ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାମାନେ ଯୋଗ ଦେଇଥିଲେ ।

ଏହି ସମାରୋହରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଶ୍ରୀ ରାନିଲ ବିକ୍ରମସିଂଘେ, ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜ୍ଜୁ; ସେସେଲ୍ସର ଉପ ରାଷ୍ଟ୍ରପତି ମହାମହିମ ଶ୍ରୀ ଅହମ୍ମଦ ଆଫିଫ୍‌; ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା; ମରିସସ୍ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ତାଙ୍କ ପତ୍ନୀଙ୍କ ସହ; ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ 'ପ୍ରଚଣ୍ଡ'; ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ସେରିଙ୍ଗ ତୋବଗେ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ମାଳଦ୍ୱୀପ, ବାଂଲାଦେଶ, ନେପାଳ ଓ ଭୁଟାନର ନେତାଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଶପଥ ଗ୍ରହଣ ସମାରୋହ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନ ଠାରେ ଭାରତ ଗସ୍ତରେ ଆସିଥିବା ନେତାମାନଙ୍କୁ ଭେଟିଥିଲେ । କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସେମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ 'ପଡ଼ୋଶୀ ପ୍ରଥମ' ନୀତି ଏବଂ 'ସାଗର ଭିଜନ' କାର୍ଯ୍ୟକ୍ରମ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ତାଙ୍କ ତୃତୀୟ ପାଳିରେ, ଭାରତ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବା ସହିତ ଅନ୍ୟ ଦେଶଗୁଡ଼ିକ ସହ ଘନିଷ୍ଠ ଭାଗିଦାରୀ ମାଧ୍ୟମରେ ଏହି କ୍ଷେତ୍ରର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଏହି ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଏବଂ ଯୋଗାଯୋଗ ପାଇଁ ସେ ଆହ୍ୱାନ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଅନ୍ତର୍ଜାତୀୟ କ୍ଷେତ୍ରରେ ଦକ୍ଷିଣ ବିଶ୍ୱର ସ୍ୱରକୁ ବ୍ୟାପକ କରିବା ଜାରି  ରଖିବ ।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଭୋଜିରେ ମଧ୍ୟ ଏହି ନେତାମାନେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ  ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ଅଭ୍ୟାସ କେବଳ ଦେଶର ଲୋକମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ ନୁହେଁ, ବରଂ ସାରା ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି ।

ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାଙ୍କ ଅଂଶଗ୍ରହଣ ଏହି ଅଞ୍ଚଳ ସହିତ ଭାରତର ଗଭୀର ବନ୍ଧୁତ୍ୱ ଏବଂ ସହଯୋଗର ବନ୍ଧନକୁ ସୂଚାଇଥାଏ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026