ଓଡ଼ିଶା ସମେତ ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟ ହେବେ ଉପକୃତ
ବିଶ୍ଵ ବୟନ ବାଣିଜ୍ୟ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର ପାଇଁ ପ୍ରସ୍ତୁତ ହେଉଛି ଭାରତ
ଅର୍ଥବ୍ୟବସ୍ଥାର ବ୍ୟାପକ ବୃଦ୍ଧି ପାଇଁ ଭାରତୀୟ କମ୍ପାନୀଗୁଡ଼ିକୁ ବିଶ୍ଵ ଚାମ୍ପିଅନରେ ପରିଣତ କରିବାରେ ସହାୟକ ହେବ ଏହି ଯୋଜନା
ଅତିରିକ୍ତ ୭.୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ସହାୟକ କାର୍ଯ୍ୟରେ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ
ଅଧିକ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ ପାଇଁ ମାର୍ଗ ପ୍ରଶସ୍ତ କରିବ ଏହି ଯୋଜନା
ଏହି ଯୋଜନା ଫଳରେ ପାଞ୍ଚ ବର୍ଷ ମଧ୍ୟରେ ୧୯,୦୦୦ କୋଟି ଟଙ୍କାର ନୂତନ ନିବେଶ ଏବଂ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଉତ୍ପାଦନ କାରବାର ହେବାର ଆକଳନ
ଆକାଂକ୍ଷୀ ଜିଲ୍ଲା ଏବଂ ୩/୪ ଟିୟର ସହର ପ୍ରତି ସର୍ବାଧିକ ପ୍ରାଥମିକତା

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ ବୈଷୟିକ ବସ୍ତ୍ରର ୧୦ଟି ଖଣ୍ଡ/ଉତ୍ପାଦ ନିମନ୍ତେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ବୟନ ଶିଳ୍ପ କ୍ଷେତ୍ର ପାଇଁ ସରକାର ପିଏଲଆଇ ଯୋଜନା ସହିତ ଆରଓଏସସିଟିଏଲ, ଆରଓଡିଟିଇପି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା ମୂଳକ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବା, କୌଶଳ ବିକାଶ, ଆଦି ଦ୍ୱାରା ବୟନ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ମଧ୍ୟ ହେବ।

ଏହି ଯୋଜନା ଫଳରେ ଓଡ଼ିଶା ସମେତ ଗୁଜରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ରାଜ୍ୟ ଉପକୃତ ହୋଇପାରିବେ।

୨୦୨୧–୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ବୟନ ଶିଳ୍ପ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଏହାର ଅଂଶବିଶେଷ। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ସହିତ ଭାରତରେ ଆଗାମୀ ୫ ବର୍ଷ ମଧ୍ୟରେ ୩୭.୫ ଲକ୍ଷ କୋଟି ଟଙ୍କାର ସର୍ବନିମ୍ନ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ଏଥିସହିତ ପାଞ୍ଚ ବର୍ଷ ମଧ୍ୟରେ ଅତିକମରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଯୋଜନା ଫଳରେ ଦେଶରେ ଅଧିକ ମୂଲ୍ୟ ବିଶିଷ୍ଟ କପଡ଼ା, ପୋଷାକ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦନକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିବ। ଏହାର ଅନ୍ତର୍ଗତ ପ୍ରୋତ୍ସାହନ ଢାଞ୍ଚାକୁ ଏପରି ଭାବେ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଉଦ୍ୟୋଗଗୁଡ଼ିକ ଏହି କ୍ଷେତ୍ର ଏବଂ ଖଣ୍ଡର ନୂତନ କ୍ଷମତାରେ ନିବେଶ କରିବା ଲାଗି ପ୍ରୋତ୍ସାହିତ ହେବେ। ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅଧିକ ମୂଲ୍ୟ ବିଶିଷ୍ଟ ଏମଏମଏଫ ସେଗମେଣ୍ଟକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ। ଏହା ରୋଜଗାର ଏବଂ ବ୍ୟବସାୟ ନିମନ୍ତେ ନୂତନ ଅବସର ସୃଷ୍ଟି କରିବ ଯାହାକି କପା ଏବଂ ଅନ୍ୟ ଫାଇବର ଆଧାରିତ ବସ୍ତ୍ର ଉଦ୍ୟୋଗର ପ୍ରୟାସରେ ବ୍ୟାପକ ଯୋଗଦାନ କରିବ। ଯାହା ଫଳରେ ଭାରତ ବିଶ୍ଵ ବୟନ ବାଣିଜ୍ୟ କ୍ଷେତ୍ରରେ ନିଜର ଐତିହାସିକ ଆଧିପତ୍ୟ ପୁଣିଥରେ ହାସଲ କରିବାରେ‍ ସକ୍ଷମ ହୋଇପାରିବ।

ବୈଷୟିକ ବସ୍ତ୍ର ହେଉଛି ନୂତନ ପିଢ଼ିର ବସ୍ତ୍ର, ଏହାର ଉପଯୋଗ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ହୋଇଥାଏ। ଏଥିରେ ଭିତ୍ତିଭୂମି, ଜଳ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ପ୍ରତିରକ୍ଷା, ସୁରକ୍ଷା, ଅଟୋ ମୋବାଇଲ, ବିମାନ ଚଳାଚଳ ଆଦି ସାମିଲ ରହିଛି। ବୈଷୟିକ ବସ୍ତ୍ରର  ଉପଯୋଗ ଫଳରେ ଅର୍ଥବ୍ୟବସ୍ଥାର ଏହି କ୍ଷେତ୍ରର ଦକ୍ଷତାରେ ଯଥେଷ୍ଟ ବୃଦ୍ଧି ଘଟିବ। ସରକାର ଏହି କ୍ଷେତ୍ରରେ ଗବେଷଣା ଓ ବିକାଶ ସମ୍ବନ୍ଧୀୟ ପ୍ରୟାସକୁ ପ୍ରୋତ୍ସାହିତ କରିବା ଲାଗି ଅତୀତରେ ଏକ ‘ଜାତୀୟ ବୈଷୟିକ ବସ୍ତ୍ର ମିଶନ’ ମଧ୍ୟ ଆରମ୍ଭ କରିଛନ୍ତି। ପିଏଲଆଇ ଏହି କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବାରେ ମଧ୍ୟ ଅଧିକ ସହାୟତା କରିବ।

ପ୍ରୋତ୍ସାହନ ସମ୍ବନ୍ଧୀୟ ଭିତ୍ତିଭୂମିର ଭିନ୍ନ ଭିନ୍ନ ସେଟକୁ ଦେଖି ଦୁଇ ପ୍ରକାର ନିବେଶ ସମ୍ଭବ। ନିର୍ଦ୍ଧାରିତ କ୍ଷେତ୍ର (ଏମଏମଏଫ କପଡ଼ା, ପୋଷାକ)ର ଉତ୍ପାଦ ଏବଂ ବୈଷୟିକ ବସ୍ତ୍ର ଉତ୍ପାଦର ଉତ୍ପାଦନ ଲାଗି ପ୍ଲାଣ୍ଟ, ମେସିନାରୀ, ଉପକରଣ ଏବଂ ନିର୍ମାଣ କାର୍ଯ୍ୟ (ଜମି ଓ ପ୍ରଶାସନିକ ଅଟ୍ଟାଳିକାକୁ ବାଦ ଦେଇ)ରେ ସର୍ବନିମ୍ନ ୩୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ପ୍ରଥମ ଭାଗରେ ଭାଗିଦାରୀ ନିମନ୍ତେ ଆବେଦନ କରିବା ଲାଗି ଯୋଗ୍ୟ ହୋଇପାରିବେ। ସର୍ବନିମ୍ନ ୧୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି (ଯେଉଁଥିରେ ଫାର୍ମ/କମ୍ପାନୀ ସାମିଲ)ଙ୍କୁ ଏହି ଯୋଜନାର ଦ୍ବିତୀୟ ଭାଗରେ ଭାଗିଦାରୀ ନିମନ୍ତେ ଆବେଦନ କରିବା ଲାଗି ଯୋଗ୍ୟ ହୋଇପାରିବେ। ଏଥିସହିତ ଆକାଂକ୍ଷୀ ଜିଲ୍ଲା, ଟିୟର ୩, ଟିୟର ୪ ସହର କିମ୍ବା ନଗର, ଏବଂ ଗ୍ରାମୀଣ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରାଯିବ। ଏହି ପ୍ରାଥମିକତାକୁ ଦୃଷ୍ଟିରେ ରଖି ଉଦ୍ୟୋଗଗୁଡ଼ିକୁ ପଛୁଆ ଅଞ୍ଚଳକୁ ଯିବା ଲାଗି ପ୍ରୋତ୍ସାହିତ କରାଯିବ।

ଏହି ଯୋଜନାରେ ପାଞ୍ଚ ବର୍ଷ ମଧ୍ୟରେ ୧୯,୦୦୦ କୋଟି ଟଙ୍କାର ନୂତନ ନିବେଶ ଏବଂ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ଆଧାରିତ କାରବାର କାରବାର ହେବାର ଆକଳନ କରାଯାଇଛି। ଏହାଛଡ଼ା ଏହି ଯୋଜନା ଏହି କ୍ଷେତ୍ରରେ ଅତିରିକ୍ତ ୭.୫ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ସହାୟକ କାର୍ଯ୍ୟରେ ଲକ୍ଷାଧିକ ପରୋକ୍ଷ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବ। ବୟନ ଉଦ୍ୟୋଗ ମୁଖ୍ୟତଃ ମହିଳାମାନଙ୍କୁ ରୋଜଗାର ଦେଇଥାଏ। ତେଣୁ ଏହି ଯୋଜନା ମହିଳାମାନଙ୍କୁ ସଶକ୍ତ କରିବ ଏବଂ ଔପଚାରିକ ଅର୍ଥବ୍ୟବସ୍ଥାରେ ସେମାନଙ୍କର ଭାଗିଦାରୀକୁ ବଢ଼ାଇବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India