ଭାରତ - ଇସ୍ରାଏଲ ମିଳିତ ବିବୃତି

Published By : Admin | February 26, 2026 | 19:44 IST

ଶାନ୍ତି, ନବସୃଜନ ଏବଂ ସମୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀ
ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ନେହ, ସଦ୍ଭାବନା ଏବଂ ଗଭୀର ରଣନୀତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ରୁ ୨୬ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଇସ୍ରାଏଲ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଆସିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ଇସ୍ରାଏଲ ଗସ୍ତ ଏବଂ ୨୦୧୮ରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଭାରତ ଗସ୍ତକୁ ଉଭୟ ପକ୍ଷ ସ୍ମରଣ କରିଥିଲେ। ଏହା ମିଳିତ ଭାବରେ ସହଭାଗୀତା ଏବଂ ସହଯୋଗର ଏକ ନୂତନ ଯୁଗର ମୂଳଦୁଆ ସ୍ଥାପନ କରିଥିଲା। ନେତାମାନେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସାଇବର, କୃଷି, ଜଳ ପରିଚାଳନା, ସ୍ୱାସ୍ଥ୍ୟ, ଉଦ୍ୟୋଗ, ପ୍ରତିରକ୍ଷା, ସୁରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ର ସମେତ ଭାରତ-ଇସ୍ରାଏଲ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ବିପୁଳ ପ୍ରଗତି ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଆପୋସ ସହମତି ଭିତ୍ତିରେ ରଣନୀତିକ ଭାଗିଦାରୀକୁ ଏକ ନୂତନ ସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିଲେ – “ଶାନ୍ତି, ନବସୃଜନ ଏବଂ ସମୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର ରଣନୀତିକ ସହଭାଗୀତା।’’
ଭବିଷ୍ୟତରେ ଏକାଠି କାମ କରିବା
ଦୁଇ ପ୍ରଧାନମନ୍ତ୍ରୀ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ ଓ ଉଦ୍ୟୋଗ ମାଧ୍ୟମରେ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ପାଇଁ ପାରସ୍ପରିକ ଆକାଂକ୍ଷାକୁ ଆଧାର କରି ଏକ ଦୃଢ଼ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀ ଲାଗି ସେମାନଙ୍କର ସମାନ ଦୃଷ୍ଟିକୋଣକୁ ଦୋହରାଇଛନ୍ତି। ନେତାମାନେ ସ୍ୱୀକାର କରିଛନ୍ତି ଯେ ଭାରତ ଏବଂ ଇସ୍ରାଏଲୀ କ୍ଷମତା ପରସ୍ପରର ସମ୍ପୂର୍ଣ୍ଣ ଭାବରେ ପରିପୂରକ। ଇସ୍ରାଏଲ ହେଉଛି ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନର ଏକ ବିଶ୍ୱ ମହାଶକ୍ତି। ଅନ୍ୟପଟେ ଭାରତ ପ୍ରତିଭା, ଉତ୍ପାଦନ ଉତ୍କର୍ଷତା ଏବଂ ଉଦ୍ୟୋଗ ଶକ୍ତିର ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରେ। ଦୁଇ ପ୍ରଧାନମନ୍ତ୍ରୀ ଏଆଇ, ସାଇବର ସୁରକ୍ଷା, ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଜୈବ ପ୍ରଯୁକ୍ତିବିଦ୍ୟା, କୃଷି ଓ ଜଳ ପରିଚାଳନା, ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ମହାକାଶ ଅନୁସନ୍ଧାନରେ ଭାରତ ଏବଂ ଇସ୍ରାଏଲର ଅଗ୍ରଗତିକୁ ଏକୀକୃତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରିଛନ୍ତି। ଏହି ଭାଗିଦାରୀ ଭାରତର ‘ଆତ୍ମନିର୍ଭର ଏବଂ ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣକୁ ସୁଦୃଢ଼ କରିଥାଏ, ଯାହା ଉଭୟ ଦେଶର ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ଏବଂ ସହଭାଗୀ ପ୍ରଗତିର ପରବର୍ତ୍ତୀ ଧାରାକୁ ଗତିଶୀଳ କରିବ।
ନୀତିଗତ ପ୍ରାଥମିକତାକୁ ସାକାର ଫଳାଫଳରେ ପରିଣତ କରିବା ପାଇଁ ସହଭାଗୀ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ, ଦୁଇ ଦେଶର ପ୍ରଧାନମନ୍ତ୍ରୀ  ନିରନ୍ତର ସହଯୋଗ ଏବଂ ଅର୍ଥପୂର୍ଣ୍ଣ ପ୍ରଭାବ ସୁନିଶ୍ଚିତ କରିବା ନିମନ୍ତେ ସରକାର, ବ୍ୟବସାୟ ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ବ୍ୟବସ୍ଥାଗୁଡ଼ିକୁ ଆନୁଷ୍ଠାନିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରତିରକ୍ଷା ଏବଂ ସୁରକ୍ଷା
ପ୍ରତିରକ୍ଷା ସହଯୋଗ ପାଇଁ ୪ ନଭେମ୍ବର ୨୦୨୫ରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ଦେଶ ମଧ୍ୟରେ ବ୍ୟାପକତା ଏବଂ ପରିମାଣ ଉଭୟ ଦୃଷ୍ଟିରୁ ପ୍ରତିରକ୍ଷା ସହଯୋଗରେ ହୋଇଥିବା ଉଲ୍ଲେଖନୀୟ ଅଭିବୃଦ୍ଧିକୁ ସ୍ୱୀକାର କରିଛନ୍ତି। ଉଭୟ ନେତା ଭବିଷ୍ୟତର ପ୍ରତିରକ୍ଷା ସହଯୋଗ ପାଇଁ ଏକ ଦୃଷ୍ଟିକୋଣ ଏବଂ ରୂପରେଖ ପ୍ରଦାନ କରିଛନ୍ତି।

ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ
ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା (ସିଇଟି) କ୍ଷେତ୍ରରେ ଗଭୀର ସହଯୋଗ ପାଇଁ ମାର୍ଗ ପ୍ରଶସ୍ତ କରୁଥିବା ପ୍ରଯୁକ୍ତିବିଦ୍ୟା ଦକ୍ଷତାର ପରିପୂରକ ଶକ୍ତିକୁ ଭାରତ ଏବଂ ଇସ୍ରାଏଲ ସ୍ୱୀକାର କରିଛନ୍ତି। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ନୂତନ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେମାନେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି ପଦକ୍ଷେପ ଉଭୟ ଦେଶର ଶକ୍ତିକୁ ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାରେ ସମନ୍ୱିତ କରିବ, ଏକ କେନ୍ଦ୍ରିତ ଏବଂ ଭବିଷ୍ୟତ ଆଧାରିତ ସହଭାଗୀତାକୁ ପ୍ରୋତ୍ସାହିତ କରିବ। ଦୁଇ ନେତା ଉଭୟ ପକ୍ଷକୁ ଏହି ପଦକ୍ଷେପକୁ ଆଗକୁ ନେବାକୁ ଆହ୍ୱାନ କରିଛନ୍ତି।
ଦୁଇ ପ୍ରଧାନମନ୍ତ୍ରୀ ଭାରତ-ଇସ୍ରାଏଲ ଶିଳ୍ପ ଗବେଷଣା ଏବଂ ବିକାଶ ଓ ନବସୃଜନ ପାଣ୍ଠି (ଆଇଫର୍‌ଏଫ) ର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଏହା ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଇସ୍ରାଏଲ ନବସୃଜନ ପ୍ରାଧିକରଣ ଦ୍ୱାରା ମିଳିତ ଭାବରେ କାର୍ଯ୍ୟକାରୀ କରାଯାଇଛି । ଦୁଇ ଦେଶ ମଧ୍ୟରେ ଶିଳ୍ପ ସହଯୋଗକୁ ଆଗକୁ ବଢାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେମାନେ ଦୋହରାଇଥିଲେ। ସେମାନେ ଆଇଫର୍‌ଏଫ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଆହୁରି ମଜବୁତ କରିବାକୁ ସହମତ ହୋଇଥିଲେ, ଯେଉଁଥିରେ ଶିଳ୍ପ ପ୍ରୋତ୍ସାହନ ଏବଂ ଉଚ୍ଚମାନର ମିଳିତ ଗବେଷଣା ଓ ବିକାଶ ସହଭାଗୀତାକୁ ସୁବିଧା ଯୋଗାଇବା ଅନ୍ତର୍ଭୁକ୍ତ। ଏହାଦ୍ୱାରା ପାଣ୍ଠିର ସମ୍ଭାବନାକୁ ପୂର୍ଣ୍ଣ ଭାବରେ ସାକାର କରାଯାଇପାରିବ ଏବଂ ଭାରତ ଓ ଇସ୍ରାଏଲ ଉଦ୍ୟୋଗ ମଧ୍ୟରେ ପ୍ରଭାବଶାଳୀ ସହଯୋଗକୁ ବିସ୍ତାର କରାଯାଇପାରିବ।
ଭାରତ-ଇସ୍ରାଏଲ ମିଳିତ ଗବେଷଣା ଆହ୍ୱାନ (ଆଇଆଇଜେଆରସି)ର ସଫଳତାକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀମାନେ ଉଭୟ ପକ୍ଷର ଅବଦାନକୁ - ବର୍ତ୍ତମାନର ୧ ନିୟୁତ ଆମେରିକୀୟ ଡଲାରରୁ ୧.୫ ନିୟୁତ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ସହମତ ହୋଇଥିଲେ। ଏହା ଗବେଷଣା ସୁବିଧା, ସାମଗ୍ରୀ ଏବଂ ଉପକରଣର ମିଳିତ ବ୍ୟବହାର ମାଧ୍ୟମରେ ଭାରତ ଓ ଇସ୍ରାଏଲୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ମିଳିତ ଗବେଷଣାକୁ ପ୍ରୋତ୍ସାହିତ କରିବ ଏବଂ ସହଯୋଗୀ ବୈଜ୍ଞାନିକମାନଙ୍କ ପାଇଁ ପାରସ୍ପରିକ ଗସ୍ତ ସୁବିଧା ମଧ୍ୟ କରିବ। ଉଭୟ ପକ୍ଷ ମିଳିତ ଗବେଷଣା ଆହ୍ୱାନକୁ ସମନ୍ୱିତ କରିବା ଏବଂ ଆଗକୁ ବଢ଼ାଇବା ପାଇଁ ମିଳିତ ବୈଜ୍ଞାନିକ କମିଟିକୁ ନିର୍ଦ୍ଦେଶ ଦେବାକୁ ରାଜି ହୋଇଥିଲେ। ଦୁଇ ନେତା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉପରେ ମିଳିତ କମିଶନକୁ ମନ୍ତ୍ରୀସ୍ତରୀୟ ପର୍ଯ୍ୟାୟକୁ ଉନ୍ନୀତ କରାଯିବାକୁ ସ୍ୱାଗତ କରିଥିଲେ। ଭାରତ କିମ୍ବା ଇସ୍ରାଏଲରେ ଯଥାଶୀଘ୍ର ସମ୍ଭବ ମନ୍ତ୍ରୀସ୍ତରୀୟ ପର୍ଯ୍ୟାୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉପରେ ଜେସିଏମ ଆୟୋଜନ କରିବାକୁ ସହମତ ହୋଇଥିଲେ।
ଦୁଇ ଦେଶର ପ୍ରଧାନମନ୍ତ୍ରୀ ନବସୃଜନର ଏକ ପ୍ରମୁଖ ବାହକ ଭାବରେ ଶିକ୍ଷା-ଶିଳ୍ପ ସଂଯୋଗକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ ଏବଂ ମିଳିତ ଗବେଷଣା, ପ୍ରଯୁକ୍ତିବିଦ୍ୟା ବିକାଶ ଓ ବାଣିଜ୍ୟିକ ସହଭାଗୀତାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଉଭୟ ଦେଶର ଗବେଷକ, ଶିଳ୍ପ ନେତା ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କ ମଧ୍ୟରେ ଢାଞ୍ଚାଗତ ନେଟୱାର୍କିଂ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଥିଲେ।
ଦୁଇ ପ୍ରଧାନମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ମିଳିତ ନବସୃଜନ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା ପାଇଁ ସଂସ୍ଥାଗତ ସମର୍ଥନ ସୃଷ୍ଟି କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଭାରତ ଏବଂ ଇସ୍ରାଏଲୀ ନବସୃଜନ ଇକୋସିଷ୍ଟମ ମଧ୍ୟରେ ସହଯୋଗୀ ଗବେଷଣା ଓ ବିକାଶ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ବୈଧତା ପ୍ରକ୍ରିୟା, ପାଇଲଟ୍ ପ୍ରକଳ୍ପ ଏବଂ ମିଳିତ ବିକାଶ କାର୍ଯ୍ୟକଳାପକୁ ସହଜ କରିବା ପାଇଁ ଟେକ୍ ଗେଟୱେ ବ୍ୟବସ୍ଥା ବିକାଶ ନିମନ୍ତେ ଅନୁସନ୍ଧାନ କରିବାକୁ ରାଜି ହୋଇଥିଲେ।
ପ୍ରଧାନମନ୍ତ୍ରୀମାନେ ନବସୃଜନର ଏକ ପ୍ରମୁଖ ବାହକ ଭାବରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ରଣନୀତିକ ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଏହାସହିତ ଏଆଇ ପ୍ରତିଭା ଏବଂ ବିଶେଷଜ୍ଞତାରେ ସହଯୋଗକୁ ଗଭୀର କରିବାକୁ ସହମତ ହୋଇଥିଲେ। ସେମାନେ ଏଆଇ ପେସାଦାର, ଗବେଷଣା ପ୍ରତିଷ୍ଠାନ ଏବଂ ନବସୃଜନ କରୁଥିବା ଉଦ୍ୟୋଗ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଢାଞ୍ଚା ବିକଶିତ କରିବାର ପ୍ରୟାସକୁ ସ୍ୱାଗତ କରିଥିଲେ, ଯେଉଁଥିରେ ବୃତ୍ତିଗତ ସହଯୋଗ ଏବଂ ଉଭୟ ଦେଶରେ ଅଗ୍ରଣୀ ନବସୃଜନ କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ସହଜ କରିବା ଅନ୍ତର୍ଭୁକ୍ତ।
ଏଆଇ କ୍ଷେତ୍ରରେ ଇସ୍ରାଏଲ ଏବଂ ଭାରତ ଦ୍ୱାରା କରାଯାଇଥିବା ଅଗ୍ରଗତିକୁ ସ୍ୱୀକାର କରି, ଉଭୟ ନେତା ଏଆଇ ରେ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ସେମାନଙ୍କ ଲୋକଙ୍କ କଲ୍ୟାଣ ପାଇଁ ଏହି ପ୍ରଯୁକ୍ତିବିଦ୍ୟାରେ ସହଯୋଗକୁ ଆହୁରି ଗଭୀର କରିବାକୁ ସହମତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଇସ୍ରାଏଲ ମହାକାଶ ସଂସ୍ଥା (ଆଇଏସଏ) ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମଧ୍ୟରେ ଚାଲିଥିବା ସହଯୋଗକୁ ସ୍ୱାଗତ କରିଛନ୍ତି। ଇସ୍ରାଏଲୀ ମହାକାଶ-ଭିତ୍ତିକ ଷ୍ଟାର୍ଟ-ଅପ୍ ଏବଂ କମ୍ପାନୀଗୁଡ଼ିକ ସେମାନଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହିତ ଅଧିକ ଗଭୀର ଭାବରେ ଜଡିତ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବନାକୁ ସ୍ୱୀକାର କରିଛନ୍ତି। ସେମାନେ ଦୁଇ ଦେଶର ମହାକାଶ ଶିଳ୍ପ ମଧ୍ୟରେ ଅଧିକ ସହଯୋଗ ବୃଦ୍ଧି, ମିଳିତ ଉଦ୍ୟମ, ନବସୃଜନ ସହଭାଗୀତା ଏବଂ ବିଶ୍ୱ ମହାକାଶ କ୍ଷେତ୍ରରେ ପ୍ରଗତିକୁ ଆଗେଇ ନେବା ପାଇଁ ଜ୍ଞାନ ଆଦାନପ୍ରଦାନକୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଉଭୟ ନେତା ‘ହରାଇଜନ୍ ସ୍କାନିଂ/ରଣନୀତିକ ଦୂରଦୃଷ୍ଟି ବ୍ୟବସ୍ଥା’ ପ୍ରତିଷ୍ଠାରେ ସହଯୋଗ ପାଇଁ ଆଗ୍ରହ ଘୋଷଣାନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ଏହି ବ୍ୟବସ୍ଥା ରଣନୀତିକ ଯୋଜନା ଏବଂ ନିଷ୍ପତ୍ତି ଗ୍ରହଣକୁ ସମର୍ଥନ କରିବା ପାଇଁ ତଥ୍ୟ, ଏଆଇ ଏବଂ ବିଶେଷଜ୍ଞ ଅନ୍ତର୍ଦୃଷ୍ଟିର ଉପଯୋଗ କରି ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି ଏବଂ ସମାଜ ଭଳି କ୍ଷେତ୍ରରେ ଉଦୀୟମାନ ବିଶ୍ୱ ଧାରା ଚିହ୍ନଟ କରିବାରେ ସାହାଯ୍ୟ କରେ।
ସାଇବର ସୁରକ୍ଷା

