ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କିଶିଦା ଫୁମିଓ ନିଜର ପ୍ରଥମ ଦ୍ଵିପାକ୍ଷିକ ଭାରତ ଗସ୍ତରେ ଆସି ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୧୯ରୁ ୨୦ ମାର୍ଚ୍ଚ ୨୦୨୨ରେ ଆୟୋଜିତ ଚତୁର୍ଦ୍ଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଦୁଇ ଦେଶ ମଧ୍ୟରେ ପାରସ୍ପରିକ କୂଟନୈତିକ ସମ୍ପର୍କର ୭୦ବର୍ଷ ପୂର୍ତ୍ତି ପାଳନ ଏବଂ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏହି ଶିଖର ସମ୍ମିଳନୀ ଆୟୋଜିତ ହେଉଛି, ଯାହାକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି । ସେମାନେ ଗତ ବାର୍ଷିକ ଶିଖର ସମ୍ମିଳନୀ ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ସହିତ ସହଯୋଗର ବ୍ୟାପକ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି ।

ଦୁଇ ପ୍ରଧାନମନ୍ତ୍ରୀ ଭାରତ ଏବଂ ଜାପାନ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ଭାଗୀଦାରୀକୁ ପୁନର୍ବାର ଦୋହରାଇଥିଲେ । ସେମାନେ ଏହା ସ୍ୱୀକାର କରିଥିଲେ ଯେ ୨୦୧୮ରେ ଜାରି ହୋଇଥିବା ଭାରତ-ଜାପାନ ସଂକଳ୍ପ ପତ୍ରରେ ସ୍ଥାନିତ ସହଭାଗୀ ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ବର୍ତ୍ତମାନର ପରିଦୃଶ୍ୟରେ ବିଶେଷ ଭାବେ ପ୍ରାସଙ୍ଗିକ ହୋଇପଡ଼ିଛି, କାରଣ ଏବେ ଅଧିକ ଗମ୍ଭୀର ହୋଇପଡ଼ିଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ବିଶ୍ୱସ୍ତରୀୟ ସହଯୋଗର ପୂର୍ବାପେକ୍ଷା ଅଧିକ ଆବଶ୍ୟକତା ଦେଖାଦେଇଛି । ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେଉଥିବା ଏକ ନିୟମ ଆଧାରିତ ବ୍ୟବସ୍ଥା ଅନୁରୂପ ଶାନ୍ତିପୂର୍ଣ୍ଣ, ସ୍ଥିର ତଥା ସମୃଦ୍ଧଶାଳୀ ବିଶ୍ୱ ଦିଗରେ ମିଳିମିଶି କାମ କରିବା ଲାଗି ସେମାନେ ନିଜର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ । ଆତଙ୍କ ସୃଷ୍ଟି କରିବା କିମ୍ବା ବଳ ପ୍ରୟୋଗ କରିବା କିମ୍ବା ଏକଚାଟିଆ ଭାବେ ସ୍ଥିତାବସ୍ଥାକୁ ବଦଳାଇବା ପରିବର୍ତ୍ତେ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ଜଣାଇ ସବୁ ରାଷ୍ଟ୍ର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଆବଶ୍ୟକ ବୋଲି ଦୁଇ ନେତା ଜୋର ଦେଇ କହିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ବଳପ୍ରୟୋଗ ଠାରୁ ମୁକ୍ତ ଏକ ସ୍ୱାଧୀନ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କର ମିଳିତ ସଂକଳ୍ପକୁ ଦୋହରାଇଥିଲେ । ସେମାନେ ଏହି ବିଚାର ବିନିମୟ କରିଥିଲେ ଯେ ଏପରି ଏକ ବିଶ୍ୱରେ ଦୁଇ ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ ଦ୍ଵିପାକ୍ଷିକ ନିବେଶ ତଥା ବିବିଧ, ନମନୀୟ, ପାରଦର୍ଶୀ, ଖୋଲା, ସୁରକ୍ଷିତ ଏବଂ ଆକଳନଯୋଗ୍ୟ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ମାଧ୍ୟମରେ ବାଣିଜ୍ୟିକ ପ୍ରବାହ ପରିଚାଳନା କରାଯିବ ଯାହା ସେମାନଙ୍କର ନାଗରିକମାନଙ୍କୁ ଆର୍ଥିକ ସୁରକ୍ଷା ଏବଂ ସମୃଦ୍ଧି ପ୍ରଦାନ କରିବ । ଦୁଇ ଦେଶର ଏହି ସହଭାଗୀ ଉଦ୍ଦେଶ୍ୟକୁ ସାକାର କରିବା ଲାଗି ମିଳିମିଶି କାମ କରିବା ଜାରି ରଖିବାକୁ ପୁନଃସୁନିଶ୍ଚିତ କରିବା ସହିତ ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ଭାଗିଦାରୀକୁ ଆହୁରି ଆଗକୁ ବଢ଼ାଇବା ଲାଗି ଉଭୟ ସଂକଳ୍ପ ନେଇଥିଲେ ।

ସମାବେଶୀ ଏବଂ ନିୟମ ଆଧାରିତ ବ୍ୟବସ୍ଥା ଆଧାରରେ ଏକ ସ୍ୱାଧୀନ ଏବଂ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଭାଗୀଦାରୀ

ଦୁଇ ପ୍ରଧାନମନ୍ତ୍ରୀ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ପ୍ରଶଂସା କରିଥିଲେ ଏବଂ ଏହାକୁ ଆହୁରି ନିବିଡ଼ କରିବା ଲାଗି ଇଚ୍ଛା ବ୍ୟକ୍ତ କରିଥିଲେ । ସେମାନେ ନଭେମ୍ବର ୨୦୧୯ରେ ନୂଆଦିଲ୍ଲୀରେ ନିଜର ବିଦେଶ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ପ୍ରଥମ ୨+୨ ବୈଠକ ଆୟୋଜନ କରାଯିବାକୁ ସ୍ୱାଗତ କରିଥିଲେ ଏବଂ ଖୁବ୍‌ଶୀଘ୍ର ଟୋକିଓରେ ଦ୍ଵିତୀୟ ବୈଠକ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ଜାପାନର ସେଲ୍ଫ ଡିଫେନ୍ସ ଫୋର୍ସ ଏବଂ ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟରେ ସାମଗ୍ରୀ ଏବଂ ସେବା ଯୋଗାଣର ପାରସ୍ପରିକ ବ୍ୟବସ୍ଥା ସହ ଜଡ଼ିତ ରାଜିନାମା ପରିଚାଳନାକୁ ମଧ୍ୟ ସ୍ୱାଗତ କରିଥିଲେ । ‘‘ଧର୍ମ ଗାର୍ଡିଆନ୍‌’’ ଏବଂ ‘‘ମାଲାବାର’’ ଭଳି ଦ୍ଵିପାକ୍ଷିକ ଏବଂ ବହୁପକ୍ଷୀୟ ସମରଭ୍ୟାସ ଜାରି ରଖିବାକୁ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ଅନ୍ୟପଟେ ମିଲାନ ଭଳି ଅଭ୍ୟାସରେ ପ୍ରଥମ ଥର ପାଇଁ ଜାପାନର ଅଂଶଗ୍ରହଣକୁ ସେମାନେ ସ୍ୱାଗତ କରିବା ସହିତ ଭବିଷ୍ୟତରେ ଏହାର ବ୍ୟାପକତାକୁ ଆହୁରି ବଢ଼ାଇବା ଦିଗରେ ଉଦ୍ୟମ କରିବା ପାଇଁ ସହମତ ହୋଇଥିଲେ । ସେମାନେ ଜାପାନ ଏୟାର ସେଲ୍ଫ-ଡିଫେନ୍ସ ଫୋର୍ସ ଏବଂ ଭାରତୀୟ ବାୟୁସେନା ମଧ୍ୟରେ ଉଦଘାଟନୀ ସମରାଭ୍ୟାସ ପାଇଁ ସମନ୍ୱୟ ସହିତ ଆଗକୁ ବଢ଼ିବା ଲାଗି ନିଷ୍ପତ୍ତିକୁ ସୁନିଶ୍ଚିତ କରିଥିଲେ ଏବଂ ଖୁବଶୀଘ୍ର ସମରାଭ୍ୟାସ ଆୟୋଜନ କରାଯିବା ପ୍ରୟାସକୁ ସ୍ୱାଗତ କରିଥିଲେ । ସେମାନେ ମାନବବିହୀନ ଗ୍ରାଉଣ୍ଡ ଭେଇକିଲ (ୟୁଜିଭି) ଏବଂ ରୋବୋଟିକ୍ସ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ସ୍ୱୀକାର କରିଥିଲେ ଏବଂ ନିଜର ମନ୍ତ୍ରୀମାନଙ୍କୁ ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତି କ୍ଷେତ୍ରରେ ଭବିଷ୍ୟତରେ ସହଯୋଗ ପାଇଁ ଦୃଢ଼ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ଦୁଇ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ଦ କ୍ଵାଡ୍‌ ସମୂହ) ସମେତ ସମାନ ବିଚାରଧାରା ପୋଷଣ କରୁଥିବା ଅନ୍ୟ କ୍ଷେତ୍ରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଏବଂ ବହୁପକ୍ଷୀୟ ଭାଗିଦାରୀର ଗୁରୁତ୍ୱକୁ ଦୋହରାଇଥିଲେ । ସେମାନେ ମାର୍ଚ୍ଚ ଏବଂ ସେପ୍ଟେମ୍ବର ୨୦୨୧ରେ ଆୟୋଜିତ କ୍ଵାଡ୍‌ ନେତାମାନଙ୍କର ଶିଖର ସମ୍ମିଳନୀକୁ ସ୍ୱାଗତ କରିଥିଲେ । ବିଶେଷ କରି କୋଭିଡ ଟିକା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଭିତ୍ତିଭୂମି ସହଯୋଗ, ସାଇବର ସୁରକ୍ଷା, ମହାକାଶ ଏବଂ ଶିକ୍ଷା ଭଳି କ୍ଵାଡ୍‌ର ସକାରାତ୍ମକ ଏବଂ ଗଠନମୂଳକ ଏଜେଣ୍ଡା ଉପରେ ଦୃଢ଼ ପରିଣାମ ହାସଲ କରିବା ଲାଗି ନିଜ ପ୍ରତିବଦ୍ଧତାକୁ ନୂତନ ଭାବେ ଦୋହରାଇଥିଲେ । ଆଗାମୀ ମାସରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ କ୍ଵାଡ୍‌ ନେତାମାନଙ୍କର ଶିଖର ସମ୍ମିଳନୀ ଜରିଆରେ କ୍ଵାଡ୍‌ ସହଯୋଗ କ୍ଷେତ୍ରରେ ଅଗ୍ରସର ହେବା ପ୍ରତି ସେମାନେ ଆଗ୍ରହ ପ୍ରକାଶ କରିଥିଲେ ।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରୟାସ ବା ଇଣ୍ଡୋ-ପେସିଫିକ ଓଶନ ଇନିସିଏଟିଭ୍‌ (ଆଇପିଓଆଇ)କୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀମାନେ ଆଇପିଓଆଇ ଏବଂ ଏକ ମୁକ୍ତ ଓ ସ୍ୱାଧୀନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (ଏଫଓଆଇପି) ମଧ୍ୟରେ ସହଯୋଗ ବଢ଼ାଇବାର ଆବଶ୍ୟକତାକୁ ସ୍ୱୀକାର କରିଥିଲେ । ଆଇପିଓଆଇର ଯୋଗାଯୋଗ ସ୍ତମ୍ଭ ଉପରେ ଏକ ପ୍ରମୁଖ ଭାଗୀଦାର ଭାବେ ଜାପାନର ସହଭାଗିତାକୁ ଭାରତ ପ୍ରଶଂସା କରିଥିଲା । ସେମାନେ ଆସିଆନର ଏକତା ଏବଂ କେନ୍ଦ୍ରୀୟତା ପାଇଁ ନିଜର ମଜବୁତ ସମର୍ଥନ ଏବଂ ‘‘ଭାରତ ପ୍ରଶାନ୍ତ ମହାସାଗର (ଏଓଆଇପି) ଉପରେ ଆସିଆନ ଆଉଟଲୁକ୍‌’’ ପାଇଁ ନିଜର ପୂର୍ଣ୍ଣ ସମର୍ଥନକୁ ଦୋହରାଇଥିଲେ ଯାହାକି ଆଇନର ଶାସନ, ଖୋଲାପଣ, ସ୍ୱାଧୀନତା, ପାରଦର୍ଶିତା ଏବଂ ସମାବେଶ ଭଳି ସିଦ୍ଧାନ୍ତକୁ ବଜାୟ ରଖିଥାଏ । 

ଦୁଇ ପ୍ରଧାନମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବଂ ଜାପାନ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଦୁଇ ପ୍ରମୁଖ ଶକ୍ତି ଭାବେ, ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ଓ ନିରାପତ୍ତା, ନାଭିଗେସନ ଓ ଓଭରଫ୍ଲାଇଟ୍‌ର ସ୍ୱାଧୀନତା, ବାଧାମୁକ୍ତ ବୈଧ ବାଣିଜ୍ୟ ଏବଂ ଅନ୍ତର୍ଜାତୀୟ ଆଇନ ଅନୁସାରେ, ଆଇନଗତ ଏବଂ କୂଟନୈତିକ ପ୍ରକ୍ରିୟାକୁ ସମ୍ମାନ ସହିତ ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ରୁଚି ରଖିଛନ୍ତି । ସେମାନେ ଅନ୍ତର୍ଜାତୀୟ ଆଇନ, ବିଶେଷ କରି ସାମୁଦ୍ରିକ ଆଇନ ଉପରେ ମିଳିତ ଜାତିସଂଘ ସମ୍ମିଳନୀ (ୟୁଏନସିଏଲଓଏସ)ର ଭୂମିକାକୁ ପ୍ରାଥମିକତା ଦେବା ଜାରି ରଖିବା ପ୍ରତି ନିଜର ଦୃଢ଼ ସଂକଳ୍ପକୁ ଦୋହରାଥିଲେ ଏବଂ ପୂର୍ବ ଓ ଦକ୍ଷିଣ ଚୀନ ସାଗରରେ ନିୟମ-ଅଧାରିତ ସାମୁଦ୍ରିକ ବ୍ୟବସ୍ଥା ବିରୋଧରେ ଦେଖାଦେଉଥିବା ଆହ୍ଵାନର ମୁକାବିଲା ପାଇଁ ସାମୁଦ୍ରିକ ସୁରକ୍ଷା ସମେତ ସହଯୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ସହମତ ହୋଇଥିଲେ । ସେମାନେ ନିରସ୍ତ୍ରୀକରଣ ଏବଂ ଆତ୍ମସଂଯମର ମହତ୍ୱ ଉପରେ ଜୋର ଦେଇଥିଲେ । ସେମାନେ ଆଗକୁ ଦକ୍ଷିଣ ଚୀନ ସାଗରରେ ବିଭିନ୍ନ ପକ୍ଷର ଆଚରଣବିଧି ଉପରେ ଆଧାରିତ ଘୋଷଣାପତ୍ରକୁ ସମ୍ପୂର୍ଣ୍ଣ ଏବଂ ପ୍ରଭାବୀ କାର୍ଯ୍ୟକାରିତା ପାଇଁ ଆହ୍ଵାନ କରିଥିଲେ । ଏହିସବୁ ଆଲୋଚନାର ଅଂଶବିଶେଷ ନଥିବା ରାଷ୍ଟ୍ର ସମେତ ସବୁ ରାଷ୍ଟ୍ରମାନଙ୍କର ଅଧିକାର ଓ ହିତ ପ୍ରତି ସମ୍ମାନ ଜଣାଇ ଅନ୍ତର୍ଜାତୀୟ ଆଇନ, ବିଶେଷ କରି ୟୁଏନସିଏଲଓଏସ ମୁତାବକ ଦକ୍ଷିଣ ଚୀନ ସାଗରରେ ଏକ ଦୃଢ଼ ଏବଂ ପ୍ରଭାବୀ ଆଚାର ସଂହିତାକୁ ଲାଗୁ କରିବା ସପକ୍ଷରେ ସେମାନେ ମତ ଦୋହରାଇଥିଲେ ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସିସିଆର)ର ସଂକଳ୍ପକୁ ଉଲ୍ଲଙ୍ଘନ କରି ଉତ୍ତର କୋରିଆର ଅସ୍ଥିରତା ସୃଷ୍ଟିକାରୀ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷାକୁ ପ୍ରଧାନମନ୍ତ୍ରୀମାନେ ନିନ୍ଦା କରିଥିଲେ । ପ୍ରାସଙ୍ଗିକ ୟୁଏନଏସସିଆର ସଂକଳ୍ପ ଅନୁଯାୟୀ, ଉତ୍ତର କୋରିଆର ନିରନ୍ତର ଆଣବିକ ନିରସ୍ତ୍ରୀକରଣ ଉପରେ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଉତ୍ତର କୋରିଆର ବିସ୍ତାରବାଦୀ ସମ୍ବନ୍ଧକୁ ନେଇ ଦେଖାଦେଇଥିବା ସମସ୍ୟାର ମୁକାବିଲା ଉପରେ ଜୋର ଦେଇଥିଲେ । ପ୍ରାସଙ୍ଗିକ ୟୁଏନଏସସିଆର ସଂକଳ୍ପ ଅଧୀନରେ ଅର୍ନ୍ତଜାତୀୟ ଉତ୍ତରଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ଲାଗି ସେମାନେ ଉତ୍ତର କୋରିଆକୁ ନିବେଦନ କରିଥିଲେ ଏବଂ ଅପହରଣ ପ୍ରସଙ୍ଗର ତୁରନ୍ତ ସମାଧାନ ପାଇଁ ଆହ୍ଵାନ କରିଥିଲେ ।

ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିବା ଲାଗି ନିବିଡ଼ ଭାବେ ସହଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀମାନେ ସେମାନଙ୍କର ଉଦ୍ଦେଶ୍ୟକୁ ବ୍ୟକ୍ତ କରିଥିଲେ ଓ ମାନବୀୟ ସଙ୍କଟର ସମାଧାନ କରିବା, ମାନବାଧିକାରକୁ ସମ୍ମାନ ଦେବା ଏବଂ ବାସ୍ତବ ପ୍ରତିନିଧିତ୍ୱ ଆଧାରିତ ତଥା ଏକ ସମାବେଶୀ ରାଜନୈତିକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ ୟୁଏନଏସସିଆର ୨୫୯୩ (୨୦୨୧)ର ନିୟମ ପାଳନ ଉପରେ ଜୋର ଦେଇଥିଲେ ଯାହାକି ସ୍ପଷ୍ଟ ଭାବେ ଦାବି କରିଥାଏ ଯେ ଆଫଗାନିସ୍ତାନର ମାଟି ଆତଙ୍କବାଦୀମାନଙ୍କୁ ଶରଣ ଦେବା, ଯୋଜନା କରିବା କିମ୍ବା ଆତଙ୍କୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଡ଼ କରିବା ଲାଗି ଉପଯୋଗ ହେବ ନାହିଁ । ୟୁଏନଏସସିରେ ନିଷିଦ୍ଧ ସଂଗଠନ ସମେତ ସବୁ ଆତଙ୍କବାଦୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଥିଲେ ।

ପ୍ରଧାନମନ୍ତ୍ରୀମାନେ ଆତଙ୍କବାଦର ବଢ଼ୁଥିବା ବିପଦକୁ ନେଇ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ବ୍ୟାପକ ଓ ନିରନ୍ତର ଢଙ୍ଗରେ ଆତଙ୍କବାଦର ମୁକାବିଲା କରିବା ଲାଗି ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଏବଂ ଭିତ୍ତିଭୂମିକୁ ସମାପ୍ତ କରିବା, ଆତଙ୍କବାଦୀ ନେଟୱର୍କ ଏବଂ ସେମାନଙ୍କୁ ଅର୍ଥ ଯୋଗାଣ ମାଧ୍ୟମକୁ ବନ୍ଦ କରିବା ଏବଂ ଆତଙ୍କବାଦୀମାନଙ୍କର ସୀମାପାର ଗତିବିଧି ଉପରେ ଅଙ୍କୁଶ ଲଗାଇବା କ୍ଷେତ୍ରରେ ମିଳିମିଶି କାମ କରିବା ଲାଗି ସେମାନେ ସବୁ ଦେଶମାନଙ୍କୁ ଆହ୍ଵାନ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ସବୁ ଦେଶକୁ ଏହା ସୁନିଶ୍ଚିତ କରିବା ପାଇଁ ଆହ୍ଵାନ କରିଥିଲେ ଯେ ସେମାନଙ୍କ ନିୟନ୍ତ୍ରଣରେ ଥିବା ଭୂଖଣ୍ଡର ଉପଯୋଗ କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉପଯୋଗ ହେବା ଉଚିତ୍‌ ନୁହେଁ ଏବଂ ଏପରି ଆକ୍ରମଣ କ୍ଷେତ୍ରରେ ଅପରାଧିମାନଙ୍କୁ ତୁରନ୍ତ ଦଣ୍ଡ ଦେବା ଲାଗି ସେମାନେ ପ୍ରସ୍ତୁତ ରହିବା ଆବଶ୍ୟକ । ସେମାନେ ୨୬/୧୧ ମୁମ୍ବାଇ ଏବଂ ପଠାନକୋଟ ଆକ୍ରମଣ ସମେତ ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପୁନର୍ବାର ନିନ୍ଦା କରିଥିଲେ ଏବଂ ପାକିସ୍ତାନକୁ ନିଜର ଭୂଖଣ୍ଡରେ ପରିଚାଳିତ ଆତଙ୍କବାଦୀ ନେଟୱର୍କ ବିରୋଧରେ ଦୃଢ଼ ତଥା ଅପରିବର୍ତ୍ତନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏଫଏଟିଏଫ ସମେତ ସମସ୍ତ ଅନ୍ତର୍ଜାତୀୟ ପ୍ରତିବଦ୍ଧତାର ସମ୍ପୂର୍ଣ୍ଣ ଭାବେ ପାଳନ କରିବା ଲାଗି ଆହ୍ଵାନ କରିଥିଲେ । ସେମାନେ ବହୁପକ୍ଷୀୟ ମଞ୍ଚରେ ଆତଙ୍କବାଦ ନିରୋଧୀ ପ୍ରୟାସକୁ ଆହୁରି ମଜବୁତ କରିବା ଏବଂ ମିଳିତ ଜାତିସଂଘରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀ (ସିସିଆଇଟି)କୁ ତୁରନ୍ତ ଆପଣାଇବା ଉପରେ ମିଳିତ ଭାବେ କାମ କରିବା ପାଇଁ ମଧ୍ୟ ସହମତି ବ୍ୟକ୍ତ କରିଥିଲେ ।

ମ୍ୟାଁମାରରେ ଦେଖାଦେଇଥିବା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀମାନେ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ତୁରନ୍ତ ହିଂସା ସମାପ୍ତ କରିବା ଏବଂ ଅଟକ ରଖିଥିବା ଲୋକମାନଙ୍କୁ ଛାଡ଼ିବା ସହିତ ଗଣତନ୍ତ୍ରର ମାର୍ଗକୁ ଫେରିବା ଲାଗି ଆହ୍ଵାନ କରିଥିଲେ । ସେମାନେ ମ୍ୟାଁମାରରେ ସମାଧାନ ପାଇଁ ଆସିଆନ ପ୍ରୟାସ ସପକ୍ଷରେ ସେମାନଙ୍କର ସମର୍ଥନକୁ ଦୋହରାଇଥିଲେ ଏବଂ ଅଚଳାବସ୍ଥା ଦୂର କରିବା ଲାଗି ଆସିଆନ ଅଧ୍ୟକ୍ଷତା ସହ ସକ୍ରିୟ ଭାବେ ସମ୍ପୃକ୍ତ ରହିଥିବାରୁ କାମ୍ବୋଡ଼ିଆକୁ ପ୍ରଶଂସା କରିଥିଲେ । ଆସିଆନର ପଞ୍ଚସୂତ୍ରୀ ସାଧାରଣ ସହମତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସେମାନେ ମ୍ୟାଁମାରକୁ ନିବେଦନ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ୟୁକ୍ରେନରେ ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧ ଏବଂ ମାନବୀୟ ସଙ୍କଟକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସମେତ ବ୍ୟାପକ କ୍ଷେତ୍ର ଉପରେ ଏହାର ପରିଣାମକୁ ଆକଳନ କରିଥିଲେ । ସେମାନେ ଜୋର ଦେଇ କହିଥିଲେ ଯେ ମିଳିତ ଜାତିସଂଘ ଘୋଷଣାନାମା, ଅନ୍ତର୍ଜାତୀୟ ଆଇନ ଏବଂ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ସାମ୍ପ୍ରତିକ ବିଶ୍ୱ ବ୍ୟବସ୍ଥା ଆଧାରିତ । ୟୁକ୍ରେନରେ ଥିବା ଆଣବିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ଏବଂ ନିରାପତ୍ତାର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ ଏବଂ ଏ ଦିଗରେ ଆଇଏଇଏର ସକ୍ରିୟ ପ୍ରୟାସକୁ ପ୍ରଶଂସା କରିଥିଲେ । ତୁରନ୍ତ ହିଂସା ପରିସମାପ୍ତ ପାଇଁ ଆହ୍ଵାନକୁ ସେମାନେ ଦୋହରାଇଥିଲେ ଏବଂ ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିର ମାର୍ଗ ଅପେକ୍ଷା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଜୋର ଦେଇ କହିଥିଲେ । ୟୁକ୍ରେନରେ ମାନବୀୟ ସଙ୍କଟକୁ ସମାଧାନ କରିବା ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୁଇ ନେତା ସହମତ ହୋଇଥିଲେ ।

‘‘ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା : ସାମୁଦ୍ରିକ ସୁରକ୍ଷା’’ ଶୀର୍ଷକ ଉଚ୍ଚସ୍ତରୀୟ ଖୋଲା ବିତର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତା ସମେତ ଅଗଷ୍ଟ ୨୦୨୧ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଫଳ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ କିଶିଦା ଭାରତକୁ ଶୁଭେଚ୍ଛା ଜଣାଇଥିଲେ । ୨୦୨୩-୨୪ ଅବଧି ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ଆସନରେ ଜାପାନର ପ୍ରତିନିଧିତ୍ୱ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମର୍ଥନ ବ୍ୟକ୍ତ କରିଥିଲେ, ଏଥିପାଇଁ ପ୍ରଧାନମନ୍ତ୍ରୀ କିଶିଦା ନିଜର କୃତଜ୍ଞତା ଜଣାଇଥିଲେ । ଭାରତ ଏବଂ ଜାପାନର କାର୍ଯ୍ୟକାଳ ସମୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବିଭିନ୍ନ ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବା ଜାରି ରଖିବେ ବୋଲି ସେମାନେ ସହମତ ହୋଇଥିଲେ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକବିଂଶ ଶତାବ୍ଦୀର ସାମ୍ପ୍ରତିକ ବାସ୍ତବତାକୁ ପ୍ରତିଫଳିତ କରୁଥିବା ଭଳି ସଂସ୍କାର ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଆପୋସ ସହଯୋଗରେ କାର୍ଯ୍ୟ କରିବା ନିମନ୍ତେ ଦୁଇ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଥିଲେ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦୃଢ଼ ପରିଣାମ ହାସଲ କରିବାର ସାମଗ୍ରିକ ଲକ୍ଷ୍ୟ ସହିତ ଆନ୍ତଃ ସରକାରୀ ଆଲୋଚନା (ଆଇଜିଏନ)ରେ ପାଠ-ଆଧାରିତ ଆଲୋଚନା ଆରମ୍ଭ କରିବା ସମେତ, ଏହାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ସେମାନେ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଭାରତ ଏବଂ ଜାପାନ ସମ୍ପ୍ରସାରିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଯୋଗ୍ୟ/ଉପଯୁକ୍ତ ପ୍ରାର୍ଥୀ ବୋଲି ସେମାନେ ପୁନର୍ବାର ସ୍ୱୀକାର କରିଥିଲେ ।

ପ୍ରଧାନମନ୍ତ୍ରୀମାନେ ଆଣବିକ ଅସ୍ତ୍ରଶସ୍ତ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ନିଜର ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରସାର ତଥା ଆଣବିକ ଆତଙ୍କବାଦ ସମସ୍ୟାର ମୁକାବିଲା କରିବା କ୍ଷେତ୍ରରେ ଦୃଢ଼ ହୋଇ ରହିବାକୁ ନିଜର ସହମତି ବ୍ୟକ୍ତ କରିଥିଲେ । ଆଣବିକ ଅସ୍ତ୍ର ପରୀକ୍ଷା ନିଷେଧ ଚୁକ୍ତି (ସିଟିବିଟି)ର କାର୍ଯ୍ୟକାରିତାରେ ତୁରନ୍ତ ପ୍ରବେଶ କରିବା ଉପରେ ପ୍ରଧାନମନ୍ତ୍ରୀ କିଶିଦା ଜୋର ଦେଇଥିଲେ । ସେମାନେ ଶାସନ ସହମତି ଆଧାରରେ ନିରସ୍ତ୍ରୀକରଣ ସମ୍ମିଳନୀରେ ଏକ ଅଣଭେଦଭାବପୂର୍ଣ୍ଣ, ବହୁପକ୍ଷୀୟ, ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରଭାବୀ ଢଙ୍ଗରେ ପ୍ରାମାଣୀକରଣ ଯୋଗ୍ୟ ଫିସାଇଲ ମ୍ୟାଟେରିଆଲ କଟଅଫ ଚୁକ୍ତି (ଏଫଏମସିଟି) ଉପରେ ତୁରନ୍ତ ଆଲୋଚନା କରିବା ଏବଂ ଶୀଘ୍ର ନିଷ୍କର୍ଷ ବାହାର କରିବା ଲାଗି ଆହ୍ଵାନ କରିଥିଲେ । ସେମାନେ ବିଶ୍ୱ ନିରସ୍ତ୍ରୀକରଣ ପ୍ରୟାସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତା ପାଇଁ ମିଳିତ ଭାବେ କାମ କରିବା ଜାରି ରଖିବାକୁ ସଂକଳ୍ପ ନେଇଥିଲେ ।

