ଆଜି ନୂଆଦିଲ୍ଲୀଠାରେ 2018 ବ୍ୟାଚର 126 ଜଣ ଭାରତୀୟ ପୁଲିସ ସେବା (IPS) ଶିକ୍ଷାନବୀସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଶିକ୍ଷାନବୀସମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ଯୁବ ଅଧିକାରୀମାନଙ୍କୁ ଦେଶର କଲ୍ୟାଣ ପାଇଁ ସମର୍ପଣ ଭାବନା ନେଇ ନିରନ୍ତର ଭାବେ କାର୍ଯ୍ୟ କରିବା ଲାଗି ଅନୁପ୍ରାଣିତ କରିଥିଲେ ।

ସେବା ଓ ସମର୍ପଣ ଭାବନା ନେଇ ଦୈନନ୍ଦିନ କାର୍ଯ୍ୟ କରିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାଧାରଣ ନାଗରିକଙ୍କ ସହିତ ପୁଲିସ ବାହିନୀର ସୁସମ୍ପର୍କ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ଅଧିକାରୀଙ୍କୁ ପୁଲିସ ବାହିନୀ ବିଷୟରେ ଜନସାଧାରଣଙ୍କ ଦୃଷ୍ଟିକୋଣକୁ ବୁଝିବା ଆବଶ୍ୟକ ଏବଂ ପୁଲିସ ବାହିନୀକୁ ନାଗରିକ ଅନୁକୂଳ ତଥା ଗ୍ରହଣଯୋଗ୍ୟ କରିବା ଲାଗି କାମ କରିବା ଆବଶ୍ୟକ ।

ଆଇପିଏସ ଶିକ୍ଷାନବୀସମାନଙ୍କ ସହିତ ଏକ ବାର୍ତ୍ତାଳାପ ଅଧିବେଶନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୁଲିସର ଭୂମିକା ଅପରାଧ ରୋକିବା ପ୍ରତି କେନ୍ଦ୍ରିଭୂତ ହେବା ଆବଶ୍ୟକ । ଆଧୁନିକ ପୁଲିସ ବାହିନୀ ସୃଷ୍ଟି ଲାଗି ପ୍ରଯୁକ୍ତିର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ।

ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ପରିବର୍ତ୍ତନ ଏବଂ ସାମାଜିକ ପରିବର୍ତ୍ତନ ବାହକ ଭାବେ ପୁଲିସର ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । 2018 ବ୍ୟାଚରେ ଅଧିକ ସଂଖ୍ୟକ ମହିଳା ପୁଲିସ ଅଧିକାରୀ ସାମିଲ ହେବାକୁ ସେ ପ୍ରଶଂସା କରିଥିଲେ । ପୁଲିସ ବାହିନୀରେ ଅଧିକ ସଂଖ୍ୟକ ମହିଳା ରହିବା ଦ୍ୱାରା ପୁଲିସ ବ୍ୟବସ୍ଥା ସହିତ ରାଷ୍ଟ୍ର ନିର୍ମାଣ ଉପରେ ଉପରେ ବ୍ୟାପକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଅଧିକାରୀମାନଙ୍କୁ ଉତ୍ତମ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିଜ ଉପରେ ଭରସା ରଖିବା ଲାଗି ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଆତ୍ମବିଶ୍ୱାସ ଏବଂ ଆଭ୍ୟନ୍ତରୀଣ ସାମର୍ଥ୍ୟ ସହିତ ପେସାଗତ ତାଲିମ ଅଧିକାରୀମାନଙ୍କୁ ଦୈନନ୍ଦିନ ଆହ୍ୱାନର ମୁକାବିଲା କରିବା ଲାଗି ସମର୍ଥ କରିବ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future