ଆମେ, ବାଂଲାଦେଶ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ, ଭୂଟାନ ରାଷ୍ଟ୍ରର ପ୍ରଧାନ ପରାମର୍ଶଦାତା,ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ, ମିଆଁମାର ସାଧାରଣତନ୍ତ୍ର ସଂଘର ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ଗଣତାନ୍ତ୍ରିକ ସମାଜବାଦୀ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏବଂ ଥାଇଲାଣ୍ଡ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ପାଇଁ 30-31 ଅଗଷ୍ଟରେ କାଠମାଣ୍ଡୁ ଠାରେ ପରସ୍ପର ସହ ସାକ୍ଷାତ କଲୁ ।

1997 ବ୍ୟାଂକକ ଘୋଷଣାନାମାରେ ଉଲ୍ଲେଖ ପ୍ରକାରେ ଆମେ ବିମସ୍ଟେକର ନୀତି ଏବଂ ଉଦ୍ଦେଶ୍ୟ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।

ତୃତୀୟ ବିମସ୍ଟେକ ଶିଖର ସମ୍ମିଳନୀ ଘୋଷଣାନାମା (ନ୍ୟେ-ପି-ତ, 4 ମାର୍ଚ୍ଚ 2014) ଏବଂ ବିମସ୍ଟେକ ନେତୃମଣ୍ଡଳୀ ଅନ୍ତିମ ବୈଠକ ଫଳାଫଳ ଦସ୍ତାବିଜ (ଗୋଆ, 16 ଅକ୍ଟୋବର 2016)ର ସ୍ମରଣ କରୁଛୁ ।

ଆମର ସମବେତ ଶକ୍ତି ଉପରେ ଆମର ନିରନ୍ତର ପ୍ରୟାସ ଜରିଆରେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂପୋଷଣୀୟ ବଙ୍ଗୋପସାଗର କ୍ଷେତ୍ର ନିର୍ମାଣ ପାଇଁ ଆମର  ଗମ୍ଭୀର ପ୍ରତିବଦ୍ଧତା ଦୋହରାଉଛୁ;

ଭୌଗଳିକ ସଂଯୋଗ, ପ୍ରଚୁର ମାତ୍ରାରେ ପ୍ରାକୃତିକ ଏବଂ ମାନବ ସମ୍ବଳ, ସମୃଦ୍ଧ ଐତିହାସିକ ସମ୍ପର୍କ ଏବଂ ସାଂସ୍କୃତିକ ଐତିହ୍ୟ ଏହି କ୍ଷେତ୍ରରେ ଚିହ୍ନଟ ମୂଳ କ୍ଷେତ୍ରରେ ଗଭୀର ସହଯୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ବ୍ୟାପକ ସମ୍ଭାବନା ଉପସ୍ଥାପନ କରୁଛି ବୋଳି ଆମେ ସହମତ ହେଉଛୁ ।

ବିକାଶ ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ଲାଗି ଦାରିଦ୍ର୍ୟ ଦୂରୀକରଣ ସର୍ବବୃହତ ଆଂଚଳିକ ଆହ୍ୱାନ ବୋଲି ଆବେ ବିବେଚନା କରୁଛୁ ଏବଂ ନିରନ୍ତର ବିକାଶ ପାଇଁ ଏଜେଣ୍ଡା 2030ର କାର୍ଯ୍ୟକାରୀତା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ବିମସ୍ଟେକ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥବ୍ୟବସ୍ଥା ଏବଂ ସମାଜ ମଧ୍ୟରେ ପରିବର୍ଦ୍ଧିତ ଆନ୍ତଃସମ୍ପର୍କ ଏବଂ ଆନ୍ତଃନିର୍ଭରଶୀଳତା ଅଧିକ କ୍ଷେତ୍ରୀୟ ସହଯୋଗ ନିମନ୍ତେ  ବ୍ୟାପକ ସମ୍ଭବନା ସୃଷ୍ଟି କରୁଛି ବୋଲି ଆମ ଉପଲବ୍ଧି କରୁଛୁ ।

ଆମେ ବହୁପକ୍ଷୀୟ ଯୋଗାଯୋଗ ବ୍ୟବସ୍ଥା ଉପରେ ରେଖାପାତ କରୁଛୁ ଯାହା ଆମ କ୍ଷେତ୍ରରେ ସମ୍ପର୍କ ଢାଂଚାକୁ ଯୋଡ଼ି ରଖିବାରେ ସହାୟକ ହେଉଛି ଏବଂ ସହଭାଗୀ ସମୃଦ୍ଧି ପାଇଁ ଅର୍ଥନୈତିକ ଅର୍ନ୍ତଭୂକ୍ତିକରଣକୁ ପ୍ରୋତ୍ସାହିତ କରୁଛି ।

ଆମେ ବାଣିଜ୍ୟ ଏବଂ ନିବେଶ ଉପରେ ଗୁରୁତ୍ୱାରୋପ କରୁଛୁ ଯାହାକି ଏହି କ୍ଷେତ୍ରରେ ଅର୍ଥନୈତିକ ଏବଂ ସାମାଜିକ ବିକାଶକୁ ପ୍ରୋତ୍ସାହିତ କରିବାରେ ବୃହତ ଯୋଗଦାନ ଦେଉଛି ।

ଏହି କ୍ଷେତ୍ରରେ ଥିବା କମ ବିକଶିତ ଏବଂ ଆବଦ୍ଧ କ୍ଷେତ୍ରରେ ଥିବା ରାଷ୍ଟ୍ରଗୁଡ଼ିକର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ପରିସ୍ଥିତିକୁ ବିବେଚନା କରି ଆମେ ସେମାନଙ୍କ ବିକାଶ ପ୍ରକ୍ରିୟାରେ ଫଳପ୍ରଦ ସହାୟତାର ଆବଶ୍ୟକତା ଉପରେ ଆଲୋକପାତ କରୁଛୁ ।

ଆତଙ୍କବାଦ ଏବଂ ଅନ୍ତର୍ଦେଶୀୟ ସଂଗଠିତ ଅପରାଧ ବିମସ୍ଟେକ ରାଷ୍ଟ୍ର ସମେତ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିରାଟ ବିପଦ ସୃଷ୍ଟି କରୁଛି ବୋଲି ଆମେ ବିଚାର କରୁଛୁ । ଆତଙ୍କବାଦ ଏବଂ ଅନ୍ତର୍ଦେଶୀୟ ସଂଗଠିତ ଅପରାଧର ମୁକାବିଲା ପାଇଁ ନିରନ୍ତର ପ୍ରୟାସ ଏବଂ ସହଯୋଗର ଆବଶ୍ୟକତା ରହିବା ଉପରେ ଜୋର ଦେଉଛୁ । ଏଥିପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପ୍ରସାରିତ ଆଭିମୁଖ୍ୟ ଏବଂ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ମଧ୍ୟ ରହିଛି ।

ଫଳପ୍ରଦ ସହଯୋଗ ଏବଂ ଗଭୀର ଏକୀକରଣ ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସ୍ଥିର ବଙ୍ଗୋପସାଗର କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ବିମସ୍ଟେକକୁ ଏକ ସକ୍ରିୟ, ପ୍ରଭାବୀ ଏବଂ ଫଳପ୍ରଦାନକାରୀ ସଂଗଠନରେ ପରିଣତ କରିବା ପାଇଁ ଆମେ ଆମର ଦୃଢ଼ ପ୍ରତିବଦ୍ଧତା ଦୋହରାଉଛୁ ।

ଏକ ସ୍ୱଚ୍ଛ, ଉଚିତ, ଆଇନ-ଆଧାରିତ, ସମାନତାପୂର୍ଣ୍ଣ ଏବଂ ପାରଦର୍ଶୀ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବଂ ମିଳିତ ଜାତିସଂଘକୁ କେନ୍ଦ୍ରସ୍ଥଳରେ ରଖିବା ସହିତ ବହୁପକ୍ଷୀୟବାଦ ଉପରେ ବିଶ୍ୱାସ ତଥା ଆଇନ-ଆଧାରିତ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥା ଉପରେ ଜୋର ଦେଉଛୁ  ।

ବିମସ୍ଟେକ ଅଧୀନରେ କ୍ଷେତ୍ରୀୟ ସହଯୋଗ ପ୍ରକ୍ରିୟାକୁ ପ୍ରଭାବୀ କରିବା ଦିଗରେ ସାଂଗଠନିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରୁଛୁ ।

ଭୂଟାନର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଦ୍ୱାରା ଶିଖର ସମ୍ମିଳନୀର ନିଷ୍ପତ୍ତିରେ ଅଂଶଗ୍ରହଣ ଓ ସହମତି ଏବଂ ଏହାର ଫଳାଫଳ ଦସ୍ତାବିଜକୁ ବିଶେଷ ଭାବେ ଧ୍ୟାନ ଦେଇ ଏକ ବିଜ୍ଞପିତ ଜନମତ ଆଧାର ଭାବେ ବିବେଚନା କରୁଛୁ ଯେହେତୁ ଏହା ପରବର୍ତ୍ତୀ ସରକାରଙ୍କ ଦ୍ୱାରା ଅନୁମୋଦନର ବିଷୟ ଅଟେ ।

ଏତଦ ଦ୍ୱାରା :

1. 1997 ବ୍ୟାଂକକ ଘୋଷଣାନାମାରେ ପ୍ରତିଷ୍ଠିତ ନୀତି ସ୍ମରଣ କରୁଛୁ ଏବଂ  ଏଥିପ୍ରତି ପୁନଃ ଗୁରୁତ୍ୱ ଦେଉଛୁ ଯେ ବିମସ୍ଟେକ ମଧ୍ୟରେ ସହଯୋଗ ସାର୍ବଭୌମ ସମାନତା, କ୍ଷେତ୍ରୀୟ ଅଖଣ୍ଡତା, ରାଜନୈତିକ ସ୍ୱାଧୀନତା, ଅନ୍ତରୀଣ ବ୍ୟାପାରରେ ବିନା ହସ୍ତକ୍ଷେପ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ଆପୋସ ଲାଭ ଉପରେ ଆଧାରିତ ହେବ ।

2. 1997 ବ୍ୟାଂକକ ଘୋଷଣାନାମାରେ ପ୍ରତିଷ୍ଠିତ ବିମସ୍ଟେକର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ଲାଗି ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବା ଲାଗି ରାଜି ହେଉଛୁ । ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ପ୍ରତିଷ୍ଠା ଲାଗି ବିମସ୍ଟେକକୁ ଅଧିକ ଦୃଢ଼, ପ୍ରଭାବୀ ଏବଂ ଫଳାଫଳ ଆଧାରିତ ସଂଗଠନରେ ପରିଣତ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମର ସଂକଳ୍ପକୁ ଦୋହରାଉଛୁ ।

3.  ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବିମସ୍ଟେକର ଅଭିନବସ୍ଥାନର ଲାଭ ଉଠାଇ, ଏହି କ୍ଷେତ୍ରରେ ଏକ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଏକ ସମ୍ପ୍ରସାରିତ ସ୍ତର ସହିତ ଶାନ୍ତି, ସ୍ଥିରତା ଏବଂ ନିରନ୍ତରତା ଆମର ସଂଗଠନକୁ ଏକ ପ୍ରଭାବୀ ମଞ୍ଚରେ ପରିଣତ କରିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ସମ୍ପର୍କକୁ ନିବିଡ଼ କରିବା ଲାଗି ପ୍ରତିବଦ୍ଧତା ଦୋହରାଇବା ନିମନ୍ତେ ସଂକଳ୍ପ ନେଉଛୁ ।

4. ବିମସ୍ଟେକ ରାଷ୍ଟ୍ର ସମେତ ସମଗ୍ର ବିଶ୍ୱରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛୁ ଏବଂ ସବୁ ସ୍ୱରୂପରେ ଏବଂ ପ୍ରତିରୂପରେ ଆତଙ୍କବାଦର ଦୃଢ଼ ଭାବେ ନିନ୍ଦା କରୁଛୁ ଏବଂ ଯାହାର କୃତ୍ୟ ହେଉ ପଛେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ କେବେହେଲେ ଉଚିତ ବୋଲି ଦର୍ଶାଯାଇପାରିବ ନାହିଁ । ଆମେ ଏହା ମଧ୍ୟ ସ୍ପଷ୍ଟ ଭାବେ ଦୋହରାଉଛୁ ଯେ ଆତଙ୍କବାଦ ବିରୋଧରେ ଲଢ଼େ କେବଳ ଆତଙ୍କବାଦୀ, ଆତଙ୍କବାଦୀ ସଂଗଠନ ଏବଂ ନେଟୱାର୍କ ଟାର୍ଗେଟ କରିବା ଉଚିତ ନୁହେଁ ବରଂ ସେହିସବୁ ରାଷ୍ଟ୍ର ଏବଂ ଅଣ ରାଷ୍ଟ୍ର ସଂସ୍ଥାଗୁଡ଼ିକୁ ଉତ୍ତରଦାୟୀ କରିବା ଉଚିତ ଯେଉଁମାନେ ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ ଏବଂ ଆର୍ଥିକ ସହଯୋଗ ଯୋଗାଇ ଦେଉଛନ୍ତି, ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନକୁ କାର୍ଯ୍ୟକଳାପର ନିରାପଦ ବିଚରଣସ୍ଥଳୀ ଯୋଗାଇ ଦେବା ସହ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବାରେ ସହାୟକ ହେଉଛନ୍ତି । ଆତଙ୍କବାଦ ମୁକାବିଲା କରିବା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତା ଦୋହରାଉଛୁ ଏବଂ ସମସ୍ତ ରାଷ୍ଟ୍ରଗୁଡ଼ିକ ଏ ଦିଗରେ ଏକ ବିସ୍ତୃତ ଆଭିମୁଖ୍ୟ ନେଇ ଆସିବା ପାଇଁ ଆହ୍ୱାନ କରୁଛୁ, ଯାହା ଆତଙ୍କବାଦ ପାଣ୍ଠି ଯୋଗାଣକୁ ବନ୍ଦ କରୁଥିବ,ଆତଙ୍କବାଦ ନିଯୁକ୍ତି ଉପରେ ରୋକ ଲଗାଉଥିବା, ଉଗ୍ରବାଦର ମୁକାବିଲା କରୁଥିବ, ଆତଙ୍କବାଦ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଇଣ୍ଟରନେଟର ଅପବ୍ୟବହାର ବନ୍ଦ କରୁଥିବା ଏବଂ ଆତଙ୍କବାଦୀଙ୍କ ଅଭୟ ବିଚରଣସ୍ଥଳୀକୁ ନଷ୍ଟ କରିବା ଦିଗରେ ପଦକ୍ଷେପ ନେଉଥିବ ।

5.  ମିଳିତ ଜାତିସଂଘର ସିଦ୍ଧାନ୍ତ ଏବଂ ଉଦ୍ଦେଶ୍ୟ ପ୍ରତି ସ୍ପଷ୍ଟ ଭାବେ ଆମର ବିଶ୍ୱାସକୁ ଦୋହରାଉଛୁ ଏବଂ ଏହାର ନିୟମ, ସଂସ୍ଥା ଏବଂ ଉପକରଣରେ ସଂସ୍କାର ଆଣି ଏହାକୁ ବର୍ତ୍ତମାନର ଜାଗତିକ ଆହ୍ୱାନ ପ୍ରତି ଉପଯୋଗୀ କରିବା ଲାଗି ବହୁପକ୍ଷୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଆଗ୍ରହ ପ୍ରକାଶ କରୁଛୁ । ଏଥିସହିତ ଏକ ସ୍ୱଚ୍ଛ, ଉଚିତ, ଆଇନ ଆଧାରିତ, ସମାନତାପୂର୍ଣ୍ଣ ଏବଂ ପାରଦର୍ଶୀ ବିଶ୍ୱ ବ୍ୟବସ୍ଥା ପ୍ରତି ମିଳିତ ସ୍ୱର ଉପସ୍ଥାପନ କରିବା ଦିଗରେ କାର୍ଯ୍ୟ କରିବା ଲାଗି ସହମତ ହେଉଛୁ ।

ସାଂଗଠନିକ ସଂସ୍କାର

6. ସାଂଗଠନିକ ଘୋଷଣାପତ୍ରର ଏକ ପ୍ରାରମ୍ଭିକ ଚିଠା ପ୍ରସ୍ତୁତ କରିବା ଲାଗି ବିମସ୍ଟେକ ସଚିବାଳୟକୁ ଦାୟିତ୍ୱ ଅର୍ପଣ କରିବା ଲାଗି ନିଷ୍ପତ୍ତି ନେଇଛୁ ଯାହା 1997 ବ୍ୟାଂକକ ଘୋଷଣାନାମା ଆଧାରିତ ହୋଇଥିବ, ସହଯୋଗ ପାଇଁ ପ୍ରାଥମିକତା ଏବଂ ଦୀର୍ଘସ୍ଥାୟୀ ସଂକଳ୍ପକୁ ପ୍ରତିପାଦନ କରୁଥିବ,ବିମସ୍ଟେକ ସ୍ଥାୟୀ କାର୍ଯ୍ୟକାରୀ କମିଟି ଏବଂ ଅନ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଞ୍ଚମ ଶିଖର ସମ୍ମିଳନୀ ସୁଦ୍ଧା ଏହାକୁ ପ୍ରଣୟନ କରିବା ନିମନ୍ତେ ବିବେଚନା କରିବା ପାଇଁ ସାଂଗଠନିକ ସହଯୋଗ ଏବଂ ନିଷ୍ପତ୍ତି ପ୍ରକ୍ରିୟାର ବିଭିନ୍ନ ସ୍ତରର ଭୂମିକା ଏବଂ ଉତ୍ତରଦାୟିତ୍ୱକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଥିବ ।  ବିମସ୍ଟେକ ମେକାନିଜମ ପାଇଁ ପ୍ରକ୍ରିୟାର ନିୟମ ବିକଶିତ କରିବା ଲାଗି ବିପିଡବ୍ଲ୍ୟୁସିକୁ ଦାୟିତ୍ୱ ଅର୍ପଣ କରିବା ଲାଗି ସହମତ ହୋଇଛୁ ।

 

7. ବିମସ୍ଟେକ କେନ୍ଦ୍ର ଏବଂ ସଂସ୍ଥାଗୁଡ଼ିକ ସମେତ ସଚିବାଳୟର ପ୍ରଶାସନିକ ଏବଂ ଆର୍ଥିକ ବ୍ୟାପାର ବୁଝିବା ସହିତ ବୈଠକର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା, ପ୍ରାଥମିକତା ଏବଂ ସାଂଗଠନିକ ଗତିବିଧିକୁ ତର୍କସଂଗତ କରିବା ଲାଗି ଏକ ବିମସ୍ଟେକ ସ୍ଥାୟୀ କାର୍ଯ୍ୟକାରୀ କମିଟି ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଇଛୁ ।

8. ଉପଯୁକ୍ତ ସମୟରେ ଏକ ବିମସ୍ଟେକ ବିକାଶ ପାଣ୍ଠି ପ୍ରତିଷ୍ଠା ଲାଗି ସମ୍ଭାବନା ଉଜାଗର କରିବା ନିମନ୍ତେ ଆମର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ/ଜାତୀୟ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛୁ । ଏଥିରେ ସଦସ୍ୟରାଷ୍ଟ୍ରଗୁଡ଼ିକର ସ୍ୱେଚ୍ଛାକୃତ ସହଯୋଗ ରହିବ ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସହମତି ଭିତ୍ତିରେ ଏହି ପାଣ୍ଠି ବିମସ୍ଟେକ ଗବେଷଣା ଏବଂ ଯୋଜନା ତଥା ବିମସ୍ଟେକ କେନ୍ଦ୍ର ଏବଂ ସଂସ୍ଥାଗୁଡ଼ିକର ପ୍ରକଳ୍ପ,କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ପାଇଁ ବିନିଯୋଗ ହେବ ।

 

9.  ଆର୍ଥିକ ଏବଂ ମାନବ ସମ୍ବଳ ସହିତ ଏହାକୁ ବିମସ୍ଟେକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପ ପାଇଁ ସମନ୍ୱୟ, ଅନୁଧ୍ୟାନ ଏବଂ ସୁବିଧା ଯୋଗାଣ ଲାଗି ସମର୍ଥ କରିବା ନିମନ୍ତେ ବିମସ୍ଟେକ ସଚିବାଳୟର ସଂସ୍ଥାଗତ ସାମର୍ଥ୍ୟ ବୃଦ୍ଧି ପାଇଁ ରାଜି ହୋଇଛୁ ।  ସଦସ୍ୟ ରାଷ୍ଟ୍ରଗୁଡ଼ିକର ସହମତିରେ ପ୍ରକଳ୍ପ ପ୍ରସ୍ତାବ ଦେବା ସହିତ ଏହାକୁ ପ୍ରଦାନ କରାଯାଉଥିବା ଯେକୌଣସି ଉତ୍ତରଦାୟିତ୍ୱ ଏହା ଯେପରି ଏକ ପ୍ରଭାବୀ ଏବଂ ଦକ୍ଷ ଭାବେ କାର୍ଯ୍ୟ କରିପାରୁଥିବ ଏବଂ ଏହାର ସଦସ୍ୟ ସଂଖ୍ୟାକୁ ପ୍ରତି ସଦସ୍ୟ ରାଷ୍ଟ୍ରରୁ ଜଣେ କରି 7 ଜଣକୁ ବୃଦ୍ଧି କରିବା ଲାଗି ରାଜି ହୋଇଛୁ ।

10. ଅନ୍ତର୍ଜାତୀୟ ମଞ୍ଚରେ ବିମସ୍ଟେକର ଦୃଶ୍ୟତା ଏବଂ ସମ୍ମାନ ବୃଦ୍ଧି ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ଆପୋସ ସ୍ୱାର୍ଥ ପ୍ରସଙ୍ଗରେ ଏହାକୁ ଆବଶ୍ୟକତା ଅନୁଯାୟୀ ଏକ ସାଧାରଣ ସ୍ଥାନ ପ୍ରଦାନ କରିବା ଏବଂ ବିଭିନ୍ନ ବହୁପକ୍ଷୀୟ ସଂସ୍ଥା, ସଂଗଠନ ଏବଂ ପ୍ରକ୍ରିୟାରେ ଏହାକୁ ଗୋଷ୍ଠୀ ମାନ୍ୟତା ପ୍ରଦାନ କରିବା ଲାଗି ଆମେ ପ୍ରୟାସ କରୁଛୁ ।

11. ସହଯୋଗର ମୂଳ କ୍ଷେତ୍ରରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଏବଂ ବିମସ୍ଟେକ ସହଯୋଗର ବର୍ତ୍ତମାନର କ୍ଷେତ୍ରକୁ ପୁନର୍ଗଠନ ଏବଂ ଯୁକ୍ତିଯୁକ୍ତ କରିବା ଏବଂ ବାସ୍ତବିକ ପରିଣାମ ଆଣିବା ଲାଗି ବିମସ୍ଟେକ ଅଧୀନରେ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର କାର୍ଯ୍ୟାନ୍ୱୟନର ପରିଚାଳନା ବିଧିକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦେଉଛୁ । ବିମସ୍ଟେକ ସହଯୋଗ ପାଇଁ ସ୍ତମ୍ଭଗୁଡ଼ିକର ପୁନଃନିର୍ମାଣ ଉପରେ ଥାଇଲାଣ୍ଡର ଅବଧାରଣା ପତ୍ରକୁ ସ୍ୱାଗତ କରି ପ୍ରସ୍ତାବିତ 5ଟି ସ୍ତମ୍ଭକୁ ବ୍ୟବସ୍ଥିତ କରିବା ଲାଗି ଏହାକୁ ବିମସ୍ଟେକ ସ୍ଥାୟୀ କାର୍ଯ୍ୟକାରୀ କମିଟିରେ ଉପସ୍ଥାପନ କରାଯିବ ।

12.  ଚୂଡ଼ାନ୍ତକରଣ ଏବଂ  ଅନୁମୋଦନ ପାଇଁ ଅନ୍ତରୀଣ ଅନୁମୋଦନ ପ୍ରକ୍ରିୟାରେ ପଡ଼ି ରହିଥିବା ଆଇନଗତ ଦସ୍ତାବିଜ ଏବଂ ଉପାଦାନଗୁଡ଼ିକୁ ପ୍ରାଥମିକତା ଆଧାରରେ ବିଚାର କରିବାକୁ ରାଜି ହୋଇଛୁ ।

13.  ସମ୍ପୃକ୍ତ କ୍ଷେତ୍ରରେ ହୋଇଥିବା ପ୍ରଗତି ନିମନ୍ତେ ଅଗ୍ରଣୀ ଦେଶଗୁଡ଼ିକର ଭୂମିକାକୁ ପ୍ରଶଂସା କରୁଛୁ,ଯେପରିକି ଏହି ଘୋଷଣାପତ୍ରରେ ଯୋଡ଼ି ରହିଛି, ଏବଂ ସେଗୁଡ଼ିକୁ ଆଗେଇ ନେବା ଲାଗି ପ୍ରୟାସକୁ ଦ୍ରୁତ କରିବା ଲାଗି ପ୍ରୋତ୍ସାହିତ କରୁଛୁ ।

14. ବିମସ୍ଟେକର କାର୍ଯ୍ୟକୁ ଆଗେଇ ନେବା କ୍ଷେତ୍ରରେ ଯୋଗଦାନ ଲାଗି ପୂର୍ବତର ମହାସଚିବ ମିଃ. ସୁମିତ ନାକାନ୍ଦାଲାଙ୍କ ମୂଲ୍ୟବାନ ଯୋଗଦାନକୁ ଆମେ ପ୍ରଶଂସା କରୁଛୁ ଏବଂ ବିମସ୍ଟେକର ମହାସଚିବ ଭାବେ ବାଂଲାଦେଶର ମିଃ. ଏମ ସାହିଦୁଲ ଇସଲାମଙ୍କ ନିଯୁକ୍ତିକୁ ସ୍ୱାଗତ କରୁଛୁ ।

15. ମାର୍ଚ୍ଚ 2014 ପର ଠାରୁ ସକ୍ଷମ କାର୍ଯ୍ୟବାହନ ପାଇଁ ନେପାଳକୁ ଉଚ୍ଚ ପ୍ରଶଂସା କରୁଛୁ ଏବଂ ବିମସ୍ଟେକର ନୂତନ ଅଧ୍ୟକ୍ଷ ଭାବେ ଶ୍ରୀଲଙ୍କାକୁ ସ୍ୱାଗତ କରୁଛୁ ।

16. ଆଂଚଳିକ ସହଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ବିମସ୍ଟେକ  ଶିଖର ସମ୍ମିଳନୀ ଏବଂ ବିମସ୍ଟେକ ମେକାନିଜମର ଅନ୍ୟ ବୈଠକ ଠିକଣା ସମୟରେ ଆୟୋଜନ ପାଇଁ ଆମର ପ୍ରତିବଦ୍ଧତା ଦୋହରାଉଛୁ ।

17. ଏହି ଘୋଷଣାନାମାର ଅଂଶବିଶେଷ ସ୍ୱରୂପ ଅନୁବନ୍ଧରେ ଉଲ୍ଲେଖ କରାଯାଇଥିବା କ୍ଷେତ୍ରୀୟ ସମୀକ୍ଷା ଉପରେ ଆମର ନିର୍ଦ୍ଦେଶ, ପ୍ରତିବଦ୍ଧତା ଏବଂ ସ୍ଥିତି ବ୍ୟକ୍ତ କରିବା ଲାଗି ରାଜି ହୋଇଛୁ ।

18. ଶିଖର ସମ୍ମିଳନୀ ପାଇଁ ଚମକ୍ରାର ଆୟୋଜନ ଏବଂ ଉଦାର ଆତିଥେୟ ନିମନ୍ତେ ନେପାଳ ସରକାରଙ୍କ ପ୍ରତି ଆମର ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ।

ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ପାଇଁ ଅନୁବନ୍ଧ

କ୍ଷେତ୍ରୀୟ ସମୀକ୍ଷା

ଦାରିଦ୍ର୍ୟ ଦୂରୀକରଣ

1. 2030 ଦାରିଦ୍ର୍ୟ ଦୂରୀକରଣ ଏଜେଣ୍ଡା ଆଧାରରେ 2030 ସୁଦ୍ଧା ବଙ୍ଗୋପସାଗର କ୍ଷେତ୍ରରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଆମର ପ୍ରତିବଦ୍ଧତା ଦୋହରାଉଛୁ । ଏଥିସହିତ ବିମସ୍ଟେକ ଦାରିଦ୍ର୍ୟ କାର୍ଯ୍ୟ ଯୋଜନାର ପ୍ରଭାବୀ କାର୍ଯ୍ୟକାରୀତା ପାଇଁ ଏବଂ ଦାରିଦ୍ର୍ୟ ଦୂରୀକରଣର ବ୍ୟାପକ ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ କ୍ଷେତ୍ରର ଯୋଗଦାନ ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା ଲାଗି ଆହ୍ୱାନ କରୁଛୁ ।

2. ଜାତୀୟ ଅର୍ଥବ୍ୟବସ୍ଥାର ଉତ୍ପାଦକ କ୍ଷେତ୍ର ଏବଂ ସେବା କ୍ଷେତ୍ରରେ ପରିବର୍ଦ୍ଧିତ ନିବେଶ ଜରିଆରେ ଆମର ଶ୍ରମ ଶକ୍ତିକୁ ଉପଯୁକ୍ତ କର୍ମ ନିଯୁକ୍ତି ଦେବା ଲାଗି ଦୃଢ଼ ପଦକ୍ଷେପ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।

ପରିବହନ ଏବଂ ଯୋଗାଯୋଗ (ସଂଯୋଗୀକରଣ)

3. ଏହି କ୍ଷେତ୍ରରେ ରାଜପଥ, ରେଳପଥ, ଜଳପଥ, ସାମୁଦ୍ରିକ ପଥ, ବାୟୁ ପଥର ବିକାଶ, ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ଜରିଆରେ ସୁଗମ, ପରସ୍ପର ସହ ସଂଯୁକ୍ତ ଏବଂ ସହଜ ପରିବହନ ବ୍ୟବସ୍ଥା ଏବଂ ବହୁପକ୍ଷୀୟ ପରିବହନ ଯୋଗାଯୋଗ ପ୍ରତିଷ୍ଠା କରିବା ଲାଗି ଆମର ପ୍ରତିବଦ୍ଧତା ଦୋହରାଉଛୁ । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତା ଏବଂ ସ୍ୱତନ୍ତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ସମ୍ଭବ ବିମସ୍ଟେକ ମୋଟର ଯାନ ଚୁକ୍ତି ଏବଂ ବିମସ୍ଟେକ ଉପକୂଳ ଚୁକ୍ତିକୁ ଚୂଡ଼ାନ୍ତ ରିପୋର୍ଟ ଦେବା ଲାଗି ଆମର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଉଛୁ ।

4. ପରିବହନ ଯୋଗାଯୋଗ ପାଇଁ ବିମସ୍ଟେକ ମାଷ୍ଟର ପ୍ଲାନ ଚିଠା ପ୍ରସ୍ତୁତିକୁ ସନ୍ତୋଷର ସହ ଗ୍ରହଣ କରୁଛୁ ଏବଂ ଏହାର ଆଗୁଆ କାର୍ଯ୍ୟକାରୀତା ପାଇଁ ଆହ୍ୱାନ କରୁଛୁ ଏବଂ ମାଷ୍ଟର ପ୍ଲାନ ପ୍ରସ୍ତୁତିରେ ସହଯୋଗ ପାଇଁ ଏସିଆନ ଡେଭଲପମେଂଟ ବ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତା ଏବଂ ସ୍ୱତନ୍ତ୍ର ପରିସ୍ଥିତ ପ୍ରତି ଧ୍ୟାନ ଦେଇ ଏହାର କାର୍ଯ୍ୟକାରୀତା ପାଇଁ ବିଧି ପ୍ରସ୍ତୁତ କରିବା ଲାଗି ବିମସ୍ଟେକ ପରିବହନ ଯୋଗାଯୋଗ କାର୍ଯ୍ୟକାରୀ ଗୋଷ୍ଠୀ (ବିଟିସିଡବ୍ଲ୍ୟୁଜି)କୁ ଦାୟିତ୍ୱ ଅର୍ପଣ କରୁଛୁ । ଆମେ ରାଜି ହୋଇଛୁ ଯେ ମାଷ୍ଟର ପ୍ଲାନ ଏକ ରଣନୈତିକ ଦସ୍ତାବିଜ ଭାବେ କାର୍ଯ୍ୟ କରିବ ଯାହା ପଦକ୍ଷେପ ପାଇଁ ମାର୍ଗଦର୍ଶନ କରିବ ଏବଂ ବିଭିନ୍ନ ଯୋଗାଯୋଗ ଢାଂଚା ଯଥା ଯୋଗାଯୋଗ ଉପରେ ଏସିଆନ ମାଷ୍ଟର ପ୍ଲାନ 2025 (ଏମପିଏସି 2025), ଆୟେୟାୱାଡି-ଚାଓ ଫ୍ରାୟା-ମେକଙ୍ଗ ଅର୍ଥନୈତିକ ସହଯୋଗ ରଣନୀତି (ଏସିଏମଇସିଏ) ମଧ୍ୟରେ ତାଳମେଳ ପ୍ରତିଷ୍ଠାନ କରିବ । ଏହା ଆମ କ୍ଷେତ୍ରରେ ସମ୍ପ୍ରସାରିତ ଯୋଗାଯୋଗ ଏବଂ ନିରନ୍ତର ବିକାଶ ହାସଲ କରିବାରେ ସହାୟକ ହେବ ।

5. ଏହି ଅଂଚଳର ଲୋକମାନଙ୍କୁ ଅଧିକ ସଂଚାରିତ, ସୁଲଭ ଏବଂ ଦ୍ରୁତଗତିର ଇଣ୍ଟରନେଟ ଏବଂ ମୋବାଇଲ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ଉଦ୍ଦେଶ୍ୟରେ  ସୂଚନା ପ୍ରଯୁକ୍ତି ଏବଂ ଯୋଗାଯୋଗ ସଂକ୍ରାନ୍ତ ବ୍ୟାପାରରେ ଏକ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଇଛୁ । ଏହି ପରିପ୍ରେକ୍ଷୀରେ, ନୂଆଦିଲ୍ଲୀରେ  ନୂଆ ଡିଜିଟାଲ ପରିସୀମା : ସଂଯୋଗନିର୍ମାଣଉଦ୍ଭାବନବିଷୟବସ୍ତୁ ଉପରେ 25-27 ଅକ୍ଟୋବର 2018 ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ 2018 ଠାରେ ଏକ ବିମସ୍ଟେକ ମନ୍ତ୍ରସ୍ତରୀୟ ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାରଙ୍କ ପ୍ରସ୍ତାବକୁ ସ୍ୱାଗତ କରୁଛୁ ଏବଂ ସମସ୍ତ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏଥିରେ ଭାଗ ନେବା ଲାଗି ଉତ୍ସାହିତ କରୁଛୁ ।

