ତାହା 2014 ର ଖରା ଦିନ ଥିଲା,ଯେତେବେଳେ ଦେଶବାସୀ ନିର୍ଣ୍ଣାୟକ ଭାବେ ମତ ଦେଇ ନିଜର ନିଷ୍ପତ୍ତି ସୁଣାଇଥିଲେ :

ପରିବାରତନ୍ତ୍ରକୁ ନାହିଁ ,ଲୋକତନ୍ତ୍ର ।

ବିନାଶକୁ ନାହିଁ ବିକାଶକୁ ଚୟନ ।

ଶିଥିଲତାକୁ ନାହିଁ ,ସୁରକ୍ଷାକୁ ଚୟନ।

ଅପରାଧକୁ ନାହିଁ ,ସୁଯୋଗକୁ ପ୍ରାଥମିକତା ଦେଇଥିଲେ ।

ଭୋଟ ବ୍ୟାଙ୍କର ରାଜନୀତିର ଉର୍ଦ୍ଧ୍ବରେ ବିକାଶର ରାଜନୀତି ରଖିଥିଲେ ।


2014 ରେ ଦେଶବାସୀ ଏହିକଥା ଉପରେ ବେସି ଦୁଃଖ ଥିଲେ ଯେ, ଆମ ସମସ୍ତଙ୍କ ପ୍ରିୟ ଭାରତ ଫ୍ରାଜିଲ ଫାଇଭ ଦେଶମାନଙ୍କ ମଧ୍ୟରେ କାହିଁକି ଅଛି ?କାହିଁକି କୌଣସି ସକାରତ୍ମକ ଖବର ଜାଗାରେ କେବଳ ଭ୍ରଷ୍ଟାଚାର,ପ୍ରିୟମାନଙ୍କୁ ଭୁଲ ଫାଇଦା ପହଞ୍ଚାଇବା ଏବଂ ଭାଇ-ଭାଇବାଦ ଭଳି ଖବର ହିଁ ହେଡଲାଇନ ହେଉଥିଲା ।


ସେତେବେଳେ ସାଧାରଣ ନିର୍ବାଚନରେ ଦେଶବାସୀ ଭ୍ରଷ୍ଟାଚାରରେ ବୁଡ଼ିଥିବା ସେହି ସରକାରଙ୍କ ଠାରୁ ମୁକ୍ତି ପାଇବା ଏବଂ ଏକ ଉନ୍ନତ ଭବିଷ୍ୟ ପାଇଁ ମତଦାନ କରିଥିଲେ ।
ବର୍ଷ 2014 ର ଜନାଦେଶ ଐତିହାସିକ ଥିଲା । ଭାରତର ଇତିହାସରେ ପ୍ରଥମଥର ଅଣ ବଂଶବାଦୀ ଦଳକୁ ପୂର୍ଣ୍ଣ ବହୁମତ ମିଳିଥିଲା ।

ଯେତେବେଳେ କୌଣସି ସରକାର 'ଫାମିଲି ଫାଷ୍ଟ' ବଦଳେ 'ଇଣ୍ଡିଆ ଫାଷ୍ଟ' ଅର୍ଥାତ ପରିବାର ପ୍ରଥମ ବଦଳେ ଭାରତ ପ୍ରଥମର ଭାବନାର ସହିତ ଚାଲେ ତୋ ଏହା ତାଙ୍କର କାମରେ ମଧ୍ୟ ଦେଖା ଯାଏ ।

ଏହା ଆମ ସରକାରଙ୍କ ନୀତି ଏବଂ କାର୍ଯ୍ୟର ପ୍ରଭାବ ଯେ ଗତ ପାଞ୍ଚ ବର୍ଷରେ , ଭାରତ ବିଶ୍ୱର ଶୀର୍ଷ ଅର୍ଥବ୍ୟବସ୍ଥାରେ ସାମିଲ ହୋଇଯାଇଛି ।


