We stand on the cusp of a new chapter in India-Israel relations driven by our people & mutual opportunities for betterment of lives: PM
In India, we have been taking steady steps over 3 years at both macro as well as micro-level, to make a difference. Our motto is Reform, Perform and Transform: PM
To enable entry of capital and technology, most of the sectors including defence, have been opened for FDI...We are now among the most open economies: PM
India’s development agenda is huge. It presents a vast economic opportunity for Israeli companies: PM Modi

ମହାମହିମ ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ,

ଭାରତ ଓ ଇସ୍ରାଏଲ ବାଣିଜ୍ୟିକ ନେତାମାନେ,

ଦେବୀ ଓ ସଜ୍ଜନମଣ୍ଡଳୀ,

ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଇସ୍ରାଏଲ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ମୋର ଦେଶବାସୀଙ୍କ ତରଫରୁ ସ୍ୱାଗତ କରୁଛି । ଉଭୟ ଦେଶର ସିଇଓମାନଙ୍କ ସହ ଏକଜୁଟ୍ ହେବା ଆଉ ଏକ ଖୁସିର କଥା । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ଏବେଏବେ ଦ୍ୱିପାକ୍ଷିକ ସିଇଓ ଫୋରମ୍ ମାଧ୍ୟମରେ ଭାରତ ଓ ଇସ୍ରାଏଲର ବ୍ୟବସାୟିକ ନେତାଙ୍କ ସହ ଫଳପ୍ରଦ ବାର୍ତାଳାପ ସମାପ୍ତ କରିଛୁ । ଏହି ଆଲୋଚନା ଓ ସିଇଓଙ୍କ ଭାଗିଦାରୀକୁ ନେଇ ମୁଁ ବହୁତ ଆଶାବାଦୀ ଅଛି, ଯାହାକି ଗତବର୍ଷ ଆରମ୍ଭ ହୋଇଥିଲା ।

ବନ୍ଧୁଗଣ,

ମୋର ସର୍ବଦା ଇସ୍ରାଏଲ ଓ ତା’ର ଲୋକଙ୍କ ପ୍ରତି ଗଭୀର ସମ୍ମାନ ରହିଛି । ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ 2006 ମସିହାରେ ଇସ୍ରାଏଲ ଗସ୍ତ କରିଥିଲି । ପୁଣି ଗତବର୍ଷ ଜୁଲାଇରେ  ଇସ୍ରାଏଲ ଯାଇଥିଲି ଓ ଏହା ଭାରତର ଏଭଳି ପ୍ରଥମ ଗସ୍ତ ଥିଲା ।

ଏହା ଅତ୍ୟନ୍ତ ଖାସ୍ ଗସ୍ତ ଥିଲା । ଇସ୍ରାଏଲ ଦ୍ୱାରା ନିଆଯାଇଥିବା ଉଲ୍ଲେଖନୀୟ ନବସୃଜନ, ଉଦ୍ୟୋଗ ଓ ଅଧ୍ୟବସାୟକୁ ମୁଁ ନିକଟରୁ ଅନୁଭବ କରିଥିଲି । ନୂଆ ଉତ୍ସାହ ଓ ଉଦ୍ଦେଶ୍ୟ ଯାହା ଗତ କିଛିବର୍ଷ ଧରି ଆମର ସମ୍ବନ୍ଧକୁ ସୁଦୃଢ଼ କରୁଛି । ଏହା ଆମର ଭାଗିଦାରୀକୁ ଉଚ୍ଚ ଶିଖରକୁ ନେବାରେ ସହାୟକ ହେବ । ଆମର ଲୋକଙ୍କ ଦ୍ୱାରା ଭାରତ-ଇସ୍ରାଏଲ ସମ୍ବନ୍ଧକୁ ଏକ ଉଜ୍ୱଳମୟ ନୂଆ ଅଧ୍ୟାୟକୁ ନେବା ଦିଗରେ କାର୍ଯ୍ୟ ଓ ସେମାନଙ୍କର ଜୀବନର ସୁଧାର ପାଇଁ ପାରସ୍ପରିକ ସୁଯୋଗକୁ ଆମେ ସମର୍ଥନ କରୁଛୁ ।

ଆମର ସମ୍ପର୍କର ଉନ୍ନତିରେ ବ୍ୟବସାୟ ଓ ଉଦ୍ୟୋଗର ଭୂମିକା ମହତ୍ୱପୂର୍ଣ୍ଣ । ଏହା ଆପଣମାନଙ୍କର ମିଳିତ ପ୍ରୟାସ, ଯାହା ଆମର ଆଲୋଚନା ପାଇଁ ବାସ୍ତବିକ ମୂଲ୍ୟକୁ ସାମିଲ କରାଇବ ଓ ଠୋସ୍ ସଫଳତା ଆଣିଦେବ । ଆମ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଓ ଅତ୍ୟାଧୁନିକ ଇସ୍ରାଏଲୀ ପ୍ରଯୁକ୍ତିବିଦ୍ୟାର ପ୍ରାସଙ୍ଗିକତା ସୀମାହୀନ ଆକାଶ ଭଳି ଓ ଯାହାକି ଆମେ ମିଳିତ ଭାବେ ହାସଲ କରିପାରିବୁ ।

ବନ୍ଧୁଗଣ,

ମୁଁ ଆଜି ଅତ୍ୟନ୍ତ ଖୁସି ଯେ ଆଜି ଆମେ ‘ଭାରତ-ଇସ୍ରାଏଲ ଶିଳ୍ପାଂଚଳ ଗବେଷଣା ଓ ବିକାଶ  ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ପାଣ୍ଠି’(ଆଇ4ଏଫ୍) ଅନ୍ତର୍ଗତ ମିଳିତ ଗବେଷଣା ଓ ବିକାଶ ପ୍ରକଳ୍ପ ପାଇଁ ପ୍ରଥମ କାର୍ଯ୍ୟକୁ ଶୁଭାରମ୍ଭ କରିଛୁ ଯାହାକି ମୋର ଗତବର୍ଷ ଜୁଲାଇ ମାସରେ ଇସ୍ରାଏଲ ଗସ୍ତବେଳେ ଘୋଷଣା ହୋଇଥିଲା । ଏହି ପାଣ୍ଠି ଆଗାମୀ 5ବର୍ଷ ମଧ୍ୟରେ ଖର୍ଚ୍ଚ କରାଯିବ  । ଦୁଇ ଦେଶର ପ୍ରତିଭାବାନଙ୍କ ପାଇଁ ମିଳିତ ସ୍ୱାଗତଯୋଗ୍ୟ ସୁଯୋଗ ହେବ ଯାହାକି ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସମାଧାନ ହେବ ଓ ଏହାର ବ୍ୟବସାୟିକ ଅନ୍ୱେଷଣ ମଧ୍ୟ କରାଯାଇପାରିବ ।

ମୁଁ ଏହି ପ୍ଲାଟଫର୍ମକୁ ଉପଯୋଗ କରିବା ପାଇଁ ଦୁଇ ଦେଶର ଉଦ୍ୟୋଗୀଙ୍କୁ ଦୃଢ଼ ଭାବେ ପ୍ରୋତ୍ସାହିତ କରୁଛି । ମିଳିତ ଅନୁସନ୍ଧାନ ଓ ଗବେଷଣା(ଆରଆଣ୍ଡଡି) ପ୍ରକଳ୍ପ ଯଥା ‘ଡାଟା ଏନାଲିଟିକ୍ସ’ ଏବଂ ‘ସାଇବର ସ୍ପେସ୍ ସୁରକ୍ଷା’ କ୍ଷେତ୍ର ମାଧ୍ୟମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ କରିବା ମଧ୍ୟ ସମାନ ଭାବେ ଉତ୍ସାହଜନକ ।

