ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬ ଅଗଷ୍ଟ ୨୦୨୧ ରେ ଦେଶର ବାଣିଜ୍ୟ ଏବଂ ବ୍ୟବସାୟ କ୍ଷେତ୍ରର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟମାନଙ୍କ ସହ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା " ଗୋଜ୍‍ ଗ୍ଲୋବାଲ୍ - ମେକ୍ ଇନ୍ ଇଣ୍ଡିଆ ଫର ୱାର୍ଲ୍ଡ” ପାଇଁ ଏକ ଏକ ଆହ୍ୱାନ ଦିଆଯିବ ।

ରପ୍ତାନିରେ ଏକ ବୃହତ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି, ବିଶେଷକରି ଏମଏସଏମଇ ଏବଂ ଉଚ୍ଚ ଶ୍ରମ-ପ୍ରୋତ୍ସାହନ କ୍ଷେତ୍ର ସହିତ ଉତ୍ପାଦନ କ୍ଷେତ୍ର ଏବଂ ସାମଗ୍ରିକ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଥାଏ । ଏହି ଆଲୋଚନାର ଉଦ୍ଦେଶ୍ୟ ହେଉଛି ଭାରତର ରପ୍ତାନି ଏବଂ ବିଶ୍ୱ ବାଣିଜ୍ୟରେ ଏହାର ଅଂଶକୁ ବୃଦ୍ଧି ଏବଂ ବିସ୍ତାର ପାଇଁ ଏକ ପାରସ୍ପରିକ ସହଯୋଗ ପ୍ରଦାନ କରିବା ।

ଏହି ଆଲୋଚନାର ଲକ୍ଷ୍ୟ ହେଉଛି ସ୍ଥାନୀୟ ସୁଯୋଗକୁ ବ୍ୟବହାର କରି ଆମର ରପ୍ତାନି ସମ୍ଭାବନାକୁ ବିସ୍ତାର କରିବା ଏବଂ ବିଶ୍ୱର ଚାହିଦା ପୂରଣ ପାଇଁ ସମସ୍ତ ସହଯୋଗୀଙ୍କୁ ପ୍ରୋତ୍ସାହିତ କରିବା ।

ଆଲୋଚନା ସମୟରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହି ଆଲୋଚନାରେ କୋଡ଼ିଏରୁ ଅଧିକ ବିଭାଗର ସଚିବ, ରାଜ୍ୟ ସରକାରୀ ଅଧିକାରୀ, ରପ୍ତାନି ପ୍ରୋତ୍ସାହନ ପରିଷଦ ଏବଂ ଚାମ୍ବର ଅଫ୍ କମର୍ସର ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi