ୟୁରୋପୀୟ ପରିଷଦ ସଭାପତି ଶ୍ରୀ ଚାର୍ଲସ ମିସେଲଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଆସନ୍ତା ୮ତାରିଖ ଦିନ ୟୁରୋପୀୟ ପରିଷଦର ବୈଠକରେ ଯୋଗଦେବେ । ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ କୋଷ୍ଟା ଭାରତ-ଇୟୁ ନେତୃବୃନ୍ଦଙ୍କ ବୈଠକର ଆୟୋଜକ ଅଛନ୍ତି । ୟୁରୋପୀୟ ସଂଘ ପରିଷଦର ଅଧ୍ୟକ୍ଷଭାବେ ବର୍ତ୍ତମାନ ପର୍ତ୍ତୃଗାଲ କାର୍ଯ୍ୟନିର୍ବାହ କରୁଛି ।

୨୭ଟି ୟୁରୋପୀୟ ସଂଘ ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ୟୁରୋପୀୟ ସଂଘର ବୈଠକ ଗତ ମାର୍ଚ୍ଚ ମାସରେ ହୋଇଥିଲା । ନେତୃବୃନ୍ଦ କୋଭିଡ-୧୯ ମହାମାରୀ ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ସମନ୍ୱୟ ନେଇ  ମତବିନିମୟ କରିବେ । ଏହା ବ୍ୟତୀତ ଭାରତ -ୟୁରୋପୀୟ ସଂଘ ମଧ୍ୟରେ ସ୍ଥାୟୀ ଓ ନିରନ୍ତର ଅଭିବୃଦ୍ଧି, ଆର୍ଥିକ ବ୍ୟାପାର, ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବ ।

ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଭାରତ-ଇୟୁ ବୈଠକ ଏକ ବିଶେଷ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୁଲାଇ ୨୦୨୦ରେ ଅନୁଷ୍ଠିତ ପଞ୍ଚଦଶ ଭାରତ-ଇୟୁ ଶିଖର ବୈଠକ ପରେ ରାଜନୈତିକ ଦୃଷ୍ଟିକୋଣରୁ ଏହି ବୈଠକର ବିଶେଷ ମହତ୍ୱ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
National Technology Day Special: India’s patent boom is rewiring the auto industry

Media Coverage

National Technology Day Special: India’s patent boom is rewiring the auto industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 12, 2026
May 12, 2026

Building a Trusted India: Modi's Leadership in Finance, Manufacturing, and Global Partnerships