1 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକରୋଂ 2018 ମାର୍ଚ୍ଚ 10ରୁ 12 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି । 2018 ମାର୍ଚ୍ଚ 11 ତାରିଖରେ ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌର ମେଣ୍ଟର ସଂସ୍ଥାପକ ଶିଖର ସମ୍ମିଳନୀକୁ ଦୁଇ ନେତା ମିଳିତ ଆୟୋଜନ କରିଛନ୍ତି । ଉଭୟ ନେତା ବ୍ୟାପକ ଓ ଗଠନମୂଳକ ବିଚାରବିମର୍ଶ କରିଥିଲେ ଏବଂ ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସମନ୍ଵୟ/ସଂଯୋଜନକୁ ରେଖାଙ୍କିତ କରିଥିଲେ ।

2 ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀର 20ତମ ବାର୍ଷିକୀ ଅବସରରେ, ଯାହାକି ଭାରତ ଦ୍ୱାରା ପ୍ରଥମେ ଆରମ୍ଭ ହୋଇଥିଲା, ଦୁଇ ନେତା ଏହାକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପୁଣିଥରେ ଦୋହରାଇଥିଲେ ଏବଂ ଭାରତର ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତିଙ୍କ ମଧ୍ୟରେ ଦୁଇବାର୍ଷିକୀ ଶିଖର ସମ୍ମିଳନୀ ଆୟୋଜନ ପାଇଁ ସହମତି ଦେଇ ଏହାକୁ ଏକ ନୂଆସ୍ତରକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୁଇ ନେତା ଗଣତାନ୍ତ୍ରିକ ମୂଲ୍ୟବୋଧ, ସ୍ୱାଧୀନତା, ଆଇନର ଶାସନ ଓ ମାନବିକ ଅଧିକାରର ସମ୍ମାନ ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ନିବିଡ଼ ଓ ସୁଦୃଢ଼ କରିବାକୁ ରାଜି ହୋଇଛନ୍ତି ।

3 ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ଓ ଫରାସୀ ସୈନିକଙ୍କ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ 2018 ନଭେମ୍ବର 11 ତାରିଖରେ ହେବାକୁ ଥିବା ପ୍ରଥମ ବିଶ୍ୱଯୁଦ୍ଧ ଶତବାର୍ଷିକୀ ସମାରୋହର ଉଦ୍ଯାପନୀରେ ଭାରତ ଭାଗ ନେବା ପାଇଁ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ । ସେ ଏହି ଅବସରରେ ପ୍ୟାରିସ ଶାନ୍ତି ଫୋରମ୍ ସଂଗଠନକୁ ମଧ୍ୟ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ମାକରୋଂ ଏହି ପ୍ରୟାସକୁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

(I)ରଣନୀତିକ ଭାଗିଦାରୀ

4 ‘ଭାରତ ଓ ଫ୍ରାନ୍ସ ଗଣତନ୍ତ୍ରର ସରକାର ମଧ୍ୟରେ ଭାରତ ଓ ଫ୍ରାନ୍ସର ନିର୍ଦ୍ଦିଷ୍ଟ ଅବା ସଂରକ୍ଷିତ ସୂଚନାର ଆଦାନପ୍ରଦାନ ଓ ପାରସ୍ପରିକ ସଂରକ୍ଷଣ’କୁ ନେଇ ସ୍ୱାକ୍ଷରିତ ବୁଝାମଣାକୁ ନେତାମାନେ ସ୍ୱାଗତ କରିଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ରଣନୀତିକ ବିଶ୍ୱାସକୁ ଦର୍ଶାଉଛି । ଉଭୟ ପକ୍ଷ ମଧ୍ୟ ବାର୍ଷିକ ମନ୍ତ୍ରୀସ୍ତରୀୟ ରକ୍ଷା ଆଲୋଚନା ନିମନ୍ତେ ସହମତ ହୋଇଥିଲେ ।

5  ଭାରତ ମହାସାଗର ଅଂଚଳରେ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନାରେ ଅଧିକ ନିବିଡ଼ତାକୁ ନେତାମାନେ ପ୍ରଶଂସା କରିଥିଲେ । ଏହି ପ୍ରସଙ୍ଗରେ ସେମାନେ “ଭାରତ ମହାସାଗର ଅଂଚଳରେ ଭାରତ-ଫ୍ରାନ୍ସ ସହଯୋଗର ମିଳିତ ରଣନୀତିକ ଲକ୍ଷ୍ୟ”କୁ ମଧ୍ୟ ସ୍ୱାଗତ କରିଥିଲେ । ଯାହାକି ଏଭଳି ଭାଗିଦାର ନିମନ୍ତେ ଏକ ମାର୍ଗଦର୍ଶକ ସାଜିବ । ଦୁଇ ନେତା ଆନ୍ତର୍ଜାତିକ ସାମୁଦ୍ରିକ ମାର୍ଗରେ ସୁରକ୍ଷାକୁ ବଜାୟ ରଖିବା ପାଇଁ ଏହି ସହଯୋଗ ମହତ୍ୱପୂର୍ଣ୍ଣ ହେବ ବୋଲି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ । ଯାହାକି ଆଂଚଳିକ/ଆନ୍ତର୍ଜାତିକ ମଂଚରେ ବୃହତ୍ ସହଯୋଗ ଓ ସାମର୍ଥ୍ୟ ବିକାଶ, ସାମୁଦ୍ରିକ କ୍ଷେତ୍ରରେ ସଚେତନତା ସୃଷ୍ଟି, ସାମୁଦ୍ରିକ ଆତଙ୍କବାଦର  ଓ ଜଳଦସ୍ୟୁଙ୍କ ମୁକାବିଲା କରିବା ପାଇଁ ଆନ୍ତର୍ଜାତିକ ଆଇନ ଅନୁସାରେ ବାଣିଜ୍ୟ ଓ ଯୋଗାଯୋଗ ଅନୁରୂପ ହେବ ।

6– ଦୁଇ ନେତା ‘ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ସେମାନଙ୍କର ସଶସ୍ତ୍ର ବାହିନୀ ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ ସହାୟତାର ପ୍ରାବଧାନ ପାଇଁ ସ୍ୱାକ୍ଷରିତ ବୁଝାମଣା’କୁ ସ୍ୱାଗତ କରିଥିଲେ । ଯାହାକି ଭାରତ ଓ ଫ୍ରାନ୍ସ ସଶସ୍ତ୍ର ବାହିନୀ ପାଇଁ ପାରସ୍ପରିକ ସୁବିଧା ନିମନ୍ତେ ଲଜିଷ୍ଟିକ୍ ସହାୟତାକୁ ସମ୍ପ୍ରସାରଣ କରିବ । ଏହି ବୁଝାମଣା ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସମ୍ପର୍କରେ ରଣନୀତିକ ଘନିଷ୍ଠତା ଓ ପରିପକ୍ୱତାର ପ୍ରତୀକ ।

7  ନିୟମିତ ମିଳିତ ସାମରିକ ଅଭ୍ୟାସର ମହତ୍ୱ ଉପରେ ନେତାମାନେ ଗୁରୁତ୍ୱ ଦେଇଛନ୍ତି । ସେମାନେ 2017 ଏପ୍ରିଲରେ ଫ୍ରାନ୍ସରେ ଅନୁଷ୍ଠିତ ବରୁଣ ନୌସେନା ଅଭ୍ୟାସ ଓ 2018 ଜାନୁୟାରୀରେ ଫ୍ରାନ୍ସରେ ଅନୁଷ୍ଠିତ ଶକ୍ତି ଆର୍ମି ଅଭ୍ୟାସର ସଫଳ ପରିଚାଳନାକୁ ସ୍ୱାଗତ କରିଥିଲେ । ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତରେ ପରବର୍ତ୍ତୀ ବରୁଣ ନୌ ସମରାଭ୍ୟାସ ଓ 2019ରେ ଫ୍ରାନ୍ସରେ ପରବର୍ତ୍ତୀ ଗରୁଡ଼ ବାୟୁସେନା ଅଭ୍ୟାସ ପାଇଁ ଉଭୟ ପକ୍ଷ ଆଗେଇବା ପାଇଁ ଆଶାବ୍ୟକ୍ତ କରିଛନ୍ତି । ଉଭୟ ପକ୍ଷ ମିଳିତ ସମରାଭ୍ୟାସର ସ୍ତରକୁ ବୃଦ୍ଧି ଓ ଭବିଷ୍ୟତରେ ଏହି ଅଭ୍ୟାସଗୁଡ଼ିକର ପରିଚାଳନାର ଗୁଣାତ୍ମକ ସ୍ତରକୁ ବଜାୟ ରଖିବା ପାଇଁ ନିଜର ଉଦ୍ଦେଶ୍ୟକୁ ଦୋହରାଇଥିଲେ ।

8 ଦୁଇ ନେତା 2016 ମସିହାରେ ସ୍ୱାକ୍ଷର ହୋଇଥିବା ରାଫେଲ୍ ବିମାନ ଖର୍ଦ୍ଦି ଓ ଅଧିଗ୍ରହଣ ବୁଝାମଣାର କାର୍ଯ୍ୟକାରୀତାର ସମୟାନୁବର୍ତ୍ତୀ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ ଆଇଏନ୍ଏସ୍ କଲାବରୀକୁ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ଆଲୋଚନା କରିଥିଲେ, ଯାହା ଫ୍ରାନ୍ସ ସିପବିଲ୍ଡର – ନାଭାଲ୍ ଗ୍ରୁପ୍ର ସହଭାଗିତାରେ ମାଜଗାଓଁ ଡକ୍ ସିପବିଲ୍ଡରର୍ସ ଦ୍ୱାରା ଭାରତରେ ନିର୍ମିତ ପ୍ରଥମ ସ୍କର୍ପିଅନ ବୁଡ଼ାଜାହାଜ ।

9 ପ୍ରଚଳିତ ରକ୍ଷା ନିର୍ମାଣ ଭାଗିଦାରୀର ଅଧିକ ସମ୍ପ୍ରସାରଣ ଓ ନିବିଡ଼ କରିବା ପାଇଁ ସେମାନଙ୍କ ଆଲୋଚନାକୁ ଜାରି ରଖିବା ଲାଗି ସେମାନେ ତତ୍ପରତା ଦେଖାଇଥିଲେ । ମେକ୍ ଇନ୍ ଇଣ୍ଡିଆ ପ୍ରୟାସରେ ଭାରତୀୟ ଓ ଫ୍ରାନ୍ସ ପ୍ରତିରକ୍ଷା ଉଦ୍ୟୋଗୀଙ୍କ ପାଇଁ ଭାରତରେ ରକ୍ଷା ଉପକରଣର ମିଳିତ ବିକାଶ ଓ ମିଳିତ ଉତ୍ପାଦନ ବ୍ୟବସ୍ଥାରେ ପ୍ରବେଶ କରିବା ନିମନ୍ତେ ଏକ ମୌଳିକ ସୁଯୋଗ ପ୍ରଦାନ କରାଯାଇଛି ବୋଲି ସେମାନେ ସ୍ୱୀକାର କରିଥିଲେ । ଯେଉଁଥିରେ ପାରସ୍ପରିକ ଭାବେ ଜ୍ଞାତ ଓ ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନରେ ସମସ୍ତ ପକ୍ଷର ଫାଇଦା ରହିଛି । ଏହି ପ୍ରସଙ୍ଗରେ ନେତାମାନେ ଭାରତ ଓ ଫ୍ରାନ୍ସ କମ୍ପାନୀ ମଧ୍ୟରେ ଯୌଥ ଉଦ୍ୟୋଗକୁ ସ୍ୱାଗତ କରିବା ସହ ନୂଆ କିଛି ସ୍ଥାପନ ନିମନ୍ତେ ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ ।

10 ଦୁଇ ନେତା ଯୁଦ୍ଧ ବିମାନ ଇଞ୍ଜିନ ନିର୍ମାଣ ଉପରେ ଡିଆରଡିଓ ଓ ସାଫ୍ରନ୍ ସଂସ୍ଥା ମଧ୍ୟରେ ଚାଲିଥିବା ଆଲୋଚନାକୁ ଉଲ୍ଲେଖ କରିଥିଲେ ଓ ପ୍ରାରମ୍ଭିକ ନିର୍ଯ୍ୟାସର ସୁବିଧା ନିମନ୍ତେ ଆବଶ୍ୟକ ଉପାୟକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ ।

11 ଫ୍ରାନ୍ସ ଓ ଭାରତରେ ଆତଙ୍କବାଦ ଓ ଆତଙ୍କ ସମ୍ବନ୍ଧିତ ଘଟଣା ସମେତ ସୀମାପାର ଆତଙ୍କବାଦ ଏବଂ ଆତଙ୍କବାଦର ସମସ୍ତ ସ୍ୱରୂପ ଓ ଅଭିବ୍ୟକ୍ତିକୁ ଦୁଇ ନେତା କଡ଼ା ଭାଷାରେ ନିନ୍ଦା କରିବା ନେଇ ଦୋହରାଇଥିଲେ । ଦୁଇ ନେତା ଏହା ମଧ୍ୟ କହିଥିଲେ ଯେ ଆତଙ୍କବାଦ କୌଣସି ପରିସ୍ଥିତିରେ ଯୁକ୍ତିସଙ୍ଗତ ହୋଇନପାରେ । ତେଣୁ ତାହା କୌଣସି ଧର୍ମ, ବର୍ଣ୍ଣ, ରାଷ୍ଟ୍ରୀୟତା ଓ ଜାତୀୟତା ସହ ଜଡ଼ିତ ହେବା ଅନୁଚିତ୍ । 2016 ଜାନୁୟାରୀରେ ଦୁଇ ଦେଶ ଦ୍ୱାରା ସ୍ୱୀକାର୍ଯ୍ୟ ଆତଙ୍କବାଦ ଉପରେ ମିଳିତ ବୟାନକୁ ସ୍ମରଣ କରି ଦୁଇ ନେତା ପ୍ରତ୍ୟେକ ସ୍ଥାନରେ ଆତଙ୍କବାଦର ମୂଳପୋଛ ପାଇଁ ନିଜର ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ । ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ ଦିଗରେ  ଆନ୍ତର୍ଜାତିକ ସମୁଦାୟକୁ ଅଧିକ କିଛି କରିବାକୁ ପଡ଼ିବ ବୋଲି ସେମାନେ ସମ୍ମତ ହୋଇଥିଲେ ଓ ଫ୍ରାନ୍ସ ସରକାରଙ୍କ ଦ୍ୱାରା ପ୍ୟାରିସରେ 2018 ଏପ୍ରିଲରେ “ଆତଙ୍କବାଦକୁ ଆର୍ଥିକ ସହାୟତାର ମୁକାବିଲା” ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନକୁ ମଧ୍ୟ ସ୍ୱାଗତ କରିଥିଲେ ।

12 ଆତଙ୍କବାଦୀଙ୍କ ନିରାପଦ ସ୍ୱର୍ଗ ଓ ଭିତ୍ତିଭୂମି, ଆତଙ୍କବାଦ ନେଟୱାର୍କ ଓ ସେମାନଙ୍କ ଆର୍ଥିକ ସ୍ରୋତକୁ ବନ୍ଦ କରିବା, ସୀମାପାର ଆତଙ୍କବାଦ ଯଥା ଆଲ୍-କାଏଦା, ଦାଏସ/ଆଇଏସ୍ଆଇଏସ୍, ଜୈସ-ଇ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ସେମାନଙ୍କର ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀକୁ ମୂଳପୋଛ କରିବା ପାଇଁ ସମସ୍ତ ରାଷ୍ଟ୍ରକୁ ସେମାନେ ଆହ୍ୱାନ କରିଥିଲେ । । ଏସବୁ ଗୋଷ୍ଠୀ ଦକ୍ଷିଣ ଏସିଆ ଓ ସାହେଲ ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ।

13  ଭାରତ ଓ ଫ୍ରାନ୍ସର ଆତଙ୍କବାଦନିରୋଧୀ ଏଜେନ୍ସି ମଧ୍ୟରେ ପରିଚାଳନାଗତ ସହଯୋଗକୁ ବୃଦ୍ଧି କରିବା, ଦୁଇ ଦେଶର ତଦନ୍ତକାରୀ ଏଜେନ୍ସି, (ଏନ୍ଏସ୍ଜି-ଜିଆଇଜିଏନ୍) ମଧ୍ୟରେ ଉତ୍ତମ ସହଯୋଗ ପାଇଁ ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି  । ଉଗ୍ରବାଦର ମୁକାବିଲା ଓ ପ୍ରତିରୋଧ ପାଇଁ ନୂଆ ସହଯୋଗର ଉଦ୍ୟମ ବିଶେଷକରି ଅନଲାଇନରେ କରିବା ପାଇଁ ଦୁଇ ନେତା ସହମତ ହୋଇଛନ୍ତି । ବହୁମୁଖୀ ମଂଚ ଯଥା- ଜାତିସଂଘ, ଜିସିଟିଏଫ୍, ଏଫଏଟିଏଫ୍ ଓ ଜି-20 ଆଦିରେ ଆତଙ୍କବାଦର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଦୁଇ ନେତା ସହମତ ହୋଇଛନ୍ତି । ସେମାନେ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରକୁ ୟୁଏନ୍ଏସ୍ସି ସଂକଳ୍ପ-1967 ଓ ନାମିତ/ଘୋଷିତ ଆତଙ୍କବାଦୀ ସଂସ୍ଥା ପାଇଁ ଅନ୍ୟାନ୍ୟ ପ୍ରାସଙ୍ଗିକ ସଂକଳ୍ପକୁ ଲାଗୁ କରିବାକୁ ଆହ୍ୱାନ କରିଛନ୍ତି । ନେତାମାନେ ଜାତିସଂଘରେ ଆନ୍ତର୍ଜାତିକ ଆତଙ୍କବାଦ(ସିସିଆଇଟି) ଉପରେ ବିସ୍ତୃତ ସମ୍ମିଳନୀକୁ ଶୀଘ୍ର ଆପଣାଇ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ।

14 ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତାକୁ ବନ୍ଦ ସମେତ ପାରସ୍ପରିକ ନାରକୋଟିକ୍ସ/ମାଦକ ଦ୍ରବ୍ୟର ଅବୈଧ ଚାଲାଣକୁ ରୋକିବା ଓ ପ୍ରଭାବଶାଳୀ ଢାଂଚାଗତ ଆଲୋଚନା କରିବା ଉଦ୍ଦେଶ୍ୟରେ ଦୁଇ ଦେଶ ମଧ୍ୟରେ ନାରକୋଟିକ୍ସ ଡ୍ରଗ୍ସ, ମନୋଚିକିତ୍ସିକ ପଦାର୍ଥ ଓ ରସାୟନିକ ପାଚକର ଅବୈଧ ଉପଯୋଗ ଓ ଚାଲାଣ ହ୍ରାସ ପ୍ରସଙ୍ଗରେ ଏକ ବୁଝାମଣା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି ।

15 ଭାରତ ଓ ଫ୍ରାନ୍ସ ମଧ୍ୟରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗର ବିକାଶ ପ୍ରସଙ୍ଗରେ 2008 ମସିହାର ବୁଝାମଣା ଓ ସହଯୋଗ ପାଇଁ 2016 ଜାନୁୟାରୀର ମାର୍ଗଚିତ୍ରକୁ ନେଇ ଦୁଇ ନେତା ଏନ୍ପିସିଆଇଏଲ୍ ଓ ଇଡିଏଫ୍ ମଧ୍ୟରେ ମହାରାଷ୍ଟ୍ରର ଜୈତପୁରରେ 6ଟି ପରମାଣୁ ଶକ୍ତି ରିଆକ୍ଟର ୟୁନିଟ୍ ସ୍ଥାପନ ପାଇଁ ଉଦ୍ୟୋଗିକ ବୁଝାମଣା ଦିଗରେ ଅଗ୍ରଗତିର ପରିସମାପ୍ତିରେ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି ।

16 ଦୁଇ ନେତା 2018 ମସିହା ଶେଷ ସୁଦ୍ଧା ଜୈତପୁରରେ କାମ ଆରମ୍ଭ କରିବା ଲକ୍ଷ୍ୟକୁ ଦୋହରାଇଛନ୍ତି ଓ ଏନ୍ପିସିଆଇଏଲ୍ ଓ ଇଡିଏଫ ମଧ୍ୟରେ ଏ ସମ୍ବନ୍ଧରେ ବୁଝାମଣା ସମ୍ପର୍କିତ ଆଲୋଚନାକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି । ଥରେ ଏହା ସ୍ଥାପିତ ହୋଇଗଲେ, ଜୈତାପୁର ପରିଯୋଜନା ବିଶ୍ୱରେ ସବୁଠୁ ବଡ଼ ପରମାଣୁ ଶକ୍ତି ପ୍ଳାଣ୍ଟ ହେବ, ଯାହାର ମୋଟ କ୍ଷମତା 9.6 ଗିଗାୱାଟ୍ ହେବ । ଅକ୍ଷୟ ଶକ୍ତି କ୍ଷେତ୍ରରେ  2030 ମସିହା ସୁଦ୍ଧା 40 ପ୍ରତିଶତ ଅଣଜୀବାଶ୍ମ ଶକ୍ତି ପାଇଁ ଭାରତର ଲକ୍ଷ୍ୟରେ ଏହା ସହାୟକ ହେବ । ଏହି ପ୍ରସଙ୍ଗରେ ସେମାନେ କମ ଖର୍ଚ୍ଚରେ ବିଦ୍ୟୁତ ଉତ୍ପାଦନ କରିବାର ନମନ୍ତେ ପରିଯୋଜନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଫ୍ରାନ୍ସ ପକ୍ଷରୁ ଆର୍ଥିକ ଓ ପ୍ରତିଯୋଗିତାମୂଳକ ଆର୍ଥିକ ପ୍ୟାକେଜ, ଜୈତାପୁର ପରମାଣୁ ପ୍ଳାଣ୍ଟକୁ ଜୀବନକାଳ ପର୍ଯ୍ୟନ୍ତ ନିଶ୍ଚିତ ଇନ୍ଧନ ଯୋଗାଣ, ବିଶ୍ୱସନୀୟ.ଅବାଧ, ନିରନ୍ତର ଉପଯୋଗ ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ ଏବଂ ନିର୍ମାଣ ପାଇଁ ଭାରତର ସ୍ଥାନୀୟ ପ୍ରୟାସ ସାମିଲ ଅଛି । ପରେ  ପ୍ରଯୁକ୍ତିବିଦ୍ୟାର ହସ୍ତାନ୍ତର ଅଧିକାରକୁ ସାମିଲ ପାଇଁ ପାରସ୍ପରିକ ସହମତି ହୋଇଛି

17 ଜୈତାପୁର ପରିଯୋଜନା ନିମନ୍ତେ ପରମାଣୁ କ୍ଷତି ପାଇଁ ନାଗରିକ ଉତ୍ତରଦାୟିତ୍ୱ ନିୟାମବାଳୀ ଓ ଭାରତର ଆଇନକୁ କାର୍ଯ୍ୟକାରୀ କରିବାକୁ ଦୁଇ ପକ୍ଷ ମଧ୍ୟରେ ବୁଝାମଣାକୁ ସେମାନେ ସ୍ୱାଗତ କରିଛନ୍ତି । ନାଗରିକ ଉତ୍ତରଦାୟିତ୍ୱ ପାଇଁ ଏହି ବୁଝାମଣା ପରମାଣୁ କ୍ଷତି ଆଇନ-2010, ନାଗରିକ ଉତ୍ତରଦାୟିତ୍ୱ ପାଇଁ ପରମାଣୁ କ୍ଷତି ଆଇନ 2011 ଓ ଭାରତର ଆଇନ ଓ ନିୟମାଳବୀର ଅନୁପାଳନ ଉପରେ ଆଧାରରେ ଏହି ବୁଝାମଣା ହୋଇଛି । ଯାହା ପରମାଣୁ କ୍ଷତି, ଅନୁମୋଦୀତ ଓ ଆଇଏଇଏକୁ ଅଧିସୂଚିତ କରିବା ପାଇଁ ଅନୁପୂରକ କ୍ଷତିପୂରଣରେ ସମ୍ମେଳନ ସହ ହୋଇଛି ।

18ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ଓ ସିଇଏ/ଆଇଏନ୍ଏସ୍ଟିଏନ୍ ଏବଂ ଡିଏଇ/ଜିସିଏନ୍ଇପି ମଧ୍ୟରେ ସହଯୋଗ ସମ୍ବନ୍ଧିତ ପାରସ୍ପରିକ ଲାଭକାରୀ ବୈଜ୍ଞାନିକ ଓ ପ୍ରଶିକ୍ଷଣ ଗତିବିଧିରେ ନିଜର ପରମାଣୁ ଶକ୍ତି ସଂଗଠନ ଓ ସେମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଭାଗିଦାରୀ ପାଇଁ ନିୟମିତ କାର୍ଯ୍ୟକ୍ରମକୁ ନେତାମାନେ ସ୍ୱାଗତ କରିଥିଲେ । ସେମାନେ ପରମାଣୁ ନିୟାମକ ପ୍ରାଧିକରଣ-ଭାରତର ପରମାଣୁ ଶକ୍ତି ନିୟାମକ ବୋର୍ଡ(ଏଇଆର) ଓ ଫ୍ରାନ୍ସର ଅଟୋରାଇଟ୍ ଡେ ସାଉରେନେଟ୍ ନିୟୁକ୍ଳିଏର(ଏଏସ୍ଏମନ୍) ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ବନ୍ଧ ଓ ନିୟମିତ ଆଲୋଚନାର ପ୍ରଶଂସା କରିଥିଲେ । ଯେଉଁଥିରେ ପରମାଣୁ ସୁରକ୍ଷା ଓ ନିୟାମକ ସମ୍ବନ୍ଧିତ ପ୍ରସଙ୍ଗରେ ବହୁମୂଲ୍ୟ ଅନୁଭବ, ସର୍ବୋତ୍ତମ ଅଭ୍ୟାସ ଓ ବିକାଶକୁ ଆଦାନପ୍ରଦାନ କରାଯାଇପାରିବ ।

ଅନ୍ତରୀକ୍ଷ ସହଯୋଗ

19 ()-ନାଗରିକ ଅନ୍ତରୀକ୍ଷ କ୍ଷେତ୍ରରେ ଐତିହାସିକ ଓ ଦୁର୍ଜୟ ସମ୍ବନ୍ଧ ସ୍ଥାପନ କରିବା, ନେତାମାନେ ‘ଅନ୍ତରୀକ୍ଷ ସହଯୋଗରେ ଭାରତ-ଫ୍ରାନ୍ସ ମିଳିତ ଲକ୍ଷ୍ୟ’କୁ ସ୍ୱାଗତ କରିଥିଲେ ଯେଉଁଥିରେ ଭବିଷ୍ୟତରେ ସହଯୋଗର ଠୋସ୍ କ୍ଷେତ୍ରର ଉଲ୍ଲେଖ କରାଯାଇଛି । ଭାରତର ଓସିଇଏଏନ୍ଏସ୍ଏଟି-3 ଉପଗ୍ରହରେ ଫରାସୀ ଉପକରଣର ପାରିପାର୍ଶ୍ଵିକ ପ୍ରଣାଳୀର ଚାପ ଓ ଜଳର ଉପଯୋଗର ତଦାରଖ ଏବଂ ଆବାସ ପାଇଁ ‘ତୃଷ୍ଣା’ ମିଳିତ ଉପଗ୍ରହ ମିଶନକୁ ଫଳପ୍ରଦ କରାଇବା ନିମନ୍ତେ ନିଜ ନିଜର ଅନ୍ତରୀକ୍ଷ ଏଜେନ୍ସି ମାଧ୍ୟମରେ ଚାଲିଥବା ସହଯୋଗକୁ ସେମାନେ ବିଶେଷ ଭାବେ ସ୍ୱକାର କରିଥିଲେ ।

(II)– ଆର୍ଥିକଶିକ୍ଷାବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାସାଂସ୍କୃତିକ ଓ ଜନ-ଜନ ସହଯୋଗ

20 ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମାକରୋଂ ଉଭୟ ଦେଶ ମଧ୍ୟରେ ସମ୍ପର୍କର ଘନିଷ୍ଠତାକୁ ବିଶେଷ ଭାବେ ଆର୍ଥିକ, ଶିକ୍ଷା, ବୈଜ୍ଞାନିକ, ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ସନ୍ତୋଷ ବ୍ୟକ୍ତ କରିଥିଲେ ।

21 ସେମାନେ ପ୍ରବାସ ଓ ଚଳପ୍ରଚଳ ଉପରେ ଏକ ଦ୍ୱିପାକ୍ଷିକ ବୁଝାମଣାରେ ସ୍ୱାକ୍ଷର କରିବାକୁ ସ୍ୱାଗତ କରିଥିଲେ । ଯାହା ଦୁଇ ଦେଶ ମଧ୍ୟରେ ପ୍ରବେଶ ଓ ଦୀର୍ଘକାଳୀନ ରହଣୀ ନିମନ୍ତେ ଥିବା ସର୍ତ୍ତକୁ ସହଜ କରିବା ଦ୍ୱାରା ଫ୍ରାନ୍ସ ଓ ଭାରତ ମଧ୍ୟରେ ଛାତ୍ର ଓ ପେଷାଦାର ବ୍ୟକ୍ତିଙ୍କ ଚଳପ୍ରଚଳରେ ସୁବିଧା ହେବ ।

22 ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମାକରୋଂ ଉଭୟ ଦେଶ ମଧ୍ୟରେ ନିରନ୍ତର ଲୋକଙ୍କ ସହ ଲୋକଙ୍କ ଆଦାନପ୍ରଦାନର ଭୂମିକାକୁ ପ୍ରଶଂସା କରିଥିଲେ ଓ ପରସ୍ପରର ସଂସ୍କୃତିକୁ ବୁଝିବା ପାଇଁ ଅଧିକ ଯୁବ ବିନିୟମ କାର୍ଯ୍ୟକ୍ରମର ଆବଶ୍ୟକତାକୁ ରେଖାଙ୍କିତ କରିଛନ୍ତି । ସେମାନେ ଏହି ସମ୍ବନ୍ଧରେ ‘ଫ୍ରାନ୍ସ-ଇଣ୍ଡିଆ ପ୍ରୋଗାମ ଫର ଦି ଫୁ୍ୟଚର’ – ଏକ ଫରାସୀ ପ୍ରୟାସ,ଯାହାର ଉଦ୍ଦେଶ୍ୟ ଯୁବ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ଆରମ୍ଭ କରିଥିଲେ । ଯାହା ଭାରତ-ଫ୍ରାନ୍ସ ସମ୍ବନ୍ଧର ଭବିଷ୍ୟତର ବିକାଶ ନିମନ୍ତେ ମହତ୍ୱପୂର୍ଣ୍ଣ ।

ଆର୍ଥିକ ଆଦାନପ୍ରଦାନ

23 ଭାରତରେ ଅନେକ ନୂଆ ଓ ଚାଲିଥିବା ନିର୍ମାଣ ପରିଯୋଜନାରେ ଫରାସୀ କମ୍ପାନୀଗୁଡ଼ିକର ଭାଗିଦାରୀକୁ ନେଇ ନେତାମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ ଭାରତରେ ଏହି କମ୍ପାନୀଗୁଡ଼ିକ ଦ୍ୱାରା କରାଯାଇଥିବା ଗବେଷଣା ଓ ବିକାଶକୁ ସୁଦୃଢ଼ ଭାବେ ହୋଇଥିବା ସମ୍ପ୍ରସାରଣରେ ଖୁସି ବ୍ୟକ୍ତ କରିଛନ୍ତି । ସେମାନେ ଭାରତୀୟ ନିବେଶକଙ୍କ ପାଇଁ ଫ୍ରାନ୍ସର ଆକର୍ଷଣକୁ ସମାନ ଭାବେ ଉଜାଗର କରିଥିଲେ ।

24 ଉଭୟ ପକ୍ଷ ନିକଟ ଅତୀତରେ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ  2022 ମସିହା ସୁଦ୍ଧା  ଏହି ବାଣିଜ୍ୟ କାରବାରକୁ 15 ବିଲିୟନ ୟୁରୋ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିରନ୍ତର ଗତି ବଜାୟ ରଖିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । ସେମାନେ ଏସଏମ୍ଇ ଓ ମିଡ୍ କ୍ୟାପ୍ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ ଯାହାଫଳରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ବାଣିଜ୍ୟିକ ଆଦାନପ୍ରଦାନରେ ସେମାନେ ଅଭିବୃଦ୍ଧି ଭୂମିକା ତୁଲାଇ ପାରିବେ । ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ବୃଦ୍ଧି ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ନିଜର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣିତ କରି ନେତାମାନେ…

କ- ଭାରତ-ଫ୍ରାନ୍ସ ମିଳିତ କମିଟି ମାଧ୍ୟମରେ ନିୟମିତ ଓ ନିରନ୍ତର ଆର୍ଥିକ ସହଯୋଗର ଆଲୋଚନାକୁ ଗୁରୁତ୍ୱର ସହ ରେଖାଙ୍କିତ କରିଥିଲେ ।

ଖ- 2018 ମାର୍ଚ୍ଚରେ ଦିଲ୍ଲୀରେ ସିଇଓ ଫୋରମ୍ ର ସହ-ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ସୁପାରିସକୁ ସ୍ୱାଗତ କରିଥିଲେ ।

25 ଦୁଇ ନେତା ଆର୍ଥିକ ଓ ବିତ୍ତୀୟ କ୍ଷେତ୍ରରେ ସହଯୋଗକୁ ନିବିଡ଼ କରିବା ନିମନ୍ତେ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ପ୍ରତିବର୍ଷ ଆୟୋଜନ କରିବାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଶିକ୍ଷା ଓ ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ

26–  ସରକାରୀ ଢାଂଚା ଓ ବିଶ୍ୱବିଦ୍ୟାଳୟ ତଥା ଶିକ୍ଷାଗତ ସଂସ୍ଥାନ ମଧ୍ୟରେ ଏକ ଜୀବନ୍ତ ଶୈକ୍ଷିକ ସହଯୋଗକୁ ନେତାମାନେ ମାନ୍ୟତା ଦେଇଛନ୍ତି । 2020 ମସିହା ସୁଦ୍ଧା 10ହଜାର ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ଉଦ୍ଦେଶ୍ୟରେ, ଛାତ୍ରଛାତ୍ରୀ ଆଦାନପ୍ରଦାନ ସଂଖ୍ୟା ଓ ଗୁଣବତ୍ତା ବୃଦ୍ଧି ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ଡିଗ୍ରୀକୁ ପାରସ୍ପରିକ ମାନ୍ୟତା ପାଇଁ ଏକ ବୁଝାମଣାରେ ସ୍ୱାକ୍ଷର କରିବାକୁ ସେମାନେ ସ୍ୱାଗତ କରିଛନ୍ତି ଯାହାକି ଫ୍ରାନ୍ସରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଓ ଭାରତରେ ଫ୍ରାନ୍ସ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ନିଯୁକ୍ତି ସାମର୍ଥ୍ୟକୁ ବୃଦ୍ଧି କରିବ । ସେମାନେ ନଲେଜ୍ ସମ୍ମିଳନୀ, ଗବେଷଣା ଓ ଉଚ୍ଚଶିକ୍ଷା ଉପରେ 2018 ମାର୍ଚ୍ଚ 10 ଓ 11 ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ପ୍ରଥମ ଭାରତ-ଫ୍ରାନ୍ସ ସମ୍ମିଳନୀକୁ ସ୍ୱାଗତ କରିଥିଲେ ।

