୨୦୨୩-୨୪ ଚିନି ଋତୁ ପାଇଁ ନୂତନ ନିର୍ଦ୍ଧାରିତ ଦରରେ ଚାଷୀଙ୍କୁ ଆଖୁ ବାବଦରେ ପାରିଶ୍ରମିକ ଦେବେ ଚିନି କଳ ଆଖୁ ଚାଷୀଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଉଚିତ୍‌ ଓ ଲାଭକରୀ ମୂଲ୍ୟ ନିର୍ଦ୍ଧାରଣ
ଚାଷୀଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ଲାଗି ଭାରତ ସରକାର ସଂକଳ୍ପବଦ୍ଧ
ସରକାରଙ୍କ ନିଷ୍ପତ୍ତି ଦ୍ୱାରା ୫ କୋଟି ଆଖୁ ଚାଷୀ, ସେମାନଙ୍କର ପରିବାରଜନଙ୍କ ସହିତ ଚିନି କଳ ଓ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷ ଶ୍ରମିକ ଲାଭାନ୍ୱିତ ହେବେ

​​​​​​ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଓ ଲାଭକରୀ ମୂଲ୍ୟ (ଏଫଆରପି)କୁ ମଞ୍ଜୁର କରିଛି । ୧୦.୨୫% ର ମୂଳ ଅସୁଲି ହାର ସହିତ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ନିର୍ଦ୍ଧାରଣ କରାଯାଇଛି । ୧୦.୨୫% ଠାରୁ ଅଧିକ ଏବଂ ଅତିରିକ୍ତ ଅସୁଲି କ୍ଷେତ୍ରରେ ପ୍ରତ୍ୟେକ ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୭ ଟଙ୍କାର ପ୍ରିମିୟମ ଯୋଗାଇ ଦେବା ଏବଂ ଅସୁଲିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫଆରପିରେ ୩.୦୭ ଟଙ୍କା/କୁଇଣ୍ଟାଲର ହ୍ରାସ କରିବାକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି ।

ଆହୁରି, ଆଖୁ ଚାଷୀଙ୍କ ହିତ ରକ୍ଷାକୁ ଦୃଷ୍ଟିରେ ରଖି, ଯେଉଁଠାରେ ଅସୁଲି ୯.୫% ଠାରୁ କମ୍‌ ରହିଥିବ ସେଠାରେ ଚିନି କଳ କ୍ଷେତ୍ରରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏପରି ଚାଷୀଙ୍କୁ ଚଳିତ ଚିନି ଋତୁ ୨୦୨୨-୨୩ରେ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ତୁଳନାରେ ପରବର୍ତ୍ତୀ ୨୦୨୩-୨୪ ଚିନି ଋତୁ ପାଇଁ କୁଇଣ୍ଟାଲ ପ୍ରତି ୨୯୧.୯୭୫ ଟଙ୍କା ଦିଆଯିବ ।

୨୦୨୩-୨୪ ଆଖୁ ଋତୁ ପାଇଁ ଆଖୁ ଉତ୍ପାଦନ ଖର୍ଚ୍ଚ କୁଇଣ୍ଟାଲ ପ୍ରତି ୧୫୭ ଟଙ୍କା ରହିଛି । ୧୦.୨୫% ଅସୁଲି ଦରରେ କୁଇଣ୍ଟାଲ ପ୍ରତି ୩୧୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୧୦୦.୬% ଅଧିକ ।

ଚିନି କଳ ଦ୍ୱାରା ଚିନି ଋତୁ ୨୦୨୩-୨୪(୧ ଅକ୍ଟୋବର, ୨୦୨୩ ଠାରୁ ଲାଗୁ)ରେ ଚାଷୀଙ୍କ ଠାରୁ ଆଖୁ କିଣିବା ପାଇଁ ଅନୁମୋଦିତ ଏଫଆରପି ପ୍ରଯୁଜ୍ୟ ହେବ । ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର ଯାହାକି ୫ କୋଟି ଆଖୁ ଚାଷୀ, ସେମାନଙ୍କର ପରିବାରଜନଙ୍କ ସହିତ ଚିନି କଳ ଓ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷ ଶ୍ରମିକଙ୍କ ସହିତ କୃଷି ଶ୍ରମିକ ଓ ପରିବହନ କ୍ଷେତ୍ର ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକଳାପ ଜୀବନଜୀବିକାକୁ ପ୍ରଭାବିତ କରିଥାଏ। 

କୃଷି ବ୍ୟୟ ଓ ମୂଲ୍ୟ ପାଇଁ ଗଠିତ ଆୟୋଗଙ୍କ ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ଓ ଅନ୍ୟ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ ପରେ ଏଫଆରପି ଦର ବିଚାରକୁ ନିଆଯାଇଛି । ୨୦୧୩-୧୪ ଆଖୁ ଋତୁ ଠାରୁ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏଫଆରପିର ବିବରଣୀ ନିମ୍ନରେ ଦିଆଗଲା :

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's food services market to reach USD 150 billion by FY31, online share to rise to 18%: Report

Media Coverage

India's food services market to reach USD 150 billion by FY31, online share to rise to 18%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 10, 2026
July 10, 2026

Building Viksit Bharat: PM Modi Accelerating India's Growth at Home and Across the World