କଣ୍ଢେଇ ଓ ଖେଳନା ପାଇଁ ସ୍ଥାନୀୟଭାବେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ନିମନ୍ତେ ତୁଣ୍ଡ ଖୋଲିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ତାଙ୍କର ମନ୍‌କୀ ବାତ୍‌ କାର୍ଯ୍ୟକ୍ରମ (30.08.2020) ସଂସ୍କରଣରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଏ ବିଷୟରେ ଗାନ୍ଧିନଗର ଶିଶୁ ବିଶ୍ୱବିଦ୍ୟାଳୟ, ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସହିତ ହୋଇଥିବା ତାଙ୍କର ଆଲୋଚନା ସଂପର୍କରେ ସେ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ମନ୍ତ୍ରଣାଳୟ ଓ ବିଶ୍ୱବିଦ୍ୟାଳୟ ସହିତ ଆମ ଦେଶର ପିଲାମାନଙ୍କ ପାଇଁ ସ୍ଥାନୀୟଭାବେ ନିର୍ମିତ ଉତ୍କୃଷ୍ଟ ଖେଳନା କିପରି ଉତ୍ପାଦିତ ହୋଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି । ଦେଶରେ ଖେଳନାର ଯଥେଷ୍ଟ ଚାହିଦା ଥିବାରୁ ଭାରତକୁ ଏକ ବୃହତ୍‌ କଣ୍ଢେଇ ହବ୍‌ରେ ପରିଣତ କରିବାକୁ ସେ ଆଗ୍ରହୀ । ଖେଳନା କେବଳ ଆମର କାର୍ଯ୍ୟକ୍ରମକୁ ବଢାଏ ନାହିଁ; ଏହା ମଧ୍ୟ ଆମ କଳ୍ପନାକୁ ଡେଣା ଲଗାଏ । ଏହା ମନୋରଂଜନ ପ୍ରଦାନ କରିବା ସହ ପିଲାଙ୍କ ମନକୁ ତିଆରି କରେ ଏବଂ କଳ୍ପନା ଯୋଗାଏ ।

ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଏକ କଣ୍ଢେଇ କାହାଣୀ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ଖେଳିଲାବେଳେ ଯେଉଁ ଶ୍ରେଷ୍ଠ ଅସଂପୂର୍ଣ୍ଣ କଣ୍ଢେଇଟିକୁ ସଂପୂର୍ଣ୍ଣ କରନ୍ତି ତାହା ସର୍ବୋତ୍ତମ । ଗୁରୁଦେବ କହୁଥିଲେ କଣ୍ଢେଇଗୁଡିକ ଏଭଳି ହେବା ଉଚିତ ଯାହା ଶିଶୁ ତା’ର ବାସ୍ତବ ପିଲାଦିନ ଓ କଳ୍ପନାକୁ ପ୍ରତିଫଳିତ କରିପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତିରେ ଶିଶୁଙ୍କ ଜୀବନର ବିଭିନ୍ନ ବିଭାଗରେ ଖେଳନାର ପ୍ରଭାବ କିପରି ଗୁରୁତ୍ୱପୂର୍ଣ୍ଣ ସେ ସଂପର୍କରେ ଆଲୋକପାତ କରାଯାଇଛି । କର୍ଣ୍ଣାଟକର ରାମନଗରମ୍‌ ଜିଲା ଅନ୍ତର୍ଗତ ଚନ୍ନାପାଟନା, ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର କୋଣ୍ଡାପଲ୍ଲୀ, ତାମିଲନାଡୁର ତାଞ୍ଜାବୁର, ଆସାମର ଧୁବରୀ, ଉତ୍ତର ପ୍ରଦେଶର ବାରାଣସୀ ଆଦି ସ୍ଥାନରେ ଅନେକ ଦକ୍ଷ ଓ ଅଭିଜ୍ଞ କଣ୍ଡେଇ କାରିଗର ଅଛନ୍ତି । ସେମାନଙ୍କ ପାଖରେ ଚମତ୍କାର ଖେଳନା ତିଆରିର କୌଶଳ ରହିଛି । ଏଥିପାଇଁ ଏସବୁ ସ୍ଥାନଗୁଡିକରେ କଣ୍ଡେଇ କ୍ଲଷ୍ଟରମାନ ବିକଶିତ କରାଯାଉଛି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱର କଣ୍ଢେଇ ବଜାରର ମୂଲ୍ୟ 7 ଲକ୍ଷ କୋଟି ଟଙ୍କା । ଏଥିରେ ଭାରତର ଅବଦାନ ନଗଣ୍ୟ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଶାଖାପାଣାର ପ୍ରମୁଖ ଖେଳନା ନିର୍ମାତା ଶ୍ରୀ ସି.ଭି. ରାଜୁଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଶ୍ରୀ ରାଜୁ ଚମତ୍କାର ମାନର ଏଟିକୋପ୍ପାକା ଖେଳନା ତିଆରି କରୁଛନ୍ତି । ଏହି ଖେଳନା ଏକଦା ବିସ୍ମୃତ ହୋଇଯାଇଥିଲା । ସେ ତାହାର ପୁନଃରୁଦ୍ଧାର କରିଛନ୍ତି । ଖେଳନା ଉଦ୍ୟୋଗର ବିକାଶ ପାଇଁ ଉଦ୍ୟୋଗୀମାନେ ମିଳିତଭାବେ କାମ କରିବା ସହ ଏ କ୍ଷେତ୍ରରେ ଭୋକାଲ ଫର୍‌ ଲୋକାଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି । କମ୍ପ୍ୟୁଟର ଗେମ୍‌ସର ଧାରା ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ଖେଳ ଆମ ଦେଶର ବିଚାର, ଆଦର୍ଶ ଓ ଇତିହାସକୁ ନେଇ ପ୍ରସ୍ତୁତ ହେବା ଉଚିତ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Putin credits PM Modi for growing Russia India trade in talks with EAM Jaishankar

Media Coverage

Putin credits PM Modi for growing Russia India trade in talks with EAM Jaishankar
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi