

ଆମେରିକା, ଭାରତୀୟ ଏବଂ ଆନ୍ତର୍ଜାତୀୟ ଅଟୋମୋଟିଭ୍ ବଜାର ନିମନ୍ତେ ଏକ ନିରାପଦ, ସୁରକ୍ଷିତ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳା ନିର୍ମାଣ ନିମନ୍ତେ ଆମ ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଏବଂ ବିଶ୍ୱ ବଜାରକୁ ରପ୍ତାନୀ ନିମନ୍ତେ ଉତ୍ପାଦନ ପାଇଁ ଏହାର ଚେନ୍ନାଇ ସ୍ଥିତ କାରଖାନାକୁ ବ୍ୟବହାର କରିବା ସକାଶେ ଫୋର୍ଡ ମୋଟର କମ୍ପାନୀ ଦ୍ୱାରା ଏକ ଉଦ୍ଦେଶ୍ୟ ପତ୍ରକୁ ଉଭୟ ନେତା ସ୍ୱାଗତ ଜଣାଇଛନ୍ତି ।

 

ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ  ଗବେଷଣା କରିବା ନିମନ୍ତେ ୨୦୨୫ ମସିହାରେ ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ ‘ଇସ୍ରୋ’ ମଧ୍ୟରେ ପ୍ରଥମ ମିଳିତ ପ୍ରୟାସ ଦିଗରେ ହୋଇଥିବା ପ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଉଭୟ ନେତା ବେସାମରିକ ମହାକାଶ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ବିଚାର ବିନିମୟକୁ ପ୍ରଶଂସା କରିଛନ୍ତି ଏବଂ ଆଶା ବ୍ୟକ୍ତ କରିଛନ୍ତି ଯେ ୨୦୨୫ ମସିହା ପ୍ରାରମ୍ଭରେ ଏହାର ପରବର୍ତ୍ତୀ ବୈଠକ ସହଯୋଗ ନିମନ୍ତେ ନୂତନ ସୁଯୋଗ ଉନ୍ମୁକ୍ତ କରିବ । ବେସାମରିକ ଏବଂ ବାଣିଜିକ ମହାକାଶ କ୍ଷେତ୍ରରେ ନୂତନ ପ୍ଲାଟଫର୍ମ ଖୋଜିବା ସହିତ ମିଳିତ ଉଦ୍ଭାବନ ଏବଂ ରଣନୀତିକ ସହଯୋଗକୁ ଅଧିକ ନିବିଡ଼ କରିବା ଲାଗି ସୁଯୋଗ ଖୋଜିବା ନିମନ୍ତେ ସେମାନେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

 

ଉଭୟ ରାଷ୍ଟ୍ରର ଗବେଷଣା ଏବଂ ବିକାଶ ପ୍ରଣାଳୀ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ପ୍ରୟାସକୁ ମଧ୍ୟ ଉଭୟ ନେତା ସ୍ୱାଗତ ଜଣାଇଛନ୍ତି । ଏଥି ନିମନ୍ତେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଆମେରିକା – ଭାରତ ବୈଶ୍ୱିକ ଚାଲେଞ୍ଜ୍ ଇନଷ୍ଟିଚ୍ୟୁଟ୍ ନିମନ୍ତେ ଆମେରିକରୀୟ ଭାଗୀଦାର ହେବ । ୨୦୨୪ ମସିହା ଜୁନ୍ ମାସରେ ଆଇସିଇଟି ବୈଠକରେ ସ୍ୱାକ୍ଷରିତ ଉଦ୍ଦେଶ୍ୟ ପତ୍ରକୁ କାର୍ଯ୍ୟକାରୀ କରିବା ସକାଶେ ବିକଳ୍ପ ଉପାୟ ଚିହ୍ନଟ କରିବା ସହିତ ଆମେରିକା ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଉଚ୍ଚ ପ୍ରଭାବଶାଳୀ ଗବେଷଣା ଏବଂ ବିକାଶ ସହଭାଗୀତାକୁ ସମର୍ଥନ କରିବା ନିମନ୍ତେ ଭାରତ ସରକାରଙ୍କ ଠାରୁ ୯୦ ନିୟୁତ ଡଲାରରୁ ଅଧିକ ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଉଭୟ ନେତା ଆମେରିକା ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ, ଜାତୀୟ ପରୀକ୍ଷାଗାର ଏବଂ ଘରୋଇ କ୍ଷେତ୍ରର ଗବେଷକମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଏକ ନୂତନ ଆମେରିକା–ଭାରତ ଉନ୍ନତ ସାମଗ୍ରୀ ଗବେଷଣା ଏବଂ ବିକାଶ ଫୋରମର ଶୁଭାରମ୍ଭକୁ ମଧ୍ୟ ସେମାନେ ସ୍ୱାଗତ କରିଛନ୍ତି ।

 

ପରବର୍ତ୍ତୀ ପିଢ଼ିର ଟେଲି ଯୋଗାଯୋଗ, ସଂଯୋଜିତ ଯାନ, ମେସିନ୍ ଲର୍ଣ୍ଣିଂ ଆଦି କ୍ଷେତ୍ରରେ ମିଳିତ ସହଯୋଗ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ଗବେଷଣା ପ୍ରକଳ୍ପ ନିମନ୍ତେ ମିଳିତ ଭାବେ ୫+ ନିୟୁତ ଡଲାର ଅନୁଦାନ ପ୍ରଦାନ ଯୋଗାଇ ଦେବା ସକାଶେ ଉଭୟ ନେତା ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ଏବଂ ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ଏଗାର ଗୋଟି ପାଣ୍ଠି ପୁରସ୍କାର ଚୟନ କରିବା ଲାଗି ଘୋଷଣା କରାଯାଇଛି । ସେମିକଣ୍ଡକ୍ଟର, ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ବ୍ୟବସ୍ଥା, ସ୍ଥାୟୀ ଏବଂ ସବୁଜ ପ୍ରଯୁକ୍ତି ବିଦ୍ୟା ଏବଂ  ପରିବହନ ବ୍ୟବସ୍ଥା କ୍ଷେତ୍ରରେ ଆମେରିକା-ଭାରତ ଯୁଗ୍ମ ମୌଳିକ ଓ ପ୍ରୟୋଗାତ୍ମକ ଗବେଷଣା କ୍ଷେତ୍ରରେ ସହଯୋଗ ସ୍ଥାପନ କରିବା ନିମନ୍ତେ ଦୁଇ ନେତା ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ଏବଂ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ପ୍ରାୟ ୧୦ ନିୟୁତ ଡଲାରର ମିଳିତ ବ୍ୟୟରେ ୧୨ଗୋଟି ପାଣ୍ଠି ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏତଦ୍ ବ୍ୟତୀତ ଏନଏସଏଫ୍ ଏବଂ ଏମଇଆଇଟି ୱାଇ ଉଭୟ ପକ୍ଷର ମୌଳିକ ଏବଂ ଉପଯୋଗୀ ଗବେଷଣା ପ୍ରଣାଳୀକୁ ବୃଦ୍ଧି ଏବଂ ସମନ୍ୱୟ କରିବା ନିମନ୍ତେ ଗବେଷଣା ସହଯୋଗର ନୂତନ ମାର୍ଗ ଅନୁସନ୍ଧାନ କରିବା ଦିଗରେ ବ୍ରତୀ ଅଛନ୍ତି ।

 

ଭାରତର ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିବିଟି) ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ସଂଯୋଗରେ ଜଟିଳ ବୈଜ୍ଞାନିକ ଆହ୍ୱାନର ମୁକାବିଲା କରିବା ତଥା ସିନ୍ଥେଟିକ୍ ଓ ଇଞ୍ଜିନିୟରିଂ ଜୀବ ବିଜ୍ଞାନ, ପ୍ରଣାଳୀ ଏବଂ ପରିସଂଖ୍ୟାନ ଗଣନାତ୍ମକ ଜୀବନ ବିଜ୍ଞାନ ତଥା ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଅଗ୍ରଗତିର ଲାଭ ଉଠାଇବା ନିମନ୍ତେ ନୂତନ ସମାଧାନ ପନ୍ଥା ଉଦ୍ଭାବନ କରିବା ସକାଶେ ୨୦୨୪ ମସିହା ଫେବ୍ରୁଆରୀ ମାସରେ ସହଯୋଗୀ ଗବେଷଣା ପ୍ରକଳ୍ପ ନିମନ୍ତେ ପ୍ରଥମ ମିଳିତ ଆହ୍ୱାନ ଘୋଷଣା କରିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ଭବିଷ୍ୟତର ଜୈବ ଉତ୍ପାଦନ ସମାଧାନ ବିକଶିତ ଘଟାଇବା ଏବଂ ଜୈବ ଅର୍ଥନୀତିକୁ ଆଗକୁ ଆଗେଇ ନେବା ସକାଶେ ଏକାନ୍ତ ଜରୁରି ବୋଲି ଉଭୟ ପକ୍ଷ ମତ ପୋଷଣ କରିଛନ୍ତି । ପ୍ରଥମ ପ୍ରସ୍ତାବ ଆହ୍ୱାନରେ ମିଳିତ ଗବେଷକ ଗୋଷ୍ଠୀ ଉତ୍ସାହର ସହିତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଏବଂ ୨୦୨୪ ମସିହା ଶେଷ ସୁଦ୍ଧା ଏହାର ଫଳାଫଳ ଘୋଷିତ ହେବାର ସମ୍ଭାବନା ରହିଛି ।

 

କୃତ୍ରିମ ପ୍ରଜ୍ଞା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ), କ୍ୱାଣ୍ଟମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମେ କରୁଥିବା ଅତିରିକ୍ତ ସହଯୋଗ ବିଷୟରେ ମଧ୍ୟ ଉଭୟ ନେତା ଉଲ୍ଲେଖ କରିଛନ୍ତି । ସେମାନେ ଗତ ଅଗଷ୍ଟ ମାସରେ ୱାସିଂଟନଠାରେ କରିଥିଲେ ଏବଂ ଆମେରିକା-ଭାରତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅନୁଦାନ ପାଣ୍ଠି ( ଆଇୟୁଏସଏସଟିଏଫ୍) ମାଧ୍ୟମରେ କୃତ୍ରିମ ପ୍ରଜ୍ଞା ଏବଂ କ୍ୱାଣ୍ଟମ୍ ଉପରେ ଉଭୟ ଦେଶ ମଧ୍ୟରେ ଗବେଷଣା ଏବଂ ବିକାଶ ସହଯୋଗ ନିମନ୍ତେ ୧୭ଗୋଟି ନୂତନ ପୁରସ୍କାର ଘୋଷଣାକୁ ସ୍ୱାଗତ କରିଛନ୍ତି । ସେମାନେ ନୂଆକରି ମୁଣ୍ଡ ଟେକୁଥିବା ପ୍ରଯୁକ୍ତି ବିଦ୍ୟା ଉପରେ ଘରୋଇ କ୍ଷେତ୍ରର ନୂତନ ସହଯୋଗକୁ ମଧ୍ୟ ସ୍ୱାଗତ କରିଥିଲେ । ଉଦାହରଣ ସ୍ୱରୂପ, ନିକଟରେ ଆଇବିଏମ ଦ୍ୱାରା ଭାରତ ସରକାରଙ୍କ ସହିତ ସ୍ୱାକ୍ଷରିତ ବୁଝାମଣା ପତ୍ର ମାଧ୍ୟମରେ ଯାହା ଭାରତର ଏୟାରୱାଟ୍ ସୁପର କମ୍ପ୍ୟୁଟର ସହିତ ଆଇବିଏମର ୱାଟସନଏକ୍ସ ପ୍ଲାଟଫର୍ମକୁ ସକ୍ଷମ କରିବ ତଥା ନୂତନ କୃତ୍ରିମ ପ୍ରଜ୍ଞା ଉଦ୍ଭାବନ ସୁଯୋଗକୁ ପ୍ରୋତ୍ସାହିତ କରିବ, ଉନ୍ନତ ସେମିକଣ୍ଡକ୍ଟର ପ୍ରୋସେସର ଉପରେ ଗବେଷଣା ଓ ବିକାଶ ସହଯୋଗ ବୃଦ୍ଧି କରିବ ଏବଂ ସର୍ବୋପରି ଏହା ଭାରତର ଜାତୀୟ କ୍ୱାଣ୍ଟମ୍ ମିଶନ ସହିତ ସହଯୋଗ ସ୍ଥାପନ କରିବ ।

 

ଉଭୟ ନେତା ୫ଜି ନିୟୋଜନ ଏବଂ ପରବର୍ତ୍ତୀ ପିଢ଼ିର ଟେଲି ଯୋଗାଯୋଗ କ୍ଷେତ୍ରରେ ଅଧିକ ବ୍ୟାପକ ସହଯୋଗ ବୃଦ୍ଧି ନିମନ୍ତେ ହେଉଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏଥିରେ ଆନ୍ତର୍ଜାତୀୟ ବିକାଶ ନିମନ୍ତେ ଆମେରିକୀୟ ଏଜେନ୍ସିର ଏସିଆ ଓପନ ଆରଏଏନ ଏକାଡେମୀକୁ ପ୍ରାରମ୍ଭିକ ୭ ନିୟୁତ ଡଲାର ବିନିଯୋଗ ସହିତ ଏହାକୁ ସମ୍ପ୍ରସାରଣ କରିବାର ଯୋଜନାକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ଯେଉଁଥିରେ ଦକ୍ଷିଣ ଏସିଆ କ୍ଷେତ୍ରରେ ସୁଦ୍ଧା ଭାରତୀୟ ଅନୁଷ୍ଠାନଗୁଡ଼ିକ ସହିତ ଏହି କର୍ମଚାରୀ ପ୍ରଶିକ୍ଷଣ ପଦକ୍ଷେପକୁ ବିକଶିତ କରିବା ପାଇଁ ୭ ନିୟୁତ ଡଲାର ବିନିଯୋଗ କରିବାକୁ ସକାଶେ ଏକ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି ।

 

୨୦୨୩ ମସିହା ନଭେମ୍ବର ମାସରେ ବାଣିଜ୍ୟ ବିଭାଗ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ‘ନବସୃଜନ କରମର୍ଦ୍ଦନ’ (ଇନୋଭେସନ୍ ହ୍ୟାଣ୍ଡସେକ୍) କାର୍ଯ୍ୟସୂଚୀ ଅଧୀନରେ ଦୁଇ ଦେଶର ନବସୃଜନ ବ୍ୟବସ୍ଥାକୁ ବୃଦ୍ଧି କରିବା ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରଠାରୁ ହୋଇଥିବା ଅଗ୍ରଗତି ଉଭୟ ନେତା ସ୍ୱାଗତ କରିଥିଲେ । ସେବେଠାରୁ ଉଭୟ ପକ୍ଷ ଷ୍ଟାର୍ଟ ଅପ୍, ପ୍ରାଇଭେଟ୍ ଇକୁଇଟି ଏବଂ ଭେଞ୍ଚର କ୍ୟାପିଟାଲ ଫାର୍ମ, କର୍ପୋରେଟ୍ ନିବେଶ ବିଭାଗ ଏବଂ ସରକାରୀ ଅଧିକାରୀମାନଙ୍କୁ ଏକାଠି କରିବା ପାଇଁ ଆମେରିକୀୟ ଅଧିକାରୀମାନଙ୍କ ସହିତ ସହ ଭାଗୀଦାରୀ କରିଛନ୍ତି ଏବଂ ଭାରତରେ ଦୁଇଟି ଶିଳ୍ପ ରାଉଣ୍ଡ ଟେବୁଲ୍ ବୈଠକର ଆୟୋଜନ କରି ସମ୍ପର୍କକୁ ନିବିଡ଼ କରିବା ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଂଜିନିବେଶକୁ ତ୍ୱରାନ୍ୱିତ କରିବା ସକାଶେ ସହମତ ହୋଇଥିଲେ ।

 

ପରବର୍ତ୍ତୀ ପିଢ଼ିର ପ୍ରତିରକ୍ଷା ଭାଗିଦାରୀର ସୁଦୃଢ଼ୀକରଣ

ରାଷ୍ଟ୍ରପତି ଯୋଶେଫ୍ ବାଇଡେନ୍ ୩୧ ଗୋଟି ଜେନେରାଲ ଆଣବିକ ଏମକ୍ୟୁ-୯ବି (୧୬ ସ୍କାଏ ଗାର୍ଡିୟନ୍ ଏବଂ ୧୫ସି ଗାର୍ଡିଆନ୍) ରିମୋଟ୍ ପାଇଲଟ୍ ବିମାନ ଏବଂ ସେଗୁଡ଼ିକ ସହିତ ସଂପୃକ୍ତ ସକଳ ପ୍ରକାର ଉପକରଣ  କ୍ରୟ ନିମନ୍ତେ ଭାରତର ଆଗ୍ରହକୁ ସ୍ୱାଗତ କରିଛନ୍ତି ଏବଂ ତାହା ସବୁ କ୍ଷେତ୍ରରେ ଭାରତୀୟ ସଶସ୍ତ୍ର ବାହିନୀର ଗୁଇନ୍ଦା ନିରୀକ୍ଷଣ ଏବଂ ଅନୁସନ୍ଧାନ (ଆଇଏସଆର) ଦକ୍ଷତାକୁ ବୃଦ୍ଧି କରିବା ଦିଗରେ ସହାୟକ ହେବ ।

 

ଜେଟ୍ ଇଞ୍ଜିନ୍, ଯୁଦ୍ଧାସ୍ତ୍ର ଏବଂ ଗ୍ରାଉଣ୍ଡ୍ ମୋବିଲିଟି ବ୍ୟବସ୍ଥା ସକାଶେ ପ୍ରାଥମିକତା କୋ- ଜେନେରେସନ୍ ବ୍ୟବସ୍ଥାକୁ ଆଗକୁ ଆଗେଇ ନେବା ନିମନ୍ତେ ଜାରି ରହିଥିବା ସହଯୋଗ ସମେତ ଆମେରିକା ଏବଂ ଭାରତ ପ୍ରତିରକ୍ଷା ଶିଳ୍ପ ସହଯୋଗ ରୋଡ୍ ମ୍ୟାପ୍ ଅଧୀନରେ ଉଲ୍ଲେଖନୀୟ ପ୍ରଗତିକୁ ଉଭୟ ରାଷ୍ଟ୍ରର ନେତା ସ୍ୱୀକାର କରିଛନ୍ତି । ସମୁଦ୍ର ଗର୍ଭରେ ଏବଂ ସାମୁଦ୍ରିକ କ୍ଷେତ୍ର ସଚେତନତାକୁ ସୁଦୃଢ଼ କରୁଥିବା ମାନବ ବିହୀନ ଭୂପୃଷ୍ଠ ଯାନ ପ୍ରଣାଳୀର ସହ ବିକାଶ ଏବଂ ସହ ଉତ୍ପାଦନ ନିମନ୍ତେ ତରଳ ରେବୋଟିକ୍ସ ଏବଂ ସାମୁଦ୍ରିକ ପ୍ରତିରକ୍ଷା ଇଞ୍ଜିନିୟରିଂର ଟିମ୍ ସହିତ ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ଅଧିକ ବ୍ୟାପକ କରିବାର ଉପକ୍ରମକୁ ସେମାନେ ସ୍ୱାଗତ କରିଛନ୍ତି । ନିକଟରେ ନିରାପତ୍ତା ଯୋଗାଣ ବ୍ୟବସ୍ଥା (ସୋସା)ର ନିଷ୍ପତ୍ତିକୁ ଉଭୟ ନେତା ପ୍ରଶଂସା କରିଛନ୍ତି ଏବଂ ଏହା ଫଳରେ ପ୍ରତିରକ୍ଷା ସାମଗ୍ରୀ ଏବଂ ସେମାର ପାରସ୍ପରିକ ଯୋଗାଣ ବୃଦ୍ଧି ପାଇବ ବୋଲି ମତ ପୋଷଣ କରିଛନ୍ତି । ପ୍ରତିରକ୍ଷା ସାମଗ୍ରୀ ଏବଂ ସେମାର ପାରସ୍ପରିକ ଯୋଗାଣକୁ ଆହୁରି ସକ୍ରିୟ କରିବା ନିମନ୍ତେ ଉଭୟ ନେତା ନିଜ ନିଜ ପ୍ରତିରକ୍ଷା କ୍ରୟ ବ୍ୟବସ୍ଥାକୁ ସମନ୍ୱିତ କରିବା ଉପରେ ଜାରି ରହିଥିବା ଆଲୋଚନାକୁ ଆଗକୁ ଆଗେଇ ନେବା ନିମନ୍ତେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

 

ସମସ୍ତ ବିମାନ ଏବଂ ବିମାନ ଇଞ୍ଜିନର ଯନ୍ତ୍ରାଂଶ ସମେତ ସେଗୁଡ଼ିକର ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ (ଏମଆରଓ) କ୍ଷେତ୍ରରେ ୫ ପ୍ରତିଶତ ସମାନ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ନିର୍ଦ୍ଧାରଣ କରିବାକୁ ଭାରତର ପ୍ରସ୍ତାବକୁ ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ୱାଗତ କରିଛନ୍ତି । ଏହା ଫଳରେ ଟିକସ ବ୍ୟବସ୍ଥାକୁ ଅଧିକ ସରଳ କରାଯିବ ଏବଂ ଭାରତର ଏମଆରଓ ସେବା ନିମନ୍ତେ ଏକ ସୁଦୃଢ଼ ବ୍ୟବସ୍ଥା ନିମନ୍ତେ ପଥ ଉନ୍ମୁକ୍ତ ହୋଇପାରିବ । ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ ହେବା ନିମନ୍ତେ ଭାରତର ପ୍ରୟାସକୁ ଦୃଢ଼ ସମର୍ଥନ ଜଣାଇବା ନିମନ୍ତେ ଦୁଇ ନେତା ଏ ଦିଗରେ ଘନିଷ୍ଠ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ଶିଳ୍ପକୁ ଉତ୍ସାହିତ କରିଛନ୍ତି । ବିମାନ ଏବଂ ମାନବ ବିହୀନ ଆକାଶଯାନର ମରାମତି ସମେତ ଭାରତର ଏମଆରଓ କ୍ଷମତାକୁ ଅଧିକ ବୃଦ୍ଧି କରିବା ନିମନ୍ତେ ଆମେରିକୀୟ ଶିଳ୍ପର ପ୍ରତିଶ୍ରୁତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି ।

 

ନିକଟ ଅତୀତରେ ସି-୧୩୦ଜେ ସୁପର ହର୍କୁଲସ୍ ବିମାନରେ ଲକହିଡ୍ ମାର୍ଟିନ୍ ଏବଂ ଟାଟା ଆଡଭାନ୍ସଡ୍ ସିଷ୍ଟମ ଲିମିଟେଡ୍ ମଧ୍ୟରେ ଗୋଷ୍ଠୀବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବାରୁ ଉଭୟ ନେତା ଏହାକୁ ପ୍ରଶଂସା କରିଛନ୍ତି । ଏହି ଦୁଇ କମ୍ପାନୀ ଆମେରିକା–ଭାରତ ସିଇଓ ଫୋରମର ସହ ଅଧ୍ୟକ୍ଷ ଭାବରେ ରହିଛନ୍ତି । ଦୀର୍ଘ ଦିନର ଶିଳ୍ପ ସହଯୋଗକୁ ଆଧାର କରି ଏହି ଚୁକ୍ତି ଭାରତରେ ଏକ ନୂତନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ (ଏମଆରଓ) ସୁବିଧା ପ୍ରତିଷ୍ଠା କରିବ ଏବଂ ଏହା ସି-୧୩୦ଜେ ସୁପର ହର୍କୁଲସ୍ ବିମାନ ପରିଚାଳନା କରୁଥିବା ଭାରତୀୟ ଫ୍ଲିଟ୍ ଏବଂ ବିଶ୍ୱସ୍ତରୀୟ ଭାଗୀଦାରମାନଙ୍କୁ ପ୍ରସ୍ତୁତିରେ ସମର୍ଥନ କରିବ । ଭାରତ ଏବଂ ଆମେରିକା ପ୍ରତିରକ୍ଷା ଏବଂ ଏରୋସ୍ପେସ୍ ସହଯୋଗ କ୍ଷେତ୍ରରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଦୁଇ ପକ୍ଷଙ୍କ ମଧ୍ୟରେ ରଣନୈତିକ ଏବଂ ପ୍ରଯୁକ୍ତି ବିଦ୍ୟା ଭାଗିଦାରୀ ସମ୍ପର୍କକୁ ଅଧିକ ନିବିଡ଼ କରିବାରେ ଏହା ସୂଚନା ପ୍ରଦାନ କରେ ।

 

ଉଭୟ ନେତା ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଭାରତ-ଆମେରିକା ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ଏକ୍ସେଲେରେସନ୍ ଇକୋସିଷ୍ଟମ୍ (ଇଣ୍ଡସ୍–ଏକ୍ସ) ପଦକ୍ଷେପ ଦ୍ୱାରା ପ୍ରୋତ୍ସାହିତ ହେଉଥିବା ଆମ ସରକାର, ବ୍ୟବସାୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଅଭିନବ ସହଯୋଗକୁ ଭୂୟସୀ ପ୍ରଶଂସା କରି ଚଳିତ ମାସ ପ୍ରାରମ୍ଭରେ ସିଲିକନ୍ ଭେଲୀଠାରେ ଅନୁଷ୍ଠିତ ତୃତୀୟ ସିନ୍ଧୁ-ଦଶମ ଶିଖର ସମ୍ମିଳନୀରେ ହାସଲ କରାଯାଇଥିବା ଅଗ୍ରଗତି ସମ୍ପର୍କରେ ସେମାନେ ଉଲ୍ଲେଖ କରିଥିଲେ । ସିଲିକନ୍ ଭେଲି ଶିଖର ସମ୍ମିଳନୀରେ ସ୍ୱାକ୍ଷରିତ ବୁଝାମଣା ପତ୍ର ଜରିଆରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍କର୍ଷ ନିମନ୍ତେ ନବସୃଜନ ( ଆଇଡିଏକ୍ସ) ଏବଂ ଆମେରିକାର ପ୍ରତିରକ୍ଷା ବିଭାଗର ପ୍ରତିରକ୍ଷା ଉଦ୍ଭାବନ ୟୁନିଟ୍ (ଡିଆଇୟୁ) ମଧ୍ୟରେ ସହଯୋଗ ବୃଦ୍ଧିକୁ ସେମାନେ ସ୍ୱାଗତ କରିଛନ୍ତି । ଇଣ୍ଡସ୍-ଏକ୍ସ ନେଟୱାର୍କରେ ପ୍ରତିରକ୍ଷା ଏବଂ ଦ୍ୱିତୀୟ ବ୍ୟବହାରକାରୀ କମ୍ପାନୀମାନଙ୍କୁ ଇଣ୍ଡସୱେରକ୍ସ କନସୋର୍ଟିୟମ୍ ମାଧ୍ୟମରେ ଉଭୟ ଦେଶର ପ୍ରମୁଖ ପରୀକ୍ଷଣ ରେଞ୍ଜମାନଙ୍କରେ ପ୍ରବେଶ କରିବାର ଉପକ୍ରମକୁ ସେମାନେ ପ୍ରଶଂସା କରିଥିଲେ ।

 

ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ ଡିଆଇୟୁ ଏବଂ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉଦ୍ଭାବନ ସଂଗଠନ (ଡିଆଇଓ) ଦ୍ୱାର ପରିକଳ୍ପିତ ‘ମିଳିତ ଚାଲେଞ୍ଜ’ ଆରମ୍ଭ ମାଧ୍ୟମରେ ସିନ୍ଧୁ-ଏକ୍ସ ଅଧୀନରେ ପ୍ରତିରକ୍ଷା ଉଦ୍ଭାବନର ଅଂଶୀଦାର ଲକ୍ଷ୍ୟର ସ୍ପଷ୍ଟ ଉପଲବଧିକୁ ଉଭୟ ନେତା ସ୍ୱୀକାର କରିଛନ୍ତି । ୨୦୨୪ ମସିହାରେ ଆମ ସରକାର ସମୁଦ୍ର ଗର୍ଭରେ ଯୋଗାଯୋଗ ଏବଂ ସାମୁଦ୍ରିକ ଗୁଇନ୍ଦା, ନିରୀକ୍ଷଣ ଏବଂ ଅନୁସନ୍ଧାନ (ଆଇଏସଆର) ଉପରେ ଧ୍ୟାନ କେନ୍ଦ୍ରି ପ୍ରଯୁକ୍ତିର ବିକାଶ କରିଥିବା ଆମେରିକା ଏବଂ ଭାରତୀୟ କମ୍ପାନୀଗୁଡ଼ିକ ପୃଥକ୍ ପୃଥକ୍ ଭାବରେ ୧+ ନିୟୁତ ଡଲାର ଯୋଗାଇ ଦେଇଛନ୍ତି । ଏହି ସଫଳତାକୁ ଦୃଷ୍ଟିରେ ରଖି ନିକଟରେ ଆୟୋଜିତ ସିନ୍ଧୁ–ଏକ୍ସ ଶିଖର ସମ୍ମିଳନୀରେ ଏକ ନୂତନ ଚାଲେଞ୍ଜ୍ ଘୋଷଣା କରାଯାଇଥିଲା, ଯେଉଁଥିରେ ଲୋ ଆର୍ଥ ଅର୍ବିଟ୍ (ଏଲଇଓ)ରେ ମହାକାଶ ପରିସ୍ଥିତି ସଚେତନତା (ଏସଏସଏ) ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

 

୨୦୨୪ ମସିହା ମାର୍ଚ୍ଚ ମାସରେ ବ୍ୟାଘ୍ର ବିଜୟ ଅଭ୍ୟାସ ଅବସରରେ ଭାରତ ଆମର ସବୁଠାରୁ ଜଟିଳ, ବୃହତ୍ତମ, ଦ୍ୱିପାକ୍ଷିକ, ତ୍ରି-ସେବା ଅଭ୍ୟାସର ଆୟୋଜନ କରିଥିଲା ବୋଲି ଏକ ମୁକ୍ତ ଏବଂ ମୁକ୍ତ ଭାରତ -ପ୍ରଶାନ୍ତ ମହାସାଗର କ୍ଷେତ୍ର କାଏମ ରଖିବା ନିମନ୍ତେ ସାମରିକ ଭାଗିଦାରୀ ଏବଂ ପାରସ୍ପରିକ ସହଯୋଗ ମଧ୍ୟରେ ଯୋଗାଯୋଗକୁ ଅଧିକ ମଜଭୁତ କରିବା ନିମନ୍ତେ ଜାରି ରହିଥିବା ପ୍ରୟାସକୁ ସେମାନେ ସ୍ୱାଗତ କରିଛନ୍ତି । ଚଳିତ ଦ୍ୱିପାକ୍ଷିକ ସେନା ଯୁଦ୍ଧ ଅଭ୍ୟାସ ସମୟରେ ଭାରତରେ ପ୍ରଥମ ଥର ପାଇଁ ଜାଭେଲିନ୍ ଏବଂ ଷ୍ଟ୍ରାଇକର ପ୍ରଣାଳୀର ପ୍ରଦର୍ଶନ ସମେତ ନୂତନ ଜ୍ଞାନକୌଶଳ ଏବଂ ସାମର୍ଥ୍ୟର ପ୍ରୟୋଗକୁ ସେମାନେ ସ୍ୱାଗତ କରିଥିଲେ ।

 

ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱତନ୍ତ୍ର ଅପରେସନ୍ କମାଣ୍ଡ୍ (ସୋକମ୍)ରେ ଭାରତ ପୂର୍ବରୁ ଲିଆଜନ୍ ଅଫିସର ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ଏବଂ ଲିଆଜନ୍ ଅଫିସର ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ସମ୍ପର୍କୀତ ମିଳିତ ବୁଝାମଣାପତ୍ର ଚୂଡ଼ାନ୍ତ ହୋଇଥିବାରୁ ଉଭୟ ନେତା ଏହାକୁ ସ୍ୱାଗତ କରିଥିଲେ ।

ମହାକାଶ ଏବଂ ସାଇବର ସମେତ ଅନ୍ୟାନ୍ୟ ଉନ୍ନତ କ୍ଷେତ୍ରରେ ସହଯୋଗକୁ ଆଗକୁ ଆଗେଇ ନେବା ନିମନ୍ତେ ହୋଇଥିବା କାର୍ଯ୍ୟକୁ ଉଭୟ ନେତା ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆମେରିକା-ଭାରତ ସାଇବର ସହଯୋଗ ବ୍ୟବସ୍ଥାକୁ ଆହୁରି ଆଗକୁ ଆଗେଇ ନେବା ସକାଶେ ନଭେମ୍ବର ୨୦୨୪ ଦ୍ୱିପାକ୍ଷିକ ସାଇବର ସମ୍ପର୍କକୁ ସେମାନେ ପ୍ରତୀକ୍ଷା କରିଛନ୍ତି ବୋଲି ମତ ପୋଷଣ କରିଥିଲେ । ନୂତନ ସହଯୋଗର କ୍ଷେତ୍ରଗୁଡ଼ିକ ମଧ୍ୟରେ ବିପଦ ସୂଚନା ଆଦାନ ପ୍ରଦାନ, ସାଇବର ସୁରକ୍ଷା ପ୍ରଶିକ୍ଷଣ ଏବଂ ଶକ୍ତି ଓ ଦୂରସଂଚାର ନେଟୱାର୍କ କ୍ଷେତ୍ରରେ ଥିବା ସମସ୍ତ ଦୁର୍ବଳତାକୁ ପ୍ରଶମିତ କରିବା ଉପରେ ସହଯୋଗ ଅନ୍ତର୍ଭୁକ୍ତ କରାଯାଇଛି । ଦୁଇ ରାଷ୍ଟ୍ରର ନେତା ୨୦୨୪ ମସିହା ମେ ମାସରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଆମେରିକା-ଭାରତ ଆଗୁଆ କ୍ଷେତ୍ର କଥାବାର୍ତ୍ତା ବିଷୟରେ ମଧ୍ୟ ସେମାନେ ଉଲ୍ଲେଖ କରିଛନ୍ତି ଏବଂ ସେଥିରେ ପ୍ରଥମ ଦ୍ୱିପାକ୍ଷିକ ପ୍ରତିରକ୍ଷା ମହାକାଶ ଟେବୁଲ୍ –ଟପ୍ ଅଭ୍ୟାସ ଅନ୍ତର୍ଭୁକ୍ତ ରହିଛି ।

 

ସ୍ୱଚ୍ଛ ଇନ୍ଧନ ସଂପ୍ରସାରଣ ବୃଦ୍ଧି

ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସୁରକ୍ଷିତ ଏବଂ ନିରାପଦ ବିଶ୍ୱ ସ୍ୱଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳା ନିର୍ମାଣ ନିମନ୍ତେ ଆମେରିକା–ଭାରତ ରୋଡ୍ ମ୍ୟାପକୁ ସ୍ୱାଗତ ଜଣାଇଛନ୍ତି ଯାହା ଏକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ଏବଂ ଉପାଦାନ ପ୍ରତି ଆମେରିକା ସରକାରଙ୍କ ପ୍ରତିବଦ୍ଧତାକୁ ବୃଦ୍ଧି ତଥା ପ୍ରମାଣିତ କରିଛି । ସେହିଭଳି ଭାରତୀୟ ଉତ୍ପାଦନ ମାଧ୍ୟମରେ ଏକ ସୁରକ୍ଷିତ ଏବଂ ନିରାପଦ ସ୍ୱଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳାର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକା ଅକ୍ଷୟ ଶକ୍ତି, ଶକ୍ତି ସଂରକ୍ଷଣ, ପାୱାର ଗ୍ରୀଡ଼୍ ଏବଂ ସରବରାହ ପ୍ରଯୁକ୍ତି, ଉଚ୍ଚ ଦକ୍ଷତାଯୁକ୍ତ କୁଲିଂ ବ୍ୟବସ୍ଥା, ଶୂନ୍ୟ ନିର୍ଗମନ ଯାନ ଏବଂ ଅନ୍ୟାନ୍ୟ ଉଦୀୟମାନ ସ୍ୱଚ୍ଛ ପ୍ରଯୁକ୍ତି ନିମନ୍ତେ ସ୍ୱଚ୍ଛ ଇନ୍ଧନ ମୂଲ୍ୟ ଶୃଙ୍ଖଳାରେ ସହଯୋଗ କରିବା ନିମନ୍ତେ ଭାରତ ଏକ ଶହ କୋଟି ଡଲାରର ବହୁପକ୍ଷିୟ ଆର୍ଥିକ ବ୍ୟବସ୍ଥା କରିବା ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବେ ।

 

ସ୍ୱଚ୍ଛ ଶକ୍ତି ଉତ୍ପାଦନକୁ ଅଧିକ ସମ୍ପ୍ରସାରିତ କରିବା ଏବଂ ଏହାର ଯୋଗାଣ ଶୃଙ୍ଖଳାରେ ବିବିଧତା ଆଣିବା ନିମନ୍ତେ ଭାରତର ଘରୋଇ କ୍ଷେତ୍ର ସହିତ ଆମେରିକାର ଆନ୍ତର୍ଜାତୀୟ ଉନ୍ନୟନ ଫାଇନାନ୍ସ କର୍ପୋରେସନ୍ (ଡିଏଫସି)ର ଭାଗିଦାରକୁ ମଧ୍ୟ ଉଭୟ ନେତା ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ସୌର ସେଲ୍ ଉତ୍ପାଦନ କାରଖାନା ନିର୍ମାଣ ନିମନ୍ତେ ଡିଏଫସି ଟାଟା ପାୱାର ସୋଲାରକୁ ୨୫୦ ନିୟୁତ ଡଲାର ଏବଂ ଭାରତରେ ସୌର ମଡ୍ୟୁଲ୍ ଉତ୍ପାଦନ କାରଖାନା ନିର୍ମାଣ ଏବଂ ଏହାର ପରିଚାଳନା ନିମନ୍ତେ ଫାଷ୍ଟ୍ ସୋଲାରକୁ ୫୦୦ ନିୟୁତ ଡଲାର ଋଣ ପ୍ରଦାନ କରିଛି ।

 

ଶକ୍ତି ନିରାପତ୍ତାକୁ ଅଧିକ ସୁଦୃଢ଼ ଏବଂ ସକ୍ରିୟ କରିବା, ସ୍ୱଚ୍ଛ ଶକ୍ତି ଉଦ୍ଭାବନ ନିମନ୍ତେ ନୂଆ ନୂଆ ସୁଯୋଗ ସୃଷ୍ଟି କରିବା, ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଏବଂ ଦକ୍ଷତା ବୃଦ୍ଧି ସମେତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଶିଳ୍ପ ତଥା ଗବେଷଣା ଓ ବିକାଶ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ୨୦୨୪ ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ ୱାସିଂଟନ୍ ଡିସିଠାରେ ଅନୁଷ୍ଠିତ ରଣନୀତିକ ସ୍ୱଚ୍ଛ ଶକ୍ତି ସହଭାଗୀତା (ଏସସିଇପି) ଅଧୀନରେ ଦୃଢ଼ ସହଯୋଗକୁ ଉଭୟ ନେତା ଉଚ୍ଚ ପ୍ରଶଂସା କରିଛନ୍ତି ।

 

ଉଭୟ ନେତା ଭାରତରେ ହାଇଡ୍ରୋଜେନ୍ ସୁରକ୍ଷା ନିମନ୍ତେ ଏକ ନୂତନ ଜାତୀୟ କେନ୍ଦ୍ରରେ ପାରସ୍ପରିକ ସହଯୋଗକୁ ସ୍ୱାଗତ କରିଛନ୍ତି ଏବଂ ହାଇଡ୍ରୋଜେନ୍ ଏବଂ ଶକ୍ତି ସଂରକ୍ଷଣ ଉପରେ ସରକାରୀ-ଘରୋଇ ଟାସ୍ପ ଫୋର୍ସ ମାଧ୍ୟମରେ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ସହଯୋଗ ବୃଦ୍ଧି କରିବା ସକାଶେ ନୂତନ ଅକ୍ଷୟ ଶକ୍ତି ପ୍ରଯୁକ୍ତି ନିୟୋଜନ ପ୍ଲାଟଫର୍ମ (ଆରଇଟିଏପି) ବ୍ୟବହାର କରିବା ସକାଶେ ନିଜ ନିଜର ଇଚ୍ଛାକୁ ଦୋହରାଇଛନ୍ତି । ଉଭୟ ନେତା ଆମେରିକାରେ ଏହି ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ଏଥି ସହିତ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ୍ ଏବଂ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ମଧ୍ୟରେ ସହଯୋଗର ଏକ ନୂତନ  ବୁଝାମଣାପତ୍ର ସ୍ୱାକ୍ଷର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଏହାର ଉଦ୍ଦେଶ୍ୟ ହେଲା ବିବିଧ ଉପାୟର ଅକ୍ଷୟ ଶକ୍ତି ଉତ୍ସଗୁଡ଼ିକର ଉପଯୋଗ କରୁଥିବା ଅଧିକ ଉତ୍ତରଦାୟୀ ଏବଂ ସ୍ଥାୟୀ ଶକ୍ତି ବ୍ୟବସ୍ଥାକୁ ପ୍ରୋତ୍ସାହନ ଯୋଗାଇଦେବା ।

 