ବାଣିଜ୍ୟ ଏବଂ ନିବେଶ

6.  ବିମସ୍ଟେକ ମୁକ୍ତ ବାଣିଜ୍ୟ କ୍ଷେତ୍ର (ଏଫଟିଏ) ଆଲୋଚନାକୁ ଆଗୁଆ ଚୂଡ଼ାନ୍ତ ରୂପ ଦେବା ଲାଗି ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଉଛୁ ଏବଂ ଯଥାଶୀଘ୍ର ସମ୍ଭବ ସମସ୍ତ ବିମସ୍ଟେକ ଏଫଟିଏ ସଂକ୍ରାନ୍ତ ଚୁକ୍ତିକୁ ତ୍ୱରିତ ଚୂଡ଼ାନ୍ତ କରିବା ଲାଗି ବାଣିଜ୍ୟ ଆଲୋଚନା କମିଟି (ଟିଏନସି) ସମେତ ବିମସ୍ଟେକ ବାଣିଜ୍ୟ ଏବଂ ଅର୍ଥନୈତିକ ମନ୍ତ୍ରୀସ୍ତରୀୟ ବୈଠକ (ଟିଇଏମଏମ) ଓ ଏହାର ସହଯୋଗୀ ସଂସ୍ଥାଗୁଡ଼ିକୁ ଆଦେଶ ଦେଉଛୁ । ଏଥିସହିତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଉପରେ ହୋଇଥିବା ଅଗ୍ରଗତି ଏବଂ ବର୍ହିଶୁଳ୍କ ସହଯୋଗ ଚୁକ୍ତି କ୍ଷେତ୍ରରେ ଆମର ସନ୍ତୋଷ ବ୍ୟକ୍ତ କରୁଛୁ ଏବଂ ଆମର ସମ୍ପୃକ୍ତ ମନ୍ତ୍ରୀ/ଏଜେନ୍ସିଗୁଡ଼ିକୁ ଟିଏନସି ବୈଠକରେ ନିୟମିତ ଅଂଶଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଉଛୁ ।

7. ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହନ ଲାଗି ସରକାରୀ-ଘରୋଇ କ୍ଷେତ୍ରର ସହଯୋଗକୁ ସୁଦୃଢ଼ କରିବା ଲାଗି ବିମସ୍ଟେକ ଅର୍ଥନୈତିକ ମଞ୍ଚ ଏବଂ ବିମସ୍ଟେକ ବ୍ୟବସାୟ ମଞ୍ଚର କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଲାଗି ସହମତ ହୋଇଛୁ ଏବଂ ବିମସ୍ଟେକ ଭିସା ସୁବିଧାର ବିଧିକୁ ଚୂଡ଼ାନ୍ତ କରିବା ଲାଗି ଆଲୋଚନା ଜାରି ରଖିବା ନିମନ୍ତେ ଭିସା ପ୍ରସଙ୍ଗରେ ବିମସ୍ଟେକ ବିଶେଷଜ୍ଞ ଗୋଷ୍ଠୀକୁ ଦାୟିତ୍ୱ ଅର୍ପଣ କରୁଛୁ ।

8. ଡିସେମ୍ବର 2018ରେ ବିମସ୍ଟେକ ଷ୍ଟାର୍ଟଅପ କନକ୍ଲେଭ ଆୟୋଜନ ନିଷ୍ପତ୍ତି ପାଇଁ ଭାରତର ପ୍ରସ୍ତାବକୁ ସ୍ୱାଗତ କରୁଛୁ ଏବଂ ସମସ୍ତ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏଥିରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରୁଛୁ ।

ଆତଙ୍କବାଦ ମୁକାବିଲା ଏବଂ ଅନ୍ତର୍ଦେଶୀୟ ଅପରାଧ

9. ଆମ ଅଂଚଳର ଶାନ୍ତି ଏବଂ ସ୍ଥିରତା ପ୍ରତି ଆତଙ୍କବାଦ ଏକ ଗୁରୁତର ବିପଦ ସୃଷ୍ଟି କରୁଛି ବୋଲି ଆମେ ଦୃଢ଼ ଭାବେ ମତବ୍ୟକ୍ତ କରୁଛୁ ଏବଂ  ସମସ୍ତ ସ୍ୱରୂପ ଏବଂ ପ୍ରତିରୂପରେ ଆତଙ୍କବାଦର ମୁକାବିଲା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତା ଦୋହରାଉଛୁ ଏବଂ ଏହି କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନେବା ଲାଗି ରାଜି ହୋଇଛୁ ।

10. ଅପରାଧିକ ବ୍ୟାପାରରେ ଆପୋସ ଆଇନଗତ ସହାୟତା ପାଇଁ ବିମସ୍ଟେକ ସମ୍ମିଳନୀରେ ସ୍ୱାକ୍ଷର କରିବା ପ୍ରତି ଆଗ୍ରୀହୀ ଅଛୁ ଏବଂ ଏହାକୁ ଯଥାଶୀଘ୍ର ସହମତି ନିମନ୍ତେ ସମସ୍ତ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ । ଏଥିସହିତ ଅନ୍ତର୍ଜାତୀୟ ଆତଙ୍କବାଦର ମୁକାବିଲା, ଅନ୍ତର୍ଦେଶୀୟ ସଂଗଠିତ ଅପରାଧ ଏବଂ ବେଆଇନ ନିଶାଦ୍ରବ୍ୟ କାରବାର ମୁକାବିଲା କ୍ଷେତ୍ରରେ ସହଯୋଗ ପାଇଁ ବିମସ୍ଟେକ ସମ୍ମିଳନୀ ପ୍ରତି ଅଧିକାଂଶ ସଦସ୍ୟ ରାଷ୍ଟ୍ର ସହମତ ହୋଇଥିବାରୁ ସେଥିପ୍ରତି ସନ୍ତୋଷ ବ୍ୟକ୍ତ କରୁଛୁ ଏବଂ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସେପରି କରିବା ଲାଗି ଆହ୍ୱାନ କରୁଛୁ ।

11. ଆଇନ ଲାଗୁ, ଗୁଇନ୍ଦା ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ସମନ୍ୱୟକୁ ସୁଦୃଢ଼ କରିବା ଲାଗି ଆମର ପ୍ରତିବଦ୍ଧତା ଦୋହରାଉଛୁ ଏବଂ ବିମସ୍ଟେକ ଗୃହ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବା ଏବଂ ବିମସ୍ଟେକ ଜାତୀୟ ସୁରକ୍ଷା ପ୍ରମୁଖଙ୍କ ବୈଠକ ଜାରି ରଖିବା ଲାଗି ସହମତ ହୋଇଛୁ ଯାହା ଆତଙ୍କବାଦ ଏବଂ ଅନ୍ତର୍ଦେଶୀୟ ଅପରାଧ ନିରାକରଣକୁ ପ୍ରୋତ୍ସାହିତ କରିବ ।

12. ମାର୍ଚ୍ଚ 2019ରେ ବିମସ୍ଟେକ ଜାତୀୟ ସୁରକ୍ଷା ପ୍ରମୁଖଙ୍କ ତୃତୀୟ ବୈଠକ ଆୟୋଜନ ଲାଗି ଥାଇଲାଣ୍ଡର ପ୍ରସ୍ତାବକୁ ସ୍ୱାଗତ କରୁଛୁ ।

ପରିବେଶ ଏବଂ ବିପର୍ଯ୍ୟୟ ପରିଚାଳନା

13. ସୂଚନା ଆଦାନପ୍ରଦାନ, ଆଗୁଆ ସତର୍କ ବ୍ୟବସ୍ଥା, ସତର୍କତାମୂଳକ ପଦକ୍ଷେପ ଗ୍ରହଣ, ଥଇଥାନ ଏବଂ ଦକ୍ଷତା ବିକାଶ ଆଦି ଜରିଆରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିବିଡ଼ ସହଯୋଗକୁ ପ୍ରୋତ୍ସାହିତ କରୁଛୁ ଏବଂ ବର୍ତ୍ତମାନର ସାମର୍ଥ୍ୟକୁ ଆହୁରି ବିକଶିତ କରିବା ଲାଗି ନିଷ୍ପତ୍ତି ନେଇଛୁ । ବଙ୍ଗୋପସାଗର କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପ୍ରସ୍ତୁତି ଏବଂ ସମନ୍ୱୟରେ ଉନ୍ନତି ଆଣିବା ଲାଗି ଏକ ଯୋଜନା ବିକଶିତ କରିବା ନିମନ୍ତେ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନେଇଛୁ ।

