31 ଅକ୍ଟୋବର 2016ରେ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ସର୍ଦ୍ଦାର ପଟେଲ ଆମକୁ ଏକ ଭାରତ ଦେଇଥିଲେ । ବର୍ତ୍ତମାନ 125 କୋଟି ଭାରତୀୟଙ୍କ କର୍ତ୍ତବ୍ୟ ହେଉଛି ମିଳିମିଶି ଶ୍ରେଷ୍ଠ ଭାରତ ନିର୍ମାଣ କରିବା” । ଏହି ବିଚାର ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ କରିଥିଲା, ଏପରିକି ସେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ।

ରାଷ୍ଟ୍ର ନାୟକ, ଯେଉଁମାନେ ଆମର ପ୍ରିୟ ରାଷ୍ଟ୍ରର ଏକତା, ନିରାପତ୍ତା, ସାର୍ବଭୌମତ୍ୱ ଏବଂ ବିକାଶ ପାଇଁ ଅନେକ କିଛି ବଳିଦାନ ଦେଇଥିଲେ ସେମାନଙ୍କୁ ସମ୍ମାନିତ କରିବାରେ ନରେନ୍ଦ୍ର ମୋଦୀ ବିଶ୍ୱାସ କରିଥାନ୍ତି । ଆମର ଇତିହାସ ଏବଂ ଐତିହ୍ୟ ଆମ ରାଷ୍ଟ୍ରୀୟ ଗୌରବ ଏବଂ ଚେତନାର ଅଂଶବିଶେଷ ହେଉ ବୋଲି ସେ ଚାହାନ୍ତି ।

ଦାଣ୍ଡି ଠାରେ ରାଷ୍ଟ୍ରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ, ଏହାର ଗୋଟିଏ ଉଦାହରଣ । ମହାତ୍ମା ଗାନ୍ଧୀ ଏବଂ ତାଙ୍କର 80 ଜଣ ସହଯୋଗୀ ସତ୍ୟାଗ୍ରହୀମାନଙ୍କୁ ଦ୍ୱାରା ପରିଚାଳିତ 1930 ଦାଣ୍ଡି ଯାତ୍ରାର ଉତ୍ସାହ ଏବଂ ସ୍ଫୃର୍ତ୍ତି ପ୍ରତି ଏହା ଏକ ସମ୍ମାନ ।

182 ମିଟର ଲମ୍ବ ଏକତାର ପ୍ରତିମୂର୍ତ୍ତି, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଏହାର ସବୁଠୁ ଉତ୍କୃଷ୍ଟ ଉଦାହରଣ । ଯାହା ଆଜି, ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି, ସେଥିପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ସ୍ୱପ୍ନ ଦେଖିଥିଲେ । ଏହି ପ୍ରତିମୂର୍ତ୍ତି ଭାରତକୁ ଏକତ୍ର କରିଥିବା ଲୌହ ପୁରୁଷଙ୍କ ପ୍ରତି କେବଳ ଏକ ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ ସମସ୍ତ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର ସ୍ମାରକୀ ।


ଦଶନ୍ଧି ଧରି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ଲୋକମାନେ ତାଙ୍କ ଜୀବନ ସହ ଜଡ଼ିତ ଫାଇଲଗୁଡ଼ିକୁ ଉନ୍ମୋଚନ କରିବା ଲାଗି ଦାବି କରିଆସୁଥିଲେ । ପୂର୍ବରୁ ଚାଲିଆସିଥିବା ସରକାର ଏକ ଦୃଢ଼ ପଦକ୍ଷେପ ନେବା ପାଇଁ ବାରଣ କରି ଆସୁଥିଲେ । ଅକ୍ଟୋବର 2015 ପର୍ଯ୍ୟନ୍ତ ଯେତେବେଳେ ନରେନ୍ଦ୍ର ମୋଦୀ ତାଙ୍କର ବାସଭବନରେ ନେତାଜୀଙ୍କ ପରିବାର ଲୋକମାନଙ୍କୁ ଭେଟିଥିଲେ । “ଇତିହାସକୁ ଚାପି ରଖିବାର କୌଣସି କାରଣ ମୁଁ ଦେଖୁନାହିଁ”, ସେ କହିଥିଲେ, ଯେଉଁମାନେ ଇତିହାସକୁ ଭୁଲିଯାଇଛନ୍ତି, ସେମାନେ ଇତିହାସ ରଚିବାର ସାମର୍ଥ୍ୟ ହରାଇଛନ୍ତି । ଫାଇଲଗୁଡ଼ିକୁ ସହଜ ଭାବେ ଉନ୍ମୋଚନ କରାଗଲା, ଏବଂ ଡିଜିଟାଲ ପ୍ଲାଟଫର୍ମରେ ରଖାଗଲା ।

 

40 ଦଶକର ମଧ୍ୟଭାଗରେ ଲାଲକିଲ୍ଲାଠାରେ ଆଜାଦ ହିନ୍ଦ ଫୌଜ ବିରୋଧରେ ମାମଲା ଚାଲିବା ସାରା ଦେଶକୁ ଦୋହଲାଇ ଦେଇଥିଲା । ତେବେ, ଦଶନ୍ଧି ଦଶନ୍ଧି ଧରି ଯେଉଁ କୋଠାରେ ଏହି ବିଚାର ହୋଇଥିଲା ତାହା ଲାଲକିଲ୍ଲା ପରିସରରେ ବିସ୍ମୃତ ହୋଇ ପଡ଼ିରହିଥିଲା । ଚଳିତ ବର୍ଷ ସୁଭାଷ ବୋଷଙ୍କ ଜୟନ୍ତୀରେ, ପ୍ରଧାନମନ୍ତ୍ରୀ ସେହି କୋଠାରେ ଏକ ସଂଗ୍ରହାଳୟ ନିର୍ମାଣ କରିଥିଲେ, ଏହାକୁ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜକୁ ସମର୍ପିତ କରିଥିଲେ । ଏହି ସଂଗ୍ରହାଳୟ 4ଟି ସଂଗ୍ରହାଳୟକୁ ନେଇ ଏକ ମିଳିତ ପରିସରର ଅଂଶବିଶେଷ ଯାହାକୁ ସମ୍ପୂର୍ଣ୍ଣ ଭାବେ “କ୍ରାନ୍ତି ମନ୍ଦିର” କୁହାଯାଉଛି । 1857 ସିପାହୀ ବିଦ୍ରୋହ ଏବଂ ଜାଲିଆନାୱାଲାବାଗ ଗଣସଂହାର ପ୍ରତି ସମର୍ପିତ ଦୁଇଟି ସଂଗ୍ରହାଳୟ ମଧ୍ୟ ଏହି ପରିସରର ଅଂଶବିଶେଷ ଥିଲା ।

 

ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିବା ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ସମର୍ପିତ ଏକ ପୁରସ୍କାର ମଧ୍ୟ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ।

 

ଆମ ଇତିହାସର ଅନେକ ମହାନ ନେତାମାନଙ୍କ ଯୋଗଦାନକୁ ମନେ ପକାଇବା ଲାଗି ଗତ ଚାରି ବର୍ଷ ମଧ୍ୟରେ ଏପରି ଅନେକ ସ୍ମାରକୀ ନିର୍ମାଣ କରାଯାଇଛି ।

 

ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଚିନ୍ତାଧାରା ମଧ୍ୟରୁ ଗୋଟିଏ ହେଉଛି ପଞ୍ଚତୀର୍ଥ-5ଟି ସ୍ମାରକ ଯାହା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ସମର୍ପିତ । ଏଥିମଧ୍ୟରେ ରହିଛି ମାହୋସ୍ଥିତ ତାଙ୍କର ଜନ୍ମସ୍ଥାନ, ଇଂଲଣ୍ଡରେ ପାଠ ପଢ଼ିବା ସମୟରେ ଲଣ୍ଡନରେ ସେ ରହୁଥିବା ସ୍ଥାନ, ନାଗପୁରସ୍ଥିତ ଦୀକ୍ଷା ଭୂମି, ଦିଲ୍ଲୀସ୍ଥିତ ମହାପରିନିର୍ବାଣସ୍ଥଳୀ ଏବଂ ମୁମ୍ବାଇସ୍ଥିତ ଚୈତ୍ୟ ଭୂମି ।

 

ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ କଚ୍ଛଠାରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ପ୍ରତି ସମର୍ପିତ ଏକ ସ୍ମାରକର ଉଦଘାଟନ କରିଥିଲେ ।

 

ହରିଆଣାରେ ସେ ମହାନ ସମାଜ ସଂସ୍କାରକ ସାର ଛୋଟୁ ରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।

ଆରବ ସାଗରର ମୁମ୍ବାଇ ଉପକୂଳରେ ଶିବାଜୀ ସ୍ମାରକ ସ୍ଥଳୀ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜାତୀୟ ବିଜ୍ଞାନ କେନ୍ଦ୍ରଠାରେ ସର୍ଦ୍ଦାର ପଟେଲ ଗ୍ୟାଲେରୀ ଉଦଘାଟନ କରିଥିଲେ ।

ନିକଟରେ, ସେ ଜାତୀୟ ପୋଲିସ ସ୍ମାରକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି, ଏହା ଦେଶ ସେବାରେ ପ୍ରାଣବଳି ଦେଇଥିବା 33,000 ପୋଲିସ କର୍ମଚାରୀଙ୍କ ସାହସ ଏବଂ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ।

କିଛି ସପ୍ତାହ ମଧ୍ୟରେ, ଏକ ଜାତୀୟ ଯୁଦ୍ଧ ସ୍ମାରକୀ, ମଧ୍ୟ ଉନ୍ମୋଚନ କରାଯିବ, ଏହା ସ୍ୱାଧୀନତା ପର ଠାରୁ ଯୁଦ୍ଧ ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରାଣବଳି ଦେଇଥିବା ସେନାର ଯବାନଙ୍କ ପ୍ରତି ହେବ ଶ୍ରଦ୍ଧାଞ୍ଜଳି ।

ସ୍ମାରକଗୁଡ଼ିକ ସେହି ଲୋକମାନଙ୍କ ବଳିଦାନକୁ ମନେ ପକାଇ ଦେଇଥାଏ ଯେଉଁମାନଙ୍କ ଯୋଗଦାନ ଆମକୁ ଆଜି ଉନ୍ନତ ଜୀବନଧାରଣ ପାଇଁ ସମର୍ଥ କରିଛି । ସେମାନେ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ ।

ଏହି ସ୍ମାରକୀଗୁଡ଼ିକ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ମାଣ କରାଯାଇଛି, ଏଗୁଡ଼ିକ ଜାତୀୟତାର ଗୋଟିଏ ଗୋଟିଏ ସ୍ମାରକୀ, ଯାହା ଏକତା ଏବଂ ଗୌରବର ଭାବନା ଜାଗ୍ରତ କରୁଛି, ଯାହାକୁ ଧାରଣ କରି ରଖିବା ଏବଂ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI will augment, create new jobs in India: World Bank

Media Coverage

AI will augment, create new jobs in India: World Bank
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 24, 2026
February 24, 2026

Viksit Bharat Rising: Self-Reliance, Security & World Respect Under PM Modi