ଆମ ସରକାରଙ୍କ ଦୃଢ଼ ସଂକଳ୍ପର ଫଳାଫଳ ଯେ ,ଆଜି ଭାରତ ସ୍ୱଚ୍ଛତା କଭରେଜରେ ଅଭୂତପୂର୍ବ ସଫଳତା ହାସଲ କରିଛି । 2014 ରେ ଯେଉଁଠି ସ୍ୱଚ୍ଛତାର ପରିସର ପାଖାପାଖି 38% ଥିଲା ,ତାହା ଆଜି ବୃଦ୍ଧି ଘଟି 98% ହୋଇଯାଇଛି । ଆମ ସରକାରଙ୍କ ପ୍ରୟାସରୁ ହିଁ ପ୍ରତିଟି ଗରିବଙ୍କ ପାଖେ ବ୍ୟାଙ୍କ ଖାତା ଅଛି । ଆବଶ୍ୟକକାରୀଙ୍କୁ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଋଣ ମିଳିଛି। ଭବିଷ୍ୟର ଆବଶ୍ୟକତାକୁ ଦେଖି ଭିତ୍ତିଭୂମିର ନିର୍ମାଣ କରାଯାଇଛି । ବାସହୀନଙ୍କୁ ଘର ଉପଲବ୍ଧ କରାଯାଇଛି । ଗରିବଙ୍କୁ ମୁକ୍ତ ଚିକିତ୍ସା ସୁବିଧା ମିଳିଛି ଏବଂ ରୋଜଗାରର ସୁଯୋଗ ମିଳିଛି ।

ଆଜି ପ୍ରତିଟି କ୍ଷେତ୍ରରେ ହୋଇଥିବା ମୌଳିକ ପରିବର୍ତନର ଅର୍ଥ ଏହା ଯେ ଦେଶରେ ଏକ ଏଭଳି ସରକାର ଅଛନ୍ତି ,ଯାହାଙ୍କ ପାଇଁ ଦେଶର ସଂସ୍ଥାନଗୁଡ଼ିକ ସର୍ବୋପରି ଅଛି ।

ଭାରତ ଦେଖିଛି ଯେ ଯେବେ ମଧ୍ୟ ବଂଶବାଦୀ ରାଜନୀତି ପ୍ରଭାବଶାଳୀ ହୋଇଛି ତୋ ସେମାନେ ଦେଶର ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବାର କାମ କରିଛନ୍ତି ।

ସଂସଦ :

16ତମ ଲୋକସଭାର ମୋଟ ଉତ୍ପାଦକତା ଉନ୍ନତ ଭାବେ 85% ରହିଛି, ଯାହା 15ତମ ଲୋକସଭାରୁ ବହୁତ ଅଧିକ ।

ସେଇଠି 2014 ରୁ 2019 ମଧ୍ୟରେ ରାଜ୍ୟସଭା ଉତ୍ପାଦକତା 68% ରହିଛି ।

ଅନ୍ତରୀଣ ବଜେଟ ଅଧିବେଶନରେ ଲୋକସଭାର ଉତ୍ପାଦକତା ଯେଉଁଠି 89% ରହିଛି ,ସେଇଠି ଅନ୍ୟପକ୍ଷରେ ରାଜ୍ୟସଭାରେ ପାଖାପାଖି 8% ଦେଖାଯାଇଛି ।

ଉଭୟ ସଦନର ଉତ୍ପାଦକତାର ଏହି ପରିସଂଖ୍ୟାନର କ'ଣ ଅର୍ଥ ଅଛି ,ଏହାକୁ ଦେଶ ଭଲ ଭାବେ ଜାଣେ । ଏହା ସ୍ପଷ୍ଟ ହୋଇଯାଉଛି ଯେ, ଯେବେ ବି କୌଣସି ଅଣ ବଂଶବାଦୀ ଦଳର ସଂଖ୍ୟା ସଦନରେ ଅଧିକ ହେଉଛି ତୋ ସେଥିରେ ସ୍ୱାଭାବିକ ଭାବେ ଅଧିକ କାମ କରିବାର ପ୍ରବୃତି ହୁଏ ।

ଦେଶବାସୀଙ୍କୁ ଏହା ପଚାରିବା ଉଚିତ ଯେ, ପ୍ରକୃତରେ ରାଜ୍ୟସଭା ସେତିକି କାମ କାହିଁକି କରିନାହିଁ , ଯେତିକି ଲୋକସଭାରେ ହୋଇଛି ? ସେମାନେ କେଉଁ ଶକ୍ତି ଥିଲେ ,ଯେଉଁମାନେ ସଦନ ଭିତରେ ଏତେ ହଙ୍ଗମା କରିଛନ୍ତି ଏବଂ କାହିଁକି ?

