ତାହା 2014 ର ଖରା ଦିନ ଥିଲା,ଯେତେବେଳେ ଦେଶବାସୀ ନିର୍ଣ୍ଣାୟକ ଭାବେ ମତ ଦେଇ ନିଜର ନିଷ୍ପତ୍ତି ସୁଣାଇଥିଲେ :

ପରିବାରତନ୍ତ୍ରକୁ ନାହିଁ ,ଲୋକତନ୍ତ୍ର ।

ବିନାଶକୁ ନାହିଁ ବିକାଶକୁ ଚୟନ ।

ଶିଥିଲତାକୁ ନାହିଁ ,ସୁରକ୍ଷାକୁ ଚୟନ।

ଅପରାଧକୁ ନାହିଁ ,ସୁଯୋଗକୁ ପ୍ରାଥମିକତା ଦେଇଥିଲେ ।

ଭୋଟ ବ୍ୟାଙ୍କର ରାଜନୀତିର ଉର୍ଦ୍ଧ୍ବରେ ବିକାଶର ରାଜନୀତି ରଖିଥିଲେ ।


2014 ରେ ଦେଶବାସୀ ଏହିକଥା ଉପରେ ବେସି ଦୁଃଖ ଥିଲେ ଯେ, ଆମ ସମସ୍ତଙ୍କ ପ୍ରିୟ ଭାରତ ଫ୍ରାଜିଲ ଫାଇଭ ଦେଶମାନଙ୍କ ମଧ୍ୟରେ କାହିଁକି ଅଛି ?କାହିଁକି କୌଣସି ସକାରତ୍ମକ ଖବର ଜାଗାରେ କେବଳ ଭ୍ରଷ୍ଟାଚାର,ପ୍ରିୟମାନଙ୍କୁ ଭୁଲ ଫାଇଦା ପହଞ୍ଚାଇବା ଏବଂ ଭାଇ-ଭାଇବାଦ ଭଳି ଖବର ହିଁ ହେଡଲାଇନ ହେଉଥିଲା ।


ସେତେବେଳେ ସାଧାରଣ ନିର୍ବାଚନରେ ଦେଶବାସୀ ଭ୍ରଷ୍ଟାଚାରରେ ବୁଡ଼ିଥିବା ସେହି ସରକାରଙ୍କ ଠାରୁ ମୁକ୍ତି ପାଇବା ଏବଂ ଏକ ଉନ୍ନତ ଭବିଷ୍ୟ ପାଇଁ ମତଦାନ କରିଥିଲେ ।
ବର୍ଷ 2014 ର ଜନାଦେଶ ଐତିହାସିକ ଥିଲା । ଭାରତର ଇତିହାସରେ ପ୍ରଥମଥର ଅଣ ବଂଶବାଦୀ ଦଳକୁ ପୂର୍ଣ୍ଣ ବହୁମତ ମିଳିଥିଲା ।

ଯେତେବେଳେ କୌଣସି ସରକାର 'ଫାମିଲି ଫାଷ୍ଟ' ବଦଳେ 'ଇଣ୍ଡିଆ ଫାଷ୍ଟ' ଅର୍ଥାତ ପରିବାର ପ୍ରଥମ ବଦଳେ ଭାରତ ପ୍ରଥମର ଭାବନାର ସହିତ ଚାଲେ ତୋ ଏହା ତାଙ୍କର କାମରେ ମଧ୍ୟ ଦେଖା ଯାଏ ।

ଏହା ଆମ ସରକାରଙ୍କ ନୀତି ଏବଂ କାର୍ଯ୍ୟର ପ୍ରଭାବ ଯେ ଗତ ପାଞ୍ଚ ବର୍ଷରେ , ଭାରତ ବିଶ୍ୱର ଶୀର୍ଷ ଅର୍ଥବ୍ୟବସ୍ଥାରେ ସାମିଲ ହୋଇଯାଇଛି ।


ଆମ ସରକାରଙ୍କ ଦୃଢ଼ ସଂକଳ୍ପର ଫଳାଫଳ ଯେ ,ଆଜି ଭାରତ ସ୍ୱଚ୍ଛତା କଭରେଜରେ ଅଭୂତପୂର୍ବ ସଫଳତା ହାସଲ କରିଛି । 2014 ରେ ଯେଉଁଠି ସ୍ୱଚ୍ଛତାର ପରିସର ପାଖାପାଖି 38% ଥିଲା ,ତାହା ଆଜି ବୃଦ୍ଧି ଘଟି 98% ହୋଇଯାଇଛି । ଆମ ସରକାରଙ୍କ ପ୍ରୟାସରୁ ହିଁ ପ୍ରତିଟି ଗରିବଙ୍କ ପାଖେ ବ୍ୟାଙ୍କ ଖାତା ଅଛି । ଆବଶ୍ୟକକାରୀଙ୍କୁ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଋଣ ମିଳିଛି। ଭବିଷ୍ୟର ଆବଶ୍ୟକତାକୁ ଦେଖି ଭିତ୍ତିଭୂମିର ନିର୍ମାଣ କରାଯାଇଛି । ବାସହୀନଙ୍କୁ ଘର ଉପଲବ୍ଧ କରାଯାଇଛି । ଗରିବଙ୍କୁ ମୁକ୍ତ ଚିକିତ୍ସା ସୁବିଧା ମିଳିଛି ଏବଂ ରୋଜଗାରର ସୁଯୋଗ ମିଳିଛି ।

ଆଜି ପ୍ରତିଟି କ୍ଷେତ୍ରରେ ହୋଇଥିବା ମୌଳିକ ପରିବର୍ତନର ଅର୍ଥ ଏହା ଯେ ଦେଶରେ ଏକ ଏଭଳି ସରକାର ଅଛନ୍ତି ,ଯାହାଙ୍କ ପାଇଁ ଦେଶର ସଂସ୍ଥାନଗୁଡ଼ିକ ସର୍ବୋପରି ଅଛି ।

ଭାରତ ଦେଖିଛି ଯେ ଯେବେ ମଧ୍ୟ ବଂଶବାଦୀ ରାଜନୀତି ପ୍ରଭାବଶାଳୀ ହୋଇଛି ତୋ ସେମାନେ ଦେଶର ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବାର କାମ କରିଛନ୍ତି ।

ସଂସଦ :

16ତମ ଲୋକସଭାର ମୋଟ ଉତ୍ପାଦକତା ଉନ୍ନତ ଭାବେ 85% ରହିଛି, ଯାହା 15ତମ ଲୋକସଭାରୁ ବହୁତ ଅଧିକ ।

ସେଇଠି 2014 ରୁ 2019 ମଧ୍ୟରେ ରାଜ୍ୟସଭା ଉତ୍ପାଦକତା 68% ରହିଛି ।

ଅନ୍ତରୀଣ ବଜେଟ ଅଧିବେଶନରେ ଲୋକସଭାର ଉତ୍ପାଦକତା ଯେଉଁଠି 89% ରହିଛି ,ସେଇଠି ଅନ୍ୟପକ୍ଷରେ ରାଜ୍ୟସଭାରେ ପାଖାପାଖି 8% ଦେଖାଯାଇଛି ।

ଉଭୟ ସଦନର ଉତ୍ପାଦକତାର ଏହି ପରିସଂଖ୍ୟାନର କ'ଣ ଅର୍ଥ ଅଛି ,ଏହାକୁ ଦେଶ ଭଲ ଭାବେ ଜାଣେ । ଏହା ସ୍ପଷ୍ଟ ହୋଇଯାଉଛି ଯେ, ଯେବେ ବି କୌଣସି ଅଣ ବଂଶବାଦୀ ଦଳର ସଂଖ୍ୟା ସଦନରେ ଅଧିକ ହେଉଛି ତୋ ସେଥିରେ ସ୍ୱାଭାବିକ ଭାବେ ଅଧିକ କାମ କରିବାର ପ୍ରବୃତି ହୁଏ ।

ଦେଶବାସୀଙ୍କୁ ଏହା ପଚାରିବା ଉଚିତ ଯେ, ପ୍ରକୃତରେ ରାଜ୍ୟସଭା ସେତିକି କାମ କାହିଁକି କରିନାହିଁ , ଯେତିକି ଲୋକସଭାରେ ହୋଇଛି ? ସେମାନେ କେଉଁ ଶକ୍ତି ଥିଲେ ,ଯେଉଁମାନେ ସଦନ ଭିତରେ ଏତେ ହଙ୍ଗମା କରିଛନ୍ତି ଏବଂ କାହିଁକି ?

ପ୍ରେସ ଏବଂ ଅଭିବ୍ୟକ୍ତି:

ବଂଶବାଦକୁ ପ୍ରୋତ୍ସାହନ ଦେଉଥିବା ଦଳଗୁଡ଼ିକ କେବେ ମଧ୍ୟ ସ୍ୱତନ୍ତ୍ର ଏବଂ ନିର୍ଭୀକ ପତ୍ରକାରିତାଙ୍କ ସହିତ ସ୍ୱାଭାବିକ ରହିନାହାନ୍ତି । କୌଣସି ଆଶ୍ଚର୍ଯ୍ୟର କଥା ନାହିଁ ଯେ, କଂଗ୍ରେସ ସରକାର ଦ୍ୱାରା ଅଣାଯାଇଥିବା ସବୁଠୁ ପ୍ରଥମ ସାମ୍ବିଧାନିକ ସଂଶୋଧନ ଫ୍ରି ସ୍ପିଚ ଉପରେ ରୋକ ଲଗାଇବା ପାଇଁ ଥିଲା । ଫ୍ରି ପ୍ରେସର ପରିଚୟ ଏହା ଯେ ସେମାନେ ସତ୍ତାକୁ ସତ ଦର୍ପଣ ଦେଖାଇଛନ୍ତି, କିନ୍ତୁ ତାହାକୁ ଅଶ୍ଳୀଳ ଏବଂ ଅସଭ୍ୟର ପରିଚୟ ଦେବାର ପ୍ରୟାସ କରାଯାଇଛି ।

ୟୁପିଏର ଶାସନକାଳରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି,ଯେତେବେଳେ ସେମାନେ ଏକ ଏଭଳି ଆଇନ ନେଇ ଆସିଥିଲେ, ଯାହା ମୁତାବକ ଯଦି ଆପଣ କିଛି ମଧ୍ୟ 'ଅପମାନଜନକ ' ପୋଷ୍ଟ କରିଦିଅନ୍ତି ତୋ ଆପଣଙ୍କୁ ଜେଲରେ ମାଡ଼ିଦିଆଯିବ ।

ୟୁପିଏର ଶକ୍ତିଶାଳୀ ମନ୍ତ୍ରୀମାନଙ୍କ ପୁଅ ବିରୋଧରେ ଏକ ଟ୍ୱିଟ ମଧ୍ୟ ନିର୍ଦୋଷ ମଣିଷକୁ ଜେଲ ଭିତରେ ପକାଯାଉଥିଲା ।

କିଛି ଦିନ ପୂର୍ବରୁ ହିଁ ଦେଶ ସେହି ଭୟର ଛାୟାକୁ ମଧ୍ୟ ଦେଖିଛନ୍ତି , ଯେତେବେଳେ କିଛି ଯୁବାଙ୍କୁ କର୍ଣ୍ଣାଟକରେ ଏକ କାର୍ଯ୍ୟକ୍ରମ ଅବସରରେ ନିଜର ଭାବନାକୁ ବ୍ୟକ୍ତ କରିବା ଯୋଗୁ ଗିରଫ କରାଯାଇଥିଲା,
ଯେଉଁଠି କଂଗ୍ରେସ ସତ୍ତାରେ ଅଛି ।

କିନ୍ତୁ, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ କୌଣସି ମଧ୍ୟ ପ୍ରକାରର ଧମକରୁ ପ୍ରାଥମିକ ସ୍ତରର ସତ୍ୟତା ପରିବର୍ତ୍ତନ ହୋଇପାରିବ ନାହିଁ । ଯଦି ସେମାନେ ଜବରଦସ୍ତ ଅଭିବ୍ୟକ୍ତିର ସ୍ବତନ୍ତ୍ରତାକୁ ରୋକିବାକୁ ପ୍ରୟାସ କରିବେ ,ତେବେ ମଧ୍ୟ କଂଗ୍ରେସ କୁ ନେଇ ଲୋକମାନଙ୍କ ଧାରଣା ପରିବର୍ତ୍ତନ ହେବନାହିଁ ।

ସମ୍ବିଧାନ ଏବଂ ନ୍ୟାୟାଳୟ :

25 ଜୁନ ,1975 ର ସନ୍ଧ୍ୟା ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଥିଲା, ତୋ ଏହା ସହିତ ହିଁ ଭାରତର ଗଣତାନ୍ତ୍ରିକ ମୁଲ୍ୟର ମଧ୍ୟ ବିଦାୟ ଦିଆଯାଇଥିଲା ।

ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୀଘ୍ରତାରେ ଦିଆଯାଇଥିବା ରେଡ଼ିଓ ସମ୍ବୋଧନକୁ ଶୁଣିବେ ତୋ ସ୍ପଷ୍ଟ ହୁଏ ଯେ କଂଗ୍ରେସ ଏକ ବଂଶ ର ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ପାର୍ଯ୍ୟନ୍ତ ଯାଇପାରେ ।

ଜରୁରୀକାଳୀନ ଦେଶ କୁ ରାତାରାତି ଜେଲର କଠୋରିରେ ପରିବର୍ତ୍ତନ କରିଦେଲା । ଏପରିକି କିଛି କହିବା ମଧ୍ୟ ଅପରାଧ ହୋଇଗଲା ।

42ତମ ସମ୍ବିଧାନ ସଂଶୋଧନ ଜରିଆରେ ଅଦାଲତ ଉପରେ ଅଙ୍କୁଶ ଲଗାଇ ଦିଆଗଲା । ସାଥିରେ ସଂସଦ ଏବଂ ଅନ୍ୟ ସଂସ୍ଥାନମାନଙ୍କୁ ମଧ୍ୟ ରକ୍ଷା କରଗଲାନାହିଁ ।

ଜନତାଙ୍କ ଭାବନକୁ ଦେଖି ଏହି ଜରୁରୀକାଳୀନକୁ ତୋ ସମାପ୍ତ କରିଦିଆଗଲା,କିନ୍ତୁ ଏହି ପିଢ଼ା ପହଞ୍ଚାଇଥିବା ଲୋକମାନଙ୍କ ସମ୍ବିଧାନ ବିରୋଧୀ ମାନସିକତା ପରିବର୍ତ୍ତନ ହୋଇନାହିଁ । କଂଗ୍ରେସ ଅନୁଛେଦ 356 ର ପାଖାପାଖି ଶହେ ଥର ବ୍ୟବହାର କରିଛି । କେବଳ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହିଁ ପାଖାପାଖି 50 ଥର ଏଭଳି କରିଥିଲେ ।
ଯଦି ସେମାନଙ୍କୁ କୌଣସି ରାଜ୍ୟ ସରକାର ଅବା ନେତା ପସନ୍ଦ ଆସୁନଥିଲା ,ତୋ ସରକାରଙ୍କୁ ହିଁ ବରଖାସ୍ତ କରିଦିଆଯାଉଥିଲା ।

ଅଦାଲତର ଅବମାନନା କରିବାରେ ତୋ କଂଗ୍ରେସ ଶ୍ରେଷ୍ଠତା ହାସଲ କରିଛି । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହିଁ ଥିଲେ, ଯିଏ "ପ୍ରତିବଦ୍ଧତା ନ୍ୟାୟପାଳିକା" ଚାହୁଁଥିଲେ ।
ସେ ଚାହୁଁଥିଲି ଯେ ଅଦାଲତ ସମ୍ବିଧାନର ଜାଗାରେ ଏକ ପରିବାର ପ୍ରତି କର୍ତବ୍ୟନିଷ୍ଠ ରହୁ ।

'ପ୍ରତିବଦ୍ଧତା ନ୍ୟାୟପାଳିକା' ର ଏହି ଚାହିଁବାରେ କଂଗ୍ରେସ ଭାରତର ଚିଫ ଜଷ୍ଟିସ ଅଫ ଇଣ୍ଡିଆର ନିଯୁକ୍ତି କରିବା ସମୟରେ କୌଣସି ସମ୍ମାନିତ ଜର୍ଜମାନଙ୍କ ଅଣଦେଖା କରିଥିଲା ।

କଂଗ୍ରେସର କାମ କରିବାର ପ୍ରକ୍ରିୟା ଏକଦମ ସ୍ପଷ୍ଟ -ପ୍ରଥମେ ଖଣ୍ଡନ କରିବା ,
ପୁଣି ଅପମାନିତ କର ଏବଂ ଏହାପରେ ଧମକ ଦିଅ । ଯଦି କୌଣସି ନ୍ୟାୟିକ ନିଷ୍ପତ ତାଙ୍କ ବିରୋଧରେ ଯାଏ , ତୋ ,ସେମାନେ ଏହି ପଦକ୍ଷେପକୁ ଖଣ୍ଡନ କରନ୍ତି ,ପୁଣି ଜର୍ଜଙ୍କୁ ବଦନାମ କରନ୍ତି ଏବଂ ଏହାପରେ ଜର୍ଜଙ୍କ ବିରୋଧରେ ମହାଭିଯୋଗ ଆଣିବାରେ ଲାଗିପଡ଼ନ୍ତି ।

ସରକାରୀ ସଂସ୍ଥାନ:

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିଜର ଏକ ଟିପ୍ପଣୀରେ ଯୋଜନା ଆୟୋଗକୁ 'ଜୋକରମାନଙ୍କ ସମୂହ ' ବୋଲି କହିଥିଲେ । ସେହି ସମୟ ଯୋଜନା ଆୟୋଗର ଉପାଧ୍ୟକ୍ଷ ଡ଼ ମନମୋହନ ସିଂହ ଥିଲେ ।

ତାଙ୍କର ଏହି ଟିପ୍ପଣୀରୁ ସ୍ପଷ୍ଟ ଜଣାପଡୁଛି ଯେ କଂଗ୍ରେସ ସରକାରୀ ସଂସ୍ଥାନମାନଙ୍କ ପ୍ରତି କେଉଁ ପ୍ରକାରର ବିଚାର ରଖୁଛି ଏବଂ କିପରି ବ୍ୟବହାର କରୁଛି ।

ୟୁପିଏ ଶାସନ କାଳକୁ ମନେ ପକାନ୍ତୁ, ସେହି ସମୟରେ କଂଗ୍ରେସ ସିଏଜି ଉପରେ କେବଳ ଏଥିପାଇଁ ପ୍ରଶ୍ନ ଉଠାଇଥିଲା ,କାରଣ ତାହା କଂଗ୍ରେସ ସରକାରଙ୍କ 2ଜି ଘୋଟଲା, କୋଇଲା ଘୋଟଲା ଭଳି ଭ୍ରଷ୍ଟାଚାରକୁ ଉଜାଗର କରିଥିଲା ।

ୟୁପିଏ ଶାସନ ସମୟରେ ସିବିଆଇ କଂଗ୍ରେସ ବ୍ୟୁର ଅଫ ଇନଭେଷ୍ଟିଗେସନ ହୋଇ ରହିଯାଇଥିଲା -ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏହାର ବାରମ୍ବାର ଦୁରୂପଯୋଗ କରାଯାଇଛି ।

ଆଇବି ଏବଂ ଆରଏଡବ୍ଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନରେ ଜାଣିଶୁଣି ଚାପ ସୃଷ୍ଟି କରାଯାଇଛି ।

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଦ୍ୱାରା ନିଆଯାଇଥିବା ନୀତିଗତ ନିର୍ଣ୍ଣୟକୁ ଏକ ଏଭଳି ବ୍ୟକ୍ତି ଫାଡ଼ି ଦେଇଥିଲେ, ଯିଏ କେବିନେଟର ସଦସ୍ୟ ମଧ୍ୟ ନଥିଲେ ଏବଂ ତାହା ମଧ୍ୟ ଏକ ପ୍ରେସ କନ୍ଫରେନ୍ସ ସମୟରେ ।

ଏନଏସି ଅର୍ଥାତ ରାଷ୍ଟ୍ରୀୟ ପରାମର୍ଶଦାତ ପରିଷଦକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅନୁରୂପ ଛିଡ଼ା କରିଦିଆଯାଇଥିଲା । ଏବଂ ସେହି କଂଗ୍ରେସ ଆଜି ସଂସ୍ଥାନଗୁଡ଼ିକର କଥା କହୁଛି !

ଏତିକି ହିଁ ନାହିଁ,ଟିକିଏ ମନେ ପକାନ୍ତୁ,1990 ଦଶକରେ କେରଳ କଂଗ୍ରେସ ର ରାଜନୈତିକ ଲାଭ ପାଇଁ ଦେଶର ପ୍ରମୁଖ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ
ରେ ଏକ କାଳ୍ପନିକ ଅନୁସନ୍ଧାନ କାଣ୍ଡର କାହାଣୀ ଗଠନ କରାଯାଇଥିଲା ।
ସେମାନଙ୍କୁ ଏଥିରେ କୌଣସି ପ୍ରଭାବ ପଡ଼ିନଥିଲା ଯେ ଏହାର ପରିଣାମ ଏକ ପ୍ରତିଭାଶାଳୀ ବୈଜ୍ଞାନିକ ଏବଂ ଦେଶକୁ ସହିବାକୁ ପଡ଼ିଥିଲା ।

ସଶସ୍ତ୍ର ବଳ:

କଂଗ୍ରେସ ସର୍ବଦା ପ୍ରତିରକ୍ଷା କ୍ଷେତ୍ରକୁ ଆୟର ଏକ ଉତ୍ସ ଭାବେ ଦେଖିଆସିଛି । ଏହି କାରଣ ଯୋଗୁ ଆମର ସଶସ୍ତ୍ର ବଳକୁ କେବେ ମଧ୍ୟ କଂଗ୍ରେସଠାରୁ ସେହି ସମ୍ମାନ ମିଳିନାହିଁ ,ଯାହା ସେମାନେ ଅଧିକାର ଥିଲା ।


1947 ପରେ ହିଁ କଂଗ୍ରେସ ପ୍ରତିଟି ସରକାରରେ ପ୍ରକାର ପ୍ରକାରର ପ୍ରତିରକ୍ଷା ଘୋଟଲା ହେଇଚାଲିଥିଲା । ଘୋଟଲାର ସେମାନଙ୍କ ଆରମ୍ଭ ଜିପରେ ହୋଇଥିଲା ,ଯାହା ତୋପ,ବୁଢ଼ାଯାହାଜ ଏବଂ ହେଲିକେପ୍ଟର ପହଂଚି ଯାଇଥିଲା ।

ଏଥିରେ ପ୍ରତିଟି ମଧ୍ୟସ୍ଥଜନ ଏକ ବିଶେଷ ପରିବାର ସହିତ ଜଡ଼ିତ ଅଛି।

ମନେ ପକାନ୍ତୁ, କଂଗ୍ରେସର ଜଣେ ବଡ଼ ନେତା ଯେତେବେଳେ ସେନାର ପ୍ରମୁଖଙ୍କୁ ଗୁଣ୍ଡା କହିଲେ ତୋ ,ତା'ପରେ ଦଳରେ ତାଙ୍କର ପୋଷ୍ଟ ବଢ଼ାଇଦେଲେ । ଏଥିରୁ ଜଣାପଡୁଛି ଯେ ଆମ ସେନାଙ୍କ ପ୍ରତି ମଧ୍ୟ ସେମାନେ କିଭଳି ତିରସ୍କାରର ଭାବନା ରଖୁଛନ୍ତି ।

ଯେତେବେଳେ ଆମର ସେନା ଆତଙ୍କୀ ଏବଂ ସେମାନଙ୍କ ସଂରକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି,ତୋ କଂଗ୍ରେସର ନେତା ରାଜନୈତିକ ନେତୃତ୍ୱ ଉପରେ 'ରକ୍ତର ଦଲାଲୀ' ର ଆରୋପ ଲଗାଉଛନ୍ତି ।

ଯେତେବେଳେ ଆମ ବାୟୁସେନାର ଯବାନମାନେ ଆତଙ୍କୀ ଉପରେ ଆକ୍ରମଣ କରନ୍ତି,ତୋ କଂଗ୍ରେସ ସେମାନଙ୍କ ଶକ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି ।

କଂଗ୍ରେସରେ ଆଭ୍ୟନ୍ତରୀଣ ଲୋକତନ୍ତ୍ରର ଅଭାବ :

ରାଜନୈତିକ ଦଳ ସେହି ଜୀବନ୍ତ ସଂସ୍ଥା ଭଳି ହୁଏ,ଯେଉଁଠି ଭିନ୍ନ ଭିନ୍ନ ବିଚାରଗୁଡ଼ିକର ସମ୍ମାନ ହୁଏ । କିନ୍ତୁ ଦୁଃଖର କଥା ଯେ କଂଗ୍ରେସର ଆଭ୍ୟନ୍ତରୀଣ ଲୋକତନ୍ତ୍ରରେ କୌଣସି ବିଶ୍ୱାସ ହିଁ ନାହିଁ ।

ଯଦି କୌଣସି ନେତା ଦଳର ଅଧ୍ୟକ୍ଷ ହେବାର ମଧ୍ୟ ସ୍ୱପ୍ନ ମଧ୍ୟ ଦେଖନ୍ତି, ତୋ କଂଗ୍ରେସରେ ତାଙ୍କୁ ତୁରନ୍ତ ବାହାରର ରାସ୍ତା ଦେଖାଇ ଦିଆଯାଏ ।

ଏକ ସାଧାରଣ ଆଇନ ପ୍ରକ୍ରିୟାରେ ମଧ୍ୟ ସେମାନଙ୍କ ବ୍ୟବହାରରେ ଅହଂକାର ଏବଂ ଅଧିକାରର ଭାବନା ଦେଖାଯାଉଛି ।
ବର୍ତ୍ତମାନରେ ସେମାନଙ୍କ ଶୀର୍ଷ ନେତୃତ୍ୱ ବଡ଼ ବଡ଼ ଘୋଟଲାରେ ଜାମିନରେ ଅଛନ୍ତି ।
ଯେବେ ମଧ୍ୟ କୌଣସି ଅଥୋରିଟି ଘୋଟଲା ପ୍ରସଙ୍ଗ ପ୍ରଶ୍ନ ପଚାରନ୍ତି ,ତୋ ସେମାନେ ଉତ୍ତର ଦେବା ମଧ୍ୟ ଉଚିତ ବୋଲି ବିଚାର କରୁନାହାନ୍ତି ।

କାହିଁକି ସେହି ଲୋକେ ଉତ୍ତରଦାୟୀରେ ଭୟଭୀତ ହୋଇଛନ୍ତି ?

ଟିକିଏ ଦେଖନ୍ତୁ:

ପ୍ରେସ ରୁ ନେଇ ସଂସଦ ପର୍ଯ୍ୟନ୍ତ ।

ଯବାନଙ୍କ ଠୁ ନେଇ ମୁକ୍ତ ଭାଷଣ ପର୍ଯ୍ୟନ୍ତ ।

ସମ୍ବିଧାନ ରୁ ନେଇ କୋର୍ଟ ପର୍ଯ୍ୟନ୍ତ ।

ସଂସ୍ଥାଗୁଡ଼ିକୁ ଅପମାନିତ କରିବା କଂଗ୍ରେସ ର ପ୍ରକ୍ରିୟା ହୋଇଛି ।

ସେମାନଙ୍କ ଭାବନା ଏହା ଯେ ସମସ୍ତେ ଭୁଲ,ଏବଂ କେବଳ କଂଗ୍ରେସ ଠିକ । ଅର୍ଥାତ 'ଖାତା ନା ବହି,ଯାହା କଂଗ୍ରେସ କହେ,ତାହା ସହି '।

ଯେତେବେଳେ ମଧ୍ୟ ଆପଣ ଭୋଟ ଦେବାକୁ ଯିବେ,ଅତୀତକୁ ପୁଣିଥରେ ଅବଶ୍ୟ ସ୍ମରଣ କରନ୍ତୁ ଯେ, କେଉଁ ଭଳି ଭାବେ ଗୋଟିଏ ପରିବାର ସତ୍ତାର ଲାଳସାରେ ଚାଲି ଦେଶକୁ ଅଧିକ ଦେବାକୁ ପଡ଼ିଛି ।

ଯେତେବେଳେ ସେମାନେ, ସର୍ବଦା ହିଁ ଦେଶକୁ ବାଜୀ ଲଗାଇଛନ୍ତି ତୋ ଏହା ଧାର୍ଯ୍ୟ କି ଏବେ ମଧ୍ୟ ସେମାନେ ଏଭଳି ହିଁ କରିବେ ।

ମନେ ରଖନ୍ତୁ ,ଯଦି ଆମେ ନିଜର ସ୍ୱତନ୍ତ୍ରତା ବଜାୟୀ ରଖିବାକୁ ଚାହୁଁଛନ୍ତି ତୋ ଆମକୁ ପ୍ରତିଟି ମୁହୂର୍ତ୍ତରେ ସତର୍କ ରହିବାକୁ ହେବ ।

ଆସନ୍ତୁ,ଆମେ ସଜାଗ-ସତର୍କ ହେବା । ଆମର ସମ୍ବିଧାନ ନିର୍ମତା ଯେଉଁ ସାମ୍ବିଧାନିକ ସଂସ୍ଥା ଆମକୁ ଦେଇଛନ୍ତି, ତାହାକୁ ଆହୁରି ମଜବୁତ କରିବା ପାଇଁ ସଂକଳ୍ପ କରିବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
ଭାରତର ଏକତା ଏବଂ ପ୍ରଗତି ପାଇଁ ଉତ୍ସର୍ଗୀକୃତ ଜୀବନ
July 06, 2026

ରାଷ୍ଟ୍ରବାଦ ଓ ନିଃସ୍ୱାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ୱ ରହିଛି । ଆମେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରୁଛେ । ତାଙ୍କ ଜୀବନ ସାହସ ଏବଂ ମା’ ଭାରତୀ ପ୍ରତି ଅତୁଟ ସମର୍ପଣର ଏକ ଚିରସ୍ଥାୟୀ ଉଦାହରଣ ହୋଇ ରହିଛି । ଆଧୁନିକ ଭାରତରେ ଏପରି ନେତା ବିରଳ ଯାହାଙ୍କ ଠାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ବୁଦ୍ଧିମତ୍ତା, ଜନସେବା ଏବଂ ନୈତିକ ଦୃଢ଼ତାର ଏତେ ଗଭୀର ସଂଗମ ଦେଖିବାକୁ ମିଳୁଥିବ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏପରି ଏକ ପରିସ୍ଥିତିରେ ଜନ୍ମଗ୍ରହଣ କରିଥିଲେ ଯେଉଁଠି ସେ ଚାହିଁଥିଲେ ସୁରକ୍ଷିତ ଏବଂ ଆରାମଦାୟକ ଜୀବନଯାପନ ଅତିବାହିତ କରିପାରିଥାନ୍ତେ । ତାଙ୍କ ପିତା ସାର୍‌ ଆଶୁତୋଷ ମୁଖାର୍ଜୀ ତତ୍କାଳୀନ ସମୟର ଜଣେ ଅଗ୍ରଣୀ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀ ଥିଲେ। ଭାଗ୍ୟ ତାଙ୍କ ଆଗରେ ବିଶେଷାଧିକାରର ମାର୍ଗ ରଖିଥିଲେ ମଧ୍ୟ ତାଙ୍କର ଅନ୍ତରାତ୍ମା ତାଙ୍କୁ ବଳିଦାନ ଏବଂ ରାଷ୍ଟ୍ର ସେବା ଦିଗରେ ଆଗେଇ ନେଇଥିଲା । ଉପନିବେଶବାଦ, ସାମ୍ପ୍ରଦାୟିକତା, ମାନବୀୟ ଆହ୍ୱାନ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ନିଜ ସମୟର ଅସ୍ଥିରତାକୁ ଦେଖି ସେ କେବଳ ଜଣେ ମୂକ ଦର୍ଶକ ସାଜିପାରିବେ ନାହିଁ ବୋଲି ତାଙ୍କ ମନରେ ବିଶ୍ୱାସ ଦୃଢ଼ ହୋଇଥିଲା। ଏହି ଯାତ୍ରା ସମୟରେ ତାଙ୍କୁ ଗୁରୁତର ବ୍ୟକ୍ତିଗତ ଦୁଃଖର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ତାଙ୍କର ନବଜାତ ଶିଶୁ ଏବଂ ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। କିନ୍ତୁ ଏହି ସବୁ ବ୍ୟକ୍ତିଗତ ଧକ୍କା ତାଙ୍କର ସଂକଳ୍ପକୁ ଆହୁରି ଗଭୀର କରିଥିଲା ଏବଂ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଅଧିକ ମଜବୁତ କରିଥିଲା ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସାର୍ବଜନୀନ ଜୀବନକୁ ପରିଭାଷିତ କରିଥିବା ଏକମାତ୍ର ଆଦର୍ଶ ଥିଲା ଭାରତର ଅଖଣ୍ଡତା । ବିଭାଜନର ଅସ୍ଥିରତାପୂର୍ଣ୍ଣ ସମୟରେ ସେ ଦୃଢ଼ତାର ସହ ଛିଡ଼ା ହୋଇଥିଲେ, ଯାହାଫଳରେ ପଶ୍ଚିମବଙ୍ଗ ଭାରତର ଅଭିନ୍ନ ଅଙ୍ଗ ହୋଇରହିବା ସୁନିଶ୍ଚିତ ହୋଇଥିଲା । କିଛି ବର୍ଷ ପରେ ଏହି ଦୃଢ଼ ବିଶ୍ୱାସ ତାଙ୍କୁ ଜାମ୍ମୁ-କାଶ୍ମୀର ଆଡ଼କୁ ଆଗେଇ ନେଇଥିଲା। ଜେଲରେ ବନ୍ଦୀ ହେବା ସତ୍ତ୍ୱେ ତାଙ୍କର ଦୃଢ଼ ସଂକଳ୍ପ ଅତୁଟ ରହିଥିଲା ଏବଂ ନିସଂଗତା ତାଙ୍କର ମନୋବଳକୁ ଭାଙ୍ଗି ପାରିନଥିଲା। କାରାବାସରେ ହିଁ ତାଙ୍କର ଜୀବନ ଦୀପ ଅକସ୍ମାତ୍‌ ଲିଭି ଯାଇଥିଲା। ଶେଷ ସମୟରେ ଡକ୍ଟର ମୁଖାର୍ଜୀ ସେହି ଅଗଣିତ ଲୋକଙ୍କ ଠାରୁ ଦୂରରେ ଥିଲେ ଯେଉଁମାନଙ୍କ ଲକ୍ଷ୍ୟକୁ ସେ ଆପଣାଇ ନେଇଥିଲେ । ଇତିହାସରେ ଏପରି ମୁହୂର୍ତ୍ତ ଆସିଥାଏ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଅନ୍ତିମ ବଳିଦାନ ରାଜନୀତି ଠାରୁ ଊର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରୀୟ ସ୍ମୃତିର ଏକ ଅଂଶବିଶେଷ ପାଲଟିଯାଏ। ଡକ୍ଟର ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ମଧ୍ୟ ଏପରି ଏକ ମୁହୂର୍ତ୍ତ। ଆଚାର୍ଯ୍ୟ ବିନୋବା ଭାବେ କହିଥିଲେ, ‘‘ଡକ୍ଟର ମୁଖାର୍ଜୀ ସେହି ଲକ୍ଷ୍ୟ ପାଇଁ ନିଜର ବଳିଦାନ ଦେଇଥିଲେ ଯେଉଁଥିରେ ତାଙ୍କର ବିଶ୍ୱାସ ରହିଥିଲା। ଅନେକ ବର୍ଷ ପରେ ୨୦୧୯ରେ ଅନୁଚ୍ଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ତାଙ୍କ ବଳିଦାନ ପାଇଁ ସବୁଠୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଥିଲା।

ଡକ୍ଟର ମୁଖାର୍ଜୀଙ୍କ ପାଇଁ ଭାରତ ଏବଂ ଭାରତୀୟ ମୂଲ୍ୟବୋଧ ସର୍ବୋପରି ଥିଲା। ସେ ଏପରି ପ୍ରତିଷ୍ଠାନ ଗଢ଼ିଥିଲେ ଏବଂ ଏଭଳି ପ୍ରଣାଳୀ ବିକଶିତ କରିଥିଲେ, ଯାହା ତତ୍କାଳୀନ ସମୟର ପାରମ୍ପରିକ ଚିନ୍ତାଧାରାର ବିପରୀତ ଥିଲା । ସେ କଲିକତା ବିଶ୍ୱବିଦ୍ୟାଳୟର ସବୁଠୁ କମ୍‌ ବୟସ୍କ କୁଳପତି ହୋଇଥିଲେ। ନିଜର ଅଭିନବ ଶୈଳୀରେ ସେ ଏପରି ସକାରାତ୍ମକ ପରିବର୍ତ୍ତନ ଆଣିଥିଲେ ଯାହା ଦେଶଭକ୍ତିପୂର୍ଣ୍ଣ ଏବଂ ଭବିଷ୍ୟତ ଆଧାରିତ ଥିଲା। ଶିକ୍ଷାବିତ୍‌ ମାନଙ୍କର ଏକ ସମ୍ମିଳନୀରେ ଉଦବୋଧନ ଦେଇ ଡକ୍ଟର ମୁଖାର୍ଜୀ ଗୋଟିଏ ଭଲ କଥା କହିଥିଲେ: ‘‘ଶିକ୍ଷାନୁଷ୍ଠାନକୁ କେବଳ କିଛି କିରାଣୀ ଏବଂ କମ୍‌ ବେତନ ପାଉଥିବା କର୍ମଚାରୀଙ୍କ ପ୍ରସ୍ତୁତି କାରଖାନା ରୂପେ ଦେଖିବା ଭୁଲ। ଆମକୁ ଏପରି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ହେବ ଯେଉଁମାନେ ଆମର ସ୍ୱୟଂଶାସିତ ଅନୁଷ୍ଠାନ-ଯଥା ନଗର ନିଗମ, ପ୍ରାନ୍ତୀୟ ଏବଂ କେନ୍ଦ୍ରୀୟ ବିଧାନସଭାର ନେତୃତ୍ୱ ନେଇପାରିବେ। ଏଥିସହିତ ଆର୍ଥିକ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ଭଳି ଜୀବନର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ପରିଚାଳନା କରିପାରିବେ ।’’

ତାଙ୍କ ନେତୃତ୍ୱରେ, କଲିକତା ବିଶ୍ୱବିଦ୍ୟାଳୟ ପାଠାଗାର ଭିତ୍ତିଭୂମିର ଉନ୍ନତି, ବିଜ୍ଞାନ ଗବେଷଣା ବୃଦ୍ଧି, କଳାକୃତି ଅଧ୍ୟୟନକୁ ପ୍ରୋତ୍ସାହନ ଏବଂ କୃଷିରେ ପାଠ୍ୟକ୍ରମ ପ୍ରଚଳନ କରିବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ସେ କ୍ରୀଡା, ଶିକ୍ଷକ ତାଲିମ ଏବଂ ଛାତ୍ର କଲ୍ୟାଣ ଭଳି କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନ ଦେଇଥିଲେ। ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିବା ପାଇଁ, ସେ ୨୪ ଜାନୁଆରୀକୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିବାର ଏକ ପରମ୍ପରା ଆରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୀତ ରଚନା କରିବା ଲାଗି ସେ ଅନ୍ୟ କେହି ନୁହେଁ ସ୍ୱୟଂ ଗୁରୁଦେବ ଟାଗୋରଙ୍କୁ ଅନୁରୋଧ କରିଥିଲେ ।

ଏପରି ମନୋଭାବର ଆଉ ଏକ ଉଦାହରଣ ତାଙ୍କ ଜୀବନର ଶେଷ ଭାଗରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଭାରତୀୟ ଜନସଂଘ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ତତ୍କାଳୀନ ସମୟରେ କଂଗ୍ରେସ ଦଳ ସର୍ବବ୍ୟାପୀ ଥିଲା । ଆମର ସାଂସ୍କୃତିକ ମୂଳଦୁଆ ସହ ଜଡିତ ରହି ଭାରତର ପ୍ରଗତି ପାଇଁ ଏକ ବିକଳ୍ପ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କରିଥିଲେ । ଦଳର ପ୍ରତୀକ ସ୍ୱରୂପ ଦୀୟା ବା ମାଟି ଦୀପକୁ ଗ୍ରହଣ କରିବା ଉପଯୁକ୍ତ ନିଷ୍ପତ୍ତି ଥିଲା। ଦୀପ ସାମାନ୍ୟ ହୋଇପାରେ କିନ୍ତୁ ଏହା ନିଜ ଠାରୁ ବହୁ ଦୂରରେ ଥିବା ଅନ୍ଧକାରକୁ ଦୂର କରିବାର ସାମର୍ଥ୍ୟ ରଖିଥାଏ। ଜନସଂଘ ଠିକ୍‌ ଏହିପରି ଭାବରେ କାର୍ଯ୍ୟ କରିଥିଲା ।

ଭାରତର ପ୍ରଥମ ଶିଳ୍ପ ଏବଂ ଯୋଗାଣ ମନ୍ତ୍ରୀ ଭାବରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜଣେ ରାଜନେତା ଭାବେ ତାଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥିଲା। ବିକାଶକୁ ନେଇ ତାଙ୍କର ଧାରଣା ଅତ୍ୟନ୍ତ ବ୍ୟାପକ ଏବଂ ମାନବୀୟ ଥିଲା। ନୂଆ କରି ସ୍ୱାଧୀନ ହୋଇଥିବା ଗୋଟିଏ ରାଷ୍ଟ୍ରର ମର୍ଯ୍ୟାଦା, ସୁଯୋଗ ଏବଂ ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ସେ ଶିଳ୍ପକୁ ଏକ ମାଧ୍ୟମ ରୂପେ ଦେଖୁଥିଲେ । ସେ ସମ୍ପତ୍ତି ସୃଷ୍ଟି ଏବଂ ମୂଲ୍ୟ ବୃଦ୍ଧିକୁ ସମ୍ମାନ କରୁଥିଲେ। ଦାମୋଦର ଭ୍ୟାଲି କର୍ପୋରେସନ, ସିନ୍ଦ୍ରି ସାର କାରଖାନା ଏବଂ ଏକ ଦୃଢ଼ ଶିଳ୍ପ ନୀତି ଭଳି ଅଗ୍ରଣୀ ପଦକ୍ଷେପ ମାଧ୍ୟମରେ ଡକ୍ଟର ମୁଖାର୍ଜୀ ଆଧୁନିକ ଶିଳ୍ପ ସମ୍ପନ୍ନ ଭାରତର ମୂଳଦୁଆ ଗଢ଼ିଥିଲେ । ଅନୁରୂପ ଭାବେ ସେ ଭାରତର ପାରମ୍ପରିକ ଶକ୍ତିକୁ ମଧ୍ୟ କେବେ ଅବହେଳା କରିନଥିଲେ । ହସ୍ତତନ୍ତ, କୁଟୀର ଶିଳ୍ପ, କାରିଗର ଏବଂ ବୟନ ଶ୍ରମିକଙ୍କ କଲ୍ୟାଣ ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ।

ଏଠାରେ, ମୁଁ ଏକ ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବାକୁ ଚାହେଁ । ଡକ୍ଟର ମୁଖାର୍ଜୀ ଯେଉଁ ସିନ୍ଦ୍ରି ପ୍ଲାଣ୍ଟକୁ ଆତ୍ମନିର୍ଭରଶୀଳତାର ସ୍ପଷ୍ଟ ଦୃଷ୍ଟିକୋଣ ସହିତ ପ୍ରତିଷ୍ଠା କରିବା ପାଇଁ କାମ କରିଥିଲେ ସେହି ଶିଳ୍ପାନୁଷ୍ଠାନକୁ ଅନେକ ଦଶନ୍ଧି ଧରି ଦେଶ ଚଳାଉଥିବା ଲୋକମାନେ ଅଣଦେଖା କରିଥିଲେ। ଆମ ସରକାରଙ୍କୁ ଏହାର ପୁନରୁଦ୍ଧାରରେ ଯୋଗଦାନ ଦେବାର ସୁଯୋଗ ମିଳିଥିବାରୁ ମୁଁ ଗୌରବାନ୍ୱିତ ମନେ କରୁଛି । ଏପରି କାର୍ଯ୍ୟକ୍ରମରେ ସେଠାରେ ଉପସ୍ଥିତ ରହିବା ପ୍ରକୃତରେ ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା।

ଭାରତର ସଭ୍ୟତାଗତ ପରମ୍ପରାରେ ଆଲୋଚନା ଓ ବିତର୍କକୁ ଦୀର୍ଘ ଦିନ ଧରି ସମ୍ମାନ ଦିଆଯାଇ ଆସୁଛି । ଡକ୍ଟର ମୁଖାର୍ଜୀ ଏହି ଗଣତାନ୍ତ୍ରିକ ଭାବନାକୁ ମୂର୍ତ୍ତିମନ୍ତ କରିଥିଲେ। ସେ ପଣ୍ଡିତ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ। କାରଣ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ରାଷ୍ଟ୍ର ନିର୍ମାଣର କାର୍ଯ୍ୟ ରାଜନୈତିକ ମତଭେଦ ଠାରୁ ଊର୍ଦ୍ଧ୍ୱରେ ଥିଲା ବୋଲି ସେ ଚିନ୍ତା କରୁଥିଲେ। ସେ ଆନ୍ତରିକତା ଏବଂ ଗଠନମୂଳକ ମନୋଭାବ ସହିତ ସେବା କରିଥିଲେ। କିନ୍ତୁ ରାଷ୍ଟ୍ରୀୟ ଗୁରୁତ୍ୱ ବହନ କରୁଥିବା ପ୍ରଶ୍ନଗୁଡ଼ିକ ପାଇଁ ଏକ ଭିନ୍ନ ପଥର ଆବଶ୍ୟକତା ରହିଛି ବୋଲି ଯେତେବେଳେ ସେ ଅନୁଭବ କଲେ ସେତେବେଳେ ମର୍ଯ୍ୟାଦାର ସହିତ ନିଜ ପଦ ତ୍ୟାଗ କରିଥିଲେ । ଏହାପରେ ରାଷ୍ଟ୍ର ଆବଶ୍ୟକ କରୁଥିବା ରାଜନୈତିକ କାର୍ଯ୍ୟରେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କଲେ ।

୭୫ ବର୍ଷ ପୂର୍ବେ ପଣ୍ଡିତ ନେହରୁ ପ୍ରଥମ ସଂଶୋଧନ ଆଣିଥିଲେ, ଯାହା ବାକ୍ ସ୍ୱାଧୀନତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଥିଲା। ଡକ୍ଟର ମୁଖାର୍ଜୀ ଏହାର କଠୋର ସମାଲୋଚକମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ କଂଗ୍ରେସ କ’ଣ କରିପାରିବ ତାହା ସମ୍ପୂର୍ଣ୍ଣ ବୁଝିପାରିଥିଲେ। ଆଉ ତାଙ୍କର ଏହି ଭାବନା ଠିକ୍‌ ଥିଲା । ୭୫ ବର୍ଷ ପୂର୍ବେ ପ୍ରଥମ ସଂଶୋଧନ ଆଣିଥିବା ଲୋକମାନେ ହିଁ ୫୦ ବର୍ଷ ପୂର୍ବେ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଥିପାଇଁ ସେମାନେ ୪୨ତମ ସଂଶୋଧନ ଆଇନ ଆଣିଥିଲେ, ଯାହା ପୁଣି ଥରେ ଉଦାର ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳଦୁଆ ଉପରେ ଆଘାତ କରିଥିଲା।

ଡକ୍ଟର ମୁଖାର୍ଜୀଙ୍କ ମାନବୀୟ କାର୍ଯ୍ୟ ମଧ୍ୟ ଅସାଧାରଣ ଥିଲା। ୧୯୪୩ ମସିହାରେ ବଙ୍ଗରେ ସବୁଠାରୁ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିବା ସମୟରେ ସେ ପ୍ରଭାବିତ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗ କରିଥିଲେ । ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନେକ କ୍ୟାଣ୍ଟିନ୍ ଏବଂ ରିଲିଫ୍ କେନ୍ଦ୍ର ଖୋଲିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଗୋଟିଏ ପଟେ ନିଜ ଲୋକଙ୍କ ଦୁର୍ଦ୍ଦଶା ଦେଖି ସେ ଗଭୀର ଭାବରେ ମର୍ମାହତ ହୋଇଥିଲେ ଏବଂ ଅନ୍ୟପଟେ, ଉପନିବେଶବାଦୀ ଶାସକଙ୍କ ସମ୍ବେଦନହୀନତା ତାଙ୍କ ମନରେ ଘୃଣା ଉତ୍ପନ୍ନ କରିଥିଲା । ସେ ‘ପଞ୍ଚଶେର ମନ୍ୱନ୍ତର’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କର କ୍ଷୋଭ ପ୍ରକାଶ କରିଥିଲେ। ୧୯୪୨ ମସିହାରେ ମେଦିନୀପୁରରେ ହୋଇଥିବା ଏକ ମହାବାତ୍ୟା ସମୟରେ ସହାୟତା ଯୋଗାଇ ଦେବା ଏବଂ ସ୍ୱାଭାବିକତା ଫେରାଇ ଆଣିବାରେ ସେ ବ୍ୟାପକ ପ୍ରୟାସ କରିଥିଲେ। ତାଙ୍କର ଏହି ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା।

କୋଲକାତାର ଏକ ମହାବିଦ୍ୟାଳୟରେ ଭାଷଣ ଦେବା ଅବସରରେ ଡକ୍ଟର ମୁଖାର୍ଜୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ, ‘‘ତୁମେମାନେ ଯେଉଁ କାର୍ଯ୍ୟ କରୁଛ, ତାକୁ ଗମ୍ଭୀରତାର ସହିତ, ସମ୍ପୂର୍ଣ୍ଣ ଏବଂ ଭଲ ଭାବରେ କର; ଏହାକୁ କେବେବି ଅଧା କିମ୍ବା ଅସମ୍ପୂର୍ଣ୍ଣ ଛାଡ଼ି ଦିଅ ନାହିଁ । ନିଜର ସର୍ବୋତ୍ତମ ପ୍ରୟାସ ନକରିବା ପର୍ଯ୍ୟନ୍ତ ସନ୍ତୁଷ୍ଟ ହୁଅ ନାହିଁ ।’’ ଆମ ଦେଶ ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ସହିତ ଡକ୍ଟର ମୁଖାର୍ଜୀଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଆମ ପାଖରେ ଉପଯୁକ୍ତ ସୁଯୋଗ ରହିଛି । ଆସନ୍ତୁ ଆମେ ଏକ ଶକ୍ତିଶାଳୀ, ଅଖଣ୍ଡ, ଆତ୍ମବିଶ୍ୱାସୀ ଏବଂ କରୁଣାପୂର୍ଣ୍ଣ ଭାରତ ଗଠନ କରିବା ଲାଗି ଦୈନନ୍ଦିନ ପ୍ରୟାସ କରିବା । ଏଭଳି ଏକ ଭାରତ ଗଢ଼ିବା ଲାଗି ଡକ୍ଟର ମୁର୍ଖାଜୀଙ୍କର ଦୃଢ଼ ବିଶ୍ୱାସ ରହିଥିଲା। ବର୍ତ୍ତମାନର ଯୁବପିଢ଼ିଙ୍କୁ ମୁଁ ଯେତିକି ଜାଣିଛି ସେମାନେ ଏ ସୁଯୋଗର ଲାଭ ଉଠାଇ ନିଶ୍ଚିତ ଭାବେ ଏହି ସ୍ୱପ୍ନକୁ ସାକାର କରିବେ ବୋଲି ମୋର ବିଶ୍ୱାସ ।