ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ ଏଫ ଭିଜନ- ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫେଶନ ଟୁ ଫୋରମ- ଦ୍ୱାରା ଅନୁପ୍ରାଣିତ
ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ଅତ୍ୟାଧୁନିକ ପ୍ରଯୁକ୍ତିକୁ ଆକୃଷ୍ଟ କରିବ ଏବଂ ଏହି କ୍ଷେତ୍ରରେ ଏଫଡିଆଇ ଏବଂ ସ୍ଥାନୀୟ ନିବେଶକୁ ପ୍ରୋତ୍ସାହିତ କରିବ
ପିଏମ ମିତ୍ର ଗୋଟିଏ ସ୍ଥାନରେ କାଟିବା, ବୁଣିବା, ପ୍ରକ୍ରିୟାକରଣ/ରଙ୍ଗ ଦେବା ଏବଂ ଛାପିବା ଠାରୁ ଆରମ୍ଭ କରି ପରିଧାନ ନିର୍ମାଣ ପର୍ଯ୍ୟନ୍ତ ଏକ ସମନ୍ୱିତ ମୂଲ୍ୟ ଶୃଙ୍ଖଳ ପ୍ରସ୍ତୁତ କରିବାର ଅବସର ପ୍ରଦାନ କରିବ
ଗୋଟିଏ ସ୍ଥାନରେ ସମନ୍ୱିତ ବୟନ ମୂଲ୍ୟ ଶୃଙ୍ଖଳ ଫଳରେ ଉଦ୍ୟୋଗଗୁଡ଼ିକ ପାଇଁ ପରିବହନ ଖର୍ଚ୍ଚ ହ୍ରାସ ପାଇବ
ପ୍ରତି ପାର୍କ ଜରିଆରେ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ୨ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ
ଓଡ଼ିଶା ସମେତ ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଆସାମ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନା ଭଳି ରାଜ୍ୟ ପକ୍ଷରୁ ପାର୍କ ପାଇଁ ଆଗ୍ରହ ପ୍ରକାଶ
ନିରପେକ୍ଷ ମାନଦଣ୍ଡ ଆଧାରରେ ଏକ ପ୍ରତିଯୋଗିତାମୂଳକ ପ୍ରକ୍ରିୟା ଜରିଆରେ ପିଏମ ମିତ୍ର ସ୍ଥଳୀଗୁଡ଼ିକର ଚୟନ କରାଯିବ

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଭାରତକୁ ବିଶ୍ୱ ବୟନ ମାନଚିତ୍ରରେ ଏକ ସୁଦୃଢ଼ ସ୍ଥାନ ଦେବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଏହାକୁ ସାକାର କରିବା କରିବା ଲାଗି, ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ ୭ଟି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

ପିଏମ ମିତ୍ର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ୫ ଏଫ ଭିଜନ୍ ଦ୍ୱାରା ଅନୁପ୍ରାଣିତ। ‘୫ ଏଫ’ ଫର୍ମୁଲାରେ – ଫାର୍ମ ଟୁ ଫାଇବର; ଫାଇବର ଟୁ ଫ୍ୟାକ୍ଟ୍ରି; ଫ୍ୟାକ୍ଟ୍ରି ଟୁ ଫେଶନ ଏବଂ ଫେସନ ଟୁ ଫରେନ୍ ସୁବିଧା ସାମିଲ ରହିଛି। ଏହି ସମନ୍ୱିତ ଲକ୍ଷ୍ୟ ଅର୍ଥବ୍ୟବସ୍ଥାରେ ବୟନ ଶିଳ୍ପ କ୍ଷେତ୍ରର ଅଧିକ ଅଭିବୃଦ୍ଧି ପାଇଁ ସହାୟକ ହେବ। ଆମ ଭଳି ସମ୍ପୂର୍ଣ୍ଣ ବୟନ ଶିଳ୍ପ ଇକୋସିଷ୍ଟମ ଅନ୍ୟ କୌଣସି ରାଷ୍ଟ୍ରରେ ନାହିଁ। ଭାରତ ନିକଟରେ ପାଞ୍ଚଟି ଦୃଢ଼ ‘ଏଫ’ ରହିଛି।