ଜଳବାୟୁ ପରିବର୍ତ୍ତନ

14. ପରିବେଶ ନଷ୍ଟ, ହିମାଳୟ ଏବଂ ଏହାର ପରିବେଶ ତନ୍ତ୍ର ଏବଂ ବଙ୍ଗୋପସାଗର ଓ ଭାରତ ମହାସାଗର ସହ ଜଡ଼ିତ କ୍ଷେତ୍ର  ଉପରେ ବିଶ୍ୱ ଉତ୍ତାପନ ଏବଂ ଜଳବାୟୁ ପରିବର୍ତ୍ତନର ବିପଜ୍ଜନକ ପ୍ରଭାବ ପ୍ରତି ଆମେ ଗଭୀର ଉଦବେଗ ପ୍ରକାଶ କରୁଅଛୁ । ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଏବଂ ଆମ ଲୋକମାନଙ୍କ ଜୀବନ ଓ ଜୀବିକା ଉପରେ ଜଳବାୟୁ ପରିର୍ତ୍ତନର ପ୍ରଭାବର ମୁକାବିଲା ଲାଗି ସହଯୋଗ ନିମନ୍ତେ ଆମର ସଂକଳ୍ପକୁ ଦୋହରାଉଛୁ । ଏହି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ମିଳିତ ମୁକାବିଲା ପାଇଁ କାର୍ଯ୍ୟ ଯୋଜନା ବିକଶିତ କରିବା ପାଇଁ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀ ପ୍ରତିଷ୍ଠା କରିବାର ସମ୍ଭାବନା ଉଜାଗର କରିବା; ପ୍ୟାରିସ ଚୁକ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ଆମର ପ୍ରତିବଦ୍ଧତା ଦୋହରାଇବା, ଯାହା ସାଧାରଣ ନୀତି କିନ୍ତୁ ଭିନ୍ନ ଭିନ୍ନ ଉତ୍ତରଦାୟିତ୍ୱ ଏବଂ ନିଜସ୍ୱ ସାମର୍ଥ୍ୟ ଆଧାରିତ ହୋଇଥିବ ତଥା ବିଭିନ୍ନ ଜାତୀୟ ପରିସ୍ଥିତି ଏବଂ ସମାନତା ପ୍ରତି ଦୃଷ୍ଟି ଦେଉଥିବ ।

ଶକ୍ତି

14. ଏହି କ୍ଷେତ୍ରରେ ଥିବା ଶକ୍ତି ସମ୍ବଳ, ବିଶେଷ କରି ନବୀକରଣଯୋଗ୍ୟ ଏବଂ ସ୍ୱଚ୍ଛ ଶକ୍ତି ଉତ୍ସର ସମ୍ଭାବନାକୁ ବିଚାର କରୁଛୁ ଏବଂ ଏହି କ୍ଷେତ୍ରରେ ପରସ୍ପର ସହ ନିବିଡ଼ ଭାବେ କାର୍ଯ୍ୟ କରି ଶକ୍ତି ସହଯୋଗ ପାଇଁ ବିସ୍ତୃତ ଯୋଜନା ବିକଶିତ କରିବା ଲାଗି ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବା ଲାଗି ରାଜି ହୋଇଛୁ ଏବଂ ଜଳବିଦ୍ୟୁତ ଏବଂ ଅନ୍ୟ ନବୀକରଣଯୋଗ୍ୟ ଶକ୍ତି ଉତ୍ସ ସମେତ ଶକ୍ତି କ୍ଷେତ୍ରରେ ସମ୍ପ୍ରସାରିତ ସହଯୋଗ ପାଇଁ ଏକ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବା ଲାଗି ନିଷ୍ପତ୍ତି ନେଇଛୁ ।

15. ଶକ୍ତି ବାଣିଜ୍ୟ ମାଧ୍ୟମ ସମେତ ଆମର ଲୋକମାନଙ୍କ ଅର୍ଥନୈତିକ ବିକାଶ ପାଇଁ ନିରନ୍ତର ଏବଂ ସୁଲଭ ଶକ୍ତି ଯୋଗାଣ ଉପଲବ୍ଧ କରାଇବା ପ୍ରତି ଆମେ ପ୍ରତିବଦ୍ଧ । ବିମସ୍ଟେକ ଗ୍ରୀଡ ଆନ୍ତଃସଂଯୋଗୀକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରାଯିବାକୁ ସ୍ୱାଗତ କରୁଛୁ ଏବଂ  ଗ୍ରୀଡ ଆନ୍ତଃସଂଯୋଗୀକରଣ ପାଇଁ ରହିଥିବା ବାଧକ ଦୂର କରିବା ଲାଗି ବୈଷୟିକ, ଯୋଜନାଗତ ଏବଂ କାର୍ଯ୍ୟକାରୀ ମାନକର ସମନ୍ୱୟକରଣ ପାଇଁ ଦୃଢ଼ ପଦକ୍ଷେପ ନେବା ଲାଗି ସମ୍ପୃକ୍ତ ସଂସ୍ଥାକୁ ଆଦେଶ ଦେଉଛୁ ଏବଂ ବିମସ୍ଟେକ ଗ୍ରୀଡ ଆନ୍ତଃସଂଯୋଗୀକରଣ ଯଥାଶୀଘ୍ର ପ୍ରତିଷ୍ଠା ସୁନିଶ୍ଚିତ କରିବା ଏବଂ ଏହି କ୍ଷେତ୍ରରେ ଶକ୍ତି ସହଯୋଗକୁ ସୁଦୃଢ଼ କରିବା ଲାଗି ବିମସ୍ଟେକ ଶକ୍ତି କେନ୍ଦ୍ରର ଶୀଘ୍ର କାର୍ଯ୍ୟକାରୀତା ପାଇଁ ଆହ୍ୱାନ କରୁଛୁ ।

ପ୍ରଯୁକ୍ତି

16. ବିଭିନ୍ନ କ୍ଷେତ୍ରରେ  ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସମେତ ସୁଲଭ ପ୍ରଯୁକ୍ତିର ବିକାଶ, ଗ୍ରହଣୀୟତା ଏବଂ ଆଦାନପ୍ରଦାନ କ୍ଷେତ୍ରରେ ପରିବର୍ଦ୍ଧିତ ସହଯୋଗ ପାଇଁ ରାଜି ହୋଇଛୁ ଏବଂ ଶ୍ରୀଲଙ୍କାରେ ବିମସ୍ଟେକ ପ୍ରଯୁକ୍ତି ହସ୍ତାନ୍ତର ସୁବିଧା ପ୍ରତିଷ୍ଠା ଲାଗି ସହଯୋଗ ବୁଝାମଣା ସ୍ୱାକ୍ଷର କରିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରୟାସକୁ ସ୍ୱାଗତ କରୁଛୁ ।

17.  ପ୍ରଯୁକ୍ତିର କ୍ଷତିକାରକ ପ୍ରଭାବର ମୁକାବିଲା କରିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ପ୍ରଯୁକ୍ତିର ବିକାଶ ପାଇଁ ମାନବ ସମ୍ବଳ ବିକାଶ ଏବଂ ଶିକ୍ଷା ଉପରେ ସହଯୋଗ ପାଇଁ ରାଜି ହୋଇଛୁ ।

କୃଷି

18. ଫସଲ, ପଶୁପାଳନ ଏବଂ ଉଦ୍ୟାନକୃଷି, କୃଷି ଯନ୍ତ୍ରାଂଶ ଏବଂ ଜଳସେଚନ ପରିଚାଳନା ସମେତ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ନିଷ୍ପତ୍ତି ନେଇଛୁ ଯାହାଦ୍ୱାରା ଏକ ନିରନ୍ତର ଢଙ୍ଗରେ କୃଷି ଉତ୍ପାଦନ ବୃଦ୍ଧି ପାଇପାରିବ ଏବଂ କୃଷି ଉତ୍ପାଦନରେ ଲାଭ ହୋଇପାରିବ । ଖାଦ୍ୟ ଏବଂ ପୋଷର ନିରାପତ୍ତା ହାସଲ ଲାଗି ସହଯୋଗକୁ ତ୍ୱରାନ୍ୱିତ କରିବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦେଇଛୁ । ପାରମ୍ପରିକ କୃଷିକୁ ସଂରକ୍ଷଣ କରିବା ଓ ଜ୍ଞାନକୁ ପ୍ରୋତ୍ସାହିତ କରିବା ଲାଗି ଉଭୟ ପାରମ୍ପରିକ ଏବଂ ଆଧୁନିକ କୃଷିକୁ ଉପଯୁକ୍ତ ଭାବେ ଯୋଡ଼ିବା, କୃଷି ଉତ୍ପାଦନ ବ୍ୟୟ ହ୍ରାସ, ଆୟ ବୃଦ୍ଧି ଏବଂ କୃଷକ ସମାଜଙ୍କ ବିପଦର ମୁକାବିଲା କରିବା ପାଇଁ ସହମତ ହୋଇଛୁ । ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୃଷି ବାଣିଜ୍ୟ ସୁବିଧା ଯୋଗାଇ ଦେବା ଏବଂ ଦାରିଦ୍ର୍ୟ ଦୂରୀକରଣ,ନିଯୁକ୍ତି ସୃଷ୍ଟି ଏବଂ ଆମ ରାଷ୍ଟ୍ରଗୁଡ଼ିକର ଜନସାଧାରଣଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ଦିଗରେ ଯୋଗଦାନ ଦେବା ଉଦ୍ଦେଶ୍ୟରେ ଆମେ ଏହି ପଦକ୍ଷେପ ଗ୍ରହଣ କରିବା ଲାଗି ରାଜି ହୋଇଛୁ ।

19. 2019 ସୁଦ୍ଧା କୃଷି ଉପରେ ପ୍ରଥମ ବିମସ୍ଟେକ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ ଲାଗି ମିଆଁମାରର ପ୍ରସ୍ତାବ ଏବଂ 2019ରେ ଜଳବାୟୁ ସ୍ମାର୍ଟ କୃଷି ଉପରେ ଆୟୋଜିତ ବିମସ୍ଟେକ ସମ୍ମିଳନୀ ଆୟୋଜନ ପାଇଁ ଭାରତର ପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ  ।

ମତ୍ସ୍ୟ ଚାଷ

21. ଆମେ ଏହି କ୍ଷେତ୍ରରେ ସାମୁଦ୍ରିକ ସମ୍ବଳର ସଂରକ୍ଷଣ, ପରିଚାଳନା ଏବଂ ନିରନ୍ତର ଉପଯୋଗରେ ନିରନ୍ତର ସହଯୋଗ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛୁ, ଆମେ ଏହି କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଲୋକମାନଙ୍କୁ ଜୀବିକାରେ ଉନ୍ନତି ଆଣିବା ଏବଂ ନିରନ୍ତର ସାମୁଦ୍ରିକ ମତ୍ସ୍ୟ ପାଳନକୁ ପ୍ରୋତ୍ସାହନ ଦେବା ଲାଗି ସାର୍ଥକ ସହଯୋଗର ସମ୍ଭାବନା ଖୋଜିବାର ଉତ୍ତରଦାୟିତ୍ୱ ପ୍ରାସଙ୍ଗିକ ରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଅର୍ପଣ କରିବା ତଥା ସାମୁଦ୍ରିକ ସୀମା ନଥିବା ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଅନ୍ତର୍ଦେଶୀୟ ମତ୍ସ୍ୟ ପାଳନରୁ ଲାଭାନ୍ୱିତ ହେବା ଲାଗି ଉପାୟ ଖୋଜିବା ନିମନ୍ତେ ସମ୍ପୃକ୍ତ ପ୍ରାଧିକରଣକୁ ନିର୍ଦ୍ଦେଶ ଦେବା ଲାଗି ଆପୋସ ସହଯୋଗ ବୃଦ୍ଧି କରିବା ଲାଗି ସହମତି ବ୍ୟକ୍ତ କରିଛୁ ।

ଜନସ୍ୱାସ୍ଥ୍ୟ

22. ଆମେ ଅଣସଂକ୍ରାକମ ରୋଗ ବ୍ୟାପିବା ଉପରେ ରୋକ ଲଗାଇବା ସହିତ ସେହି ଅନ୍ତର୍ଜାତୀୟ ଜନ ସ୍ୱାସ୍ଥ୍ୟ ପ୍ରସଙ୍ଗର ସମାଧାନ କରିବା ଲାଗି ଆପୋସ ସହଯୋଗ ବଢ଼ାଇବା ଲାଗି ସହମତି ବ୍ୟକ୍ତି କରିଛୁ ଯାହା ବିମସ୍ଟେକ କ୍ଷେତ୍ରର ଲୋକମାନଙ୍କ ଆର୍ଥିକ ଏବଂ ସାମାଜିକ ପ୍ରଗତିରେ ବାଧକ ଅଟେ । ଏଥିରେ ଏଚଆଇଭି ଏବଂ ଏଡସ, ମ୍ୟାଲେରିଆ, ଡେଙ୍ଗୁ, ଯକ୍ଷ୍ମା, ଭାଇରାଲ ଜ୍ୱର, ଆଭିଆନ ଏବଂ ସ୍ୱାଇନ ଫ୍ଲୁ ସହିତ ଅନ୍ୟାନ୍ୟ ଜନ ସ୍ୱାସ୍ଥ୍ୟ ପାଇଁ ଦେଖାଦେଇଥିବା ବିପଦ ମଧ୍ୟ ସାମିଲ ରହିଛି । ଆମେ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଆପୋସ ସହଯୋଗ ଦିଗରେ ହୋଇଥିବା ଅଗ୍ରଗତିକୁ ଧ୍ୟାନରେ ରଖିଛୁ, ଆମେ ଏହି କ୍ଷେତ୍ରରେ ସହଯୋଗମୂଳକ ଗତିବିଧିକୁ ଜାରି ରଖିବା, ସୂଚନାର ଆଦାନପ୍ରଦାନ,ଅଭିଜ୍ଞତା ଆଦାନପ୍ରଦାନ କରିବା, ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ କରିବା ଏବଂ ସେହି ରୋଗର ନିରାକରଣ ଏବଂ ଏହା ଉପରେ ଅଙ୍କୁଶ ରଖିବା ସହିତ ଜଡ଼ିତ ଅନ୍ୟ ଦୃଢ଼ କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ମଧ୍ୟରେ ସକ୍ରିୟ ସହଯୋଗକୁ ପ୍ରୋତ୍ସାହିତ କରିବା ଲାଗି ପ୍ରତିବଦ୍ଧ ଅଟୁ ଏଥିରେ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ମଧ୍ୟ ସାମିଲ ରହିଛି । ଆମେ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ସହଯୋଗ ନିମନ୍ତେ କରାଯାଇଥିବା ବ୍ୟାପକ ପ୍ରୟାସ ଲାଗି ଥାଇଲାଣ୍ଡର ପ୍ରଶଂସା କରୁଛୁ ।

ଲୋକମାନଙ୍କ ମଧ୍ୟରେ ସମ୍ପର୍କ

23. ଆମେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆପୋସ ବୁଝାମଣା ଏବଂ ବିଶ୍ୱାସକୁ ଆହୁରି ଅଧିକ ବଢ଼ାଇବା ଏବଂ ସଦସ୍ୟ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ବିଭିନ୍ନ ସ୍ତରରରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଲାଗି ସଂକଳ୍ପ ନେଉଛୁ । ଆମେ ବିମସ୍ଟେକ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଲାଗି ନୀତିଗତ ଚିନ୍ତା ନାୟକ ମଣ୍ଡଳର ବିମସ୍ଟେକ ନେଟୱାର୍କ (ବିଏନପିଟିଟି)ର ଗତିବିଧିକୁ ସମ୍ପୂର୍ଣ୍ଣ ସନ୍ତୋଷର ସହିତ ଧ୍ୟାନରେ ରଖିଛୁ ଏବଂ ଆମେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ବିଏନପିଟିଟିର ବିଚାର ନିମନ୍ତେ ବିଷୟଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବା ଲାଗି ନିର୍ଦ୍ଦେଶ ଦେଉଛୁ ।

24. ଆମେ ସଦସ୍ୟ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ସମ୍ପର୍କର ପରିଧିକୁ ବଢ଼ାଇବାର ଉଦ୍ଦେଶ୍ୟରେ ସାଂସଦ, ବିଶ୍ୱବିଦ୍ୟାଳୟ, ଶିକ୍ଷାବିତ, ଗବେଷଣା ପ୍ରତିଷ୍ଠାନ, ସାଂସ୍କୃତିକ ସଂଗଠନ ଏବଂ ଗଣମାଧ୍ୟମ ସମୁଦାୟ ଲାଗି ଉପଯୁକ୍ତ ବିମସ୍ଟେକ ଫୋରମ ପ୍ରତିଷ୍ଠା କରିବାର ସମ୍ଭାବନା ସନ୍ଧାନ କରିବା ଲାଗି ସହମତି ବ୍ୟକ୍ତ କରିଛୁ ।

