ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆନୁମାନିକ ୨୬୧୪.୫୧ କୋଟି ଟଙ୍କା ବିନିଯୋଗରେ ଏସଜେଭିଏନ ଦ୍ୱାରା ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ ସୁନ୍ନି ନଦୀବନ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଭିତ୍ତିଭୂମି ବିକାଶ ପାଇଁ ଭାରତ ସରକାରଙ୍କ ୧୩.୮୦ କୋଟି ଟଙ୍କା ବଜେଟ ସହାୟତା ମଧ୍ୟ ସାମିଲ ରହିଛି । ଜାନୁୟାରୀ, ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୨୪୬ କୋଟି ଟଙ୍କା ସଂଚୟୀ ବ୍ୟୟ ପାଇଁ କାର୍ଯ୍ୟୋତ୍ତର ଅନୁମୋଦନ ମଧ୍ୟ ଦିଆଯାଇଛି ।

୨୬୧୪ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରକୃତ ବିନିଯୋଗ ୨୨୪୬.୪୦ କୋଟି ଟଙ୍କା, ନିର୍ମାଣାଧୀନ ସମୟର ସୁଧ (ଆଇଡିସି) ୩୫୮.୯୬ କୋଟି ଟଙ୍କା ଓ ବିତ୍ତପୋଷଣ ଶୁଳ୍କ (ଏଫସି) ୯.୧୫ କୋଟି ଟଙ୍କା ସାମିଲ ରହିଛି । ପରିବର୍ତ୍ତନ (ଅଧିକ/ପରିବର୍ତ୍ତିତ/ଅତିରିକ୍ତ ସାମଗ୍ରୀ) ପାଇଁ ଖର୍ଚ୍ଚର ସଂଶୋଧିତ ବିନିଯୋଗ ଅନୁମୋଦନ ଓ ନିର୍ମାଣକାରୀ ସମୟ ଅତିକ୍ରମ କରିବା ସ୍ଥଳେ ଅନୁମୋଦିତ ମୂଲ୍ୟ ୧୦ ପ୍ରତିଶତ ମଧ୍ୟରେ ସୀମିତ ରହିବ ।

ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏସଜେଭିଏନ ଦ୍ୱାରା ୩୮୨ ମେଗାୱାଟ ସୁନ୍ନି ନଦୀବନ୍ଧ ଏଚଇପି ନିର୍ମାଣ ସ୍ଥାନୀୟ ଯୋଗାଣକାରୀ/ସ୍ଥାନୀୟ ଉଦ୍ୟୋଗ/ଏମଏସଏମଇଗୁଡିକୁ ଅନେକ ଲାଭ ପ୍ରଦାନ କରିବ । ନିଯୁକ୍ତି ବୃଦ୍ଧି ବ୍ୟତୀତ ଦେଶରେ ଉଦ୍ୟମିତା ସୁଯୋଗକୁ ପ୍ରୋତ୍ସାହନ ମାଧ୍ୟମରେ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ସୁନିଶ୍ଚିତ ହେବ । ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବିଭିନ୍ନ ସୋପାନରେ ପ୍ରାୟ ୪ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-KISAN crosses ₹4.27 lakh crore disbursal, over 9.35 crore farmers benefit

Media Coverage

PM-KISAN crosses ₹4.27 lakh crore disbursal, over 9.35 crore farmers benefit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 25, 2026
March 25, 2026

PM Modi’s Blueprint for a Stronger India: Empowerment, Infrastructure & Economic Resilience in Action