ପ୍ରେସ ଏବଂ ଅଭିବ୍ୟକ୍ତି:

ବଂଶବାଦକୁ ପ୍ରୋତ୍ସାହନ ଦେଉଥିବା ଦଳଗୁଡ଼ିକ କେବେ ମଧ୍ୟ ସ୍ୱତନ୍ତ୍ର ଏବଂ ନିର୍ଭୀକ ପତ୍ରକାରିତାଙ୍କ ସହିତ ସ୍ୱାଭାବିକ ରହିନାହାନ୍ତି । କୌଣସି ଆଶ୍ଚର୍ଯ୍ୟର କଥା ନାହିଁ ଯେ, କଂଗ୍ରେସ ସରକାର ଦ୍ୱାରା ଅଣାଯାଇଥିବା ସବୁଠୁ ପ୍ରଥମ ସାମ୍ବିଧାନିକ ସଂଶୋଧନ ଫ୍ରି ସ୍ପିଚ ଉପରେ ରୋକ ଲଗାଇବା ପାଇଁ ଥିଲା । ଫ୍ରି ପ୍ରେସର ପରିଚୟ ଏହା ଯେ ସେମାନେ ସତ୍ତାକୁ ସତ ଦର୍ପଣ ଦେଖାଇଛନ୍ତି, କିନ୍ତୁ ତାହାକୁ ଅଶ୍ଳୀଳ ଏବଂ ଅସଭ୍ୟର ପରିଚୟ ଦେବାର ପ୍ରୟାସ କରାଯାଇଛି ।

ୟୁପିଏର ଶାସନକାଳରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି,ଯେତେବେଳେ ସେମାନେ ଏକ ଏଭଳି ଆଇନ ନେଇ ଆସିଥିଲେ, ଯାହା ମୁତାବକ ଯଦି ଆପଣ କିଛି ମଧ୍ୟ 'ଅପମାନଜନକ ' ପୋଷ୍ଟ କରିଦିଅନ୍ତି ତୋ ଆପଣଙ୍କୁ ଜେଲରେ ମାଡ଼ିଦିଆଯିବ ।

ୟୁପିଏର ଶକ୍ତିଶାଳୀ ମନ୍ତ୍ରୀମାନଙ୍କ ପୁଅ ବିରୋଧରେ ଏକ ଟ୍ୱିଟ ମଧ୍ୟ ନିର୍ଦୋଷ ମଣିଷକୁ ଜେଲ ଭିତରେ ପକାଯାଉଥିଲା ।

କିଛି ଦିନ ପୂର୍ବରୁ ହିଁ ଦେଶ ସେହି ଭୟର ଛାୟାକୁ ମଧ୍ୟ ଦେଖିଛନ୍ତି , ଯେତେବେଳେ କିଛି ଯୁବାଙ୍କୁ କର୍ଣ୍ଣାଟକରେ ଏକ କାର୍ଯ୍ୟକ୍ରମ ଅବସରରେ ନିଜର ଭାବନାକୁ ବ୍ୟକ୍ତ କରିବା ଯୋଗୁ ଗିରଫ କରାଯାଇଥିଲା,
ଯେଉଁଠି କଂଗ୍ରେସ ସତ୍ତାରେ ଅଛି ।

କିନ୍ତୁ, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ କୌଣସି ମଧ୍ୟ ପ୍ରକାରର ଧମକରୁ ପ୍ରାଥମିକ ସ୍ତରର ସତ୍ୟତା ପରିବର୍ତ୍ତନ ହୋଇପାରିବ ନାହିଁ । ଯଦି ସେମାନେ ଜବରଦସ୍ତ ଅଭିବ୍ୟକ୍ତିର ସ୍ବତନ୍ତ୍ରତାକୁ ରୋକିବାକୁ ପ୍ରୟାସ କରିବେ ,ତେବେ ମଧ୍ୟ କଂଗ୍ରେସ କୁ ନେଇ ଲୋକମାନଙ୍କ ଧାରଣା ପରିବର୍ତ୍ତନ ହେବନାହିଁ ।