ମୂଲ୍ୟ ଶୃଙ୍ଖଳାରେ ରଣନୀତିକ ପ୍ରକଳ୍ପଗୁଡ଼ିକୁ ଲକ୍ଷ୍ୟକରି ଖଣିଜ ନିରାପତ୍ତା ସହଭାଗୀତା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ନିମନ୍ତେ ବିବିଧ ଏବଂ ସ୍ଥାୟୀ ଯୋଗାଣ ଶୃଙ୍ଖଳାର ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଦୁଇ ରାଷ୍ଟ୍ରର ଶୀର୍ଷ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଉଭୟ ନେତା ଆଗାମୀ ଆମେରିକା-ଭାରତ ବାଣିଜିକ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ନିମନ୍ତେ ଆଗ୍ରହ ବ୍ୟକ୍ତ କରିଛନ୍ତି ଏବଂ ଅଧିକ ବୈଷୟିକ ସହାୟତା ଏବଂ ଅଥିକ ବାଣିଜିକ ସହଯୋଗ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସ୍ଥାୟୀ ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ନିମନ୍ତେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ନିମନ୍ତେ ସଂକଳ୍ପ ଗ୍ରହଣ କରିଛନ୍ତି ।

 

ଆନ୍ତର୍ଜାତୀୟ ଶକ୍ତି କାର୍ଯ୍ୟକ୍ରମ ରାଜିନାମାର ବ୍ୟବସ୍ଥା ଅନୁଯାୟୀ ଆଇଇଏ ସଦସ୍ୟତା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ୨୦୨୩ ମସିହାରୁ ମିଳିତ ପ୍ରୟାସରେ ହୋଇଥିବା ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ ଜଣାଇଛନ୍ତି ।

 

ଦୁଇ ନେତା ଭାରତରେ ଅକ୍ଷୟ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍ ଏବଂ ଉଦୀୟମାନ ସ୍ୱଚ୍ଛ ପ୍ରଯୁକ୍ତିର ଉତ୍ପାଦନ ଏବଂ ବ୍ୟବହାରକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିଜ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଭାରତର ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି (ଏନଆଇଆଇଏଫ) ଏବଂ ଆମେରିକାର ଆନ୍ତର୍ଜାତୀୟ ଉନ୍ନୟନ ଫାଇନାନ୍ସ କର୍ପୋରେସନ ମଧ୍ୟରେ ସବୁଜ ପର୍ଯ୍ୟାନ୍ତରଣ ପାଣ୍ଠିକୁ ଆଗକୁ ଆଗେଇ ନେବା ନିମନ୍ତେ ୫୦୦ ନିୟୁତ ଡଲାର ପ୍ରଦାନ କରି ଜାରି ରହିଥିବା ଅଗ୍ରଗତିକୁ ସେମାନେ ସ୍ୱାଗତ ଜଣାଇଛନ୍ତି ଏବଂ ଘରୋଇ କ୍ଷେତ୍ରର ନିବେଶକମାନଙ୍କୁ ଏହି ପ୍ରୟାସରେ ସହଯୋଗ କରିବାକୁ ଉତ୍ସାହିତ କରିଛନ୍ତି । ଉଭୟ ପକ୍ଷ  ସବୁଜ ପର୍ଯ୍ୟାନ୍ତରଣ ପାଣ୍ଠିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦୃଢ଼ ଆଶା ପୋଷଣ କରିଛନ୍ତି ।

ଭବିଷ୍ୟତ ପିଢ଼ିର ସଶକ୍ତିକରଣ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଓ ବିକାଶକୁ ପ୍ରୋତ୍ସାହନ

ସ୍ତମ୍ଭ ତୃତୀୟ, ସ୍ତମ୍ଭ ଚତୁର୍ଥ ଏବଂ ସମୃଦ୍ଧି ନିମନ୍ତେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ଢାଞ୍ଚା (ଆଇପିଇଏଫ) ଉପରେ ବ୍ୟାପକ ଚୁକ୍ତି ସ୍ୱାକ୍ଷର ଏବଂ ଅନୁମୋଦନକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି ଯେ ଆଇପିଇଏଫ ଏହାର ସ୍ୱାକ୍ଷରକାରୀମାନଙ୍କ ଅର୍ଥନୀତିର ସ୍ଥିରତା, ସମାଯୋଜନ, ଅର୍ଥନୈତିକ ଅଭିବୃଦ୍ଧି, ନିରପେକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ଆଗକୁ ଆଗେଇ ନେବା ନିମନ୍ତେ ସେମାନଙ୍କର ପ୍ରୟାସ ଜାରି ରଖିବେ । ସେମାନେ ଏହି ପରିପ୍ରେକ୍ଷୀରେ ୧୪ ଗୋଟି ଆଇପିଇଏଫ ଅଂଶୀଦାରଙ୍କ ଅର୍ଥନୈତିକ ବିବିଧନା ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହାର ଫଳଶ୍ରୁତି ସ୍ୱରୂପ ବିଶ୍ୱ ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ୪୦ ପ୍ରତିଶତ ଏବଂ ବିଶ୍ୱ ସାମଗ୍ରୀ ଏବଂ ସେବା ବାଣିଜ୍ୟର ୨୮ ପ୍ରତିଶକୁ ପ୍ରତିନିଧିତ୍ୱ କରୁଛି ।

 

ରାଷ୍ଟ୍ରପତି ଯୋଶେଫ୍ ଆର. ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକବିଂଶ ଶତାବ୍ଦୀ ନିମନ୍ତେ ନୂତନ ଆମେରିକା–ଭାରତ ଔଷଧ ନୀତିର ଢାଞ୍ଚା ଏବଂ ଏଥି ସହିତ ହୋଇଥିବା ବୁଝାମଣାପତ୍ରକୁ ପ୍ରଶଂସା କରିଥିଲେ, ଯାହା ସିନ୍ଥେଟିକ୍ ଡ୍ରଗ୍ସ ଏବଂ ପୂର୍ବସୂତ୍ରୀ ରାସାୟନିକ ପଦାର୍ଥର ବେଆଇନ୍ ଉତ୍ପାଦନ ଏବଂ ଆନ୍ତର୍ଜାତିୟ ଚାଲାଣକୁ ରୋକିବା ଏବଂ ସାମଗ୍ରିକ ଭାବରେ ଜନସ୍ୱାସ୍ଥ୍ୟ ଭାଗିଦାରୀକୁ ନିବିଡ଼ କରିବା ନିମନ୍ତେ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

 

ଉଭୟ ନେତା ସିନ୍ଥେଟିକ୍ ଔଷଧର ସଫଳ ମୁକାବିଲା ନିମନ୍ତେ ବୈଶ୍ୱିକ ସହଯୋଗ ସ୍ଥାପନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଏବଂ ସମନ୍ୱିତ କାର୍ଯ୍ୟକ୍ରମ ମାଧ୍ୟମରେ ଜନସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ପାରସ୍ପରିକ ସହମତିପୂର୍ଣ୍ଣ ପଦକ୍ଷେପ ଗ୍ରହଣ ମାଧ୍ୟମରେ ସିନ୍ଥେଟିକ୍ ଔଷଧ ଏବଂ ସେଗୁଡ଼ିକରୁ ଭବିଷ୍ୟତରେ ମୁଣ୍ଡ ଟେକିବାକୁ ଥିବା ବିପଦର ମୁକାବିଲା ଦିଗରେ କାର୍ଯ୍ୟ କରିବାକୁ ସଂକେତ ପ୍ରଦାନ କରିଛନ୍ତି ।

 

ଉଭୟ ନେତା ୨୦୨୪ ମସିହା ଅଗଷ୍ଟ ମାସରେ ଅନୁଷ୍ଠିତ ପ୍ରଥମ ଆମେରିକା– ଭାରତ କର୍କଟ ରୋଗ ସମ୍ପର୍କୀତ ଆଲୋଚନାକୁ ପ୍ରଶଂସା କରିଛନ୍ତି ଏବଂ ଯେଉଁଭଳି କାର୍ଯ୍ୟପନ୍ଥା ଗ୍ରହଣ ଦ୍ୱାରା କର୍କଟ ରୋଗ ବିରୁଦ୍ଧରେ ଅଗ୍ରଗତିର ମାତ୍ରାକୁ ତ୍ୱରାନ୍ୱିତ କରାଯାଇ ପାରିବ ତାହାର ଗବେଷଣା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ଦେଶର ବିଶେଷଜ୍ଞମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଜଣାଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ଆରଓକେ., ଜାପାନ ଏବଂ ୟୁରୋପୀୟ ସଂଘ ମଧ୍ୟରେ ନିକଟରେ ଆରମ୍ଭ ହୋଇଥିବା ବାୟୋ-୫ ଭାଗିଦାରୀକୁ ଉଭୟ ନେତା ପ୍ରଶଂସା କରିଛନ୍ତି । ଏହା ଔଷଧ ଯୋଗାଣ ଶୃଙ୍ଖଳା ଉପରେ ଘନିଷ୍ଠ ସହଯୋଗକୁ ପ୍ରୋତ୍ସାହିତ କରେ । ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇଁ ସହଯୋଗ ବିସ୍ତାର କରିବା ସହିତ ମିଳିତ ବିଶ୍ୱ ସ୍ୱାସ୍ଥ୍ୟ ପ୍ରାଥମିକତାକୁ ଆଗକୁ ଅଗ୍ରସର କରାଇ ନେବା ନିମନ୍ତେ ଆମର ସଂଘବଦ୍ଧ ପ୍ରତିବଦ୍ଧତାକୁ ଦର୍ଶାଇ ଶିଶୁମାନଙ୍କ ନିମନ୍ତେ ହେକ୍ସାଭେଲାଣ୍ଟ୍ ଟିକାର ବିକାଶ ଘଟାଇବା ନିମନ୍ତେ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ୍ ଏକ ଭାରତୀୟ କମ୍ପାନୀ ପାନେସିଆ ବାୟୋଟେକକୁ ୫୦ ନିୟୁତ ଡଲାର ଋଣ ପ୍ରଦାନ କରାଯାଇଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

ବାଣିଜ୍ୟ ଏବଂ ରପ୍ତାନୀ ଅର୍ଥ, ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ ବାଣିଜ୍ୟ କାରବାର, ସବୁଜ ଅର୍ଥନୀତି ଏବଂ ବାଣିଜ୍ୟ ସୁବିଧା ଭଳି କ୍ଷେତ୍ରରେ ଦକ୍ଷତା ବିକାଶ କର୍ମଶାଳା ମାଧ୍ୟମରେ ବିଶ୍ୱ ବଜାରରେ ସେମାନଙ୍କର ଅଂଶଗ୍ରହଣରେ ଉନ୍ନତି ଘଟାଇ ଆମେରିକା ଏବା ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମେରିକା ଏବଂ କ୍ଷୁଦ୍ର ବ୍ୟବସାୟ ପ୍ରଶାସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଥିଲେ । ଏହି ବୁଝାମଣାପତ୍ରରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଦୁଇ ଦେଶର ମହିଳାଙ୍କ ମାଲିକାନାରେ ଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ମଧ୍ୟରେ ବ୍ୟାବସାୟିକ ଭାଗିଦାରୀକୁ ସୁଗମ କରିବା ନିମନ୍ତେ ସେମାନଙ୍କ ପାଇଁ ମିଳିତ କାର୍ଯ୍ୟକ୍ରମର ଆୟୋଜନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ୨୦୨୩ ମସିହା ଜୁନ୍ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ପରଠାରୁ ଉନ୍ନୟନ ଅର୍ଥ ନିଗମ ଭାରତୀୟ କ୍ଷୁଦ୍ର ବ୍ୟବସାୟକୁ ସମର୍ଥନ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆଠଗୋଟି ପ୍ରକଳ୍ପରେ ୧୭୭ ନିୟୁତ ଡଲାର ଅର୍ଥ ବିନିଯୋଗ କରିଥିବାରୁ ଦୁଇ ଦେଶର ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

ଜଳବାୟୁ – ସ୍ମାର୍ଟ କୃଷି, କୃଷି ଉତ୍ପାଦକତା ବୃଦ୍ଧି, କୃଷି ଉଦ୍ଭାବନ ଏବଂ ଫସଲ ପ୍ରତି ଥିବା ବିପଦରୁ ସୁରକ୍ଷା ଏବଂ କୃଷି ଋଣ ସମ୍ପର୍କୀତ ସର୍ବୋତ୍ତମ କାର୍ଯ୍ୟକ୍ରମକୁ ପରସ୍ପର ମଧ୍ୟରେ ବାଣ୍ଟିବା ଭଳି କ୍ଷେତ୍ରରେ ଆମେରିକାର କୃଷି ବିଭାଗ ଏବଂ ଭାରତର କୃଷି ଓ କୃଷକ କଲ୍ୟାଣ ବିଭାଗ ମଧ୍ୟରେ କୃଷି କ୍ଷେତ୍ରରେ ସହଯୋଗ ବଢ଼ାଇବା ନିଷ୍ପତ୍ତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ନିୟାମକ ପ୍ରସଙ୍ଗ ଏବଂ ଉଦ୍ଭାବନ ଉପରେ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷ ଘରୋଇ କ୍ଷେତ୍ର ସହିତ ସହଯୋଗ ବଢ଼ାଇବାକୁ ସହମତ ହୋଇଛନ୍ତି ।

ଏସିଆ ଏବଂ ଆଫ୍ରିକାରେ ଉଦୀୟମାନ ଡିଜିଟାଲ ଟେକ୍ନୋଲୋଜିର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ଆମେରିକା ସରକାରଙ୍କୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ଆମେରିକା-ଭାରତ ବୈଶ୍ୱିକ ଡିଜିଟାଲ ବିକାଶ ସହଭାଗିତାର ଆନୁଷ୍ଠାନିକ ଶୁଭାରମ୍ଭକୁ ଉଭୟ ନେତା ସ୍ୱାଗତ କରିଛନ୍ତି ଏବଂ ଭାରତୀୟ ଘରୋଇ କ୍ଷେତ୍ରର କମ୍ପାନିଗୁଡ଼ିକ ନିଜ ନିଜର ପ୍ରଯୁକ୍ତି ବିଦ୍ୟା ଏବଂ ସମ୍ବଳକୁ ଏହା ଜରିଆରେ ଏକତ୍ର କରିପାରିବେ ।

 

ବୈଶ୍ୱିକ ବିକାଶ ଆହ୍ୱାନର ମୁକାବିଲା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଭୟ ନେତା ଆମେରିକାର ସହଯୋଗ ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ୍ ଏବଂ ଭାରତର ଡେଭଲପମେଣ୍ଟ୍ ସହଭାଗିତା ପ୍ରଶାସନଙ୍କ ନେତୃତ୍ୱରେ ଏକ ତ୍ରିକୋଣୀୟ ବିକାଶ ଭାଗିଦାରୀ ମାଧ୍ୟମରେ ତାଞ୍ଜାନିଆ ସହିତ ଦୃଢ଼ ତ୍ରିପାକ୍ଷିକ ସହଯୋଗକୁ ମନ୍ତ୍ରଣାଳୟ ସ୍ୱାଗତ କରିଛି । ତାଞ୍ଜାନିଆରେ ଶକ୍ତି ଭିତ୍ତିଭୂମି ଏବଂ ଉପଲବ୍ଧତା ବୃଦ୍ଧି କରିବା ନିମନ୍ତେ ସୌର ଶକ୍ତି ସମେତ ଅନ୍ୟ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକୁ ଆଗକୁ ଆଗେଇ ନେବା, ଯାହା ଫଳରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶକ୍ତି ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଏହି ଭାଗିଦାରୀ ଗୁରୁତ୍ୱ ଆରୋପ କରେ ।  ବିଶେଷ ଭାବରେ ଡିଜିଟାଲ ସ୍ୱାସ୍ଥ୍ୟ ଏବଂ ନର୍ସ ତଥା ଅନ୍ୟାନ୍ୟ ଆଗ ଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି ସମେତ ପାରସ୍ପରିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ ବୈଷୟିକ କ୍ଷେତ୍ର ନିମନ୍ତେ ସ୍ୱାସ୍ଥ୍ୟ ସହଯୋଗ କ୍ଷେତ୍ରରେ ତ୍ରିକୋଣୀୟ ବିକାଶ ଭାଗିଦାରୀର ସମ୍ପ୍ରସାରଣର ଅନୁସନ୍ଧାନ କରିବାକୁ ଉଭୟ ପକ୍ଷ ଇଚ୍ଛା ପ୍ରକଟ କରିଛନ୍ତି ।

 