ପ୍ରଧାନମନ୍ତ୍ରୀମାନେ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସାଇବର ସୁରକ୍ଷା ବୃଦ୍ଧି ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି। ସେମାନେ ସେମାନଙ୍କର ଜାତୀୟ ସାଇବର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୃଢ଼ ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏହି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ, ସେମାନେ ସାଇବର ସୁରକ୍ଷାରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ଏବଂ କାର୍ଯ୍ୟାନ୍ୱୟନ ପାଇଁ ଏକ ମିଳିତ ରୋଡମ୍ୟାପ୍ ଆଗକୁ ବଢ଼ାଇବା ପାଇଁ ଏକ ବହୁବର୍ଷୀୟ ରଣନୈତିକ କାର୍ଯ୍ୟକ୍ରମ ବିକଶିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ରୋଡମ୍ୟାପ୍‌ରେ ଅନ୍ୟାନ୍ୟ ଉପାଦାନଗୁଡ଼ିକ ମଧ୍ୟରେ, ମାନବ କ୍ଷମତା ନିର୍ମାଣ, ସାଇବର ସୁରକ୍ଷା ଏବଂ ଏଆଇ, ପ୍ରୟୋଗିକ ଗବେଷଣା, ଡିଜାଇନ୍ ନୀତି ଦ୍ୱାରା ସୁରକ୍ଷାର ସମନ୍ୱୟ ଏବଂ ନିୟମିତ ମିଳିତ ଟେବୁଲ ଟପ୍ ଅଭ୍ୟାସ ଅନ୍ତର୍ଭୁକ୍ତ ହେବ। ସେମାନଙ୍କର ବ୍ୟାପକ ସାଇବର ସହଯୋଗକୁ ସୁଦୃଢ଼ ଏବଂ ପ୍ରତିଷ୍ଠାନୀୟ କରିବାର ଗୁରୁତ୍ୱକୁ ସ୍ୱୀକାର କରି, ସେମାନେ ମାର୍ଚ୍ଚ 2025 ରେ ପ୍ରଥମ ଭାରତ-ଇସ୍ରାଏଲ ସାଇବର ନୀତି ଆଲୋଚନାର ସଫଳ ଆୟୋଜନକୁ ସ୍ୱାଗତ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ, ଉଭୟ ନେତା ଉପରୋକ୍ତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ସାଇବର ସୁରକ୍ଷାରେ ଏକ ଭାରତ-ଇସ୍ରାଏଲ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଇଛା ପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି।

ବାଣିଜ୍ୟ, ନିବେଶ ଏବଂ ସଂଯୋଗ
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନେ ସେପ୍ଟେମ୍ବର ୨୦୨୫ରେ ନୂଆଦିଲ୍ଲୀରେ ଦୁଇ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଭାରତ-ଇସ୍ରାଏଲ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି, ଯାହା ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରିବ, ଅଧିକ ଦ୍ୱିପାକ୍ଷିକ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ନିବେଶର ଏକ ସ୍ପଷ୍ଟ ଢାଞ୍ଚା ତଥା ନିରପେକ୍ଷ ବିବାଦ ସମାଧାନ ବ୍ୟବସ୍ଥା ମାଧ୍ୟମରେ ସ୍ୱଚ୍ଛତା, ପୂର୍ବାନୁମାନ ଓ ସୁରକ୍ଷା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି।
ଉଭୟ ନେତା ମୁକ୍ତ ବାଣିଜ୍ୟ କ୍ଷେତ୍ର (ଏଫଟିଏ) ଚୁକ୍ତିନାମା ଆଲୋଚନା ପାଇଁ ଟର୍ମସ୍‌ ଅଫ୍‌ ରେଫରେନ୍ସ (ଟିଓଆର) ସ୍ୱାକ୍ଷର ଏବଂ ନୂଆଦିଲ୍ଲୀରେ ପ୍ରଥମ ଆଲୋଚନା ପର୍ଯ୍ୟାୟ ଆୟୋଜନକୁ ସ୍ୱାଗତ କରିଛନ୍ତି। ନେତାମାନେ ଦୁଇ ଦେଶ ମଧ୍ୟରେ ଏଫଟିଏ ଚୁକ୍ତିନାମା ସାକାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରିଛନ୍ତି ଏବଂ ଏକ ଏଫଟିଏ ର ଶୀଘ୍ର ସ୍ୱାକ୍ଷର ପାଇଁ ଆଲୋଚନାକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନାକାରୀ ଦଳଗୁଡ଼ିକୁ ଦାୟିତ୍ୱ ଦେଇଛନ୍ତି।
ଉଭୟ ନେତା ଜୋର ଦେଇଛନ୍ତି ଯେ ଏକ ସ୍ଥିର ଆର୍ଥିକ ଇକୋସିଷ୍ଟମ ଆର୍ଥିକ ସ୍ଥିରତାର ଏକ ମୌଳିକ ସ୍ତମ୍ଭ। ସେମାନେ ଆର୍ଥିକ-ସାଇବର କ୍ଷେତ୍ରରେ ରଣନୀତିକ ସହଭାଗିତାକୁ ସ୍ୱାଗତ କରିଛନ୍ତି। ଏହି ସହଯୋଗ ଆର୍ଥିକ-ସାଇବର ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ, ପଦ୍ଧତିର ମିଳିତ ବିକାଶ ଏବଂ ଉଭୟ ଦେଶର ଆର୍ଥିକ କମ୍ପ୍ୟୁଟର ସୁରକ୍ଷା ମାମଲାରେ ପ୍ରତିକ୍ରିୟା ଦଳ ମାଧ୍ୟମରେ କାର୍ଯ୍ୟକାରୀ ବହୁପାକ୍ଷିକ ଆର୍ଥିକ-ସାଇବର ସିମୁଲେସନଗୁଡ଼ିକର କାର୍ଯ୍ୟଦକ୍ଷତା ଜରିଆରେ ଆର୍ଥିକ ଇକୋସିଷ୍ଟମର ସ୍ଥିରତା ବୃଦ୍ଧି କରିବା ଉପରେ ଧ୍ୟାନ ଦେବ।
ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଭାରତର ଫିନଟେକ୍ ବିପ୍ଳବକୁ ପ୍ରଶଂସା କରିଛନ୍ତି, ଯାହାର ଉଦାହରଣ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ଅଟେ। ସୁଲଭ, ପ୍ରକୃତ-ସମୟ ସୀମାପାର କାରବାର ପାଇଁ ୟୁପିଆଇ ଏକ ବିଶ୍ୱସ୍ତରୀୟ ମଡେଲ୍। ଉଭୟ ପକ୍ଷ ଆନ୍ତଃକାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଇସ୍ରାଏଲର ଦ୍ରୁତ ଅର୍ଥକାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସଂଯୋଗ କରିବାକୁ ଅନୁସନ୍ଧାନ କରିବାକୁ ସହମତ ହୋଇଛନ୍ତି।
ଦେଶଗୁଡ଼ିକ ମଧ୍ୟରେ ସୀମାପାର ନେଣଦେଣ ଲାଗି ଏନପିସିଆଇ ଏବଂ ମାସାଭ ମଧ୍ୟରେ ସଂଯୋଗ ଯାଞ୍ଚ କରିବା ପାଇଁ ଏନପିସିଆଇ ଇଣ୍ଟରନେସନାଲ୍ ଏବଂ ମାସାଭ ମଧ୍ୟରେ ସହଯୋଗ ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଛନ୍ତି।
ନେତାମାନେ ଉଲ୍ଲେଖ କରିଛନ୍ତି ଯେ ସିଧାସଳଖ ବିମାନ ସଂଯୋଗ ଏକ ମୌଳିକ ନିର୍ମାଣ ବ୍ଲକ ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ବୃଦ୍ଧି କରିବା ପାଇଁ ଅତ୍ୟାବଶ୍ୟକ। ଏହି ପରିପ୍ରେକ୍ଷୀରେ, ସେମାନେ ତେଲ ଅଭିଭ ଏବଂ ପ୍ରମୁଖ ଭାରତୀୟ ସହରଗୁଡ଼ିକ ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ବିସ୍ତାର କରିବାକୁ ସେମାନଙ୍କର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଉଭୟ ଭାରତୀୟ ଓ ଇସ୍ରାଏଲୀ ବିମାନ କମ୍ପାନୀଗୁଡ଼ିକୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବାର ସୁଯୋଗ ନେବାକୁ ଉତ୍ସାହିତ କରିଥିଲେ।
ନେତାମାନେ ନିବିଡ଼ ଆର୍ଥିକ ସହଯୋଗକୁ ବୃଦ୍ଧି କରିବା ପାଇଁ ଭାରତ-ଇସ୍ରାଏଲ ଆର୍ଥିକ ଆଲୋଚନା ଆରମ୍ଭକୁ ସ୍ୱାଗତ କରିଥିଲେ।
ଇସ୍ରାଏଲର ଭିତ୍ତିଭୂମି କ୍ଷେତ୍ରରେ, ବିଶେଷକରି ମେଟ୍ରୋ, ରେଳ, ରାସ୍ତା, ବିମାନବନ୍ଦର, ଲୁଣି ପାଣି ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ ଇତ୍ୟାଦି କ୍ଷେତ୍ରରେ ଇସ୍ରାଏଲରେ ଆଗାମୀ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଦୃଷ୍ଟିରେ ରଖି ଭାରତୀୟ ଅଂଶଗ୍ରହଣକୁ ଉଭୟ ନେତା ଉତ୍ସାହିତ କରିଥିଲେ।

କୃଷି, ଜଳ ଏବଂ ପରିବେଶ ସୁରକ୍ଷା

ଦୀର୍ଘସ୍ଥାୟୀ ବିକାଶରେ ଜଳ ଏବଂ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଜଳ ଓ କୃଷି କ୍ଷେତ୍ରରେ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ପ୍ରୟାସର ଗୁରୁତ୍ୱକୁ ଦୋହରାଇଛନ୍ତି । ଏହି ସହଭାଗୀତା ଜଳ ସଂରକ୍ଷଣ, ଅପବ୍ୟବହୃତ ଜଳ ପରିଚାଳନା ଏବଂ କୃଷି ପାଇଁ ଏହାର ପୁନଃବ୍ୟବହାର, ଲିଣି ପାଣି ବିଶୋଧନ, ଜଳ ଉପଯୋଗିତା ସଂସ୍କାର ଏବଂ ଉନ୍ନତ ଜଳ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଗଙ୍ଗା ଓ ଅନ୍ୟାନ୍ୟ ନଦୀଗୁଡ଼ିକର ସଫେଇ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରେ।
ପ୍ରଧାନମନ୍ତ୍ରୀମାନେ ଭାରତୀୟ କୃଷି ମନ୍ତ୍ରଣାଳୟ ସହିତ ସହଯୋଗରେ ମାସାଭ ଦ୍ୱାରା ଇସ୍ରାଏଲରେ କୃଷିରେ ଚାଲିଥିବା କ୍ଷମତା ନିର୍ମାଣ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ମଧ୍ୟ ସହମତ ହୋଇଛନ୍ତି। ଏହି ବହୁମୁଖୀ କାର୍ଯ୍ୟକ୍ରମ ତାଲିମ, ଅନନ୍ୟ ଓ ଅଭିନବ କୌଶଳ ପ୍ରଚଳନ ଏବଂ ଜ୍ଞାନ ହସ୍ତାନ୍ତର ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟ ଚାଷୀଙ୍କୁ ଲାଭ ପହଞ୍ଚାଇଥାଏ।
ଦୁଇ ପ୍ରଧାନମନ୍ତ୍ରୀ ପୂର୍ବରୁ କାର୍ଯ୍ୟ କରୁଥିବା କୃଷି ଉତ୍କର୍ଷତା କେନ୍ଦ୍ରର ୩୫ଟି କେନ୍ଦ୍ର ଏବଂ ଭାରତର ବିଭିନ୍ନ ସ୍ଥାନରେ ମିଳିତ ଭାବରେ କାର୍ଯ୍ୟକ୍ଷମ ହେଉଥିବା ୮ଟି କେନ୍ଦ୍ରର ପ୍ରଗତି ବିଷୟରେ ଅବଗତ ହୋଇଥିଲେ। ଉଭୟ ନେତା ସନ୍ତୋଷର ସହିତ ଉଲ୍ଲେଖ କରିଥିଲେ ଯେ ଏପର୍ଯ୍ୟନ୍ତ ଦଶ ଲକ୍ଷରୁ ଅଧିକ ଭାରତୀୟ ଚାଷୀ ଏହି ଉତ୍କର୍ଷତା କେନ୍ଦ୍ରରେ ତାଲିମ ପାଇସାରିଛନ୍ତି।
ଭାରତ - ଇସ୍ରାଏଲ କୃଷି ନବସୃଜନ କେନ୍ଦ୍ର (ଆଇଆଇଏନସିଏ) ସମ୍ପର୍କରେ ଆଇସିଏଆର ଏବଂ ମାଶାଭ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀମାନେ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବ, ଉତ୍ପାଦକତା ବୃଦ୍ଧି କରିବ ଏବଂ କୃଷି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଉଭୟ ନେତା ଭୋଲକାନି କୃଷି ଗବେଷଣା ସଂଗଠନରେ ଭାରତୀୟ ଗବେଷକଙ୍କ ଦ୍ୱାରା କୃଷି ଗବେଷଣା ପାଇଁ ୨୦ଟି ମିଳିତ ଫେଲୋସିପ୍ ଆରମ୍ଭକୁ ମଧ୍ୟ ସ୍ୱାଗତ କରିଛନ୍ତି।
ଉଭୟ ନେତା ଜାନୁଆରୀ ୨୦୨୬ରେ ମତ୍ସ୍ୟଚାଷ ଏବଂ ଜଳଜ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଆଗ୍ରହ ଘୋଷଣାନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି। ମତ୍ସ୍ୟଚାଷ ଓ ଜଳଜକୃଷିରେ ଏକ ମିଳିତ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ସମେତ ଏହି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ସେମାନେ ସହମତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀମାନେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଜଳବାୟୁ କାର୍ଯ୍ୟରେ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗକୁ ମଜବୁତ କରିବା ପାଇଁ ଦ୍ୱିପାକ୍ଷିକ ବିଚାରବିମର୍ଶ କରିବାକୁ ସହମତ ହୋଇଛନ୍ତି। ଏଥିରେ କ୍ଷମତା ନିର୍ମାଣ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପାଇଁ ସମ୍ଭାବନା ଯାଞ୍ଚ କରିବା ସହିତ ମିଳିତ ଭାବରେ ଏକ ଚକ୍ରାକାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, ଜୈବ ବିବିଧତାର ସୁରକ୍ଷା ଓ ପରିବେଶ ପ୍ରଦୂଷଣ ରୋକିବା ଅନ୍ତର୍ଭୁକ୍ତ।

ଆତଙ୍କବାଦ ମୁକାବିଲା, ଶାନ୍ତିର ପ୍ରୋତ୍ସାହନ
ନେତାମାନେ ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦକୁ ସ୍ପଷ୍ଟ ଏବଂ ଦୃଢ଼ ଭାବରେ ନିନ୍ଦା କରିଥିଲେ। ସେମାନେ ବ୍ୟାପକ ଏବଂ ସ୍ଥାୟୀ ଭାବରେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ନିର୍ଣ୍ଣାୟକ ଏବଂ ସମନ୍ୱିତ ଅନ୍ତର୍ଜାତୀୟ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ଏହି ବ୍ୟାପକ ସମସ୍ୟା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରି, ପ୍ରଧାନମନ୍ତ୍ରୀମାନେ ଦୁଇଟି ସକ୍ରିୟ ଏବଂ ସ୍ଥିର ଗଣତନ୍ତ୍ରର ନେତା ଭାବରେ ଏହି ବିପଦର ମୁକାବିଲା ପାଇଁ ସେମାନଙ୍କର ସାମୂହିକ ସଂକଳ୍ପକୁ ଦୋହରାଇଥିଲେ। ସେମାନେ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ, ୨୨ ଏପ୍ରିଲ ୨୦୨୫ରେ ଭାରତର ଜମ୍ମୁ-କାଶ୍ମୀର ପହଲଗାମରେ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଏବଂ ୧୦ ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଆତଙ୍କବାଦୀ ଘଟଣାର ଦୃଢ଼ ନିନ୍ଦା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବିଶ୍ୱ ଶାନ୍ତି ଏବଂ ସୁରକ୍ଷାକୁ ଆଗକୁ ବଢାଇବା ପାଇଁ ସେମାନଙ୍କର ଅଟଳ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘‘ଗାଜା ସଂଘର୍ଷ ସମାପ୍ତ କରିବା ପାଇଁ ବ୍ୟାପକ ଯୋଜନା’’କୁ ସ୍ୱାଗତ କରିଥିଲେ। ଦୁଇ ନେତା ଶାନ୍ତି ପ୍ରକ୍ରିୟା ସମେତ ଆଞ୍ଚଳିକ ବିକାଶ ଉପରେ ଆଲୋଚନା କରିଥିଲେ ଏବଂ ଆଲୋଚନା ଓ ପାରସ୍ପରିକ ବୁଝାମଣା ମାଧ୍ୟମରେ ଏହି ଅଞ୍ଚଳରେ ଏକ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି, ସୁରକ୍ଷା ସହିତ ଗମନାଗମନ ଏବଂ ବାଣିଜ୍ୟିକ ସ୍ୱାଧୀନତା ପ୍ରତିଷ୍ଠାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସଂସଦୀୟ ସହଯୋଗ
ଭାରତ ଏବଂ ଇସ୍ରାଏଲର ଦୁଇ ଜୀବନ୍ତ ଗଣତନ୍ତ୍ର ମଧ୍ୟରେ ଉତ୍କୃଷ୍ଟ ସଂସଦୀୟ ସହଯୋଗକୁ ଦୃଷ୍ଟିରେ ରଖି ଏବଂ ଲୋକସଭା ବାଚସ୍ପତି ଓ ନେସେଟର ବାଚସ୍ପତିଙ୍କ ଦ୍ୱାରା ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁସରଣ କରି, ନେତାମାନେ ଭାରତୀୟ ସଂସଦରେ ଭାରତ-ଇସ୍ରାଏଲ ସଂସଦୀୟ ବନ୍ଧୁତା ଗୋଷ୍ଠୀ ପ୍ରତିଷ୍ଠାକୁ ମଧ୍ୟ ସ୍ୱାଗତ କରିଥିଲେ।