ସାଂସ୍କୃତିକ ସହଯୋଗ

25. ଆମେ ସଦସ୍ୟ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ଐତିହାସିକ ସାଂସ୍କୃତିକ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଏବଂ ସାଂସ୍କୃତିକ ବିବିଧତା ନିମନ୍ତେ ପାରସ୍ପରିକ ସମ୍ମାନ ଏବଂ ସହିଷ୍ଣୁତାକୁ ପ୍ରୋତ୍ସାହନ ଦେବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦେଉଛୁ, ଆମେ ଏହି କ୍ଷେତ୍ରରେ ଏକ ସମ୍ପର୍କ ସୂତ୍ର ରୂପରେ ବୌଦ୍ଧ ଧର୍ମର ମହତ୍ୱକୁ ରେଖାଙ୍କିତ କରୁଛୁ ଏବଂ ଏକ ବୌଦ୍ଧ ସର୍କିଟ ପ୍ରତିଷ୍ଠା କରି ଏହାକୁ ସ୍ପଷ୍ଟ ରୂପେ ଅଭିବ୍ୟକ୍ତ କରିବା ଲାଗି ଆମେ ପ୍ରତିବଦ୍ଧ ଅଟୁ ।

26. ଆମେ ନିୟମିତ ବ୍ୟବଧାନରେ ବିମସ୍ଟେକ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଏବଂ ବିମସ୍ଟେକ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିବା ଲାଗି ସହମତି ବ୍ୟକ୍ତ କରୁଛୁ । ଆମେ ସଂସ୍କୃତି ଉପରେ ଦ୍ୱିତୀୟ ବିମସ୍ଟେକ ମନ୍ତ୍ରୀସ୍ତରୀୟ ବୈଠକ ଏବଂ ପ୍ରଥମ ବିମସ୍ଟେକ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିବା ସମ୍ପର୍କରେ ବାଂଲାଦେଶର ପ୍ରସ୍ତାବକୁ ସ୍ୱାଗତ କରୁଛୁ । ଆମେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସଂସ୍କୃତି ମନ୍ତ୍ରୀମାନଙ୍କର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆୟୋଜନରେ ଭାଗ ନେବା ଲାଗି ସମ୍ପୂର୍ଣ୍ଣ ଦୃଢ଼ତାର ସହିତ ପ୍ରୋତ୍ସାହିତ କରୁଛୁ ।

ପର୍ଯ୍ୟଟନ

27. ଆମେ ବିମ୍ସଟେକ କ୍ଷେତ୍ର ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ଦୃଢ଼ ପଦକ୍ଷେପ ଉଠାଇବା, ଉଦିତ ସୁଯୋଗ(Emerging Opportunities)କୁ ଧ୍ୟାନରେ ରଖି ଉପଯୁକ୍ତ ରଣନୀତି ବିକଶିତ କରିବାର ଉତ୍ତରଦାୟିତ୍ୱ ସମ୍ବନ୍ଧୀୟ ପ୍ରାଧିକରଣଗୁଡ଼ିକୁ ଅର୍ପଣ କରିବା ଏବଂ ବିଗତ ଦିନରେ ନିଆଯାଇଥିବା ପଦକ୍ଷେପରୁ ଲାଭ ଉଠାଇବା ଉପରେ ସହମତି ବ୍ୟକ୍ତ କରୁଛୁ । ଏଥିରେ 2005ରେ କୋଲକାତାରେ ଅନୁମୋଦିତ ଏବଂ ବର୍ଷ 2006ରେ ବିମସ୍ଟେକର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଦ୍ୱିତୀୟ ଗୋଲ ଟେବୁଲ ବୈଠକ ଏବଂ କାଠମାଣ୍ଡୁରେ ଆୟୋଜିତ କର୍ମଶାଳାରେ ଉଲ୍ଲେଖ କରାଯାଇଥିବା“ବିମସ୍ଟେକ କ୍ଷେତ୍ର ପାଇଁ ପର୍ଯ୍ୟଟ ବିକାଶ ଏବଂ ସମ୍ବର୍ଦ୍ଧନ ଲାଗି କାର୍ଯ୍ୟ ଯୋଜନା’ ମଧ୍ୟ ସାମିଲ ରହିଛି । ଆମେ ପର୍ଯ୍ୟଟକମାନଙ୍କ ସୁରକ୍ଷା ଏବଂ ଯତ୍ନ ସହିତ ସୁଗମ ପରିବହନ କନେକ୍ଟିଭିଟି ସୁନିଶ୍ଚିତ କରି ପର୍ଯ୍ୟଟକୁ ସୁବିଧାଜନକ କରିବା ଲାଗି ଦୃଢ଼ ପଦକ୍ଷେପ ନେବା ଉପରେ ସହମତି ବ୍ୟକ୍ତ କରିଛୁ । ଆମେ ବୌଦ୍ଧ ପର୍ଯ୍ୟଟନ ସର୍କିଟ, ମନ୍ଦିର ପର୍ଯ୍ୟଟନ ସର୍କିଟ, ପ୍ରାଚୀନ ସହର ଚିହ୍ନ, ଇକୋ ଟୁରିଜିମ ଏବଂ ଚିକିତ୍ସା ପର୍ଯ୍ୟଟନକୁ ବିକଶିତ ଏବଂ ପ୍ରୋତ୍ସାହିତ କରିବା ଲାଗି ନିଜର ପ୍ରତିବଦ୍ଧତା ପୁଣିଥରେ ଦୋହରାଉଛୁ । ଆମେ ବର୍ଷ 2020ରେ ନେପାଳରେ ବିମସ୍ଟେକ ପର୍ଯ୍ୟଟନ ସମ୍ମିଳନୀର ଆୟୋଜନ କରିବା ସମ୍ପର୍କରେ ନେପାଳର ପ୍ରସ୍ତାବକୁ ସ୍ୱାଗତ କରୁଛୁ ଯାହାର ଆୟୋଜନ “ଭିଜନ ନେପାଳ ବର୍ଷ 2020” ସମୟରେ ହେବ ।

ପାର୍ବତ୍ୟ ଅର୍ଥବ୍ୟବସ୍ଥା

28. ଆମେ ନିରନ୍ତର ବିକାଶରେ ସହଯୋଗ ଦେବା ଲାଗି ପର୍ବତଗୁଡ଼ିକର ଜୈବ-ବିବିଧତା ସହିତ ପାର୍ବତ୍ୟ ପରିବେଶତନ୍ତ୍ରର ସଂରକ୍ଷଣ ସୁନିଶ୍ଚିତ କରିବା ଲାଗି ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତାକୁ ରେଖାଙ୍କିତ କରୁଛୁ । ଆମେ ବିମସ୍ଟେକ ଦେଶଗୁଡ଼ିକ ମଧ୍ୟରେ ପାର୍ବତ୍ୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉପରେ ଉପସ୍ଥାପନ କରାଯାଇଥିବା ଅବଧାରଣା ପତ୍ରକୁ ସ୍ୱାଗତ କରୁଛୁ ଯାହାକୁ ନେପାଳ ପ୍ରସ୍ତୁତ କରିଛି ଏବଂ ଯାହାର ଉଦ୍ଦେଶ୍ୟ ଏହି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଅଟେ । ଆମେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ଏକ ଆନ୍ତଃସରକାରୀ ବିଶେଷଜ୍ଞ ସମୂହର ଗଠନ କରିବା ଲାଗି ନିଷ୍ପତ୍ତି ନେଇଛୁ ।

ନୀଳ ଅର୍ଥବ୍ୟବସ୍ଥା

29. ଆମେ ନୀଳ ଅର୍ଥବ୍ୟବସ୍ଥା (Blue Economy)ର ଗୁରୁତ୍ୱ ପ୍ରତି ବିଶେଷ ଜୋର ଦେଉଛୁ ଏବଂ ଆମେ ଏହି କ୍ଷେତ୍ରରେ ନିରନ୍ତର ବିକାଶ ଲାଗି ଏହି କ୍ଷେତ୍ରରେ ସହଯୋଗ କରବା ପ୍ରତି ସହମତି ବ୍ୟକ୍ତ କରିଛୁ । ଆମେ ସାମୁଦ୍ରିକ ସୀମା ନଥିବା ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ପରିସ୍ଥିତିକୁ ଧ୍ୟାନରେ ରଖି ନୀଳ ଅର୍ଥବ୍ୟବସ୍ଥା ଉପରେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଏକ ଆନ୍ତଃସରକାରୀ ବିଶେଷଜ୍ଞ ସମୂହ ଗଠନ କରିବାର ନିଷ୍ପତ୍ତି ନେଇଛୁ ।

30. ଆମେ ବିମସ୍ଟେକର ସଦସ୍ୟ ରାଷ୍ଟ୍ରଗୁଡ଼ିକର ସରକାରୀ ପ୍ରତିନିଧିମାନଙ୍କ ଭାଗିଦାରୀ ସହିତ ବର୍ଷ 2017ରେ ବାଂଲାଦେଶରେ ଅନ୍ତର୍ଜାତୀୟ ନୀଳ ଅର୍ଥବ୍ୟବସ୍ଥା ସମ୍ମିଳନୀର ଆୟୋଜନ କରାଯିବାକୁ ସମ୍ପୂର୍ଣ୍ଣ ସନ୍ତୋଷର ସହ ଧ୍ୟାନରେ ରଖିଛୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"