ଭାରତୀୟ ରେଳବାଇର ‘ମେକ ଇନ ଇଣ୍ଡିଆ’ ପ୍ରୟାସ ଭାରତର ପ୍ରଥମ ସେମି ହାଇସ୍ପିଡ ଟ୍ରେନ “ବନ୍ଦେ ଭାରତ ଏକ୍ସପ୍ରେସ” ରୂପରେ ପ୍ରତିଫଳିତ ହେବାକୁ ଯାଉଛି ।

ଆସନ୍ତାକାଲି ନୂଆଦିଲ୍ଲୀ-କାନପୁର-ଆହ୍ଲାବାଦ-ବାରାଣାସୀ ରୁଟରେ ଏହି ଟ୍ରେନର ପ୍ରଥମ ଯାତ୍ରାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ଟ୍ରେନରେ ରହିଥିବା ସୁବିଧା ନିରୀକ୍ଷଣ କରିବା ସହିତ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ ।

ଆସନ୍ତାକାଲି ଏହି ଟ୍ରେନର ଉଦଘାଟନୀ ଯାତ୍ରାରେ କେନ୍ଦ୍ର ରେଳ ଏବଂ କୋଇଲା ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଗଣମାଧ୍ୟମ ଏବଂ ଅଧିକାରୀମାନଙ୍କୁ ନେଇ ଏକ ଦଳର ନେତୃତ୍ୱ ନେବେ । ଏହା କାନପୁର ଏବଂ ଆହ୍ଲାବାଦରେ ରହିବ ସେଠାରେ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ ।

ବନ୍ଦେ ଭାରତ ଏକ୍ସପ୍ରେସ ଘଣ୍ଟାପ୍ରତି ସର୍ବାଧିକ 160 କିମି ବେଗରେ ଗତି କରିପାରିବ ଏବଂ ଏଥିରେ ଶତାବ୍ଦୀ ଟ୍ରେନ ଭଳି ଯାତ୍ରା ଶ୍ରେଣୀ ରହିବ କିନ୍ତୁ ଏଥିରେ ଅଧିକ ସୁବିଧା ମିଳିବ । ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନୂଆ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ଏହାର ଲକ୍ଷ୍ୟ ।

ମାତ୍ର 8 ଘଣ୍ଟାରେ ଏହି ଟ୍ରେନ ନୂଆଦିଲ୍ଲୀରୁ ବାରାଣାସୀ ମଧ୍ୟରେ ଯାତ୍ରା ସମ୍ପୂର୍ଣ୍ଣ କରିବ ଏବଂ ସୋମବାର ଓ ଗୁରୁବାରକୁ ଛାଡ଼ିଦେଲେ ସପ୍ତାହର ସବୁଦିନ ଯାତ୍ରା କରିବ ।

ସମସ୍ତ କୋଚରେ ସ୍ୱୟଂକ୍ରିୟ ଦରଜା, ଜିପିଏସ ଆଧାରିତ ଅଡିଓ ଭିଜୁଆଲ ଯାତ୍ରୀ ସୂଚନା ବ୍ୟବସ୍ଥା, ମନୋରଞ୍ଜନ ଉଦ୍ଦେଶ୍ୟରେ ଅନବୋର୍ଡ ହଟସ୍ପଟ ୱାଇଫାଇ ବ୍ୟବସ୍ଥା ଏବଂ ବସିବା ପାଇଁ ଅତ୍ୟନ୍ତ ଆରାମଦାୟକ ସିଟ ବ୍ୟବସ୍ଥା ରହିଛି । ସମସ୍ତ ଶୌଚାଳୟ ଜୈବ-ଭାକ୍ୟୁମ ଶ୍ରେଣୀର । ଏଥିରେ ଦ୍ୱୈତ ପ୍ରଣାଳୀର ଆଲୋକକୀରଣ ବ୍ୟବସ୍ଥା ଯଥା ସାଧାରଣ ଆଲୋକୀକରଣ ଏବଂ ପ୍ରତି ସିଟ ପାଖରେ ବ୍ୟକ୍ତିଗତ ଲାଇଟ ବ୍ୟବସ୍ଥା ରହିଛି । ପ୍ରତି ବଗିରେ ପେଣ୍ଟ୍ରି ସୁବିଧା ରହିଛି, ଏଥିରେ ଗରମ ଖାଦ୍ୟ ସହିତ ଗରମ ଓ ଥଣ୍ଡା ପାନୀୟ ପରିବେଷଣ ସୁବିଧା ରହିଛି । ଇନସୁଲେସନ ବ୍ୟତୀତ ଯାତ୍ରୀଙ୍କ ଅତିରିକ୍ତ ସୁବିଧା ଲାଗି ଗରମ ଏବଂ ଶବ୍ଦକୁ ଅତି କମସ୍ତରରେ ରଖିବା ଲାଗି ଏଥିରେ ବ୍ୟବସ୍ଥା ରହିଛି ।