ନାଗରିକ ସହଯୋଗ
ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଦେଶ-ଦେଶ ମଧ୍ୟରେ ପ୍ରକୃତ ବନ୍ଧୁତା ଲୋକଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରେ। ଏହା ସଂସ୍କୃତି ଏବଂ କ୍ରୀଡା ମାଧ୍ୟମରେ ମଜବୁତ ହୁଏ। ଇସ୍ରାଏଲ ସଂସ୍କୃତି ଓ କ୍ରୀଡା ମନ୍ତ୍ରଣାଳୟ ଚଳଚ୍ଚିତ୍ର କ୍ଷେତ୍ରରେ ଭାରତ ସହ ସହଯୋଗକୁ ଆହୁରି ଗଭୀର କରିବା ପାଇଁ କାର୍ଯ୍ୟ କରିବ। ଏଥିରେ ନିର୍ମାତାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ, ଚଳଚ୍ଚିତ୍ର ଓ ଧାରାବାହିକର ମିଳିତ ପ୍ରଯୋଜନା ଏବଂ ପ୍ରତ୍ୟେକ ଦେଶର ଅନନ୍ୟ ସଂସ୍କୃତିକୁ ପ୍ରଦର୍ଶନ କରିବା ସହିତ ଉଭୟ ଦେଶର ଶିଳ୍ପ ଓ ଦର୍ଶକଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଥିବା ପ୍ଲାଟଫର୍ମ ଅନ୍ତର୍ଭୁକ୍ତ ହେବ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଇସ୍ରାଏଲରେ ଭାରତୀୟ ଶ୍ରମିକଙ୍କ ଅବଦାନକୁ ସ୍ୱୀକାର କରିଛନ୍ତି, ଯେଉଁମାନେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ ବନ୍ଧୁତାର ବନ୍ଧନକୁ ମଜବୁତ କରନ୍ତି। ନିର୍ମାଣ ଏବଂ ସେବା କ୍ଷେତ୍ରରେ ଭାରତୀୟ ଶ୍ରମିକଙ୍କ ନିରାପଦ ଏବଂ ସୁରକ୍ଷିତ ଯାତାୟାତକୁ ସହଜ କରିବା ପାଇଁ ନଭେମ୍ବର ୨୦୨୩ରେ ସ୍ୱାକ୍ଷରିତ ଫ୍ରେମୱାର୍କ ଚୁକ୍ତିନାମା ଓ କାର୍ଯ୍ୟକାରିତା ପ୍ରୋଟୋକଲର ଗୁରୁତ୍ୱକୁ ସେମାନେ ସ୍ୱୀକାର କରିଛନ୍ତି। ଏହି ପରିପ୍ରେକ୍ଷୀରେ, ବାଣିଜ୍ୟ ଓ ସେବା, ଉତ୍ପାଦନ ଓ ରେସ୍ତୋରାଁ କ୍ଷେତ୍ର ସହ ଜଡ଼ିତ ପ୍ରୋଟୋକଲ ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଛନ୍ତି।
ଦୁଇ ପ୍ରଧାନମନ୍ତ୍ରୀ ଶ୍ରମିକଙ୍କ ସୁରକ୍ଷା, ନିରାପତ୍ତା ଏବଂ ଆଇନଗତ ଅଧିକାର ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନେ ଡାଟା ସାଇନ୍ସ, ଏଆଇ ଏବଂ ହାଇ-ଟେକ୍ ଭଳି ଉଚ୍ଚ-କୁଶଳତା କ୍ଷେତ୍ରଗୁଡ଼ିକରେ ଭାରତୀୟ ପେସାଦାରଙ୍କ ପାଇଁ ସୁଯୋଗ ବିସ୍ତାର କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଉଭୟ ନେତା ସହମତ ହୋଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଇସ୍ରାଏଲରେ ୫୦ ହଜାର ପର୍ଯ୍ୟନ୍ତ ଅତିରିକ୍ତ ଭାରତୀୟ ଶ୍ରମିକ ଆସିପାରିବେ। ଦୁଇ ନେତା ମିଳିତ ସମନ୍ୱୟ କମିଟି (ଜେସିସି) ର କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଶ୍ରମିକମାନଙ୍କ ସହ ଜଡିତ ବିଳମ୍ବିତ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଶୀଘ୍ର ସେଗୁଡ଼ିକର ସମାଧାନ କରିବା ପାଇଁ ଜେସିସିକୁ ବାରମ୍ବାର ବୈଠକ କରିବାକୁ ଦାୟିତ୍ୱ ଦେଇଛନ୍ତି।
ନଭେମ୍ବର ୨୦୨୫ରେ ତେଲ ଅଭିଭରେ ଭାରତ-ଇସ୍ରାଏଲ ସିଇଓ ଫୋରମ୍ ଏବଂ ବ୍ୟବସାୟ ସମ୍ମିଳନୀର ଚତୁର୍ଥ ପର୍ଯ୍ୟାୟର ସଫଳ ସମାପ୍ତିକୁ ଉଭୟ ନେତା ସ୍ୱାଗତ କରିଥିଲେ। ସେମାନେ ବ୍ୟବସାୟ ଏବଂ ସରକାରୀ ନେତାଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ସମ୍ପର୍କକୁ ପ୍ରଶଂସା କରିଥିଲେ, ଯାହା ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ମଜବୁତ କରିବାରେ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶ ଓ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ଭାରତ-ଇସ୍ରାଏଲ ରଣନୀତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ଏହି ସକାରାତ୍ମକ ଗତିକୁ ଆଗକୁ ବଢ଼ାଇବା ପାଇଁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ସେମାନେ ଭାରତୀୟ ମଧ୍ୟସ୍ଥତା ପରିଷଦ (ଆଇସିଏ) ଏବଂ ଇସ୍ରାଏଲୀ ବାଣିଜ୍ୟିକ ମଧ୍ୟସ୍ଥତା ପ୍ରତିଷ୍ଠାନ (ଆଇଆଇସିଏ) ମଧ୍ୟରେ ମଧ୍ୟସ୍ଥତା ଉପରେ ବୁଝାମଣା ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଏହାକୁ ସୁଗମ ବାଣିଜ୍ୟିକ ବିବାଦ ସମାଧାନକୁ ସହଜ କରିବା ଏବଂ ନିବେଶକଙ୍କ ବିଶ୍ୱାସ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ସ୍ୱୀକାର କରିଥିଲେ।
ସ୍ୱାସ୍ଥ୍ୟ
ଦୁଇ ପ୍ରଧାନମନ୍ତ୍ରୀ ୨୦୨୬ ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଉପରେ ପ୍ରଥମ ଜେଡବ୍ଲୁଜି ଆୟୋଜନ କରିବାକୁ ଉଭୟ ପକ୍ଷକୁ ଆହ୍ୱାନ କରିଥିଲେ। ଉଭୟ ନେତା ଦେଶର ବିଭିନ୍ନ ପ୍ରତିଷ୍ଠାନ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସ ଏବଂ ସହଯୋଗ ବାଣ୍ଟିବା ମାଧ୍ୟମରେ ସ୍ୱାସ୍ଥ୍ୟସେବା ନବସୃଜନ, ଏଆଇ ଏବଂ ଡିଜିଟାଲ୍ ରୂପାନ୍ତରଣରେ ସହଯୋଗ କରିବାକୁ ସହମତ ହୋଇଥିଲେ।

ଶିକ୍ଷା - ଭବିଷ୍ୟତର ସୁରକ୍ଷା
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ସହମତ ହୋଇଥିଲେ ଯେ, ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା ରୂପେ, ଭାରତ ଏବଂ ଇସ୍ରାଏଲକୁ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ସହଯୋଗୀ ପ୍ରୟାସକୁ ଆହୁରି ଗଭୀର କରିବାକୁ ପଡିବ। ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଏବଂ ପରସ୍ପରର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ନସିପ୍ ସୁବିଧା ମାଧ୍ୟମରେ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ପଡିବ। ଉଭୟ ନେତା ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ଜେରୁଜେଲମର ହିବ୍ରୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ସେମାନେ ଏଆଇ ବ୍ୟବହାର ମାଧ୍ୟମରେ ଶିକ୍ଷାକୁ ଆଗକୁ ବଢାଇବାରେ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ଅବଗତ କରାଇଥିଲେ, ଯାହାର ଲକ୍ଷ୍ୟ ଭାରତୀୟ ମୂଲ୍ୟବୋଧ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ସହିତ ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ଲକ୍ଷ୍ୟକୁ ସାକାର କରିବା।
ଭାରତ ଏବଂ ଇସ୍ରାଏଲ ଭାରତ-ଇସ୍ରାଏଲ ଏକାଡେମିକ୍ ସହଯୋଗ ଫୋରମ୍ (ଆଇଟୁଆଇ ଫୋରମ୍) ପ୍ରତିଷ୍ଠା କରିବାକୁ ସହମତ ହୋଇଥିଲେ। ଏହାକୁ ଶିକ୍ଷାଗତ ଓ ଗବେଷଣା ପ୍ରତିଷ୍ଠାନ, ନୀତି ନିର୍ଦ୍ଧାରକ, ଉଚ୍ଚଶିକ୍ଷା ବିଶେଷଜ୍ଞ ଏବଂ ଭାରତ ଓ ଇସ୍ରାଏଲର ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାରମାନଙ୍କର ଉଚ୍ଚସ୍ତରୀୟ, ସ୍ୱତନ୍ତ୍ର ଆଲୋଚନା ପାଇଁ ଏକ ବିଶ୍ୱବିଦ୍ୟାଳୟ ନେତୃତ୍ୱାଧୀନ ପ୍ଲାଟଫର୍ମ। ଏହି ଫୋରମ୍ ଅଧୀନରେ ପ୍ରତିବର୍ଷ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବୈଠକ ଆୟୋଜନ କରାଯିବ।

ନୂତନ ବିଶ୍ୱ ବାଣିଜ୍ୟର ଦୃଶ୍ୟପଟକୁ ପରିବର୍ତ୍ତନ
ବିଶ୍ୱ ଅନିଶ୍ଚିତତାର ଯୁଗରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆଇଟୁୟୁଟୁ ଭଳି ସହଭାଗୀତା ଭଳି ପରିବର୍ତ୍ତନକାରୀ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ଢାଞ୍ଚା ଗଭୀର ସମ୍ପର୍କ, ବାଣିଜ୍ୟ, ନିବେଶ, ନବସୃଜନ ଏବଂ ଉଭୟ ରାଷ୍ଟ୍ରର ପରିପୂରକ ଶକ୍ତିକୁ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ କରେ। ନେତାମାନେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ବିଷୟରେ ଆଲୋଚନା କରିଥିଲେ ଏବଂ ଏହି ପଦକ୍ଷେପ ମାଧ୍ୟମରେ ଆଞ୍ଚଳିକ ସଂଯୋଗୀକରଣ, ସ୍ଥିରତା ଓ ସହଭାଗୀ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ତଥା ଏହାର ଢାଞ୍ଚା ଭିତରେ ଇସ୍ରାଏଲର ଭୂମିକା ଅନୁସନ୍ଧାନ କରିବା ପାଇଁ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଅଭିପ୍ରାୟ ପ୍ରକାଶ କରିଥିଲେ।
ରଣନୀତିକ ସହଭାଗୀତାକୁ ସ୍ୱୀକାର କରି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ ଭାବରେ ବୃଦ୍ଧି କରିବାର ଆବଶ୍ୟକତାକୁ ସମର୍ଥନ କରି, ପ୍ରଧାନମନ୍ତ୍ରୀମାନେ ନିମ୍ନଲିଖିତ ନୂତନ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି:

୧) କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର।

୨) ଭାରତରେ ଇଣ୍ଡୋ-ଇସ୍ରାଏଲ ସାଇବର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉଦ୍ଦେଶ୍ୟ ପତ୍ର।

୩) କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର ମାଧ୍ୟମରେ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ସହଯୋଗ ନିମନ୍ତେ ଭାରତର ଶିକ୍ଷା ମନ୍ତ୍ରୀ ଏବଂ ଇସ୍ରାଏଲ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବୁଝାମଣାପତ୍ର।

୪) ୨୦୨୬-୨୦୨୯ ବର୍ଷ ପାଇଁ ଭାରତ ସରକାର ଏବଂ ଇସ୍ରାଏଲ ସରକାରଙ୍କ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ।

