ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସେହି ନିଃସ୍ୱାର୍ଥପର ମଜବୁତ ଭାବନାର ପ୍ରଶଂସା କରିଥିଲେ, ଯାହା କରୋନା ମହାମାରୀ ବିରୋଧୀ ଲଢ଼େଇ ସମୟରେ ସମ୍ପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସର୍ବଭାରତୀୟ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ପରେ ଶ୍ରୀ ମୋଦୀ କହିଥିଲେ, ବିଗତ ଏକ ବର୍ଷ ମଧ୍ୟରେ ଭାରତୀୟମାନେ ବ୍ୟକ୍ତିଗତ ଭାବେ, ପାରିବାରିକ ଏବଂ ଏକ ରାଷ୍ଟ୍ର ଭାବେ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି ଓ ସହିଛନ୍ତି। ମହାନ ତେଲୁଗୁ କବି ଗୁରୁଜାଦା ଭେଙ୍କଟ ଅପ୍ପାରାଓଙ୍କର ଉକ୍ତିକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ ଯେ, ଆମ ସମସ୍ତଙ୍କୁ ସବୁବେଳେ ଅନ୍ୟମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବନା ନେଇ କାମ କରିବାର ଆବଶ୍ୟକତା ରହିଛି। ଗୋଟିଏ ରାଷ୍ଟ୍ର କେବଳ ମାଟି, ପାଣି ଓ ପଥର ହୋଇନପାରେ, ବରଂ ଆମ ସମସ୍ତଙ୍କର “ୱି ଦ ପିପୁଲ” (ଆମେ ସମସ୍ତେ ଦେଶବାସୀ) ଭାବନାକୁ ନେଇ ଏକ ଦେଶ ଗଠନ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଏହି ସଂକଳ୍ପ ସହିତ କରୋନା ବିରୋଧରେ ସଂଗ୍ରାମ କରାଯାଇଛି।

ଶ୍ରୀ ମୋଦୀ ଭାବପ୍ରବଣତା ଏବଂ ସହାନୁଭୂତି ସହିତ ଦେଶବାସୀଙ୍କର ମନମସ୍ତିଷ୍କରେ ଏହି ମହାମାରୀ ପ୍ରତି ପ୍ରାରମ୍ଭିକ ଦିନଗୁଡ଼ିକରେ ଆସୁଥିବା ବିଚାର ବିଷୟରେ ଅବତାରଣା କରିଥିଲେ। କିପରି ଭାବେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ତାଙ୍କର ନିକଟତମ ଲୋକଙ୍କ ସହିତ ମିଳାମିଶା କରିପାରୁନଥିଲା। ସେ କହିଥିଲେ ଯେ ଏହି ମହାମାରୀ କାରଣରୁ ସଂକ୍ରମିତମାନଙ୍କୁ ପୃଥକବାସରେ ରଖାଯାଇଥିଲା ଏବଂ ସେମାନଙ୍କୁ ନିସଙ୍ଗ ଜୀବନ ବିତାଇବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ ସଂକ୍ରମିତଙ୍କ ଶିଶୁମାନଙ୍କୁ ସେମାନଙ୍କର ମା’ଙ୍କ ଠାରୁ ପୃଥକ କରି ଦିଆଯାଇଥିଲା। ବୃଦ୍ଧ ମାତା-ପିତାଙ୍କୁ ଡାକ୍ତରଖାନାରେ ନିଜେ ହିଁ ଏହି ରୋଗ ସହିତ ଲଢ଼ିବାକୁ ବାଧ୍ୟ ହେବାକୁ ପଡ଼ିଲା। ଏପରିକି, ଯେଉଁ ଲୋକମାନେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ, ସେମାନଙ୍କର ଅନ୍ତିମ ସଂସ୍କାର ଓ ଉଚିତ କ୍ରିୟାକର୍ମ ଅନୁଯାୟୀ ହୋଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଥିଲେ ଯେ ଏପରି ସ୍ମୃତି ଆଜି ମଧ୍ୟ ଅତି ଦୁଃଖ ଦେଇଥାଏ।

ଶ୍ରୀ ମୋଦୀ ସେହି କଳାଦିନଗୁଡ଼ିକୁ ସ୍ମରଣ କରି କହିଥିଲେ ଯେ ଏହି ମହାମାରୀର ପ୍ରାରମ୍ଭିକ ଦିନଗୁଡ଼ିକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ସେଦିନଗୁଡ଼ିକରେ ମଧ୍ୟ କିଛି ଲୋକ ଆଶାର କିରଣ ସାଜି ଆସିଥିଲେ। ସେମାନେ ପୀଡ଼ିତମାନଙ୍କୁ ସହାୟତା ମଧ୍ୟ ପହଞ୍ଚାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶା କର୍ମୀ, ସ୍ୱଚ୍ଛତା କର୍ମଚାରୀ ପୁଲିସ ଓ ଅନ୍ୟ ଅଗ୍ରଣୀ ଯୋଦ୍ଧାମାନଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ଭରପୂର ପ୍ରଶଂସା କରିଥିଲେ, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କର ଜୀବନ ବଞ୍ଚାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଲୋକମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ମାନବତା ପାଇଁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଥିଲେ। ଶ୍ରୀ ମୋଦୀ ଏପରି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପ୍ରଣାମ କରିଥିଲେ, ଯେଉଁମାନେ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ ମହାମାରୀ ବିରୋଧରେ ଲଢ଼ି ପ୍ରାଣବଳୀ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆଗଧାଡ଼ିର କରୋନା ଯୋଦ୍ଧା ନିରାଶା ଏବଂ ଭୟର ପରିବେଶରେ ଆଶାର କିରଣ ନେଇ ଆସିଥିଲେ, ସେଥିପାଇଁ ଆଜି ସର୍ବପ୍ରଥମେ ସେମାନଙ୍କୁ ଟୀକା ଦେଇ ଦେଶ କୃତଜ୍ଞତାର ସହିତ ସେମାନଙ୍କର ଯୋଗଦାନକୁ ସ୍ୱୀକାର କରୁଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026