ଉଭୟ ନେତା ୨୦୨୪ ମସିହା ଜୁଲାଇ ମାସରେ ଏକ ଦ୍ୱିପାକ୍ଷିକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତି ସ୍ୱାକ୍ଷରକୁ ସ୍ୱୀକାର କରିଛନ୍ତି ଯାହା ସାଂସ୍କୃତିକ ସମ୍ପତ୍ତିର ବେଆଇନ୍ ଆମଦାନୀ, ରପ୍ତାନି ଏବଂ ହସ୍ତାନ୍ତରକୁ ରୋକିବା ଏବଂ ପ୍ରତିରୋଧ କରିବାର ଉପାୟ ଉପରେ ୧୯୭୦ ମସିହାରେ ସ୍ୱାକ୍ଷରିତ ଚୁକ୍ତିର କାର୍ଯ୍ୟକାରିତାକୁ ସମର୍ଥନ ଜଣାଏ । ଏହି ଚୁକ୍ତି ଉଭୟ ଦେଶର ବିଶେଷଜ୍ଞମାନଙ୍କର ଦୀର୍ଘ ବର୍ଷର ଅକ୍ଳାନ୍ତ ପରିଶ୍ରମର ସମାପ୍ତି ଏବଂ ଜୁନ୍ ୨୦୨୩ରେ ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ସମୟରେ ମିଳିତ ବିବୃତିରେ ଦର୍ଶାଯାଇଥିବା ସାଂସ୍କୃତିକ ଐତିହ୍ୟର ସୁରକ୍ଷା ନିମନ୍ତେ ସହଯୋଗ ସକାଶେ ଥିବା ପ୍ରତିବଦ୍ଧତାକୁ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ୨୦୨୪ ମସିହାରେ ଆମେରିକାରୁ ଭାରତକୁ ୨୯୭ ଜଣ ଭାରତୀୟ ପ୍ରାଚୀନ କଳାକୃତି ପ୍ରତ୍ୟାବର୍ତ୍ତନକୁ ଉଭୟ ନେତା ସ୍ୱାଗତ କରିଛନ୍ତି ।

 

ଉଭୟ ନେତା ରିଓ ଡି ଜେନେରିଓଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ନେତୃ ସମ୍ମିଳନୀ ନିମନ୍ତେ ମିଳିତ ପ୍ରାଥମିକତା ପୂରଣ କରିବା ପାଇଁ ଭାରତର ଉଚ୍ଚାକାଂକ୍ଷୀ ଜି-୨୦ ଅଧ୍ୟକ୍ଷତାକୁ ପ୍ରୋସାହିତ କରିବା ଲାଗି ଆଗ୍ରହ ପ୍ରକଟ କରିଛନ୍ତି । ଏଥିରେ ବୃହତ୍, ଉନ୍ନତ ଏବଂ ଅଧିକ ପ୍ରଭାବଶାଳୀ ଏମଡିବି ସାମିଲ ରହିଛି ଯେଉଁଥିରେ ବିକାଶଶୀଳ ଦେଶମାନଙ୍କୁ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସକାଶେ ବିଶ୍ୱ ବ୍ୟାଙ୍କର କ୍ଷମତା ବୃଦ୍ଧି କରିବା ନିମନ୍ତେ ନୂଆଦିଲ୍ଲୀଠାରେ ନେତୃବର୍ଗଙ୍କ ପ୍ରତିଶ୍ରୁତି ପାଳନ କରିବା ସାମିଲ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲର ଆବଶ୍ୟକତାକୁ ସ୍ୱୀକାର ପୂର୍ବକ, ଏକ ଅଧିକ ପୂର୍ବାନୁମାନଯୋଗ୍ୟ, ଶୃଙ୍ଖଳିତ, ସମୟବଦ୍ଧ ଏବଂ ସମନ୍ୱିତ ସାର୍ବଭୌମ ଋଣ ପୁନର୍ଗଠନ ପ୍ରକ୍ରିୟା, ଏବଂ ଋଣ ବୋଝ ବୃଦ୍ଧିକରି ଅର୍ଥାତ୍, ଉପଲବ୍ଧତା ବୃଦ୍ଧି କରି ଏବଂ ଦେଶ- ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିତ୍ତୀୟ ସ୍ଥାନ ସୃଷ୍ଟି କରି ବର୍ଦ୍ଧିତ ଋଣ ବୋଝ ମଧ୍ୟରେ ଆର୍ଥିକ ଆହ୍ୱାନର ସମ୍ମୁଖୀନ ହେଉଥିବା ବିକାଶଶୀଳ ଦେଶମାନଙ୍କ ପାଇଁ ଅଭିବୃଦ୍ଧିର ମାର୍ଗ ପ୍ରଶସ୍ତ କରିବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electronics exports cross $47 billion in 2025 on iPhone push

Media Coverage

India's electronics exports cross $47 billion in 2025 on iPhone push
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Visit of His Highness Sheikh Mohamed bin Zayed Al Nahyan, President of UAE to India
January 19, 2026
S.NoAgreements / MoUs / LoIsObjectives

1

Letter of Intent on Investment Cooperation between the Government of Gujarat, Republic of India and the Ministry of Investment of the United Arab Emirates for Development of Dholera Special Investment region

To pursue investment cooperation for UAE partnership in development of the Special Investment Region in Dholera, Gujarat. The envisioned partnership would include the development of key strategic infrastructure, including an international airport, a pilot training school, a maintenance, repair and overhaul (MRO) facility, a greenfield port, a smart urban township, railway connectivity, and energy infrastructure.

2

Letter of Intent between the Indian National Space Promotion and Authorisation Centre (IN-SPACe) of India and the Space Agency of the United Arab Emirates for a Joint Initiative to Enable Space Industry Development and Commercial Collaboration

To pursue India-UAE partnership in developing joint infrastructure for space and commercialization, including launch complexes, manufacturing and technology zones, incubation centre and accelerator for space start-ups, training institute and exchange programmes.

3

Letter of Intent between the Republic of India and the United Arab Emirates on the Strategic Defence Partnership

Work together to establish Strategic Defence Partnership Framework Agreement and expand defence cooperation across a number of areas, including defence industrial collaboration, defence innovation and advanced technology, training, education and doctrine, special operations and interoperability, cyber space, counter terrorism.

4

Sales & Purchase Agreement (SPA) between Hindustan Petroleum Corporation Limited, (HPCL) and the Abu Dhabi National Oil Company Gas (ADNOC Gas)

The long-term Agreement provides for purchase of 0.5 MMPTA LNG by HPCL from ADNOC Gas over a period of 10 years starting from 2028.

5

MoU on Food Safety and Technical requirements between Agricultural and Processed Food Products Export Development Authority (APEDA), Ministry of Commerce and Industry of India, and the Ministry of Climate Change and Environment of the United Arab Emirates.

The MoU provides for sanitary and quality parameters to facilitate the trade, exchange, promotion of cooperation in the food sector, and to encourage rice, food products and other agricultural products exports from India to UAE. It will benefit the farmers from India and contribute to food security of the UAE.

S.NoAnnouncementsObjective

6

Establishment of a supercomputing cluster in India.

It has been agreed in principle that C-DAC India and G-42 company of the UAE will collaborate to set up a supercomputing cluster in India. The initiative will be part of the AI India Mission and once established the facility be available to private and public sector for research, application development and commercial use.

7

Double bilateral Trade to US$ 200 billion by 2032

The two sides agreed to double bilateral trade to over US$ 200 billion by 2032. The focus will also be on linking MSME industries on both sides and promote new markets through initiatives like Bharat Mart, Virtual Trade Corridor and Bharat-Africa Setu.

8

Promote bilateral Civil Nuclear Cooperation

To capitalise on the new opportunities created by the Sustainable Harnessing and Advancement of Nuclear Energy for Transforming India (SHANTI) Act 2025, it was agreed to develop a partnership in advance nuclear technologies, including development and deployment of large nuclear reactors and Small Modular Reactors (SMRs) and cooperation in advance reactor systems, nuclear power plant operations and maintenance, and Nuclear Safety.

9

Setting up of offices and operations of UAE companies –First Abu Dhabi Bank (FAB) and DP World in the GIFT City in Gujarat

The First Abu Dhabi Bank will have a branch in GIFT that will promote trade and investment ties. DP World will have operations from the GIFT City, including for leasing of ships for its global operations.

10

Explore Establishment of ‘Digital/ Data Embassies’

It has been agreed that both sides would explore the possibility of setting up Digital Embassies under mutually recognised sovereignty arrangements.

11

Establishment of a ‘House of India’ in Abu Dhabi

It has been agreed in Principle that India and UAE will cooperate on a flagship project to establish a cultural space consisting of, among others, a museum of Indian art, heritage and archaeology in Abu Dhabi.

12

Promotion of Youth Exchanges

It has been agreed in principle to work towards arranging visits of a group of youth delegates from either country to foster deeper understanding, academic and research collaboration, and cultural bonds between the future generations.