ସମ୍ବିଧାନ ଏବଂ ନ୍ୟାୟାଳୟ :

25 ଜୁନ ,1975 ର ସନ୍ଧ୍ୟା ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଥିଲା, ତୋ ଏହା ସହିତ ହିଁ ଭାରତର ଗଣତାନ୍ତ୍ରିକ ମୁଲ୍ୟର ମଧ୍ୟ ବିଦାୟ ଦିଆଯାଇଥିଲା ।

ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୀଘ୍ରତାରେ ଦିଆଯାଇଥିବା ରେଡ଼ିଓ ସମ୍ବୋଧନକୁ ଶୁଣିବେ ତୋ ସ୍ପଷ୍ଟ ହୁଏ ଯେ କଂଗ୍ରେସ ଏକ ବଂଶ ର ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ପାର୍ଯ୍ୟନ୍ତ ଯାଇପାରେ ।

ଜରୁରୀକାଳୀନ ଦେଶ କୁ ରାତାରାତି ଜେଲର କଠୋରିରେ ପରିବର୍ତ୍ତନ କରିଦେଲା । ଏପରିକି କିଛି କହିବା ମଧ୍ୟ ଅପରାଧ ହୋଇଗଲା ।

42ତମ ସମ୍ବିଧାନ ସଂଶୋଧନ ଜରିଆରେ ଅଦାଲତ ଉପରେ ଅଙ୍କୁଶ ଲଗାଇ ଦିଆଗଲା । ସାଥିରେ ସଂସଦ ଏବଂ ଅନ୍ୟ ସଂସ୍ଥାନମାନଙ୍କୁ ମଧ୍ୟ ରକ୍ଷା କରଗଲାନାହିଁ ।

ଜନତାଙ୍କ ଭାବନକୁ ଦେଖି ଏହି ଜରୁରୀକାଳୀନକୁ ତୋ ସମାପ୍ତ କରିଦିଆଗଲା,କିନ୍ତୁ ଏହି ପିଢ଼ା ପହଞ୍ଚାଇଥିବା ଲୋକମାନଙ୍କ ସମ୍ବିଧାନ ବିରୋଧୀ ମାନସିକତା ପରିବର୍ତ୍ତନ ହୋଇନାହିଁ । କଂଗ୍ରେସ ଅନୁଛେଦ 356 ର ପାଖାପାଖି ଶହେ ଥର ବ୍ୟବହାର କରିଛି । କେବଳ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହିଁ ପାଖାପାଖି 50 ଥର ଏଭଳି କରିଥିଲେ ।
ଯଦି ସେମାନଙ୍କୁ କୌଣସି ରାଜ୍ୟ ସରକାର ଅବା ନେତା ପସନ୍ଦ ଆସୁନଥିଲା ,ତୋ ସରକାରଙ୍କୁ ହିଁ ବରଖାସ୍ତ କରିଦିଆଯାଉଥିଲା ।

ଅଦାଲତର ଅବମାନନା କରିବାରେ ତୋ କଂଗ୍ରେସ ଶ୍ରେଷ୍ଠତା ହାସଲ କରିଛି । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହିଁ ଥିଲେ, ଯିଏ "ପ୍ରତିବଦ୍ଧତା ନ୍ୟାୟପାଳିକା" ଚାହୁଁଥିଲେ ।
ସେ ଚାହୁଁଥିଲି ଯେ ଅଦାଲତ ସମ୍ବିଧାନର ଜାଗାରେ ଏକ ପରିବାର ପ୍ରତି କର୍ତବ୍ୟନିଷ୍ଠ ରହୁ ।

'ପ୍ରତିବଦ୍ଧତା ନ୍ୟାୟପାଳିକା' ର ଏହି ଚାହିଁବାରେ କଂଗ୍ରେସ ଭାରତର ଚିଫ ଜଷ୍ଟିସ ଅଫ ଇଣ୍ଡିଆର ନିଯୁକ୍ତି କରିବା ସମୟରେ କୌଣସି ସମ୍ମାନିତ ଜର୍ଜମାନଙ୍କ ଅଣଦେଖା କରିଥିଲା ।

