ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (7 ସେପ୍ଟେମ୍ବର, 2020) ନୂଆ ଶିକ୍ଷାନୀତି 2020 ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେବେ । ପୂର୍ବାହ୍ନ 10.30 ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି ।

ଏହି ସମ୍ମିଳନୀର ନାମ ରଖାଯାଇଛି ‘ଉଚ୍ଚଶିକ୍ଷାର ପରିବର୍ତ୍ତନରେ ନୂଆ ଶିକ୍ଷାନୀତି 2020ର ଭୂମିକା ।’ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦୀର୍ଘ 34 ବର୍ଷର ବ୍ୟବଧାନ ପରେ ନୂଆ ଶିକ୍ଷାନୀତି 2020 ପ୍ରସ୍ତୁତ ହୋଇଛି ଏବଂ ଏହା ଦେଶର ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି । ପୂର୍ବବର୍ତ୍ତୀ ସରକାର ସମୟରେ 1986 ମସିହାରେ ପ୍ରବର୍ତ୍ତିତ ଶିକ୍ଷାନୀତି ଏଯାଏଁ କାର୍ଯ୍ୟକାରୀ ହୋଇଆସୁଛି । ନୂଆ ଶିକ୍ଷାନୀତି ଦ୍ୱାରା ଉଭୟ ସ୍କୁଲ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବଡଧରଣର ସଂସ୍କାର ଆଣିବାକୁ ପ୍ରୟାସ କରାଯାଇଛି ।

ନୂଆ ଶିକ୍ଷାନୀତି ଭାରତକୁ ଏକ ସମତାଭିତ୍ତିକ ଓ ସମୃଦ୍ଧ ଜ୍ଞାନ ସମାଜରେ ପରିଣତ କରିବାକୁ ଉଦ୍ଦିଷ୍ଟ । ଏଥିରେ ଭାରତ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନର ବ୍ୟବସ୍ଥା ରହିଛି; ଯାହା ଭାରତକୁ ସିଧାସଳଖ ଏକ ବିଶ୍ୱଶକ୍ତିରେ ପରିଣତ କରିବାକୁ ଉଦ୍ଦିଷ୍ଟ ।

ନୂଆ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବଦଳିଯିବ । ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାଭଳି ଏକ ଶିକ୍ଷାତନ୍ତ୍ର ଓ ପରିବେଶ ସୃଷ୍ଟି କରିବାକୁ ନୂଆ ଶିକ୍ଷାନୀତିରେ ଉଦ୍ୟମ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣ ଲକ୍ଷ୍ୟ ପୂରଣ କରିବାକୁ ଏହା ଉଦ୍ଦିଷ୍ଟ ।

ନୂଆ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ବିଭିନ୍ନ ପ୍ରକାର ୱେବିନାର, ଭର୍ଚୁଆଲ କନ୍‌ଫରେନ୍ସ ଏବଂ ଆଲୋଚନାଚକ୍ରମାନ ଦେଶବ୍ୟାପୀ ଆୟୋଜିତ ହେଉଛି ।

ଶିକ୍ଷା ମନ୍ତ୍ରଣାଳୟ ଏବଂ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ମିଳିତଭାବେ ଏଥିପୂର୍ବରୁ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲେ । ଏହାର ବିଷୟବସ୍ତୁ ଥିଲା, ‘ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ।’ ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇଥିଲେ ।

ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ରାଜ୍ୟପାଳଙ୍କ ସମ୍ମିଳନୀରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀ, ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ମାନ୍ୟବର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନକୁ ଦୂରଦର୍ଶନ ସମାଚାର ପକ୍ଷରୁ ସିଧା ପ୍ରସାରଣ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Cheetah population crosses 50 after new cubs born at Kuno

Media Coverage

India's Cheetah population crosses 50 after new cubs born at Kuno
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on sacred Earth as a source of strength to the nation
March 10, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”

The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.

The Prime Minister wrote on X;

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”