ପ୍ରଧାନମନ୍ତ୍ରୀ ବିଶ୍ୱବନ୍ଧୁ ଭାବରେ ଦେଶର ଭୂମିକା ବିଷୟରେ ଆଲୋଚନା କରିବା ସହ ଭାରତ କିପରି ସମସ୍ୟାରେ ଥିବା ଦେଶଗୁଡିକ ପାଇଁ ପ୍ରଥମ ପ୍ରତିକ୍ରିୟା ଦେଉଥିବା ଦେଶ ଭାବରେ ଉଭା ହୋଇଛି ତାହାର ଉଦାହରଣ ଦେଇଛନ୍ତି
ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତ ବିକଶିତ ହେବା ଲକ୍ଷ୍ୟରେ ଆଗକୁ ବଢ଼ିବା ସହିତ ଭବିଷ୍ୟତର କୂଟନୀତିଜ୍ଞ ଭାବରେ ଶିକ୍ଷାନବୀଶମାନଙ୍କ ଭୂମିକାର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି
ପ୍ରଧାନମନ୍ତ୍ରୀ ଏକ ପ୍ରଯୁକ୍ତିବିଦ୍ୟା ପରିଚାଳିତ ବିଶ୍ୱର ଯୋଗାଯୋଗ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି
ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ କ୍ୱିଜ ଏବଂ ବିତର୍କ ମାଧ୍ୟମରେ ବିଭିନ୍ନ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଭାରତ ବିଷୟରେ ଜିଜ୍ଞାସା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି
ବିଶ୍ୱସ୍ତରରେ ଘରୋଇ କମ୍ପାନୀମାନଙ୍କ ପାଇଁ ଉଦୀୟମାନ ସୁଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ଥିବା ଖାଲି ସ୍ଥାନ ପୂରଣ କରିବାର କ୍ଷମତା ଭାରତର ରହିଛି

ଆଜି ସକାଳେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ର ୨୦୨୪ ବ୍ୟାଚ ଶିକ୍ଷାନବୀଶମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ସାକ୍ଷାତ କରିଥିଲେ । ୨୦୨୪ ବ୍ୟାଚରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୩୩ ଜଣ ଆଇଏଫ୍‌ଏସ୍ ଶିକ୍ଷାନବୀଶ ଅଛନ୍ତି ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନର ବହୁଧ୍ରୁବୀୟ ବିଶ୍ୱ ଏବଂ ସମସ୍ତଙ୍କ ସହିତ ବନ୍ଧୁତା ସୁନିଶ୍ଚିତ କରି ବିଶ୍ୱବନ୍ଧୁ ଭାବରେ ଭାରତର ଅନନ୍ୟ ଭୂମିକା ବିଷୟରେ ଆଲୋଚନା କରିଥିଲେ। ସେ ଉଦାହରଣ ଦେଇ କହିଥିଲେ ଯେ କିପରି ଭାରତ ସମସ୍ୟାରେ ଥିବା ଦେଶଗୁଡିକ ପାଇଁ ପ୍ରଥମ ପ୍ରତିକ୍ରିୟା ଦେଉଥିବା ଦେଶ ଭାବରେ ଉଭା ହୋଇଛି । ସାଉଥ ଗ୍ଲୋବାଲକୁ ସହାୟତା କରିବା ପାଇଁ ଭାରତ ଦ୍ୱାରା ନିଆଯାଇଥିବା କ୍ଷମତା ନିର୍ମାଣ ପ୍ରୟାସ ଏବଂ ଅନ୍ୟାନ୍ୟ ପ୍ରୟାସ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ବୈଦେଶିକ ନୀତିର ବିକଶିତ କ୍ଷେତ୍ର ଏବଂ ବିଶ୍ୱ ମଞ୍ଚରେ ଏହାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ସେ ବିଶ୍ୱ ସ୍ତରରେ ବିଶ୍ୱବନ୍ଧୁ ଭାବରେ ଦେଶର ବିକାଶରେ କୂଟନୀତିଜ୍ଞମାନେ ନିର୍ବାହ କରୁଥିବା ପ୍ରମୁଖ ଭୂମିକା ବିଷୟରେ କହିଥିଲେ । ଭାରତ ୨୦୪୭ ସୁଦ୍ଧା ବିକଶିତ ହେବା ଲକ୍ଷ୍ୟରେ ଆଗକୁ ବଢ଼ିବା ସହିତ ଭବିଷ୍ୟତର କୂଟନୀତିଜ୍ଞ ଭାବରେ ଶିକ୍ଷାନବୀଶମାନଙ୍କ ଭୂମିକାର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଶିକ୍ଷାନବୀଶମାନଙ୍କ ସହିତ ଏକ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସରକାରୀ ସେବାରେ ଯୋଗଦାନ ପରଠାରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରିଥିଲେ । ଶିକ୍ଷାନବୀଶମାନେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ତାଲିମ ଏବଂ ଗବେଷଣା କାର୍ଯ୍ୟରୁ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ, ଯେଉଁଥିରେ ସାମୁଦ୍ରିକ କୂଟନୀତି, ଏଆଇ ଏବଂ ସେମିକଣ୍ଡକ୍ଟର, ଆର‌୍ୟୁବେଦ, ସାଂସ୍କୃତିକ ସଂଯୋଗ, ଖାଦ୍ୟ ଏବଂ ସଫ୍ଟ ପାୱାର ଭଳି ବିଷୟ ଅନ୍ତର୍ଭୁକ୍ତ ଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ନିଜ ଭାରତକୁ ଜାଣ” ପ୍ରଶ୍ନୋତ୍ତର ଏବଂ ବିତର୍କ ମାଧ୍ୟମରେ ଆମକୁ ବିଭିନ୍ନ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଭାରତ ବିଷୟରେ ଜିଜ୍ଞାସା ସୃଷ୍ଟି କରିବାକୁ ପଡିବ । ସେ ଏହା ମଧ୍ୟ କହିଥିଲେ ଯେ, ଏହି ପ୍ରଶ୍ନପତ୍ରଗୁଡିକର ପ୍ରଶ୍ନ ନିୟମିତ ଭାବରେ ଅପଡେଟ ହେବା ଉଚିତ ଏବଂ ଏଥିରେ ଭାରତର ସମସାମୟିକ ବିଷୟ ଯେପରିକି ମହାକୁମ୍ଭ, ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରର ୧୦୦୦ ବର୍ଷ ପୂର୍ତ୍ତୀ ଉତ୍ସବ ଇତ୍ୟାଦି ଅନ୍ତର୍ଭୁକ୍ତ ହେବା ଉଚିତ ।

ପ୍ରଧାନମନ୍ତ୍ରୀ ଏକ ପ୍ରଯୁକ୍ତିବିଦ୍ୟା ପରିଚାଳିତ ବିଶ୍ୱରେ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଶିକ୍ଷାନବୀଶ ଅଫିସରମାନଙ୍କୁ ବିଭିନ୍ନ ମିଶନଗୁଡିକର ସମସ୍ତ ୱେବସାଇଟ ଅନୁସନ୍ଧାନ କରିବା ଏବଂ ପ୍ରବାସୀ ଭାରତୀୟମାନଙ୍କ ସହିତ ପ୍ରଭାବଶାଳୀ ଯୋଗାଯୋଗ ନିମନ୍ତେ ଏହି ୱେବସାଇଟଗୁଡିକୁ ଉନ୍ନତ କରିବା ପାଇଁ କ’ଣ କରାଯାଇପାରିବ ତାହା ଜାଣିବା ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ ।

ଘରୋଇ କମ୍ପାନୀମାନଙ୍କ ପାଇଁ ମହାକାଶ କ୍ଷେତ୍ରକୁ ଖୋଲିବା ବିଷୟରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ଆସୁଥିବା ଭାରତୀୟ ଷ୍ଟାର୍ଟଅପଗୁଡିକର ପରିସର ବିସ୍ତାର କରିବା ପାଇଁ ଅନ୍ୟ ଦେଶରେ ସୁଯୋଗ ଅନୁସନ୍ଧାନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର କ୍ଷମତା ଭାରତର ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi