ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଯୁବ ପିଢ଼ିଙ୍କ ବିଶ୍ୱସ୍ତରୀୟ ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଯେ, ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି। ସେମାନଙ୍କୁ ଗତିଶୀଳତା, ନବସୃଜନ ଏବଂ ଦୃଢ଼ତାର ପ୍ରତୀକ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଗତ ୧୧ ବର୍ଷ ମଧ୍ୟରେ ଦେଶର ଅଭିବୃଦ୍ଧି ଯୁବ ଶକ୍ତିର ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ଦ୍ୱାରା ପରିଚାଳିତ ହୋଇ ଆସୁଛି।
ଷ୍ଟାର୍ଟ- ଅପ୍ ସମୂହ , ବିଜ୍ଞାନ, କ୍ରୀଡ଼ା, ସମାଜ ସେବା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ଯୁବ ଭାରତୀୟମାନେ ଅସାଧାରଣ ଅବଦାନ ରଖିଛନ୍ତି। "ଗତ ୧୧ ବର୍ଷ ମଧ୍ୟରେ, ଆମେ ଯୁବ ପିଢ଼ିଙ୍କର ଏପରି ଅନେକ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି,’ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୧ ବର୍ଷ ମଧ୍ୟରେ ଯୁବ ସଶକ୍ତୀକରଣ ପାଇଁ ସରକାରୀ ନୀତିର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଭଳି ସରକାରୀ ପଦକ୍ଷେପଗୁଡ଼ିକ ଏହି ଦୃଢ଼ ବିଶ୍ୱାସରେ ନିହିତ ଯେ, ଯୁବ ପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଏକ ରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୧ ବର୍ଷ ମଧ୍ୟରେ ସରକାର ଯୁବ ପିଢ଼ିଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି। ନୂତନ ଶିକ୍ଷା ନୀତି ଏବଂ ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ ଉପରେ ଧ୍ୟାନ ଦେଇ, ଯୁବ ପିଢ଼ି ‘ବିକଶିତ ଭାରତ' ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛନ୍ତି।
ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ସରକାର ସର୍ବଦା ଯୁବ ଶକ୍ତିକୁ ସେମାନଙ୍କର ଉଜ୍ଜ୍ୱଳତାର ବିକିରଣ କରିବା ପାଇଁ ସମସ୍ତ ପ୍ରକାରର ସୁଯୋଗ ପ୍ରଦାନ କରିବେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଥିଲେ ;
"ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି। ଆମର ଯୁବଶକ୍ତି ଗତିଶୀଳତା, ନବସୃଜନ ଏବଂ ଦୃଢ଼ ନିଷ୍ପତ୍ତି ସହିତ ଜଡ଼ିତ। ଆମର ଯୁବ ପିଢ଼ି ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ସହିତ ଭାରତର ଅଭିବୃଦ୍ଧିକୁ ଆଗେଇ ନେଇଛନ୍ତି।’
India’s youth have made a mark globally. Our Yuva Shakti is associated with dynamism, innovation and determination. Our youth have driven India’s growth with unmatched energy and conviction.
— Narendra Modi (@narendramodi) June 6, 2025
In the last 11 years, we have witnessed remarkable instances of youngsters who have done…
ଆମେ ଷ୍ଟାର୍ଟଅପ୍ ସମୂହ , ବିଜ୍ଞାନ, କ୍ରୀଡ଼ା, ସମାଜ ସେବା, ସଂସ୍କୃତି ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଅକଳ୍ପନୀୟ କାର୍ଯ୍ୟ କରିଥିବା ଯୁବ ପିଢ଼ିଙ୍କ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ।
ଗତ ୧୧ ବର୍ଷ ମଧ୍ୟରେ, ଯୁବ ପିଢ଼ିଙ୍କ ସଶକ୍ତୀକରଣ ପାଇଁ ନୀତି ଏବଂ କାର୍ଯ୍ୟକ୍ରମରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଭଳି ସରକାରୀ ପଦକ୍ଷେପଗୁଡ଼ିକ ଏହି ଦୃଢ଼ ବିଶ୍ୱାସରେ ନିହିତ ଯେ ଯୁବ ପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଏକ ରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ।
11YearsOfYuvaShakti"
पिछले 11 वर्षों में हमारी सरकार ने युवा शक्ति को सशक्त बनाने के लिए निरंतर प्रयास किए हैं। नई शिक्षा नीति के साथ कौशल विकास और स्टार्ट-अप्स पर फोकस से हमारे युवा 'विकसित भारत' के संकल्प के अहम भागीदार बने हैं। ये हमारे लिए अत्यंत प्रसन्नता की बात है कि आज देश का युवा राष्ट्र… pic.twitter.com/CUYgzoUnG5
— Narendra Modi (@narendramodi) June 6, 2025
ମୋର ବିଶ୍ୱାସ ଯେ ଆମର ଯୁବ ପିଢ଼ି ଏକ ବିକଶିତ ଭାରତ ଗଠନ ପାଇଁ ପ୍ରୟାସକୁ ଆହୁରି ମଜଭୁତ କରିବେ।
We will always give our Yuva Shakti all possible opportunities to shine! They are key builders of a Viksit Bharat. #11YearsOfYuvaShakti https://t.co/uiETgUYgLx
— Narendra Modi (@narendramodi) June 6, 2025


