ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମାଜିକ ଗଣମାଧ୍ୟମ ଲିଙ୍କଡ୍‌ଇନ୍ @LinkedIn ଜରିଆରେ ଆତ୍ମନିର୍ଭର ଭାରତ ସଂପର୍କରେ କେତୋଟି ଚିନ୍ତନ ବ୍ୟକ୍ତ କରିଛନ୍ତି । ସେଥିରେ ସେ ସ୍ଥାନୀୟ ଉତ୍ପାଦକୁ କିଭଳି ଗୁଣାତ୍ମକ ମାନଯୁକ୍ତ କରାଯାଇପାରିବ ଏବଂ ସେସବୁ ବୈଶ୍ୱିକ ସ୍ତରରେ କିପରି ଭାପେ ଆଦୃତ ହୋଇ ପାରିବ ସେ ସଂପର୍କରେ ନିଜର ମତ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିମ୍ନଲିଖିତ ଭାବେ ତାଙ୍କର ମତ ବ୍ୟକ୍ତ କରିଛନ୍ତି:

“କିଛି ଦିନ ପୂର୍ବେ, ମୁଁ ଓଜନମାପ ବିଭାଗର ଏକ ସମ୍ମିଳନୀକୁ ସମ୍ବୋଧନ କରୁଥିଲି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯଦିବା ଏହା ଉପରେ ବିଶେଷ ମାତ୍ରାରେ ଆଲୋଚନା କରାଯାଏ ନାହିଁ । ମୋର ବକ୍ତବ୍ୟ ପ୍ରଦାନ ବେଳେ ମୁଁ ଓଜନ ମାପ ବିଷୟର ଗୋଟିଏ ପ୍ରସଙ୍ଗ ଉପରେ କିଛି କହୁଥିଲି। ଇଂରାଜୀରେ ଯାହାକୁ ମେଟ୍ରୋଲୋଜି କହନ୍ତି ଆମେ ତାହାକୁ ସାଧାରଣ ଅର୍ଥରେ ଓଜନମାପ ସଂପର୍କୀତ ଅଧ୍ୟୟନ ବୋଲି ବୁଝିଥାଉ । ଏହା ମଧ୍ୟ ଆତ୍ମନିର୍ଭର ଭାରତ ତଥା ଆମର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସମୃଦ୍ଧି ପ୍ରଦାନ କରିପାରିବ ।

ଭାରତ ହେଉଛି କୌଶଳ ଏବଂ ଜ୍ଞାନର ଏକ ଶକ୍ତି କେନ୍ଦ୍ର । ଆମର ଷ୍ଟାର୍ଟ ଅପ୍‌ ଶିଳ୍ପର ସଫଳତାର କାହାଣୀ ଆମର ଯୁବକମାନଙ୍କ ମନର ଅଭିନବ ଆଗ୍ରହକୁ ପ୍ରତିପାଦିତ କରିଛି । ସେମାନେ ନୂଆ ନୂଆ ଉତ୍ପାଦ ଏବଂ ସେବାମାନ ବେଶ୍‌ ଦ୍ରୁତ ଗତିରେ ସୃଷ୍ଟି କରିପାରୁଛନ୍ତି । ଏହାର ମଧ୍ୟ ଏକ ବିଶାଳ ଘରୋଇ ତଥା ବୈଶ୍ୱିକ ବଜାର ରହିଛି । ଏହାକୁ ଆମକୁ ଅକ୍ତିଆର କରିବାକୁ ପଡ଼ିବ । ସୁଲଭ ମୂଲ୍ୟରେ, ଦୀର୍ଘସ୍ଥାୟୀ ଏବଂ ବ୍ୟବହାରକ୍ଷମ ଉତ୍ପାଦକୁ ସମଗ୍ର ବିଶ୍ୱ ଆଜି ଚାହିଁ ବସିଛି । ଆତ୍ମନିର୍ଭର ଭାରତ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଧାରିତ । ଆମେ ଏହାଠାରୁ ଆହୁରି କିଛି ଅଧିକ କରିବାକୁ ଚାହୁଁ । ଏଥି ସହ ଆମେ ଚାହୁଁ ଯେ ଆମେ ପ୍ରସ୍ତୁତ କରୁଥିବା ସାମଗ୍ରୀଗୁଡ଼ିକ ଯେଭଳି ଗୁଣାତ୍ମକ ମାନଯୁକ୍ତ ହୋଇଥିବ ।

ଭାରତ କେବଳ ବିଶ୍ୱ ବଜାରରେ ସୃଷ୍ଟି ଶୂନ୍ୟସ୍ଥାନକୁ ପୂରଣ କରିବାକୁ ଚାହେଁନାହିଁ । ଆମେ ଚାହୁଁ ଯେ ସାରା ବିଶ୍ୱରେ ଯେଭଳି ଭାରତରେ ଉତ୍ପାଦିତ ଦ୍ରବ୍ୟ କ୍ରେତା ଓ ଉପଭୋକ୍ତାମାନଙ୍କ ହୃଦୟକୁ ଜିଣି ପାରିବ । ଆମେ ଯେତେବେଳେ “ମେକ୍‌ ଇନ୍‌ ଇଣ୍ଡିଆ” ଆରମ୍ଭ କଲୁ, ସେତେବେଳେ ଆମେ କେବଳ ବୈଶ୍ୱିକ ଚାହିଦା ପୂରଣ ପାଇଁ କାର୍ଯ୍ୟ କରିନଥିଲୁ, ବୈଶ୍ୱିକ ଗ୍ରହଣୀୟତା ପ୍ରତି ମଧ୍ୟ ଆମେ ସେତିକି ସଯତ୍ନ ଥିଲୁ ।

ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଆହ୍ୱାନ କରିବି ଯେ ଯେକୌଣସି ଉତ୍ପାଦ କିମ୍ବା ସେବା ଯାହା ଆପଣମାନେ ପ୍ରସ୍ତୁତ କରୁଛନ୍ତି ତା’ର “ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟ” ସଂପର୍କରେ ଚିନ୍ତା କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ।

ଶିଳ୍ପ ଜଗତର ନେତୃବୃନ୍ଦ, ବ୍ୟବସାୟିକ ପ୍ରତିନିଧି, ଷ୍ଟାର୍ଟ ଅପ୍‌ ଜଗତର ଯୁବ ଉଦ୍ୟୋଗୀ ଏବଂ ଏହି କ୍ଷେତ୍ରର ଅନ୍ୟ ପେଶାଦାର ବ୍ୟକ୍ତିବିଶେଷଙ୍କ ସହିତ ମୋର ବାର୍ତ୍ତାଳାପ ବେଳେ ମୁଁ ଅନୁଭବ କରିଛି ଯେ ଏହି କ୍ଷେତ୍ରଟି ପ୍ରତି ସେମାନଙ୍କ ମନରେ ବେଶ୍‌ ମାତ୍ରାରେ ସଚେତନତା ସୃଷ୍ଟି ହୋଇସାରିଛି ।

ଆଜି ସମଗ୍ର ବିଶ୍ୱ ହେଉଛି ଆମର ବଜାର । ଭାରତୀୟ ଲୋକଙ୍କ ଠାରେ ଏଭଳି ସାମର୍ଥ୍ୟ ରହିଛି । ଏକ ରାଷ୍ଟ୍ର ଭାବେ ସାରା ବିଶ୍ୱ ଆମ ଉପରେ ଆସ୍ଥା ପ୍ରକଟ କରୁଛି । ଏକ ରାଷ୍ଟ୍ର ଭାବେ ଆମର ମର୍ଯ୍ୟାଦା ବେଶ୍‌ ଉଚ୍ଚରେ ରହିଛି ।

ଆମର ଲୋକମାନଙ୍କ ସାମର୍ଥ୍ ଏବଂ ଦେଶର ନିର୍ଭରଯୋଗ୍ୟତାକୁ ନେଇ, ଭାରତୀୟ ଉତ୍ପାଦ ଏବେ ସାରା ବିଶ୍ୱର କୋଣ ଅନୁକୋଣରେ ପହଂଚିପାରିବ । ଏହା ହିଁ ଆତ୍ମନିର୍ଭର ଭାରତ ପ୍ରତି ଆମର ବାସ୍ତବ ଅବଦାନ ହେବ- ଯାହା ବୈଶ୍ୱିକ ସମୃଦ୍ଧି ପାଇଁ ମଧ୍ୟ ଶକ୍ତି ଯୋଗାଇବ ।"

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s semiconductor market to cross $100 billion by 2030, projects PM Modi; unveils Rs 3,300 cr Kaynes plant in Gujarat

Media Coverage

India’s semiconductor market to cross $100 billion by 2030, projects PM Modi; unveils Rs 3,300 cr Kaynes plant in Gujarat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, pays tributes to revered Dr. Sree Sree Sree Sivakumara Swamigalu
April 01, 2026

The Prime Minister, Shri Narendra Modi paid tributes to the revered Dr. Sree Sree Sree Sivakumara Swamigalu, on his birth anniversary today. Shri Modi added that his incomparable contributions in the fields of education, social welfare, and spirituality will continue to inspire every generation of the nation towards selfless service.

The Prime Minister shared a Sanskrit verse-

“पिबन्ति नद्यः स्वयमेव नाम्भः
स्वयं न खादन्ति फलानि वृक्षाः।

नादन्ति सस्यं खलु वारिवाहाः
परोपकाराय सतां विभूतयः॥”

The Prime Minister wrote on X;

“मानवता के अनन्य उपासक परम पूज्य डॉ. श्री श्री श्री शिवकुमार स्वामीजी को उनकी जन्म-जयंती पर कोटि-कोटि नमन! शिक्षा, समाज कल्याण और अध्यात्म के क्षेत्र में उनका अतुलनीय योगदान देश की हर पीढ़ी को निस्वार्थ सेवा के लिए प्रेरित करता रहेगा।

पिबन्ति नद्यः स्वयमेव नाम्भः
स्वयं न खादन्ति फलानि वृक्षाः।

नादन्ति सस्यं खलु वारिवाहाः
परोपकाराय सतां विभूतयः॥”