ବିଭିନ୍ନ ଆଗ୍ରହୀ ରାଜ୍ୟ ମାନଙ୍କରେ ଗ୍ରୀନଫିଲ୍ଡ ଏବଂ ବ୍ରାଉନ ଫିଲ୍ଡ କ୍ଷେତ୍ରରେ ୭ଟି ବୃହତ ସମନ୍ୱିତ ବୟନ କ୍ଷେତ୍ର ଏବଂ ପରିଧାନ (ପିଏମ ମିତ୍ର) ପାର୍କ ସ୍ଥାପନ କରାଯିବ। ଅନ୍ୟ ବୟନ ଶିଳ୍ପ ସଂକ୍ରାନ୍ତ ସୁବିଧା ଏବଂ ଇକୋସିଷ୍ଟମ ସହିତ ୧,୦୦୦ ଏକର ନିକଟବର୍ତ୍ତୀ ଏବଂ ବାଧାମୁକ୍ତ ଜମି ଖଣ୍ଡ ଉପଲବ୍ଧ ଥିବା ରାଜ୍ୟ ସରକାରମାନଙ୍କ ପ୍ରସ୍ତାବକୁ ସ୍ୱାଗତ କରାଯିବ।

ସମାନ ମୌଳିକ ଭିତ୍ତିଭୂମି (ପ୍ରକଳ୍ପ ବ୍ୟୟର ୩୦ ପ୍ରତିଶତ) ବିକାଶ ଲାଗି ସମସ୍ତ ଗ୍ରୀନଫିଲ୍ଡ ପିଏମ ମିତ୍ର ପ୍ରକଳ୍ପ ପାଇଁ ସର୍ବାଧିକ ବିକାଶ ପୁଞ୍ଜି ସହାୟତା (ଡିସିଏସ) ୫୦୦ କୋଟି ଟଙ୍କା ଏବଂ ବ୍ରାଉନଫିଲ୍ଡ ମିତ୍ର ପ୍ରକଳ୍ପ ପାଇଁ ସର୍ବାଧିକ ୨୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାବ୍ୟତୀତ ପିଏମ ମିତ୍ରରେ ପୋଷାକ ନିର୍ମାଣ ୟୁନିଟ୍‌ର ଶୀଘ୍ର ପ୍ରତିଷ୍ଠା ଲାଗି ପ୍ରତ୍ୟେକ ପିଏମ ମିତ୍ର ପାର୍କକୁ ପ୍ରତିଯୋଗିତାମୂଳକ ପ୍ରୋତ୍ସାହନ ସହାୟତା (ସିଆଇଏସ) ରୂପରେ ୩୦୦ କୋଟି ଟଙ୍କା ମଧ୍ୟ ମଧ୍ୟ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଭାବେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସମ୍ପତ୍ତି ବିକାଶ ଲାଗି ୧,୦୦୦ ଏକର ଜମିର ବ୍ୟବସ୍ଥା ସାମିଲ ରହିବ।

ଗୋଟିଏ ଗ୍ରୀନଫିଲ୍ଡ ପିଏମ ପିତ୍ର ପାର୍କ ଲାଗି ଭାରତ ସରକାରଙ୍କ ପକ୍ଷରୁ ବିକାଶ ପୁଞ୍ଜିଗତ ସହାୟତା ମୋଟ୍ ପ୍ରକଳ୍ପ ବ୍ୟୟର ୩୦ ପ୍ରତିଶତ ହେବ। ଏହାର ସର୍ବାଧିକ ସୀମା ୫୦୦ କୋଟି ଟଙ୍କା ହେବ। ମୂଲ୍ୟାଙ୍କନ ପରେ ବ୍ରାଉନଫିଲ୍ଡ ସ୍ଥଳକୁ ନେଇ ଅବଶିଷ୍ଟ ଭିତ୍ତିଭୂମି ଏବଂ ଅନ୍ୟ ସହାୟକ ସୁବିଧାକୁ ବିକଶିତ କରିବା ଲାଗି ବିକାଶ ପୁଞ୍ଜିଗତ ସହାୟତା ମୋଟ ପ୍ରକଳ୍ପର ୩୦ ପ୍ରତିଶତ ହେବ। ଏହାକୁ ୨୦୦ କୋଟି ଟଙ୍କା ମଧ୍ୟରେ ସୀମିତ କରାଯାଇଛି। ଏହା ଘରୋଇ କ୍ଷେତ୍ରର ଭାଗିଦାରୀକୁ ନେଇ ପ୍ରକଳ୍ପକୁ ଆକର୍ଷଣୀୟ କରିବା ଲାଗି କାର୍ଯ୍ୟକ୍ଷମତା ବ୍ୟବଧାନ ପାଣ୍ଠି ଯୋଗାଣ ଆକାରରେ କରାଯିବ।

 

ପିଏମ ମିତ୍ର ପାର୍କଗୁଡ଼ିକରେ ନିମ୍ନଲିଖିତ ସୁବିଧା ରହିବ :

ମୂଳ ଭିତ୍ତିଭୂମି : ଇନକ୍ୟୁବେସନ କେନ୍ଦ୍ର କେନ୍ଦ୍ର ଏବଂ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା, ବିକଶିତ ଫ୍ୟାକ୍ଟ୍ରି ସ୍ଥଳ, ସଡ଼କ, ବିଦ୍ୟୁତ, ଜଳ ଏବଂ ବର୍ଜ୍ୟ ଜଳ ପରିଚାଳନା ପଦ୍ଧତି, ସହଭାଗୀ ପ୍ରୋସେସିଂ ହାଉସ ଏବଂ ସିଇଟିପି ଏବଂ ଅନ୍ୟ ଆନୁସଙ୍ଗିକ ସୁବିଧା ଭଳି ଡିଜାଇନ ସେଣ୍ଟର, ପରୀକ୍ଷଣ କେନ୍ଦ୍ର ଆଦି।

ସହାୟକ ଭିତ୍ତିଭୂମି : ଶ୍ରମିକାମନଙ୍କ ପାଇଁ ହଷ୍ଟେଲ ଏବଂ ହାଉସିଂ, ଲଜିଷ୍ଟିକ୍ସ ପାର୍କ, ପଣ୍ୟାଗାର, ମେଡ଼ିକାଲ ପ୍ରଶିକ୍ଷଣ ତଥା କୌଶଳ ବିକାଶ ସୁବିଧା

ପିଏମ ମିତ୍ର ସମ୍ପୂର୍ଣ୍ଣ ଉତ୍ପାଦନ ଗତିବିଧି ଲାଗି ୫୦ ପ୍ରତିଶତ କ୍ଷେତ୍ର, ଉପଯୋଗିତା ନିମନ୍ତେ ୨୦ ପ୍ରତିଶତ କ୍ଷେତ୍ର ଏବଂ ବାଣିଜ୍ୟିକ ବିକାଶ ଲାଗି ୧୦ପ୍ରତିଶତ କ୍ଷେତ୍ର ବିକଶିତ କରିବ। ପିଏମ ମିତ୍ରର ଏକ ଢାଞ୍ଚାଗତ ପ୍ରତିରୂପ ନିମ୍ନରେ ଦିଆଯାଇଛି।

 

ଏହି ଉଦ୍ଦେଶ୍ୟ ଲାଗି ବୃହତ ସମନ୍ବିତ ବୟନ କ୍ଷେତ୍ର ଏବଂ ପରିଧାନ ପାର୍କର ପ୍ରମୁଖ ଉପାଦାନ-*୫ ପ୍ରତିଶତ କ୍ଷେତ୍ର ଏବଂ #୧୦ ପ୍ରତିଶତ କ୍ଷେତ୍ର ପ୍ରତି ସଙ୍କେତ ଦେଇଥାଏ।

ପିଏମ ମିତ୍ର ପାର୍କକୁ ଏକ ବିଶେଷ ପ୍ରୟୋଜନ ବାହନ (ଏସପିଭି) ଜରିଆରେ ବିକଶିତ କରାଯିବ, ଯାହାର ମାଲିକାନା ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ପାଖରେ ରହିବ। ମାଷ୍ଟର ଡେଭଲପର କେବଳ ଶିଳ୍ପ ପାର୍କର ବିକାଶ କରିବ ନାହିଁ  ବରଂ, ଛାଡ଼ ଅବଧି କାଳରେ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରିବ। ଏହି ମାଷ୍ଟର ଡେଭଲପରର ଚୟନ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନଙ୍କ ଦ୍ବାରା ମଳିତ ଭାବେ ବିକଶିତ ବସ୍ତୁନିଷ୍ଠ ମାନଦଣ୍ଡ ଆଧାରରେ କରାଯିବ।

ରାଜ୍ୟ ସରକାରଙ୍କ ଅଧିକାଂଶ ମାଲିକାନା ଥିବା ଏସପିଭି, ବିକଶିତ ଶିଳ୍ପ ସ୍ଥଳରୁ ଲିଜ୍ ଭଡ଼ା ଆକାରରେ ଅଂଶଧନ ପାଇବାକୁ ହକଦାର ହେବ। ଏହା ବ୍ୟତୀତ ଶ୍ରମିକମାନଙ୍କ ପାଇଁ ଦକ୍ଷତା ବିକାଶ ପ୍ରୟାସ ଏବଂ ଅନ୍ୟ କଲ୍ୟାଣକାରୀ ଉପାୟ ଜରିଆରେ ପିଏମ ମିତ୍ର ପାର୍କର ସମ୍ପ୍ରସାରଣ କରାଯିବ।  ଏହାକୁ କ୍ଷେତ୍ରୀୟ ସ୍ତରରେ ବୟନ ଉଦ୍ୟୋଗର ଅଧିକ ସମ୍ପ୍ରସାରଣ ପାଇଁ ଉପଯୋଗ କରାଯିବ।

ଭାରତ ସରକାର ନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରତ୍ୟେକ ପିଏମ ମିତ୍ର ପାର୍କ ଲାଗି ୩୦୦ କୋଟି ଟଙ୍କାର ପାଣ୍ଠି ମଧ୍ୟ ପ୍ରଦାନ କରିବେ। ଏହାକୁ ପ୍ରତିଯୋଗିତାମୂଳକ ପ୍ରୋତ୍ସାହନ ସହାୟତା (ସିଆଇଏସ) କୁହାଯିବ ଏବଂ ପିଏମ ମିତ୍ର ପାର୍କରେ ଏକ ନୂଆ ପ୍ରତିଷ୍ଠିତ ୟୁନିଟର ବ୍ୟବସାୟର ତିନି ପ୍ରତିଶତ ପର୍ଯ୍ୟନ୍ତ ଏହି ସହାୟତା ଦିଆଯିବ।

ଏକ ନୂଆ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଏଭଳି ସହାୟତା ଗୁରୁତ୍ବପୂର୍ଣ୍ଣ। ଉତ୍ପାଦନ ବୃଦ୍ଧି କରିବା ଏବଂ ଦୀର୍ଘସ୍ଥାୟିତ୍ବ ପାଇଁ ଆବଶ୍ୟକତା ଥିବା ପର୍ଯ୍ୟନ୍ତ ଏହାକୁ ବନ୍ଦ କରାଯିବ ନାହିଁ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ଯୋଜନାଗୁଡ଼ିକର ମାର୍ଗଦର୍ଶିକା ଅନୁଯାୟୀ, ଏହି ଯୋଜନା ସେହିସବୁ ଯୋଜନା ସହିତ ମିଶି କାର୍ଯ୍ୟ କରିବ ।  ଏହା ବୟନ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ବଢ଼ାଇବ। ବ୍ୟାପକ ଆର୍ଥିକ ଗତିବିଧି ସହିତ ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆର୍ଥିକ ସ୍ତରରେ ସୁଧାର ଆଣି ଏହା ଭାରତୀୟ କମ୍ପାନୀଗୁଡ଼ିକୁ ବିଶ୍ବ ଚାମ୍ପିଅନ ଭାବେ ବିକଶିତ ହେବାରେ ସହାୟକ ହେବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Exports 3.15 lakh Tonnes Sugar in Oct-Feb of 2025-26 Marketing Year: AISTA

Media Coverage

India Exports 3.15 lakh Tonnes Sugar in Oct-Feb of 2025-26 Marketing Year: AISTA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Speaks with UAE President
March 17, 2026
PM Conveys Eid Greetings and Discusses current Situation in West Asia

The Prime Minister spoke with HH Sheikh Mohamed bin Zayed Al Nahyan, President of the UAE, and conveyed advance Eid greetings. PM Modi and the President discussed the current situation in West Asia. The Prime Minister reiterated India’s strong condemnation of all attacks on the UAE that have resulted in loss of innocent lives and damage to civilian infrastructure.

The Prime Minister and the UAE President agreed on the importance of ensuring safe and free navigation through the Strait of Hormuz. Shri Modi emphasized that both nations will continue to work together for the early restoration of peace, security, and stability in the region.

The Prime Minister wrote on X;

"Spoke with my brother HH Sheikh Mohamed bin Zayed Al Nahyan, President of the UAE and conveyed advance Eid greetings.

We discussed the current situation in West Asia. Reiterated India’s strong condemnation of all attacks on the UAE that have resulted in loss of innocent lives and damage to civilian infrastructure.

We agreed on the importance of ensuring safe and free navigation through the Strait of Hormuz.

We will continue to work together for the early restoration of peace, security and stability in the region."