କୋଭିଡ ପରବର୍ତ୍ତୀ ବିଶ୍ୱରେ ଦୀର୍ଘସ୍ଥାୟୀ ବିକାଶ ପାଇଁ ଭାଗୀଦାରୀ

ପ୍ରଧାନମନ୍ତ୍ରୀମାନେ ଦୋହରାଇଥିଲେ ଯେ ଭାରତ ଏବଂ ଜାପାନ କୋଭିଡ-୧୯ ମୁକାବିଲା କରିବା ଏବଂ ଲୋକମାନଙ୍କର ଜୀବନ ଓ ଜୀବିକାକୁ ସୁରକ୍ଷା ଦେବା କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରୟାସରେ ସେମାନଙ୍କର ଯୋଗଦାନ ଜାରି ରଖିବେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ତା’ଠାରୁ ବାହାର କ୍ଷେତ୍ରରେ ନିରାପଦ ଏବଂ ପ୍ରଭାବୀ ଟିକାର ସମାନତାପୂର୍ଣ୍ଣ ବିତରଣ ବଢ଼ାଇବା ପାଇଁ କ୍ଵାଡ୍‌ ଟିକା ଭାଗୀଦାରୀ ଅଧୀନରେ ହୋଇଥିବା ଅଗ୍ରଗତିକୁ ସେମାନେ ସ୍ୱାଗତ କରିଥିଲେ । କୋଭିଡ-୧୯ର ମୁକାବିଲା କରିବା ଏବଂ ସାମାଜିକ ସୁରକ୍ଷା ଦେବା ପାଇଁ ଭାରତ ସରକାରଙ୍କ ପ୍ରୟାସରେ ଜାପାନ ପକ୍ଷରୁ ଦିଆଯାଇଥିବା ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଥିଲେ । କୋଭିଡ-୧୯ ମୁକାବିଲାରେ ଭାରତର ପ୍ରୟାସ, ବିଶେଷ କରି ଜରୁରି ଔଷଧ ଏବଂ ମେଡ଼ିକାଲ ଉପକରଣ ସମେତ ଭେକ୍ସିନ ମୈତ୍ରୀ ଯୋଜନାରେ ନିରାପଦ ଏବଂ ପ୍ରଭାବୀ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ କିଶିଦା ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟ ସଂକ୍ରାନ୍ତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା, ବିଶେଷ କରି ସାମଗ୍ରିକ ସ୍ୱାସ୍ଥ୍ୟର ପ୍ରସାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏହାର ସଂସ୍କାରରେ ଅଗ୍ରଣୀ ତଥା ସମନ୍ୱୟ ସ୍ଥାପନକାରୀ ଭୂମିକା ନିର୍ବାହ କରିବା ସମେତ ବିଶ୍ୱ ସ୍ୱାସ୍ଥ୍ୟ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ସେମାନେ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀମାନେ ସିଓପି ୨୬ର ପରିଣାମ ଉପରେ ଗୁରୁତ୍ୱାରୋପ କରିବା ସହିତ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବାର ଗୁରୁତ୍ୱ ଏବଂ ଆବଶ୍ୟକତାକୁ ସ୍ୱୀକାର କରିଥିଲେ । ବିଭିନ୍ନ ରାଷ୍ଟ୍ରୀୟ ପରିସ୍ଥିତିକୁ ପ୍ରତିଫଳିତ କରୁଥିବା ବ୍ୟବହାରିକ ଇନ୍ଧନ ପରିବର୍ତ୍ତନ ପାଇଁ ଭିନ୍ନ ଭିନ୍ନ ମାର୍ଗର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ ଏବଂ ବିଶ୍ୱ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ନବୋନ୍ମେଷ ନିମନ୍ତେ ଜୋର ଦେଇଥିଲେ । ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ହାସଲ କରିବା, ଜଳବାୟୁ ପରିବର୍ତ୍ତନ ମୁକାବିଲା ଏବଂ ଇନ୍ଧନ ନିରାପତ୍ତା ସୁନିଶ୍ଚିତ କରିବା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ସ୍ୱଚ୍ଛ ଇନ୍ଧନ ସହଭାଗିତା (ସିଇପି)ର ଶୁଭାରମ୍ଭକୁ ସେମାନେ ସ୍ୱାଗତ କରିଥିଲେ । ଏହି ଭାଗିଦାରୀ ବିଦ୍ୟୁତଚାଳିତ ବାହନ, ବ୍ୟାଟେରୀ ସମେତ ବିଭିନ୍ନ ଷ୍ଟୋରେଜ ପ୍ରଣାଳୀ, ବିଦ୍ୟୁତ ଚାଳିତ ବାହନ ଚାର୍ଜିଂ ଭିତ୍ତିଭୂମି (ଇଭିସିଆଇ), ସୌର ଇନ୍ଧନ, ସବୁଜ ହାଇଡ୍ରୋଜେନ/ଆମୋନିଆ ସମେତ ସ୍ୱଚ୍ଛ ଇନ୍ଧନ, ବାୟୁ ଶକ୍ତି, ସମ୍ପୃକ୍ତ ଇନ୍ଧନ ପରିବର୍ତ୍ତନ ଯୋଜନା ଉପରେ ମତ ବିନିମୟ, ଇନ୍ଧନ ଦକ୍ଷତା, ସିସିୟୁଏସ (ଅଙ୍ଗାରକାମ୍ଳ ସଂଗ୍ରହ, ଉପଯୋଗ ଏବଂ ସଂରକ୍ଷଣ) ଏବଂ କାର୍ବନ ପୁନଃଚକ୍ରଣ ଭଳି କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ପ୍ୟାରିସ ଚୁକ୍ତିର ଅନୁଚ୍ଛେଦ ୬କୁ କାର୍ଯ୍ୟକାରୀ କରିବା ଲାଗି ଭାରତ ଏବଂ ଜାପାନ ମଧ୍ୟରେ ଏକ ମିଳିତ କ୍ରେଡିଟିଂ ବ୍ୟବସ୍ଥା (ଜେସିଏମ) ପ୍ରତିଷ୍ଠା କରିବା ପାଇଁ ଆଗକୁ ଆହୁରି ଆଲୋଚନା ଜାରି ରଖିବା ପ୍ରତି ସେମାନେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ଅନ୍ୟାନ୍ୟ କ୍ଷେତ୍ରରେ ପରିବେଶଗତ ସହଯୋଗକୁ ପ୍ରୋତ୍ସାହିତ କରିବା ଲାଗି ସେମାନେ ନିଜର ସଂକଳ୍ପବଦ୍ଧତା ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ, ବିକେନ୍ଦ୍ରୀକୃତ ଘରୋଇ ବର୍ଜ୍ୟ ଜଳ ପରିଚାଳନାରେ ସହଯୋଗ ପାଇଁ ଏମଓସି ସ୍ୱାକ୍ଷର ହେବାକୁ ସେମାନେ ସ୍ୱାଗତ କରିଥିଲେ । ବାରାଣାସୀ, ଅହମ୍ମଦାବାଦ ଏବଂ ଚେନ୍ନାଇରେ ସ୍ମାର୍ଟ ସିଟିଜ୍‌ ମିଶନରେ ଜାପାନର ଅତୀତ ଏବଂ ବର୍ତ୍ତମାନର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିବା ସହିତ ଆଗକୁ ଏହି କ୍ଷେତ୍ରରେ ଅଧିକ ସହଯୋଗ ଜାରି ରହିବ ବୋଲି ଆଶା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କିଶିଦା ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ଭଳି ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଭାରୀ ଉଦ୍ୟୋଗ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଭାରତ-ସ୍ୱିଡେନ ପ୍ରୟାସ ଲିଡ୍‌ଆଇଟିରେ ଜାପାନ ଯୋଗ ଦେବ ବୋଲି ସୂଚନା ଦେଇଥିଲେ । ଦୀର୍ଘସ୍ଥାୟୀ ସହରାଞ୍ଚଳ ବିକାଶ ଉପରେ ଏମଓସି ସ୍ୱାକ୍ଷର କରିବାକୁ ସେମାନେ ସ୍ୱାଗତ କରିଥିଲେ ।

ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)କୁ ଆଧାରରେ ରଖି ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ବଜାୟ ରଖିବା ଏବଂ ସୁଦୃଢ଼ କରିବା ଏବଂ ଡବ୍ଲୁଟିଓ ମନ୍ତ୍ରିସ୍ତରୀୟ ସମ୍ମିଳନୀ (ଏମସି୧୨)ରେ ଅର୍ଥପୂର୍ଣ୍ଣ ପରିଣାମ ହାସଲ କରିବା ଲାଗି ପରସ୍ପର ସହ ନିବିଡ଼ ଭାବେ କାର୍ଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀମାନେ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ସେମାନେ ଦମନକାରୀ ଆର୍ଥିକ ନୀତି ଏବଂ ପ୍ରଥା ପ୍ରତି ନିଜର ବିରୋଧ ଦୋହରାଇଥିଲେ ଯାହାକି ଏହି ବ୍ୟବସ୍ଥାକୁ ବିରୁଦ୍ଧାଚରଣ କରିଥାଏ । ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଶ୍ୱ ଆର୍ଥିକ ସହନଶୀଳତାକୁ ପ୍ରୋତ୍ସାହନ ଦେବା ପାଇଁ ସେମାନେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ସନ୍ତୋଷର ସହିତ ଏହା ଉଲ୍ଲେଖ କରିଥିଲେ ଯେ ପାରସ୍ପରିକ ସମ୍ପର୍କକୁ ଏକ ବିଶ୍ୱ ରଣନୈତିକ ଏବଂ ବିଶ୍ୱସ୍ତରୀୟ ଭାଗୀଦାରୀ ଆକାରରେ ଉନ୍ନୀତ କରିବା ପରେ ଆର୍ଥିକ ସହଯୋଗରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଛି । ୨୦୧୪ରେ ରଖାଯାଇଥିବା ୩.୪ ଟ୍ରିଲିୟନ ଜେପିୱାଇ ଲକ୍ଷ୍ୟ ହାସଲ କରାଯାଇଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ । ଭାରତରେ ଜାପାନୀ ନିବେଶକମାନଙ୍କ ପାଇଁ ବ୍ୟବସାୟିକ ପରିବେଶରେ ସୁଧାର ଆଣିବା ସହିତ ଆର୍ଥିକ ଅଭିବୃଦ୍ଧି ଏବଂ ବ୍ୟବସାୟିକ ସୁଗମତା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେମାନେ ଉଲ୍ଲେଖ କରିଥିଲେ । ସେମାନେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଆପୋସ ହିତ ସହ ଜଡ଼ିତ ବିଭିନ୍ନ ଉପଯୁକ୍ତ ସରକାରୀ ଏବଂ ଘରୋଇ ପ୍ରକଳ୍ପକୁ ପାଣ୍ଠି ଯୋଗାଣ ଲାଗି ଜାପାନ ପକ୍ଷରୁ ୫ ଟ୍ରିଲିୟନ ଜେପିୱାଇ ପରିମାଣର ସରକାରୀ ଏବଂ ଘରୋଇ ନିବେଶ ପାଇଁ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତ ସହିତ ଆର୍ଥିକ ସହଯୋଗ ପାଇଁ ଜାପାନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ସନ୍ଦର୍ଭରେ, ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୨୧ରେ ଭାରତ-ଜାପାନ ଔଦ୍ୟୋଗିକ ପ୍ରତିଯୋଗିତା ଭାଗିଦାରୀ (ଆଇଜେଆଇସିପି) ପ୍ରତିଷ୍ଠା ବିଷୟରେ ସ୍ମରଣ କରିଥିଲେ ଏବଂ ଏମଏସଏମଇ (ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ), ଉତ୍ପାଦନ, ଯୋଗାଣ ଶୃଙ୍ଖଳା ଭଳି କ୍ଷେତ୍ର ସମେତ ଉଭୟ ଦେଶ ମଧ୍ୟରେ ଶିଳ୍ପ ସହଯୋଗକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଆଇଜେଆଇସିପି ଅଧୀନରେ ଏକ ରୋଡମ୍ୟାପ ପ୍ରସ୍ତୁତିକୁ ସ୍ୱାଗତ କରିଥିଲେ । ସେମାନେ ମଧ୍ୟ ଏହି କ୍ଷେତ୍ରରେ ଏକ ବିଶ୍ୱସନୀୟ, ନମନୀୟ, କୁଶଳ ଯୋଗାଣ ଶୃଙ୍ଖଳା ଦିଗରେ ମିଳିମିଶି କାମ କରିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏ କ୍ଷେତ୍ରରେ ସର୍ବୋତ୍ତମ ପ୍ରଚଳନ ବିନିମୟ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ । କ୍ଵାଡ ମାଧ୍ୟମ ସମେତ ଅନ୍ୟାନ୍ୟ ସହଯୋଗ କ୍ଷେତ୍ର ଜରିଆରେ ବେଆଇନ ପ୍ରଯୁକ୍ତି ହସ୍ତାନ୍ତର ସମସ୍ୟାର ମୁକାବିଲା କରିବା, ସହନଶୀଳ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ସେମାନେ ଜୋର ଦେଇଥିଲେ । ସେମାନେ ୭୫ ବିଲିୟନ ଆମେରିକୀୟ ଡଲାର ପରିମାଣର ନିଜ ଦ୍ଵିପାକ୍ଷିକ ମୁଦ୍ରା ବିନିମୟ ରାଜିନାମାର ନବୀକରଣକୁ ମଧ୍ୟ ସ୍ୱାଗତ କରିଥିଲେ । ଦ୍ଵିପାକ୍ଷିକ ବାଣିଜ୍ୟ ସମ୍ପ୍ରସାରିତ କରିବା ଆବଶ୍ୟକତାକୁ ସେମାନେ ସ୍ୱୀକାର କରିବା ସହିତ ଭାରତ-ଜାପାନ ବିସ୍ତାରିତ ଆର୍ଥିକ ସହଯୋଗ ରାଜିନାମା (ସିଇପିଏ) ଅଧୀନରେ ଭାରତ ଏବଂ ଜାପାନ ମଧ୍ୟରେ ସୁରିମି ମାଛ ବ୍ୟବସାୟକୁ ପ୍ରୋତ୍ସାହନ ଲାଗି ହୋଇଥିବା ସଂଶୋଧନକୁ ସେମାନେ ସ୍ୱାଗତ କରିଥିଲେ । ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରି, ଉଭୟ ନେତାମାନେ ବର୍ତ୍ତମାନର ବ୍ୟବସ୍ଥା ମାଧ୍ୟମରେ ସିଇପିଏର କାର୍ଯ୍ୟକାରିତାକୁ ଆହୁରି ଗଭୀରତା ପୂର୍ବକ ସମୀକ୍ଷା କରିବାକୁ ପ୍ରୋତ୍ସାହିତ କରିଥିଲେ । ସେମାନେ ଭାରତ ଦ୍ଵାରା ଜାପାନୀ ସେଓ ଆମଦାନୀକୁ ମଞ୍ଜୁରି ଏବଂ ଜାପାନକୁ ଭାରତୀୟ ଆମ୍ବ ରପ୍ତାନି ପାଇଁ ପ୍ରକ୍ରିୟାରେ ରିହାତିକୁ ସ୍ୱାଗତ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ଏ କଥାକୁ ସ୍ୱୀକାର କରିଥିଲେ ଯେ କୋଭିଡ ପରେ ବିଶ୍ୱରେ ଡିଜିଟାଲ ପ୍ରଯୁକ୍ତି ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏଥିସହିତ ସେମାନେ ଡିଜିଟାଲ ପରିବର୍ତ୍ତନ ପାଇଁ ମିଳିତ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା, ଭାରତୀୟ ଆଇଟି ପେସାଦାରମାନଙ୍କ ପାଇଁ ଜାପାନ ଏବଂ ଜାପାନୀ କମ୍ପାନୀରେ କାମ କରିବାର ସୁଯୋଗ ତଥା ଆଇଓଟି, ଏଆଇ ଏବଂ ଅନ୍ୟ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ମାଧ୍ୟମରେ ଡିଜିଟାଲ ଅର୍ଥବ୍ୟବସ୍ଥାକୁ ଆଗକୁ ବଢ଼ାଇବା ଦୃଷ୍ଟିରୁ ଭାରତ-ଜାପାନ ଡିଜିଟାଲ ଭାଗୀଦାରୀ ଅଧୀନରେ ବଢ଼ୁଥିବା ସହଯୋଗକୁ ସ୍ୱାଗତ କରିଥିଲେ । ଏ ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ କିଶିଦା ଜାପାନୀ ଆଇସିଟି କ୍ଷେତ୍ରରେ ଯୋଗଦାନ ପାଇଁ ଅଧିକ ସଂଖ୍ୟାରେ କୁଶଳୀ ଭାରତୀୟ ଆଇଟି ପେସାଦାରମାନଙ୍କୁ ଆକୃଷ୍ଟ କରିବା ଲାଗି ଆଶା ବ୍ୟକ୍ତ କରିଥିଲେ । ସେ ପ୍ରଗତିଶୀଳ ଭାରତୀୟ ଷ୍ଟାର୍ଟ-ଅପ୍ସ ପାଇଁ ଅର୍ଥ ଯୋଗାଡ଼ କରିବା ଲାଗି ‘‘ଭାରତ-ଜାପାନ ଫଣ୍ଡ ଅଫ୍‌ ଫଣ୍ଡସ୍‌’’ ସଂକ୍ରାନ୍ତରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ । ସାଇବର ସୁରକ୍ଷା ଏବଂ ଆଇସିଟି କ୍ଷେତ୍ରରେ ସହଯୋଗ ପାଇଁ ରାଜିନାମାରେ ସ୍ୱାକ୍ଷର ହେବାକୁ ସେମାନେ ସ୍ୱାଗତ କରିବା ସହିତ ଉଭୟ ପ୍ରଧାନମନ୍ତ୍ରୀ ସାଇବର ଡୋମେନରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଥିଲେ ଏବଂ ମିଳିତ ଜାତିସଂଘ ସମେତ ବହୁପକ୍ଷୀୟ ମଞ୍ଚରେ ପରସ୍ପର ସହିତ ସାଇବର ସମ୍ପର୍କକୁ ଆହୁରି ଅଧିକ ଗଭୀର କରିବା ପାଇଁ ପ୍ରତିବଦ୍ଧତାକୁ ବ୍ୟକ୍ତ କରିଥିଲେ। ସେମାନେ ଫାଇଭ୍‌‌-ଜି ଓପନ ଆରଏଏନ, ଟେଲିକମ ନେଟୱର୍କ ସୁରକ୍ଷା, ସବମରିନ୍‌ କେବୁଲ ସିଷ୍ଟମ ଏବଂ କ୍ଵାଣ୍ଟମ କମ୍ୟୁନିକେସନ ଭଳି ବିଭିନ୍ନ କ୍ଷେତ୍ରରେ ଆହୁରି ଅଧିକ ସହଯୋଗ ପାଇଁ ମତ ବିନିମୟ କରିଥିଲେ। ସେମାନେ ନଭେମ୍ବର ୨୦୨୦ରେ ବିଜ୍ଞାନ ଏବଂ ପ୍ରଯୁକ୍ତି ସହଯୋଗ ଉପରେ ଭାରତ-ଜାପାନ ମିଳିତ ସମିତିର ଦଶମ ବୈଠକ ଆୟୋଜିତ କରିବା ସମେତ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ । ସେମାନେ ମଧ୍ୟ ମିଳିତ ଚନ୍ଦ୍ର ଗବେଷଣା ପ୍ରକଳ୍ପରେ ଆଗକୁ ବଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେମାନେ ଏ ଦିଗରେ ପ୍ରୟାସକୁ ଆହୁରି ମଜବୁତ କରିବାର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଯାହାଫଳରେ ପ୍ରଯୁକ୍ତି ଡିଜାଇନ, ଏହାର ବିକାଶ, ଶାସନ ଏବଂ ଉପଯୋଗ ସଂକ୍ରାନ୍ତ କ୍ଵାଡ୍‌ ସିଦ୍ଧାନ୍ତ ମାଧ୍ୟମରେ ନିର୍ଦ୍ଦେଶିତ ପ୍ରଯୁକ୍ତି ପାଇଁ ଦୃଷ୍ଟିକୋଣକୁ ସମାନ ବିଚାରଧାରା ସମ୍ପନ୍ନ ସବୁ ଦେଶ ଆଗକୁ ପରସ୍ପର ମଧ୍ୟରେ ବିନିମୟ କରିପାରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବର୍ଷ ଧରି ଭାରତର ସାମାଜିକ-ଆର୍ଥିକ ବିକାଶ ପାଇଁ ଜାପାନର ସହଯୋଗକୁ ପ୍ରଶଂସା କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ସାତଟି ୟେନ ପ୍ରକଳ୍ପ ସଂକ୍ରାନ୍ତ ଦସ୍ତାବିଜ ବିନିମୟରେ ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ, ଯେଉଁଥିରେ ଜାପାନ ମୋଟ ୩୦୦ ବିଲିୟନ ୟେନ (୨୦,୪୦୦ କୋଟି ଟଙ୍କାରୁ ଅଧିକ) ପ୍ରଦାନ କରିବ7। ଉଭୟ ପ୍ରଧାନମନ୍ତ୍ରୀ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍‌ ରେଳ (ଏମଏଏଚଏସଆର)ର ପ୍ରମୁଖ ଦ୍ୱିପାକ୍ଷିକ ସହଯୋଗ ପ୍ରକଳ୍ପରେ ହୋଇଥିବା ଅଗ୍ରଗତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ ଏ କଥାକୁ ଦୋହରାଇଥିଲେ ଯେ ଏହି ପ୍ରକଳ୍ପ ଭାରତ-ଜାପାନ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଅଟେ ଏବଂ ଏଥିରେ ପ୍ରଯୁକ୍ତି ହସ୍ତାର ହେବ ଯେଉଁଥିରେ ଭାରତରେ ରେଳବାଇର କ୍ଷମତାରେ ଆହୁରି ଅଧିକ ବୃଦ୍ଧି ପାଇବ । ସେମାନେ ଏକଥାକୁ ପୁଣିଥରେ ଦୋହରାଇଥିଲେ ଯେ ସେମାନେ ଯଥାଶୀଘ୍ର ସମୟବଦ୍ଧ ଆଧାରରେ ଏହି ପ୍ରକଳ୍ପର ପରିଚାଳନା ଆରମ୍ଭ କରିବା ଲାଗି ମିଳିତ ଭାବେ କାମ କରିବେ । ପ୍ରଧାନମନ୍ତ୍ରୀ ଏମଏଏଚଏସଆର ଏବଂ ଭାରତରେ ବିଭିନ୍ନ ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ଜାପାନର ସହଯୋଗକୁ ପ୍ରଶଂସା କରିଥିଲେ ଏବଂ ପାଟନା ମେଟ୍ରୋ ପାଇଁ ଯୋଜନାବଦ୍ଧ ପ୍ରାରମ୍ଭିକ ସର୍ବେକ୍ଷଣ ଆରମ୍ଭ କରିବା ଲାଗି ଆଶା ବ୍ୟକ୍ତ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗୀ ପ୍ରକଳ୍ପର ଗୁରୁତ୍ୱକୁ ଦୋହରାଇଥିଲେ । ସେମାନେ ବାଂଲାଦେଶରେ ଜାରି ରହିଥିବା ପ୍ରକଳ୍ପରେ ଅଗ୍ରଗତିକୁ ରେଖାଙ୍କିତ କରିଥିଲେ ଏବଂ ଆସିଆନ, ପ୍ରଶାନ୍ତ ମହାସାଗରୀୟ ଦ୍ଵୀପ ରାଷ୍ଟ୍ର ଏବଂ ଅନ୍ୟ ଦେଶ ପାଇଁ ଏପରି ସହଯୋଗ ବିସ୍ତାର କରିବାର ସମ୍ଭାବନା ଖୋଜିବା ପ୍ରତି ଆଶା ବ୍ୟକ୍ତ କରିଥିଲେ । ସେମାନେ ଭାରତର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ନିରନ୍ତର ଆର୍ଥିକ ବିକାଶ ଏବଂ ଦକ୍ଷିଣ ପୂର୍ବ ଏସିଆ ସହ ଏହି କ୍ଷେତ୍ରରେ କନେକ୍ଟିଭିଟି ବଢ଼ାଇବା ପାଇଁ ‘ଆକ୍ଟ ଇଷ୍ଟ ଫର (ଏଇଏଫ)’ ମାଧ୍ୟମରେ ନିଜର ନିରନ୍ତର ସହଯୋଗର ମହତ୍ୱକୁ ପ୍ରଶଂସା କରିଥିଲେ । ସେମାନେ ‘‘ଭାରତର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ପାଇଁ ଭାରତ-ଜାପାନ ପ୍ରୟାସ’’ର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ, ଯେଉଁଥିରେ ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ବାଉଁଶର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବାର ପ୍ରୟାସ’’ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯତ୍ନ, ଜଙ୍ଗଲ ସମ୍ପଦ ପରିଚାଳନା, କନେକ୍ଟିଭିଟୀ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ବିଭିନ୍ନ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ସାମିଲ ରହିଛି ।

ଦୁଇ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବିନିମୟ, ପର୍ଯ୍ୟଟନ ଏବଂ କ୍ରୀଡ଼ା ମାଧ୍ୟମରେ ୨୦୨୨ରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଭାରତ-ଜାପାନ ବିଶେଷ କୂଟନୈତିକ ଏବଂ ବିଶ୍ୱସ୍ତରୀୟ ଭାଗୀଦାରୀକୁ ଆହୁରି ମଜବୁଜ ଏବଂ ଅନୁକୂଳ କରିବାର ନିଜ ସଂକଳ୍ପକୁ ପୁଣିଥରେ ଦୋହରାଇଥିଲେ । ଭାରତ-ଜାପାନ ବନ୍ଧୁତାର ପ୍ରତୀକ ରୂପରେ ବାରାଣସୀରେ ରୁଦ୍ରାକ୍ଷ କନଭେନ୍ସନ ସେଣ୍ଟର ଉଦଘାଟନ ହେବାକୁ ସେମାନେ ସ୍ୱାଗତ କରିଥିଲେ । ସେମାନେ ଭାରତରେ ଜାପାନୀ ଭାଷାର ଶିକ୍ଷା ଏବଂ ପ୍ରଶିକ୍ଷଣରେ ହୋଇଥିବା ଅଗ୍ରଗତିକୁ ପ୍ରଶଂସା କରିଥିଲେ ଏବଂ ଜାପାନ ପ୍ରବାସୀ ସହଯୋଗ ସ୍ଵେଚ୍ଛାସେବୀ (ଜେଓସିଭି) ଯୋଜନା ମାଧ୍ୟମରେ ଏହି ପ୍ରୟାସକୁ ବିସ୍ତାର କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଏବଂ ରୋଜଗାର ସୁଯୋଗ ସୃଷ୍ଟି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାର ଆବଶ୍ୟକତାକୁ ଦୋହରାଇଥିଲେ । ସେମାନେ ଏହି ତଥ୍ୟକୁ ମଧ୍ୟ ସ୍ଵାଗତ କରିଥିଲେ ଯେ ବିଗତ ବର୍ଷରେ ୩,୭୦୦ ଭାରତୀୟମାନଙ୍କୁ ଜେଆଇଏମ (ଜାପାନ-ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଫର ମ୍ୟାନୁଫାକ୍ଚରିଂ) ଏବଂ ଜେଇସି (ଜାପାନା ସମ୍ପନ୍ନ ପାଠ୍ୟକ୍ରମ)ରେ ପ୍ରଶିକ୍ଷଣ ଦିଆଯାଇଛି । ସେମାନେ ଜାନୁଆରୀ ୨୦୨୧ରେ ସ୍ଵାକ୍ଷରିତ ହୋଇଥିବା ସହଯୋଗ ବୁଝାମଣାପତ୍ର ଅଧୀନରେ ନିର୍ଦ୍ଦିଷ୍ଟ କୁଶଳୀ ଶ୍ରମିକ (ଏସଏସଡବ୍ଲୁ) ପ୍ରଣାଳୀ ପରିଚାଳନାକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ସେମାନେ ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ ଏସଏସଡବ୍ଲୁ ପରୀକ୍ଷା ଆରମ୍ଭ ହେବାକୁ ସ୍ଵାଗତ କରିଥିଲେ ଏବଂ କହିଥିଲେ କିଛି କୁଶଳୀ ଶ୍ରମିକ ପୂର୍ବରୁ ଜାପାନରେ ଏସଏସଡବ୍ଲୁ ଭାବେ କାମ କରିବା ଆରମ୍ଭ କରିସାରିଛନ୍ତି । ସେମାନେ ଏଥିପ୍ରତି ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ଯେ ପାଖାପାଖି ୨୦୦ ଭାରତୀୟ ବୈଷୟିକ ପ୍ରଶିକ୍ଷାର୍ଥୀ ଭାବେ ଜାପାନରେ ରହୁଛନ୍ତି । ସେମାନେ ଏହି କୁଶଳୀ ଭାରତୀୟମାନଙ୍କ ସଂଖ୍ୟାକୁ ବଢ଼ାଇବା ଲାଗି ମିଳିମିଶି କାମ କରିବାକୁ ନେଇ ସହମତି ବ୍ୟକ୍ତ କରିଥିଲେ ଯେଉଁମାନେ ଏସବୁ ବର୍ତ୍ତମାନର ଢାଞ୍ଚା ମାଧ୍ୟମରେ ଜାପାନୀ ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଇପାରିବେ ।

ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଖେଳ ଟୋକିଓ ୨୦୨୦ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ପ୍ରଶଂସା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ କିଶିଦା ଭାରତର ସମର୍ଥନକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପକକୁ ଆହୁରି ଅଧିକ ମଜବୁତ କରିବା ଏବଂ ଏହାକୁ ବ୍ୟାପକ କରିବାର ଏକ ସୁଯୋଗ ରୂପରେ ଏକ୍ସପୋ ୨୦୨୫ ଓସାକା, କନସାଇ, ଜାପାନରେ ଭାରତର ଭାଗୀଦାରୀକୁ ସୁନିଶ୍ଚିତ କରିଥିଲେ । ପ୍ରଧାନମନ୍ତ୍ରୀ କିଶିଦା ଭାରତର ଅଂଶଗ୍ରହଣକୁ ସ୍ୱାଗତ କରିଥିଲେ ଏବଂ ଏହାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ଉଭୟ ଦେଶର ନେତାମାନଙ୍କ ଦ୍ଵାରା ସମ୍ପନ୍ନ କରାଯାଉଥିବା ବାର୍ଷିକ ପାରସ୍ପରିକ ଗସ୍ତ ମାଧ୍ୟମରେ ହାସଲ ହୋଇଥିବା ଉପଲବ୍ଧିକୁ ଆଗକୁ ବଢ଼ାଇବାର ଆବଶ୍ୟକତାକୁ ଦୋହରାଇଥିଲେ ଏବଂ ଆଗାମୀ ବର୍ଷମାନଙ୍କରେ ଏପରି ଗସ୍ତ ଜାରି ରହିବା ନେଇ ଆଶା ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ କିଶିଦା ଭାରତ ଗସ୍ତ ସମୟରେ ତାଙ୍କୁ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀ ସଦସ୍ୟମାନଙ୍କୁ ଉଦାରତା ପୂର୍ବକ ଆତିଥେୟ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କ୍ଵାଡ ନେତାମାନଙ୍କର ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାପାନ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟନ୍ତ ଆନନ୍ଦର ସହିତ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।

 

ଭାରତ ପ୍ରଧାନମନ୍ତ୍ରୀ

ଜାପାନ ପ୍ରଧାନମନ୍ତ୍ରୀ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.