କଂଗ୍ରେସର କାମ କରିବାର ପ୍ରକ୍ରିୟା ଏକଦମ ସ୍ପଷ୍ଟ -ପ୍ରଥମେ ଖଣ୍ଡନ କରିବା ,
ପୁଣି ଅପମାନିତ କର ଏବଂ ଏହାପରେ ଧମକ ଦିଅ । ଯଦି କୌଣସି ନ୍ୟାୟିକ ନିଷ୍ପତ ତାଙ୍କ ବିରୋଧରେ ଯାଏ , ତୋ ,ସେମାନେ ଏହି ପଦକ୍ଷେପକୁ ଖଣ୍ଡନ କରନ୍ତି ,ପୁଣି ଜର୍ଜଙ୍କୁ ବଦନାମ କରନ୍ତି ଏବଂ ଏହାପରେ ଜର୍ଜଙ୍କ ବିରୋଧରେ ମହାଭିଯୋଗ ଆଣିବାରେ ଲାଗିପଡ଼ନ୍ତି ।

ସରକାରୀ ସଂସ୍ଥାନ:

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିଜର ଏକ ଟିପ୍ପଣୀରେ ଯୋଜନା ଆୟୋଗକୁ 'ଜୋକରମାନଙ୍କ ସମୂହ ' ବୋଲି କହିଥିଲେ । ସେହି ସମୟ ଯୋଜନା ଆୟୋଗର ଉପାଧ୍ୟକ୍ଷ ଡ଼ ମନମୋହନ ସିଂହ ଥିଲେ ।

ତାଙ୍କର ଏହି ଟିପ୍ପଣୀରୁ ସ୍ପଷ୍ଟ ଜଣାପଡୁଛି ଯେ କଂଗ୍ରେସ ସରକାରୀ ସଂସ୍ଥାନମାନଙ୍କ ପ୍ରତି କେଉଁ ପ୍ରକାରର ବିଚାର ରଖୁଛି ଏବଂ କିପରି ବ୍ୟବହାର କରୁଛି ।

ୟୁପିଏ ଶାସନ କାଳକୁ ମନେ ପକାନ୍ତୁ, ସେହି ସମୟରେ କଂଗ୍ରେସ ସିଏଜି ଉପରେ କେବଳ ଏଥିପାଇଁ ପ୍ରଶ୍ନ ଉଠାଇଥିଲା ,କାରଣ ତାହା କଂଗ୍ରେସ ସରକାରଙ୍କ 2ଜି ଘୋଟଲା, କୋଇଲା ଘୋଟଲା ଭଳି ଭ୍ରଷ୍ଟାଚାରକୁ ଉଜାଗର କରିଥିଲା ।

ୟୁପିଏ ଶାସନ ସମୟରେ ସିବିଆଇ କଂଗ୍ରେସ ବ୍ୟୁର ଅଫ ଇନଭେଷ୍ଟିଗେସନ ହୋଇ ରହିଯାଇଥିଲା -ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏହାର ବାରମ୍ବାର ଦୁରୂପଯୋଗ କରାଯାଇଛି ।

ଆଇବି ଏବଂ ଆରଏଡବ୍ଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନରେ ଜାଣିଶୁଣି ଚାପ ସୃଷ୍ଟି କରାଯାଇଛି ।

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଦ୍ୱାରା ନିଆଯାଇଥିବା ନୀତିଗତ ନିର୍ଣ୍ଣୟକୁ ଏକ ଏଭଳି ବ୍ୟକ୍ତି ଫାଡ଼ି ଦେଇଥିଲେ, ଯିଏ କେବିନେଟର ସଦସ୍ୟ ମଧ୍ୟ ନଥିଲେ ଏବଂ ତାହା ମଧ୍ୟ ଏକ ପ୍ରେସ କନ୍ଫରେନ୍ସ ସମୟରେ ।

ଏନଏସି ଅର୍ଥାତ ରାଷ୍ଟ୍ରୀୟ ପରାମର୍ଶଦାତ ପରିଷଦକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅନୁରୂପ ଛିଡ଼ା କରିଦିଆଯାଇଥିଲା । ଏବଂ ସେହି କଂଗ୍ରେସ ଆଜି ସଂସ୍ଥାନଗୁଡ଼ିକର କଥା କହୁଛି !

ଏତିକି ହିଁ ନାହିଁ,ଟିକିଏ ମନେ ପକାନ୍ତୁ,1990 ଦଶକରେ କେରଳ କଂଗ୍ରେସ ର ରାଜନୈତିକ ଲାଭ ପାଇଁ ଦେଶର ପ୍ରମୁଖ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ
ରେ ଏକ କାଳ୍ପନିକ ଅନୁସନ୍ଧାନ କାଣ୍ଡର କାହାଣୀ ଗଠନ କରାଯାଇଥିଲା ।
ସେମାନଙ୍କୁ ଏଥିରେ କୌଣସି ପ୍ରଭାବ ପଡ଼ିନଥିଲା ଯେ ଏହାର ପରିଣାମ ଏକ ପ୍ରତିଭାଶାଳୀ ବୈଜ୍ଞାନିକ ଏବଂ ଦେଶକୁ ସହିବାକୁ ପଡ଼ିଥିଲା ।

ସଶସ୍ତ୍ର ବଳ:

କଂଗ୍ରେସ ସର୍ବଦା ପ୍ରତିରକ୍ଷା କ୍ଷେତ୍ରକୁ ଆୟର ଏକ ଉତ୍ସ ଭାବେ ଦେଖିଆସିଛି । ଏହି କାରଣ ଯୋଗୁ ଆମର ସଶସ୍ତ୍ର ବଳକୁ କେବେ ମଧ୍ୟ କଂଗ୍ରେସଠାରୁ ସେହି ସମ୍ମାନ ମିଳିନାହିଁ ,ଯାହା ସେମାନେ ଅଧିକାର ଥିଲା ।


1947 ପରେ ହିଁ କଂଗ୍ରେସ ପ୍ରତିଟି ସରକାରରେ ପ୍ରକାର ପ୍ରକାରର ପ୍ରତିରକ୍ଷା ଘୋଟଲା ହେଇଚାଲିଥିଲା । ଘୋଟଲାର ସେମାନଙ୍କ ଆରମ୍ଭ ଜିପରେ ହୋଇଥିଲା ,ଯାହା ତୋପ,ବୁଢ଼ାଯାହାଜ ଏବଂ ହେଲିକେପ୍ଟର ପହଂଚି ଯାଇଥିଲା ।

ଏଥିରେ ପ୍ରତିଟି ମଧ୍ୟସ୍ଥଜନ ଏକ ବିଶେଷ ପରିବାର ସହିତ ଜଡ଼ିତ ଅଛି।

ମନେ ପକାନ୍ତୁ, କଂଗ୍ରେସର ଜଣେ ବଡ଼ ନେତା ଯେତେବେଳେ ସେନାର ପ୍ରମୁଖଙ୍କୁ ଗୁଣ୍ଡା କହିଲେ ତୋ ,ତା'ପରେ ଦଳରେ ତାଙ୍କର ପୋଷ୍ଟ ବଢ଼ାଇଦେଲେ । ଏଥିରୁ ଜଣାପଡୁଛି ଯେ ଆମ ସେନାଙ୍କ ପ୍ରତି ମଧ୍ୟ ସେମାନେ କିଭଳି ତିରସ୍କାରର ଭାବନା ରଖୁଛନ୍ତି ।

ଯେତେବେଳେ ଆମର ସେନା ଆତଙ୍କୀ ଏବଂ ସେମାନଙ୍କ ସଂରକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି,ତୋ କଂଗ୍ରେସର ନେତା ରାଜନୈତିକ ନେତୃତ୍ୱ ଉପରେ 'ରକ୍ତର ଦଲାଲୀ' ର ଆରୋପ ଲଗାଉଛନ୍ତି ।

