ମେ 21, 2018ରେ ରୁଷୀୟ ସଂଘର ସୋଚି ସହରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେମାନଙ୍କ ପ୍ରଥମ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେଇଥିଲେ । ଭାରତ ଏବଂ ରୁଷ ମଧ୍ୟରେ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କର ପରମ୍ପରାକୁ ଦୃଷ୍ଟିରେ ରଖି ଏହି ଶିଖର ବୈଠକ ଉଭୟ ନେତାଙ୍କୁ ସେମାନଙ୍କ ବନ୍ଧୁତ୍ୱକୁ ନିବିଡ଼ କରିବା ଏବଂ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେମାନଙ୍କ ମତ ବିନିମୟ କରିବା ଲାଗି ସୁଯୋଗ ଦେଇଥିଲା ।

ବିଶ୍ୱ ଶାନ୍ତି ଏବଂ ସ୍ଥିରତା ଲାଗି ଭାରତ ଓ ରୁଷ ମଧ୍ୟରେ ସ୍ୱତନ୍ତ୍ର, ଫଳପ୍ରଦ ଏବଂ ସୁବିଧାଜନକ ରଣନୈତିକ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ଦୁଇ ନେତା ସହମତ ହୋଇଥିଲେ । ଏକ ମୁକ୍ତ ଏବଂ ସମାନତାପୂର୍ଣ୍ଣ ବିଶ୍ୱ କ୍ରମ ନିମନ୍ତେ ଯୋଗଦାନ ନିମନ୍ତେ ରୁଷ ଏବଂ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ସେମାନେ ମତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ, ବିଶ୍ୱ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଲାଗି ସାଧାରଣ ଉତ୍ତରଦାୟିତ୍ୱ ସହିତ ବୃହତ ଶକ୍ତି ହିସାବରେ ସେମାନେ ପରସ୍ପରର ଭୂମିକାକୁ ବିବେଚନା କରିଥିଲେ ।

ବୃହତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ନେତା ଗଭୀର ଭାବେ ଆଲୋଚନା କରିଥିଲେ । ବହୁପକ୍ଷୀୟ ବିଶ୍ୱ କ୍ରମ ପ୍ରତିଷ୍ଠା କରିବାର ଗୁରୁତ୍ୱ ଉପରେ ସେମାନେ ସହମତ ହୋଇଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସମେତ ପରସ୍ପର ସହିତ ପରାମର୍ଶ ଏବଂ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଲାଗି ସେମାନେ ନିଷ୍ପତ୍ତି ନେଇଥିଲେ । ବହୁପକ୍ଷୀୟ ସଂଗଠନ ଯେପରିକି ମିଳିତ ଜାତିସଂଘ, ଏସସିଓ, ବ୍ରିକ୍ସ ଏବଂ ଜି-20 ଜରିଆରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ ସହମତ ହୋଇଥିଲେ ।

ଉଭୟ ନେତା ଆତଙ୍କବାଦ ଏବଂ ଉଗ୍ରବାଦକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିରେ ଆତଙ୍କବାଦର ନିରୋଧ ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ, ଆତଙ୍କବାଦ ମୁକ୍ତ ପରିବେଶରେ ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିବା ପ୍ରତି ସେମାନେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ଲକ୍ଷ୍ୟ ହାସଲ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ସହମତ ହୋଇଥିଲେ ।

ଜାତୀୟ ବିକାଶ ଯୋଜନା ଏବଂ ପ୍ରାଥମିକତା ଉପରେ ଉଭୟ ନେତା ବିସ୍ତୃତ ଭାବେ ମତ ବିନିମୟ କରିଥିଲେ । ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କରେ ବିଶେଷତ୍ୱକୁ ପ୍ରତିଫଳିତ କରୁଥିବା ପ୍ରଗାଢ଼ ବିଶ୍ୱାସ, ଆପୋସ ସମ୍ମାନ ଏବଂ ଶୁଭେଚ୍ଛା ଉପରେ ସେମାନେ ସନ୍ତୋଷବ୍ୟକ୍ତ କରିଥିଲେ । ଜୁନ 2017ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପରଠାରୁ ପରିଲକ୍ଷିତ ହୋଇଥିବା ସକାରାତ୍ମକ ଧାରାକୁ ନେଇ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିବା ସହ ଚଳିତ ବର୍ଷ ଶେଷ ଭାଗରେ ଦିଲ୍ଲୀରେ ହେବାକୁ ଥିବା ଶିଖର ସମ୍ମିଳନୀର ସଫଳତା ପାଇଁ ପ୍ରସ୍ତୁତ ହେବା ଲାଗି ପରସ୍ପରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଅଧିକ ତାଳମେଳ ଚିହ୍ନଟ କରିବା ଲାଗି ଭାରତର ନୀତି ଆୟୋଗ ଏବଂ ରୁଷ ସଂଘର ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ରଣନୈତିକ ଅର୍ଥନୈତିକ ଆଲୋଚନା ଆୟୋଜନ ଲାଗି ଉଭୟ ନେତା ସହମତ ହୋଇଥିଲେ । ଶକ୍ତି କ୍ଷେତ୍ରରେ ସହଯୋଗର ସମ୍ପ୍ରସାରଣ ଲାଗି ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ, ଆସନ୍ତା ମାସରେ ଗାଜପ୍ରୋମ ଏବଂ ଗେଲ ସଂସ୍ଥା ମଧ୍ୟରେ ହୋଇଥିବା ଦୀର୍ଘକାଳୀନ ବୁଝାମଣା ଅଧୀନରେ ଏଲଏନଜିର ପ୍ରଥମ ପ୍ରେରିତ ମାଲ ପହଁଚିବା ନେଇ ସନ୍ତୋଷବ୍ୟକ୍ତ କରିଥିଲେ । ପ୍ରତିରକ୍ଷା, ସୁରକ୍ଷା ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଦୀର୍ଘସ୍ଥାୟୀ ଭାଗିଦାରୀତାର ଗୁରୁତ୍ୱକୁ ଦୁଇ ନେତା ଦୋହରାଇବା ସହ ଏହି କ୍ଷେତ୍ରରେ ବର୍ତ୍ତମାନ ଜାରି ରହିଥିବା ସହଯୋଗକୁ ସ୍ୱାଗତ କରିଥିଲେ ।

ଦୁଇ ନେତାଙ୍କ ମଧ୍ୟରେ ବାର୍ଷିକ ସମ୍ମିଳନୀ ବ୍ୟତୀତ ନେତୃତ୍ୱସ୍ତରରେ ଅତିରିକ୍ତ ଭାବ ବିନିମୟ ଲାଗି ଅନୌପଚାରିକ ଶିଖର ବୈଠକ ଆୟୋଜନ ଚିନ୍ତାଧାରାକୁ ଦୁଇ ନେତା ସ୍ୱାଗତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi: How India’s street vendors are being brought into the formal economy

Media Coverage

PM SVANidhi: How India’s street vendors are being brought into the formal economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.