27 ସାମର୍ଥ୍ୟ ବିକାଶ ଦୁଇ ଦେଶ ପାଇଁ ଏକ ପ୍ରମୁଖ ପ୍ରାଥମିକତା ସ୍ୱୀକାର କରି ଉଭୟ ନେତା ଭାରତରେ ଫ୍ରାନ୍ସ କମ୍ପାନୀ ଦ୍ୱାରା ଭାରତୀୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ସାମର୍ଥ୍ୟ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ତଥା ସେମାନଙ୍କୁ ଏ କ୍ଷେତ୍ରରେ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ସ୍ୱାଗତ କରିଛନ୍ତି । ଉଭୟ ପକ୍ଷ ଦୁଇ ଦେଶର ଦକ୍ଷତା ବିକାଶ ସଂସ୍ଥାନ ଓ ଏଜେନ୍ସି ମଧ୍ୟରେ ଅଧିକ ସମ୍ପର୍କ ଓ ଆନୁଷ୍ଠାନିକ ବ୍ୟବସ୍ଥା ପାଇଁ ଆଗ୍ରହ ବ୍ୟକ୍ତ କରିଛନ୍ତି ।

28 ଭାରତ-ଫ୍ରାନ୍ସ ସେଂଟର ଫର୍ ପ୍ରମୋସନ୍ ଅଫ୍ ଏଡଭାନ୍ସ ରିସର୍ଚ୍ଚ(ସିଇଏଫ୍ଆଇପିଆରଏ) ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକାକୁ ନେଇ ନେତାମାନେ ସନ୍ତୋଷ ବ୍ୟକ୍ତ କରିବା ସହ 2017 ମସିହାରେ ସେ ପାଳନ କରିଥିବା ତା’ର 30ତମ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେମାନେ ସିଇଏଫଆଇପିଆରଏ ତା’ର ଭୂମିକାକୁ ଗବେଷଣା, ବଜାର ଓ ସାମାଜିକ ଆବଶ୍ୟକତା ମାଧ୍ୟମରେ ସମ୍ପ୍ରସାରଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହା ସହିତ ମୌଳିକ ଗବେଷଣା ଓ ପ୍ରଯୁକ୍ତବିଦ୍ୟା ଆପ୍ଲିକେସନ୍ ଆବଶ୍ୟକତାକୁ ଅନ୍ୱେଷଣ ମାଧ୍ୟମରେ କରିବା ଉପରେ ଗରୁତ୍ୱ ଦେଇଥିଲେ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ଦ୍ୱିପାକ୍ଷିକ ସହଯୋଗର ସମ୍ଭାବନା ଓ ସାମଗ୍ରୀର ସମ୍ପ୍ରସାରଣ ନିମନ୍ତେ ନେତାମାନେ 2018 ମସିହାରେ ବିଜ୍ଞାନ ଓ ପ୍ରଯୁକ୍ତିରେ ଯୁଗ୍ମ କମିଟି ଡାକିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

ସାଂସ୍କୃତିକ ଆଦାନପ୍ରଦାନ

29 ଭାରତୀୟ ସଂସ୍କୃତି ଓ ଏତିହ୍ୟକୁ ଫ୍ରାନ୍ସରେ ପ୍ରଚାରପ୍ରସାର ନିମନ୍ତେ 2016 ମସିହାରେ ଆୟୋଜିତ ନମସ୍ତେ ଫ୍ରାନ୍ସ ଉତ୍ସବର ସଫଳତା ଓ ଭାରତର 33ଟି ସହରରେ ପ୍ରାୟ 300ଟି ପରିଯୋଜନା ମାଧ୍ୟମରେ ବନ୍ଜୋର ଇଣ୍ଡିଆର ତୃତୀୟ ସଂସ୍କରଣକୁ ଦୁଇ ନେତା ପ୍ରଶଂସା କରିଥିଲେ । ନମସ୍ତେ ଫ୍ରାନ୍ସ ଉତ୍ସବ ଅନ୍ତର୍ଗତ ଫ୍ରାନ୍ସର 41ଟି ସହରରେ 83ଟି କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଫ୍ରାନ୍ସରେ ଭାରତ ଦ୍ୱାରା ବର୍ଷତମାମ ଇଣ୍ଡିଆ@70 ସମାରୋହ ପାଳିତ ହେବାକୁ ନେତାମାନେ ଅଭିନନ୍ଦନ ଜଣାଇଥିଲେ ।

30 ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ବନ୍ଧକୁ ପ୍ରୋତ୍ସାହିତ କରିବା ପାଇଁ ସାହିତ୍ୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନେତାମାନେ 2020 ମସିହାରେ ‘ସାଲୋନ୍ ଡୁ ଲିଭରେ ଡି ପ୍ୟାରିସ୍ (ଫ୍ରାନ୍ସ ପୁସ୍ତକ ମେଳା)ର 42ତମ ସଂସ୍କରଣରେ ଭାରତ ଅତିଥି ଭାବେ ସାମିଲ ହେବାକୁ ନେତାମାନେ ସ୍ୱାଗତ କରିଥିଲେ । ଅନୁରୂପ ଭାବେ ନୂଆଦିଲ୍ଲୀରେ 2022 ମସିହା ବିଶ୍ୱ ପୁସ୍ତକ ମେଳାରେ ଫ୍ରାନ୍ସ ମଧ୍ୟ ଅତିଥି ଭାବେ ଭାଗ ନେବ ।

31 ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମାକରୋଂ ଦୁଇ ଦେଶର ମଧ୍ୟରେ ପର୍ଯ୍ୟଟକମାନଙ୍କ ଆଦାନପ୍ରଦାନ (2014ରୁ ଫ୍ରାନ୍ସରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ 69% ବୃଦ୍ଧି)କୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ଫ୍ରାନ୍ସରେ 10ଲକ୍ଷ ଭାରତୀୟ ପର୍ଯ୍ୟଟକ ଓ 2020 ମସିହା ସୁଦ୍ଧା ଭାରତରେ 3,35,000 ଫରାସୀ ପର୍ଯ୍ୟଟକଙ୍କ ଆଗମନର ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

III– ପୃଥିବୀ ପାଇଁ ଭାଗିଦାରୀତା

32 ବିକାଶ ଓ ନ୍ୟାୟସଙ୍ଗତ ଆଧାରରେ ଜଳବାୟୁ ପରିବର୍ତ୍ତନଶୀଳତା ସମସ୍ୟା ବିରୁଦ୍ଧରେ ସଂଗ୍ରାମ, ସ୍ୱଳ୍ପ ମାତ୍ରାରେ ଗ୍ରୀନ-ହାଉସ୍ ଗ୍ୟାସ ଉତ୍ସର୍ଜନ ଏବଂ ଏହି ସିଦ୍ଧାନ୍ତ ଆଧାରରେ  ଜଳବାୟୁ ପରିବର୍ତ୍ତନ ବିରୋଧରେ ମୁକାବିଲାର ନେତୃତ୍ୱ ନେବା ପାଇଁ ଦୁଇ ଦେଶ ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘ ଫ୍ରେମୱାର୍କ ସମ୍ମିଳନୀ(ୟୁଏନ୍ଏଫ୍ସିସିସି) ଆଧାରରେ ସମସ୍ତ ମାନବତାର ଲାଭ ନିମନ୍ତେ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବାରେ ଏକ ଅପରିବର୍ତ୍ତନୀୟ ଆନ୍ତର୍ଜାତିକ ପ୍ରକ୍ରିୟାର ଅଂଶବିଶେଷ  ଭାବେ ସିଓପି24ରେ ପ୍ୟାରିସ୍ ବୁଝାମଣାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଏହି ଉଦ୍ଦେଶ୍ୟରେ 2017 ଡିସେମ୍ବର 12ତାରିଖରେ ପ୍ୟାରିସରେ ୱାନ ପ୍ଲାନେଟ (One Planet Summit) ଶିଖର ସମ୍ମିଳନୀର ସକାରାତ୍ମକ ଯୋଗଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ।

33 ପରିବେଶ ପାଇଁ ଆନ୍ତର୍ଜାତିକ ଚୁକ୍ତି ଆଧାରରେ କାମ କରିବାର ପ୍ରୟାସକୁ ସମର୍ଥନ ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି ।

ଆନ୍ତର୍ଜାତିକ ସୌର ମେଣ୍ଟ

34- ଆନ୍ତର୍ଜାତିକ ସୌର ମେଣ୍ଟ (ଆଇଏସ୍ଏ)ର ଫ୍ରେମୱାର୍କ ଚୁକ୍ତିକୁ କାର୍ଯ୍ୟକାରୀ କରିବା ଓ ନୂଆଦିଲ୍ଲୀରେ 2018 ମାର୍ଚ୍ଚ 11 ତାରିଖରେ ଆଇଏସ୍ଏର ସଂସ୍ଥାପକ ସମ୍ମିଳନୀର ମିଳିତ ଆୟୋଜନ କରିବା ଦିଗରେ ପ୍ରୟାସକୁ ଦୁଇ ନେତା ସ୍ୱାଗତ କରିଛନ୍ତି । ଆନ୍ତର୍ଜାତିକ ସୌର ମେଣ୍ଟ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ସୌର ଶକ୍ତି ବିକାଶ ପାଇଁ ସୁଲଭ ଦରରେ ଆର୍ଥିକ ସହାୟତା ଉପଲବ୍ଧ କରାଇବା ଉପରେ ରେଖାଙ୍କିତ କରିଛନ୍ତି ।

ଅକ୍ଷୟ ଶକ୍ତି

35 ଅକ୍ଷୟ ଶକ୍ତି ଉପରେ ଭାରତ-ଫ୍ରାନ୍ସ ଜ୍ଞାନକୌଶଳ ସହଯୋଗକୁ ସୁଦୃଢ଼ କରିବା ହେଉଛି ଏକ ମିଳିତ ପ୍ରାଥମିକତା ଯାହାକି ସମସ୍ତ କ୍ଷେତ୍ରରେ ବିକାଶ ଓ ନବସୃଜନର ପ୍ରସାରକୁ ପ୍ରୋତ୍ସାହିତ କରିବ ବୋଲି ଦୁଇ ନେତା ଦୋହରାଇଛନ୍ତି । ସେମାନେ ସୌର ଶକ୍ତିର ବିକାଶର ସମର୍ଥନ ପାଇଁ ସାର୍ବଜନୀନ ଓ ଘରୋଇ ପାଣ୍ଠି ସଂଗ୍ରହର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି । ଏ ସମ୍ବନ୍ଧରେ ଆନ୍ତର୍ଜାତିକ ସୌର ମେଣ୍ଟ ଅନ୍ତର୍ଗତ ଉଦ୍ୟୋଗର ଏକ ଆନ୍ତର୍ଜାତିକ ସମିତିକୁ ସେମାନେ ସ୍ୱାଗତ କରିଛନ୍ତି ତଥା ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ଇଡିଇଏଫ୍, ଏସ୍ଇଆର, ଏଫ୍ଆଇସିସିଆଇ ଓ ସିଆଇଆଇ ସାମିଲ ହେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ।

ନିରନ୍ତର ଗତିଶୀଳତା

36 ସ୍ୱଳ୍ପ GHG ବାଷ୍ପ ଉର୍ତ୍ସଜନ ସହ ପରିବହନର କୁଶଳୀ ଶୈଳୀ ଭାରତ ଓ ଫ୍ରାନ୍ସର ନିରନ୍ତର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ଜରୁରୀ ସର୍ତ୍ତାବଳୀ ବୋଲି ଦୁଇ ନେତା କହିଛନ୍ତି । ସେମାନେ ବିଦ୍ୟୁତଚାଳିତ ପରିବହନ/ପରିଗମନ ବ୍ୟବସ୍ଥାର ବିକାଶ ସମ୍ବନ୍ଧରେ ଉଭୟ ଦେଶର ସୁଦୃଢ଼ ମହତ୍ୱାକାଂକ୍ଷାକୁ ସ୍ମରଣ କରିଥିଲେ । ଏ ସମ୍ବନ୍ଧରେ ନୀତି ଆୟୋଗ ଓ ଫ୍ରାନ୍ସର ଇକୋଲଜିକାଲ ଏଣ୍ଡ ଇନକ୍ଲୁସିଭ୍ ଟ୍ରାଞ୍ଜିସନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାକୁ ସେମାନେ ସ୍ୱାଗତ କରିଛନ୍ତି । ଯାହାକି ଫ୍ରାନ୍ସ ବିକାଶ ଏଜେନ୍ସି(ଏଏଫ୍ଡି) ଦ୍ୱାରା ଫ୍ରାନ୍ସ ବୈଷୟିକ ସହାୟତାକୁ ସମର୍ଥନ ପ୍ରଦାନ କରୁଛି ।

37 ଉଭୟ ରାଷ୍ଟ୍ର ସେମାନଙ୍କର ରେଳବାଇ ସହଯୋଗକୁ ସୁଦୃଢ଼ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧତାକୁ ଦୁଇ ନେତା ଦୋହରାଇଥିଲେ । ଦିଲ୍ଲୀ-ଚଣ୍ଡିଗଡ଼ ଷ୍ଟେସନ ଏବଂ ଅମ୍ବାଲା ଓ ଲୁଧିଆନା ଷ୍ଟେସନ ବିକାଶ ଅଧ୍ୟୟନ ନିମନ୍ତେ ବ୍ୟବହାରିକ ଅଧ୍ୟୟନ(ଫିଜିବିଲିଟି ଷ୍ଟଡି) ସଂପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତି କରିଥିଲେ । ଦିଲ୍ଲୀ-ଚଣ୍ଡିଗଡ଼ ଅଂଚଳରେ ଗତିର ସୁଧାର ଉପରେ ଭବିଷ୍ୟତରେ ବୈଷୟିକ ଆଲୋଚନା ନିମନ୍ତେ ଉଭୟ ପକ୍ଷ ସହମତ ହୋଇଥିଲେ । ଯେଉଁଥିରେ ଯାତ୍ରୀ, ମାଲ ପରିବହନକୁ ଧ୍ୟାନ ରଖିବା ଓ ଜଟିଳତାକୁ ମଧ୍ୟ ସାମିଲ କରାଯିବ । ଦୁଇ ନେତା ଏକ ସ୍ଥାୟୀ ଭାରତ-ଫ୍ରାନ୍ସ ରେଳବାଇ ଫୋରମ୍ ସ୍ଥାପନକୁ ସ୍ୱାଗତ କରିଥିଲେ ।  ଯାହାକି ଗୋଟିଏ ପଟେ ଫ୍ରାନ୍ସ ଇକୋଲଜିକାଲ ଏଣ୍ଡ ଇନକ୍ଲୁସିଭ ଟ୍ରାନଜିସନ ମନ୍ତ୍ରଣାଳୟ ଓ ଏସ୍ଏନ୍ସିଏଫ୍(ଫ୍ରାନ୍ସ ରେଳବାଇ)କୁ ଓ ଅନ୍ୟପଟେ ଭାରତୀୟ ରେଳବାଇ ମନ୍ତ୍ରଣାଳୟକୁ ଦୁଇ ଦେଶ ମଧ୍ୟରେ ଉଦ୍ୟୋଗ ସହଯୋଗ ନିମନ୍ତେ ଏକାଠି କରାଇବ ।

ସ୍ମାର୍ଟ ସିଟି

38 ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମାକରୋଂ ସ୍ଥାୟୀ ସହର ଓ ସ୍ମାର୍ଟ ସହର ଉପରେ ଭାରତ-ଫ୍ରାନ୍ସ ମଧ୍ୟରେ ଉତ୍କୃଷ୍ଟ ସହଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ଫ୍ରାନ୍ସ ଓ ଭାରତୀୟ ଭାଗିଦାରଙ୍କ ମଧ୍ୟରେ ଫଳପ୍ରଦ ଭାଗିଦାରୀ ଓ ଅନେକ ନବସୃଜନ ଆଦାନପ୍ରଦାନର ବିଭିନ୍ନ ଘଟଣାକୁ ଚିହ୍ନିତ କରାଇଛି । ସେମାନେ ତିନି ସ୍ମାର୍ଟ ସିଟି : ଚଣ୍ଡିଗଡ଼, ନାଗପୁର ଓ ପୁଡୁଚେରୀରେ ଉଦାହରଣଯୋଗ୍ୟ ସହଯୋଗ କାର୍ଯ୍ୟକ୍ରମ ଓ ଏହି ମିଶନର ଫ୍ରେମୱାର୍କ ଅନ୍ତର୍ଗତ AFDର ବୈଷୟିକ ସହାୟତା କାର୍ଯ୍ୟକ୍ରମର ସମ୍ପ୍ରସାରଣକୁ ସେମାନେ ସ୍ୱାଗତ କରିଛନ୍ତି । ଏଏଫଡି ଓ ଭାରତ ସରକାରଙ୍କ ମଧ୍ୟରେ ସ୍ମାର୍ଟସିଟି ମିଶନକୁ ସହାୟତା ପାଇଁ 100 ନିୟୁତ ୟୁରୋର ଋଣ ଚୁକ୍ତି ସ୍ୱାକ୍ଷରକୁ ସେମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

(IV)-  ବିଶ୍ୱ ରଣନୀତିକ ସଂଯୋଜନାର ସମ୍ପ୍ରସାରଣ

39 ରଣନୀତିକ ଭାଗିଦାର ଭାବେ ଦୁଇ ଦେଶ ପ୍ରମୁଖ ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ମତର ଆଦାନପ୍ରଦାନ ସହ ସମୂହ ସ୍ୱାର୍ଥ ପ୍ରସଙ୍ଗରେ ପରସ୍ପର ସହ ଘନିଷ୍ଠ ପରାମର୍ଶ ଓ ସମନ୍ୱୟ ରକ୍ଷା କରୁଛନ୍ତି ।

40 ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ଫ୍ରାନ୍ସ ନିଜର ସମର୍ଥନ ପ୍ରଦାନକୁ ପୁଣିଥରେ ଦୋହରାଇଛି । ଫ୍ରାନ୍ସ ଓ ଭାରତ ଅସ୍ତ୍ରଶସ୍ତ୍ର ସାମୁହିକ ବିନାଶର ଅପ୍ରସାରକୁ ନେଇ ମିଳିତ ଉଦ୍ଦେଶ୍ୟ ଓ ଚିନ୍ତା ବ୍ୟକ୍ତ କରିଥିଲେ ।

41 2016 ଜୁନରେ କ୍ଷେପଣାସ୍ତ୍ର ଟେକ୍ନୋଲଜି ନିୟନ୍ତ୍ରକ ବ୍ୟବସ୍ଥା (MTCR)ରେ ଭାରତର ପ୍ରବେଶ, 2017 ଡିସେମ୍ବରରେ ୱାସେନାର ବ୍ୟବସ୍ଥା ଓ 2018 ଜାନୁୟାରୀରେ ଅଷ୍ଟ୍ରେଲିଆ ଗ୍ରୁପରେ ଭାରତର ସାମିଲ ହେବା ବିଷୟକୁ ଫ୍ରାନ୍ସ ସ୍ୱାଗତ କରିଛି । ଫ୍ରାନ୍ସର ନେତୃତ୍ୱ ଯୋଗୁଁ  ୱାସେନର ବ୍ୟବସ୍ଥାରେ ଭାରତକୁ ସଦସ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତି ମାକରୋଂଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଷ୍ଟ୍ରେଲିଆ ଗ୍ରୁପରେ ଭାରତର ସଦସ୍ୟତାକୁ ସମର୍ଥନ ପାଇଁ ମଧ୍ୟ ସେ ଫ୍ରାନ୍ସକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ବିଶ୍ୱ ଅଣୁଅସ୍ତ୍ର ଅପ୍ରସାରକୁ ଅଧିକ ସୁଦୃଢ଼ କରିବା ପାଇଁ ଫ୍ରାନ୍ସ ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତା ପ୍ରସଙ୍ଗ ନେଇ  ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାରେ ନିଜର ସୁଦଢ଼ ଓ ସକ୍ରିୟ ସମର୍ଥନକୁ ଫ୍ରାନ୍ସ ପୁଣି ଦୋହରାଇଛି । ଯାହାକି ଭାରତର ପ୍ରବେଶ ଦ୍ୱାରା ଏନ୍ଏସଜିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅଧିକ ମୂଲ୍ୟଭିତ୍ତିକ ହେବ ବୋଲି ଫ୍ରାନ୍ସ କହିଛି ।

42– ଉତ୍ତର କୋରିଆ ଦ୍ୱାରା ପରମାଣୁ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଏବଂ ତା’ର ପ୍ରସାର ଯୋଗୁ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଦୁଇ ନେତା ସହମତ ହୋଇଛନ୍ତି ଓ ଡିପିଆରକେ ଦ୍ୱାରା ସମର୍ଥିତ କୋରିଆ ଦ୍ୱୀପପୁଞ୍ଜକୁ ପରମାଣୁମୁକ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ, ନିରୀକ୍ଷଣ ଯୋଗ୍ୟ, ଅପରିବର୍ତନୀୟ ନିମନ୍ତେ ଆହ୍ୱାନ ଦେଇଛନ୍ତି ।  ଡିପିଆରକେ’ର ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଯେଉଁମାନେ ସମର୍ଥନ ଦେଉଛନ୍ତି ଅବା ସମର୍ଥନ ଦେବେ ସେମାନଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣର ଆବଶ୍ୟକତା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ କଟକଣା ସମଗ୍ର ଆନ୍ତର୍ଜାତିକ ସମୁଦାୟ ଦ୍ୱାରା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରାଯିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ଯାହାଫଳରେ ଆଲୋଚନା ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ଓ ବ୍ୟାପକ ସମାଧାନ ପ୍ରାପ୍ତ କରିବା ନିମନ୍ତେ ଅଧିକ ଚାପ ସୃଷ୍ଟି କରାଯାଇପାରିବ ।

43– ଇରାନ ଓ ଇ3+3 ମଧ୍ୟରେ ସ୍ୱାକ୍ଷରିତ ମିଳିତ ବିସ୍ତୃତ କାର୍ଯ୍ୟଯୋଜନା(ଜେସିପିଓଏ)ର କାର୍ଯ୍ୟକାରିତାକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଭାରତ ଓ ଫ୍ରାନ୍ସ ଦୋହରାଇଛନ୍ତି । ଆନ୍ତର୍ଜାତିକ ପରମାଣୁ ଶକ୍ତି ଏଜେନ୍ସୀ(ଆଇଏଇଏ) ଦ୍ୱାରା ଇରାନ ନିଜର ପରମାଣୁ ସମ୍ବନ୍ଧିତ ଜେସିପିଓଏ ପ୍ରତିଶ୍ରୁତିକୁ ପାଳନ କରୁଥିବାକୁ ସେମାନେ ଦୋହରାଇବା ସହ ମାନ୍ୟତା ମଧ୍ୟ ଦେଇଛନ୍ତି ।  ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ସମର୍ଥିତ ଚୁକ୍ତିର ପୂର୍ଣ୍ଣ ଓ ପ୍ରଭାବୀ କାର୍ଯ୍ୟକାରିତା ପାଇଁ ଦୁଇ ଦେଶ ଆହ୍ୱାନ ଦେଇଛନ୍ତି । ଯାହାକି ଅଣୁଅସ୍ତ୍ର ଅପ୍ରସାର ଫ୍ରେମୱାର୍କ ଓ ଆନ୍ତର୍ଜାତିକ ଶାନ୍ତି, ସ୍ଥିରତା ଓ ସୁରକ୍ଷା ନିମନ୍ତେ ଏହା ଏକ ମହତ୍ୱପୂର୍ଣ୍ଣ ଯୋଗଦାନ । ସେମାନେ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ 2231କୁ ଲାଗୁ କରିବା ପାଇଁ ସମସ୍ତ ପକ୍ଷକୁ ଆହ୍ୱାନ କରିଛନ୍ତି ।

44 ସିରିଆର ଲୋକଙ୍କ ଆଇନଗତ ଆକାଂକ୍ଷାକୁ ଦୃଷ୍ଟିରେ ରଖି ସିରିଆ ନେତୃତ୍ୱାଧୀନ ସମସ୍ତ ରାଜନୀତିକ ପ୍ରକ୍ରିୟା ମାଧ୍ୟମରେ ସିରିଆ ସଂଘର୍ଷର ବ୍ୟାପକ ଓ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ଜାତିସଂଘ ନେତୃତ୍ୱାଧୀନ ଜେନେଭା ପ୍ରକ୍ରିୟାର ପ୍ରାଧାନ୍ୟକୁ ଦୁଇ ନେତା ଦୋହରାଇଛନ୍ତି । ନାଗରିକଙ୍କ ସୁରକ୍ଷା ଓ ମାନବିକ ସହାୟତା ହେଉଛି ମୌଳିକ ଅଧିକାର ଓ ସମସ୍ତ ପକ୍ଷ ସେମାନଙ୍କର ବିବାଦ ଓ ସେମାନଙ୍କର ସମର୍ଥନକୁ ନିଜର ପ୍ରତିଶ୍ରୁତିବଦ୍ଧତା ଆଧାରରେ ପୂରଣ କରିବେ ବୋଲି ଆଶା କରାଯାଉଛି । ବିବାଦର କୌଣସି ସାମରିକ ସମାଧାନ ନାହିଁ ଓ ଆଂଚଳିକ ସଂହତି ଓ ସିରିଆର ସାର୍ବଭୌମତ୍ୱକୁ ସୁରକ୍ଷିତ ରଖାଯିବା ଉଚିତ ବୋଲି ଉଭୟ ନେତା ଦୋହରାଇଥିଲେ । ସେମାନେ ମଧ୍ୟ ଓପିସିଡବ୍ଲ୍ୟୁର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ଓ କୌଣସି ପରିସ୍ଥିତିରେ ରାସାୟନିକ ଅସ୍ତ୍ରଶସ୍ତ୍ରର ଉପଯୋଗ ନହେବା ଉଚିତ୍ ବୋଲି ଉଭୟ ପକ୍ଷ କହିଛନ୍ତି ।

45 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ରଣନୀତିକ ଭାଗିଦାରୀ ହେଉଛି ନୀତି ଓ ମୂଲ୍ୟବୋଧ ଆଧାରରେ ଯାହାକି ଆନ୍ତର୍ଜାତିକ ଆଇନ ପ୍ରତି ଅଙ୍ଗୀକାରବଦ୍ଧତା ବୋଲି ନେତାମାନେ ଦୋହରାଇଥିଲେ । ଭାରତ ଓ EU ସେମାନଙ୍କର ବହୁମୁଖୀ ଓ ସୁରକ୍ଷା ପ୍ରସଙ୍ଗ ସହ ଆର୍ଥିକ, ବାଣିଜ୍ୟ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସହଯୋଗକୁ ଘନିଷ୍ଠ କରିବା ନିମନ୍ତେ ସହମତ ହୋଇଥିଲେ । 2017 ଅକ୍ଟୋବର 6 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇୟୁ-ଭାରତ ସମ୍ମିଳନୀର ନିର୍ଯ୍ୟାସକୁ ସେମାନେ ସ୍ୱାଗତ କରିଥିଲେ । ପାରସ୍ପରିକ ଲାଭ ଓ ସ୍ଵାର୍ଥ ଆଧାରରେ ଇୟୁ-ଭାରତ ସୁପରିବ୍ୟାପ୍ତ ବାଣିଜ୍ୟ ଓ ନିବେଶ ଚୁକ୍ତି(ବିଟିଆଇଏ) ନିମନ୍ତେ ଆଲୋଚନାକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପୁନଃ-ଆରମ୍ଭ ଦିଗରେ ସକ୍ରିୟ ଭାବେ ପ୍ରୟାସ କରିବାକୁ ଉଭୟ ପକ୍ଷ ସମର୍ଥନ କରିଛନ୍ତି ।

46 ଭାରତ ଓ ଫ୍ରାନ୍ସ ଆଜିର ଉଦାରୀକରଣ ବିଶ୍ୱରେ ଯୋଗାଯୋଗର ମହତ୍ୱକୁ ସ୍ୱୀକାର କରିଛନ୍ତି ଓ ଯୋଗାଯୋଗର ପ୍ରୟାସ ଆନ୍ତର୍ଜାତିକ ମାନଦଣ୍ଡ, ସୁଶାସନ, ଆଇନର ନିୟମ, ଉନ୍ମୁକ୍ତ, ପାରଦର୍ଶିତା, ସାମାଜିକ ଓ ପରିବେଶ ମାନକର ପାଳନ, ଆର୍ଥିକ ସହାୟତାର ସିଦ୍ଧାନ୍ତ, ଋଣ-ଆର୍ଥିକ ସହାୟତା ବ୍ୟବସ୍ଥାର ଉତ୍ତରଦାୟିତ୍ୱ ଉପରେ ଆଧାରିତ ହେବା ଉଚିତ୍ ବୋଲି ସେମାନେ ରେଖାଙ୍କିତ କରିଛନ୍ତି । ଏସବୁ ଏଭଳି ପାଳନ ହେବା ଉଚିତ୍ ଯାହାକି ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରିବ ।

47 ଜି-20 ନିଷ୍ପତ୍ତିକୁ କାର୍ଯ୍ୟକାରି କରିବା ଏବଂ ସୁଦୃଢ଼, ସ୍ଥାୟୀ, ସନ୍ତୁଳିତ ଓ ସାମଗ୍ରିକ ଅଭିବୃଦ୍ଧିକୁ ହାସଲ କରିବା ପାଇଁ ଜି-20 ସଦସ୍ୟଙ୍କ ସହ ମିଶି କାମ କରିବାକୁ ଭାରତ ଓ ଫ୍ରାନ୍ସ ପ୍ରତିଶ୍ରୁତିବଦ୍ଧ ।

48 ବହୁପାକ୍ଷିକ ବାଣିଜ୍ୟ ପ୍ରଣାଳୀ ଆଧାରିତ ଶାସନର ମହତ୍ୱପୂର୍ଣ୍ଣ ଭୂମିକା ଏବଂ ସ୍ଥାୟୀ ଅଭିବୃଦ୍ଧି ଓ ବିକାଶ ହାସଲ ନିମନ୍ତେ ନିଃଶୁଳ୍କ, ଅବାଧ ଓ ଉନ୍ମୁକ୍ତ ବାଣିଜ୍ୟର ଗୁରୁତ୍ୱ ଉପରେ ନେତାମାନେ ମତ ଦେଇଛନ୍ତି । WTOର ସମସ୍ତ ସଦସ୍ୟଙ୍କ ସହ ମିଶି କାମ କରିବା ପାଇଁ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା – ଯାହାକି ଉନ୍ମୁକ୍ତ ଓ ସାମଗ୍ରିକ ଆନ୍ତର୍ଜାତିକ ବାଣିଜ୍ୟର ଗୁରୁତ୍ୱ ଏବଂ ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥା ଆଧାରିତ ଆଇନର ମହତ୍ୱକୁ ସେମାନେ ଦୋହରାଇଛନ୍ତି ।

49 ନିରନ୍ତର ବିକାଶ ନିମନ୍ତେ ଆଧାର ଭାବେ ଲିଙ୍ଗଗତ ଅସମାନତା ସମେତ ଶକ୍ତି ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ନିଯୁକ୍ତି ସୃଷ୍ଟି, କ୍ଷୁଧା, ଦାରିଦ୍ର୍ୟ, ଆତଙ୍କବାଦ ସହ ସାଧାରଣ ଆନ୍ତର୍ଜାତିକ ଚାଲେଞ୍ଜର ମୁକାବିଲା, ଆନ୍ତଃସଂଯୁକ୍ତ ବିକାଶ, ସାମଗ୍ରିକ ପ୍ରୋତ୍ସାହନ, ଅତ୍ୟଧିକ ଆନ୍ତର୍ଜାତିକ ସନ୍ତୁଳନକୁ ହ୍ରାସ, ଆର୍ଥିକ ପ୍ରଶାସନ ଓ ବିଶ୍ୱ ଅର୍ଥବ୍ୟବସ୍ଥାର ଢାଞ୍ଚାଗତ ସଂସ୍କାର ଦିଗରେ ମିଳିତ ଭାବେ ଏକଜୁଟ ହୋଇ କାମ କରିବାକୁ ଭାରତ ଓ ଫ୍ରାନ୍ସ ଇଚ୍ଛା ବ୍ୟକ୍ତ କରିଛନ୍ତି ।

50  ଆଫ୍ରିକାର ସ୍ଥିରତା ଓ ସମୃଦ୍ଧି ପାଇଁ ସହଯୋଗ ଓ ଭାଗିଦାରୀ ନିମନ୍ତେ ଭାରତ ଓ ଫ୍ରାନ୍ସ ମିଳିତ ଭାବେ ଆଗ୍ରହ ବ୍ୟକ୍ତ କରିଛନ୍ତି । ଯେଉଁଥିରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ମିଳିତ ପରିଯୋଜନା ଭଳି ବିକାଶ ଆଧାରିତ ପ୍ରୟାସ ମଧ୍ୟ ସାମିଲ ଅଛି । ପ୍ୟାରିସରେ 2017 ଜୁନ୍ ମାସରେ ଆଫ୍ରିକା ପ୍ରସଙ୍ଗରେ ପ୍ରଥମ ଆଲୋଚନା ବେଳେ ଦୁଇ ନେତା ତୃଣମୂଳସ୍ତରରେ ମିଳିତ ପରିଯୋଜନାକୁ କାର୍ଯ୍ୟକାରି କରିବା ନିମନ୍ତେ ବ୍ୟକ୍ତ କରିଥିବା ଇଚ୍ଛାକୁ ଦୋହରାଇଥିଲେ । ଜି-5 ସହେଲ୍ ମିଳିତ ଫୋର୍ସ ସ୍ଥାପନକୁ ନେତାମାନେ ସ୍ୱାଗତ କରିଛନ୍ତି ଯେଉଁଥିରେ ଆଫ୍ରିକୀୟ ରାଷ୍ଟ୍ରର ଇଚ୍ଛାକୁ ଆତଙ୍କବାଦ ବିପଦର ମୁକାବିଲା ନିମନ୍ତେ ନିଜର ସୁରକ୍ଷା ପାଇଁ ତଥା ଏହି ଅଂଚଳରେ ଆନ୍ତର୍ଜାତିକ ସଂଗଠିତ ଅପରାଧ ଦ୍ୱାରା ହେଉଥିବା ଗୁରୁତର ଚାଲେଞ୍ଜର ସମ୍ମୁଖୀନ ହେବା ପାଇଁ ପ୍ରାବଧାନ ରହିଛି ।

51 ଭାରତ ମହାସାଗର ତଟିୟ ସଂଗଠନ (ଆଇଓଆରଏ) ଓ ତାକୁ ପ୍ରୋତ୍ସାହିତ କରୁଥିବା ମୂଲ୍ୟବୋଧ ପ୍ରତି ନେତାମାନେ ସମର୍ଥନ ଦୋହରାଇଛନ୍ତି । ସେମାନେ ଆଇଓଆରଏର ପ୍ରାଥମିକତା ନିମନ୍ତେ କ୍ରମାଗତ ଯୋଗଦାନ କରିବାକୁ ନିଜର ପ୍ରତିଶ୍ରୁତିବଦ୍ଧତା ଦର୍ଶାଇଛନ୍ତି ।

52 ଏଭଳି ସମଭାବାପନ୍ନ ସଂଯୋଜନକୁ ବ୍ୟାପକ କରିବା ଲକ୍ଷ୍ୟରେ ପୂର୍ବ ଏସିଆ ସମେତ ମଧ୍ୟପ୍ରାଚ୍ୟରେ ନିୟମିତ ବିଶେଷଜ୍ଞସ୍ତରର ସରକାରୀ ଆଲୋଚନା ଆରମ୍ଭ ନିମନ୍ତେ ପ୍ରୟାସ ପାଇଁ ଦୁଇ ନେତା ସହମତ ହୋଇଛନ୍ତି । ଦୁଇ ବିଦେଶ ମନ୍ତ୍ରଣାଳୟ ମଧ୍ୟରେ ଏକ ବାର୍ଷିକ ନୀତି ଓ ଆଲୋଚନାର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।

53 ତାଙ୍କୁ ଓ ତାଙ୍କର ପ୍ରତିନିଧିକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତ ସରକାର ଦେଇଥିବା ହାର୍ଦ୍ଦିକ ଆତିଥ୍ୟ ପାଇଁ ରାଷ୍ଟ୍ରପତି ମାକରୋଂ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଫ୍ରାନ୍ସରେ ସ୍ୱାଗତ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Empowering the street vendors: Six transformative years of PM SVANidhi - By Ashok Chandra

Media Coverage

Empowering the street vendors: Six transformative years of PM SVANidhi - By Ashok Chandra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”