ବନ୍ଦେ ଭାରତ ଏକ୍ସପ୍ରେସରେ 16ଟି ଶୀତତାପ ନିୟନ୍ତ୍ରିତ ବଗି ରହିଛି ଏଥିମଧ୍ୟରୁ 2ଟି ଏକଜିକ୍ୟୁଟିଭ ଶ୍ରେଣୀର । ଏଥିରେ ମୋଟ 1,128 ଜଣ ଯାତ୍ରୀ ଏକକାଳୀନ ଯାତ୍ରା କରିପାରିବେ । ସମସ୍ତ ବୈଦ୍ୟୁତିକ ସରଞ୍ଜାମ ବଗି ଓ ସିଟ ତଳେ ଦିଆଯାଇଛି । ଯାହା ଏହି ଟ୍ରେନରେ ଯାତ୍ରୀଙ୍କ ପାଇଁ ଅଧିକ ସ୍ଥାନ ସୃଷ୍ଟି କରିଛି । ଫଳରେ ସମାନ ସଂଖ୍ୟକ ବଗି ଥାଇ ସୁଦ୍ଧା ଏହି ଟ୍ରେନର ଯାତ୍ରୀ ପରିବହନ କ୍ଷମତା ପାରମ୍ପରିକ ଶତାବ୍ଦୀ ଏକ୍ସପ୍ରେସଠାରୁ ଢେର ଅଧିକ ।

ପରିବେଶ ଅନୁକୂଳ ମାର୍ଗରେ ଗତି କରିବା ସହିତ ବନ୍ଦେ ଭାରତ ଏକ୍ସପ୍ରେସରେ ପୁନଃସୃଷ୍ଟିକାରୀ ବ୍ରେକିଂ ବ୍ୟବସ୍ଥା ରହିଛି ଯାହା 30% ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ସଂଚୟ କରିପାରିବ ।

ଗତି, ସୁରକ୍ଷା ଏବଂ ସେବା ଏହି ଟ୍ରେନର ପରିଚୟ । ଭାରତୀୟ ରେଳବାଇର ଏକ ଉତ୍ପାଦନ ୟୁନିଟ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ ଫ୍ୟାକ୍ଟ୍ରି (ଆଇସିଏଫ) ଏହି ଟ୍ରେନର ଆଭ୍ୟନ୍ତରୀଣ ଡିଜାଇନ ଏବଂ ଉତ୍ପାଦନ କାର୍ଯ୍ୟକୁ ସଫଳତା ପୂର୍ବକ ସମ୍ପାଦନ କରିଛି । ମାତ୍ର 18 ମାସ ମଧ୍ୟରେ ବ୍ୟବସ୍ଥାର ସମନ୍ୱୟ ପାଇଁ କମ୍ପ୍ୟୁଟର ମଡେଲିଂ ଏବଂ ବହୁସଂଖ୍ୟକ ଯୋଗାଣକାରୀଙ୍କ ସହିତ କାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ “ମେକ ଇନ ଇଣ୍ଡିଆ” ସଂକଳ୍ପକୁ ଦୃଷ୍ଟିରେ ରଖି ଏହି ଟ୍ରେନର ଅଧିକାଂଶ ଭାଗ ଭାରତରେ ହିଁ ଡିଜାଇନ ଏବଂ ନିର୍ମାଣ କରାଯାଇଛି । ଏହି ଟ୍ରେନର ପ୍ରଭାବ, ପ୍ରଦର୍ଶନର ଗୁଣବତ୍ତା, ନିରାପତ୍ତା ଏବଂ ଯାତ୍ରୀ ସୁବିଧା ବିଶ୍ୱସ୍ତରୀୟ ହୋଇପାରିଛି । ତଥାପି ଏହାର ଭଡ଼ା ବୈଶ୍ୱିକ ଦରର ଅଧାଠାରୁ ମଧ୍ୟ କମ । ବିଶ୍ୱ ରେଳ ବ୍ୟବସାୟରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାର ସମ୍ଭାବନା ଏହି ଟ୍ରେନ ନିକଟରେ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi