ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି, ଏହି ସମୟରେ ସେମାନେ ପ୍ରଶିକ୍ଷଣ ସମୟରେ ସେମାନଙ୍କର ମହତ୍ତ୍ବପୂର୍ଣ୍ଣ ଶିକ୍ଷଣକୁ ପ୍ରଦାନ କରିଛନ୍ତି
ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତାର ଅଧ୍ୟୟନ କରିବାକୁ କହିଛନ୍ତି, ଯଦ୍ବାରା ଗ୍ଲୋବାଲ୍ ସାଉଥର ବିକାଶ ଯାତ୍ରା ପଥରେ ସହାୟତା ମିଳିପାରିବ
ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ଭାରତର ଜି20 ଅଧ୍ୟକ୍ଷତା ବିଷୟରେ ଆଲୋଚନା କରିଛନ୍ତି ଏବଂ ସେମାନଙ୍କୁ ଜି20 ବୈଠକରେ ଭାଗ ନେବାର ତାଙ୍କର ଅଭିଜ୍ଞତା ବିଷୟରେ ମଧ୍ୟ ସୂଚନା ପ୍ରାପ୍ତ କରିଛନ୍ତି

ଭାରତୀୟ ବିଦେଶ ସେବା (ଆଇଏଫଏସ୍) ର 2022 ବ୍ୟାଚର ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଆବାସ 7, ଲୋକ କଲ୍ୟାଣ ମାର୍ଗରେ ସାକ୍ଷାତ କରିଛନ୍ତି। 

ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ତାଙ୍କ ସହିତ ସରକାରୀ ସେବାରେ ସାମିଲ୍ ହେବା ପରେ ଏ ପର୍ଯ୍ୟନ୍ତର ତାଙ୍କ ଅଭିଜ୍ଞତା ବିଷୟରେ ସୂଚନା ପ୍ରାପ୍ତ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ନିଜର ପ୍ରଶିକ୍ଷଣ ସମୟରେ ଗ୍ରାମକୁ ଯାତ୍ରା, ଭାରତ ଦର୍ଶନ ଏବଂ ସଶସ୍ତ୍ର ବଳ ସହିତ ସମ୍ପର୍କ ତଥା ଅନ୍ୟ ଶିକ୍ଷା ପ୍ରଦାନ କରାଯାଇଥିବା ବିଷୟକୁ ଆଦାନ ପ୍ରଦାନ କରିଛନ୍ତି। ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଳ ଜୀବନ ମିଶନ୍ ଏବଂ ପିଏମ୍ ଆବାସ ଯୋଜନା ପରି ସରକାରଙ୍କ ଅନେକ କଲ୍ୟାରକାରୀ ଯୋଜନାର ପରିବର୍ତ୍ତନକାରୀ ପ୍ରଭାବ ବିଷୟରେ ମଧ୍ୟ କହିଛନ୍ତି, ଯାହାର ପ୍ରଭାବକୁ ସେମାନେ ପ୍ରତ୍ୟକ୍ଷ ଭାବରେ ଦେଖିଛନ୍ତି। 

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କଲ୍ୟାଣକାରୀ ଯୋଜନାର ପରିପୂର୍ଣ୍ଣତା ପ୍ରାପ୍ତ କରିବା ଉପରେ ସରକାରଙ୍କ ଶତ ପ୍ରତିଶତ ଧ୍ୟାନ କେନ୍ଦ୍ରିତ ରହିଛି ଏବଂ ଏହାର ପରିଣାମସ୍ବରୂପ ବିନା କୌଣସି ଭେଦଭାବରେ ପ୍ରତ୍ୟେକ ଆବଶ୍ୟକ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏହାର ଲାଭକୁ ପହଞ୍ଚା ଯାଉଛି। ସେ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ଆକାକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର କାର୍ଯ୍ୟକାରୀ ଏବଂ ଏହାର ସଫଳତାର ଅଧ୍ୟୟନ କରିବା ପାଇଁ କହିଛନ୍ତି କାରଣ ଏହି ଜ୍ଞାନ ଗ୍ଲୋବାଲ୍ ସାଉଥ ଦେଶକୁ ତାଙ୍କର ବିକାଶ ଯାତ୍ରା ପଥରେ ସହାୟତା କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

ପ୍ରଧାନମନ୍ତ୍ରୀ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ଭାରତର ଜି20 ଅଧ୍ୟକ୍ଷତା ବିଷୟରେ ଆଲୋଚନା କରିଛନ୍ତି ଏବଂ ତାଙ୍କୁ ଜି20 ବୈଠକରେ ଭାଗ ନେବାର ତାଙ୍କର ଅନୁଭବ ବିଷୟରେ ମଧ୍ୟ ସୂଚନା ପ୍ରାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ପରିବେଶର ବିଷୟରେ ଉଲ୍ଲେଖ କରି ମିଶନ୍ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ବିଷୟରେ ବିସ୍ତାର ଭାବରେ ବୁଝାଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ବ୍ୟକ୍ତିଙ୍କ ଦ୍ବାରା ନିଜର ଜୀବନଶୈଳୀରେ ପରିବର୍ତ୍ତନ କରି ଜଳବାୟୁ ପରିବର୍ତ୍ତନର ସମସ୍ୟାକୁ ପ୍ରଭାବୀ ଭାବରେ ସମାଧାନ କରାଯାଇପାରିବ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 30, 2026
June 30, 2026

Turning Challenges into Opportunities: PM Modi’s Vision for National Progress