ମୁଁ ଖୁସି ଯେ ଭାରତ-ଇସ୍ରାଏଲ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2018 ଜୁଲାଇରେ ଭାରତରେ ହେବାକୁ ଯାଉଛି । ମୁଁ ଆଶା କରୁଛି ଏହି ସମ୍ମିଳନୀ ନୂଆ ପ୍ରଯୁକ୍ତିବିଦ୍ୟା ସହ ବିକାଶକୁ ପ୍ରୋତ୍ସାହିତ କରିବ । ଏପରିକି ଏହାର ଗ୍ରାଉଣ୍ଡ ୱାର୍କକୁ ଦିନକ ପରେ ଆଇସିଆରଇଏଟିଇରୁ ଆରମ୍ଭ କରାଯିବ । ଆମେ ଉଭୟ ଗୁଜରାଟ ଯାଉଛୁ ଏହି କେମ୍ପସ୍ ଉଦ୍ଘାଟନ କରିବା ପାଇଁ, ଯାହାକି ଏକ ପ୍ରମୁଖ ନବସୃଜନ ହବ୍ ଭାବେ ବିକଶିତ ହେବ ।

ବନ୍ଧୁଗଣ,

ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଗୁଜରାଟର ଗ୍ରାମାଂଚଳକୁ ନେଇକରି ଯିବି କାରଣ ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ବାସ୍ତବ ଶକ୍ତି ସାଧାରଣ ଲୋକଙ୍କୁ ଫାଇଦା ଦେବା ପାଇଁ ଉଦ୍ଦିଷ୍ଟ । ଇସ୍ରାଏଲ ନିଜର ନବସୃଜନ ଓ ଅଭିନବ ଅଙ୍କୁର ପରିବେଶ ବ୍ୟବସ୍ଥାର ଷ୍ଟାର୍ଟଅପ୍ ରାଷ୍ଟ୍ର ଭାବେ ବିଶ୍ୱରେ ପରିଚିତ ।

ଏହାର ଶ୍ରେୟ ମଧ୍ୟ ଇସ୍ରାଏଲର ଉଦ୍ୟୋଗୀମାନଙ୍କୁ ଯାଉଛି । ଆପଣମାନେ ଇସ୍ରାଏଲକୁ ଦୃଢ଼, ସ୍ଥିର ଓ ଅଭିନବ ଅର୍ଥବ୍ୟବସ୍ଥାରେ ପରିଣତ କରାଇଛନ୍ତି । ଆପଣମାନେ 8 ନିୟୁତ ଲୋକଙ୍କ ଦେଶକୁ ବିଶ୍ୱରେ ପ୍ରଯୁକ୍ତିବିଦ୍ୟାର ପାୱାରହାଉସ୍ ଭାବେ ଆଲୋକିତ କରିବାରେ ସକ୍ଷମ ହୋଇଛନ୍ତି ।

ତେଣିକି ତାହା ଜଳ ଜ୍ଞାନକୌଶଳ ହେଉ ଅବା କୃଷି ଜ୍ଞାନକୌଶଳ ବା ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ ଅବା ସଂରକ୍ଷଣ – ସବୁଥିରେ ଇସ୍ରାଏଲ ନୂଆ ଅଗ୍ରଣୀ ସଫଳ ରାଷ୍ଟ୍ର ଭାବେ ଚମକପ୍ରଦ ଉଦାହରଣ ପାଲଟିଛି । ତାହା ଭୌତିକ ଅବା ଯଥାର୍ଥ ସୁରକ୍ଷା ହେଉ, ଅବା ତାହା ସ୍ଥଳ, ଜଳ ଓ ଆକାଶ ସବୁଠି ଆପଣଙ୍କର ଜ୍ଞାନକୌଶଳକୁ ପ୍ରଶଂସା ମିଳିଛି । ବାସ୍ତବରେ ଭାରତର ଏକ ଜଳାଭାବ ରାଜ୍ୟର ବାସିନ୍ଦା ହୋଇଥିବାରୁ ମୁଁ ନିର୍ଦ୍ଦିଷ୍ଟ ଭାବେ ଇସ୍ରାଏଲର ଜଳ ପରିଚାଳନା ଦକ୍ଷତାକୁ ପ୍ରଂଶସା କରୁଛି ।

ଭାରତରେ, ପାର୍ଥକ୍ୟ ଦେଖିବା ପାଇଁ ଆମେ ଉଭୟ ମାକ୍ରୋ ଓ ମାଇକ୍ରୋସ୍ତରରେ କ୍ରମାଗତ 3ବର୍ଷ ହେଲା ପଦକ୍ଷେପ ନେଉଛୁ । ଆମର ଆଦର୍ଶ ଉକ୍ତି ହେଉଛି : ସୁଧାର, ପ୍ରଦର୍ଶନ ଓ ରୂପାନ୍ତରଣ ।

ପରିଣାମ ଦୁଇଗୁଣା ହୋଇଛି । ଗୋଟିଏ ପଟେ ବିଶ୍ୱର ଶ୍ରେଷ୍ଠମାନଙ୍କ ସହ  ଆମର ପ୍ରକ୍ରିୟାମାନ, ପ୍ରଣାଳୀ ଓ ବ୍ୟବସ୍ଥାକୁ ଏକାଠି କରିଛୁ ଓ ଅନ୍ୟପଟେ ଆମେ ଦ୍ରୁତ ଅଭିବୃଦ୍ଧିକୁ ଗତିଶୀଳ କରିବାରେ ସକ୍ଷମ ହୋଇଛୁ ।

ଗଭୀର ଢାଂଚାଗତ ସଂସ୍କାର ସତ୍ୱେ, ଆମେ ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ରହିଛୁ । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ 40 ପ୍ରତିଶତ ବୃଦ୍ଧି ସହ ସର୍ବକାଳୀନ ସର୍ବାଧିକ ରହିଛି । ଯୁବବର୍ଗଙ୍କ ଦକ୍ଷତା ଓ ନିଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି । ଆମ ଜନସଂଖ୍ୟାର 65 ପ୍ରତିଶତ ହେଉଛନ୍ତି 35 ବର୍ଷ ବୟସରୁ କମ୍ ଓ ପ୍ରଯୁକ୍ତବିଦ୍ୟା ଆଧାରିତ ଅଭିବୃଦ୍ଧି ପାଇଁ ବ୍ୟାକୁଳ ଅଛନ୍ତି ।

ଏହା ଆମର ସବୁଠୁ ବଡ଼ ସୁଯୋଗ ଓ ଚାଲେଞ୍ଜ ମଧ୍ୟ । ଏହି ଉଦ୍ଦେଶ୍ୟରେ ଆମେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛୁ । ଭାରତ ଓ ଇସ୍ରାଏଲ ଭାଗିଦାରୀରେ ଏହି କ୍ଷେତ୍ର ପାଇଁ ବ୍ୟାପକ ସମ୍ଭାବନା ରହିଛି । ଭାରତ-ଇସ୍ରାଏଲ ନବସୃଜନ ସେତୁ ଉଭୟ ପକ୍ଷର ଷ୍ଟାର୍ଟଅପ୍ ମଧ୍ୟରେ ଏକ ସଂଯୋଗ ଭାବେ କାର୍ଯ୍ୟ କରିବ । ଜ୍ଞାନର ଏହି ବିଶାଳ ଭଣ୍ଡାର ପାଇଁ ମୁଁ ମଧ୍ୟ ଭାରତୀୟ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଓ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ନିଜର ଇସ୍ରାଏଲ ପ୍ରତିପକ୍ଷମାନଙ୍କ ସହ ନିଶ୍ଚିତ ଭାବେ ସହଭାଗିତା କରିବାକୁ କହିଛି ।

ଭାରତର ଆକାର ଓ ପରିମାପକ ରହିଛି ।

ଇସ୍ରାଏଲ ପାଖରେ ଫୂର୍ତି ଓ ତ୍ୱରିତ୍ କାର୍ଯ୍ୟ ସାଧନ କରିବାର ଗୁଣ ରହିଛି ।

ଅନେକ ବିଚାର ଓ ପ୍ରଯୁକ୍ତିବିଦ୍ୟା ରହିଛି ଯାହାକି ଉପଯୋଗ ହୋଇପାରିବ ଅବା ବ୍ୟବସାୟିକ ଭାବେ ଭାରତରେ ଶୀର୍ଷକୁ ପହଂଚାଇ ପାରିବ ।

 

ବନ୍ଧୁଗଣ,

ଏବେ, ଆମେ ସବୁଠୁ ବଡ଼ ନିର୍ମାଣକାରୀ ରାଷ୍ଟ୍ର ଭାବେ ଉଭା ହୋଇଛୁ । କିନ୍ତୁ ଆମେ ଏପର୍ଯ୍ୟନ୍ତ ଏହା କରିନାହୁଁ । ଆମେ ଆମର ଯୁବବର୍ଗଙ୍କ ଶକ୍ତିର ଫାଇଦା ଉଠାଇ ଭାରତକୁ ବିଶ୍ୱସ୍ତରରେ ନିର୍ମାଣ ହବ୍ କରାଉଛୁ ।

 

‘ମେକ୍ ଇନ୍ ଇଣ୍ଡିଆ’ ପ୍ରୟାସ ଏହାକୁ ହାସଲରେ ସହାୟକ ହେବା ପାଇଁ ପ୍ରସ୍ତୁତ କରାଯାଇଛି । ଏସବୁ ପ୍ରୟାସ ମାଧ୍ୟମରେ, ଏକ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥାର ନୂଆ ପାରିପାର୍ଶ୍ଵିକ ବ୍ୟବସ୍ଥା ଓ ଏକୀକୃତ ଟିକସ ବ୍ୟବସ୍ଥା ସହ ମିଳିତ ଭାବେ ନବଭାରତ ଗଠନ ନିମନ୍ତେ ପ୍ରୟାସ କରୁଛୁ ।

ଆମେ ବିଶେଷକରି ଭାରତକୁ ଜ୍ଞାନ ଆଧାରିତ, କୌଶଳ ସମର୍ଥିତ ଓ ଜ୍ଞାନକୌଶଳ ଆଧାରିତ ସମାଜରେ ବିକଶିତ କରିବା ପାଇଁ ଉତ୍ସୁକ ଅଟୁ । ଡିଜିଟାଲ ଭାରତ ଓ କୌଶଳ ଭାରତ ମାଧ୍ୟମରେ ଏକ ଚମକ୍ରାର ପ୍ରୟାସ ଆରମ୍ଭ ହୋଇସାରିଛି । ଏହି ପରିବର୍ତନକୁ ସଫଳ କରିବା ପାଇଁ ଗତ କିଛି ବର୍ଷ ମଧ୍ୟରେ ମୋ’ ସରକାର ପର୍ଯ୍ୟାପ୍ତ ସୁଧାର କରିଛି ।

ବ୍ୟବସାୟ ଓ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଅନେକ ନିୟାମକ ଓ ନୀତି ସମସ୍ୟାକୁ  ଆମେ ସମାଧାନ କରିଛୁ । ଆମେ ଭାରତରେ ‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛୁ ।

ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳିଛି:-

 ଗତ ତିନିବର୍ଷ ମଧ୍ୟରେ ବିଶ୍ୱବ୍ୟାଙ୍କର ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍ ସୂଚକାଙ୍କରେ ଭାରତ 42ତମ ସ୍ଥାନକୁ ଯାଇପାରିଛି ।