ଯେତେବେଳେ ଆମ ବାୟୁସେନାର ଯବାନମାନେ ଆତଙ୍କୀ ଉପରେ ଆକ୍ରମଣ କରନ୍ତି,ତୋ କଂଗ୍ରେସ ସେମାନଙ୍କ ଶକ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି ।

କଂଗ୍ରେସରେ ଆଭ୍ୟନ୍ତରୀଣ ଲୋକତନ୍ତ୍ରର ଅଭାବ :

ରାଜନୈତିକ ଦଳ ସେହି ଜୀବନ୍ତ ସଂସ୍ଥା ଭଳି ହୁଏ,ଯେଉଁଠି ଭିନ୍ନ ଭିନ୍ନ ବିଚାରଗୁଡ଼ିକର ସମ୍ମାନ ହୁଏ । କିନ୍ତୁ ଦୁଃଖର କଥା ଯେ କଂଗ୍ରେସର ଆଭ୍ୟନ୍ତରୀଣ ଲୋକତନ୍ତ୍ରରେ କୌଣସି ବିଶ୍ୱାସ ହିଁ ନାହିଁ ।

ଯଦି କୌଣସି ନେତା ଦଳର ଅଧ୍ୟକ୍ଷ ହେବାର ମଧ୍ୟ ସ୍ୱପ୍ନ ମଧ୍ୟ ଦେଖନ୍ତି, ତୋ କଂଗ୍ରେସରେ ତାଙ୍କୁ ତୁରନ୍ତ ବାହାରର ରାସ୍ତା ଦେଖାଇ ଦିଆଯାଏ ।

ଏକ ସାଧାରଣ ଆଇନ ପ୍ରକ୍ରିୟାରେ ମଧ୍ୟ ସେମାନଙ୍କ ବ୍ୟବହାରରେ ଅହଂକାର ଏବଂ ଅଧିକାରର ଭାବନା ଦେଖାଯାଉଛି ।
ବର୍ତ୍ତମାନରେ ସେମାନଙ୍କ ଶୀର୍ଷ ନେତୃତ୍ୱ ବଡ଼ ବଡ଼ ଘୋଟଲାରେ ଜାମିନରେ ଅଛନ୍ତି ।
ଯେବେ ମଧ୍ୟ କୌଣସି ଅଥୋରିଟି ଘୋଟଲା ପ୍ରସଙ୍ଗ ପ୍ରଶ୍ନ ପଚାରନ୍ତି ,ତୋ ସେମାନେ ଉତ୍ତର ଦେବା ମଧ୍ୟ ଉଚିତ ବୋଲି ବିଚାର କରୁନାହାନ୍ତି ।

କାହିଁକି ସେହି ଲୋକେ ଉତ୍ତରଦାୟୀରେ ଭୟଭୀତ ହୋଇଛନ୍ତି ?

ଟିକିଏ ଦେଖନ୍ତୁ:

ପ୍ରେସ ରୁ ନେଇ ସଂସଦ ପର୍ଯ୍ୟନ୍ତ ।

ଯବାନଙ୍କ ଠୁ ନେଇ ମୁକ୍ତ ଭାଷଣ ପର୍ଯ୍ୟନ୍ତ ।

ସମ୍ବିଧାନ ରୁ ନେଇ କୋର୍ଟ ପର୍ଯ୍ୟନ୍ତ ।

ସଂସ୍ଥାଗୁଡ଼ିକୁ ଅପମାନିତ କରିବା କଂଗ୍ରେସ ର ପ୍ରକ୍ରିୟା ହୋଇଛି ।

ସେମାନଙ୍କ ଭାବନା ଏହା ଯେ ସମସ୍ତେ ଭୁଲ,ଏବଂ କେବଳ କଂଗ୍ରେସ ଠିକ । ଅର୍ଥାତ 'ଖାତା ନା ବହି,ଯାହା କଂଗ୍ରେସ କହେ,ତାହା ସହି '।

ଯେତେବେଳେ ମଧ୍ୟ ଆପଣ ଭୋଟ ଦେବାକୁ ଯିବେ,ଅତୀତକୁ ପୁଣିଥରେ ଅବଶ୍ୟ ସ୍ମରଣ କରନ୍ତୁ ଯେ, କେଉଁ ଭଳି ଭାବେ ଗୋଟିଏ ପରିବାର ସତ୍ତାର ଲାଳସାରେ ଚାଲି ଦେଶକୁ ଅଧିକ ଦେବାକୁ ପଡ଼ିଛି ।

ଯେତେବେଳେ ସେମାନେ, ସର୍ବଦା ହିଁ ଦେଶକୁ ବାଜୀ ଲଗାଇଛନ୍ତି ତୋ ଏହା ଧାର୍ଯ୍ୟ କି ଏବେ ମଧ୍ୟ ସେମାନେ ଏଭଳି ହିଁ କରିବେ ।

ମନେ ରଖନ୍ତୁ ,ଯଦି ଆମେ ନିଜର ସ୍ୱତନ୍ତ୍ରତା ବଜାୟୀ ରଖିବାକୁ ଚାହୁଁଛନ୍ତି ତୋ ଆମକୁ ପ୍ରତିଟି ମୁହୂର୍ତ୍ତରେ ସତର୍କ ରହିବାକୁ ହେବ ।

ଆସନ୍ତୁ,ଆମେ ସଜାଗ-ସତର୍କ ହେବା । ଆମର ସମ୍ବିଧାନ ନିର୍ମତା ଯେଉଁ ସାମ୍ବିଧାନିକ ସଂସ୍ଥା ଆମକୁ ଦେଇଛନ୍ତି, ତାହାକୁ ଆହୁରି ମଜବୁତ କରିବା ପାଇଁ ସଂକଳ୍ପ କରିବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why The SHANTI Bill Makes Modi Government’s Nuclear Energy Push Truly Futuristic

Media Coverage

Why The SHANTI Bill Makes Modi Government’s Nuclear Energy Push Truly Futuristic
NM on the go

Nm on the go

Always be the first to hear from the PM. Get the App Now!
...
Your Money, Your Right
December 10, 2025

During my speech at the Hindustan Times Leadership Summit a few days ago, I shared some startling facts:

Indian banks are holding Rs. 78,000 crore of unclaimed money belonging to our own citizens.

Insurance companies have nearly Rs. 14,000 crore lying unclaimed.

Mutual fund companies have around Rs. 3,000 crore and dividends worth Rs. 9,000 crore are also unclaimed.

These facts have startled a lot of people.

Afterall, these assets represent the hard-earned savings and investments of countless families.

In order to correct this, the आपकी पूंजी, आपका अधिकार - Your Money, Your Right initiative was launched in October 2025.

The aim is to ensure every citizen can reclaim what is rightfully his or hers.

To make the process of tracing and claiming funds simple and transparent, dedicated portals have also been created. They are:

• Reserve Bank of India (RBI) – UDGAM Portal for unclaimed bank deposits & balances: https://udgam.rbi.org.in/unclaimed-deposits/#/login

• Insurance Regulatory and Development Authority of India (IRDAI) – Bima Bharosa Portal for unclaimed insurance policy proceeds: https://bimabharosa.irdai.gov.in/Home/UnclaimedAmount

• Securities and Exchange Board of India (SEBI) – MITRA Portal for unclaimed amounts in mutual funds: https://app.mfcentral.com/links/inactive-folios

• Ministry of Corporate Affairs, IEPFA Portal for Unpaid dividends & unclaimed shares: https://www.iepf.gov.in/content/iepf/global/master/Home/Home.html

I am happy to share that as of December 2025, facilitation camps have been organised in 477 districts across rural and urban India. The emphasis has been to cover remote areas.

Through the coordinated efforts of all stakeholders notably the Government, regulatory bodies, banks and other financial institutions, nearly Rs. 2,000 crore has already been returned to the rightful owners.

But we want to scale up this movement in the coming days. And, for that to happen, I request you for assistance on the following:

Check whether you or your family have unclaimed deposits, insurance proceeds, dividends or investments.

Visit the portals I have mentioned above.

Make use of facilitation camps in your district.

Act now to claim what is yours and convert a forgotten financial asset into a new opportunity. Your money is yours. Let us make sure that it finds its way back to you.

Together, let us build a transparent, financially empowered and inclusive India!