୫) କୃଷି ଗବେଷଣା ଏବଂ ଶିକ୍ଷାରେ ସହଯୋଗ ପାଇଁ ଭାରତ-ଇସ୍ରାଏଲ କୃଷି ନବସୃଜନ କେନ୍ଦ୍ର (ଆଇଆଇଏନସିଏ) ସ୍ଥାପନ ପାଇଁ ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ ଏବଂ ଇସ୍ରାଏଲର ଆନ୍ତର୍ଜାତୀୟ ବିକାଶ ସହଯୋଗ ଏଜେନ୍ସି, ମାସାଭ ମଧ୍ୟରେ ବୁଝାମଣାପତ୍ର।

୬) ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଏବଂ ଇସ୍ରାଏଲ ସରକାରଙ୍କ ଶକ୍ତି ଓ ଭିତ୍ତିଭୂମି ମନ୍ତ୍ରଣାଳୟ ମଧ୍ୟରେ ଭୂଭୌତିକ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର।

୭) ଗୁଜରାଟର ଲୋଥାଲସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ (ଏନଏମଏଚସି) ବିକାଶ ପାଇଁ ଭାରତର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ଇସ୍ରାଏଲ ଆଣ୍ଟିକ୍ବିଟିଜ୍‌ ଅର୍ଥରିଟି- ଅଣ୍ଡରୱାଟର୍‌ ଆର୍କିଓଲୋଜି ୟୁନିଟ୍‌ ମଧ୍ୟରେ ବୁଝାମଣାପତ୍ର

୮) ହୋରାଇଜନ ସ୍କାନିଂ କ୍ଷେତ୍ରରେ ସହଯୋଗ ପାଇଁ ଇସ୍ରାଏଲ ରାଜ୍ୟର ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଭାରତର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ମଧ୍ୟରେ ଉଦ୍ଦେଶ୍ୟ ଘୋଷଣା।

୯) ମତ୍ସ୍ୟପାଳନ ଏବଂ ଜଳଜ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ବିଭିନ୍ନ ବିଭାଗ ଏବଂ ଇସ୍ରାଏଲ ସରକାରଙ୍କ କୃଷି ଓ ଖାଦ୍ୟ ସୁରକ୍ଷା ମନ୍ତ୍ରଣାଳୟର ମତ୍ସ୍ୟ ଓ ଜଳଜ କୃଷି ବିଭାଗ ମଧ୍ୟରେ ବୁଝାମଣାପତ୍ର।

୧୦) ଚତୁର୍ଥ ଭାରତ ଇସ୍ରାଏଲ ସିଇଓ ଫୋରମର ରିପୋର୍ଟ ଉପସ୍ଥାପନ।
 

୧୧) ଇସ୍ରାଏଲ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବାଣିଜ୍ୟ ଏବଂ ସେବା କ୍ଷେତ୍ରରେ ଇସ୍ରାଏଲର ସ୍ୱତନ୍ତ୍ର ଶ୍ରମ ବଜାର କ୍ଷେତ୍ରରେ ଭାରତୀୟ ଶ୍ରମିକଙ୍କ ଅସ୍ଥାୟୀ ନିଯୁକ୍ତି ସୁବିଧା ଉପରେ ରାଜିନାମାର କାର୍ଯ୍ୟକାରିତା ପ୍ରୋଟୋକଲ୍‌ ସି।

 

୧୨) ଇସ୍ରାଏଲ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ଉତ୍ପାଦନ କ୍ଷେତ୍ରର ନିର୍ଦ୍ଦିଷ୍ଟ ଶ୍ରମ ବଜାରରେ ଭାରତୀୟ ଶ୍ରମିକଙ୍କ ଅସ୍ଥାୟୀ ନିଯୁକ୍ତିର ସୁବିଧା ପାଇଁ ଚୁକ୍ତିନାମାର କାର୍ଯ୍ୟକାରୀ ପ୍ରୋଟୋକଲ୍ ଇ।

୧୩) ଇସ୍ରାଏଲ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ରେସ୍ତୋରାଁ କ୍ଷେତ୍ରର ନିର୍ଦ୍ଦିଷ୍ଟ ଶ୍ରମ ବଜାରରେ ଭାରତୀୟ ଶ୍ରମିକଙ୍କ ଅସ୍ଥାୟୀ ନିଯୁକ୍ତିର ସୁବିଧା ପାଇଁ ଚୁକ୍ତିନାମାର କାର୍ଯ୍ୟକାରୀ ପ୍ରୋଟୋକଲ୍ ଡି।

୧୪) ଭାରତ ଏବଂ ଇସ୍ରାଏଲର ଅର୍ଥ ନେଣଦେଣ ପ୍ରଣାଳୀକୁ ସଂଯୋଗ କରିବା ପାଇଁ ଏନପିସିଆଇ ଇଣ୍ଟରନେସନାଲ୍ ପେମେଣ୍ଟ୍ସ ଲିମିଟେଡ୍ ଏବଂ ମାସାଭ ମଧ୍ୟରେ ବୁଝାମଣାପତ୍ର (ଇସ୍ରାଏଲୀ ଦେୟ ପ୍ରଣାଳୀ ସହିତ ୟୁପିଆଇ ସଂଯୋଗ କରିବା)।

୧୫) ଇସ୍ରାଏଲୀ ବାଣିଜ୍ୟିକ ମଧ୍ୟସ୍ଥତା ପ୍ରତିଷ୍ଠାନ (ଆଇଆଇସିଏ) ଏବଂ ଭାରତୀୟ ମଧ୍ୟସ୍ଥତା ପରିଷଦ (ଆଇସିଏ) ମଧ୍ୟରେ ସହଯୋଗ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା।

୧୬) ପାରସ୍ପରିକ ସହଯୋଗ ସମ୍ପର୍କରେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ (ଆଇଏଫଏସସିଏ) ଏବଂ ଇସ୍ରାଏଲ ସିକ୍ୟୁରିଟିଜ୍ ପ୍ରାଧିକରଣ (ଆଇଏସଏ) ମଧ୍ୟରେ ବୁଝାମଣାପତ୍ର।

ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶର ସରକାର, ଶିଳ୍ପ ଏବଂ ଲୋକମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କ ବଜାୟ ରଖିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହାର ଏକ ସାଧାରଣ ଦୃଷ୍ଟିକୋଣ ରହିଛି ଏବଂ ତାହା ହେଉଛି ଏକ ସ୍ଥାୟୀ ଭାରତ-ଇସ୍ରାଏଲ ଭାଗିଦାରୀ ଗଢ଼ିବା। ଏହା ଆମର ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥାର ମହତ୍ୱାକାଂକ୍ଷାକୁ ବ୍ୟବହାର କରି ସୃଜନଶୀଳତା, ପ୍ରଯୁକ୍ତି, ସହଭାଗିତା ଏବଂ ପାରସ୍ପରିକ ସଫଳତା ବଳରେ ଦୃଢ଼ ଭବିଷ୍ୟତ ଗଢ଼ିବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rooftop solar, KUSUM account for 40% of Indias solar capacity additions in FY27 till July: Bernstein

Media Coverage

Rooftop solar, KUSUM account for 40% of Indias solar capacity additions in FY27 till July: Bernstein
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.