ଦୁଇବର୍ଷ ମଧ୍ୟରେ ଡବ୍ଲୁଆଇପିଓର ଗ୍ଲୋବାଲ୍ ଇନୋଭେସନ୍ ସୂଚକାଙ୍କର 21ତମ ସ୍ଥାନକୁ ଯାଇଛି

ଗତ ଦୁଇବର୍ଷ ମଧ୍ୟରେ ବିଶ୍ୱ ଆର୍ଥିକ ଫୋରମ୍ର ଆନ୍ତର୍ଜାତିକ ପ୍ରତିଯୋଗିତା ସୂଚକାଙ୍କରେ ଆମେ 32ତମ ସ୍ଥାନକୁ ଆଗକୁ ଯାଇଛୁ, ଯାହାକି କୌଣସି ରାଷ୍ଟ୍ର ପାଇଁ ସର୍ବାଧିକ ।

ବିଶ୍ୱବ୍ୟାଙ୍କର 2016 ମସିହା ଲଜିଷ୍ଟିକ୍ ପରଫାର୍ମେନ୍ସ ସୂଚକାଙ୍କରେ ଆମେ 19ତମ ସ୍ଥାନକୁ ଯାଇଛୁ ।

UNCTAD ଦ୍ୱାରା ତାଲିକାଭୁକ୍ତ 10ଟି ପ୍ରତ୍ୟକ୍ଷ ବିଦେଶୀ ନିବେଶ ସ୍ଥଳୀରେ ଆମେ ଶୀର୍ଷରେ ରହିଛୁ । କିନ୍ତୁ ଆମେ ଏତିକିରେ ଅଟକିବୁ ନାହିଁ । ଆମେ ଅଧିକ କରିବାକୁ ଚାହୁଁଛୁ ଓ ଭଲ କରିବାକୁ ମଧ୍ୟ ।

ପୁଞ୍ଜି ଓ ପ୍ରଯୁକ୍ତିବିଦ୍ୟାର ଆଗମନ ନିମନ୍ତେ ପ୍ରତିରକ୍ଷା  ସମେତ ଅଧିକାଂଶ କ୍ଷେତ୍ରକୁ ଆମେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରିଛୁ । 90 ପ୍ରତିଶତରୁ ଉର୍ଦ୍ଧ୍ଵ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ  ମଧ୍ୟ ସ୍ୱୟଂଚାଳିତ ମାର୍ଗରେ ଅନୁମୋଦିତ ହୋଇଛି ।

ଆମେ ଏବେ ସର୍ବାଧିକ ଉନ୍ମୁକ୍ତ ଅଥଁବ୍ୟବସ୍ଥା ମଧ୍ୟରେ ରହିଛୁ । ଗତ କିଛିଦିନ ପୂର୍ବରୁ ଆମେ ଏକକ ବ୍ରାଣ୍ଡ୍  ଖୁଚୁରା ଓ ନିର୍ମାଣ ବିକାଶ କ୍ଷେତ୍ରରେ 100 ପ୍ରତିଶତ ସ୍ୱୟଂଚାଳିତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଅନୁମତି ଦେଇଛୁ । ଆମେ ମଧ୍ୟ ଆମର ଜାତୀୟ ବାହକ ଏୟାର ଇଣ୍ଡିଆକୁ ବିଦେଶୀ ନିବେଶକଙ୍କ ପାଇଁ ଉନ୍ମୁକ୍ତ କରିଛୁ ।

ପ୍ରତ୍ୟେକ ଦିନ ଆମେ ଭାରତରେ ବ୍ୟବସାୟକୁ ସହଜ କରାଉଛୁ । ଟିକସ କ୍ଷେତ୍ରରେ ଆମେ ବହୁ ସଂଖ୍ୟକ ସଂସ୍କାର କାର୍ଯ୍ୟକାରୀ କରିଛୁ । ଜିଏସଟି ସଂସ୍କାରକୁ ସଫଳତା ଓ ସହଜ ଭାବେ ଆରମ୍ଭ କରାଯାଇଛି ।

ଏହା ଅଦ୍ୟାବଧିର ସବୁଠୁ ବଡ଼ ବ୍ୟବସାୟ ଓ ଆର୍ଥିକ ସୁଧାର ଯାହା ଭାରତ କରିଛି । ଜିଏସଟି ଓ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ଦେଣନେଣର ଆରମ୍ଭ କରି ଆମେ ଆଧୁନିକ ଟିକସ ବ୍ୟବସ୍ତା ଆଡ଼କୁ ଆଗଉଛୁ ଯାହାକି ପାରଦର୍ଶୀ, ସ୍ଥାୟୀ ଓ ଅନୁମାନସାପେକ୍ଷ ।

ବନ୍ଧୁଗଣ,

ଅନେକ ଇସ୍ରାଏଲୀ କମ୍ପାନୀ ମେକ ଇନ୍ ଇଣ୍ଡିଆ ପାଇଁ  ଭାରତୀୟ କମ୍ପାନୀ ସହ ହାତ ମିଳାଇଛନ୍ତି । ଏଥିରେ ବିଶେଷକରି ଆଧୁନିକ ଜଳ ପ୍ରଯୁକ୍ତିବିଦ୍ୟା ଓ କୃଷି ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ସୁରକ୍ଷା ବ୍ୟବସ୍ଥା, ଫାର୍ମା ଜ୍ଞାନ କ୍ଷେତ୍ରରେ ଅନେକ କମ୍ପାନୀ ଭାରତରେ ପାଦ ଥାପି ସାରିଛନ୍ତି ।

ସେହିପରି ଭାରତୀୟ କମ୍ପାନୀମାନେ ମଧ୍ୟ ଇସ୍ରାଏଲରେ ଅନେକ କ୍ଷେତ୍ର ଯଥା ଆଇଟି, ଜଳସେଚନ ଓ ଫାର୍ମାରେ ଉଲ୍ଲେଖନୀୟ ଉପସ୍ଥିତି ଜାହିର କରିଛନ୍ତି ।

ହୀରା ସର୍ବଦା ଆମର ବ୍ୟବସାୟ ଏକ ସୁଦୃଢ଼ କାରକ ହୋଇ ରହିଛି । ପୂର୍ବ ତୁଳନାରେ ଏବେ ଅନେକ ବ୍ୟବସାୟ ଯୌଥ ଉଦ୍ୟୋଗରେ ଚାଲିଛି । ତେବେ ଏହା ଏବେ କେବଳ ଆରମ୍ଭ ମାତ୍ର, ଇସ୍ରାଏଲ ସହ ଆମର ବ୍ୟବସାୟ ବୃଦ୍ଧି ପାଇ 5ବିଲିୟନ ଡଲାରରୁ ଅଧିକ ହୋଇଛି ।

କିନ୍ତୁ ଏହା ଏବେ ବି ବାସ୍ତବ ସମ୍ଭାବନାଠୁ ବହୁ ତଳେ ରହିଛି । ଆମକୁ ନିଶ୍ଚିତ ଭାବେ ଆମର ସମ୍ପର୍କର ପୂର୍ଣ୍ଣ କ୍ଷମତାକୁ ପ୍ରାପ୍ତ କରିବାକୁ ପଡ଼ିବ । ଏହା ନାକେବଳ ଏକ କୂଟନୀତିକ ବାଧ୍ୟତାମୂଳକ ବରଂ  ଆର୍ଥିକ ମଧ୍ୟ । ମୁଁ ଆପଣମାନଙ୍କ ପରାମର୍ଶକୁ ସ୍ୱାଗତ କରୁଛି କି କିଭଳି ଆମର ମିଳିତ କ୍ଷମତାକୁ ଉନ୍ମୁକ୍ତ କରିପାରିବା । ନବସୃଜନ, ସଂଯୋଜନ ଓ ସମସ୍ୟାର ସମାଧାନ କରିବାର ଭାବନା ଦୁଇ ଦେଶ ମଧ୍ୟରେ ଜନ୍ମଜାତ ଭାବେ ରହିଛି ।

କେବଳ ଗୋଟିଏ ଉଦାହରଣ ଦେଉଛି :

ଭାବନ୍ତୁ ପରିବେଶ ଓ ଆର୍ଥିକ ଫାଇଦା କ’ଣ ମିଳିବ, ଯଦି ଆମେ ନଷ୍ଟ ସାମଗ୍ରୀକୁ ସଂଚୟ କରିବାରେ ସହଯୋଗ କରିପାରିବା ଓ ଯଦି ଆମେ ଆମର ଫଳ, ପନିପରିବା ଓ ଉଦ୍ୟାନକୃଷିରେ ଭ୍ୟାଲୁ ମିଶାଇବା । ସେହିପରି ଜଳ କ୍ଷେତ୍ରରେ ମଧ୍ୟ ।

ଆମ ପାଖରେ ଜଳାଭାବ ଭଳି ପର୍ଯ୍ୟାପ୍ତ ସ୍ଥିତି ରହିଛି । ଆମ ପାଖରେ ଖାଦ୍ୟକୁ ଫୋପାଡ଼ିବାର ସ୍ଥିତି ରହିଥିବାବେଳେ ଅନେକ ଏବେ ଭୋକିଲା ରହୁଛନ୍ତି ।

ବନ୍ଧୁଗଣ,

ଭାରତର ବିକାଶ ଏଜେଣ୍ଡା ବ୍ୟାପକ । ଏହା ଇସ୍ରାଏଲୀ କମ୍ପାନୀଗୁଡ଼ିକ ପାଇଁ ବ୍ୟାପକ ଆର୍ଥିକ ସୁଯୋଗ ଆଣିଦେବ । ଭାରତରେ କାମ କରିବା ପାଇଁ ମୁଁ ଅଧିକରୁ ଅଧିକ ଇସ୍ରାଏଲ ଲୋକ, ବ୍ୟବସାୟୀ ଓ କମ୍ପାନୀକୁ ଆମନ୍ତ୍ରଣ କରୁଛି ।

ସରକାର ଓ ଲୋକଙ୍କ ସହ ଭାରତର ବ୍ୟବସାୟୀ ସମୁଦାୟ ମଧ୍ୟ ଆପଣମାନଙ୍କ ସଙ୍ଗେ ହାତ ମିଳାଇବାକୁ ଆଗ୍ରହୀ । ମୁଁ ଆପଣଙ୍କ କମ୍ପାନୀଗୁଡ଼ିକୁ ଓ ଉଦ୍ୟୋଗର ସମସ୍ତ ସଫଳତା କାମନା କରୁଛୁ । ଯାହା ଆବଶ୍ୟକ ପଡ଼ିବ ସେଥିପାଇଁ ମୁଁ ମୋର ଓ ମୋ’ ସରକାର ସମର୍ଥନର ପ୍ରତିଶ୍ରୁତି ଦେଉଛି । ଆଉ ଭାରତ-ଇସ୍ରାଏଲର ବାଣିଜ୍ୟ ଓ ଆର୍ଥିକ ସହଭାଗିତାକୁ ତ୍ୱରାନ୍ୱିତ ନିମନ୍ତେ କ୍ରମାଗତ ସମର୍ଥନ ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଧନ୍ୟବାଦ ଜଣାଉଛି ।  ଆମର ଭାଗିଦାରୀକୁ ଅନେକ ସଫଳତା ମିଳିବ ବୋଲି ମୁଁ ଦୃଢ଼ ନିଶ୍ଚିତ ।

ଧନ୍ୟବାଦ!

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”